Tempereture - The Sakala

ରାଜ୍ୟରେ ଆଉ ୫ ଦିନ ଅସହ୍ୟ ତାତି
ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜାରି ରହିଛି। ଆଭ୍ୟନ୍ତରୀଣରେ ସୂର୍ଯ୍ୟଙ୍କ ଅଗ୍ନିବର୍ଷୀକିରଣ ଯୋଗୁଁ ତାପମାତ୍ରା ଉପର ମୁହାଁ ହୋଇଥିବା ବେଳେ ଉପକୂଳରେ ରହୁଥିବା ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି କଲବଲ କରୁଛି। ଅନ୍ୟପଟେ ୨ ଦିନ ହେବ ଏଭଳି ସମସ୍ୟା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ କିଛିକାଂଶରେ ଆଶ୍ୱସ୍ତି ଆଣିଛି। ଯଦିଓ ସନ୍ଧ୍ୟାରେ ବର୍ଷା ଯୋଗୁଁ ଗୁଳୁଗୁଳି କମିଛି, ହେଲେ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବା ସହିତ ଉପକୂଳରେ ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ହେବାକୁ ଥିବାରୁ ଗୁଳୁଗୁଳିରୁ ମୁକ୍ତି ମିଳିବା ନେଇ ସମ୍ଭାବନା ରହିଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନ ଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ। ସମ୍ପୃକ୍ତ ଅଞ୍ଚଳରେ ଅନେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବାକୁ ଥିବା ବେଳେ ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡି ଆଦି ଅଞ୍ଚଳରେ ତାପମାତ୍ର ଅଧିକ ରହିବ। ଏଥିପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ୧୧ ଟାରୁ ଅପରାହ୍ଣ ୩ ଟା ମଧ୍ୟରେ ଖରା ଦାଉରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେହିପରି ଉପକୂଳରେ ଜାରି ରହୁଥିବା ତାତି ସାଙ୍ଗକୁ ରାଜ୍ୟକୁ ପ୍ରବେଶ କରୁଥିବା ବଙ୍ଗୋପସାଗରୀୟ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ କାଳବୈଶାଖୀ ପାଇଁ ପାଗ ଅନୁକୂଳ କରାଯାଉଛି। ମଙ୍ଗଳବାର ସମାନ ସ୍ଥିତି ଉପୁଜିବାରୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଅନେକ ଉପକୂଳବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ପବନ ଅନୁଭୂତ ହୋଇଛି। ଭୁବନେଶ୍ୱରରେ ପବନର ଝଟକା ୪୫ କିମି ଅତିକ୍ରମ କରିଥିବା ବେଳେ କଟକରେ ୧୭ ମିମି ବର୍ଷା ହୋଇଛି। ସେହିପରି ଜଗତସିଂହପୁର ୧୪, ଛତ୍ରପୁରରେ ୧୪ ଓ ନୟାଗଡ଼ରେ ୯ ମିମି ବର୍ଷା ରେକର୍ଡ ହୋଇଛି। ବୁଧବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି।

ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ବଢ଼଼ି ୪୦-୫୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ସେହିପରି କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ ଓ ଅନୁଗୁଳରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ମଙ୍ଗଳବାର ରାଜ୍ୟର ୧୪ ଟି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବା ବେଳେ ୪୪.୩ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବୌଦ୍ଧରେ ତାପମାତ୍ରା ୪୪.୨, ବଲାଙ୍ଗିର ୪୪ ଓ ନୂଆପଡ଼ାରେ ବି ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି।