ICC New Rule - The Sakala

କ୍ରିକେଟ୍‌ରୁ ବିବାଦୀୟ ‘ସଫ୍ଟ ସିଗନାଲ’ ନିୟମ ଉଚ୍ଛେଦ, ‘ଫ୍ରି ହିଟ୍’ରେ ବୋଲ୍ଡ ହେଲେ ମଧ୍ୟ ବ୍ୟାଟର୍ ନେଇପାରିବେ ରନ୍
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପୁଣି କ୍ରିକେଟର କିଛି ନିୟମ ପରିବର୍ତ୍ତନ ବଦଳାଇଛି। ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ପୁରୁଷ କ୍ରିକେଟ୍ କମିଟି ଏବଂ ମହିଳା କ୍ରିକେଟ୍ କମିଟିର ସୁପାରିସକୁ ଅନୁମୋଦନ କରାଯିବା ପରେ ଆଇସିସି ଏହି ନିୟମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି।

ଅନ୍‌-ଫିଲ୍ଡ ଅମ୍ପାୟାରଙ୍କ ଦ୍ବାରା ଦିଆଯାଉଥିବା ବିବାଦୀୟ ‘ସଫ୍ଟ ସିଗନାଲ’ ନିୟମକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛି ଆଇସିସି । କାରଣ ଏହା ତୃତୀୟ ବା ଟିଭି ଅମ୍ପାୟାରଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା । ଭୂମିରୁ କିଛି ଇଞ୍ଚ ଉପରୁ ଧରାଯାଇଥିବା କ୍ୟାଚର ବୈଧତା ନିର୍ଣ୍ଣୟ କରିବା ପାଇଁ ‘ସଫ୍ଟ ସିଗ୍ନାଲ୍’ ବ୍ୟବହାର କରାଯାଇଥାଏ । କାରଣ ଏହିପରି କ୍ୟାଚର ବୈଧତା ଖାଲି ଆଖିରେ ନିର୍ଣ୍ଣୟ କରିବା‌ କଷ୍ଟକର ହୋଇଥାଏ । ଏପର୍ଯ୍ୟନ୍ତ ଅନ୍-ଫିଲ୍ଡ ଅମ୍ପାୟାରମାନେ ସେମାନଙ୍କର ଅନୁମାନ ଆଧାରରେ ‘ଆଉଟ୍’ ବା ‘ନଟ୍ ଆଉଟ୍’ ସଙ୍କେତ ଦେଉଥିଲେ, ଯାହାକୁ ‘ସଫ୍ଟ ସିଗ୍ନାଲ୍’ କୁହାଯାଏ । ଅଧିକାଂଶ ସମୟରେ ଟିଭି ଫୁଟେଜରୁ ମଧ୍ୟ କ୍ୟାଚ୍ ସଠିକ୍ ଧରାଯାଇଛି କି ନାହିଁ ତାହା ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ହୋଇଥାଏ । ଏପରି ସ୍ଥିତିରେ ଫିଲ୍ଡ ଅମ୍ପାୟାରଙ୍କ ‘ସଫ୍ଟ ସିଗ୍ନାଲ୍’ ଆଧାରରେ ନିଷ୍ପତ୍ତି ନିଅନ୍ତି ତୃତୀୟ ଅମ୍ପାୟର।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କ୍ରମେ ପଡ଼ିଆରେ ବିପଦପୂର୍ଣ୍ଣ ଅଞ୍ଚଳରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯେତେବେଳେ ବ୍ୟାଟ୍ସମ୍ୟାନ୍ ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହୁଅନ୍ତି, ୱିକେଟ୍ କିପର ଷ୍ଟମ୍ପ ନିକଟରେ ଛିଡା ହୁଅନ୍ତି ଅବା ଫିଲ୍ଡର ବ୍ୟାଟ୍ସମ୍ୟାନଙ୍କ ନିକଟରେ ଛିଡା ହୁଅନ୍ତି, ଏଭଳି ପରିସ୍ଥିତିରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ । ଏହା ବ୍ୟତୀତ ଫ୍ରି ହିଟ୍ ନିୟମରେ ମଧ୍ୟ ଏକ ଛୋଟ ପରିବର୍ତ୍ତନ କରାଯାଇଛି । ଏଣିକି ‘ଫ୍ରି ହିଟ୍’ରେ ବଲ୍ ଯଦି ଷ୍ଟମ୍ପକୁ ବାଜେ ଏବଂ ବ୍ୟାଟ୍ସମ୍ୟାନ୍ ରନ୍ ନିଅନ୍ତି ତେବେ ଏହା ସ୍କୋରରେ ମିଶିବ । ଅର୍ଥାତ୍ ଜଣେ ବ୍ୟାଟ୍ସମ୍ୟାନ୍ ‘ଫ୍ରି ହିଟ୍’ରେ ବୋଲ୍ଡ ହେଲେ ମଧ୍ୟ ରନ୍ ନେଇପାରିବେ। ଜୁନ୍ ୧ରୁ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଲର୍ଡସରେ ଅନୁଷ୍ଠିତ ହେବାକୁ ଥିବା ଏକମାତ୍ର ଟେଷ୍ଟ ଠାରୁ ଏହି ସବୁ ନୂଆ ନିୟମ ଲାଗୁ ହେବ । ଜୁନ୍ ୭ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମଧ୍ୟ ନୂଆ ନିୟମ ଅନୁଯାୟୀ ଖେଳାଯିବ।