Savitri Brata - The Sakala
ଭୁବନେଶ୍ବର: ସାବିତ୍ରୀରେ ଅଘଟଣ । କେଉଁଠି ସ୍ବାମୀ ଜୀବନ ହାରିଥିବା ବେଳେ ଅନ୍ୟ କେଉଁଠି ସ୍ତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଏଭଳି ଦୁଇଟି ଅଭାବନୀୟ ଘଟଣା ପୃଥକ ପୃଥକ ସ୍ଥାନରୁ ଆସିଛି। ଗୋଟିଏ ବାଲେଶ୍ବର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ହୋଇଥିବା ବେଳେ ଅନ୍ୟଟି ଚନ୍ଦକା ଥାନା ଅଧୀନ ପାଇକରାୟପୁର ଗ୍ରାମରୁ ଆସିଛି।
ସାବିତ୍ରୀରେ ଜୀବନ ହାରିଲେ ସ୍ୱାମୀ। ପତ୍ନୀ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ପୂଜା କରିବାକୁ ଯାଇଥିବା ବେଳେ ସ୍ୱାମୀ ବେକରେ ଗାମୁଛା ଲଗାଇ କଲେ ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ପଣପଣା ପଞ୍ଚାୟତ ମାଲଦାପଡା ଗ୍ରାମରେ। ମୃତକ ହେଲେ ପଦ୍ମଲୋଚନ ବେହେରା (୪୮)।  ପତ୍ନୀ ଜୟନ୍ତୀ ସାବିତ୍ରୀ ପୂଜା କରିବାକୁ ନିକଟସ୍ଥ ମନ୍ଦି କୁ ଯାଇଥିଲେ। ମନ୍ଦିରରେ ସ୍ୱାମ ଙ୍କ ନାମରେ ଶଙ୍ଖା, ଚୁଡି, ସିନ୍ଦୁର ପୂଜା ଚାଲିଥିବାବେଳେ ଘରେ ଘଟିଥିଲା ଅଘଟଣ। ସ୍ୱାମୀ ନିଜର ଶୋଇବା ଘରେ ଏକ ଗାମୁଛା ବେକରେ ଲଗାଇ ଜୀବନ ହାରିଦେଇଥିଲେ। ପରିବାରଲୋକେ ତାଙ୍କ ପତ୍ନୀଙ୍କୁ ଖବର ଦେବା ସହିତ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିପରି।
ସେହିପରି, ସାବିତ୍ରୀ ବ୍ରତରେ ଜୀବନ ହାରିଲା ସ୍ତ୍ରୀ। ଚନ୍ଦକା ଥାନା ଅଧୀନ ପାଇକରାୟପୁର ଗ୍ରାମର ସ୍ୱାଗତ ସେଠୀଙ୍କ ପତ୍ନୀ ବେକରେ ରଶି ଲଗାଇ ଅତ୍ମହତ୍ୟା କରିଥିବା ଜଣାପଡ଼ିଛି।ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣ ବଶତଃ ପାରିବାରିକ କଳହକୁ ନେଇ ଘଟିଛି ଅଘଟଣ। ସ୍ୱାମୀ ତାମିନାଡୁରେ ରହୁଥିବାର ପୁଲିସ ଜାଣିବାକୁ ପାଇଛି।
ମେ’ ୨୭ ନୁହେଁ, ୨୬ରେ ମିଳିବ ସାବିତ୍ରୀ ଅମାବାସ୍ୟା ଛୁଟି
ଭୁବନେଶ୍ୱର: ମେ’ ୨୭ ନୁହେଁ ବରଂ ମେ’ ୨୬ରେ ମିଳିବ ସାବିତ୍ରୀ ଅମାବାସ୍ୟା ଛୁଟି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ମେ’ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ କରିବା ପାଇଁ ଘୋଷଣା କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ’ ମାସ ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା। ତେବେ ପୁରୀ ମୁକ୍ତି ମଣ୍ଡପ ସହିତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକା ଗଣନକାରୀ ଅନୁଷ୍ଠାନମାନଙ୍କ ସହିତ ଯୋଗାଯୋଗ ପରେ ଏହା ଜଣାଯାଇଛି ଯେ, ୨୬ ତାରିଖରେ ହିଁ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବ। ତେଣୁ ଛୁଟି ତାରିଖକୁ ପରିବର୍ତ୍ତନ କରାଗଲା। ୨୭ ତାରିଖରେ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଖୋଲା ରହିବ।
ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ସାବିତ୍ରୀ ଅମାବାସ୍ୟା
ସାବିତ୍ରୀ ବ୍ରତ ଓଡ଼ିଶାରେ ସଧବା ନାରୀମାନଙ୍କ ପାଳିତ ଏକ ଓଷା। ସାବିତ୍ରୀ ସ୍ବାଧୀ ନାରୀଙ୍କର ଆଦର୍ଶ; ତେଣୁ ସ୍ବାମୀଙ୍କର ଦୀର୍ଘ ଆୟୁଷ କାମନା କରି ଜ୍ୟେଷ୍ଠ ଅମାବାସ୍ୟାରେ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି ପ୍ରତ୍ୟେକ ମହିଳା । ଏହି ଦିନ ସଧବା ନାରୀମାନେ ପ୍ରତ୍ୟୁଷରୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରିବା ସହ ନୂଆ ଶଙ୍ଖା, ଚୁଡ଼ି ପିନ୍ଧିଥାନ୍ତି। ଏହାପରେ ଫଳମୂଳ ସହ ନୂଆ ଶାଢ଼ି, ଶଙ୍ଖା, ସିନ୍ଦୂର, ବ୍ରତ,ଧୂପକାଠି, କାଠପାନିଆ, କଳାମାଳି, ଆଇନା ଆଦିକୁ ଥାଳିରେ ସଜାଇ ପୂଜା ପାଇଁ ପ୍ରସ୍ତୁତି କରିଥାନ୍ତି । ଆମ ଓଡ଼ିଶାରେ ସାବିତ୍ରୀ ଓଷାକୁ ବିଭିନ୍ନ ଢଙ୍ଗରେ ପାଳନ କରାଯାଏ । କେତେକ ସ୍ଥାନରେ ସ୍ତ୍ରୀଲୋକମାନେ ଏକତ୍ର ହୋଇ ତୁଳସୀ ଚଉଁରା ମୂଳେ ପୂଜା କରିଥାନ୍ତି। ଆଉ କେତେକ ସ୍ଥାନରେ ମହିଳାମାନେ ମନ୍ଦିରକୁ ଯାଇ ପୂଜା କରାଇଥାନ୍ତି। ଘରେ ଶିଳପୁଆରେ ମଧ୍ୟ କେହି କେହି ସାବିତ୍ରୀ ବ୍ରତ ପୂଜା କରିଥାନ୍ତି। ଶିଳପୁଆକୁ ପଞ୍ଚାମୃତ ଜଳରେ ସ୍ନାନ କରାଇ, ନୂତନ ବସ୍ତ୍ର ଅଳଙ୍କାରରେ ସଜାଇ ଦେବୀ ସାବିତ୍ରୀ ରୂପେ ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି।
ପୂଜା ହୋଇଥିବା ଶାଢ଼ି, ସିନ୍ଦୂର, ଶଙ୍ଖା ଓ ବ୍ରତକୁ ପିନ୍ଧି ସ୍ବାମୀଙ୍କୁ ଫୁଲ, ଚନ୍ଦନ ଦେଇ ପୂଜା କରନ୍ତି ଏବଂ ଶେଷରେ ସ୍ବାମୀଙ୍କ ଚରଣ ଛୁଇଁ ପ୍ରଣାମ କରିଥାନ୍ତି। ସ୍ବାମୀଙ୍କ ଦୀର୍ଘାୟୁ ଜୀବନର କାମନା କରିବା ସହ ପରିବାରର ମଙ୍ଗଳ ପାଇଁ ପ୍ରାର୍ଥନା କରିଥାନ୍ତି। ଏହି ପର୍ବରେ ବିଶେଷ କରି ବିଭିନ୍ନ ପ୍ରକାର ଫଳମୂଳ, ଯେପରି ପାଚିଲା ଆମ୍ବ, ପାଚିଲା ପଣସ, ସପୁରି, ତାଳସଜ, ନଡ଼ିଆ, କଦଳୀ, ଲିଚୁ, ଜାମୁକୋଳି ଆଦି ଭୋଗ କରାଯାଇଥାଏ । ତେବେ ପୂଜା ଶେଷ ହେବାପରେ ମହିଳାମାନେ ଭୋଗକୁ ଖାଇ ନିର୍ଜଳା ଉପବାସ ଭାଙ୍ଗିଥାନ୍ତି । ଦିନସାରା କେବଳ ଫଳାହାର ସହ ପଣା ପିଇ ରହିଥାନ୍ତି । ସମ୍ପୂର୍ଣ୍ଣ ସାତ୍ତ୍ବିକ ଭାବେ ଦିନଟିକୁ କଟାଇଥାନ୍ତି ଏବଂ ରାତ୍ରିରେ ନଖାଇବାର ପରମ୍ପରା ରହିଛି ।  ଯେଉଁ ନାରୀ ଏହି ବ୍ରତ କରେ, ସେ ଆଜୀବନ ସଧବା ଏବଂ ପୁତ୍ରବତୀ ହୋଇ ମୃତ୍ୟୁ ପରେ ବୈକୁଣ୍ଠପ୍ରାପ୍ତି କରେ ବୋଲି ବିଶ୍ବାସ ରହିଛି ।
କିମ୍ବଦନ୍ତୀ ଅନୁଯାୟୀ,ମଦ୍ରଦେଶର କନ୍ୟା ସାବିତ୍ରୀ ଅପରୂପ ସୌନ୍ଦର୍ଯ୍ୟର ଅଧିକାରିଣୀ ଥିଲେ। ସାବିତ୍ରୀଙ୍କ ବିବାହ ଶାଲ୍ବଦେଶର ରାଜା ଦ୍ୟୁମତସେନଙ୍କର ପୁତ୍ର ସତ୍ୟବାନଙ୍କ ସହ ହୋଇଥିଲା। ସତ୍ୟବାନ ଅଳ୍ପାୟୁ ହୋଇଥିବା ଜାଣି ମଧ୍ୟ ତାଙ୍କୁ ବିବାହ କରିଥିଲେ। ସାବିତ୍ରୀ ପ୍ରତିଦିନ ସେହି କାଳଦିନକୁ ଗଣନା କରୁଥାନ୍ତି। ସତ୍ୟବାନଙ୍କ ମୃତ୍ୟୁକୁ ଚାରିଦିନ ବାକି ଥାଏ, ସାବିତ୍ରୀ ଅନ୍ନତ୍ୟାଗ କରି ଲକ୍ଷ୍ମୀ ନାରାୟଣଙ୍କ ଶରଣ ପଶିଲେ। ଜ୍ୟେଷ୍ଠ ଅମାବାସ୍ୟା ଦିନ ସେହି ଶେଷ କାଳ ଦିନ ପହଞ୍ଚିଲା। ସତ୍ୟବାନ ଫଳମୂଳ ଓ କାଠ ସଂଗ୍ରହ ପାଇ ଜଙ୍ଗଲକୁ ଯାଇଥିବାବେଳେ ସାବିତ୍ରୀ ତାଙ୍କ ସାଙ୍ଗରେ ଯାଇଥିଲେ। ସେଠାରେ ସତ୍ୟବାନ ନିଜକୁ ଅସ୍ବସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ଦେଇ ଶୋଇ ପଡ଼ିଲେ ଏବଂ ସେହି ନିଦ୍ରା ସତ୍ୟବାନଙ୍କର ଶେଷନିଦ୍ରା ଥିଲା । ମାତ୍ର ସାବିତ୍ରୀ ସତ୍ୟବାନଙ୍କୁ କୋଳରେ ଧରି ସେମିତି ବଣରେ ବସି ରହିଥିଲେ। ଯମଦୂତମାନେ ସତ୍ୟବାନଙ୍କ ଜୀବ ନେବା ପାଇଁ ଆସି ସାବିତ୍ରୀଙ୍କ ନିକଟରୁ ନିରାଶ ହୋଇ ଯାଇଥିଲେ । ଶେଷରେ ନିଜେ ଯମ ଆସି ସେଠାରୁ ସତ୍ୟବାନଙ୍କ ଜୀବ ଧରି ବାହାରିଲେ । ସାବିତ୍ରୀ ମଧ୍ୟ ଯମକୁ ଅନୁଗମନ କଲେ । ଯମରାଜ ସାବିତ୍ରୀଙ୍କ ପତିଭକ୍ତି ଏବଂ ସ୍ତୁତିପାଠରୁ ତଜଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ ୩ଟି ବର ଦେବାକୁ ସର୍ତ୍ତ ରଖିଲେ । ଏହି କ୍ରମରେ ପ୍ରଥମ ବରରେ ଶ୍ୱଶୁରଙ୍କ ନଷ୍ଟ ଚକ୍ଷୁ ଓ ହୃତ ରାଜ୍ୟ ପୁନଃ ପ୍ରାପ୍ତି। ଦ୍ୱିତୀୟରେ ନିଜ ପିତାଙ୍କ ପାଇଁ ଏକ ପୁତ୍ର ସନ୍ତାନ ଏବଂ ତୃତୀୟରେ ନିଜ ଗର୍ଭରୁ ଶତପୁତ୍ର କାମନା କଲେ। ସେହି ସମୟରେ ଯମ ‘ତଥାସ୍ତୁ’ କହି ଫେରି ଯିବା ବେଳେ , ସାବିତ୍ରୀ ସ୍ୱାମୀଙ୍କ ବିନା କିଭଳି ଶତପୁତ୍ର ସମ୍ଭବ ବୋଲି ପଚାରିଥିଲେ । ତା’ପରେ ଯମ ଉପାୟ ଶୂନ୍ୟ ହୋଇ ପୁନର୍ବାର ସତ୍ୟବାନଙ୍କୁ ଜୀବିତ କରାଇ ଆୟୁଦାନ କରାଇଥିଲେ । ଓଡ଼ିଆ ଘରେ ସାବିତ୍ରୀ ପାଇଁ ବିବାହିତ ନାରୀମାନଙ୍କ ବାପଘରୁ ଭାର ଆସିବାର ପରମ୍ପରା ରହିଛି। ତେଣୁ ସାବିତ୍ରୀ ବ୍ରତ ପୂର୍ବରୁ ଏହି ଭାରରେ ଆସିଥାଏ ନୂତନ ଶାଢ଼ିଠାରୁ ଆରମ୍ଭ କରି ଶଙ୍ଖା, ସିନ୍ଦୂର ଓ ଫଳମୂଳ। ଆଉ ଏହାକୁ ନେଇ ନାରୀଟିଏ ପୂଜା କରିଥାଏ ।
ଆଜି ସାବିତ୍ରୀ ଅମାବାସ୍ୟା, ସଧବା ନାରୀଙ୍କ ବିଶ୍ବାସର ପ୍ରତୀକ ସାବିତ୍ରୀ ବ୍ରତ
ଆଜି ସାବିତ୍ରୀ ଅମାବାସ୍ୟା । ଓଡ଼ିଆ ଘରର ପରମ୍ପରା ଅନୁସାରେ ସଧବା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥା’ନ୍ତି । ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ। ଏଥିପାଇଁ ପବିତ୍ର ଅଶ୍ବତ୍‌ଥ ବୃକ୍ଷ କିମ୍ବା ଚଉଁରା ମୂଳେ ଅବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ। ଏହି କାରଣରୁ ମହିଳାମାନେ ମନ୍ଦିରରେ ମା’ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ସହ  ନିଜର ଇହକାଳ ଓ ପରକାଳର ଦେବତା ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ଏହି ବ୍ରତ କରିଥାନ୍ତି । ପରିବେଶ ଓ ପରିସ୍ଥିତି ସହ ତାଳ ଦେଇ ସାବିତ୍ରୀ ବ୍ରତର ପରମ୍ପରା ଯଦିଓ ବଦଳିଛି; ଏବେବି ପ୍ରତ୍ୟେକ ନାରୀ ଏହାକୁ ନିଷ୍ଠାର ସହ ପାଳନ କରିଥା’ନ୍ତି । ପ୍ରତିବର୍ଷ ଏହି ଦିନକୁ ବଡ଼ ଉତ୍ସାହର ସହ ହିନ୍ଦୁ ମହିଳାମାନେ ଅପେକ୍ଷା କରିଥା’ନ୍ତି । ପରମ୍ପରା ମୁତାବକ ନୂଆ ଶାଢ଼ି, ନାଲି ଶଙ୍ଖା, ସିନ୍ଦୂର, ଫଳମୂଳ, ପୂଜା ସାମଗ୍ରୀ ଧରି କିଏ ମନ୍ଦିର ଯାଆନ୍ତି ତ ଆଉ କିଏ ଘରେ ପୂଜାର୍ଚ୍ଚନା କରନ୍ତି। ସାବିତ୍ରୀଙ୍କ ଭକ୍ତି ଓ ନିଷ୍ଠା ସତ୍ୟବାନଙ୍କୁ କିପରି ମୃତ୍ୟୁ କବଳରୁ ଫେରାଇ ଆଣିଥିଲା, ତାହା ଏହି ବ୍ରତର ମହତ୍ତ୍ବ।
କିମ୍ବଦନ୍ତୀ ଅନୁସାରେ, ମଦ୍ର ନରେଶଙ୍କ କନ୍ୟା ସାବିତ୍ରୀ ଅପରୂପ ସୌନ୍ଦର୍ଯ୍ୟର ଅଧିକାରିଣୀ ଥିଲେ। ସେ ଥିଲେ ଜ୍ଞାନ ଓ ଗୁଣର ଏକ ପରିପୂର୍ଣ୍ଣ ଭଣ୍ଡାର। ସମୟଚକ୍ରରେ ସାବିତ୍ରୀଙ୍କ ବିବାହ ଶାଲ୍ୱଦେଶର ରାଜା ଦ୍ୟୁମତସେନଙ୍କ ପୁତ୍ର ସତ୍ୟବାନଙ୍କ ସହ ହୁଏ। କିନ୍ତୁ, ସତ୍ୟବାନ ଥିଲେ ଅଳ୍ପାୟୁ, ଏକଥା ସାବିତ୍ରୀ ବିବାହ ପୂର୍ବରୁ ଜାଣିଥିଲେ। ସାବିତ୍ରୀ ପ୍ରତିଦିନ ସେହି କାଳଦିନକୁ ଗଣନା କରୁଥା’ନ୍ତି। ସତ୍ୟବାନଙ୍କ ମୃତ୍ୟୁର ଦିନକୁ ଆଉ ମାତ୍ର ଚାରି ଦିନ ବାକି ରହିଥାଏ, ସାବିତ୍ରୀ ଅନ୍ନ ତ୍ୟାଗ କରି ଲକ୍ଷ୍ମୀ-ନାରାୟଣଙ୍କ ଶରଣ ପଶିଲେ। ସେହି ଜ୍ୟେଷ୍ଠ ଅମାବାସ୍ୟାର କାଳ ଦିନ ଉପନୀତ ହେଲା। ସତ୍ୟବାନ ଫଳମୂଳ ଓ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଗଲେ। ବଣରେ ସତ୍ୟବାନ କ୍ଳାନ୍ତ ଅନୁଭବ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା ହେଲା ।
କିନ୍ତୁ ସାବିତ୍ରୀ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କୋଳରେ ରଖି ସେହିଠାରେ ଜଗି ରହିବାରୁ ଯମଦୂତମାନେ ସତ୍ୟବାନଙ୍କୁ ସାଧ୍ୱୀ ସାବିତ୍ରୀଙ୍କ ଠାରୁ ନେଇ ପାରିଲେ ନାହିଁ। ଶେଷରେ ନିଜେ ଯମ ଆସି ସତ୍ୟବାନଙ୍କୁ ନେଇଯିବା ବେଳେ ସାବିତ୍ରୀ ତାଙ୍କ ଅନୁଗମନ କଲେ। ଏହା ଦେଖି ଯମ କହିଲେ, “ମୋର ଅନୁସରଣ କାହିଁକି କରୁଛ? ସାବିତ୍ରୀ ଯମଙ୍କୁ ଉତ୍ତର ଦେଇ କହିଲେ ଯେ, “ସେ ଶରୀର ହେଲେ ମୁଁ ତାଙ୍କ ଛାଇ, ତେଣୁ ସେ ଯୁଆଡ଼େ ଯିବେ, ମୁଁ ତାଙ୍କ ସହ ଯିବି।” ସ୍ୱାମୀଙ୍କ ପ୍ରତି ଏପରି ପ୍ରଗାଢ଼ ଅନୁରକ୍ତି ତଥା ପ୍ରେମ ଦେଖି ଉତ୍କଣ୍ଠିତ ହୋଇ ଯମ କହିଲେ, ମୁଁ ତୁମ ପତିବ୍ରତା ଧର୍ମ ଦେଖି ଅତ୍ୟନ୍ତ ପ୍ରସନ୍ନ। ଏଣୁ ତୁମ ସ୍ୱାମୀଙ୍କ ଜୀବନ ବ୍ୟତୀତ ତିନିଟି ବର ମାଗ। ସାବିତ୍ରୀ ପ୍ରଥମେ ତାଙ୍କ ଶ୍ୱଶୁରଙ୍କ ହଜିଯାଇଥିବା ଦୃଷ୍ଟିଶକ୍ତି ଓ ରାଜ୍ୟକୁ ପୁନଃ ପ୍ରାପ୍ତ କରିବାକୁ ମାଗିଲେ। ଦ୍ୱିତୀୟ ବର ଭାବରେ ସେ ତାଙ୍କ ପିତା ଏକ ପୁତ୍ର ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ବୋଲି ମାଗିଲେ। ତାଙ୍କର ତୃତୀୟ ବର ଭାବରେ ସେ, ସତ୍ୟବାନଙ୍କ ପୁତ୍ରମାନଙ୍କ ମାତା ହେବାର ବର ମାଗିଲେ।
ଯମ ଦେବ ତଥାସ୍ତୁ କହି ଆଗକୁ ବଢ଼ୁଥା’ନ୍ତି, କିନ୍ତୁ ସାବିତ୍ରୀ ତାଙ୍କୁ ଅନୁସରଣ କରୁଥିବା ଦେଖି କହିଲେ, ମୁଁ ତୁମକୁ କହିଲି ତୁମର ତିନୋଟି ବର ନେଇ ମୋତେ ଅନୁସରଣ କର ନାହିଁ, ହେଲେ ତୁମେ ମୋ କଥାକୁ ଅବଜ୍ଞା କରିଲ ଯେ? ସାବିତ୍ରୀ କହିଲେ, ପ୍ରଥମ ଓ ଦ୍ବିତୀୟ ବର ସତ ହୋଇଛି। କିନ୍ତୁ ତୃତୀୟ ବର କିପରି ପୂରଣ ହେବ? ଯେତେବେଳେ ମୋ ସ୍ୱାମୀ ମୃତ, ମୁଁ କିପରି ତାଙ୍କ ପୁତ୍ରମାନଙ୍କ ଜନନୀ ହେବି! ଯମ ସାବିତ୍ରୀଙ୍କ ଧର୍ମ ନିଷ୍ଠାରେ ପରାସ୍ତ ହେଲେ, ଶେଷରେ ସେ ସତ୍ୟରକ୍ଷା ପାଇଁ ସତ୍ୟବାନଙ୍କୁ ପୁନର୍ଜୀବିତ କଲେ ଓ ଅହ୍ୟସୁଲକ୍ଷଣୀ ହେବାର ଆଶୀର୍ବାଦ ପ୍ରଦାନ କଲେ। ଆଉ ଏହାପରେ ଅଳ୍ପାୟୁ ସତ୍ୟବାନ ମୃତ୍ୟୁକୁ ଜୟ କରିଗଲେ । ଏହା ସମ୍ଭବ ହୋଇଥିଲା ତାଙ୍କର ସତୀ ସ୍ତ୍ରୀ ସାବିତ୍ରୀଙ୍କ ପାଇଁ।