Raja Sankarati - The Sakala

ରଜ ଯାଏ ତାତିରୁ ନିସ୍ତାର ନାହିଁ
ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ଅନେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଥିବା ବେଳେ ଉପକୂଳରେ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ଗରମ ଗୁଳୁଗୁଳିରୁ ତ୍ରାହି ପାଇବାକୁ ଲୋକେ ବର୍ଷାକୁ ଅପେକ୍ଷା କରିଥିବା ବେଳେ ଅନ୍ତତଃ ପକ୍ଷେ ରଜ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ନ ମିଳିବା ନେଇ ଆକଳନ କରାଯାଇଛି। ମୁଖ୍ୟତଃ ବର୍ଷା ଅଭାବ ଯୋଗୁଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌‌ ରହିଥିବା ଜଣାପଡ଼ିଛି। ତେଣୁ ମୌସୁମୀ ଛୁଇଁବା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବା ନେଇ ପାଣିପାଗ ବିଶେଷଜ୍ଞ କହିଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ରାଜ୍ୟର ୨୫ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଥିବା ବେଳେ ୪୪ ଡିଗ୍ରୀ ସହ ନୂଆପଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଝାରସୁଗୁଡ଼ା ୪୩.୪, ତାଳଚେର ୪୩.୨, ଅନୁଗୋଳରେ ତାପମାତ୍ରା ୪୩.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଅନ୍ୟପଟେ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନ ଥିବାରୁ ରାଜ୍ୟରେ ଏହି ସ୍ଥିତି ଜାରି ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଚଳିତ ସପ୍ତାହରେ କେରଳ ଓ କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ପ୍ରାକ ମୌସୁମୀ ବର୍ଷା ଯୋଗୁଁ ତାପମାତ୍ରା କମିବ। ତେବେ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ଗରମ ଜୁନ୍‌‌ ୧୦ ଆଗରୁ କମିବା ସମ୍ଭାବନା କମ୍‌‌ ରହିଛି।

୨୬ରେ ପଶ୍ଚିମ ଓଡ଼ିଶାରେ ଏବଂ ୨୭ରେ ଉତ୍ତର ଓଡ଼ିଶାରେ ତାପମାତ୍ରା ପ୍ରାୟ ୨-୩ ଡିଗ୍ରୀ କମିବ। ହେଲେ ୩ ଦିନ ପରେ ପୁଣି ତାପମାତ୍ରା ବୃଦ୍ଧି ହେବ। ଭୁବନେଶ୍ୱର ଏବଂ ସଂଲଗ୍ନ ଅଞ୍ଚଳରେ ୨୬ ତାରିଖ (ଶୁକ୍ରବାର) ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ। ୨୭ରୁ ୨୯ ମଧ୍ୟରେ ୩୯-୪୦ ଡିଗ୍ରୀ ୩୦ରୁ ୧ ଜୁନ ପ୍ରାୟ ୩୮ ଡିଗ୍ରୀ ଓ ୨ ଜୁନ୍‌‌ରୁ ପୁଣି ୪୦ ଡିଗ୍ରୀ ଅତିକ୍ରମ କରିବ। ଆଭ୍ୟନ୍ତରୀଣ କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ଗରମରୁ ନିସ୍ତାର ନ ଥିବା ବେଳେ ୨୭ ଓ ୨୮ରେ ସାମାନ୍ୟ କମି ପୁଣି ବଢ଼଼ିବ। ୨୬ରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବା ବେଳେ କେନ୍ଦ୍ରୀୟ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ସେହି ସମୟରେ କୁଆପଥ ବର୍ଷା ହୋଇପାରେ। ମୌସୁମୀ ବର୍ତ୍ତମାନ ଦୁର୍ବଳ ରହିଛି।

ଆସନ୍ତା ୫ ଦିନ ମଧ୍ୟରେ ପୂର୍ବ ଏସିଆକୁ ଅଗ୍ରସର ହୋଇପାରୁ ନାହିଁ। ଜୁନ୍‌‌ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଏକ ସିଷ୍ଟମ ସୃଷ୍ଟି ହେବାକୁ ଥିବା ବେଳେ ହୁଏତ ଅବପାତ ସୃଷ୍ଟି ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ବାୟୁମଣ୍ଡଳରେ ଜଳୀୟବାଷ୍ପ ମାତ୍ରା କମିବାରୁ କାଳବୈଶାଖୀ ବର୍ଷା କମିଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ପାଇଁ ତାପମାତ୍ରା ବଢ଼ୁଛି। ଉତ୍ତର ପଶ୍ଚିମ ବାୟୁ ତାପମାତ୍ରାକୁ ଆହୁରି ବଢ଼ାଉଛି। ଗ୍ରୀଷ୍ମ ପ୍ରବାହ ପାଇଁ ଦିନ ୧୧ଟା ଠାରୁ ୩ଟା ଯାଏଁ ଆବଶ୍ୟକତା ନଥିଲେ ଘରୁ ନବାହାରିବାକୁ ଏସ୍‌‌ଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।