Parliment - The Sakala

ଜୁନ୍‌ରେ ଗଠନ ହେବ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ କମିଟି: ୩୦ ଛୁଇଁବ ଓଡ଼ିଶାର ସଂସଦୀୟ କ୍ଷେତ୍ର, ୨୧୦ ହେବ ବିଧାନସଭା ଆସନ
ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ମାସରୁ ଦେଶରେ ଜନଗଣନା କାର୍ଯ୍ୟ ବିଧିବଦ୍ଧ ଆରମ୍ଭ ହେବ । ଏହି ଜନଗଣନା କାର୍ଯ୍ୟ କେବେ ସରିବ ଓ କେତେଦିନ ଚାଲିବ ତାହାର ନିଶ୍ଚିତତା ନାହିଁ । ତେଣୁ ଜନଗଣନା ରିପୋର୍ଟକୁ ଅପେକ୍ଷା ନ କରି ଆସନ୍ତା ୨୦୨୯ରେ ଦେଶରେ ପ୍ରସ୍ତାବିତ ‘ଏକ ଦେଶ, ଏକ ନିର୍ବାଚନ’ ପାଇଁ କେନ୍ଦ୍ର ସରକାର  ଆରମ୍ଭ କରିଛନ୍ତି  ପ୍ରସ୍ତୁତି । ୨୦୧୧ରେ ବିଭିନ୍ନ ରାଜ୍ୟରେ ରହିଥିବା ବିଧାନସଭା ଓ ଲୋକସଭା ଆସନ ସଂଖ୍ୟା ୫୦% ବୃଦ୍ଧି ପାଇଁ କେନ୍ଦ୍ର ସରକାର ଆପାତତଃ ଏକ ନକ୍ସା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଆସନ୍ତା ଜୁନ୍‌ ମାସରୁ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ । ତେଣୁ ସମ୍ବିଧାନ ସଂଶୋଧନ କରାଯାଇ ସୀମା ନିର୍ଦ୍ଧାରଣ ନିମନ୍ତେ କମିଶନ ଗଠନ କରାଯିବ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ଯୋଜନା।

ବିଶ୍ୱସ୍ତ ସୂତ୍ରରୁ ସୂଚନା ଅନୁସାରେ ସଂସଦର ଚଳିତ ଅଧିବେଶନରେ କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ କମିଶନ ଆଇନରେ ସଂଶୋଧନ ପ୍ରସ୍ତାବ ଆଣିବେ। ଅନୁରୂପ ଭାବେ ୨୦୨୯ରୁ କାର୍ଯ୍ୟକାରୀ ହେବାକୁଥିବା ମହିଳା ସଂରକ୍ଷଣ ଆଇନରେ ମଧ୍ୟ ସଂଶୋଧନ ପ୍ରସ୍ତାବ ଆସିବ ।  ପ୍ରତ୍ୟେକ ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନରେ ହାରାହାରି ୫୦% ବୃଦ୍ଧି କରାଯିବ ଏବଂ ସ୍ଥଳ ବିଶେଷରେ ୧୦% ଆସନ ଏପଟସେପଟ ହୋଇପାରେ। ଏହାଦ୍ୱାରା ଜନସଂଖ୍ୟା ହ୍ରାସ ବୃଦ୍ଧି ଯୋଗୁଁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଆସନ ସଂଖ୍ୟା  ହ୍ରାସ ନେଇ ଉପୁଜିଥିବା ଆଶଙ୍କା ଦୂର ହେବ ଏବଂ ୫୦% ଆସନ ବୃଦ୍ଧି ନୀତି ସାରା ଦେଶରେ କାର୍ଯ୍ୟକାରୀ ହେବ। ପୁନଶ୍ଚ ଲୋକସଭା ଓ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଜନଗଣନା ସହ ସଂଯୋଗ କରାଯିବ ନାହିଁ । ମାତ୍ର ମହିଳାମାନଙ୍କ ପାଇଁ ଉଭୟ ଲୋକସଭା ଓ ବିଧାନସଭାରେ ୩୩% ସଂରକ୍ଷଣ ରହିବ। ଅନୁରୂପ ଭାବରେ ସଂରକ୍ଷିତ ବର୍ଗ ନିମନ୍ତେ ଆସନ ମଧ୍ୟରେ ମହିଳାଙ୍କ ପାଇଁ ସଂରକ୍ଷଣକୁ ନିଶ୍ଚିତ କରାଯିବ, ଅର୍ଥାତ୍‌ ଅନୁସୂଚୀତ ଜାତି ଓ ଜନଜାତି ଆସନରୁ ୩୩% ଆସନ ସେହି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷଣ କରାଯିବ। ତେବେ କେଉଁ ରାଜ୍ୟରେ କେଉଁ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହେବ ସେଥିପାଇଁ ଲଟେରୀ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।

ସଂସଦୀୟ ଓ ବିଧାନସଭା କ୍ଷେତ୍ର ପୁନଃନିର୍ଦ୍ଧାରଣ ସ॥େତ୍ତ୍ବ ଜନଗଣନା ଜାରି ରହିବ ବୋଲି ମଧ୍ୟ ଯୋଜନା କରାଯାଇଛି। ଏହି ପରିପ୍ରେକ୍ଷୀରେ ସୀମା ନିର୍ଦ୍ଧାରଣ କମିଶନ ଆଇନ ଓ ମହିଳା ସଂରକ୍ଷଣ ଆଇନର ସଂଶୋଧନ ଆବଶ୍ୟକ ଥିବାରୁ ତାହାକୁ ଚଳିତ ଅଧିବେଶନରେ ଗୃହରେ ପାରିତ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହି ବିଧେୟକ ସଂସଦରେ ଗୃହୀତ ହେବା ପରେ ଜୁନ୍‌ ମାସରୁ ସୀମା ନିର୍ଦ୍ଧାରଣ କମିଶନ ଗଠନ ସହ ଲୋକସଭା ଓ ବିଧାନସଭା ଆସନର ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ଲୋକସଭା ଆସନ ୧୪୭ରୁ ବୃଦ୍ଧି ପାଇ ୨୧୦ରୁ ୨୨୧ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି । ସେହିପରି ସଂସଦୀୟ କ୍ଷେତ୍ରଗୁଡ଼ିକର ସଂଖ୍ୟା ୨୧ରୁ ୩୧କୁ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ସେହିପରି ମହିଳାମାନଙ୍କ ପାଇଁ ବିଧାନସଭାରେ ଅନ୍ୟୂନ ୭୦ଟି ଓ ଲୋକସଭାରେ ଅନ୍ୟୂନ ୧୦ଟି ଆସନ ସଂରକ୍ଷିତ ହେବାର ସମ୍ଭାବନା ରହିଛି ।

୨୫ ବର୍ଷରେ ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେବ, ଲକ୍ଷ୍ୟ ବଡ଼ ଓ କଠିନ ହେଲେ ମଧ୍ୟ କଷ୍ଟକର ନୁହେଁ- ପ୍ରଧାନମନ୍ତ୍ରୀ
ନୂଆ ଦିଲ୍ଲୀ: ନୂଆ ସଂସଦ ଭବନକୁ ଆଜି ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତ ଅଗ୍ରସର ହେଲେ, ବିଶ୍ବ ଅଗ୍ରସର ହେବ। ଭାରତର ବିକାଶ ମାଧ୍ୟମରେ ଏହି ନୂଆ ସଂସଦ ବିଶ୍ବ ବିକାଶର ନେତୃତ୍ବ ନେବ ବୋଲି ଆଜି ନୂଆ ସଂସଦ ଭବନରେ ଦେଇଥିବା ପ୍ରଥମ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଆଜିର ଦିନ ଦେଶ ପାଇଁ ଶୁଭ ମୁହୂର୍ତ୍ତ । ସ୍ୱର୍ଣ୍ଣିମ ମୁହୂର୍ତ୍ତ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା । ଅମୃତ ମହୋତ୍ସବରେ ନୂଆ ସଂସଦ ଭବନ ଦେଶକୁ ଉପହାର ଦେଲେ ମୋଦୀ । ଏହି ନୂତନ ଭବନରେ ଲୋକସଭାରେ ୮୮୮ ଜଣ ଏବଂ ରାଜ୍ୟସଭାରେ ୩୮୪ ଜଣ ସଦସ୍ୟଙ୍କ ପାଇଁ ବସିବାର ବ୍ୟବସ୍ଥା ରହିଛି। ନୂତନ ସଂସଦର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବୋଧିତ କରିଥିଲେ।

ପ୍ରତ୍ୟେକ ଦେଶର ବିକାଶ ଯାତ୍ରାରେ ଏମିତି କେତେକ ମୁହୂର୍ତ୍ତ ଆସେ ଯାହା ଚିରସ୍ଥାୟୀ ହୋଇଯାଏ। ୨୮ ମେ ୨୦୨୩ ହେଉଛି ସେମତି ଏକ ମୁହୂର୍ତ୍ତ । ଏପରି ଏକ ଶୁଭ ଉତ୍ସବ । ସ୍ୱାଧୀନତାର ୭୫ ବର୍ଷ ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି। ଏହି ଉତ୍ସବରେ ଭାରତର ଲୋକମାନେ ସଂସଦର ଏହି ନୂତନ କୋଠାକୁ ସେମାନଙ୍କର ଗଣତନ୍ତ୍ରକୁ ଉପହାର ଦେଇଛନ୍ତି। ଏହା କେବଳ ଏକ କୋଠା ନୁହେଁ। ଏକ ରାଷ୍ଟ୍ର ଭାବରେ ଆମ ସମସ୍ତଙ୍କ ପାଇଁ ୧୪୦କୋଟିର ସଂକଳ୍ପ ହେଉଛି ଏହି ସଂସଦର ଜୀବନ ରକ୍ତ। ଏଠାରେ ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଭବିଷ୍ୟତ ଗଠନ କରିବାକୁ ଯାଉଛି। ସଂସଦର ପ୍ରତ୍ୟେକ କାନ୍ଥ, ଏହାର ପ୍ରତ୍ୟେକ କଣିକା ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ। ଆଜି ସଂସଦର ଲୋକସଭା କକ୍ଷରେ ସ୍ଥାପନ କରାଯାଇଥିବା ‘ସେଙ୍ଗୋଲ୍‌’ ବିଷୟରେ ସୃଷ୍ଟି ହୋଇଥିବା ବିବାଦ ଉପରେ ସ୍ପଷ୍ଟୀକରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଚୋଳ ରାଜବଂଶରେ ‘ସେଙ୍ଗୋଲ୍‌’ ନ୍ୟାୟ, ସଚ୍ଚୋଟତା ଓ ଉତ୍ତମ ଶାସନର ସଙ୍କେତ ଥିଲା। ଏହି ପବିତ୍ର ‘ସେଙ୍ଗୋଲ୍‌’ର ଗୌରବକୁ ପୁନଃସଂସ୍ଥାପନ କରିବାରେ ସମର୍ଥ ହେବା ଆମ ପାଇଁ ସୌଭାଗ୍ୟର କଥା। ଏହି ଗୃହରେ ଯେତେବେଳେ ଅଧିବେଶନ ଆରମ୍ଭ ହେବ ‘ସେଙ୍ଗୋଲ୍‌’ ଆମକୁ ‌ପ୍ରେରଣା ଦେଉଥିବ। କେବଳ ସେତିକି ନୁହେଁ ନୂଆ ସଂସଦ ଭବନ ନିର୍ମାଣ ୬୦,୦୦୦ ଶ୍ରମିକଙ୍କୁ ରୋଜଗାର ଦେଇଛି। ସେମାନଙ୍କ ପ୍ରତି ଡିଜିଟାଲ୍‌ ଗ୍ୟାଲେରି ଉତ୍ସର୍ଗ କରାଯାଇଛି। ଗତ ୯ ବର୍ଷ ମଧ୍ୟରେ ଦେଶର ୪ କ‌ୋଟି ଗରିବ ଲୋକଙ୍କ ପାଇଁ ବାସଗୃହ ଓ ୧୧ କୋଟି ଶୌଚାଳୟ ନିର୍ମାଣ କରାଯାଇଥିବା କଥା ଭାବିଲେ ମତେ ଖୁବ୍‌ ଖୁସି ଲାଗେ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।

ନୂଆ ସଂସଦ ଭବନ ଆତ୍ମନିର୍ଭର ଭାରତର ସୂର୍ଯ୍ୟ ଉଦୟର ପ୍ରତୀକ । ନୂଆ ଭାରତ ନୂଆ ରାସ୍ତା, ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି । ପୁରା ବିଶ୍ବର ଦୃଷ୍ଟି ଭାରତ ଉପରେ ରହିଛି ବୋଲି ମୋଦୀ କହିଥିଲେ। ୨୫ ବର୍ଷ ପରେ ଭାରତ ସ୍ବାଧୀନତାର ୧୦୦ ବର୍ଷ ପାଳନ କରିବ । ଭାରତକୁ ବିକଶିତ ରାଷ୍ଟ୍ର କରିବାର ଅଛି ।  ଲକ୍ଷ୍ୟ ବଡ଼ ଅଛି, କଠିନ ଅଛି କିନ୍ତୁ ସଂକଳ୍ପ ନେବାକୁ ହେବ ବୋଲି ମୋଦୀ ନିଜ ଅଭିଭାଷଣରେ କହିଥିଲେ। ସବୁ ଦେଶବାସୀ ବିକାଶର ସଂକଳ୍ପ ନେଲେ ବିକାଶ ହେବ । ଭାରତ ଗଣତନ୍ତ୍ରର ଜନନୀ, ବିଶ୍ବ ଗଣତନ୍ତ୍ରର ମଧ୍ୟ ମୂଳଦୁଆ । ନୂଆ ସଂସଦ ଭବନର ଆବଶ୍ୟକତା ଥିଲା । ଆଗାମୀ ଦିନରେ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇବ । ତେଣୁ ବର୍ତ୍ତମାନ ନୂଆ ସଂସଦର ଆବଶ୍ୟକତା ରହିଥିଲା ବୋଲି ମୋଦୀ କହିଛନ୍ତି।