G-7 Summit - The Sakala

ରୁଷ ବିରୋଧୀ ଆଭିମୁଖ୍ୟ ରଖି ଶେଷହେଲା ଜି-୭ ସମ୍ମିଳନୀ: ରୁଷିଆ ସମ୍ପତ୍ତିରେ ପୁନର୍ବିନ୍ୟାସ ହେବ ୟୁକ୍ରେନ
ରୋମ୍‌: ଇଟାଲୀରେ ଜୁନ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିବା ଜି-୭ ରାଷ୍ଟ୍ର ଗୋଷ୍ଠୀ ସମ୍ମିଳନୀ ଶନିବାର ଶେଷ ହୋଇଛି। ଏହି ସମ୍ମିଳନୀରେ ଆୟୋଜକ ଇଟାଲୀ ବ୍ୟତୀତ ବ୍ରିଟେନ,କାନାଡା, ଆମେରିକା,ଫ୍ରାନ୍ସ, ଜର୍ମାନୀ ଏବଂ ଜାପାନ ଭଳି ବିଶ୍ବର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ଯୋଗ ଦେଇଥିଲା ବେଳେ ମୁଖ୍ୟତଃ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ସବିଶେଷ ଆଲୋଚନା ହୋଇଥିଲା। ଏହିକ୍ରମରେ ରୁଷ ବିରୋଧୀ ଆଭିମୁଖ୍ୟ ରଖି ସବୁ ସଦସ୍ୟ ରାଷ୍ଟ୍ର ୟୁକ୍ରେନକୁ କିଭଳି ସହାୟତା ଯୋଗାଇ ଦିଆଯିବ ସେନେଇ ଆଲୋଚନା କରିଥିଲେ।

ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୟୁକ୍ରେନକୁ ରୁଷ ବିରୋଧରେ ଯୁଦ୍ଧ ଜାରି ରଖିବା ଉଦ୍ଦେଶ୍ୟରେ ବିପୁଳ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସବୁ ସଦସ୍ୟ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି। ୟୁକ୍ରେନକୁ ୫୦ ବିଲିୟନ ଡଲାର( ପ୍ରାୟ ୪.୨ ଲକ୍ଷ କୋଟି ଟଙ୍କା) ଯୋଗାଇ ଦିଆଯିବ ବୋଲି ସମ୍ମିଳନୀରେ ଘୋଷଣା କରାଯାଇଛି। ତେବେ ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଲା ଏହି ପରିମାଣର ଅର୍ଥ ରୁଷିଆ ଠାରୁ ଆଦାୟ କରାଯାଇ ୟୁକ୍ରେନକୁ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ୟୁକ୍ରେନ ବିରୋଧରେ ରୁଷ ଯୁଦ୍ଧ ଆରମ୍ଭ କରିବା ପରେ ଆମେରିକା ସମେତ ବ୍ରିଟେନ ଏବଂ ଅନ୍ୟ ବହୁ ୟୁରୋପୀୟ ରାଷ୍ଟ୍ରରେ ରୁଷର ଗଛିତ ଥିବା ସୁନା ଏବଂ ଅନ୍ୟ ସମ୍ପତ୍ତି ଉପରେ ରୋକ୍‌ ଲଗାଇବା ସହିତ ଏଗୁଡିକୁ ଜବତ କରିନେଇଥିଲେ। ବର୍ତ୍ତମାନ ସେହି ଜବତ ସମ୍ପତ୍ତିରୁ ୟୁକ୍ରେନକୁ ଏହି ପରିମାଣର ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଆମେରିକୀୟ ବ୍ୟାଙ୍କ ସମେତ ୟୁରୋପୀୟ ସଂଘରେ ସାମିଲ ଥିବା ବହୁ ରାଷ୍ଟ୍ରରେ ରୁଷିଆର ପର୍ଯ୍ୟାପ୍ତ ସମ୍ପତ୍ତି ମହଜୁଦ ରହିଛି। ଏହିସବୁ ସମ୍ପତ୍ତିରୁ ରୁଷିଆକୁ ବର୍ଷକୁ କେବଳ ସୁଧ ବାବଦରେ ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ୩୦ ହଜାର କୋଟିରୁ ଅଧିକ ଟଙ୍କା ପ୍ରାପ୍ତ ହୋଇଥାଏ। ତେବେ ବର୍ତ୍ତମାନ ଏହି ଟଙ୍କାରୁ ୟୁକ୍ରେନକୁ ସହାୟତା ଯୋଗାଇ ଦେବାକୁ ଜି-୭ ରାଷ୍ଟ୍ର ସଦସ୍ୟ ସହମତି ଜଣାଇଛନ୍ତି। ୟୁକ୍ରେନର ଅସ୍ତିତ୍ବ ବଞ୍ଚାଇବା ଲାଗି ଆମେରିକା ପ୍ରଥମେ ଏହି ପ୍ରସ୍ତାବ ଦେଇଥିଲା ବେଳେ ପ୍ରାୟ ତିନି ମାସ ଧରି ଏହି ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା। ବର୍ତ୍ତମାନ ଏହି ପ୍ରସ୍ତାବକୁ ଜି-୭ ସମ୍ମିଳନୀରେ ଅନୁମୋଦନ ଦିଆଯାଇଛି। ତେବେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଏଭଳି ଆଭିମୁଖ୍ୟକୁ ନେଇ ରୁଷ କିଭଳି ପ୍ରତିକ୍ରିୟା ଦେଖାଇବ ତାହା ଦେଖିବା ବାକି ରହିଛି। ରୁଷର କୌଣସି ନକାରାତ୍ମକ ପଦକ୍ଷେପ ପୁଣିଥରେ ସାରା ବିଶ୍ବ ପାଇଁ ସମସ୍ୟା ଆଣିପାରେ ବୋଲି ଆଶଙ୍କା ବଢିଛି।

ହିରୋସିମାରେ ଚାଲିଥିବା ଜି-୭ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଆଲିଙ୍ଗନ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ
ନୂଆଦିଲ୍ଲୀ: ହିରୋସିମାରେ ଚାଲିଥିବା ଜି-୭ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏହି ଅବସରରେ ମୋଦିଙ୍କୁ ଦେଖି ଆଲିଙ୍ଗନ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ପ୍ରତିବଦଳରେ ମୋଦି ମଧ୍ୟ ତାଙ୍କୁ ଆଲିଙ୍ଗନ କରିଥିଲେ । ଏହାସହିତ ଦୁଇ ନେତାଙ୍କ ମଧ୍ୟରେ କିଛି ସମୟ ଆଲୋଚନା ମଧ୍ୟ ହୋଇଥିଲା । ଭାରତ ଓ ଆମେରିକାର ଏଭଳି ସମ୍ପର୍କକୁ ହୁଏତ ଚୀନ୍ ହଜମ କରିନପାରେ । ଜାପାନର ହିରୋସିମାରେ ଆୟୋଜିତ ଜି-୭ ସମ୍ମିଳନୀରେ ଯୋଗ ଦେବା ପାଇଁ ଶନିବାର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଏହି ବୈଠକରେ ଜାପାନ ଓ ଆମେରିକା ବ୍ୟତୀତ ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, କାନାଡା, ଇଟାଲି ସମେତ ୟୁରୋପୀୟ ସଂଘର ପ୍ରତିନିଧିମାନେ ସାମିଲ ହୋଇଥିଲେ । ବୈଦେଶିକ ସଚିବ ବିନୟ କ୍ୱାତ୍ରାଙ୍କ ମୁତାବିକ ଏହି ବୈଠକରେ ସମ୍ପର୍କ ସୁଦୃଢ, ପ୍ରତିରକ୍ଷା, ଆର୍ଥିକ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ସୀମା ପ୍ରସଙ୍ଗ, ଖାଦ୍ୟ ଓ ସ୍ୱାସ୍ଥ୍ୟ ବ୍ୟତୀତ ବିକାଶ ବ୍ୟତୀତ ଡିଜିଟାଲିକରଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଦି ସମ୍ପର୍କରେ ଆଲୋଚନା କରାଯିବ ।

ପ୍ରଧାନମନ୍ତ୍ରୀ ମୋଦୀ ଜି-୭ ବୈଠକରେ ଯୋଗ ଦେବା ପୂର୍ବରୁ ଏଠାରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କୁ ସାକ୍ଷାତ କରିଥିଲେ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମାର ଉନ୍ମୋଚନ କରିଥିଲେ। ଏହି ସମୟରେ ସେ ଦୁନିଆକୁ ଶାନ୍ତ କରିବାର ବାର୍ତ୍ତା ମଧ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିରୋସିମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମା ସ୍ଥାପିତ କରିବା ଓ ଏହାର ଉନ୍ମୋଚନ କରିବାର ସୁଯୋଗ ଦେବା ପାଇଁ ଜାପାନ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଛନ୍ତି, ଆମ ସମସ୍ତଙ୍କୁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଚାଲିବା ଦରକାର ଓ ବିଶ୍ବ କଲ୍ୟାଣ ମାର୍ଗରେ ଚାଲିବା ଦରକାର। ମହାତ୍ମା ଗାନ୍ଧିଙ୍କୁ ହିଁ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ହିରୋସିମାରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଅହିଂସାର ବିଚାରକୁ ଆଗକୁ ବଢାଇବ। ତାଙ୍କୁ ଏହା ଜାଣିବା ଦରକାର ଯେ, ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ବୋଧି ବୃକ୍ଷ ଉପହାରରେ ଦେଇଥିଲେ, ତାହା ହିରୋସିମାରେ ଲଗାଯାଇଥିଲା, ଫଳରେ ଲୋକମାନେ ଏଠାକୁ ଆସିଲେ ଶାନ୍ତିର ମହତ୍ବକୁ ବୁଝିପାରିବେ।