heat wave - The Sakala
ଭୁବନେଶ୍ୱର: ଶନିବାରଠାରୁ ରାଜ୍ୟରେ ତାପମାତ୍ରା ଆହୁରି ବଢ଼ିବ। ତାପମାତ୍ରା ବୃଦ୍ଧି ଯୋଗୁଁ ଗରମ ଗୁଳୁଗୁଳି ବୃଦ୍ଧି ପାଇବ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରା ତାତିର ପ୍ରଭାବ ଅଧିକ ରହିବାକୁ ଥିବା ବେଳେ ଉପକୂଳରେ ଗୁଳୁଗୁଳି କଲବଲ କରିବ। ପ୍ରାୟ ୧୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ଅନ୍ୟପଟେ ସକାଳୁ ଅପରାହ୍ଣ ୩ ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବାକୁ ଥିବା ବେଳେ ୩ଟା ପରେ କିଛି କିଛି ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହେବ। ପ୍ରଚଣ୍ଡ ତାତି ଗୁଳୁଗିଳି ପରେ ସାମୁଦ୍ରିକ ବାୟୁର ପ୍ରବାହ ବଢ଼ିଲେ ଏଭଳି ସ୍ଥିତି ସୃଷ୍ଟି ହୋଇ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାରଠାରୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବୃଦ୍ଧି ପାଇବ। ତେଣୁ ରାଜ୍ୟରେ ତାତି ଓ ଗୁଳୁଗୁଳି ବୃଦ୍ଧି ପାଇବ। ମୌସୁମୀ ଏବେ ବିରତି ନେଇଛି। ଫଳରେ ବର୍ଷାରେ ରୋକ୍‌ ଲାଗିଛି। ବଙ୍ଗୋପସାଗରରେ କୌଣସି ଲଘୁଚାପ ବା ଘୂର୍ଣ୍ଣିବଳୟ ନ ହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ତେଣୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଗରମ ଗୁଳୁଗୁଳିରୁ ମୁକ୍ତି ମିଳିବାର ସମ୍ଭାବନା କମ୍‌ ରହିଛି। ମାତ୍ର ୧୦ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାରୁ ଏହା ରାଜ୍ୟରେ ବର୍ଷା କରାଇବା ନେଇ ସମ୍ଭାବନା ରହିଛି। ଏହି ସ୍ଥିତି ଉପୁଜିଲେ ରଜରେ ରାଜ୍ୟରେ ବର୍ଷା ସାଙ୍ଗକୁ ପାଗ ମେଘୁଆ ରହିବା ନେଇ ଅନୁମାନ କରାଯାଇଛି।
ପାଣିପାଗ କେନ୍ଦ୍ର କହିଛି ଯେ ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ଗୁଳୁଗୁଳି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ଉଷ୍ମ ଓ ଆର୍ଦ୍ର ପାଣିପାଗ ଜନିତ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ନେଇ ସତର୍କ ସୂଚନା ଜାରି ହୋଇଛି।
ଭୁବନେଶ୍ୱର: ରାଜ୍ୟରେ ଆଗକୁ ଆସୁଛି ଭୀଷଣ ତାତି। ବିଶେଷ କରି ୭ତାରିଖରୁ ୧୦ ତାରିଖ ମଧ୍ୟରେ ଭୀଷଣ ତାତି ଅନୁଭବ ହେବ। ଏହି ୩ ଦିନ ମଧ୍ୟରେ ପ୍ରାୟ ୫ ଡିଗ୍ରୀ ତାପମାତ୍ରା ବଢ଼ିବ । ଗୁରୁବାର ତାମିଲନାଡ଼ୁ ଓ ଆନ୍ଧ୍ର ପ୍ରଦେଶ ପଟେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଛି। ମଦୁରାଇରେ ଆଜି ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାକି ସ୍ଥାନଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ନିକଟତର ହୋଇଛି। ଆଇଏମ୍‌ଡି ପକ୍ଷରୁ ଜାରି ବିସ୍ତାରିତ ପରସର ଆକଳନ ରିପୋର୍ଟରେ ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ନେଇ ଆକଳନ କରାଯାଇଛି। ତେଣୁ ଆସନ୍ତା ୪ ଦିନ ଯାଏଁ ରାଜ୍ୟବାସୀ ଭୀଷଣ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବେ ବୋଲି ଆକଳନ କରାଯାଇଛି। ଆସନ୍ତା ୧୨ ତାରିଖ ମଧ୍ୟରେ ମୌସୁମୀ ନିଷ୍କ୍ରିୟ ରହିବ ବୋଲି ଆଇଏମ୍‌ଡି ଆକଳନ କରିଛି।
ତେଣୁ ୧୨ ତାରିଖ ମଧ୍ୟରେ ଦିନ ବେଳା ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ ଓ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ୯ ତାରିଖ ଯାଏଁ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭବ ହେବ। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ଅଧିକ ରହିବ। ତେଣୁ ଗଞ୍ଜାମ ଗଜପତି, ଖୋର୍ଦ୍ଧା ନୟାଗଡ, ପୁରୀ, ଜଗତସିଂହପୁର, କଟକ, କେଦ୍ରାପଡ଼ା, ବାଲେଶ୍ୱର ଆଦି ଜିଲ୍ଲାପାଇଁ ସତର୍କ ସୂଚନା ଜାରି କରାଯାଇଛି।
ବଢୁଛି ତାତି: ରାଜ୍ୟରେ ସକାଳୁ ୩୪ ଡିଗ୍ରୀ ଟପିଲାଣି ତାପମାତ୍ରା…
ଭୁବନେଶ୍ୱର: ମାତ୍ର କେଇ ଦିନର ଆଶ୍ୱସ୍ତି ପରେ ପୁଣି ରାଜ୍ୟକୁ ଫେରିଛି ତାତି। ତାପମାତ୍ରା ବୃଦ୍ଧି ସାଙ୍ଗକୁ ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ବାଲେଶ୍ୱର ଓ  ପୁରୀର ତାପମାତ୍ରା ୩୪ ଡିଗ୍ରୀ ପାର କରିଛି। ବାଲେଶ୍ୱରର ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ପୁରୀର ତପମାତ୍ରା ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପର, ଭୁବନେଶ୍ୱର ଓ ଚାନ୍ଦବାଲିରେ ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ କରାଯାଇଛି।  ପାରାଦୀପରେ ୩୨.୮ ଡିଗ୍ରୀ ଓ  ଗୋପାଳପୁର ୩୨.୨ ଡିଗ୍ରୀ ରେକର୍ଡ କରାଯାଇଛି।
ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ଯାଏଁ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବାକୁ ଥିବା ବେଳେ ୧୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ତେଣୁ ଆସନ୍ତା ୮ ଦିନ ପର୍ଯ୍ୟନ୍ତ ଏଭଳି ତାତି ଓ ଗୁଳୁଗୁଳି ଜାରି ରହିବାର ଆଶଙ୍କା ରହିଛି। ପ୍ରବଳ ଗରମ ଓ ଗୁଳୁଗୁଳି ହେବାର ସମ୍ଭାବନାକୁ ଆଖିରେ ରଖି ପାଣିପାଗ କେନ୍ଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ଯେପରିକି ପୁରୀ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ଗଞ୍ଜାମ ଓ ଗଜପତି ସାଙ୍ଗକୁ କଟକ ଓ ଖୋର୍ଦ୍ଧା ଆଦି ଜିଲ୍ଲାକୁ ସତର୍କ ରହିବା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହିସବୁ ଜିଲ୍ଲାର ଅନେକ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ପର୍ଯନ୍ତ ଛୁଇଁପାରେ ବୋଲି କୁହାଯାଇଛି।
ଧୋକା ଦେଲା ମୌସୁମୀ; ବଢ଼ିଲା ତାତି: ରାଜ୍ଯରେ ଆଜି ଭୁବନେଶ୍ବର ସବୁଠୁ ଉତ୍ତପ୍ତ
ଭୁବନେଶ୍ବର: ଧୋକା ଦେଲା ମୌସୁମୀ, ବଢିଲା ତାତି। ଓଡ଼ିଶା ଛୁଇଁବା ପୂର୍ବରୁ ଲଘୁଚାପ ଫାନ୍ଦରେ ପଡ଼ି ବାଟରେ ଅଟକି ଗଲା। ଦିନେ ଦୁଇଦିନ ବୁନ୍ଦା ଝାଡ଼ି ପ୍ରାକ୍‌ ମୌସୁମୀ ବର୍ଷା ବି ଓଡ଼ିଶାରୁ ମୁହଁ ଫେରାଇ ନେଲା। ଏହାପରେ ରାଜ୍ୟରେ ପୁଣି ବଦଳିଛି ପାଗ; ତାତି ବଢ଼ିଛି, ଆରମ୍ଭ ହୋଇଛି ପ୍ରଚଣ୍ଡ ଗୁଳୁଗୁଳି। ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି।ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ଭୁବନେଶ୍ବର ୩୯.୪ ଡିଗ୍ରୀ  ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।
ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା-
ଭୁବନେଶ୍ୱର- ୩୯.୪ ଡିଗ୍ରୀ
ଝାରସୁଗୁଡା- ୩୯ ଡିଗ୍ରୀ
ସମ୍ବଲପୁର- ୩୯ ଡିଗ୍ରୀ
ବାଲେଶ୍ୱର- ୩୮.୪ ଡିଗ୍ରୀ
ହୀରାକୁଦ- ୩୮.୪ ଡିଗ୍ରୀ
ଚାନ୍ଦବାଲି- ୩୮ ଡିଗ୍ରୀ
ରାଉରକେଲା – ୩୭.୨ ଡିଗ୍ରୀ
ଭୁବନେଶ୍ୱର: ସାରା ରାଜ୍ୟରେ ଖଇଫୁଟା ତାତି ଜନଜୀବନକୁ ବ୍ୟତିବ୍ୟସ୍ତ କରିଦେଇଛି। ଅପରପକ୍ଷରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଝାଳୁଆ ଗୁଳୁଗୁଳି ଲୋକଙ୍କୁ ଦହଗଞ୍ଜ କରିଛି। ରାଜ୍ୟର ୧୭ ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି ଓ ସମ୍ବଲପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୯ ଡ଼ିଗ୍ରୀ ରେକଡର଼୍ କରାଯାଇଛି। ଭୁବନେଶ୍ୱରରେ କ୍ରମାଗତ ୩ୟ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଟପିଥିବାବେଳେ କଟକରେ ଚଳିତ ବର୍ଷ ପ୍ରଥମଥର ତାତି ୪୦ ଡ଼ିଗ୍ରୀ ଅତିକ୍ରମ କରିଛି। ଏହି ଅବସ୍ଥା ଆହୁରି ତିନି ଚାରିଦିନ ଲାଗି ରହିପାରେ ବୋଲି କୁହାଯାଉଛି। ଏହା ମଧ୍ୟରେ ମୌସୁମୀର ଆଗୁଆ ଆଗମନ ସୂଚନା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି। ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀବାୟୁ ଅଗ୍ରସର ପାଇଁ ପାଣିପାଗ ସ୍ଥିିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ଉଷ୍ମ ଆର୍ଦ୍ର ପାଣିପାଗ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ପ୍ରଭାବରେ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରିଛି। ଅନ୍ୟପଟେ ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପ୍ରତି ୩୦-୪୦ କିମି ରହିବା ସହ ବିଜୁଳି ଘଡ଼ଘଡ଼ି ନେଇ ଆଶଙ୍କା କରାଯାଇଛି। ସୋମବାର ଗଞ୍ଜାମ, ନୟାଗଡ, ମୟୁରଭଞ୍ଜ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ଅନୁଭୂତ ହୋଇଥିଲା।
ରାଜ୍ୟରେ ଆଜିଠୁ ଭୀଷଣ ତାତି ଓ ଗୁଳୁଗୁଳି, ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ଆଶଙ୍କା
ଭୁବନେଶ୍ୱର: ରାଜ୍ୟରେ ପୁଣି ଆରମ୍ଭ ହେବ ତାତି ଓ ଗୁଳୁଗୁଳି। ବୁଧବାରଠାରୁ ଯଦିଓ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ହୋଇଛି, ତେବେ ଗୁରୁବାରଠାରୁ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବଢ଼ିବା ସହ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ଆଶଙ୍କା ସୃଷ୍ଟି ହୋଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାରଠାରୁ ୧୩ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ ସହ ଉଷ୍ମ ଓ ଆର୍ଦ୍ର ସ୍ଥିତି ରହିବାର ସମ୍ଭାବନା ରହିଛି। ଫଳରେ ତାତି ବଢ଼ିବା ସହ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି କେନ୍ଦ୍ର କହିଛି। ଏହା ସହ ଝାଞ୍ଜି ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଏହାକୁ ନେଇ କେତେକ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିପରି ୧୩ ତାରିଖ ଯାଏଁ ବର୍ଷା ପାଇଁ କୌଣସି ସତର୍କତା ଜାରି ହୋଇ ନ ଥିବା ବେଳେ ଏହି ସମୟରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।
ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ଅବସ୍ଥା ହେବାର ସମ୍ଭାବନା ରହିଛି। ଏହା ସହ ଏସବୁ ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆକଳନ କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
୧୨ ଓ ୧୩ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିବାର ଆକଳନ କରାଯାଇଥିବାରୁ ଏହି ୨ ଦିନ ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ, ବରଗଡ଼, ସୋନପୁର, ସମ୍ୱଲପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲା ରହିଛି। ସେହିପରି ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ଗଜପତି, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟରେ ରଖାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୨ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିଥିବା ବେଳେ ପୁଣି ଥରେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ୪୧ ଡିଗ୍ରୀ ସହ ସମ୍ବଲପୁର ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ବଲାଙ୍ଗିର ୪୦.୮, ଝାରସୁଗୁଡ଼ା ୪୦.୪ ଓ ଟିଟଲାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି।
ଭୁବନେଶ୍ବର: ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଚଳିତ ବର୍ଷ ପ୍ରଥମ ଥର ରାଜଧାନୀରେ ୪୦ ଡିଗ୍ରୀ ଅତିକ୍ରମ କରିଛି ପାରଦ। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୪୩ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର ୪୧.୬ ଡ଼ିଗ୍ରୀ, ହୀରାକୁଦ ୪୧.୨ ଡ଼ିଗ୍ରୀ, ରାଉରକେଲା ୪୦.୪ ଡ଼ିଗ୍ରୀ, ଚାନ୍ଦବାଲି ୪୦.୪ ଡ଼ିଗ୍ରୀ, ଭୁବନେଶ୍ୱର ୪୦.୨ ଡ଼ିଗ୍ରୀ, ବାଲେଶ୍ୱର ୩୯ ଡ଼ିଗ୍ରୀ ଓ କେନ୍ଦୁଝର ୩୮.୧ ଡ଼ିଗ୍ରୀ ରେକର୍ଡ କରାଯାଇଛି।
ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ଯାଏ ତାତିରୁ ନିସ୍ତାର ନାହିଁ। ରାଜ୍ୟରେ ଅସମ୍ଭାଳ ତାତି କୁ ନେଇ ୩ ଦିନ ଯାଏ ହିଟ ୱେଭ ଜାରି କଲା ପାଣିପାଗ ବିଭାଗ । କିଛି ଜିଲ୍ଲାରେ ୪୨ ଡିଗ୍ରୀ ଅତିକ୍ରମ କରିପାରେ ରାଜ୍ୟ ତାପମାତ୍ରା । ଆସନ୍ତା ୨୪ ଘଣ୍ଟାରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଙ୍ଗ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି କଳାହାଣ୍ଡି, ବଲାଙ୍ଗୀର, ସୋନପୁର,ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳ ଖରାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ସେପଟେ ୨ ତାରିଖ ବେଳକୁ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।ଆଦ୍ରତାର ପରିମାଣ ବୃଦ୍ଧି ସହ ବାୟୁର ଦିଶା ପରିବର୍ତନ କୁ ନେଇ ୨ କିମ୍ବା ୩ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଭୁବନେଶ୍ବର: ରାଜ୍ୟରେ ଖରା ସହ ବୃଦ୍ଧି ପାଉଛି ପାରଦର ସ୍ତର। ଆଗାମୀ ତିନି ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ରାଜ୍ୟରେ ଅସମ୍ଭାଳ ତାତି ଅନୁଭବ ହେବ। ୩ ଦିନ ପରେ ତାପମାତ୍ରାରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ନଥିବା ବେଳେ ୨୯ ତାରିଖରେ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ସେପଟେ ଆଗାମୀ ୫ ଦିନ ପାଗ ଶୁଖିଲା ରହିବ ବୋଲି କହିଛି। ବର୍ତ୍ତମାନ ତାପମାତ୍ରା ସ୍ୱଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ କମ ରହିଛି, ଯାହାକି ଆଗାମୀ ୩ ଦିନ ମଧ୍ୟରେ ଧୀରେଧୀରେ ବଢ଼ିବ। ଏହି ବର୍ଦ୍ଧିତ ତାପମାତ୍ରାକୁ ନେଇ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିବା ସହ କିଛି ସ୍ଥାନରେ ୪୨ ଡିଗ୍ରି ଛୁଇଁପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି।
ଆସନ୍ତା ୨୯ ତାରିଖରେ ହିଟୱେଭ ପାଇଁ ସତର୍କତା ଜାରି କରାଯାଇଛି। ସୋନପୁର, ବଲାଙ୍ଗୀର, ବୌଦ୍ଧ,କଳାହାଣ୍ଡି ଓ ସମ୍ବଲପୁର ଏହି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ୩୦ ତାରିଖରେ ସମାନ ଜିଲ୍ଲାରେ ହିଟୱେଭ ସତର୍କତା ଜାରି ହୋଇଛି।
ହିଟୱେଭ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀକାଳୀନ ବୈଠକ
ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଡାକିଛନ୍ତି। ରାଜ୍ୟର ଗ୍ରୀଷ୍ମ ପ୍ରବାହକୁ ନେଇ ଆଜି ସନ୍ଧ୍ୟାରେ ସମୀକ୍ଷା କରିବେ। କେମିତି ହିଟୱେଭକୁ ମୁକାବିଲା କରାଯାଇ ପାରିବ ସେଥିପାଇଁ ରଣନୀତି ଚୂଡାନ୍ତ ହେବ। ଉପସ୍ଥିତ ରହିବେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ପାଣିପାଗ ବିଜ୍ଞାନୀ ଓ ବରିଷ୍ଠ ଅଧିକାରୀ । ସନ୍ଧ୍ୟା ୫ ଟାରେ ଲୋକସେବା ଭବନରେ ବସିବ ଏହି ବୈଠକ। ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କରିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଭୁବନେଶ୍ବର: ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ଡ଼ିଗ୍ରୀ ଅତିକ୍ରମ କଲା ପାରଦ। ଏଥିସହ ବୌଦ୍ଧରେ ୪୦ ଡ଼ିଗ୍ରୀ ଅତିକ୍ରମ କରିଛି ତାତି। ୧୨ସହରରେ ପାରଦ ୩୮ଡ଼ିଗ୍ରୀ ଅତିକ୍ରମ କରିଛି। ୪୦.୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲିଟିଛି।
ଆଜି ରେକର୍ଡ ହୋଇଥିବା ତାପମାତ୍ରା
ବୌଦ୍ଧ -୪୦.୫ ºC
ବଲାଙ୍ଗୀର- ୩୯.୯ ºC
ଟିଟଲାଗଡ- ୩୯.୫ ºC
ଝାରସୁଗୁଡା- ୩୯.୪ ºC
ସୁନ୍ଦରଗଡ -୩୯.୪ ºC
ସମ୍ବଲପୁର -୩୯.୩ ºC
ବାରିପଦା- ୩୯ ºC
ସୋନପୁର -୩୮.୯ ºC
ଭଦ୍ରକ -୩୮.୮ ºC
ହୀରାକୁଦ -୩୮.୭ ºC
ରାଉରକେଲା -୩୮.୪ ºC
ଭବାନୀପାଟଣା- ୩୮.୪ ºC
ଭୁବନେଶ୍ବର: ରାଜ୍ୟରେ ବଢ଼ିଲା ତାତି। ଆସନ୍ତାକାଲିଠୁ ଜଳିବ ପଶ୍ଚିମ ଓଡିଶା। ଆସନ୍ତା ୪ ଦିନ ପାଇଁ ହିଟୱେଭ୍ ଜାରି ହୋଇଛି। ଉପକୂଳରୁ ଉପାନ୍ତ ସବୁଠି ତାତି ତାଉ ଥିବା ବେଳେ ଆସନ୍ତାକାଲିଠୁ ଜଳିବ ପଶ୍ଚିମ ଓଡ଼ିଶା । ହୋଲିରେ  ଅନୁଭବ ହେବ ଟାଇଁ ଟାଇଁ ଖରା। ତାତି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
୧୩ ତାରିଖ ପାଇଁ ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ୧୪ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବୋଦ୍ଧ ଓ ବଲାଙ୍ଗୀର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।
୧୫ ତାରିଖ ପଇଁ ପ୍ରବଳ ଖରା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାବେଳେ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ଟାଣ ଖରା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବରଗଡ଼, ସୋନପୁର, ଅନଗୁଳ, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।
୧୬ ତାରିଖ ପାଇଁ ୨ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଝାରସୁଗୁଡ଼ ଓ ସମ୍ବଲପୁର ଜିଲ୍ଲାକୁ ଅରେଞ୍ଜ  ଆଲର୍ଟଜାରି ହୋଇଥିବାବେଳେ ବଲାଙ୍ଗୀର, ବୌଦ୍ଧ, ବରଗଡ଼, ସୁବର୍ଣ୍ଣପୁର, ବରଗଡ଼, ସୁନ୍ଦରଗଡ଼ ଓ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ସେହିପରି ଆଜି ସାଢ଼େ ୨ରେ ୪ ସହରର ତାପମାତ୍ରା ୩୮ ଡ଼ିଗ୍ରୀ ପାର କରିଛି। ସମ୍ବଲପୁର ୩୮.୬, ଝାରସୁଗୁଡ଼ା ଓ ରାଉରକେଲାରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି। ହୀରାକୁଦରେ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ବର ୩୫.୮ ଡିଗ୍ରୀ ରେକର୍ଡ କରାଯାଇଛି।
ଏଥର ବି ଜାଳିବ: ମାର୍ଚ୍ଚରୁ ମେ’ କଲବଲ, ରାତିରେ ବି ମିଳିବନି ତ୍ରାହି
ଭୁବନେଶ୍ୱର: ଏବର୍ଷ ପୁଣି ଖରାରେ ଶିଝିବେ ରାଜ୍ୟବାସୀ। ୨୦୨୪ ପରେ କ୍ରମଗାତ ଦ୍ୱିତୀୟ ବର୍ଷରେ ରାଜ୍ୟରେ ସୃଷ୍ଟି ହେବ ଅସମ୍ଭାଳ ସ୍ଥିତି। ପ୍ରଚଣ୍ଡ ଗରମ ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗୁଳୁଗୁଳି। କେବଳ ଦିନ ନୁହେଁ, ରାତିରେ ମଧ୍ୟ ତାତିର ତାଉ କମିବ ନାହିଁ। ଏହି ସ୍ଥିତି ମାର୍ଚ୍ଚରୁ ଆରମ୍ଭ ହୋଇ ମେ’ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପଟେ ସ୍ୱାଭାବିକ ତୁଳନାରେ ଅଧିକାଂଶ ସମୟରେ ତାପମାତ୍ରା ଅଧିକ ରହିବା ଯୋଗୁଁ ଏଥର ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯିବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି। ବିଭାଗ ପକ୍ଷରୁ ଶୁକ୍ରବାର ଗ୍ରୀଷ୍ମ ଋତୁ ସମ୍ପର୍କିତ ପୂର୍ବାନୁମାନ ନେଇ ଜାରି ରିପୋର୍ଟରେ ଦର୍ଶାଯାଇଛି ଯେ ଏବର୍ଷ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ରାଜ୍ୟ ସମେତ ସାରା ଦେଶ‌‌‌ରେ ତାତି ଅଧିକ ରହିବ। ଉଭୟ ଦିନ ଓ ରାତିର ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବ। ଏହା ପ୍ରଭାବରେ ଗ୍ରୀଷ୍ମଲହରୀ ଦିନ ସଂଖ୍ୟା ବୃଦ୍ଧି ହେବ।
ଏମିତିକି, ମାର୍ଚ୍ଚରୁ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଉତ୍ପନ୍ନ ହେବ। ଯଦିଓ ରାଜ୍ୟରେ ମାର୍ଚ୍ଚ ମାସରେ କିଛି କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରାଯାଉଛି, ମାତ୍ର ଏହା ଖରାକୁ ନିୟନ୍ତ୍ରଣ କରିବାରେ ଅକ୍ଷମ ହେବ। ଗତବର୍ଷ ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହୋଇଥିଲା। ଏପ୍ରିଲ୍‌ରେ ଓଡ଼ିଶାରେ ଅନୁଭୂତ ହୋଇଥିବା ଗ୍ରୀଷ୍ମ ଲହରୀ ସଂଖ୍ୟା ସାରା ଦେଶରେ ଅଧିକ ରହିଥିଲା। ଏପ୍ରିଲ୍‌ରେ ଲଗାତାର ୧୯ ଦିନ ଗ୍ରୀଷ୍ମ ଲହରୀ ସ୍ଥିତି ଅନୁଭୂତ ହେବା ସହ ରାତିରେ ମଧ୍ୟ ଲୋକେ ନାହିଁ ନ ଥିବା ସ୍ଥିତିର ସମ୍ମୁଖୀନ ହୋଇଥିଲେ। ୨୦୨୪ରେ ୮ଟି ରାତି ଏମିତି ଥିଲା, ଯେଉଁ ସମୟରେ ରାତିର ସ୍ୱାଭାବିକ ତାପମାତ୍ରା ୬.୪ ଡିଗ୍ରୀରୁ ଅଧିକ ରହିଥିଲା। ଏହାକୁ ଅସହଜ ରାତି ଭାବେ ବିବେଚନା କରାଯାଇଛି। ବର୍ଷ ୨୦୨୫ରେ ରାଜ୍ୟରେ ପାଣିପାଗ ସ୍ଥିତି ଗତବର୍ଷ ତୁଳନାରେ ଅପେକ୍ଷାକୃତ ଭଲ ରହିବା ନେଇ ଆଶା କରାଯାଇଥିଲା। ମାତ୍ର ଏବେ ଆଇଏମଡିର ଏହି ଆକଳନ ପରେ ପୁଣିଥରେ ଖରାକୁ ନେଇ ଭୟ ସୃଷ୍ଟି କରିଛି।
ଅନ୍ୟପଟେ, ଶୁକ୍ରବାର ରାଜ୍ୟରେ ତାପମାତ୍ରା ୩୭ଡିଗ୍ରୀ ଛୁଇଁଛି। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୩୬.୯, ସମ୍ବଲପୁରରେ ୩୬.୪, ବଲାଙ୍ଗିର, ଟିଟଲାଗଡ଼ ଓ ବୌଦ୍ଧରେ ୩୬.୫ ଡିଗ୍ରୀ ଏବଂ ଭବାନୀପାଟଣାରେ ୩୬ଡିଗ୍ରୀ ରେକର୍ଡ ହୋଇଛି।