Tour Operator - The Sakala

ଭ୍ରମଣ ଅଭିଜ୍ଞତାକୁ ମଧୁର କରିବା ସହ ପର୍ଯ୍ୟଟକଙ୍କୁ ଭିଭିନ୍ନ ସୁବିଧା ଯୋଗାଇବାର ସମସ୍ତ ଦାୟିତ୍ବ ନେଇଛନ୍ତି ‘ଟୁର୍ ଅପରେଟର୍’
ଭୁବନେଶ୍ୱର(ଦତ୍ତାତ୍ରେୟ, ସୁମିତ୍ରା): ପର୍ଯ୍ୟଟନ ଓ ଭ୍ରମଣ କେବଳ ଏକ ଆମୋଦପ୍ରମୋଦର ମାଧ୍ୟମ ନୁହେଁ । କେତେକଙ୍କ ପାଇଁ ଏସବୁ ଜୀବନର ବଡ଼ ସ୍ୱପ୍ନ ମଧ୍ୟ। ସେ ବିଦେଶ ଯିବାର ଝୁଙ୍କ ହେଉ ଅବା ନୂଆ ସ୍ଥାନ ବୁଲିବାର ଅଦମ୍ୟ ଇଚ୍ଛା; ଭ୍ରମଣ ମୋହରୁ ଆମେ କେହି ବାଦ ପଡ଼ିନେ। ଅନେକ ଅଛନ୍ତି, ଆଜୀବନ କେବଳ ଭ୍ରମଣରେ ସମୟ କାଟନ୍ତି। ଭ୍ରମଣ ସେମାନଙ୍କ ପାଇଁ ନିଶା ଓ ପେସା ଉଭୟ। ସେହିଭଳି କେବେ କେବେ ଭ୍ରମଣ କାର୍ଯ୍ୟକ୍ଷେତ୍ରର କ୍ଲାନ୍ତି ମେଣ୍ଟାଏ ତ ଆଉ କେବେ ପାଲଟିଯାଏ ବାଧ୍ୟ ବାଧକତା। ସେ ଯାହା ହେଉନା କାହିଁକି ଭ୍ରମଣ ବେଳେ ଆମେ ସମସ୍ତେ ଚାହାଁନ୍ତି ଗୁଣାତ୍ମକ ସମୟ। ଆପଣମାନଙ୍କର ଏହି ଭ୍ରମଣ ଅଭିଜ୍ଞତାକୁ ମଧୁର କରିବାର ଦାୟିତ୍ବ ନେଇଛନ୍ତି ‘ଟୁର୍ ଅପରେଟର୍’। ଏମାନେ ପର୍ଯ୍ୟଟକଙ୍କ ଯିବା ଆସିବାର ଟିକଟ୍ ବୁକିଂ ଠାରୁ ଆରମ୍ଭ କରି ବିମାନବନ୍ଦରରୁ ସ୍ୱାଗତ କରିବା, ଡେଷ୍ଟିନେସନ୍‌ରେ ପହଞ୍ଚାଇବା ଓ ରହଣୀ ସୁବିଧା ଯୋଗାଇବା ସହ ଖାଦ୍ୟପେୟ, ଗମନାଗମନ ଓ ଭ୍ରମଣ ମଧ୍ୟ କରାଉଛନ୍ତି।

କାହା ପାଇଁ କେଉଁ ଭିସା

ବିଦେଶ ଯାତ୍ରା ପାଇଁ ମିଳୁଥିବା ଭିସା ମୁଖ୍ୟତଃ ୪ ପ୍ରକାରର। ବାଣିଜ୍ୟ ଭିସା, ଫ୍ୟାମିଲି ଭିଜିଟ୍‌‌ ଭିସା, ଟୁରିଷ୍ଟ ଭିସା ଓ ଟ୍ରାନଜିଟ୍‌‌ ଭିସା। ବିଦେଶକୁ ବ୍ୟାପାର ଉଦ୍ଦେଶ୍ୟରେ ଯିବାକୁ ଥିବା ବ୍ୟକ୍ତିମାନେ ବାଣିଜ୍ୟ ଭିସା ବ୍ୟବହାର କରିଥାଆନ୍ତି। ଏହି ଭିସା ପାଇବାକୁ ହେଲେ ବିଦେଶରେ ବ୍ୟାପାର କରୁଥିବାର ପ୍ରମାଣପତ୍ର ଟୁର ଏଜେନ୍ସି ନିକଟରେ ଦାଖଲ କରିବାକୁ ପଡ଼ିବ। ସେହିଭଳି ଆପଣଙ୍କର କେହି ସମ୍ପର୍କୀୟ ବିଦେଶରେ ରହୁଛନ୍ତି ଓ ଆପଣ ସେମାନଙ୍କୁ ଭେଟିବା ଉଦ୍ଦେଶ୍ୟରେ ବିଦେଶ ଯାତ୍ରା କରୁଛନ୍ତି। ଏଭଳି କ୍ଷେତ୍ରରେ ଆପଣଙ୍କୁ ଫ୍ୟାମିଲି ଭିଜିଟ୍‌‌ ଭିସାର ଆବଶ୍ୟକତା ହେବ। ଏହାବ୍ୟତୀତ ସର୍ବାଧିକ ଭିସା ପର୍ଯ୍ୟଟନ ଉଦ୍ଦେଶ୍ୟରେ ପଞ୍ଜିକୃତ ହୋଇଥାଏ। ଏହାକୁ ଟୁରିଷ୍ଟ ଭିସା ବୋଲି କୁହାଯାଏ। ସେହିଭଳି ଏକ ଟ୍ରାନଜିଟ୍‌‌ ଭିସା ମଧ୍ୟ ରହିଛି। ଏହି ଭିସାର ଆବଶ୍ୟକତା କିଛି ସ୍ୱତନ୍ତ୍ର ଦେଶକୁ ଯିବା ବେଳେ ଆବଶ୍ୟକ ହୋଇଥାଏ। ଏସିଆ ମହାଦେଶର କୌଣସି ଦେଶକୁ ଯାତ୍ରା କଲେ ଟ୍ରାନ୍‌ଜିଟ୍‌‌ ଭିସାର ଆବଶ୍ୟକତା ହୋଇ ନ ଥାଏ। ମାତ୍ର ୟୁରୋପୀୟ ଦେଶ ଯେପରିକି ଜର୍ମାନ, ଫ୍ରାନ୍ସ, ବ୍ରିଟେନ୍‌‌ ଓ ଅଧିକାଂଶ ଆମେରିକୀୟ ଦେଶଗୁଡ଼ିକୁ ଯାତ୍ରା କରିବା ବେଳେ ଟ୍ରାନଜିଟ୍‌‌ ଭିସା ହାତରେ ରଖିବାକୁ ପଡ଼େ। ଧରି ନିଅନ୍ତୁ ଆପଣ, ଓଡ଼ିଶାରୁ ଆମେରିକା ଯାତ୍ରା କରୁଛନ୍ତି। ଏଭଳି ସ୍ଥଳେ ଆପଣମାନେ ସିଧାସଳଖ ଆମେରିକା ପହଞ୍ଚିବେ ନାହିଁ। ଏଥିପାଇଁ ଆପଣଙ୍କୁ ଏକ ଟ୍ରାନଜିଟ୍‌ ପରିୟଡ୍‌‌ ଦେଇ ଅତିକ୍ରମ କରିବାକୁ ପଡ଼ିବ। ସେଥିପାଇଁ ଆପଣ ପ୍ରଥମେ ସିଙ୍ଗାପୁରରେ ଅଟକି ସେଠାରୁ ଆମେରିକା ଯାତ୍ରା କରିବେ। ଟ୍ରାନଜିଟ୍‌‌ ପିରିୟଡ୍‌‌ରେ ଆପଣଙ୍କୁ ୮ରୁ ୧୦ ଘଣ୍ଟା ଅଟକିବାକୁ ପଡ଼ିପାରେ। ଏଭଳି ସ୍ଥଳେ ଆପଣଙ୍କ ନିକଟରେ ଟ୍ରାନଜିଟ୍‌‌ ଭିସା ରହିବା ଏକାନ୍ତ ଆବଶ୍ୟକ।

୫ ଲକ୍ଷ ର ଷ୍ଟଲ୍‌ ମିଳୁଛି ୫ ହଜାରରେ

ରାଜ୍ୟ ପର୍ଯ୍ୟଟନ ବିଭାଗ ଟୁର୍‌‌ ଏଜେନ୍ସିଗୁଡ଼ିକ ପାଇଁ ଭିତ୍ତିଭୂମି ବିକାଶରେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ବିଦେଶୀ ପର୍ଯ୍ୟଟକ ରାଜ୍ୟକୁ ଆସିଲେ ପାନ୍ଥନିବାସ ଓ ଯାତ୍ରୀକା ଭଳି ସରକାରୀ ଆବାସରେ ରହିପାରୁଛନ୍ତି। ଇକୋ ଡେଷ୍ଟିନେସନ୍‌‌ ବୁକ୍‌‌ କରି ସେଠାରେ ଉଭୟ ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପରେ ଆତିଥ୍ୟର ମଜା ଉଠାଇପାରୁଛନ୍ତି। ସେହିଭଳି ଟୁର୍‌‌ ଅପରେଟରମାନଙ୍କୁ ବୁକିଂ ବାବଦରେ ୫ରୁ ୧୦ ପ୍ରତିଶତ ଅର୍ଥ ପ୍ରଦାନ କରାଯାଉଛି। ରାଜ୍ୟରେ ଭିତ୍ତିଭୂମିର କ୍ରମବିକାଶ ଟୁର୍‌‌ ଏଜେନ୍ସିଗୁଡ଼ିକୁ ଅଧିକ ସକ୍ରିୟ କରିପାରିଛି ବୋଲି ଏଜେନ୍ସି ମାଲିକମାନେ କହିଛନ୍ତି। ସେହିଭଳି ରାଜ୍ୟ ତଥା ଦେଶ ବାହାରରେ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଓ ଟୁର୍‌‌ ଏଜେନ୍ସିକୁ ପ୍ରୋତ୍ସାହିତ କରିବାରେ ଓଡ଼ିଶା ସରକାର କୌଣସି ସୁଯୋଗ ହାତ ଛଡ଼ା କରିନାହାନ୍ତି। ବିଶେଷକରି ରାଜ୍ୟ ପର୍ଯ୍ୟଟନ ବିଭାଗ ଦେଶ ଓ ବିଦେଶରେ ଅଧିକାଂଶ ପର୍ଯ୍ୟଟନ ବଜାର ଓ ମେଳାରେ ସାମିଲ ହେଉଥିବା ବେଳେ ସେଠାରେ ଓଡ଼ିଶାର ଟୁର୍‌‌ ଅପରେଟର୍‌ଙ୍କୁ ସ୍ଥାନ ଦିଆଯାଉଛି। ଓଡ଼ିଶାକୁ ମିଳୁଥିବା ଷ୍ଟଲରେ ୧୦ରୁ ଊର୍ଦ୍ଧ୍ବ ଟୁର୍‌‌ ଏଜେନ୍ସିମାନଙ୍କୁ ସାମିଲ କରାଯାଉଛି। ଫଳରେ ଓଡ଼ିଶାକୁ ଆସିଲେ ସେମାନେ କେଉଁ ଭଳି ଆତିଥ୍ୟ ପ୍ରଦାନ କରିବେ ସେ ସମ୍ପର୍କରେ ଏଠାରେ ବୁଝାଉଛନ୍ତି। ସେହିଭଳି ଜାତୀୟସ୍ତରରେ ହେଉଥିବା ପର୍ଯ୍ୟଟନ ମେଳା ଓ ସମ୍ମିଳନୀରେ ଷ୍ଟଲ୍‌‌ ପକାଇବାକୁ ହେଲେ ଅତିକମ୍‌‌ରେ ୧ ଲକ୍ଷ ଟଙ୍କା ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟନ ମେଳାରେ ୪ ଲକ୍ଷ ଟଙ୍କା ଦେବାକୁ ପଡ଼ୁଛି। ଓଡ଼ିଶା ସରକାର ମାତ୍ର ୪ରୁ ୫ ହଜାର ଟଙ୍କାରେ ଆମକୁ ଏହି ସୁବିଧା ଯୋଗାଇ ଦେଉଛନ୍ତି ବୋଲି ଟୁର୍‌‌ ଅପରେଟର୍‌‌ମାନେ କହିଛନ୍ତି।

ଟ୍ରାଇବାଲ୍‌‌ ଟୁର‌‌ରେ କଟକଣା

ରାଜ୍ୟକୁ ଆସୁଥିବା ଯାତ୍ରୀ ଓ ରାଜ୍ୟ ବାହାରକୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ସରକାର ଏକ ନିର୍ଦ୍ଦେଶନାମା ପ୍ରସ୍ତୁତ କରନ୍ତି। କିଛି ଦେଶରେ ଏହି କଟକଣା କଡ଼ାକଡ଼ି ଭାବେ ପାଳନ ହେଉଥିବା ବେଳେ କିଛି ଦେଶର ହାଲୁକା କଟକଣା ରହିଥାଏ। ଯେପରିକି କୁଏତ, ବାହାରିନ୍‌‌, ସାଉଦି ଆରବ ଭଳି ଆରବୀୟ‌ ଦେଶଗୁଡ଼ିକ ସମେତ ୟୁରୋପୀୟ ଦେଶରେ କଟକଣା ଅଧିକ ରହିଛି। ବିଶେଷ କରି କେଉଁ କେଉଁ ସ୍ଥଳକୁ ଯାତ୍ରା କରାଯାଇପାରିବ ଓ କେଉଁ ସ୍ଥାନକୁ ପର୍ଯ୍ୟଟକମାନେ ଯାଇପାରିବେ ସେନେଇ ଏକ ତାଲିକା ଟୁର୍‌‌ ଅପରେଟର୍‌‌ମାନଙ୍କ ପାଖରେ ରହିଛି। ଯେପରି ବିଦେଶୀମାନେ ଓଡ଼ିଶା ଗସ୍ତରେ ଆସିଲେ ସେମାନଙ୍କ ଆଦିବାସୀ ଅଞ୍ଚଳକୁ ଯାତ୍ରା କରିପାରିବେ ମାତ୍ର ଏହି କ୍ଷେତ୍ରରେ ସେମାନଙ୍କ ଉପରେ ବଡ଼ ଧରଣ କଟକଣା ରହିବ। ପ୍ରାଚୀନ ସମ୍ପ୍ରଦାୟର ଆଦିବାସୀ ଅଞ୍ଚଳର ଫଟୋ ଉଠାଇବାକୁ ବିଦେଶୀ ପର୍ଯ୍ୟଟକମାନଙ୍କୁ ଅନୁମତି ନ ଥାଏ। ସେହିଭଳି କେତେକ ଆଦିମ ଆଦିବାସୀ ଅଞ୍ଚଳକୁ ପ୍ରବେଶରେ କଟକଣା ରହିଛି। ତେବେ ଏଭଳି ଗସ୍ତ ପୂର୍ବରୁ ପୁଲିସ ସହ ଯୋଗାଯୋଗ ବାଧ୍ୟତାମୂଳକ। ପୁଲିସକୁ ନ ଜଣାଇ ଏଭଳି ଅଞ୍ଚଳକୁ ଯାଇ ହେବ ନାହିଁ। ସେହିଭଳି ଅନେକ ହିନ୍ଦୁ ମନ୍ଦିରରେ ଅଣହିନ୍ଦୁମାନଙ୍କ ପ୍ରବେଶ ନ ଥିବା ହେତୁ ଟୁର୍‌‌ ଏଜେନ୍ସିର ଏଜେଣ୍ଟଙ୍କ ବିନା ଅନୁମତରେ ବିଦେଶୀ ଯାତ୍ରୀମାନେ କୌଣସି ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ସେହିଭଳି ଦେଶ ବାହାରକୁ ଯାଉଥିବା ଓଡ଼ିଆ ଲୋକଙ୍କୁ ମଧ୍ୟ ସମ୍ପୃକ୍ତ ଦେଶର ଆଇନକାନୁନ ସମ୍ପର୍କରେ ଅବଗତ କରାଇ ଦିଆଯାଏ। ସେଥିରେ ବ୍ୟତିକ୍ରମ ହେଲେ ଟୁର୍‌‌ ଅପରଟେର୍‌‌ଙ୍କୁ ତଣ୍ଡ ଗଣିବାକୁ ପଡ଼େ। ଯେପରିକି ସାଉଦି ଆରବରେ ଥିବାବେଳେ ଆପଣମାନେ ମଦ୍ୟପାନ କରିପାରିବେ ନାହିଁ। ଏଭଳି କରୁଥିବାର ଧରା ପଡ଼ିଲେ ଆପଣଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହେବ। ଏଣୁ ଯାତ୍ରା ପୂର୍ବରୁ ଏ ସମ୍ପର୍କୀୟ ସୂଚନା ଇଣ୍ଟରନେଟ୍‌‌ରୁ ନେବା ପରିବର୍ତ୍ତେ ଟୁର୍‌‌ ଅପରେଟର୍‌‌ଙ୍କଠାରୁ ନେବା ଶ୍ରେୟସ୍କର। l

ସକ୍ରିୟ ୯୫ ଟୁର୍‌‌ ଅପରେଟର୍‌‌

ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ୯୫ଟି ଟୁର୍‌‌ ଅପରେଟର୍‌ଙ୍କୁ ସାମିଲ କରାଯାଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ଟୁରିଜିମ୍‌ ସାଇଟ୍‌କୁ ଯାଇ ଯେ କେହି ଏହି ଟୁର୍‌‌ ଅପରଟେର୍‌‌ଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧାର ଲାଭ ଉଠାଇପାରିବେ। ସରକାରୀସ୍ତରରେ ପଞ୍ଜିକୃତ ହୋଇଥିବା ହେତୁ ପର୍ଯ୍ୟଟକମାନେ ସହଜରେ ବିଶ୍ୱାସକୁ ନେଇ ପାରିବେ। ଟୁର୍‌‌ ଅପରେଟର୍‌ଙ୍କ ସମ୍ପର୍କିତ କୌଣସି ସମସ୍ୟା ଦେଖା ଦେଲେ କିମ୍ବା କେହି ଠକାମୀରେ ପଡ଼ୁଥିବା ଅନୁଭବ କଲେ ସିଧାସଳଖ ଭାବେ ପର୍ଯ୍ୟଟନ ବିଭାଗର ଟୋଲ୍‌‌ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ। ବିଶେଷକରି ଟୁର୍‌‌ ଅପରେଟର୍‌‌ମାନଙ୍କର ସ୍ୱତନ୍ତ୍ର ପ୍ଲାନ୍‌‌ ଓ ପ୍ୟାକେଜ୍‌‌ ରହିଛି। ପର୍ଯ୍ୟଟକମାନେ ଏହାର ସୁବିଧା ଉଠାଇ ପାରିବେ। ଅନ୍ୟପକ୍ଷରେ ଟୁର୍‌‌ ଅପରେଟର୍‌‌ଙ୍କ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ହୋଟେଲ ରହଣି, ଖାଦ୍ୟପେୟ ଓ ଆତିଥ୍ୟ ନେଇପାରିବେ। ପର୍ଯ୍ୟଟକ ଚାହିଁଲେ ସିଧାସଳଖ ଭାବେ ବିଭାଗର ୱେବସାଇଟ୍‌‌ରେ ମଧ୍ୟ ବୁକିଂ କରିପାରିବେ। l

ଆତିଥ୍ୟକୁ ଗୁରୁତ୍ୱ

ଯେଉଁମାନେ ଓଡ଼ିଶା ବାହାରୁ କିମ୍ବା ଭାରତ ବାହାରୁ ଓଡ଼ିଶା ଭ୍ରମଣ ପାଇଁ ଆସୁଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିଛି। ବିଶେଷକରି ଯେଉଁମାନେ କେବଳ ଓଡ଼ିଶାକୁ ଆସୁଛନ୍ତି ସେମାନଙ୍କୁ ସାମନ୍ତରାପୁରଠାରେ ରହିଥିବା ବେଷ୍ଟ ଚଏସ୍‌‌ ହଲିଡେ ଟ୍ରାଭେଲସ୍‌‌ ପକ୍ଷରୁ ଆତିଥ୍ୟକୁ ଗୁରୁତ୍ୱ ଦିଆଯାଇ ସେମାନଙ୍କୁ ସ୍ୱାଗତ କରାଯାଉଛି। ପ୍ରଥମେ ବିମାନ ଯୋଗେ ଆସୁଥିବା ପର୍ଯ୍ୟଟକଙ୍କୁ ପାରମ୍ପରିକ ସ୍ୱାଗତ କରାଯାଇଥାଏ। ବିମାନ ବନ୍ଦରରେ ସ୍ୱାଗତ ପାଇଁ ମହିଳାମାନେ ଓଡ଼ିଶାର ପାରମ୍ପରିକ ବେଶରେ ହାତରେ ଫୁଲ ଓ ଚନ୍ଦନ ଦେଇ ବନ୍ଦାପନା କରିଥାନ୍ତି। ଏହାସହ ହୋଟେଲ ଗୁଡ଼ିକରେ ପ୍ରବେଶ ସମୟରେ ମଧ୍ୟ ସମାନ ଭାବେ ସ୍ୱାଗତ କରାଯାଇଥାଏ। ଏଥିପାଇଁ ବିଭିନ୍ନ ହୋଟେଲ ସହ ସମନ୍ୱୟ ରକ୍ଷା କରି ଏହାକୁ ତ୍ୱରାନ୍ୱିତ କରିଥାନ୍ତି ଟ୍ରାଭେଲ ଏଜେନ୍ସି ସଂସ୍ଥା। ଏହାଦ୍ୱାରା ପର୍ଯ୍ୟଟକମାନେ ବାରମ୍ବାର ଓଡ଼ିଶା ଆସିବାକୁ ଭଲ ପାଇବେ ବୋଲି ସଂସ୍ଥା ପକ୍ଷରୁ ମନୋରଞ୍ଜନ ମହାରଣା କହିଛନ୍ତି। ଲ

ଭିସା, ପାସ୍‌ପୋର୍ଟ ପାଇଁ ଚିନ୍ତା ନାହିଁ

ଯେଉଁମାନଙ୍କର ଭିସା ନ ଥିବ କିମ୍ବା ଭିସା ଓ ପାସ୍‌ପୋର୍ଟ ଆବେଦନ ପାଇଁ କମ୍‌ ସମୟ ଥିବ ସେମାନଙ୍କ ପାଇଁ ସଂସ୍ଥା ପକ୍ଷରୁ ପାସ୍‌‌ପୋର୍ଟ ଏବଂ ଭିସା ପ୍ରସ୍ତୁତ କରାଯାଇ ଟିକଟ୍‌‌ ମଧ୍ୟ ବୁକିଂ କରାଯାଇପାରିବ। ଏହାସହିତ ଡେଷ୍ଟିନେସନ୍‌‌, ନିଜ ଇଚ୍ଛା ମୁତାବକ ରେସ୍ତୋରାଁ, ହୋଟେଲ, ମନପସନ୍ଦ ଖାଦ୍ୟ, ପର୍ଯ୍ୟଟନ ସ୍ଥାନ ଆଦି ଟ୍ରାଭେଲ୍‌ ଚାର୍ଟରେ ଉଲ୍ଲେଖ ରହିଥାଏ। ପୂର୍ବରୁ ବିଭିନ୍ନ କଷ୍ଟମର୍‌ଙ୍କ ଯାତ୍ରା ସମ୍ପର୍କିତ ଏକ ଚାର୍ଟ ପ୍ରସ୍ତୁତ କରାଯାଇଥାଏ। ସେହି ମୁତାବକ ସେମାନେ ଭ୍ରମଣ କରିପାରିବେ। ଯଦି କୌଣସି ପର୍ଯ୍ୟଟକ ବିଳାସପୂର୍ଣ୍ଣ ଗାଡ଼ି ବ୍ୟବହାର କରିବାକୁ ଚାହିଁବେ ତାହା ମଧ୍ୟ ଯୋଗାଇ ଦିଆଯିବ, ଏଥିପାଇଁ ମଧ୍ୟ ପୂର୍ବରୁ ସୂଚନା ଦିଆଯିବା ଆବଶ୍ୟକ। ତେଣୁ କେବଳ ଟଙ୍କା ଦେଇ ଡେଷ୍ଟିନେସନ୍‌‌ ସ୍ଥିର କରିବା ପରବର୍ତ୍ତୀ ସମସ୍ତ ଦାୟିତ୍ବ ସଂସ୍ଥା ପକ୍ଷରୁ ନିଆଯାଇଥାଏ ବୋଲି ଓଡ଼ିଶା ହଲିଡେ ପ୍ଲାନର୍‌‌ ପକ୍ଷରୁ କୁହାଯାଇଛି। l

ଚାହିଦାରେ ଇକୋ ପ୍ୟାକେଜ୍‌

ଆପଣ ବୁଲିବାକୁ ଆସନ୍ତୁ ଅଥବା ବୁଲିବାକୁ ଯାଆନ୍ତୁ; ଉଭୟ କ୍ଷେତ୍ରରେ ଟୁର୍‌‌ ଅପରେଟର୍‌‌ମାନେ ଆପଣଙ୍କୁ ଆକର୍ଷଣୀୟ ପ୍ୟାକେଜ୍‌ ଅଫର୍‌ କରିବେ। ସାଧାରଣ ପ୍ୟାକେଜ୍‌ଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ପ୍ୟାକେଜ୍‌ ପର୍ଯ୍ୟନ୍ତ ସବୁ ପ୍ରକାରର ସେବା ଟୁର୍‌‌ ଅପରେଟର୍‌ମାନଙ୍କ ପାଖରେ ଉପଲବ୍ଧ। ଆପଣ ନିଜ ଇଚ୍ଛାରେ ତାରକା କିମ୍ବା ଅଣତାରକା ହୋଟେଲକୁ ବାଛିପାରିବେ। ଆପଣଙ୍କ ଫୁଡ୍‌‌ ମେନ୍ୟୁଠାରୁ ଆରମ୍ଭ କରି ଡେଷ୍ଟିନେସନ୍‌‌ କଷ୍ଟମାଇଜେସନ୍‌‌ ଭଳି ସୁବିଧା ମଧ୍ୟ ଟୁର୍‌‌ ଅପରେଟର୍‌‌ମାନେ ଯୋଗାଇ ଦେବେ। ସେହିଭଳି ଆପଣ ଚାହିଁଲେ ବିଳାସପୂର୍ଣ୍ଣ ଚାରିଚକିଆ ଯାନରେ ମଧ୍ୟ ବୁଲିପାରିବେ। ଡେଷ୍ଟିନେସନ୍‌‌ ପ୍ୟାକେଜରେ ଆପଣ ଅତିକମ୍‌‌ରେ ୫ରୁ ୬ଟି ପ୍ରମୁଖ ସ୍ଥାନ ପାଇବେ। ସେହିଭଳି ଇକୋ ଡେଷ୍ଟିନେସନ୍‌‌, ହେରିଟେଜ୍‌‌ ଡେଷ୍ଟିନେସନ୍‌‌ ଓ ରିଲିଜିଅସ ଡେଷ୍ଟିନେସନ୍‌‌ ଭଳି ଭିନ୍ନ ଭିନ୍ନ ପ୍ୟାକେଜ ମଧ୍ୟ ଉପଲବ୍ଧ ରହିଛି। ଏସବୁର ସୁବିଧା ଆପଣଙ୍କୁ ସୁଲଭ ଦରରେ ଏକ ସୁଖଦ ଅନୁଭୂତି ଦେବ। ସମ୍ପ୍ରତି ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକମାନେ ଇକୋ ପ୍ୟାକେଜକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି। ପରିବେଶ ପର୍ଯ୍ୟଟନର ମଜା ନେବାକୁ ବିଦେଶୀମାନଙ୍କ ଆଗ୍ରହ ବଢ଼଼ିଛି। ଲ

ଗଲ୍ଫରାଷ୍ଟ୍ର‌କୁ ବେଆଇନ ଯାତ୍ରା

ଉପସାଗରୀୟ ଦେଶଗୁଡ଼ିକ ଅପେକ୍ଷାକୃତ ଭାବେ ଧନୀ ଦେଶ ଭାବେ ଜଣାଶୁଣା। ଏଭଳି ସ୍ଥଳେ ଓଡ଼ିଶାର ଅଣକୁଶଳୀ ଓ କୁଶଳୀ ଶ୍ରମିକମାନେ ବେଆଇନ ପଦ୍ଧତିରେ ଉପସାଗରୀୟ ଦେଶଗୁଡ଼ିକୁ ଯାତ୍ରା କରିବାକୁ ଉଦ୍ୟମ କରନ୍ତି। ଏଭଳି ମାମଲା ଅନେକ ଥର ଦେଖାଗଲାଣି। ସାଧାରଣତଃ ଚାକିରି ଉଦ୍ଦେଶ୍ୟରେ ଉପସାଗରୀୟ ଦେଶଗୁଡ଼ିକୁ ଯିବାକୁ ଚାହୁଁଥିବା ବ୍ୟକ୍ତିବିଶେଷମାନଙ୍କୁ ଆରବୀୟ ଦେଶର କର୍ମଚାରୀ ଭିସା ଆଣିବାକୁ ପଡ଼ିବ। ସେହିଭଳି ଏହି ଭିସା ଉପସାଗରୀୟ କମ୍ପାନୀରେ ନିଯୁକ୍ତିପତ୍ରର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ମାତ୍ର ଅନେକ ଯୁବଗୋଷ୍ଠୀ ଟୁଟିଷ୍ଟ ଭିସା ନେଇ ଉପସାଗରୀୟ ଦେଶଗୁଡ଼ିକୁ ବେଆଇନ ଭାବେ ଯାଇ ସେଠାରେ ନିଯୁକ୍ତି ଖୋଜୁଥିବା ଦେଖିବାକୁ ମିଳୁଛି। ଟୁରିଷ୍ଟ ଭିସା କରିବା ବେଳେ ଉଭୟ ଗମନ ଓ ଆଗମନର ଟିକଟ୍‌‌ କରିବାକୁ ପଡ଼େ। ସୁରକ୍ଷା କର୍ମୀଙ୍କଠାରୁ ଧରା ପଡ଼ିବା ଭୟରେ ଯାତ୍ରୀ ଉଭୟ ଗମନ ଓ ଆଗମନର ଟିକେଟ୍‌‌ କରୁଥିଲେ ମଧ୍ୟ ଉପସାଗରୀୟ ରାଷ୍ଟ୍ରଗୁଡ଼ିକରୁ ଫେରୁନାହାନ୍ତି। ଫଳରେ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ‌ରେ ଏଭଳି ବ୍ୟକ୍ତିବିଶେଷଙ୍କୁ ବେଆଇନ ଅନୁପ୍ରବେଶକାରୀ ଭାବେ ଚିହ୍ନଟ କରାଯାଉଛି। ଏଭଳି ସ୍ଥଳେ ଯାତ୍ରୀମାନଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ୁଥିବା ବେଳେ ଟୁର୍‌‌ ଏଜେଣ୍ଟମାନେ ମୋଟା ଅଙ୍କର ଜରିମାନା ଦେଉଛନ୍ତି। କେତେକ କ୍ଷେତ୍ରରେ ସମ୍ପୃକ୍ତ ଟୁର୍‌‌ ଅପରେଟରମାନଙ୍କୁ କଳା ତାଲିକାଭୁକ୍ତ‌ ମଧ୍ୟ କରି ଦିଆଯାଉଛି। l

ଇଟାଲୀରୁ ସର୍ବାଧିକ ଓଡ଼ିଶା ମୁହାଁ

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ଗତ ୧ ଦଶନ୍ଧି ମଧ୍ୟରେ ବ୍ୟାପକ ଅଭିବୃଦ୍ଧି ଦେଖୁଛି। ସରକାରଙ୍କର କୋହଳ ନୀତି ଓ ପ୍ରୋତ୍ସାହନ ଏହା ପଛର ସବୁଠାରୁ ବଡ଼ କାରଣ ବୋଲି ଟୁର୍‌‌ ଏଜେନ୍ସିମାନେ କହିଛନ୍ତି। ଏଜେନ୍ସି ମାଲିକଙ୍କ କହିବା କଥା ଯେ, ରାଜ୍ୟର ଇକୋ ଡେଷ୍ଟିନେସନ୍‌‌ ଓ ଇକୋ ରିଟ୍ରିଟ୍‌‌ ବିଦେଶୀଙ୍କ ଆଗମନର ମାତ୍ରାକୁ ବଢ଼଼ାଇଛି। ପୂର୍ବରୁ କେବଳ ଐତିହ୍ୟସ୍ଥଳ ଓ ପୁରୀ ଭ୍ରମଣ ଉଦ୍ଦେଶ୍ୟରେ ରାଜ୍ୟ ତଥା ଦେଶ ବାହାରୁ ଲୋକେ ଓଡ଼ିଶା ଆସୁଥିଲେ। ସମ୍ପ୍ରତି ଏହି ଚିତ୍ର ଏବେ ବଦଳିଛି। ଇକୋ ରିଟ୍ରିଟ୍‌‌କୁ ବିଦେଶୀଙ୍କ ଆଗମନ ଉଲ୍ଲେଖଯୋଗ୍ୟ ହୋଇପାରିଛି। ସେହିଭଳି ଇଟାଲୀ, ଫ୍ରାନ୍ସ ଓ ଆମେରିକାର ନାଗରିକମାନେ ଅଧିକାଂଶ ଓଡ଼ିଶା ଭ୍ରମଣରେ ଆସୁଛନ୍ତି। ସେହିଭଳି ଉତ୍ତର ଭାରତର ଗୁଜରାଟ, ରାଜସ୍ଥାନ ଓ ହରିଆଣାର ଲୋକେ ସର୍ବାଧିକ ଓଡ଼ିଶାକୁ ବୁଲିବାକୁ ଆସୁଛନ୍ତି। ଇଟାଲୀର ପର୍ଯ୍ୟଟକମାନେ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସୁଥିବା ବେଳେ ଆମେରିକୀୟମାନେ ଅନେକ ପ୍ରକାର ଅନୁସନ୍ଧାନ କାମ ନେଇ ଓଡ଼ିଶା ଆସୁଛନ୍ତି ବୋଲି ଟୁର୍‌‌ ଏଜେନ୍ସି ମାଲିକ ପ୍ରଦୀପ କୁମାର ଶର୍ମା କହିଛନ୍ତି। ଲ

ସୁରକ୍ଷିତ ଯାତ୍ରା ପାଇଁ ସ୍ୱତନ୍ତ୍ର ନିୟମ

ପର୍ଯ୍ୟଟକଙ୍କୁ ବିମାନ, ଜାହାଜ ଏବଂ ବାଏ ରୋଡ୍‌ରେ ଯାତ୍ରା କରିବାକୁ ମଧ୍ୟ ରହିଛି ସମାନ ସୁବିଧା ଓ ନିୟମ। ଜଳପଥ ବା କ୍ରୁଜ୍‌‌ ମାଧ୍ୟମରେ ବିଦେଶ ଯାତ୍ରା ପାଇଁ ପର୍ଯ୍ୟଟକଙ୍କୁ ପ୍ରଥମେ ଟିକଟ୍‌‌ ବୁକିଂ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟସ୍‌‌ ନିହାତି ଜରୁରୀ ହୋଇଥାଏ। ଆଧାର କାର୍ଡ, ପ୍ୟାନ୍‌‌ କାର୍ଡ, ଫଟୋ, ବର୍ତ୍ତମାନ ଠିକଣା ଓ ସ୍ଥାୟୀ ଠିକଣାର ପ୍ରମାଣ ସମେତ ପାସ୍‌ପୋର୍ଟ, ଭିସା ଆଦି ବାଧ୍ୟତାମୂଳକ ହୋଇଥାଏ। ଜଳପଥରେ ଯିବାକୁ ହେଲେ ପ୍ରଥମେ ମୁମ୍ବଇ ଅଭିମୁଖେ ଯାତ୍ରା ପରେ ସେଠାରୁ କ୍ରୁଜ୍‌‌ ମାଧ୍ୟମରେ ଯାତ୍ରା ଆରମ୍ଭ ହୋଇଥାଏ। ଏହି ସମୟରେ ପର୍ଯ୍ୟଟକଙ୍କ ସୁରକ୍ଷା ଦିଗରେ ସଂସ୍ଥା ପକ୍ଷରୁ ସମସ୍ତ ଦାୟିତ୍ୱ ନିଆଯାଇଥାଏ। ଏଥିପାଇଁ ପୂର୍ବରୁ ଡେଷ୍ଟିନେସନ୍‌‌ ଦେଶର ଟୁରିଷ୍ଟ ଅଫିସର୍‌ଙ୍କଠାରୁ ଆରମ୍ଭ କରି ହୋଟେଲ୍‌, ଟ୍ରାଭେଲ୍‌ ଏଜେନ୍ସି, ପର୍ଯ୍ୟଟନ ବିଭାଗ ଓ ସୁରକ୍ଷାକର୍ମୀଙ୍କ ସହ ସମନ୍ୱୟ ରକ୍ଷା କରାଯାଇଥାଏ। ଫଳରେ ପର୍ଯ୍ୟଟକମାନେ ସୁରକ୍ଷିତ ଭାବେ ଯିବା ଆସିବା କରିଥାନ୍ତି। ଯଦି ପର୍ଯ୍ୟଟକ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ତେବେ ତୁରନ୍ତ ସେମାନଙ୍କ ପାଇଁ ସେଠାକାର ଗାର୍ଡ ଏଜେନ୍ସିଙ୍କୁ ଜଣାଇଥାନ୍ତି। ତା’ପରେ ସେମାନେ ସେଠାକାର ପର୍ଯ୍ୟଟନ ବିଭାଗ ଓ ପୁଲିସଙ୍କୁ ଅବଗତ କରିବା ପରେ ସମସ୍ୟାର ସମାଧାନ ହୋଇଥାଏ। ଏ ସମ୍ପର୍କରେ ସେମାନେ ଓଡ଼ିଶା ଏଜେନ୍ସିକୁ ମଧ୍ୟ ଖବର ଦେବା ସହ ପର୍ଯ୍ୟଟକଙ୍କୁ ସୁବିଧାରେ ପହଞ୍ଚାଇବାକୁ ବନ୍ଦୋବସ୍ତ କରିଥାନ୍ତି। ସେହିପରି ଏଥିରେ ଠକାମିର ଶିକାର ନ ହେବାକୁ ସମସ୍ତ ଡକ୍ୟୁମେଣ୍ଟର ମଧ୍ୟ ପ୍ରାଥମିକ ପର୍ଯ୍ୟାୟରୁ ତନ୍ନତନ୍ନ ଯାଞ୍ଚ କରାଯାଇଥାଏ। ଯେଉଁ ଡକ୍ୟୁମେଣ୍ଟରେ ସନ୍ଦେହ ଆସେ, ତୁରନ୍ତ ସେଗୁଡ଼ିକ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବାର ମଧ୍ୟ ନିୟମ ରହିଛି। l

ବଢ଼ୁଛି କ୍ରୁଜ୍‌ର କ୍ରେଜ୍‌‌

ବର୍ତ୍ତମାନ ଓଡ଼ିଶାର ପର୍ଯ୍ୟଟକମାନେ ବିଦେଶଯାତ୍ରା କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏଥିପାଇଁ ପୂର୍ବରୁ ବିମାନ ଯୋଗେ ଯାତାୟାତ କରୁଥିବା ବେଳେ ଏବେ ପର୍ଯ୍ୟଟକଙ୍କ ରୁଚିରେ ପରିବର୍ତ୍ତନ ଦେଖା ଦେଇଛି। ଜଳପଥ ଦେଇ ବା କ୍ରୁଜ୍‌‌ ମାଧ୍ୟମରେ ଯାତ୍ରା କରିବାକୁ ଅଧିକ ଲୋକେ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ତେବେ ରାଜ୍ୟ ବାହାର ହେଉ ଅବା ଦେଶ ବାହାରକୁ ଜଳପଥରେ ଯାତ୍ରା କରିବାର ନିଆରା ଅନୁଭୂତି ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ରାଜଧାନୀର ଟୁର୍‌‌ ଆ‌ଣ୍ଡ ଟ୍ରାଭେଲ ଏଜେନ୍ସି ସଂସ୍ଥା। ଏଥିପାଇଁ ବାଏ ରୋଡ୍‌, ବାଏ ଏୟାର୍‌ ଏବଂ କ୍ରୁଜ୍‌‌ ମାଧ୍ୟମରେ ଯାତାୟାତର ସୁବିଧା ରହିଛି। ବର୍ତ୍ତମାନ ଅଧିକ ପର୍ଯ୍ୟଟକ କ୍ରୁଜ୍‌‌ ଯୋଗେ ଯାତ୍ରା କରିବାକୁ ଆଗ୍ରହୀ ଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ଜଳ, ସ୍ଥଳ ଓ ଆକାଶ ପଥରେ ଯାତାୟାତର ନିଆରା ଅନୁଭୂତିକୁ ସାଉଁଟିବାର ସୁଯୋଗ ପାଉଛନ୍ତି ପର୍ଯ୍ୟଟକ। ବିଭିନ୍ନ ପ୍ୟାକେଜ୍‌ର ଭିନ୍ନ ଭିନ୍ନ ଦର ମଧ୍ୟ ଧାର୍ଯ୍ୟ କରାଯାଇଛି। ଭାରତ ମଧ୍ୟରେ ଗୋଆ, ଲାକ୍ଷାଦ୍ୱୀପ, ଆସାମ, ଅମରନାଥ, ବଦ୍ରିନାଥ, କେଦାରନାଥ ଆଦି ଚାରିଧାମ ସମେତ ଭିଏମତନାମ୍‌‌, ଶ୍ରୀଲଙ୍କା ଆଦି ବୁଲିବାକୁ ଅଧିକ ପର୍ଯ୍ୟଟକ ଯାଉଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ସେହିପରି ଦେଶ ବାହାରକୁ ଯିବାକୁ ହେଲେ ମୁମ୍ବାଇରୁ କ୍ରୁଜ୍‌‌ ବା ଜାହାଜ ଯୋଗେ ନିଜ ଡେ୍ଷ୍ଟିନେସନ୍‌କୁ ଯାଇଥାନ୍ତି ପର୍ଯ୍ୟଟକ। ଏଥିପାଇଁ ମଧ୍ୟ ବିମାନ ଭଳି ସମସ୍ତ ନିୟମ ରହିଛି।