bse odisha - The Sakala
OSSTET-2026: ପଞ୍ଜୀକରଣ ଅବଧି ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୃଦ୍ଧି କଲା ମାଧ୍ୟମିକ ଶିକ୍ଷା ପରିଷଦ
କଟକ: OSSTET ପଞ୍ଜୀକରଣ ଅବଧି ବୃଦ୍ଧି କଲା ମାଧ୍ୟମିକ ଶିକ୍ଷା ପରିଷଦ । ୨୩ ତାରିଖ ମଧ୍ୟରାତ୍ରି ଯାଏ ବୃଦ୍ଧି ପାଇଲା ପଞ୍ଜୀକରଣ ଅବଧି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET)-2026 ପାଇଁ ପଞ୍ଜୀକରଣ କରିବାର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ବୋର୍ଡ ପକ୍ଷରୁ ଗତ ୦୧/୦୮/୨୦୨୬ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପୂର୍ବରୁ ଏହି ଆବେଦନ ପ୍ରକ୍ରିୟା ୦୩/୦୮/୨୦୨୬ ଠାରୁ ୧୭/୦୮/୨୦୨୬ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପରିଷଦ ପକ୍ଷରୁ ଏହି ପଞ୍ଜୀକରଣ ୱିଣ୍ଡୋକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ନୂତନ ବିଜ୍ଞପ୍ତି ଅନୁସାରେ, ପ୍ରାର୍ଥୀମାନେ ଏବେ ଆସନ୍ତା ୨୩ ଅଗଷ୍ଟ ୨୦୨୬ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ନିଜର ପଞ୍ଜୀକରଣ କରିପାରିବେ।
ଯେଉଁ ଯୋଗ୍ୟ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ନିଜର ଆବେଦନ ପ୍ରକ୍ରିୟା ଶେଷ କରିନାହାଁନ୍ତି, ସେମାନଙ୍କୁ ବର୍ଦ୍ଧିତ ସମୟସୀମା ମଧ୍ୟରେ ତୁରନ୍ତ ଅନଲାଇନ୍ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି। ଆଶାୟୀମାନେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ର ଅଫିସିଆଲ୍ ପୋର୍ଟାଲ ମାଧ୍ୟମରେ ହିଁ ନିଜର ଫର୍ମ ଦାଖଲ କରିପାରିବେ।
ପରୀକ୍ଷା ପାଇଁ ଆବଶ୍ୟକୀୟ ଯୋଗ୍ୟତା, ଫି' ବା ଦେୟ ଏବଂ ଆବେଦନ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ BSE Odisha ର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପରାମର୍ଶ ଦିଆଯାଇଛି ।
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ; ପାସ୍ ହାର ୬୩.୬୪%
କଟକ: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । ପାସ୍ ହାର ୬୩.୬୪% ରହିଛି । ମୋଟ୍ ୫୭୬୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବାବେଳେ ୩୬୬୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଆଜି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (୨ୟ) ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ଏଥିରେ ଚଳିତ ବର୍ଷ ୬୨.୬୫% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପରୀକ୍ଷାର୍ଥୀମାନେ ବୋର୍ଡର ୱେବସାଇଟ୍ www.bseodisha.ac.in ଏବଂ www.bseodisha.nic.in ମାଧ୍ୟମରେ ନିଜର ଫଳାଫଳ ଦେଖିପାରିବେ। ସଫଳ ପରୀକ୍ଷାର୍ଥୀମାନେ ଅଗଷ୍ଟ ୧୭ରୁ ବୋର୍ଡର ୱେବସାଇଟ୍ bse.odisha.gov.inରେ ନିଜର ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ।  ଏହି ସପ୍ଲିମେଣ୍ଟାରୀ ପରୀକ୍ଷା ଗତ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।
ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେହି A1 ଗ୍ରେଡ୍‌ ପାଇ ନଥିବା ବେଳେ  A2ରେ ୫ ଜଣ, B1ରେ ୧୨, B2ରେ ୫୩, Cରେ ୧୯୨, Dରେ ୫୩୬ ଏବଂ E ଗ୍ରେଡ୍‌ରେ ୨,୫୯୩ ଜଣ ରହିଛନ୍ତି। ୨୭୫ ଜଣ କମ୍ପାର୍ଟମେଣ୍ଟାଲ୍‌ରେ ପାସ୍‌ କରିଥିବା ବେଳେ ୨,୦୯୪ ଜଣ ଫେଲ୍‌ ହୋଇଛନ୍ତି।
ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (୨ୟ)- ୨୦୨୬ରେ ମୋଟ ୮,୬୯୮ ଜଣ ପରୀକ୍ଷା ଦେଇଥିବା ବେଳେ ୫,୪୫୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ A1 ଗ୍ରେଡ୍‌ରେ କେହି ପାସ୍ କରି ନଥିବା ବେଳେ A2ରେ ୧୦, B1ରେ ୧୦୯, B2ରେ ୪୦୧, Cରେ ୮୬୮, Dରେ ୧,୫୧୪ ଏବଂ E ଗ୍ରେଡ୍‌ରେ ୨,୫୪୮ ଜଣ ରହିଛନ୍ତି। ମୋଟ ୩,୧୮୫ ଜଣ ଫେଲ୍‌ ହୋଇଛନ୍ତି।
ବନ୍ୟା ସ୍ଥିତି ପାଇଁ ମାଟ୍ରିକ୍ ଫର୍ମ ପୂରଣ ଅବଧିକୁ ଅଗଷ୍ଟ ୧୪ ଯାଏଁ ବୃଦ୍ଧି କଲା ମାଧ୍ୟମିକ ଶିକ୍ଷା ପରିଷଦ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା-୨୦୨୭ ପାଇଁ ଆବେଦନ ଫର୍ମ ପୂରଣର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଏହି ତାରିଖକୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।
ପୂର୍ବରୁ ଫର୍ମ ପୂରଣ କରିବା ପାଇଁ ଶେଷ ତାରିଖ ଜୁଲାଇ ୩୧ ଧାର୍ଯ୍ୟ କରାଯାଇଥିଲା। ତେବେ ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା କାରଣରୁ ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ଏହି କାରଣରୁ ଅନଲାଇନ୍ ଫର୍ମ ପୂରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାରେ ଉଭୟ ସ୍କୁଲ୍ ଏବଂ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ଶୁକ୍ରବାର ଦିନ ବୋର୍ଡ ପକ୍ଷରୁ ଏହି ନୂଆ ନିଷ୍ପତ୍ତି ଘୋଷଣା କରାଯାଇଛି।
ବିଏସ୍ଇ (BSE) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ୟା ଜନିତ ସମସ୍ୟା ଯେପରିକି ଯାତାୟାତରେ ବାଧାପ୍ରାପ୍ତ, ଦୁର୍ବଳ ଇଣ୍ଟରନେଟ୍ ସେବା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଅସୁବିଧା କାରଣରୁ ଅନେକ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କର ପରୀକ୍ଷା ଫର୍ମ ଦାଖଲ କରିପାରିନାହାଁନ୍ତି। ପ୍ରଭାବିତ ଅଞ୍ଚଳର କୌଣସି ଯୋଗ୍ୟ ଛାତ୍ରଛାତ୍ରୀ ଯେପରି ପରୀକ୍ଷାରୁ ବଞ୍ଚିତ ନହୁଅନ୍ତି, ତାହାକୁ ନିଶ୍ଚିତ କରିବା ପାଇଁ ଏହି ସମୟସୀମା ବୃଦ୍ଧି କରାଯାଇଛି।
ସଂଶୋଧିତ ସମୟସୀମା ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ଫର୍ମ ପୂରଣ ପ୍ରକ୍ରିୟା ଶେଷ କରିବାକୁ ବୋର୍ଡ ପକ୍ଷରୁ ସମସ୍ତ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶେଷ ମୁହୂର୍ତ୍ତରେ କୌଣସି ବୈଷୟିକ ତ୍ରୁଟି ବା ସମସ୍ୟାରୁ ବର୍ତ୍ତିବା ପାଇଁ ଶେଷ ଦିନ ପର୍ଯ୍ୟନ୍ତ ଅପେକ୍ଷା ନକରି ଯଥାଶୀଘ୍ର ଫର୍ମ ଦାଖଲ କରିବାକୁ ପ୍ରଧାନଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି। ବର୍ତ୍ତମାନର ବନ୍ୟା ସ୍ଥିତି ଯୋଗୁଁ କୌଣସି ଛାତ୍ରଛାତ୍ରୀ ଯେପରି ମାଟ୍ରିକ୍ ପରୀକ୍ଷା-୨୦୨୭ ଦେବାରୁ ବଞ୍ଚିତ ନହୁଅନ୍ତି, ତାହା ସୁନିଶ୍ଚିତ କରିବା ଏହି ନୂତନ ସମୟସୂଚୀର ମୂଳ ଲକ୍ଷ୍ୟ ବୋଲି ବୋର୍ଡ ସ୍ପଷ୍ଟ କରିଛି।
OSSTET ପରୀକ୍ଷା ତାରିଖ ଘୋଷଣା କଲା ବିଏସଇ (BSE): ସେପ୍ଟେମ୍ବର ୩୦ରେ ହେବ ପରୀକ୍ଷା
କଟକ: ସେପ୍ଟେମ୍ବର ୩୦ରେ ହେବ OSSTET ପରୀକ୍ଷା । ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ତାରିଖ ଘୋଷଣା କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ବିଏସଇ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୩୦ ତାରିଖ (ବୁଧବାର) ଦିନ OSSTET ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ଗୋଟିଏ ସିଟିଂରେ କରାଯିବ। ପେପର-୧ (Paper-I) ଏବଂ ପେପର-୨ (Paper-II) ଉଭୟ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୧:୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏହି ପରୀକ୍ଷା ପାଇଁ ଆବେଦନ ପଞ୍ଜୀକରଣ କେବେଠାରୁ ଆରମ୍ଭ ହେବ, ସେ ନେଇ ଖୁବଶୀଘ୍ର ବିସ୍ତୃତ ନିର୍ଦ୍ଦେଶାବଳୀ, ଗାଇଡଲାଇନ୍ ଏବଂ ସମୟସୂଚୀ ପ୍ରକାଶ ପାଇବ ବୋଲି ବୋର୍ଡ ସୂଚନା ଦେଇଛି। ତେଣୁ ଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଥିବା ପ୍ରାର୍ଥୀମାନଙ୍କୁ ନିୟମିତ ଭାବେ BSE ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍ କୁ ଯାଞ୍ଚ କରିବା ପାଇଁ ପରାମର୍ଶ ଦିଆଯାଇଛି।
ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍, ଶନିବାର ପ୍ରକାଶ ପାଇବ ପରୀକ୍ଷା ଫଳ
ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସାର୍ଟିଫିକେଟ୍ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରଦାନ କରାଯିବ। ଶୁକ୍ରବାର ଦିନ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପୂର୍ବରୁ କେବଳ ଇଂରାଜୀ ଭାଷାରେ ପ୍ରମାଣପତ୍ର ମିଳୁଥିବା ବେଳେ ପ୍ରଥମ ଥର ପାଇଁ ଏହା ଓଡ଼ିଆରେ ମଧ୍ୟ ଉପଲବ୍ଧ ହେବ।
ଶନିବାର ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
ଆସନ୍ତା ମେ ୨ ତାରିଖ ଶନିବାର ଦିନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଅପରାହ୍ଣ ୪ଟାରେ ବୋର୍ଡ ପକ୍ଷରୁ ବିଧିବଦ୍ଧ ଭାବେ ଫଳ ଘୋଷଣା କରାଯିବ। ଏହାପରେ ସନ୍ଧ୍ୟା ୬ଟା ଠାରୁ ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in ରେ ନିଜର ରେଜଲ୍ଟ ଦେଖିପାରିବେ। ଏହା ସହିତ ଷ୍ଟେଟ୍ ଓପନ୍ ସ୍କୁଲ ଏବଂ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ଏକାସାଙ୍ଗରେ ପ୍ରକାଶ ପାଇବ।
ପରୀକ୍ଷା ଓ ମୂଲ୍ୟାୟନ ପ୍ରକ୍ରିୟା
ଚଳିତ ବର୍ଷ ରାଜ୍ୟରେ ଫେବୃଆରୀ ୧୯ ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ମୋଟ ୫,୬୨,୬୧୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ରାଜ୍ୟର ୩୦୮୨ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା। ଅନ୍ୟପକ୍ଷରେ ପ୍ରାୟ ୯,୯୩୦ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହୋଇଥିବା ମୂଲ୍ୟାୟନ ପ୍ରକ୍ରିୟାରେ ରାଜ୍ୟର ୫୧ଟି କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ନିୟୋଜିତ ହୋଇଥିଲେ। ମାତ୍ର ୧୫ ଦିନ ମଧ୍ୟରେ ଅର୍ଥାତ ଏପ୍ରିଲ ୨ ତାରିଖ ସୁଦ୍ଧା ସମସ୍ତ ଖାତାଦେଖା ଶେଷ ହୋଇଥିଲା ଏବଂ ବୋର୍ଡ ମୁଖ୍ୟାଳୟରେ ଉତ୍ତରଖାତା ଗଚ୍ଛିତ ରଖାଯାଇଥିଲା।
ମେ ୨ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ: ଜାଣନ୍ତୁ କେମିତି ଚେକ୍ କରିବେ ରେଜଲ୍ଟ
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE Odisha) ଦ୍ୱାରା ପରିଚାଳିତ ଦଶମ ବା ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ମେ ୨ ତାରିଖରେ ପ୍ରକାଶ ପାଇବ। ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ସରକାରୀ ଭାବେ ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମେ ୨ ତାରିଖ ଅପରାହ୍ନ ୪ଟା ସମୟରେ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବ। ତେବେ ସେହିଦିନ ସନ୍ଧ୍ୟା ୬ଟା ସମୟରେ ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଳ ଅନଲାଇନରେ ଦେଖିବାକୁ ପାଇବେ।
କେମିତି ଚେକ୍ କରିବେ ରେଜଲ୍ଟ?
ପରୀକ୍ଷାର୍ଥୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in କିମ୍ବା www.bseodisha.nic.in ରେ ଲଗଇନ୍ କରି ନିଜର ରେଜଲ୍ଟ ଦେଖିପାରିବେ। ଏଥିପାଇଁ ସେମାନଙ୍କୁ ନିଜର ରୋଲ୍ ନମ୍ବର ଏଣ୍ଟର କରିବାକୁ ପଡ଼ିବ।
ଇଣ୍ଟରନେଟ୍ ସମସ୍ୟା କିମ୍ବା ୱେବସାଇଟ୍ ଡାଉନ୍ ଥିଲେ, ଛାତ୍ରଛାତ୍ରୀମାନେ ମୋବାଇଲ୍ ଏସଏମଏସ (SMS) ମାଧ୍ୟମରେ ମଧ୍ୟ ସହଜରେ ରେଜଲ୍ଟ ପାଇପାରିବେ। ଏଥିପାଇଁ ମୋବାଇଲର ମେସେଜ୍ ବକ୍ସକୁ ଯାଇ OR10 ସହିତ ନିଜର ରୋଲ ନମ୍ବର ଟାଇପ୍ କରି (ଉଦାହରଣ- OR10 Roll Number) 5676750 ନମ୍ବରକୁ ଏସଏମଏସ (SMS) କରିବାକୁ ହେବ।
ମାଟ୍ରିକ ପରୀକ୍ଷା ଦେଉଛନ୍ତି ଓଡ଼ିଶାର ସବୁଠାରୁ କମ୍ ଉଚ୍ଚତାର ଛାତ୍ରୀ ସୁନୀତା; ୧.୫ ଫୁଟ୍ ହେଲେ ବି ମନୋବଳ ଆକାଶଛୁଆଁ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ମହୁଲପାଳ ପଞ୍ଚାୟତରୁ ଆସିଛି ଏକ ପ୍ରେରଣାଦାୟକ ଖବର। ନିଗମାନନ୍ଦ ହାଇସ୍କୁଲର ଛାତ୍ରୀ ସୁନୀତା ନାୟକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି, କିନ୍ତୁ ତାଙ୍କର ଶାରୀରିକ ଗଠନ ଏବଂ ଦୃଢ ଇଚ୍ଛାଶକ୍ତି ତାଙ୍କୁ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟାଇଛି। ସୁନୀତାଙ୍କ ଉଚ୍ଚତା ମାତ୍ର ଦେଢ଼ ଫୁଟ (୧.୫ ଫୁଟ), ଯାହା ତାଙ୍କୁ ରାଜ୍ୟର ସବୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ମାଟ୍ରିକ ପରୀକ୍ଷାର୍ଥୀର ପରିଚୟ ଦେଇଛି।
ଶାରୀରିକ ଅକ୍ଷମତା ହାର ମାନିଛି ଦୃଢ ମନୋବଳ ଆଗରେ
ଜନ୍ମରୁ ବାକ୍ ଓ ଶ୍ରବଣ ଶକ୍ତି ହରାଇଥିବା ସୁନୀତା ନିଜର ଶାରୀରିକ ପ୍ରତିବନ୍ଧକ ସତ୍ତ୍ୱେ ପାଠପଢ଼ା ଜାରି ରଖିଛନ୍ତି। ଚଳିତ ବର୍ଷ ସେ କାନପୁରା ସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲ କେନ୍ଦ୍ରରେ ନିଜର ଦଶମ ବୋର୍ଡ ପରୀକ୍ଷା ଦେଉଛନ୍ତି। ସୁନୀତା କଥା କହିପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ, ତେଣୁ ସେ ଇସାରା ମାଧ୍ୟମରେ ନିଜର ଉତ୍ତର ଜଣାନ୍ତି। ପରୀକ୍ଷା କେନ୍ଦ୍ରରେ ତାଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ପୁତୁରା ପ୍ରତାପ ନାୟକ (ନବମ ଶ୍ରେଣୀ ଛାତ୍ର) ଜଣେ ସ୍କ୍ରାଇବ୍ ବା ସହଯୋଗୀ ଲେଖକ ଭାବରେ ଉତ୍ତର ଲେଖୁଛନ୍ତି।
ମା’ଙ୍କ କୋଳରେ ପରୀକ୍ଷା କେନ୍ଦ୍ରକୁ ଯାତ୍ରା
ସୁନୀତାଙ୍କ ସଂଘର୍ଷମୟ ଜୀବନରେ ତାଙ୍କ ମା’ ସଞ୍ଜୁ ନାୟକ ହେଉଛନ୍ତି ସବୁଠାରୁ ବଡ ସାହାରା। ପ୍ରାୟ ୧୨ ବର୍ଷ ତଳେ ସୁନୀତାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଥିଲା। ସେବେଠାରୁ ତାଙ୍କ ମା’ ହିଁ ତାଙ୍କୁ କୋଳରେ ବୋହି ସ୍କୁଲ ଏବଂ ଏବେ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରୁଛନ୍ତି। ମା’ ସଞ୍ଜୁ ନାୟକ କୁହନ୍ତି ଯେ, ଝିଅର ପାଠ ପଢିବା ପାଇଁ ବହୁତ ଆଗ୍ରହ ରହିଛି ଏବଂ ସେ ଭବିଷ୍ୟତରେ ଉଚ୍ଚଶିକ୍ଷା କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଶିକ୍ଷକ ଏବଂ ସହପାଠୀମାନେ ସୁନୀତାଙ୍କ ଏହି ଅଦମ୍ୟ ସାହସକୁ ପ୍ରଶଂସା କରିବା ସହ ତାଙ୍କର ସଫଳତା କାମନା କରିଛନ୍ତି। ସୁନୀତାଙ୍କ ଏହି ଯାତ୍ରା ପ୍ରମାଣ କରୁଛି ଯେ ଦୃଢ ଇଚ୍ଛାଶକ୍ତି ଆଗରେ ଶାରୀରିକ ଅକ୍ଷମତା କେବେବି ବାଧକ ସାଜିପାରିବ ନାହିଁ।
ମାଟ୍ରିକ୍‌ ଫର୍ମ ପୂରଣ ଅବଧି ନଭେମ୍ବର ୨୮ ଯାଏଁ ବୃଦ୍ଧି..
କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ଅବଧିକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ବୋର୍ଡ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି। ​ପୂର୍ବରୁ ଫର୍ମ ପୂରଣର ଶେଷ ତାରିଖ ନଭେମ୍ବର ୨୨କୁ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଏହାକୁ ନଭେମ୍ବର ୨୮ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟଗୁଡ଼ିକର ସୁବିଧାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବର୍ଦ୍ଧିତ ସମୟସୀମା ମଧ୍ୟରେ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଫର୍ମ ପୂରଣ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରକାଶ ପାଇଲା ସ୍ବତନ୍ତ୍ର OTET ରେଜଲ୍ଟ...
କଟକ: ପ୍ରକାଶ ପାଇଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଫଳ। ମୋଟ ୭୨ ହଜାର ୪୧୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏଥିମଧ୍ଯରୁ ୪୮ ହଜାର ୧୫୩ କୃତକାର୍ଯ୍ୟ ହୋଇଛନ୍ତି। ପାସହାର ୬୬.୫୦ ପ୍ରତିଶତ ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ସେପ୍ଟେମ୍ବର ୨୭ରେ ପରୀକ୍ଷା ହୋଇଥିଲା। ଦୁଇଟି ପତ୍ରରେ ହୋଇ ଥିଲା ପରୀକ୍ଷା। ପେପର-୧ ଓ ପେପର-୨ ପରୀକ୍ଷା ହୋଇଥିଲା। www.bseodisha.ac.in ୱେବସାଇଟକୁ ଯାଇ ନିଜର ମାର୍କ ଦେଖି ପାରିବେ ପରୀକ୍ଷାର୍ଥୀ।
ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଖାତାଦେଖା : ୫୧ଟି କେନ୍ଦ୍ରରେ ୧୨ଶହ ଶିକ୍ଷକ ଶିକ୍ଷୟିତ୍ରୀ ହେବେ ସାମିଲ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆଜିଠାରୁ ଆରମ୍ଭ ହେବ। ନୋଡାଲ କେନ୍ଦ୍ରଗୁଡ଼ିକରୁ ଉତ୍ତର ଖାତାକୁ କଡ଼ା ସୁରକ୍ଷାବଳୟରେ ମୂଲ୍ୟାୟନ କେନ୍ଦ୍ରକୁ ଅଣାଯାଇଛି। ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ଖାତା ଦେଖାରେ ନିୟୋଜିତ ହେବାକୁ ଥିବା ଶିକ୍ଷକମାନେ ଗତକାଲିଠୁ ପହଞ୍ଚିଥିବା ଜଣାପଡ଼ିଛି। ୧୫ ଦିନ ଭିତରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ପରୀକ୍ଷା ଖାତା ମୂଲ୍ୟାୟନ ବେଳେ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ର ବାହାରକୁ ଆସିବା ଉପରେ କଟକଣା ଜାରି ହୋଇଛି। ସେହିଭଳି ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ ବାରଣ କରାଯାଇଛି। ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିବା ବେଳେ ୧୧,୮୦୦ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମୂଲ୍ୟାୟନରେ ନିୟୋଜିତ କରାଯାଇଛି। ପ୍ରାୟ ୫୫୦ ଶିକ୍ଷକଙ୍କୁ ମୂଲ୍ୟାୟନ ପାଇଁ ସଂରକ୍ଷିତ ରଖାଯାଇଛି। ଆବଶ୍ୟକସ୍ଥଳେ ସେମାନେ ତତ୍‌କ୍ଷଣାତ୍‌ ଯୋଗଦେବାର ବ୍ୟବସ୍ଥା ହୋଇଛି। ମୂଲ୍ୟାୟନ କେନ୍ଦ୍ରଗୁଡ଼ିକ ମଧ୍ୟ ସିସିଟିଭି ବଳୟରେ ରଖାଯାଇଥିବା ବେଳେ ସମ୍ପୃକ୍ତ ଜିଲ୍ଲା ଶିକ୍ଷାଧିକାରୀମାନେ ଏହାର ତତ୍ତ୍ୱାବଧାନ କରୁଛନ୍ତି।
ସେହିପରି ମୂଲ୍ୟାୟନ କେନ୍ଦ୍ର ପାଇଁ ଜଣେ ନିରୀକ୍ଷକ, ଦୁଇଜଣ ଉପ ନିରୀକ୍ଷକ, ଦୁଇଜଣ ଯାଞ୍ଚକାରୀଙ୍କ ସମେତ ବୋର୍ଡ ପକ୍ଷରୁ ଜଣେ ଜଣେ କ୍ୟାମ୍ପ ଅଫିସରଙ୍କୁ ନିୟୋଜିତ କରାଯାଇଛି। ମୂଲ୍ୟାୟନ ପରେ ପ୍ରତିଦିନ ମାର୍କକୁ ସର୍ଭରରେ ଅପଲୋଡ କରାଯିବ। ଏଥିପାଇଁ ୩୦୦ ଡାଟା ଏଣ୍ଟ୍ରି ଅପରେଟର୍‌ ନିୟୋଜିତ ହୋଇଛନ୍ତି। ଆସନ୍ତା ମେ’ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇଁ ଲକ୍ଷ୍ୟ ରଖାଯାଇଛି।
ଚଳିତ ଥର ମାଟ୍ରିକ ସାଧାରଣ ବିଜ୍ଞାନ ବିଷୟ ପରୀକ୍ଷାର ସି-ସେଟ୍‌ ପ୍ରଶ୍ନପତ୍ରରେ ମୋଟ ୫୦ ନମ୍ବର ବଦଳରେ ୪୬ ନମ୍ବରର ପ୍ରଶ୍ନ ରହିଥିଲା ବେଳେ ୪ ନମ୍ବର ବିଶିଷ୍ଟ ଏକ ସବ୍‌ଜେକ୍ଟିଭ ପ୍ରଶ୍ନ ଗାଏବ ଥିଲା। ମୁଦ୍ରଣଜନିତ ତ୍ରୁଟିରୁ ଏପରି ହୋଇଥିବା ନେଇ ବୋର୍ଡ ମଧ୍ୟ ସେହି ସମୟରେ ସ୍ୱୀକାର କରିଥିଲା। ତେବେ ୪୬ ନମ୍ବର ବିଶିଷ୍ଟ ସାଧାରଣ ବିଜ୍ଞାନ ବିଷୟ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନଙ୍କୁ ଗ୍ରେସ୍‌ ମାର୍କ ମିଳିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି। କିନ୍ତୁ କେତେ ମାର୍କ ଗ୍ରେସ୍‌ ମିଳିବ, ତାହା ସ୍ଥିର ହୋଇନାହିଁ।
ଭୁବନେଶ୍ବର: ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ପରିଷଦ। ଫେବ୍ରୁଆରୀ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ। ଫେବ୍ରୁଆରୀ ୨୧ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ୨୪ ତାରିଖରେ ଦ୍ବିତୀୟ ଭାଷା ଇଂରାଜୀ ପରୀକ୍ଷା, ୨୭ ତାରିଖରେ ଗଣିତ, ମାର୍ଚ୍ଚା ୧ ରେ ବିଜ୍ଞାନ, ୩ ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ୬ ତାରିଖରେ ତୃତୀୟ ଭାଷା (ହୀନ୍ଦୀ, ସଂସ୍କୃତ) ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ ୯ରୁ ଆରମ୍ଭ ହୋଇ ଦିନ ୧୧ ଟା ୩୦ ମିନିଟରେ ଶେଷ ହେବ। ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆତିରିକ୍ତ ୧୫ ମିନିଟ ସମୟ ପ୍ରଦାନ କରାଯାଇଛି। ଅର୍ଥାତ ଗଣିତ ପରୀକ୍ଷା ଦିନ ସକାଳ ୯ରୁ ଆରମ୍ଭ ହୋଇ ଦିନ ୧୧ ଟା ୪୫ ମିନିଟରେ ଶେଷ ହେବ।
[wp-embedder-pack width=”100%” height=”400px” download=”all” download-text=”” attachment_id=”139208″ /]
ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ
ଭୁବନେଶ୍ବର: ପ୍ରକାଶ ପାଇଲା ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ ସାଇଟ୍ www.bseodisha.ac.in ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ପରୀକ୍ଷାର୍ଥୀମାନେ ରୋଲନମ୍ବର ଓ ମୋବାଇଲ ନମ୍ବର ଦେଇ ପରୀକ୍ଷା ଫଳ ଦେଖି ପାରିବେ।