Chip in Brain - The Sakala

ମସ୍କଙ୍କ ନୂଆ ପ୍ରୟାସ: ଖୁବ୍‌ଶୀଘ୍ର ମନୁଷ୍ୟ ମସ୍ତିଷ୍କରେ ଲାଗିବ ଚିପ୍‌, ଦେଖିପାରିବେ ଦୃଷ୍ଟିହୀନ ବ୍ୟକ୍ତି
କାଲିଫର୍ଣ୍ଣିଆ(ଏଜେନ୍ସି): ଖୁବ୍‌ଶୀଘ୍ର ମନୁଷ୍ୟ ମସ୍ତିଷ୍କରେ ଚିପ୍‌ ଲାଗିବାକୁ ଯାଉଛି। ଏହାର ମାନବ-ପରୀକ୍ଷଣ ପାଇଁ ଉଦ୍ୟୋଗପତି ଏଲନ ମସ୍କଙ୍କ ବ୍ରେନ୍‌-ଚିପ୍‌ କମ୍ପାନୀ ନ୍ୟୁରାଲିଙ୍କକୁ ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ (ଏଫ୍‌ଡିଏ) ଅନୁମତି ଦେଇଛି। ଏହି କମ୍ପାନୀ ମସ୍ତିଷ୍କରେ ପ୍ରତିରୋପଣ କରାଯାଇପାରୁଥିବା ବ୍ରେନ-କମ୍ପ୍ୟୁଟର ଇଣ୍ଟରଫେସ (ବିସିଆଇ) ଚିପ୍‌ ବିକଶିତ କରିଛି। ଏହାକୁ ସ୍ନାୟବିକ ରୋଗର ଚିକିତ୍ସା, ମନୁଷ୍ୟର ବୁଦ୍ଧି ବଢ଼ାଇବାରେ ଏବଂ ମନୁଷ୍ୟ ଏବଂ ମେସିନ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିବାରେ ବ୍ୟବହାର କରିହେବ। ଏହି ପରୀକ୍ଷଣ ସଫଳ ହେଲେ ଚିପ୍‌ ମାଧ୍ୟମରେ ଦୃଷ୍ଟିହୀନ ବ୍ୟକ୍ତି ମଧ୍ୟ ଦେଖିପାରିବେ। ପକ୍ଷାଘାତରେ ପୀଡ଼ିତ ରୋଗୀ ଚିନ୍ତା କରି ମୋବାଇଲ ଏବଂ କମ୍ପ୍ୟୁଟର ଚଲାଇ ପାରିବେ। ଏହି ସଫଳତା ପାଇଁ ମସ୍କ ନ୍ୟୁରାଲିଙ୍କ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଜ୍ଞାନକୌଶଳ ଦିନେ ଅନେକ ଲୋକଙ୍କୁ ସହାୟତା କରିବ ବୋଲି କହିଛନ୍ତି। ମାନବ ପରୀକ୍ଷଣ ଲାଗି ନିଯୁକ୍ତି ଆରମ୍ଭ ହୋଇନାହିଁ। ଖୁବଶୀଘ୍ର ଏହାର ସୂଚନା ଦିଆଯିବ।

ସୂଚନା ଅନୁଯାୟୀ ନ୍ୟୁରାଲିଙ୍କ ମୁଦ୍ରା ଆକାରର ଏକ ଡିଭାଇସ ବନାଇଛି। ଏହାର ନାମ ‘ଲିଙ୍କ’ ରଖାଯାଇଛି। ଏହି ଚିପ୍‌ କମ୍ପ୍ୟୁଟର, ମୋବାଇଲ ଫୋନ କିମ୍ବା ଅନ୍ୟ ଉପକରଣକୁ ମସ୍ତିଷ୍କର କାର୍ଯ୍ୟକଳାପ ସହ ନିୟନ୍ତ୍ରଣ କରିବାରେ ସକ୍ଷମ ବନାଇ ଥାଏ। ଖପୁରୀ ବାହାରେ ଥିବା ଏକ ଟ୍ରାନ୍ସମିଟର ସହ ଏହାକୁ ଯୋଡ଼ା ଯାଇଥାଏ। ଏହି ଟ୍ରାନ୍ସମିଟର ଚିପ୍‌ ଏବଂ କମ୍ପ୍ୟୁଟରକୁ ସିଗ୍‌ନାଲ ପଠାଇ ଥାଏ। ଏହି ଚିପ୍‌ରେ ହଜାର ହଜାର ଛୋଟ ସୂକ୍ଷ୍ମ ଇଲେକ୍‌ଟ୍ରୋଡ୍ସ ରହିଛି। ଏହା କାର୍ଯ୍ୟକଳାପକୁ ରେକର୍ଡ କରିବା ସହିତ ନିୟନ୍ତ୍ରଣ କରିଥାଏ।

ନ୍ୟୁରାଲିଙ୍କ ୨୦୧୯ରେ ପଶୁଙ୍କ ଉପରେ ଏହି ଚିପ୍‌ର ସଫଳ ପରୀକ୍ଷଣ କରିଥିଲା। କମ୍ପାନୀ ଏହାର ଏକ ଭିଡିଓ ମଧ୍ୟ ଜାରି କରିଥିଲା। ଏଥିରେ ଏକ ମାଙ୍କଡ଼ ନିଜ ଭାବନା ଦ୍ବାରା ଭିଡିଓ ଗେମ୍‌ ଖେଳୁଥିବା ଦେଖା ଯାଇଥିଲା। ଏହି ମାଙ୍କଡ଼ର ମସ୍କିଷ୍କରେ ନ୍ୟୁରାଲିଙ୍କ ଚିପ୍‌ ଲଗା ଯାଇଥିଲା। ଏହା ମାଙ୍କଡ଼ର ମସ୍ତିଷ୍କ କାର୍ଯ୍ୟକଳାପକୁ ରେକର୍ଡ କରିବାରେ ସଫଳ ହୋଇଥିଲା। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଚିପ୍‌ର ସୂତାଗୁଡିକ ଏତେ ନମନୀୟ ଯେ ତାହାକୁ ହାତରେ ପ୍ରତିରୋପଣ କରିହେବ ନାହିଁ। ଏଥିପାଇଁ ରୋବୋଟିକ ସିଷ୍ଟମ ଡିଜାଇନ କରାଯାଇଛି। ନ୍ୟୁରାଲିଙ୍କ ଆପ୍‌ ମଧ୍ୟ ବିକଶିତ କରାଯାଇଛି। ଚିନ୍ତା କରି କିବୋର୍ଡ ଏବଂ ମାଉସକୁ ପରିଚାଳନା କରିହେବ। ଏହି ଡିଭାଇସକୁ ଚାର୍ଜ କରିବାକୁ ପଡ଼ିବ। ଏଥିପାଇଁ କମ୍ପାକ୍ଟ ଇଣ୍ଡକ୍ଟିଭ ଚାର୍ଜର ଡିଜାଇନ କରାଯାଇଛି। ଚାର୍ଜ ପାଇଁ ୱାରଲେସ୍‌ ପଦ୍ଧତି ଆପଣାଯାଇଛି।