odianew - The Sakala

ଖରାଛୁଟିରେ ପିଲାଙ୍କ ପାଠପଢାକୁ ଦୃଷ୍ଟିରେ ରଖି ନୂଆ ବ୍ୟବସ୍ଥା, ଆରମ୍ଭ ହେଲା ହଲିଡେ ହୋମଓ୍ବାର୍କ ପ୍ରୋଗ୍ରାମ
ଭୁବନେଶ୍ବର: ଆରମ୍ଭ ହେଲା ଛାତ୍ରଛାତ୍ରୀଙ୍କ ଅବକାଶକାଳୀନ ଗୃହକାର୍ଯ୍ୟ। ଗ୍ରୀଷ୍ମ ଅବକାଶ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ଯୋଜନା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦଶରେ ଆରମ୍ଭ ହେଲା ହଲିଡେ ହୋମଓ୍ବାର୍କ ପ୍ରୋଗ୍ରାମ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ସ୍କୁଲକୁ ଦିଆଯାଇଛି ଏସଓପି ଏବଂ ନିୟମାବଳୀ।

ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହାୟତା କେନ୍ଦ୍ର ଖୋଲାଯାଇ ବିଷୟଭିତ୍ତିକ ଓ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ସରକାରୀ ଛୁଟିଦିନ ବ୍ୟତିତ ଅନ୍ୟ ସବୁଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଜାରି ରହିବ। ପ୍ରତ୍ୟେକ ବିଦ୍ୟାର୍ଥୀ ନିକଟରେ ସହାୟତା କେନ୍ଦ୍ରର ସୁବିଧା ପହଞ୍ଚାଇବା ପାଇଁ ଟୋଲଫ୍ରି ନମ୍ବର ବ୍ୟବସ୍ଥା କରାଯାଇଛି।

ଏହି ଟୋଲଫ୍ରି ନମ୍ବର ଜରିଆରେ ଛାତ୍ରଛାତ୍ରୀ ସେମାନଙ୍କ ପ୍ରଶ୍ନ ସିଧାସଳଖ ପଚାରି ପାରିବେ ଏବଂ ନିୟୋଜିତ ଶିକ୍ଷକମାନେ ଏହାର ସମାଧାନ କରିବେ। କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ଦ୍ୱାରା ପଦକ୍ଷେପ ଗ୍ରହଣ କରାଯାଉଛି। ପାଠ୍ୟକ୍ରମ ସମ୍ବନ୍ଧିତ ଅନୁଭୂତ ସମସ୍ୟାର ସରଳ ସମାଧାନ ଓ ସ୍ପଷ୍ଟୀକରଣ ନିମନ୍ତେ ୧୪ ଜଣ ଶିକ୍ଷକଙ୍କୁ ନିୟୋଜିତ କରାଯାଇ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢାଉ, ଫାର୍ମାସୀ ଷ୍ଟୋର ନିଲାମି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍। ଫାର୍ମାସୀ ଷ୍ଟୋର ନିଲାମି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ସୂଚନା ପାଇ ଗୁରୁବାର ସିବିଆଇ ଏହି ରେଡ୍ କରିଛି। ଦୁଇଟି ଟିମର ୮ ଜଣ ଅଧିକାରୀ ଆସି ଏହି ରେଡ୍ କରିବା ସହିତ ବିଭିନ୍ନ କାଗଜପତ୍ର ଜବତ କରିଛନ୍ତି।

ସୂଚନା ଅନୁଯାୟୀ, ଚଢ଼ାଉ ବେଳେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିଭିନ୍ନ ଦସ୍ତାବିଜ ଜବତ କରିବା ସହିତ ବରିଷ୍ଠ ଅଧିକାରୀଙ୍କୁ ପଚରା ଉଚରା କରି ଆବଶ୍ୟକ ତଥ୍ୟ ସଂଗ୍ରହ କରିଛି। ନିଲାମି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଯେଉଁ ସୂଚନା ରହିଛି ତାର ଏବେ ପ୍ରମାଣ ଖୋଜିବାକୁ ସିବିଆଇ ତନାଘନା କରୁଛି। ପ୍ରାଥମିକ ଭାବେ ସେଭଳି କୌଣସି ସୂଚନା ମିିଳିନଥିବା ଜଣାପଡ଼ିଛି। ହେଲେ ଜବତ ହୋଇଥିବା ଦସ୍ତାବିଜ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ରକୁ ଏକାଠି କରି ସିବିଆଇ ଏହି ମାମଲାରେ ଚେର ଖୋଜିବାକୁ ଚେଷ୍ଟା କରୁଛି।

ରାଜ୍ଯ କ୍ଯାବିନେଟରେ ୧୦ ପ୍ରସ୍ତାବକୁ ମୋହର
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଗତକାଲି ସୋମବାର ବସିଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ଆଜି ବିଧାନସଭାରେ ଏ ନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ।

ଗ୍ରୀଡକୋ ଋଣ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ସମୟ ୭ ବର୍ଷକୁ ବୃଦ୍ଧି କରାଯାଇଛି । ରାଜ୍ୟସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ ମିଳିଛି । ସେହିଭଳି କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ହକି ଷ୍ଟାଡିୟମର ବିକାଶ ପାଇଁ ମଧ୍ଯ ନିଷ୍ପତ୍ତି ହୋଇଛି । ୧୦୦ ଠିକା ଭାଷା ଶିକ୍ଷକ ପଦବୀ ନିୟମିତ କରିବାକୁ ମଞ୍ଜୁରୀ ମିଳିଛି । ବେସରକାରୀ ଡିଲରଙ୍କ ସମୟସୀମା ୫ ବର୍ଷ ୬ ମାସକୁ ବୃଦ୍ଧି କରାଯାଇଛି ।

ଓଡ଼ିଶା ଭେଷଜ ନିୟନ୍ତ୍ରାଳୟ ନିୟମ ୨୦୨୦କୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ ୨୦୨୧କୁ ଅନୁମୋଦନ ମିଳିଥିବା ବେଳେ ଓଡ଼ିଶା ହାଉସିଂ ବୋର୍ଡ ଅଧିନିୟମ ୧୯୬୮ ନିୟମାବଳୀର ସଂଶୋଧନ ହୋଇଛି । ଓଏସଏଚବି ଓ ବିଡିଏ ଉପରେ ଥିବା ବକେୟା ପରିଶୋଧକୁ ମଞ୍ଜୁରୀ ମିଳିବା ସହ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ସଂକ୍ରାନ୍ତୀୟ ସଂଶୋଧନକୁ ମଧ୍ୟ ଅନୁମୋଦନ ମିଳିଛି । ସେହିଭଳି ଓଡ଼ିଶା ଖଣିଜ ପଦାର୍ଥ ନିୟମ ୨୦୦୭ ସଂଶୋଧନକୁ ମୋହର ମାରିଛି କ୍ୟାବିନେଟ୍ ।