Medicine Store - The Sakala

ବିନା ପ୍ରେସ୍‌‌କ୍ରିପ୍‌‌ସନରେ ଋତୁସ୍ରାବ ଔଷଧର ଅନିୟନ୍ତ୍ରିତ ବିକ୍ରି, ନିଷ୍ପତ୍ତି ନେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ବଜାରରେ ଥିବା ଔଷଧ ଦୋକାନଗୁଡ଼ିକରେ ବିନା ପ୍ରେସ୍‌‌କ୍ରିପ୍‌‌ସନରେ ଋତୁସ୍ରାବକୁ ବନ୍ଦ କରିବା ପାଇଁ ଉଦ୍ଦିଷ୍ଟ ଔଷଧକୁ ବିକ୍ରି କରାଯାଉଥିବା ପ୍ରସଂଗରେ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମଙ୍ଗଳବାର ହାଇକୋର୍ଟ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି। ଆବେଦନକାରୀଙ୍କ ଅଭିଯୋଗ ସଂକ୍ରାନ୍ତରେ ଆସନ୍ତା ୧୪ ଅଗଷ୍ଟ ସୁଦ୍ଧା ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସାମାଜିକ କର୍ମୀ ବିନ୍ଦୁଜା ଉପାଧ୍ୟାୟଙ୍କ ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌‌.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ନିଷ୍ପତ୍ତି ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣର ଏକ ସପ୍ତାହ ମଧ୍ୟରେ ଅବଗତ କରାଯିବ ବୋଲି କହିଛନ୍ତି ଖଣ୍ଡପୀଠ।

ମାମଲାରୁ ପ୍ରକାଶ ଯେ, ଡାକ୍ତରଙ୍କ ପ୍ରେସ୍‌‌କ୍ରିପ୍‌‌ସନ ନଥାଇ ଅନାବଶ୍ୟକସ୍ଥଳେ ନୋରେଥିଷ୍ଟେରୋନ ସହ ଅନ୍ୟ କେତେକ ଔଷଧକୁ ଅନିୟନ୍ତ୍ରିତ ଭାବେ ବିକ୍ରି କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଔଷଧର ନିୟନ୍ତ୍ରିତ ବିକ୍ରି ତଥା କୌଣସି ପରିସ୍ଥିତିରେ ବିନା ପ୍ରେସ୍‌‌କ୍ରିପ୍‌‌ସନରେ ବିକ୍ରି ନକରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ଏହାକୁ ରାଜ୍ୟର ଅଧିକାଂଶ ଔଷଧ ଦୋକାନ ପାଳନ କରୁନାହାନ୍ତି କି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଆବେଦନରେ ଉଲ୍ଲେଖ ରହିଥିଲା। ମାମଲାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜ୍ୟ ଔଷଧ ନିୟନ୍ତ୍ରକ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ, ସେଣ୍ଟ୍ରାଲ ଡ୍ରଗ୍ସ କଣ୍ଟ୍ରୋଲ ଅର୍ଗାନାଇଜେସନକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଫ୍‌‌ରାଜ ସୁହେଲ ମାମଲା ପରିଚାଳନା କରୁଥିଲେ।