SankhaBhawan - The Sakala

ନିଜ ସଦସ୍ୟତା ରିନ୍ୟୁ କରିବା ସହ ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବେ ନବୀନ
ଭୁବନେଶ୍ବର: ଅକ୍ଟୋବର ୯ ତାରିଖରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ଏହି ଦିନଠାରୁ ଦୁଇ ମାସ ବ୍ୟାପୀ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଚାଲିବ । ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରବେ ଦଳୀୟ ସଭାପତି ନବୀନ ପଟ୍ଟନାୟକ । ନବୀନ ପ୍ରଥମ ସଦସ୍ୟ ଭାବେ ତାଙ୍କ ସଦସ୍ୟତା ରିନ୍ୟୁ କରିବେ । ତା’ପରେ ଅନ୍ୟମାନେ ରିନ୍ୟୁ କରିବେ ଓ ନୂଆ ସଦସ୍ୟ ଯୋଡି ହେବେ । ଶଙ୍ଖ ଭବନ ପରେ ସାଙ୍ଗଠନିକ ମହକୁମାରେ ସଦସ୍ୟତା ସଂଗ୍ରହ କରାଯିବ । ପ୍ରତି ଜିଲ୍ଲା ନେତୃବୃନ୍ଦ ଉପସ୍ଥିତ ରହିବେ । ଅନଲାଇନ ଯୋଗାଯୋଗରେ ରହିବେ । ଅନଲାଇନର ଡିଜିଟାଲ ଫର୍ମାଟର ରୂପରେଖ ୯ ତାରିଖରେ ଉନ୍ମୋଚନ ହେବ । ଏଥିରେ ଯୁବ ଓ ଛାତ୍ରଙ୍କୁ ଅଗ୍ରାଧିକାର ଦିଆଯିବ । ଏହାପରେ ପ୍ରତି ନିର୍ବାଚନ ମଣ୍ଡଳୀରେ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବେ । ପ୍ରତି ୩ ବର୍ଷରେ ଥରେ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ହୁଏ । ଘରକୁ ଘର ଯାଇ ଆମେ ସଦସ୍ୟ କରିବୁ ବୋଲି କହିଛନ୍ତି ବିଜେଡି ନେତା ମୁନା ଖାଁ । ଆମ ଦଳ ମଜବୁତ ଅଛି । ଆଗକୁ ବହୁତ ମଜଭୁତ ଓ ସୁଦୃଢ ହେବ ଦଳ । ବିଜେଡି ଏକ ନମ୍ବର ଦଳ ଥିଲା ଅଛି ଓ ରହିବ । ଏଥର ଟାର୍ଗେଟ ନୁହେଁ, ଯେତେ ପାରିବୁ ସଦସ୍ୟ ବଢ଼ାଇବୁ ବୋଲି ସେ କହିଛନ୍ତି ।

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଭୃଗୁ ବକ୍ସିପାତ୍ର
ଭୁବନେଶ୍ବର: ଆଜି ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଭୃଗୁ ବକ୍ସିପାତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଭୃଗୁ ବକ୍ସିପାତ୍ର ବିଜେପି ଉପସଭାପତି, ସାଧାରଣ ସମ୍ପାଦକ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହପୁର ବିଧାୟକ ବିକ୍ରମ ପଣ୍ଡା, ସାଂସଦ ସସ୍ମିତ ପାତ୍ର, ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

ଚନ୍ଦ୍ରଶେଖର ସାହୁ କହିଥିେଲେ ଯେ, ଭୃଗୁ ବାବୁଙ୍କୁ ସ୍ୱାଗତ। ତାଙ୍କ ବାପା ହରିଶ ବକ୍ସିପାତ୍ର ମୋ ଘନିଷ୍ଠ ଓ ବିଜୁ ବାବୁ ସହ ଥିଲେ। ଭୃଗୁ ନବୀନ ଆଦର୍ଶ ଓ ବିକାଶ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି। ଏହା ବିଜେଡିକୁ ଆହୁରି ଶକ୍ତିଶାଳୀ ହେବ। ବିକ୍ରମ ପଣ୍ଡା କହିଥିଲେ, ଆଜି ଖୁସିର ଦିନ। ମହାମିଶ୍ରଣ ଯୋଗୁଁ ବିଜେଡି ଦକ୍ଷିଣ ଓଡ଼ିଶାରେ ଆହୁରି ସୁସଂଗଠିତ ହେବ। ତାଙ୍କ ଆହୁରି ସମର୍ଥକ ବି ସାମିଲ ହେବେ। ସେ ସଂଗଠନ ଆଗକୁ ନେବାକୁ ଆଗଭର ହେଉଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଓ ରୂପାନ୍ତର କାର୍ଯ୍ୟକ୍ରମରେ ଆଉ ଏକ ଫର୍ଦ ଯୋଡି ହେଲା । ସମସ୍ତେ ମିଳିମିଶି କାମ କରିବୁ। ଏହି ମିଶ୍ରଣ ପର୍ବରେ ସସ୍ମିତ ପାତ୍ର କହିଥିଲେ ଯେ, ଭୃଗୁଙ୍କ ରାଜନୈତିକ ଓ ସଂଗଠନ ଦକ୍ଷତା ସମସ୍ତେ ଜାଣିଛନ୍ତି। ଦକ୍ଷିଣ ଓଡ଼ିଶାରେ ସାଙ୍ଗଠନିକ ଦକ୍ଷତା ୨୦୩୬ ଭିଜନ ସାକାର କରିବାରେ ସହାୟକ ହେବ।

ସେହିପରି ଭୃଗୁ ବକ୍ସିପାତ୍ର କହିଥିଲେ ଯେ, ଗୋଟେ ଲମ୍ବା ସମୟ ପରେ ୨୩ ବର୍ଷରେ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ପରିବାର ସହ ମୋ ପରିବାରର ବହୁ ଦଶନ୍ଧି ଧରି ସମ୍ପର୍କ ରହି ଆସିଛି। ଓଡ଼ିଶାର ସମୟିକ ବିକାଶ, ମାଲକାନଗିରିରୁ ମୟୁରଭଞ୍ଜ ଯାଏଁ ଯେପରି ଦ୍ରୁତ ଗତିରେ ଚାଲିଛି, ତାକୁ ଆହୁରି ଶକ୍ତିଶାଳୀ, ସମୃଦ୍ଧ ଓ ଟାଣୁଆ ଓଡ଼ିଶା ଗଠନ ପାଇଁ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମରେ ଗୁଣ୍ଡୁଚି ମୂଷା ପରି ବାଲି ଝାଡ଼ାଇବାକୁ ଆସିଛି। ଯେଉଁ ଦଳରେ ଥିଲି, ତାକୁ କୃତଜ୍ଞତା ଜଣାଉଛୁ। ବହୁ ଦାୟିତ୍ୱ ନେଇଛି। କାମ କରିବାର ରାଜନୈତିକ ଢାଞ୍ଚା ବୁଝିବାକୁ ଚେଷ୍ଟା କରିଛି। ଜନମାନସ, ଯୁବକ, ସବୁ ବର୍ଗ, ସବୁ ଅଞ୍ଚଳ, ଦକ୍ଷିଣ ଓଡ଼ିଶା ବିକାଶ ପାଇଁ କାମ ଶିଖିଛି। କିଛି ଦିନରୁ ମନ ମାନିଲା ନାହିଁ। ତେଣୁ ପରିବର୍ତ୍ତନ କରିବାକୁ ବାଧ୍ୟ ହେଲି। ନୂଆ ସୁଯୋଗକୁ ରାଜ୍ୟର ବିକାଶ କାମରେ ଲଗାଇବା ।  ସାଧାରଣ ଲୋକଙ୍କ ଜୀବନକୁ ଶକ୍ତିଶାଳୀ କରିବାରେ ଯାହା ଆବଶ୍ୟକ କରିବି।ନୂଆ ପରିବାର ସହ ମିଶି ଓଡ଼ିଶାର କାମକୁ ଅଧିକ କ୍ରିୟାଶୀଳ କରିବାକୁ ଚେଷ୍ଟା କରିବି ବୋଲି ଭୃଗୁ କହିଛନ୍ତି।

ଶଙ୍ଖ ଭବନରେ ନବୀନ: ବିଜୟ ଉତ୍ସବରେ ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ୍
ଭୁବନେଶ୍ୱର: ଶଙ୍ଖ ଭବନରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପାଇଁ ଶ୍ରୀ ପଟ୍ଟନାୟକ ସର୍ବପ୍ରଥମେ ଝାରସୁଗୁଡ଼ାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଜୟ ଉତ୍ସବରେ ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧିଙ୍କ ଉପରେ ସିଧା ହମଲା କରି କହିଲେ- ବିଜେଡି ମା’ମାନଙ୍କୁ ହାଣ୍ଡିଶାଳରୁ ବାହାରକୁ ଆଣି ସଶକ୍ତ କରିଛି। ବିରୋଧୀ କିନ୍ତୁ ମା’ ଭଉଣୀ ମାନଙ୍କୁ ଗାଳିଗୁଲଜ କରୁଛନ୍ତି। ଅସମ୍ମାନ କରୁଛନ୍ତି। ପଦ୍ମପୁର ଉପନିର୍ବାଚନ ବେଳେ ବିରୋଧି ନକରାତ୍ମକ ରାଜନୀତିର ଫର୍ମୁଲା ଆପଣାଇ ଗୋଟିଏ ଝିଅକୁ ଯେମିତି ଗାଳି କରୁଥିଲେ ଝାରସୁଗୁଡାରେ ସମାନ ଆଚରଣ ପ୍ରଦର୍ଶନ କରିଥିଲେ। ଲୋକ ଏହାର ଜବାବ ଦେଲେ, ମା’ମାନଙ୍କୁ ଅସମ୍ମାନକୁ ଓଡିଶାବାସୀ କେବେ ହେଲେ ବରଦାସ୍ତ କରିନାହାଁନ୍ତି କି କରିବେ ନାହିଁ।

ଭର୍ଚୁଆଲ ମୋଡରେ ଦୀପାଳି ଦାସ ଯୋଡ଼ିହୋଇ କହିଥିଲେ, ଝାରସୁଗୁଡ଼ାବାସୀଙ୍କୁ କୃତଜ୍ଞତା ଜଣାଉଛି। ମୋ ଉପରେ ଏତେ ବିଶ୍ବାସ ରଖିଥିବାରୁ ଧନ୍ୟବାଦ ଜଣାଉଛି। ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛନ୍ତି। ତାଙ୍କର ସମର୍ଥନ ଓ ଆଶୀର୍ବାଦ ପାଇଁ ମ‌ୋତ‌େ ଝାରସୁଗୁଡ଼ାବାସୀ ବିଜୟୀ କରାଇଛନ୍ତି। ଏହି ବିଜୟ ଶଙ୍ଖର ବିଜୟ। ଏହି ବିଜୟ ନବୀନ ପଟ୍ଟନାୟକଙ୍କ ବିଜୟ। ଏହି ବିଜୟ ଝାରସୁଗୁଡ଼ାବାସୀଙ୍କର। ଏହି ବିଜୟ ନବ ଦାସଙ୍କର ବିଜୟ ବୋଲି ଦୀପାଳି କହିଛନ୍ତି।

ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଲେ ଝାରସୁଗୁଡ଼ା ଉପନିର୍ବାଚନ ସେମିଫାଇନାଲ ବୋଲି ବିରୋଧୀମାନେ କହିଥିଲେ। ୨୦୨୪ ନିର୍ବାଚନ କ’ଣ ହେବ, ସେମାନେ ଏବେ ଜାଣିପାରୁଥିବେ। ଏହି ସେମିଫାଇନାଲରେ ଦୀପାଳି ଦାସଙ୍କର ବିଜୟ ହୋଇଛି। ବିକାଶର ଆଭିମୁଖ୍ୟ ପାଥେୟ କରି ଝାରସୁଗୁଡ଼ା ଆଗେଇ ଚାଲିଛି। ବିରୋଧୀମାନେ ଆକ୍ଷେପ କରୁଥିଲେ। ଦୀପାଳି ଦାସଙ୍କ ବିରୋଧରେ ଅପପ୍ରଚାର କରୁଥିଲେ। ନବୀନଙ୍କ ନେତୃତ୍ବରେ ଝାରସୁଗୁଡ଼ାବାସୀ ଆଗେଇ ଚାଲିଛି। ଝରସୁଗୁଡ଼ାବାସୀ ନକରାତ୍ମକ ରାଜନୀତି ନାପସନ୍ଦ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାବାସୀଙ୍କ ଆସ୍ଥା ରହିଛି।

ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଝାରସୁଗୁଡ଼ାବାସୀ ଇତିହାସ ସୃଷ୍ଟି କରିଛନ୍ତି। ୨୦୧୯ରେ ସ୍ବର୍ଗତ ନବ କିଶୋର ଦାସ ଯେତିକି ଭୋଟ୍‌ରେ ନିର୍ବାଚନ ଜିତିଥିଲେ, ଏହି ଉପନିର୍ବାଚନରେ ତାଙ୍କର ଝିଅ ଦୀପାଳି ଅଧିକ ଭୋଟ୍‌ରେ ଜିତିଛନ୍ତି। ନବୀନଙ୍କ ପରାମର୍ଶରେ ଦଳୀୟ କର୍ମୀଙ୍କ କାର୍ଯ୍ୟ ଯୋଗୁଁ ଆମେ ବିଜୟୀ ହୋଇପାରିଛେ। ଏହି ବିଜୟ ସମଗ୍ର ଓଡ଼ିଶାବାସୀଙ୍କର ବିଜୟ। ୨୦୨୪ରେ ଭାରତରେ ରେକର୍ଡ କରିବା ଆମର ସଂକଳ୍ପ। ଝାରସୁଗୁଡ଼ାରେ ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଛି। ଦିଲ୍ଲୀର କ୍ଷମତାକୁ ନେଇ ଯେଉଁମାନେ ଗର୍ବ କରୁଛନ୍ତି, ସେମାନଙ୍କୁ ଝାରସୁଗୁଡ଼ାରେ ଜବାବ ମିଳିଛି। ବିଜୁବାବୁଙ୍କ ସ୍ବପ୍ନକୁ ନବୀନ ପଟ୍ଟନାୟକ ସାକାର କରିଛନ୍ତି।