2000 Note Exchange - The Sakala

୨୦୦୦ ଟଙ୍କା ବଦଳାଇଦେଲେ ମିଳୁଛି ମଜୁରୀ ! ରିଜର୍ଭ ବ୍ୟାଙ୍କ ସାମ୍ନାରେ ଲାଗିଛି ଲମ୍ବା ଲାଇନ୍‌
ଭୁବନେଶ୍ୱର: ଟଙ୍କା ବଦଳାଇଦେଲେ ମିଳୁଛି ମଜୁରୀ ! ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆରବିଆଇ ଆଗରେ ଲୋକଙ୍କର ଲାଗିଛି ଲମ୍ବା ଲାଇନ୍ । ୨ ହଜାର ଟଙ୍କିଆ ୧୦ ନୋଟ ବଦଳାଇଲେ ଅସଲି ମାଲିକଙ୍କଠାରୁ ମିଳୁଛି ୩୦୦ ଟଙ୍କା ! ଟଙ୍କା ବଦଳାଇଦେଲେ ମଜୁରୀ ମିଳୁଥିବା ନେଇ ସୂଚନା ଦେଇଛନ୍ତି ଲାଇନରେ ଛିଡା ହୋଇଥିବା କିଛି ବ୍ୟକ୍ତି । ନୋଟ୍ ବଦଳ ପାଇଁ ମଜୁରୀ ନେଇ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ସାମ୍ନାରେ ଛିଡ଼ା ହୋଇଛନ୍ତି ଅନେକ ଲୋକ । କିଛି ବ୍ୟବସାୟୀ ଲୋକଙ୍କ ଜରିଆରେ ନୋଟ ବଦଳାଉଥିବା ଜଣାପଡିଛି । ଦୈନିକ ୫୦୦ରୁ ୭୦୦ ଲୋକ ନୋଟ ବଦଳ କରୁଛନ୍ତି । ହେଲେ ଡେଡଲାଇନ ପରେ ବି ଟଙ୍କା ବଦଳକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି ।

ଲମ୍ବା ଲାଇନରେ ଥିବା ଲୋକମାନେ ସାଧାରଣତଃ ଗରିବଗୁରୁବା ବା ମଜଦୁର ଶ୍ରେଣୀର । ଏମାନଙ୍କୁ କମିଶନି ଦେଇ ଲାଇନରେ ଛିଡା କରାଉଥିବା ମାଲିକ କିଏ ? କାହା ଟଙ୍କା ଧରି ଏମାନେ ଉଦୁଉଦିଆ ଖରାରେ ନୋଟ ବଦଳାଇବାକୁ ଲାଇନରେ ଠିଆ ହୋଇଛନ୍ତି ? ରିଜର୍ଭ ବ୍ୟାଙ୍କ ବାରମ୍ବାର ଅପିଲ କରି ଏବଂ ଡେଡଲାଇନ ଘୁଞ୍ଚାଇ ମଧ୍ୟ କାହିଁକି ଏମାନେ ସମୟ ଭିତରେ ଟଙ୍କା ଫେରାଇ ନଥିଲେ । ଅକ୍ଟୋବର ୭ ତାରିଖ ଟଙ୍କା ଫେରାଇବାର ଶେଷ ଡେଡଲାଇନ ଥିଲା । ଏହାପରେ ଦେଶର ୧୯ଟି ଆରବିଆଇରେ ଟଙ୍କା ବଦଳ ପାଇଁ ବ୍ୟବସ୍ଥା କରାଯାଇଛି ।

ଆଜିଠୁ ୨୦୦୦ ଟଙ୍କିଆ ନୋଟ୍‌ ବଦଳ ଆରମ୍ଭ, ଆର୍‌ବିଆଇ ପକ୍ଷରୁ ମାର୍ଗଦର୍ଶିକା ଜାରି
ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ୍‌ର ପ୍ରସାର ବନ୍ଦ ହେବା ପରେ ମଙ୍ଗଳବାରଠାରୁ ଏହାର ବଦଳ ପ୍ରକିୟା ଆରମ୍ଭ ହେଉଛି। ଏହି ନୋଟ୍‌ ବଦଳାଇବା ନେଇ ରହିଥିବା ବିଭିନ୍ନ ନିୟମ ସମ୍ପର୍କରେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମାର୍ଗଦର୍ଶିକା ଜାରି କରାଯାଇଛି। ୨୦୦୦ ଟଙ୍କିଆ ନୋଟ୍‌ ଜମା କରିବା କ୍ଷେତ୍ରରେ କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ। ଜଣେ ଗ୍ରାହକ ନିଜ ଆକାଉଣ୍ଟରେ ଯେତେ ନଗଦ ଚାହିଁବେ ଜମା କରିପାରିବେ। କେବଳ ୫୦ ହଜାର ଟଙ୍କାରୁ ଅଧିକ ଅର୍ଥ ଜମା ଉପରେ ପାନ୍ କାର୍ଡ ଦେବାକୁ ପଡିବ। ତେବେ ୨୦୦୦ ଟଙ୍କିଆ ନୋଟ୍ ବଦଳ କରିବା ଲାଗି ବ୍ୟାଙ୍କରେ ଭିଡ କରନ୍ତୁ ନାହିଁ ବୋଲି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଲୋକଙ୍କୁ ଅପିଲ୍‌ କରିଛନ୍ତି। ସେ କହିଛନ୍ତି ଯେ, ଏଥିପାଇଁ ୪ ମାସ ସମୟ ରହିଛି। ଏଡାଛଡା ଦୈନିକ ଜମା ହେଉଥିବା ୨୦୦୦ ଟଙ୍କିଆ ନୋଟ୍‌ ସମ୍ପର୍କରେ ସବିଶେଷ ତଥ୍ୟ ରଖିବାକୁ ସେ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୦୦ ଟଙ୍କିଆ ନୋଟ୍‌ ବିନିମୟ କରିବା ପାଇଁ ବ୍ୟାଙ୍କଗୁଡିକ ନିୟମ ସ୍ଥିର କରିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦେଇଥିବା ସୂଚନା ଅନୁଯାୟୀ, ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍ ଅଛି ସେମାନେ ବିନା ସ୍ଲିପ୍‌ ଏବଂ ଆଇଡିରେ ବ୍ୟାଙ୍କ ଯାଇ ତାହାକୁ ବିନିମୟ ଏବଂ ଜମା କରିପାରିବେ। ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍‌ ଜମା ଏବଂ ବଦଳ କ୍ଷେତ୍ରରେ କୌଣସି ପ୍ରକାରର କାଗଜପତ୍ର ଆବଶ୍ୟକ ନାହିଁ। ନିକଟତମ ଶାଖା କିମ୍ବା ଅନ୍ୟ କୌଣସି ବ୍ୟାଙ୍କରେ ମଧ୍ୟ ଏହି ନୋଟ୍‌ଗୁଡିକୁ ଆକାଉଣ୍ଟରେ ବିନିମୟ କିମ୍ବା ଜମା କରାଯାଇପାରିବ। ବ୍ୟାଙ୍କରେ ନୋଟ୍ ଜମା କରିବା ଏବଂ ବିନିମୟ ପାଇଁ ପୁରୁଣା ନିୟମ ଲାଗୁ ହେବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। ୨୦୦୦ ଟଙ୍କିଆ ନୋଟ୍‌ ଜମା କରିବାରେ କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ। ବୋଲି ସେ କହିଛନ୍ତି। ଆପଣ ନିଜ ଆକାଉଣ୍ଟରେ ଯେତିକି ନଗଦ ଚାହିଁବେ ଜମା କରିପାରିବେ। ୫୦ ହଜାରରୁ ଅଧିକ ଟଙ୍କା ଜମା ଉପରେ ପାନ୍ କାର୍ଡ ଦେବାକୁ ପଡିବ, ଯେଉଁ ନିୟମ ପୂର୍ବରୁ ବଳବତ୍ତର ଅଛି। ଏହା କେବଳ ୨୦୦୦ ଟଙ୍କିଆ ନୋଟ୍‌ ନୁହେଁ ବରଂ ସମସ୍ତ ବର୍ଗର ନୋଯ କ୍ଷେତ୍ରରେ ପ୍ରଯୁଯ୍ୟ। ଉଲ୍ଲେଖନୀୟ କଥା ହେଉଛି, ଆରବିଆଇ ନିୟମ ଅନୁଯାୟୀ, ବ୍ୟାଙ୍କ ଆକାଉଣ୍ଟରେ ୨୦ ଲକ୍ଷରୁ ଅଧିକ ଟଙ୍କା କିମ୍ବା ଗୋଟିଏ ଆର୍ଥିକବର୍ଷରେ ଦିନକୁ ୫୦,୦୦୦ରୁ ଅଧିକ ଟଙ୍କା ଜମା କିମ୍ବା ଉଠାଣ ପାଇଁ ପାନ୍ ଏବଂ ଆଧାର ଆବଶ୍ୟକ। ୨୦୦୦ ଟଙ୍କିଆ ନୋଟ୍ ବିନିମୟ ଏବଂ ଜମା ଗ୍ରହଣ ପାଇଁ ବ୍ୟାଙ୍କଗୁଡିକରେ ପ୍ରସ୍ତୁତି ଶେଷ ହୋଇଛି। ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ବିନିମୟ ହୋଇ ଜମା କରାଯାଇପାରିବ। ଗୋଟିଏ ଦିନରେ ଜଣେ ୧୦ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ କିମ୍ବା ସର୍ବାଧିକ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ୍‌ ବଦଳ କରିପାରିବେ।

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖିଆଙ୍କୁ ଭେଟିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୁଖ୍ୟମାନଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କକରାଯାଇଥିଲା। ଏଥିରେ ପ୍ରଶାସନ ଏବଂ ନୈତିକତା ଉପରେ ଗୁରୁତ୍ବାରୋପ କରାଯାିଥିଲା। ଏହି ବୈଠକରେ ଆର୍‌ବିଆଇର ଡେପୁଟି ଗଭର୍ଣ୍ଣର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ବ୍ୟାଙ୍କ ନିୟନ୍ତ୍ରଣ ବିଭାଗର ନିରୀକ୍ଷକମାନେ ମଧ୍ୟ ଯୋଗଦେିଥିଷଳ। ଏଥିରେ ଆରବିଆଇ ଗଭର୍ଣ୍ଣର ବ୍ୟାଙ୍କ ବୋର୍ଡଗୁଡିକର ନିର୍ଦ୍ଦେଶକ ମଣ୍ଡଳୀକୁ ସମ୍ବୋଧିତ କରିଥିଲେ। ଶ୍ରୀ ଦାସ ବୈଠକରେ ନିକଟରେ ୨୦୦୦ ଟଙ୍କିଆ ନୋଟ୍‌ ବଦଳ ନେଇ ସରକାର କରିଥିବା କେତେକ ପରିବର୍ତ୍ତନ ଉପରେ ମଧ୍ୟ ଆଲୋଚନା କରିଥିଲେ। ଲୋକମାନେ ୪ ମାସ ମଧ୍ୟରେ ସହଜରେ ପୁରୁଣା ୨୦୦୦ ଟଙ୍କିଆ ନୋଟ ବଦଳାଇପାରିବେ। ଏକ ସମୟରେ ୨୦,୦୦୦ ଟଙ୍କା ମୂଲ୍ୟର ନୋଟ୍‌ ବଦଳାଇବାକୁ ଅନୁମତି ଦିଆଯାଇଛି। ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ୍‌ ବଦଳ କରିପାରିବେ।