Shimilipal - The Sakala
ସାରା ରାଜ୍ୟରେ ଶୀତର କର୍ଫ୍ୟୁ, ଶିମିଳିପାଳରେ -୧° ଡିଗ୍ରୀକୁ ଖସିଲା ପାରଦ
ଭୁବନେଶ୍ୱର: ହାଡ଼ଭଙ୍ଗା ଶୀତରେ ଥରୁଛି  ସାରା ରାଜ୍ୟ । ଅସହ୍ୟ ଥଣ୍ଡା ସାଙ୍ଗକୁ ଘନକୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ପ୍ରବଳ ଜାଡରେ ଥରୁଛି ଶିମିଳିପାଳ । ଶିମିଳିପାଳରେ ତୁଷାର ପାତ ହୋଇଥିବା ଜଣାପଡିଛି । ଶିମିଳିପାଳରେ -୧° ଡିଗ୍ରୀକୁ ଖସିଲା ପାରଦ । ଗତ ଦୁଇ ଦିନଧରି ଶିମିଳିପାଳରେ ଶୂନ୍ ଡିଗ୍ରୀକୁ ତାପମାତ୍ରା ଥିବା ବେଳେ ଆଜି -୧ ଡିଗ୍ରୀକୁ ଖସିଛି ପାରଦ ।  ଚହଲା ଏବଂ ଗୁଡ଼ିଗୁଡ଼ିଆରେ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।  ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ତୁଷାର ପାତ ହେଇଛି । ଶିମିଳିପାଳ ଅଭୟାରଣ୍ୟ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।
ସେପଟେ ଝାରସୁଗୁଡ଼ାରେ ପୁଣି ରେକର୍ଡ ଥଣ୍ଡା । ସକାଳ ୫ଟା ସୁଦ୍ଧା ୫.୬ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା ତାପମାତ୍ରା ।  ରାଜଧାନୀ ଭୁବନେଶ୍ୱରରେ ପାରଦ ୧୧.୬ ଡିଗ୍ରୀ ଛୁଇଁଛି। କିଛି କିଛି ସ୍ଥାନରେ ଶୀତଲହରୀ ନେଇ ଚେତାବନୀ ଜାରି ହୋଇଛି। ଆଜି ଶୀତଲହରୀ ପାଇଁ ୧୧ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ବଢ଼ିବ ଜାଡ଼। ଆଗାମୀ ୨ ସପ୍ତାହ ଯାଏଁ ହାଡ଼ ଭଙ୍ଗା ଶୀତ ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଜାଡ଼ ସହ କଲବଲ କରୁଛି କାଳୁଆ ପବନ ଓ କୁହୁଡ଼ି । ୧୨ତାରିଖରୁ ପୁଣି ବଢିବ କୁହୁଡ଼ି । ୧୪ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ସହ କିଛି କିଛି ସ୍ଥାନରେ ଘନକୁହୁଡ଼ିର ସମ୍ଭାବନା ରହିଛି।
ବାରିପଦା: ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଫେବ୍ରୁଆରୀ ପହିଲା ଠାରୁ ନୂଆ ନିୟମ। ଯେଉଁ ପର୍ଯ୍ୟଟକ ମାନେ ଶିମିଳିପାଳ ବୁଲିବାକୁ ଯିବା ପାଇଁ ଚାହିଁବେ ସେମାନଙ୍କୁ ଅନଲାଇନରେ ଆବେଦନ କରି ପୂର୍ବରୁ ଅନୁମତି ନେବାକୁ ପଡିବ। ସେମାନଙ୍କୁ ମିଳିଥିବା ତାରିଖ ଅନୁଯାୟୀ ସେମାନେ ଗେଟରେ ପ୍ରବେଶ କରି ପାରିବେ। ପୂର୍ବରୁ ଦିନରେ କେବଳ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ପିଠାବଟା ଓ ଯଶିପୁର ଠାରୁ ଅଫଲାଇନ ଅନୁମତି ଦିଆଯାଉଥିଲା। ଆସନ୍ତା ଫେବ୍ରୁଆରୀ ପହିଲା ଠାରୁ ପର୍ଯ୍ୟଟକମାନେ ଅନଲାଇନରେ ଆବେଦନ କରି ଶିମିଳିପାଳ ବୁଲି ପାରିବେ। ସେଥିପାଇଁ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଶିମିଳିପାଳ ଡଟ୍ ଓଆରଜି ( https://www.similipal.org) କିମ୍ଵା ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଇକୋଟୁରଓଡିଶା ଡଟ୍ କମ୍ (  https://www.ecotourodisha.com/ ) ପୋର୍ଟାଲରେ ଆବେଦନ କରିପାରିବେ ବୋଲି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଶିମିଳିପାଳରୁ ୯ଶିକାରୀ ଗିରଫ, ସମ୍ବରମାଂସ ସହିତ ୯ ଦେଶୀବନ୍ଧୁକ ଜବତ
ବାରିପଦା: ଶିମିଳିପାଳ ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ପଶିଥିବା ୯ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି । ଏହା ସହିତ ସେମାନଙ୍କ ପାଖରୁ ସମ୍ବର ମାଂସ ଓ ୯ଟି ଦେଶୀବନ୍ଧୁକ ଜବତ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ ସଂରକ୍ଷକ ଡ ପ୍ରକାଶ ଚାନ୍ଦ ଗୋଗିନେନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନାରୁ ପ୍ରକାଶ ଯେ, ଶୁକ୍ରବାର ରାତିରେ ଶିମିଳିପାଳର ଜେନାବିଲ ରେଞ୍ଜ ଅଞ୍ଚଳରେ ଉଦଳା ଥାନାର ପାଟଶାଣୀପୁର ଓ କୁଣ୍ଡାବାଇ ପଞ୍ଚାୟତର ଉପରତଳଡିହା, ଜାମଡିହା, ଖାଳିଡିହି ଆଦି ଶିମିଳିପାଳ ସଂଲଗ୍ନ ଗ୍ରାମର ୪୦ରୁ ଉର୍ଦ୍ଧ୍ବ ଶିକାରୀ ବହୁ ସଂଖ୍ୟକ ବନ୍ଧୁକ ସହିତ ଏକସଙ୍ଗେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଅଖଣ୍ଡ ଶିକାର ଉଦ୍ଦେଶ୍ୟରେ ପଶିଥିଲେ । ତେବେ ଖବର ପାଇ ଡୁକୁରା ଓ ପୋଡାଡିହା ରେଞ୍ଜର କର୍ମଚାରୀ ସ୍ବତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ ସହିତ ମିଳିତ ଭାବେ ଚଢାଉ କରିଥିଲେ । ୯ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୯ଟି ଦେଶୀବନ୍ଧୁକ ଓ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରି ବନବିଭାଗ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ ପାଇଁ ପଚରାଉଚରା ଜାରି ରଖିଛନ୍ତି । ଖସିପଳାଇଥିବା ଅନ୍ୟ ଶିକାରୀମାନଙ୍କୁ ଗିରଫ ପାଇଁ ତନାଘନା ଜାରିରହିଛି ।
ପୁଣି ଶିମିଳିପାଳରୁ ୧୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଅଫିମ ଗଛ ନଷ୍ଟ
ବାରିପଦା: ଶୁକ୍ରବାର ପୁଣି ଶିମିଳିପାଳ ଅଭ୍ୟାରଣ୍ୟରେ ବେଆଇନ ଭାବେ ଚାଷ ହୋଇଥିବା ୧୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଅଫିମ ଗଛକୁ ଅବକାରୀ ବିଭାଗ ନଷ୍ଟ କରିଛି ।
ବିଶେଷ ସୂତ୍ରରୁ ଖବର ପାଇ, ଅବକାରୀ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଶିମିଳିପାଳର ସାରୁଦା ଗ୍ରାମର କୋର ଅଞ୍ଚଳରେ ଚଢ଼ଉ କରିଥିଲେ। ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ସୌମ୍ୟ ରଞ୍ଜନ ବେହେରା, ବାରିପଦା ଉପ-ଅଧିକ୍ଷକ ତପସ୍ୱୀନୀ ନାଏକ, ମୋବାଇଲ ଇନ୍ସପେକ୍ଟର ଶ୍ରୀଧର ମହାନ୍ତି, କରଞ୍ଜିଆ ରେଞ୍ଜ ଅଧିକାରୀ ଭକ୍ତ ବତ୍ସଳ ବର୍ମା, ରାଇରଙ୍ଗପୁର ରେଞ୍ଜ ଇନ୍ସପେକ୍ଟର ବିନୟ ତିର୍କୀ ଓ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମିଶି ମୋଟ ୮୭ ଜଣ କର୍ମଚାରୀ ଚଢାଉ କରିଥିଲେ। ମିଳିତ ଉଦ୍ୟମରେ କରଞ୍ଜିଆ ଅତିରିକ୍ତ-ତହସିଲଦାର ନିତ୍ୟାନନ୍ଦ ସେଠୀ ଙ୍କ ଉପସ୍ଥିତିରେ ପ୍ରାୟ ୧୫ ଏକର ଜମିରେ ୫ ଲକ୍ଷ ୨୫ହଜାରରୁ ଉର୍ଦ୍ଧ୍ବ ଅଫିମ(ପପି) ଗଛକୁ ନଷ୍ଟ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦କୋଟି ୫୦ ଲକ୍ଷ ହେବ ବୋଲି ମୟୂରଭଞ୍ଜ ଅବକରୀ ଅଧୀକ୍ଷକ ପ୍ରଶାନ୍ତ କହଁର ସୂଚନା ଦେଇଛନ୍ତି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି ।
ସୂଚନା ଥାଉ କି, ଏହାପୂର୍ବରୁ ମାର୍ଚ୍ଚ ୧୦ତାରିଖରେ ଅବକାରୀ ବିଭାଗ ୧୧ଏକର ଜମିରେ ୭କୋଟି ୭୦ଲକ୍ଷ ଟଙ୍କାର ୩ଲକ୍ଷ ୮୫ହଜାର ଅଫିମ ଗଛ ନଷ୍ଟ କରିଥିଲେ । ସେହିପରି ପୁଲିସ ବିଭାଗର ୩ଟି ମିଳିତ ଚଢାଉରେ ୧୩କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୬ଲକ୍ଷ ୯୫ହଜାର ଅଫିମ ଗଛ ନଷ୍ଟ କରାଯାଇଥିଲା । ତେବେ ୫ଟି ଘଟଣାରେ ଏପର୍ଯ୍ୟନ୍ତ ପୁଲିସ କିମ୍ବା ଅବକାରୀ ବିଭାଗ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇ ପାରିନାହାନ୍ତି । ବାହାର ରାଜ୍ୟର ମାଫିଆ ନୀରିହ ବନବାସୀଙ୍କୁ ପ୍ରଲୋଭିତ କରି ଚାଷ କରାଉଥିବା ଜଣାପଡିଛି ।
ଖୋଲା କାର୍‌ରେ ଶିମିଳିପାଳର ମଜା ନେବେ ପର୍ଯ୍ୟଟକ; ସ୍ଥାନୀୟ ଚାଳକଙ୍କୁ ମିଳିବ ନିଯୁକ୍ତି, ବୃଦ୍ଧି ପାଇବ ପର୍ଯ୍ୟଟନ ଶିଳ୍ପ
ବାରିପଦା: ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଏବଂ ଏହାକୁ ପର୍ଯ୍ୟଟକଙ୍କ ଲାଗି ଅନୁକୂଳ କରିବା ଲାଗି ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହି ପଦକ୍ଷେପ ମଧ୍ୟରେ ଖୁବ୍‌ଶୀଘ୍ର ୩୫ଟି ଅତ୍ୟାଧୁନିକ କାର୍‌ ଯୋଡ଼ି ହେବାକୁ ଯାଉଛି। ଅଭୟାରଣ୍ୟ ଭିତରର ଘଞ୍ଚ, ଦୁର୍ଗମ ରାସ୍ତାକୁ ଅତି ସହଜରେ ଅତିକ୍ରମ କରିବାର କ୍ଷମତା ଥିବା ଏହି କାର୍‌ଗୁଡ଼ିକ ଖୁବ୍‌ଶୀଘ୍ର ପର୍ଯ୍ୟଟକଙ୍କୁ ସେବା ଯୋଗାଇଦେବ। ଛାତ ନଥିବା ଏହି ଖୋଲା କାର୍‌‌‌ରେ ବସି ପର୍ଯ୍ୟଟକମାନେ ଅଭୟାରଣ୍ୟର ପ୍ରାକୃତିକ ଶୋଭାରାଜି ଏବଂ ବନ୍ୟପ୍ରାଣୀଙ୍କୁ ଦେଖିବାର ଏକ ନିଆରା ଅନୁଭୂତି ସାଉଁଟି‌ବେ। ଚଳନ୍ତା ଗାଡ଼ିରୁ ଅନାୟାସରେ ଅଭୟାରଣ୍ୟର ଫଟୋ ଓ ଭିଡିଓ ମଧ୍ୟ ଉତ୍ତୋଳନ କରିପାରିବେ। ଏ ସଂପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡଃ ପ୍ରକାଶଚାନ୍ଦ ଗୋଗନେନୀ ସୂଚନା ଦେଇଛନ୍ତି।
ଡଃ ଗୋଗନେନୀଙ୍କ ସୂଚନାନୁଯାୟୀ, ସ୍ୱତନ୍ତ୍ର ଭାବେ ନିର୍ମିତ ଖୋଲା (ଜିମି) ଗାଡ଼ିରେ ପର୍ଯ୍ୟଟକଙ୍କ ପାଇଁ ୩ ଘଣ୍ଟିଆ ଭ୍ରମଣ ବ୍ୟବସ୍ଥା କାର୍ଯ୍ୟକାରୀ ଖୁବ୍‌ଶୀଘ୍ର ହେବାକୁ ଯାଉଛି। ଏବେ ଗାଡ଼ିଗୁଡ଼ିକର ମୋଡିଫିକେସନ୍‌ କାର୍ଯ୍ୟ ଚାଲିଛି। ସମ୍ଭବତଃ ମେ’ ମାସରୁ ଏହା କାର୍ଯ୍ୟକାରୀ ହେବ। ଏହି ସମସ୍ତ ଗାଡ଼ି ବାରିପଦାର ପିଠାବଟା (ଲୁଲୁଙ୍ଗ) ପ୍ରବେଶ ଫାଟକ ପଟୁ ଚାଲିବ। ଏଥିରେ ସ୍ଥାନୀୟ ଅଭିଜ୍ଞ ଚାଳକଙ୍କୁ ନିଯୁକ୍ତି ଦିଆଯିବ। ସକାଳେ ୩ ଘଣ୍ଟା ଓ ଅପରାହ୍ଣରେ ୩ ଘଣ୍ଟା; ଦିନକୁ ଦୁଇଥର ଗାଡ଼ିଗୁଡ଼ିକ ଅଭୟାରଣ୍ୟର ଘଞ୍ଚ ରାସ୍ତାରେ ଯିବ। ଫଳରେ ଅପରୂପ ଶୋଭାରାଜିର ଦୃଶ୍ୟ ସହ ବନ୍ୟପ୍ରାଣୀ ଦେଖିବାକୁ ପର୍ଯ୍ୟଟକ ସୁଯୋଗ ପାଇବେ। ଏହାଦ୍ବାରା ବାରିପଦା ସହରରୁ ଲୁଲୁଙ୍ଗ ପର୍ଯ୍ୟନ୍ତ ହୋଟେଲ, ରିସୋର୍ଟ ଓ ପର୍ଯ୍ୟଟକଙ୍କ ସହ ଜଡ଼ିତ ଅନ୍ୟାନ୍ୟ ବ୍ୟବସାୟ ମଧ୍ୟ ବୃଦ୍ଧି ପାଇବ। ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମଧ୍ୟ ଉପକୃତ ହେବେ। ୩୫ଟି ଗାଡ଼ି ପ୍ରଚଳନ ପରେ ଘଞ୍ଚ ଜଙ୍ଗଲ ରାସ୍ତାକୁ ଘରୋଇ ଗାଡ଼ି ପ୍ରବେଶ ଉପରେ କଟକଣା ରହିବ। କେବଳ ଜଳପ୍ରପାତ ଭ୍ରମଣ ପାଇଁ ଘରୋଇ ଗାଡ଼ିକୁ ଅନୁମତି ଦିଆଯିବ। ତାହା ପୁଣି ସମ୍ଭବତଃ ଯଶିପୁରର କାଳିଆଣି ଫାଟକ ପଟୁ ଅନୁମତି ମିଳିବ। ଏ ସମ୍ୱନ୍ଧରେ ଆଲୋଚନା ଜାରି ରହିଛି ବୋଲି ଶ୍ରୀ ଗୋଗନେନୀ କହିଛନ୍ତି।
ବାରିପଦାର ମଞ୍ଚାବନ୍ଧାରେ ବିଶ୍ୱର ସର୍ବପ୍ରଥମ କଳାବାଘ ସଫାରୀ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ଶେଷସୁଦ୍ଧା ନିର୍ମାଣ ଲକ୍ଷ୍ୟ ରହିଛି। ଏଣୁ ଖୋଲା ଗାଡ଼ିରେ ବାଘସଫାରୀ ଓ ଶିମିଳିପାଳ ପରିଭ୍ରମଣ ପାଇଁ ଆସନ୍ତା ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁଡ଼ଗୁଡ଼ିଆ ଭିତରକୁ ପର୍ଯ୍ୟଟକଙ୍କୁ ଅନୁମତି ମିଳିଥିବା ବେଳେ ବାଙ୍ଗିରିପୋଷିର ତାଳବନ୍ଧରୁ ଚହଲା ପର୍ଯ୍ୟନ୍ତ ରାସ୍ତା ଖୋଲିବା ବିଚାରାଧୀନ ଅଛି ବୋଲି ସେ ସୂଚନା ଦେଇଛନ୍ତି। ଗୋଟିଏପଟେ ‘୫-ଟି’ ଉପକ୍ରମରେ ଦେବକୁଣ୍ଡ, ଭୀମକୁଣ୍ଡ ଓ ରାମତୀର୍ଥର ବିକାଶ ଓ ଅନ୍ୟପଟେ ବାଘସଫାରୀ ଓ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଦ୍ବାରା ଶିମିଳିପାଳର ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହେବ ଏବଂ ଏହା ମୟୂରଭଞ୍ଜର ଆର୍ଥିକ ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି।
ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି; ୫ଟି ଟାୱାରରେ ଲାଗିବ ଉଚ୍ଚଶକ୍ତିସମ୍ପନ୍ନ କ୍ୟାମେରା
ବାରିପଦା: ପ୍ରକୃତିର ଅନନ୍ୟ ଶୋଭାରାଜି ଶିମିଳିପାଳ ଅଭୟାରଣ୍ୟକୁ ବନାଗ୍ନି ଦାଉରୁ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି ହୋଇଛି। ଶନିବାର ଶିମିଳିପାଳ ପିଠାବଟା ଫାଟକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବନାଗ୍ନି ନିୟନ୍ତ୍ରଣ ପ୍ରସ୍ତୁତି କର୍ମଶାଳାରେ ବିସ୍ତୃତ ସୂଚନା ଦିଆଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡ. ପ୍ରକାଶ ଚନ୍ଦ୍ର ଗୋଗିନେନୀ କର୍ମଶାଳାକୁ ସମ୍ୱୋଧିତ କରିଥିଲେ। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହିତ ସ୍ଥାନୀୟ ଲୋକଙ୍କ ଜରିଆରେ ସଚେତନ ସୃଷ୍ଟି କରିବା ମୁଖ୍ୟ ବିଷୟ ରହିଛି ବୋଲି ଡ. ଗୋଗିନେନୀ କହିଛନ୍ତି।
ସାଧାରଣତଃ ଶିକାର ଉଦ୍ଦେଶ୍ୟରେ କିମ୍ୱା ମହୁଲ ଫୁଲ ସଂଗ୍ରହ ପାଇଁ ଲୋକେ ନିଆଁ ଲଗାଇଥାନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୦ରେ ଅଭୟାରଣ୍ୟରେ ୮୨୪ଟି ଫାୟାର ପଏଣ୍ଟ ରହିଥିବାବେଳେ ୨୦୨୧ରେ ୪୪୩୯ଟି ଏବଂ ୨୦୨୨ରେ ୪୮୯ଟି ଓ ୨୦୨୩ରେ ମଧ୍ୟ ଅନେକ ଫାୟାର ପଏଣ୍ଟ ଦେଖିବାକୁ ମିଳିଥିଲା। ତେବେ ଚଳିତ ଋତୁ ପୂର୍ବରୁ ବନାଗ୍ନି ଘଟଣାକୁ ସମ୍ପୂର୍ଣ୍ଣ ମାତ୍ରାରେ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହାୟତାରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ଫାୟାର ପଏଣ୍ଟଗୁଡିକୁ ନେଇ ଏକ ମ୍ୟାପ ପ୍ରସ୍ତୁତ ହୋଇଛି। ଯାହାକୁ ପ୍ରତି ରେଞ୍ଜ ଅନୁଯାୟୀ କର୍ମଚାରୀଙ୍କୁ ଫାୟାର ପଏଣ୍ଟ ବାବଦରେ ଅବଗତ କରାଯିବ। ମୟୂରଭଞ୍ଜ ଜିଲ୍ଲାର ୫ଟି ବନଖଣ୍ଡରେ ବନାଗ୍ନି ନିୟନ୍ତ୍ରଣ ପାଇଁ ୫୦୫ଜଣ ଫାୟାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ସେହିପରି ଜିଲ୍ଲାରେ ସମୁଦାୟ ୫ହଜାର କିମି ଫାୟାର ଲାଇନ ସୃଷ୍ଟି କରାଯିବ। ସେଥି ମଧ୍ୟରେ ବାରିପଦା ବନଖଣ୍ଡରେ ୧ହଜାର, ରାଇରଙ୍ଗପୁର ବନଖଣ୍ଡରେ ୬୦୦, କରଞ୍ଜିଆ ବନଖଣ୍ଡରେ ୧୧୦୦, ବାଲେଶ୍ୱର ବନଖଣ୍ଡରେ ୫୦୦ ଏବଂ କେନ୍ଦୁଝର ବନଖଣ୍ଡରେ ୯୦୦ କିମି ସହିତ ଅନ୍ୟାନ୍ୟ ସ୍ଥାନର ଫାୟାର ଲାଇନ ରହିଛି। ଅନୁଧ୍ୟାନ ନିମନ୍ତେ ଜିଲ୍ଲା ପାଇଁ ୪୦ଟି ପାଟ୍ରୋଲିଂ ଭ୍ୟାନ ଏବଂ ୭୩୩ଟି ଏୟାର ବ୍ଳୋୟର ମେସିନ ପ୍ରଦାନ କରାଯାଇଛି। ଏଥିସହିତ ଅଗ୍ନି ନିର୍ବାପକ ଯନ୍ତ୍ର, ନୂତନ କର୍ମଚାରୀ ନିଯୁକ୍ତ, ସ୍ୱତନ୍ତ୍ର ଜୋତା ଓ ପୋଷାକ ପ୍ରଦାନ କରିବା ଏବଂ ପ୍ରତି ରେଞ୍ଜରେ ମକଡ୍ରିଲ କରାଯାଉଛି। ବନାଗ୍ନି ନିୟନ୍ତ୍ରଣ ସମୟରେ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ରେଗୁଲାର କର୍ମଚାରୀଙ୍କୁ ୧୫ଲକ୍ଷ ଓ ଠିକାଙ୍କୁ ୬ଲକ୍ଷ ଟଙ୍କା ଶିମିଳିପାଳ ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯିବ ବୋଲି ଶ୍ରୀ ଗୋଗିନେନୀ କହିଛନ୍ତି। ସେହିପରି କୋର ଏରିଆରେ ଅଢେଇ କୋଟି ଟଙ୍କା ବ୍ୟୟ ଅଟକଳରେ ୫ଟି ସ୍ଥାନରେ ସୁଉଚ୍ଚ ଟାୱାର ସ୍ଥାପନ ସହିତ ୩୬୦ଡିଗ୍ରୀ ଉଚ୍ଚଶକ୍ତି ସମ୍ପନ୍ନ କ୍ୟାମେରା ଲଗାଯିବ। କ୍ୟାମେରା ୧୫କିମି ବ୍ୟାସାର୍ଦ୍ଧରେ ନିଆଁ ଲାଗିଲେ ତୁରନ୍ତ କଣ୍ଟ୍ରୋଲ ରୁମକୁ ସୂଚନା ଦେବ। ଫଳରେ ୧୨ଘଣ୍ଟିଆ ସାଟେଲାଇଟ ସୂଚନାର ଯଥେଷ୍ଟ ପୂର୍ବରୁ ସୂଚନା ମିଳିବ। ସେହିପରି ୩ କୋଟି ଟଙ୍କା ବ୍ୟୟ ଅଟକଳରେ ୧୫ଟି ଅତ୍ୟାଧୁନିକ ପାହାଡ ଚଢିବା ଯାନ ମଧ୍ୟ ଅଣାଯାଉଛି ବୋଲି କହିଥିଲେ।
ପ୍ରାରମ୍ଭରେ ଏସିସିଏଫ ପ୍ରଦୀପ ଦେ ସ୍ୱାଗତ ସୂଚନା ଓ ଅତିଥି ପରିଚୟ ଦେଇଥିଲେ। ଦକ୍ଷିଣ ବନଖଣ୍ଡ ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ଯୋଗଦେଇ ଜଙ୍ଗଲକୁ ନିଆଁରୁ ମୁକ୍ତ ରଖିଲେ ସମ୍ପୃକ୍ତ ଗ୍ରାମବାସୀଙ୍କୁ ପୁରସ୍କାର ମିଳିବ ବୋଲି ସୂଚନା ଦେଇଥିଲେ। ପରେ ଶିମିଳିପାଳ କୋର ଏରିଆ ଭାଜାମ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ବନାଗ୍ନି ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ କାର୍ଯ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ।
ଶିମିଳିପାଳରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ଲଢେଇ
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ଲଢେଇ। ଆଉ ଲଢେଇର ଭିଡ଼ିଓ ଟ୍ୱିଟ ଯୋଗେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୂଖ୍ୟ ବନପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନୀ ସେୟାର କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟର ବାଘ ନମ୍ବର ଟି୩୫ ଓ ଟି୩୧ ଦୁହେଁ ମୁହାଁମୁହିଁ ହୋଇଛନ୍ତି। ବାଘ ନିଜ ଅଞ୍ଚଳରେ ନିଜର ଆଧିପତ୍ୟ ଅଧିକାରକୁ ସାବ୍ୟସ୍ତ କରିବା ନେଇ ଏଭଳି ଲଢେଇ ପ୍ରାୟତଃ ହୁଏ ବୋଲି ଡ଼ଃ ଗୋଗିନେନୀ କହିଛନ୍ତି। ଲଢେଇରେ ମୁଣ୍ଡରେ କଳା ଚିନ୍ହ ଥିବା ମହାବଳର ବିଜୟ ହୋଇଛି ବୋଲି ଜଣାପଡିଛି। ଆଉ ଏ ଦୃଶ୍ୟ ମଧ୍ୟ ବେଶ ନିଆରା ଅଟେ। ଯାହାକି ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପେଟ୍ରୋଲିଂ ବେଳେ ସମ୍ମୁଖକୁ ଆସିଥିବା ବେଳେ କର୍ମଚାରୀ ଏହାକୁ ଭିଡ଼ିଓରେ କଏଦ କରିଛନ୍ତି।
ଶିମିଳିପାଳ ସୁରକ୍ଷାରେ ନିୟୋଜିତ ହେବେ ୩ ପ୍ଲାଟୁନ୍ ପୁଲିସ ଫୋର୍ସ
ବାରିପଦା: ଶିମିଳିପାଳ ସୁରକ୍ଷାରେ ନିୟୋଜିତ ହେବେ ପୁଲିସ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମୁଖ୍ୟ ଶାସନ ସଚିବ ଶିମିଳିପାଳ ସୁରକ୍ଷା ପାଇଁ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହ ଯଥାଶୀଘ୍ର ଅନ୍ୟାନ୍ୟ ଡିଭିଜନରୁ ୧୫୦ ଜଣ ବନ କର୍ମଚାରୀଙ୍କୁ ଆଣି ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ଲଗାଯିବା ବୋଲି ସୂଚନା ଦେଇଛନ୍ତି ଶ୍ରୀ ଗୋଗିନେନି ।
ଗତ ୨୩ ତାରିଖରୁ ଓଡ଼ିଶା ଅଣଗେଜେଟେଡ୍ ବନସେବା କର୍ମଚାରୀ ସଂଘ ଡାକରାରେ ୨୪୧ ଜଣ ବନ କର୍ମଚାରୀ ଆନ୍ଦୋଳନରେ ରହିଥିବାବେଳେ ଜୁଲାଇ ୧ ରୁ ୭ ଦଫା ଦାବିରେ ୬୦୦ ପ୍ରୋଟେକ୍ସନ ଆସିଷ୍ଟାଣ୍ଟ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ବର୍ତ୍ତମାନ ୮୦୦ରୁ ଅଧିକ ବନ କର୍ମଚାରୀ ଶିମିଳିପାଳ ଜଙ୍ଗଲରେ ଡ୍ୟୁଟି ନ କରିବା ଫଳରେ ଶିମିଳିପାଳ ଅଭୟାରଣ୍ୟ ଏବେ ମୁକୁଳା ପଡିଛି ।
ଶିମିଳିପାଳରେ ଦୁଇ ବନକର୍ମଚାରୀ ଶିକାରୀ ଗୁଳିରେ ନିହତ ହେବା ପରେ ଆନ୍ଦୋଳନରତ ବନକର୍ମଚାରୀ ମଧ୍ୟ ଅସୁରକ୍ଷିତ ମନେ କରୁଛନ୍ତି । ବିଭିନ୍ନ ଦାବି ନେଇ ଉଭୟ ସଂଘ ଆନ୍ଦୋଳନ ଜାରି ରଖିଛନ୍ତି । ଦାବି ଗୁଡିକ ଯଥାର୍ଥ ଥିବା ଦର୍ଶାଇ ଯଥାଶୀଘ୍ର ଦାବି ପୂରଣ ପାଇଁ ଅଡି ବସିଛନ୍ତି
ପୁଣି ବନକର୍ମଚାରୀ ଓ ଶିକାରୀ ମୁହାଁମୁହିଁ: ଦୁଇଟି ଦେଶୀ ବନ୍ଧୁକ ସହ ଧନୁତୀର ଜବତ, ଜଣେ ଶିକାରୀ ମୃତ
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ପୁଣି ବନକର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହୋଇଛନ୍ତି। ବନରକ୍ଷୀ ବିମଲ ଜେନାଙ୍କ ମୃତ୍ୟ ପରେ ବନବିଭାଗର ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ଉକ୍ତ ସମୟରେ ବନବିଭାଗର ବାଙ୍ଗିରିପୋଷି ଓ ଚହଲା ରେଞ୍ଜର ଅଧିକାରୀ ଏବଂ ବନ କର୍ମୀଚାରୀ ମିଳିତ ଭାବେ ଶିମିଳିପାଳ ଅଭୟାରଣ୍ୟର ତାଳବନ୍ଧ ଇଲାକାରେ ପାଟ୍ରୋଲିଂ ଜାରି ରଖିଥିଲେ। ଏହି ସମୟରେ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲକୁ ପଶିଥିବା ଶିକାରୀ ଦଳ ସହିତ ବନ କର୍ମଚାରୀଙ୍କ ମୁହାଁମୁହିଁ ହୋଇଥିଲା। ୧୫ରୁ ଉର୍ଦ୍ଧ୍ବ ଶିକାରୀ ଦେଶୀ ମାରଣାସ୍ତ୍ର ସହ ଦେଶୀ ବନ୍ଧୁକ, ଧନୁ ତୀର ସହ ଅଭୟାରଣ୍ୟରେ ଶିକାର ଉଦ୍ଦେଶ୍ୟରେ ପ୍ରବେଶ କରିଥିବା ବନକର୍ମଚାରୀ ମାନେ ଶିକାରୀଙ୍କୁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲେ। ତେବେ ଶିକାରୀ ମାନେ ପାଲଟା ବନ କର୍ମଚାରୀଙ୍କ ଉପରେ ତୀର ମାଡ଼ କରିଥିଲେ ଫଳରେ ବନ କର୍ମଚାରୀ ବାଧ୍ୟ ହୋଇ ଫାଙ୍କା ଗୁଳି ଚାଳନା କରିଥିଲା। ବନବିଭାଗର ଆକ୍ରଣାତ୍ମକ ପନ୍ଥା ଦେଖୀ ଶିକାରୀ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଶିକାରୀ ଛାଡି ପଳାଇଥିବା ଦୁଇଟି ଦେଶୀ ବନ୍ଧୁକ ଏବଂ ଅନେକ ଧନୁ ତୀର ଓ ମାରଣାସ୍ତ୍ରକୁ ଜବତ କରିଛି ବନବିଭାଗ।
ରେଞ୍ଜ ଅଧିକାରୀ ଶୈଳେନ୍ଦ୍ର କୁମାର ଦାସ ଏହି ଚଢ଼ାଉରେ ନେତୃତ୍ୱ ନେଇଥିବା ବେଳେ ଆଗକୁ ଆହୁରି ଚଢ଼ାଉ କରାଯିବ ବୋଲି କହିଛନ୍ତି। ତେବେ ଘଟଣାରେ ଜଣେ ଶିକାରୀଙ୍କ ମୃତ୍ୟୁ ଘଟିଥିବା ଖବର ପହଞ୍ଚିଛି । ମୃତ ଶିକାରୀଙ୍କ ନାଁ ଜଗନ୍ନାଥ ହେମ୍ରମ ବୋଲି ଜଣା ପଡ଼ିଛି। କିପରି ମୃତ୍ୟୁ ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ବାଙ୍ଗିରିପୋଷି ଥାନା ସୁନାପୋଷୀ ଗ୍ରାମରେ ତାଙ୍କର ମୃତଦେହ ରହିଛି । ଏନେଇ କେହି ଅଭିଯୋଗ କରିନାହାନ୍ତି । ଗ୍ରାମବାସୀଙ୍କ ବୈଠକ ଚାଲିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ।
ସୂଚନା କି, ଗତ ୨୨ ତାରିଖ ଶିମିଳିପାଳ ନଅଣା ରେଞ୍ଜରେ ଶିକାରୀଙ୍କ ଗୁଳିମାଡରେ ଜଣେ ବନରକ୍ଷୀ ନିହତ ହୋଇଥିଲେ । ଆଜି ତାଙ୍କର ଏକାଦଶାହ । ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବନ୍ୟ ଜନ୍ତୁଙ୍କ ସୁରକ୍ଷା ଏବଂ ବନ କର୍ମଚାରୀ ଙ୍କ ସୁରକ୍ଷା ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପ୍ରଶାସନିକ ସ୍ତରରେ ବନ କର୍ମଚାରୀ ଓ ପୁଲିସର ମିଳିତ ଟିମ ଗଠନ କରାଯାଇ ଶିମିଳିପାଳ ଅଭୟାରଣ୍ୟର ଭିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ବନରକ୍ଷୀ ହତ୍ୟା ମାମଲାରେ ୨୬ ଜଣ ଶିକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୭ ଜଣକୁ ଗିରଫ କରାଯାଇଛି।
ଶିମିଳିପାଳରୁ ପୁଣି କମ୍ବିଂ ବେଳେ ବଜ୍ରକାପ୍ତା କାତି ଓ ୪ଦେଶୀ ବନ୍ଧୁକ ଜବତ
ଉଦଳା: ଶିମିଳିପାଳରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା ପରେ ଚେତିଛି ବନ ବିଭାଗ। ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିବା ବେଳେ ସାମ୍ନାକୁ ଆସିଛି ଶିମିଳିପାଳରେ ଚାଲିଥିବା ଶିକାରର ସାଙ୍ଘାତିକ ସତ। କିଛି ଦିନ ପୂର୍ବେ ବଜ୍ରକାପ୍ତା ଖୋଳପା ବିକ୍ରି ନିମନ୍ତେ ଡ଼ିଲ ଚାଲିଥିବା ବେଳେ କପ୍ତିପଦା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ବନ ବିଭାଗ ଚଢ଼ାଉ କରି ବଜ୍ରକାପ୍ତା କାତି ସହିତ ଚାରି ଗୋଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ କରିଛି। ଏହା ସହିତ ୨ଜଣ ଶିକାରୀଙ୍କୁ ଗିରଫ କରିଛି।
ବନ ବିଭାଗ ଆଜି କପ୍ତିପଦା ରେଞ୍ଜ ବଡ଼ଖମଣ ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ୨ଜଣଙ୍କ ଘରୁ ୪ଗୋଟି ଦେଶୀ ବନ୍ଧୁକ, ୭କିଲୋ ବଜ୍ରକାପ୍ତା କାତି, ଜଙ୍ଗଲୀ ମାଂସ, ଫାଶ, ବନ୍ୟଜନ୍ତୁର ଲାଞ୍ଜ ଜବତ କରିବାରେ ସକ୍ଷମ ହୋଇଛି। ଗିରଫ ଶିକାରୀ ହେଲେ ମଙ୍ଗଲ ସିଂ ଏବଂ ଗାନସା ହୋ। ଗିରଫ ଶିକାରୀଙ୍କୁ ବନ ବିଭାଗ କାର୍ଯ୍ୟାଳୟରେ ଅଧିକ ପଚରାଉଚରା ଜାରି ରହିଛି। ପୋଲିସ ଓ ବନବିଭାଗର ମିଳିତ ବ୍ୟାପକ କମ୍ବିଂ ଚାଲିଥିବା ବେଳେ କେବଳ ଏହି ବନକର୍ମଚାରୀଙ୍କ ହତ୍ୟା ପାଇଁ ନା ଏହା ଏକ ମିଶନ ହେବ ତାହା ଦେଖିବାକୁ ବାକି ରହିଲା।