TRAI - The Sakala
ଟାରିଫ୍‌ ନିୟମ ସଂଶୋଧନ କଲା ଟ୍ରାଇ: ଭଏସ୍ କଲ୍ , ଏସ୍‌ଏମ୍ଏସ୍‌ ପାଇଁ ‘ରିଚାର୍ଜ ପ୍ୟାକ୍’ ଆଣିବାକୁ ଟେଲିକମ୍ କମ୍ପାନୀ ବାଧ୍ୟ
ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ସୋମବାର ‘‘ଦୂରସଞ୍ଚାର ଉପଭୋକ୍ତା ସୁରକ୍ଷା (ଦ୍ୱାଦଶ ସଂଶୋଧନ) ନିୟାମକ, ୨୦୨୪ ନିୟମରେ ସଂଶୋଧନ କରିଛି। ଏହା ଅଧୀନରେ ଭଏସ୍ କଲ୍ ଏବଂ ଏସ୍‌ଏମ୍ଏସ୍‌ ପାଇଁ ‘ରିଚାର୍ଜ ପ୍ୟାକ୍’ ଆଣିବାକୁ ଟେଲିକମ୍ କମ୍ପାନୀଗୁଡିକ ବାଧ୍ୟ ହେବେ। ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀଗୁଡିକ କେବଳ ଡାଟା ବ୍ୟବହାର କରୁ ନ ଥିବା ଗ୍ରାହକଙ୍କୁ ଭଏସ୍ କଲ୍ ଏବଂ ଏସ୍‌ଏମ୍‌ଏସ୍‌ ପାଇଁ ରିଚାର୍ଜ କୁପନ୍ ପ୍ରଦାନ କରିବାକୁ ପଡିବ ବୋଲି ଟ୍ରାଇ ନିର୍ଦ୍ଦେଶ ଦେଇଛି। ବର୍ତ୍ତମାନ ଟେଲିକମ୍‌ କମ୍ପାନୀଗୁଡିକ ଇଣ୍ଟରନେଟ୍ ଡାଟା, ଭଏସ୍ କଲ୍ ଏବଂ ଏସ୍‌ଏମ୍‌ଏସ୍‌ ରିଚାର୍ଜ କୁପନ୍ ପ୍ରଦାନ କରୁଛନ୍ତି। ଉପଭୋକ୍ତାଙ୍କ ସୁବିଧା ପାଇଁ ଏସଟିଭି ଏବଂ କମ୍ବୋ ଭାଉଚର୍ (ସିଭି)ର ବୈଧତା ଅବଧିକୁ ବର୍ତ୍ତମାନର ୯୦ ଦିନରୁ ବୃଦ୍ଧି କରି ୩୬୫ ଦିନ କରିଦିଆଯାଇଛି।
ସଂଶୋଧିତ ନିୟମରେ ସାଧାରଣ ଭାବେ ଉପଭୋକ୍ତାମାନେ ଆବଶ୍ୟକ କରୁଥିବା ସେବା ପାଇଁ ଅର୍ଥ ପଇଠର ବିକଳ୍ପ ପ୍ରଦାନ କରିବା ଏବଂ ନିର୍ଦ୍ଦିଷ୍ଟ ବର୍ଗର ଉପଭୋକ୍ତ ବିଶେଷ କରି ବୟସ୍କ ବ୍ୟକ୍ତି ଓ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କୁ ଲାଭ ଦେବା ପାଇଁ ଭଏସ୍‌ ଓ ଏସଏମଏସ ପାଇଁ ଅଲଗା ସ୍ୱତନ୍ତ୍ର ଶୁଳ୍କ ଭାଉଚର୍‌ (ଏସଟିଭି)ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ଅନଲାଇନ୍‌ ରିଚାର୍ଜର ପ୍ରାଧାନ୍ୟକୁ ଦୃଷ୍ଟିରେ ରଖି ଭୌତିକ ରୂପରେ ଥିବା ଭାଉଚରଗୁଡ଼ିକର କଲର୍‌ କୋଡିଂକୁ ସମାପ୍ତ କରି ଦିଆଯାଇଛି। ଏଥିରେ ଟ୍ରାଇ ଟେଲିକମ୍ କମ୍ପାନୀଗୁଡିକୁ ଯେ କୌଣସି ମୂଲ୍ୟର ରିଚାର୍ଜ ଭାଉଚର୍ ପ୍ରଦାନ କରିବାକୁ ଅନୁମତି ଦେଇଛି, କିନ୍ତୁ ସେମାନଙ୍କୁ ଅତି କମ୍‌ରେ ୧୦ ଟଙ୍କା ରିଚାର୍ଜ କୁପନ୍ ମଧ୍ୟ ଦେବାକୁ ପଡିବ। ଏହାପୂର୍ବରୁ ଏହି ନିୟମ ଟେଲିକମ୍ ଅପରେଟରମାନଙ୍କୁ ୧୦ ଟଙ୍କାରେ ଟପ୍ ଅପ୍ ଭାଉଚର୍ ଏବଂ ୧୦ ଟଙ୍କା ଗୁଣକ ପ୍ରଦାନ କରିବାକୁ ଅନୁମତି ଦେଇଥିଲା। ପରାମର୍ଶ ପ୍ରକ୍ରିୟା ସମୟରେ ଟ୍ରାଇ ବିଭିନ୍ନ ମତାମତ ଗ୍ରହଣ କରିଥିଲା।​
ଏଥିମଧ୍ୟରେ ବହୁ ବରିଷ୍ଠ ନାଗରିକ, ଘରେ ବ୍ରଡବ୍ୟାଣ୍ଡ ଥିବା ପରିବାର ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲେ, ମୋବାଇଲ୍ ଫୋନ୍ ପାଇଁ ତଥ୍ୟ ସହିତ ରିଚାର୍ଜ ଯୋଜନା ଆବଶ୍ୟକ କରୁ ନ ଥିଲେ। ଟିସିପିଆରରେ କରାଯାଇଥିବା ସଂଶୋଧନ ସହ ମେଳ ଖାଇବା ଲାଗି ଦୂରସଞ୍ଚାର ଶୁଳ୍କ ଆଦେଶ ୧୯୯୯ରେ ଉଲ୍ଲେଖ ଥିବା ଏସଟିଭି ଓ ସିଭିଆରର ପରିଭାଷା ଅନୁଯାୟୀ ଏହି ସଂଶୋଧନ କରାଯାଇଛି।
ଟ୍ରାଇର ବଡ଼ ନିଷ୍ପତ୍ତି: ମୋବାଇଲରେ ଦେଖାଯିବ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ
ନୂଆଦିଲ୍ଲୀ: ଏଣିକି ମୋବାଇଲରେ ଦେଖିପାରିବେ ଆପଣଙ୍କୁ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ। ଯଦି ସ୍ମାର୍ଟଫୋନରେ କାହାର ନମ୍ବର ସେଭ୍ କରାଯାଇ ନ ଥାଏ ଆଉ ପାଖକୁ ଆସୁଥିବା ଅଜ୍ଞାତ ନମ୍ବରରୁ କଲ୍‌ ଆସେ, ତେବେ ଆପଣଙ୍କ ମନକୁ ପ୍ରଥମେ ପ୍ରଶ୍ନ ଆସେ ଯେ, କିଏ କଲ୍ କରୁଛନ୍ତି। ଯଦି ଆପଣଙ୍କ ସହିତ ଏପରି ବାରମ୍ବାର ଘଟେ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତପକ୍ଷ (ଟ୍ରାଇ) ସାରା ଦେଶରେ ଟେଲିକମ୍ କମ୍ପାନୀଗୁଡ଼ିକୁ କଲିଂ ନେମ୍‌ ଉପସ୍ଥାପନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ପରେ ଯଦି ଜଣେ ଅଜ୍ଞାତ ବ୍ୟକ୍ତି ଆପଣଙ୍କ ଫୋନକୁ କଲ୍ କରନ୍ତି, ତେବେ ଆପଣଙ୍କ ଫୋନ୍‌ର ସ୍କ୍ରିନରେ ତାଙ୍କ ନାମ ଦୃଶ୍ୟମାନ ହେବ। ଏହାପୂର୍ବରୁ ସ୍ମାର୍ଟଫୋନ ବ୍ୟବହାରକାରୀମାନେ ନିଜ ଫୋନରେ ଅଜଣା କଲ୍ ବିଷୟରେ ସୂଚନା ପାଇବା ପାଇଁ ଥାର୍ଡ ପାର୍ଟି ଆପ୍ସ ବ୍ୟବହାର କରୁଥିଲେ, ଯେଉଁଥିରେ ଅନେକ ବ୍ୟବହାରକାରୀ ଟ୍ରୁ କଲର୍ ବ୍ୟବହାର କରିଥାନ୍ତି। ତେବେ ଥାର୍ଡ ପାର୍ଟି ଆପଗୁଡ଼ିକ ସେମାନଙ୍କର ସୁବିଧା ପାଇଁ ଇନଷ୍ଟଲ୍ ହେବା ସମୟରେ ଅନେକ ଅନୁମତି ମାଗନ୍ତି, ଯେଉଁଥିରେ ଯୋଗାଯୋଗ ବିବରଣୀ, ଫୋନ୍ ଗ୍ୟାଲେରୀ, ସ୍ପିକର, କ୍ୟାମେରା ଏବଂ କଲ୍ ଇତିହାସ ବିଷୟରେ ସୂଚନା ସାମିଲ।
ଯଦି ଆପଣ ଏସବୁକୁ ଅନୁମତି ନ ଦିଅନ୍ତି, ତେବେ ଏହି ଥାର୍ଡ ପାର୍ଟି ଆପ୍ କାମ କରେ ନାହିଁ ଏବଂ ଯଦି ଆପଣ ଅନୁମତି ଦିଅନ୍ତି ତେବେ ଆପଣଙ୍କର ବ୍ୟକ୍ତିଗତ ବିବରଣୀ ଲିକ୍ ହେବାର ଭୟ ରହିଥାଏ। କଲିଂ ନେମ୍ ପ୍ରେଜେଣ୍ଟେସନର ବ୍ୟବସ୍ଥା ଆରମ୍ଭ କରିବାକୁ ଟ୍ରାଇ ଦେଶର ସମସ୍ତ ଟେଲିକମ୍ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛି। ଯାହା ପରେ ଦେଶରେ ମୋବାଇଲ୍ ସେବା ଯୋଗାଉଥିବା କମ୍ପାନୀଗୁଡିକ ଏହାର ପରୀକ୍ଷା ଆରମ୍ଭ କରିବେ। ଟ୍ରାଇ ଅନୁଯାୟୀ, ଯଦି ଏହି ପରୀକ୍ଷା ସଫଳ ହୁଏ ତେବେ କଲିଂ ନେମ୍ ପ୍ରେଜେଣ୍ଟେସନ ଫିଚର ସାରା ଦେଶରେ କାର୍ଯ୍ୟକାରୀ ହେବ। ଯାହା ପରେ ଅଜ୍ଞାତ କଲ୍‌ ବିଷୟରେ ସୂଚନା ପାଇବା ପାଇଁ ଆପଣଙ୍କୁ କୌଣସି ଥାର୍ଡ ପାର୍ଟି ଆପ୍ ଦରକାର ନାହିଁ।
ଶସ୍ତା ହେବ ଟିଭି ଦେଖା, ପୂର୍ବ ତୁଳନାରେ କମ୍ ଆସିବ ଡିଟିଏଚ୍ ବିଲ୍
ନୂଆଦିଲ୍ଳୀ: ଦେଶରେ ଟିଭି କିଣିବା ଅପେକ୍ଷା ଟିଭି ଦେଖିବା ଅଧିକ ମହଙ୍ଗା ହୋଇଛି। କେବୁଲ ବିଲ୍ ପୈଠ କରିବାକୁ ଲୋକଙ୍କୁ ପ୍ରତିମାସରେ ବହୁ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଏପରି ପରିସ୍ଥିତିରେ ସ୍ୱଳ୍ପ ଆୟ କରୁଥିବା ଅନେକ ଲୋକ ସେମାନଙ୍କର କେବୁଲ୍ ସଂଯୋଗ ବିଚ୍ଛିନ୍ନ ହୋଇଥିଲେ। କିନ୍ତୁ ବର୍ତ୍ତମାନ ଟିଭି ଦେଖିବାରେ ସଉକ ରଖୁଥିବା ଲୋକଙ୍କୁ ଆଗକୁ ଡିଟିଏଚ୍ ବିଲ୍ ପାଇଁ ଆଉ ଟେନସନ ନେବାକୁ ପଡିବ ନାହିଁ । ସେମାନେ ବହୁତ କମ୍ ଟଙ୍କା ଦେଇ ସେମାନଙ୍କର ଡିଟିଏଚ୍ ଏବଂ କେବୁଲ୍ ଟିଭି ରିଚାର୍ଜ କରିପାରିବେ। କାରଣ, ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ୨୦୨୭ ଆର୍ଥିକବର୍ଷ ପରେ ଡିଟିଏଚ୍ ଲାଇସେନ୍ସ ଶୁଳ୍କ ରଦ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛି। ଏଭଳି ପରିସ୍ଥିତିରେ କୁହାଯାଉଛି ଯେ ଯଦି କେନ୍ଦ୍ର ସରକାର ଟ୍ରାଇର ସୁପାରିଶକୁ ଅନୁମୋଦନ କରନ୍ତି, ତେବେ ଦେଶରେ କେବୁଲ ବିଲ୍ ବହୁତ ଶସ୍ତା ହୋଇଯିବ।
ଟ୍ରାଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛି ଯେ ୨୦୨୬-୨୭ ଆର୍ଥିକ ବର୍ଷ ପରେ ଡିଟିଏଚ୍ ଅପରେଟରଙ୍କଠାରୁ ଲାଇସେନ୍ସ ଶୁଳ୍କ ଆଦାୟ କରାଯିବା ଉଚିତ ନୁହେଁ। ଯେତେବେଳେ କେନ୍ଦ୍ର ସରକାର ଲାଇସେନ୍ସ ଶୁଳ୍କ ରଦ୍ଦ କରିବେ ସେତେବେଳେ ଏହା ସମ୍ଭବ ହେବ। ଏହାବ୍ୟତୀତ ଟ୍ରାଇ ଆସନ୍ତା ତିନି ବର୍ଷ ମଧ୍ୟରେ ଡାଇରେକ୍ଟ-ଟୁ-ହୋମ (ଡିଟିଏଚ୍) ଅପରେଟରଙ୍କ ପାଇଁ ଲାଇସେନ୍ସ ଶୁଳ୍କ ରଦ୍ଦ କରିବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ଏଥିପାଇଁ ନିୟାମକ କେନ୍ଦ୍ର ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ବିଶେଷ କଥା ହେଉଛି ଲାଇସେନ୍ସ ଦେୟ ଶେଷ କରିବାକୁ ଟ୍ରାଇ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ବହୁତ ଭଲ ଯୁକ୍ତି ଦେଇଛି। ଏହା କହିଛି ଯେ ଡିଟିଏଚ୍ ପ୍ଲାଟଫର୍ମଗୁଡିକ ଅନ୍ୟ ନିୟନ୍ତ୍ରିତ ଏବଂ ଅନିୟନ୍ତ୍ରିତ ବିତରଣ ପ୍ଲାଟଫର୍ମ ଯେପରିକି ହେଡ୍ଏଣ୍ଡ-ଇନ୍-ସ୍କାଏ ଅପରେଟର, ଆଇପିଟିଭି ପ୍ରଦାନକାରୀ, ମଲ୍ଟି ସିଷ୍ଟମ୍ ଅପରେଟର୍ସ, ଡିଡି ଫ୍ରି ଡିସ୍ ଏବଂ ଓଟିଟି ସେବା ସହିତ ସମାନ ଭାବରେ ବ୍ୟବହାର କରାଯିବା ଉଚିତ୍ | ଯାହାଫଳରେ ସେମାନଙ୍କୁ ଲାଇସେନ୍ସ ପାଇଁ ଦେୟ ଦେବାକୁ ପଡିବନାହିଁ।
ବାସ୍ତବରେ, ଗତ କିଛି ବର୍ଷ ହେବ ଦେଶରେ କେବୁଲ ଟିଭି ଗ୍ରାହକଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଛି। ଡିଡି ଫ୍ରି ଡିସ୍, ପ୍ରସାର ଭାରତୀର ମାଗଣା ଡିଟିଏଚ୍ ପ୍ଲାଟଫର୍ମ ଏବଂ ଓଟିଟି ପ୍ଲାଟଫର୍ମ ଯୋଗୁଁ ଏହି ହ୍ରାସ ଡିଟିଏଚ୍ କ୍ଷେତ୍ରରେ ଆସିଛି। ବର୍ତ୍ତମାନ ଯେଉଁମାନେ କେବୁଲ୍ ବିଲ୍ ପୈଠ କରିବାକୁ ଅସମର୍ଥ, ସେମାନେ ଡିଡି ଫ୍ରି ଡିସ୍ ଏବଂ ପ୍ରସାର ଭାରତୀଙ୍କ ମାଗଣା ଡିଟିଏଚ୍ ପ୍ଲାଟଫର୍ମକୁ ପସନ୍ଦ କରୁଛନ୍ତି। ମାର୍ଚ୍ଚ ୨୦୨୩ ସୁଦ୍ଧା, ଚାରୋଟି ଦେୟ ଡିଟିଏଚ୍ ପ୍ଲାଟଫର୍ମରେ ଗ୍ରାହକଙ୍କ ସଂଖ୍ୟା ୬୫.୨୫ ନିୟୁତ ରହିଥିଲା। ଏଥିସହିତ, ପ୍ରତ୍ୟକ୍ଷ ଘରୋଇ ଗ୍ରାହକଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଛି। ବିଶେଷ କଥା ହେଉଛି ଯେ ଲାଇସେନ୍ସ ଶୁଳ୍କ ରଦ୍ଦ ନ ହେବା ପର୍ଯ୍ୟନ୍ତ ଡିଟିଏଚ୍ ଲାଇସେନ୍ସ ଶୁଳ୍କକୁ ୮% ରୁ ୩%କୁ ହ୍ରାସ କରିବାକୁ ଟ୍ରାଇ ସରକାରଙ୍କୁ ଅନୁରୋଧ କରିଛି। ଏଠାରେ ସଚନାଯୋଗ୍ୟ ଯେ, ବର୍ତ୍ତମାନ ବେସରକାରୀ ଡିଟିଏଚ୍ ଅପରେଟରମାନେ ଲାଇସେନ୍ସ ଫି ଅାକାରରେ ପ୍ରତିବର୍ଷ ୧୦୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରୁଛନ୍ତି।
ଟ୍ରାଇ ଆଣୁଛି ନୂଆ ଫିଚର: ବିନା ଟ୍ରୁ କଲରରେ ନମ୍ବର ସହ ନାମ ଦେଖାଯିବ
ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ଟ୍ରୁ କଲର୍ ଆପ୍ ସାହାଯ୍ୟରେ ଏକ ଅଜ୍ଞାତ ନମ୍ବରରୁ ଆସୁଥିବା କଲ୍ ବିଷୟରେ ସୂଚନା ପାଇପାରୁଛନ୍ତି। ଏଣିକି ବିନା ଟ୍ରୁ କଲର ଆପ୍‌ରେ ଆପଣ ଆସିଥିବା କଲ୍‌ର ନମ୍ବର ଏବଂ କଲ୍‌ କାରୀଙ୍କ ନାମ ନିଜର ମୋବାଇଲ ଫୋନ୍‌ରେ ଦେଖିପାରିବେ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ସମ୍ପ୍ରତ୍ତି ଏହି ପରି ଏକ ସମାନ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛି, ଯାହା ମାଧ୍ୟମରେ ମୋବାଇଲ ଫୋନ୍‌କୁ କଲ୍‌ କରିଥିବା ବ୍ୟକ୍ତିଙ୍କ ନାମ ସହଜରେ ଫୋନ୍‌ରେ ଦେଖାଯିବ। କଲ୍‌କାରୀଙ୍କର ସେହି ନାମ ଫୋଡ଼୍ରେ ଦେଖାଇବ ଯାହା ସେ ତାଙ୍କ ସିମ୍‌ କାର୍ଡ କିଣିବା ସମୟରେ କେୱାଇସି ଭାବରେ ଦାଖଲ କରିଥିଲେ।
ବର୍ତ୍ତମାନ, ଯଦି କେହି ଆପଣଙ୍କୁ କଲ୍‌ କରନ୍ତି, ସେଥିରେ କେବଳ ତାଙ୍କ ନମ୍ବର ଆପଣଙ୍କ ମୋବାଇଲ ସ୍କ୍ରିନରେ ଦୃଶ୍ୟମାନ ହେଉଛି କିନ୍ତୁ ଟ୍ରାଇ ଅନୁସରଣ କରିବାକୁ ଯାଉଥିବା ନୂଆ ବ୍ୟବସ୍ଥାରେ ଆପଣ ଫୋନରେ କେବଳ ଉପଭୋକ୍ତାଙ୍କର କେୱାଇସିରେ ଅପରେଯରଙ୍କୁ ଦିଆଯାଇଥିବା ନାମ ହିଁ ଦେଖିପାରିବେ। ଆଉ କିଛି ମାସ ପରେ ଏହି ବ୍ୟବସ୍ଥା ଉପରେ କାମ ଆରମ୍ଭ ହେବ ବୋଲି ଜଣାଯାଇଛି। ଟ୍ରାଇର ଏହି ନୂଆ ବୈଶିଷ୍ଟ୍ୟ ଟ୍ରୁ କଲ୍ ପରି କାମ କରିବ। ଭାରତୀୟ ଟେଲିକମ୍ ବିଭାଗ(ଡଟ୍‌) ମଧ୍ୟ ଏହା ଉପରେ କାମ ଆରମ୍ଭ କରିବାକୁ ଟ୍ରାଇକୁ କହିଛି। ଟ୍ରାଇ ଅଧ୍ୟକ୍ଷ ପି.ଡି. ଭାଗେଲା କହିଛନ୍ତି ଯେ ଆସନ୍ତା କିଛି ମାସ ମଧ୍ୟରେ ଏହା ଉପରେ ପରାମର୍ଶ ଆରମ୍ଭ ହୋଇପାରିବ। ସେ କହିଛନ୍ତି, ବର୍ତ୍ତମାନ ଏହି ବିଷୟରେ ଆମର ଏକ ସନ୍ଦର୍ଭ ରହିଛି ଏବଂ ଶୀଘ୍ର ଆମେ କାମ ଆରମ୍ଭ କରିବୁ। ଟ୍ରାଇ ପୂର୍ବରୁ ଏପରି ଏକ ଟେକ୍ନୋଲୋଜି ଉପରେ ବିଚାର କରୁଥିଲା, କିନ୍ତୁ ଡଟ୍‌ ନିକଟରୁ ନିର୍ଦେଶ ପାଇବା ପରେ ଏହା ଉପରେ କାମ ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ।
ଶ୍ରୀ ଭାଗେଲା କହିଛନ୍ତି ଯେ ଏହି ନୂଆ ବୈଶିଷ୍ଟ୍ୟ ଆସିବା ପରେ ଉପଭୋକ୍ତାମାନେ ନକଲି କଲରୁ ରକ୍ଷା ପାଇପାରିବେ। ରିପୋର୍ଟ ଅନୁଯାୟୀ, ଏହି ନୂଆ ବ୍ୟସ୍‌ଥାର ରୂପରେଖ ସମାପ୍ତ ହେବା ପରେ ଏହି ବୈଶିଷ୍ଟ୍ୟ ବିଷୟରେ ଅଧିକ ଜିନିଷ ସ୍ପଷ୍ଟ ହୋଇଯିବ। ଟ୍ରୁ କଲର୍ ପରି ଆପ୍‌ ଏଭଳି ବୈଶିଷ୍ଟ୍ୟ ପ୍ରଦାନ କରିଥାଏ ଯେଉଁଥିରେ କଲ୍ ଆସିଲେ ଉପଭୋକ୍ତାମାନଙ୍କର କେୱାଇସି ଉପରେ ଆଧାରିତ ନାମ ଏଥିରେ ଦୃଶ୍ୟମାନ ହୁଏ ନାହିଁ। ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଏହି ବୈଶିଷ୍ଟ୍ୟ ଆସିବା ଦ୍ୱାରା ସ୍ପାମ୍ ଏବଂ ଠକେଇର ବଢ଼ୁଥିବା ମାମଲା ହ୍ରାସ ପାଇବ।
ନୂଆଦିଲ୍ଲୀ: ଆଗକୁ ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିପାରେ । କାରଣ ଆସନ୍ତା ଡିସେମ୍ବର ପହିଲାଠାରୁ ଟିଭି ଚ୍ୟାନେଲ ପ୍ରଣାରଣକାରୀମାନେ କିଛି ମନୋନୀତ ଚ୍ୟାନେଲର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଏହାଫଳରେ ଗ୍ରାହକଙ୍କ ପାଇଁ ଟିଭି ଦେଖିବା ମହଙ୍ଗା ହେବ | ତେଣୁ ଡିସେମ୍ବର ମାସ ପ୍ରାରମ୍ଭରୁ ଦର୍ଶକଙ୍କୁ ଏହି ମନୋନୀତ ଚ୍ୟାନେଲଗୁଡିକ ପାଇଁ ୫୦ ପ୍ରତିଶତ ଅଧିକ ଅର୍ଥ ଦେବାକୁ ପଡିବ। ଦେଶର ପ୍ରମୁଖ ପ୍ରସାରଣ ନେଟୱାର୍କ ଜୀ, ଷ୍ଟାର, ସୋନୀ, ଭାଏକମ୍ ୧୮ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ର ପ୍ରସ୍ତାବିତ ବୁକେ ତାଲିକାରୁ ସେମାନଙ୍କ କିଛି ଚ୍ୟାନେଲକୁ ବାଦ୍ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ଏହି ଚ୍ୟାନେଲଗୁଡିକ ଦେଖିବା ପାଇଁ ୫୦ ପ୍ରତିଶତ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିପାରେ।
ଷ୍ଟାରପ୍ଲସ୍‌, କଲର୍ସ, ସୋନୀ ଏବଂ ଜୀ ଭଳି ଚ୍ୟାନେଲଗୁଡିକ ପାଇଁ ଦର୍ଶକଙ୍କୁ ପୂର୍ବ ତୁଳନାରେ ୩୫ ରୁ ୫୦ ପ୍ରତିଶତ ଅର୍ଥ ଅଧିକ ଦେବାକୁ ପଡିବ । ବର୍ତ୍ତମାନ ଏହି ଚ୍ୟାନେଲଗୁଡିକର ହାରାହାରି ମୂଲ୍ୟ ମାସକୁ ୪୯ ଟଙ୍କା, ଯାହାକୁ ମାସକୁ ୬୯ ଟଙ୍କାକୁ ବୃଦ୍ଧି କରାଯାଇପାରିବ। ସେହିଭଳି ସୋନୀ ପାଇଁ ଗ୍ରାହକଙ୍କୁ ୩୯ ଟଙ୍କା ବଦଳରେ ମାସକୁ ୭୧ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଅପରପକ୍ଷେ ଜୀ ଟିଭି ପାଇଁ ୩୯ ଟଙ୍କା ବଦଳରେ ୪୯ ଟଙ୍କା ଏବଂ ଭାୟାକମ୍‌ ୧୮ ଚ୍ୟାନେଲ ପାଇଁ ମାସିକ ୨୫ ଟଙ୍କା ବଦଳରେ ୩୯ ଟଙ୍କା ଖର୍ଚ୍ଚ କରିବାକୁ ହେବ।
ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ନୂଆ ଟାରିଫ୍ ବା ଶୁକ୍ଳ ଅର୍ଡର ଲାଗୁ କରାଯିବା ହେତୁ ଗ୍ରାହକଙ୍କ ଲାଗି ଟିଭି ଦେଖିବା ମହଙ୍ଗା ହେବାକୁ ଯାଉଛି। ଟ୍ରାଇ ଚ୍ୟାନେଲଗୁଡ଼ିକର ମୂଲ୍ୟ ସମ୍ବନ୍ଧରେ ମାର୍ଚ୍ଚ ୨୦୨୧ ରେ ଏକ ନୂତନ ଶୁଳ୍କ ଅର୍ଡର (ଏନ୍‌ଟିଓ) ଜାରି କରିଥିଲା । ଏନ୍‌ଟିଓ ୨.୦ ସହିତ ଦର୍ଶକମାନେ କେବଳ ସେହି ଚ୍ୟାନେଲଗୁଡିକ ଚୟନ କେବଳ କରି ଦେୟ ଦେବାକୁ ସମର୍ଥ ହେବେ ଯାହାକୁ ସେମାନେ ଦେଖିବାକୁ ଚାହାଁନ୍ତି। ତେବେ ସମସ୍ୟା ହେଉଛି ଯେ, ଯେଉଁ ଚ୍ୟାନେଲଗୁଡିକର ମାସିକ ମୂଲ୍ୟ ପ୍ରସାରଣ ନେଟୱାର୍କ ଦ୍ଵାରା ୧୫-୨୫ ଟଙ୍କା ମଧ୍ୟରେ ରଖାଯାଇଥିଲା, ଟ୍ରାଇର ନୂତନ ଶୁଳ୍କ ଅର୍ଡର ଯୋଗୁଁ ତାହା ସର୍ବନିମ୍ନ ୧୨ ଟଙ୍କା ସ୍ଥିର କରାଯାଇଥିଲା। ଯେଉଁଥିପାଇଁ ଟଙ୍କା ପ୍ରସାରଣକାରୀ ଚ୍ୟାନେଲଗୁଡିକୁ କ୍ଷତି ହେଉଥିଲା। ଏଥିପାଇଁ କିଛି ଲୋକପ୍ରିୟ ଚ୍ୟାନେଲର ମୂଲ୍ୟ ବୃଦ୍ଧି ପାଉଛି।
ଓଡ଼ିଶାରେ ଜିଓର ଦବ୍‌ଦବା ଜାରି, ମାର୍ଚ୍ଚରେ ଯୋଡି ହୋଇଛନ୍ତି ୨.୭୨ ଲକ୍ଷରୁ ଅଧିକ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ
ଭୁବନେଶ୍ୱର: ଓଡ଼ିଶା ଦୂରସଂଚାର ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବା ଭାରତର ଦୂରସଂଚାର ନିୟାୟକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି ।
ଟ୍ରାଇ ପକ୍ଷରୁ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ଓଡ଼ିଶାରେ ପ୍ରାୟ ୪୨% ଗ୍ରାହକ ବଜାର ଅଂଶ ରହିଛି ଏବଂ ରାଜ୍ୟରେ ଏହାର ୧.୪୩ କୋଟିରୁ ଅଧିକ ମୋବାଇଲ ଗ୍ରାହକ ଅଛନ୍ତି । ୨୦୨୧ ମାର୍ଚ୍ଚ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବାବେଳେ ଏହି ମାସରେ ଏୟାରଟେଲ ମାତ୍ର ୬୪,୭୦୧ ଏବଂ ବିଏସଏନଏଲ୍ ୪୯,୧୩୩ ଗ୍ରାହକ ଯୋଗ କରିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି । ଏହି ମାସରେ ଭୋଡାଫୋନ ଆଇଡିଆ ରାଜ୍ୟରେ ୫୨,୭୫୧ ଗ୍ରାହକ ହରାଇଛି । ଏଥିସହିତ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ମାର୍ଚ୍ଚ ମାସରେ ୩.୩୩ ଲକ୍ଷ ବୃଦ୍ଧି ଘଟି ଏହା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୩.୪୩ କୋଟି ଅତିକ୍ରମ କରିଥିବା ଜଣାପଡିଛି ।
ସର୍ବଭାରତୀୟ ସ୍ତରରେ ମଧ୍ୟ ଜିଓ ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୭୯ ଲକ୍ଷ ନୂଆ ଗ୍ରାହକ ଯୋଗକରିଥିବାବେଳେ ତାହା ପଛକୁ ଏୟାରଟେଲ ପ୍ରାୟ ୪୦ ଲକ୍ଷ ଯୋଗକରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଏବଂ ଦୂୂରସଂଚାର କ୍ଷେତ୍ରରେ ରାଜ୍ୟରେ ମୋଟ ରାଜସ୍ୱର ୫୦ ପ୍ରତିଶତରୁ ଅଧିକ ଅଂଶ ହାସଲ ସହିତ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ହୋଇଛି । ରିଲାଏନ୍ସ ଜିଓ ଏହାର ସର୍ବବୃହତ ଟ୍ରୁ-୪ଜି ନେଟୱର୍କ ବଳରେ ତଥା ଏପର୍ୟ୍ୟନ୍ତ ଅପହଂଚ ରହିଥିବା ଅଂଚଳଗୁଡିକରେ ଦ୍ରୁତ ନେଟୱର୍କ ସଂପ୍ରସାରଣ ଏବଂ ସୁଲଭ ମୂଲ୍ୟରେ ସେବା ସହିତ ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଂଟରନେଟ ସେବା ଯୋଗାଇ ଗତ କିଛିବର୍ଷ ଧରି ପ୍ରତି ମାସରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରୁଛି । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ଜିଓ ସଫଳତାର ସହିତ ସମଗ୍ର ଓଡ଼ିଶାରେ ମୁତୟନ କରିବା କାର୍ୟ୍ୟ ସମ୍ପୂର୍ଣ୍ଣ କରିଛି ଏବଂ ତଦ୍ଦ୍ୱାରା ରାଜ୍ୟରେ ଏହାର ଗ୍ରାହକଙ୍କ ଅନୁଭୂତିକୁ ସମୃଦ୍ଧ କରିବା ସହିତ ୪ଜି ନେଟ୍‌ୱର୍କ ଓ ଇଂଟରନେଟ୍ ବେଗରେ ବୃଦ୍ଧି ଘଟିଛି । ଏହା ମଧ୍ୟ ନିଜର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରକୁ ଓଡ଼ିଶାର ବିଭିନ୍ନ ସହର ଓ ନଗରକୁ ଦ୍ରୁତ ସମ୍ପ୍ରସାରଣ କରୁଛି ଏବଂ ଏବେ ସୁଦ୍ଧା ରାଜ୍ୟର ୨୬ରୁ ଉର୍ଦ୍ଧ୍ୱ ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ହେଉଛି ।
ଟ୍ରାଇର ନୂଆ ପଦକ୍ଷେପ, ପହିଲାରୁ ବଦଳିବ ଏସ୍‌ଏମ୍‌ଏସ୍‌ ନିୟମ
ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଆସନ୍ତା ଏପ୍ରିଲ ପହିଲାଠାରୁ ଏହାର ଏସ୍‌ଏମ୍‌ଏସ୍‌ ନିୟମରେ କେତେକ ନିୟମ ପରିବର୍ତ୍ତନ କରିବାକୁ ଯାଉଛି। ଏହି ଅନୁଯାୟୀ, ଥରକେ ଏକରୁ ଅଧିକ ଲୋକଙ୍କ ପାଖକୁ ପଠାଯାଇପାରୁଥିବା ମେସେଜ୍‌ ଅର୍ଥାତ୍‌ ବ୍ଲକ୍‌ ମେସେଜ୍‌ ସମ୍ୱନ୍ଧରେ ରହିଥିବା ନିୟମ ପରିବର୍ତ୍ତନ କରିବା ପାଇଁ ଟ୍ରାଇ ପ୍ରମୁଖ ମନ୍ତ୍ରାଳାୟଗୁଡିକୁ ଚିଠି ଲେଖିଛି। ବ୍ୟବହାରକାରୀଙ୍କ ପାଇଁ ଏହି ବ୍ୟବସ୍ଥା ଆହୁରି ଅଧିକ ସହଜ ହେବ ବୋଲି ଟ୍ରାଇ କହିଛି। ଏଥିସହ ଏହାର ଅଧୀନରେ ଆସୁଥିବା ଅନୁଷ୍ଠାନ ଏବଂ ସଂଗଠନ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଟ୍ରାଇ କହିଛି। ଏନ୍ଆଇସି ବିଣିଜ୍ୟିକ ମେସେଜ୍‌ ପାଇଁ ଲାଗୁ ହେଉଥିବା ନିୟମକୁ ନେଇ ସରକାରୀ ସଂଗଠନ ସାହାୟତାରେ ଏବଂ ଏହା ସହିତ ଜଡ଼ିତ କୌଣସି ସମସ୍ୟାର ସମାଧାନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛି। ଟ୍ରାଇ ଫିକି, ସିଆଇଅଆଇ, ଆସୋଚାମ୍‌, ନାସ୍‌କମ୍‌ ଏବଂ ସିଓଏଆଇକୁ ଏହି ନୂତନ ନିୟମର ଆବଶ୍ୟକତା ବିଷୟରେ ସେମାନଙ୍କ ସଦସ୍ୟମାନଙ୍କୁ ଅବଗତ କରାଇବାକୁ କହିଥିବା ଜଣାପଡ଼ିଛି।