Pramila Mallick - The Sakala
ବିଜେଡିର କ୍ଷୋଭ: ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର ୨୦ ସାଂସଦ
ଭୁବନେଶ୍ୱର: ମହିଳା ସଂରକ୍ଷଣକୁ ଆଳ କରି ଓଡ଼ିଶାର କ୍ଷତି ହେଉଥିବା ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ସପକ୍ଷରେ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ୨୦ ଜଣ ବିଜେପି ସାଂସଦ ଭୋଟ ଦେବା ଦୁର୍ଭାଗ୍ୟଜନକ ବୋଲି କହି ଏହାର ଦୃଢ଼ ନିନ୍ଦା କରିଛି ବିଜେଡି। ଓଡ଼ିଶାର ରାଜନୈତିକ ଓ ଆର୍ଥିକ ସ୍ୱାର୍ଥ ପ୍ରତି ବିଜେପି ଆଖି ବୁଜିଦେଇଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
ଶନିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଦଳର ଉପସଭାପତି ପ୍ରମିଳା ମଲ୍ଲିକ ଓ ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ।୨୦୨୩ରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇସାରିଥିବା ବେଳେ ତାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ସହିତ ଏହାକୁ ଯୋଡ଼ି ପୁନର୍ବାର ସଂସଦରେ ବିଲକୁ ପାରିତ କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରିଥିଲା ବୋଲି ସେମାନେ କହିଥିଲେ। ପ୍ରମିଳା ମଲ୍ଲିକ କହିଥିଲେ ଯେ ୨୦୨୩ରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ସମୟରେ ବିଜେଡିର ୧୨ ଜଣ ଲୋକସଭା ଓ ୯ ଜଣ ରାଜ୍ୟସଭା ସାଂସଦ ଏହାକୁ ସମର୍ଥନ କରିଥିଲେ। ଏହା ପୂର୍ବରୁ ୨୦୧୮ ମସିହାରେ ଓଡ଼ିଶା ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ପାଇଁ ସର୍ବସମ୍ମତ ପ୍ରସ୍ତାବ ପାରିତ କରି ଦେଶର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳ ନିକଟକୁ ବିଜେଡିର ପ୍ରତିନିଧି ମଣ୍ଡଳୀ ପଠାଇଥିଲେ ଶ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଦେଶରେ ମହିଳା ମାନଙ୍କୁ ସଂସଦ ଓ ବିଧାନସଭାରେ ଅଧିକ ସଂଖ୍ୟାରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେବା ପାଇଁ କେବଳ କଥାରେ ନୁହେଁ, କାମରେ କରି ଦେଖାଇଥିଲେ ଶ୍ରୀ ପଟ୍ଟନାୟକ। ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଦଳୀୟ ଟିକେଟ୍‌ ଦେଇ ଉଦାହରଣ ସୃଷ୍ଟି କରିଥିଲା ବିଜୁ ଜନତା ଦଳ । ମହିଳା ସଶକ୍ତିକରଣକୁ ନେଇ ବିଜେଡି ଉପରେ ହାସ୍ୟାସ୍ପଦ ଟିପ୍ପଣୀ ଦେଉଥିବା ରାଜ୍ୟ ବିଜେପି ନେତା ମାନେ ଇତିହାସ ପଢ଼ନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ।
ଭୃଗୁ ବକ୍ସିପାତ୍ର କହିଥିଲେ ଯେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ ହୋଇଥିଲେ ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯ ପ୍ରତିଶତରୁ କମି ୩.୪ ପ୍ରତିଶତ ହୋଇଥାନ୍ତା । ଏହାଦ୍ୱାରା କେବଳ ଓଡ଼ିଶାର ସ୍ୱର ଦୁର୍ବଳ ହୋଇନଥାନ୍ତା, ତତ୍ସହିତ ଆର୍ଥିକ ଅନୁଦାନ କ୍ଷେତ୍ରରେ ଓଡ଼ିଶା ଯଥେଷ୍ଟ କ୍ଷତି ସହିଥାନ୍ତା । ବର୍ତ୍ତମାନର ରାଜ୍ୟ ବିଜେପି ସରକାର କେନ୍ଦ୍ର ନିକଟରୁ ଓଡ଼ିଶା ପାଇଁ ଅଧିକ ଅନୁଦାନ ଆଣିବା ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଇ ଏଭଳି ଏକ ବିଲ୍‌ ସପକ୍ଷରେ ୨୦ ଜଣ ସାଂସଦ ଭୋଟ ଦେବା ନିନ୍ଦନୀୟ। ବିରୋଧୀ ଦଳ ନେତା ରାଜ୍ୟର ସମସ୍ତ ସାଂସଦଙ୍କୁ ଏ ବାବଦରେ ଚିଠି ଲେଖିବା ସହ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏହି ବିଲକୁ ସମର୍ଥନ କରି ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ଦଳର ଅସଲ ମୁଖା ଖୋଲିଯାଇଛି। ମହିଳା ସଶକ୍ତିକରଣ ପାଇଁ ବିଜେଡିର ପ୍ରତିବଦ୍ଧତା ଉପରେ ରାଜ୍ୟ ବିଜେପି ନେତା ମାନେ ପ୍ରଶ୍ନ କରିବା ହାସ୍ୟାସ୍ପଦ ବୋଲି ଶ୍ରୀ ବକ୍ସିପାତ୍ର କହିଥିଲେ।
ନୂଆପଡ଼ା ଉପନିର୍ବାଚନ: କିଭଳି ହୋଇଥିଲା ଅନିୟମିତତା, ଗୋଟି ଗୋଟି କରି କହିଲା ବିଜେଡ଼ି
ଭୁବନେଶ୍ବର: ଯାହା ଯାହା ବିଜେଡି CEOଙ୍କ ପାଖରେ ଅଭିଯୋଗ କରିଥିଲା ତାହା ଗଣମାଧ୍ୟମରେ ପରିବେଷଣ କରାଯାଇଥିବାରୁ ବିଜେଡ଼ି ଧନ୍ୟବାଦ ଜଣାଇଛି। ଏଥିସହ ନୂଆପଡ଼ା ଉପନିର୍ବାଚନରେ ହୋଇଥିବା ଅନିୟମିତତାକୁ ନେଇ ବିଜେଡ଼ି ବର୍ଷିଛି। ଭୋଟ ଚୋରି ଅଭିଯୋଗ ସହ, ସରକାରୀ କଳର ଅପବ୍ୟବହାରକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡ଼ି। ଯଦି ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ତେବେ ନିର୍ବାଚନର ପ୍ରହସନ କାହିଁକି ବୋଲି ବିଜେଡ଼ି ପ୍ରଶ୍ନ କରିଛି।
ଅଭିଯୋଗ ଥିଲା- ମହିଳାମାନଙ୍କୁ ଶାଢ଼ୀ ଟଙ୍କା ବଣ୍ଟନ, ବିଜେଡି ନେତା ପ୍ରୀତି ରଞ୍ଜନ ଘଡେଇ ରହୁଥିବା ଘରେ ବିନା ୱାରେଣ୍ଟ ସର୍ଚ୍ଚ, ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ରେଡ, କୋରାପୁଟ ବିଜେପି ବିଧାୟକଙ୍କ PSO ଗୁଳି ଚଳାଇଲେ, ଜାଣିଶୁଣି ନବୀନ ପଟ୍ଟନାୟକଙ୍କ ବିମାନ ଉଡାଣ ବିଳମ୍ବ କରାଗଲା, ମତଦାନ କେନ୍ଦ୍ର ଆଗରେ ବିଜେପି ତମ୍ବୁ ବାନ୍ଧି ଭୋଟରଙ୍କୁ ପ୍ରଭାବିତ କରୁଥିଲେ, ସ୍କୁଲରେ ମନ୍ତ୍ରୀଙ୍କ ସଭା, ଛତିଶଗଡ ଅପରାଧୀଙ୍କୁ ଆଣି ଲୋକଙ୍କୁ ଭୟଭୀତ କଲେ, ମୁଖ୍ୟମନ୍ତ୍ରୀ ରାସ୍ତା ଅବରୋଧ କରି କିପରି ସଭା କରୁଥିଲେ। ଏତେ ଇର୍ଷା ଯେ ବିଜେଡି ପୋଷ୍ଟର ଲାଗିଲେ, ତାକୁ ବୁଲି ବୁଲି ନଷ୍ଟ କଲେ। ଛତିଶଗଡରୁ ଅସାମାଜିକ ଲୋକଙ୍କ ଦ୍ୱାରା ଲୋକଙ୍କୁ ଭୟଭୀତ କରୁଥିଲେ। ସାଇଲେଣ୍ଟ ପିରିଅଡରେ ବିଜେପି ନେତା ବୁଲିବା କଥା ଜିଲ୍ଲାପାଳ, CEO ଦେଖି ବି ନିରବ ରହିଲେ। ବିଜେପି ଛତିଶଗଡ, ମଧ୍ୟ ପ୍ରଦେଶ, ଗୁଜୁରାଟରୁ ନେତା ଆଣିଥିଲେ। ସେମାନେ ଓ ବିଜେପି ନେତା ରହି ଟଙ୍କା ବାଣ୍ଟିଲେ।
ବିଜେଡି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆଚରଣ ବିଧି ମାନିଛି। ବିଜେପି ନେତାଙ୍କ ଗାଡି ସର୍ଚ୍ଚ ନ କରି ଟଙ୍କା ବାଣ୍ଟିବାରେ ସରକାରୀ କର୍ମଚାରୀ ସାହାଯ୍ୟ କରୁଥିଲେ। ବିଜେଡି କର୍ମୀ ଅଭିଯୋଗ କଲେ, ତାଙ୍କୁ ମିଛ ମାମଲାରେ ପୋଲିସ ଧରୁଥିଲା। ସରକାରୀ କଳ ବିଜେପି ପାଇଁ କାମ କରୁଥିଲା। EVM ଗୋଟେ ଟ୍ରକରେ ଗଞ୍ଜାମରୁ ଆସିଥିଲା। ଜିଲ୍ଲାପାଳ ତାକୁ ଷ୍ଟ୍ରଙ୍ଗ ରୁମ ବଦଳରେ ଅନ୍ୟ କେଉଁଠି ରଖିଥିଲେ। ଯେଉଁ EVM ବ୍ୟବହାର ହେଲା, ଯେଉଁଥିରେ ଭୋଟ ଦେଲେ ବି ବିଜେପିକୁ ଯାଉଥିଲା। ବିଜେପି କର୍ମୀ ବୁଥରେ ପଶି ବିଜେଡି ଏଜେଣ୍ଟଙ୍କୁ ଧମାକାଉଥିଲେ।
କୋମନାରେ ମହିଳା ଭୋଟରଙ୍କ ଭୋଟ ବିଜେପି କର୍ମୀ ଦେଇ ଦେଇଥିଲେ। ହେଲେ ଆମର ବିଶ୍ୱାସ, ନୂଆପଡା ଲୋକଙ୍କ ନବୀନ ପଟ୍ଟନାୟକଙ୍କ ଉପରେ ଭଲ ପାଇବା ଅଛି। ସେମାନେ ବହୁ ମାତ୍ରାରେ ବିଜେଡିକୁ ଭୋଟ ଦେଇଛନ୍ତି। ଯଦି EVM ଜାଲିଆତି ହୋଇଛି, ତାହା କିଛି ଦିନରେ ଜଣା ପଡିଯିବ। ଲୋକ କ୍ଷମା ଦେବେନି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।
ନୂଆପଡାରେ ନିର୍ବାଚନୀ ଅନିୟମିତତା ହେଲା । ଯେମିତି ଆଚରଣ ଵିଧି ମାନିବା କଥା, ହେଲାନି। ବିଜେଡିକୁ ସରକାରୀ ଅଫିସର ଆକ୍ଷେପ କରୁଥିଲେ। ସେମାନେ ବିଜେପି ଏଜେଣ୍ଟ ଭାବେ କାମ କରୁଥିଲେ। ବୁଥର 100 ମିଟର ଭିତରେ ନିର୍ବାଚନ ଚିହ୍ନ ବ୍ୟବହାର କରି ପାରିବେ ନାହିଁ। ହେଲେ ବିଜେପି ତାହା କଲା। ପ୍ରତି ବିଜେଡି ନେତାଙ୍କୁ ଟାର୍ଗେଟ କରି ହଇରାଣ କରାଯାଇଥିଲା। ଯଦି ସରକାରୀ କଳ ଲଗାଇ ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି, ତାହା ବିଜୟ ନୁହେଁ। ଲୋକେ ଆଜି ବି ନବୀନ ପଟ୍ଟନାୟକଙ୍କୁ ଭଲ ପାଉଛନ୍ତି। ସେ ବିକାଶ କରିଛନ୍ତି। 16 ମାସରେ ବିଜେପି ସରକାର କିଛି କଲେନି। ନିର୍ବାଚନ କମିଶନ ଆଇନଗତ ଦିଗରେ କାମ କରନ୍ତୁ। ଯଦି ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ନିର୍ବାଚନର ପ୍ରହସନ କାହିଁକି? ଏହା ନିନ୍ଦନୀୟ। ଏହାକୁ ଭଗବାନ କ୍ଷମା ଦେବେନି ବୋଲି ବିଜେଡି PAC ସଦସ୍ୟ ଟୁକୁନି ସାହୁ କହିଛନ୍ତି।
ଗାଡି ନମ୍ବର OD- 26-C- 2222। ଏହି ଘରୋଇ ଗାଡିରେ EVM ଅଛି। ଗଞ୍ଜାମରୁ ଟ୍ରକରେ EVM ଆସିଥିବା CEO ପାଖରେ ବିଜେଡି ଅଭିଯୋଗ କରିଥିଲେ। ଯାହାକୁ ଖଣ୍ଡନ କରିଥିଲେ CEO। ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରମାଣ ଦେଇଛି ବିଜେଡ଼ି। ଏ ଲୋକ କିଏ ବୋଲି ପ୍ରଶ୍ନ କରିଛି ବିଜେଡ଼ି। ସେ ତ ସରକାରୀ ଅଧିକାରୀ ନୁହେଁ। EVM ନେବାର ଅନୁମତି ପତ୍ର କାହିଁ ବୋଲି ବିଜେଡ଼ି ପ୍ରଶ୍ନ କରିଛି। ଚୋର ଓ ପୋଲିସ ଗୋଟେ ଦଳକୁ ପଳେଇଲେ। ଆଉ କେମିତି ଚୋରକୁ ଧରିବେ। IG ହିମାଂଶୁ ଲାଲ ଛୁଟି ନେଇ ପରିବାର ଛାଡି ନୂଆପଡା ଗଲେ। ପୋଲିସର କର୍ଡନରେ ଟଙ୍କା ବଣ୍ଟନ, EVM ବୁଲା ପାଇଁ ସେ ଏକ ରୁମରୁ ମନିଟରିଂ କରାଯିବ। ତାଙ୍କୁ ଲୋଭ ଦିଆଯାଇଛି ଡିଜିପି କରିବାକୁ। ଗତକାଲି ନିର୍ବାଚନ ସମୟରେ ଗଣତନ୍ତ୍ରକୁ ଗଳା ଚାପି ହତ୍ୟା କରାଗଲା। ଲୋକମତ EVM ରେ ପଡିବା ଆଗରୁ ସଭାସମିତିରୁ ଜଣା ପଡେ। ମୁଖ୍ୟମନ୍ତ୍ରୀଙ୍କ ପ୍ରୋଗ୍ରାମରେ ଲୋକ ନଥିଲେ। ବଳକା ଖାଦ୍ୟ ଖାଇ ଗାଈ ମଲେ। ମନମୋହନ ସାମଲଙ୍କ କାର୍ଯ୍ୟକ୍ରମରେ ୨୦ ଲୋକ ଥିଲେ। ହେଲେ ନବୀନ ପଟ୍ଟନାୟକଙ୍କ କୋମନା କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ରହିଲେ।
ଗୁଇନ୍ଦା ରିପୋର୍ଟ ଗଲା ଯେ, କୋମନା ବିଜେଡି ଦଖଲରେ ଅଛି। ସରକାର ଆରମ୍ଭ କଲେ ଅପରେସନ। ଯେଉଁ ବୁଥରେ ବିଜେଡି ଭଲ ଭୋଟ ପାଇଥାନ୍ତା, ସେଠି EVM ଖରାପ ବାହାରିଲା ।  ନୂଆପଡା ଲୋକ କହିଲେ ବିଜେପି ଟଙ୍କା ବାଣ୍ଟୁଛି। ବିଜଡ଼ି ଥାନାକୁ ଜଣାଇଲା। ହେଲେ ବିଜେଡି ନେତା ଗିରଫ ହେଲେ। ନିର୍ବାଚନର କଣ ଆବଶ୍ୟକ ଥିଲା ଯେତେବେଳେ ଗଣତନ୍ତ୍ରକୁ ହତ୍ୟା କରାଗଲା.। ବିଜେପି ମାଡିମୋକାଚି ନିଜ ଆଡ଼କୁ ଭୋଟ ନେବାକୁ କାମ କଲେ। ସରକାରୀ ଅଧିକାରୀ ବିଜେପି ଚିରୁକୁଟି ବାଣ୍ଟିଲେ। ପ୍ରଶାସନ ସରକାରଙ୍କ ପୋଷା ଶୁଆ ପାଲଟି ଗଲା। ଗଣତନ୍ତ୍ରକୁ ବଞ୍ଚାଇବାକୁ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆଗାମୀ ସମୟରେ ଫଳାଫଳ ଆସିବ। ଆଗାମୀ ସମୟରେ ଓଡ଼ିଶାବାସୀ ଏହାର ଜବାବ ଦେବେ। ବିଜେପି ଭିତରେ ଭୟ ଭରି ଯାଇଛି ବୋଲି ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ କହିଛନ୍ତି।
ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ମାମଲା: ଇଂରେଜଠୁ ଅଧିକ କଠୋର ବିଜେପି ସରକାର- ପ୍ରମିଳା ମଲ୍ଲିକ
ଭୁବନେଶ୍ବର: ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ମାମଲାରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କୁ ଲେଖିକି ଦେଇଛୁ, ଆଶା କରୁଛୁ ଆମକୁ ସମୟ ଦେବେ
ରାଷ୍ଟ୍ରପତି ହସ୍ତକ୍ଷେପ କରିବେ।  ଇଂରେଜଠୁ ଅଧିକ କଠୋର ବିଜେପି ସରକାର ବୋଲି ସେ କହିଛନ୍ତି।  କେବଳ ତଦନ୍ତ ହେବ ଆଳ ଦେଖାଇ ଚୁପ୍ ବସିଛନ୍ତି ସରକାର। ଲୋକ ବିଜେପି ଠାରୁ ଯେଉଁ ଭରଷା କରିଥିଲେ ତାକୁ ଛିନ ଭିନ୍ନ କରି ଦେଲାଣି ବିଜେପି। ମହିଳା କି ଚାଷୀ କାହାକୁ ସୁରକ୍ଷା ଦେଇପାରୁ ନାହାନ୍ତି ସରକାର।
ମୁଖ୍ୟମନ୍ତ୍ରୀଙ୍କ କଥା ରାଜ୍ୟରେ କେହି ଶୁଣୁ ନାହାନ୍ତି , ମୁଖ୍ୟମନ୍ତ୍ରୀ ଏକଥା ବାରମ୍ୱାର କହୁଛନ୍ତି । ତାହାଲେ ଶାସନ କେମିତି ଚାଳିବ। ୫ ଦିନ ତଳୁ ଏସପି ଜାଣିଛନ୍ତି, ଜିଲ୍ଲାପାଳ ଜାଣିଛନ୍ତି, ପ୍ରିନ୍ସପାଲ ଜାଣିଛନ୍ତି ହେଲେ ସୁରକ୍ଷା ଦେଇ ପାରିଲେ ନାହିଁ ଝିଅଟିକୁ।
ଦିନକୁ ୧୫ଟି ଧର୍ଷଣ ହେଲାଣି। କି କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ବାଲେଶ୍ୱର ଝିଅ ଟ୍ୱିଟ କଲା ପରେ ବି କେମିତି ଜାଣି ପାରିଲେନି ବୋଲି ସେ ପ୍ରଶ୍ନ କରିଛନ୍ତି। ଜାଣିଶୁଣି ସରକାର ସବୁ କରୁଛନ୍ତି । ୧୩ ମାସ ଭିତରେ କେଇଟା ଦୋଷୀଙ୍କୁ ଦଣ୍ଡ ଦେଇଛନ୍ତି ସରକାର। ସରକାରରେ ଆସୁ ଆସୁ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମାରିଲେ, ହେଲେ କି କାର୍ଯ୍ୟାନୁଷ୍ଠନ ନେଲେ। ଆମେ ରାଷ୍ଟ୍ରପତିଙ୍କୁ ଭେଟି ଏ ବିଷୟରେ ଅବଗତ କରିବା ସହ କିପରି ଓଡ଼ିଶାରେ ସୁଶାସନ ଚାଲିବ ସେ ନେଇ ରାଷ୍ଟ୍ରପତିଙ୍କୁ ଅବଗତ କରିବୁ। ବିଜେପି ଶାସନରେ ନେତାଙ୍କ ପାଖରେ ଶାସନ ନାହିଁ, ବିଜେପି କର୍ମୀଙ୍କ ପାଖରେ ଶାସନ ରହିଛି। ସବୁ ଜିଲ୍ଲାରେ ବିଜେପି କର୍ମୀମାନେ ନାଁ ପଦବୀରେ ଥିବା କହି ଗଣ୍ଡଗୋଳ କରୁଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।
ବିଧାନସଭାରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ଦାବି
ଭୁବନେଶ୍ବର: ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି କରିବାକୁ ଗୃହରେ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଶୂନ୍ୟକାଳରେ ଏହି ଦାବି ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିଧାୟକ ଦରମା ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ବିଧାନସଭା କମିଟି ସୁପାରିସ କରିଛି । ସେଥିପାଇଁ ଦରମା ବୃଦ୍ଧି କରାଯାଉ । ୨୦୧୭ ମସିହାରେ ଦରମା ବୃଦ୍ଧି ପାଇଥିଲା । ସାଂସଦମାନଙ୍କ ଦରମା ବୃଦ୍ଧି ପାଇଥିଲା ତେଣୁ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ । ସେହିପରି ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ଦାବି କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ।
ବରିଷ୍ଠ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଗୃହରେ ଦାବି କରିଛନ୍ତି। ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଗୃହରେ ଶାସକ ଓ ବିରୋଧୀ ଏକ ହୋଇ ସ୍ଵର ଉଠାଇଥିଲେ।ବିଧାୟକଙ୍କ ଦରମା ବୃଦ୍ଧି ନେଇ ବିଧାନସଭା କମିଟିର ଅଧ୍ୟକ୍ଷ ଭାସ୍କର ମଢେଇ ଦରମା ବୃଦ୍ଧି ସପକ୍ଷରେ ଶୂନ୍ୟକାଳରେ ଦାବି କରିଥିଲେ । ପୂର୍ବତନ ବିଧାୟକମାନେ ଭଲ ସ୍ଥିତିରେ ନାହାନ୍ତି  । ବଜାର ଦର ବୃଦ୍ଧି ପାଇଛି । ତେଣୁ ସମାଜର ନେତୃତ୍ୱ ନେଉଥିବା ବିଧାୟକମାନେ କାହା ପାଖରେ ହାତ ପତେଇବେନି । ଦରମା ବୃଦ୍ଧି ନେଇ କମିଟି ସୁପାରିସ କରିଛି । ସାଂସଦଙ୍କ ଦରମା ବି ବୃଦ୍ଧି ପାଇଛି । ତେଣୁ ବିଧାୟକଙ୍କ ଦରମା ବୃଦ୍ଧି ହେଉ । କମିଟି ଯାହା ସୁପାରିସ କରିଛି ତାହା କାର୍ଯ୍ୟକାରୀ କରାଯାଉ।
ସେହିପରି ବରିଷ୍ଠ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ବିଧାୟକଙ୍କ ଦରମା ବୃଦ୍ଧି ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଦାବି କରିଛନ୍ତି । ସପ୍ତମ ବେତନ କମିଶନ ଅନୁସାରେ ପିଅନ, ଶିକ୍ଷକ, ଅଧ୍ୟାପକଙ୍କ ଦରମା ଠାରୁ ବିଧାୟକଙ୍କ ଦରମା କମ୍ ରହିଛି । ତେଣୁ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ। କମିଟି ଯାହା ସୁପାରିଶ କରିଛି ତାହାକୁ କାର୍ଯ୍ୟକାରୀ କରିବାକୁ ଦାବି କଲେ ପଦ୍ମଲୋଚନ ପଣ୍ଡା ।
ବିରୋଧୀଙ୍କୁ ସାଙ୍ଗରେ ନେଇ ଗୃହ ଚଲାଇବାକୁ ଚାହୁଁ ନାହାଁନ୍ତି ସରକାର: ବିଜେଡି
ଭୁବନେଶ୍ବର: ନାରୀ ସୁରକ୍ଷାକୁ ନେଇ କଂଗ୍ରେସର ପ୍ରତିବାଦ ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କଟାକ୍ଷ । କହିଲେ, ସରକାର ବିରୋଧୀ ଦଳକୁ ସାଙ୍ଗରେ ନେଇ ଗୃହ ଚଳାଇବାକୁ ଚାହୁଁନି ।
ସେ କହିଛନ୍ତି, କଂଗ୍ରେସ ପ୍ରଥମ ଦିନରୁ ହିଁ ନାରୀ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ପ୍ରତିବାଦ କରୁଛି । ହେଲେ ବାଚସ୍ପତି କେବଳ ଗୃହ ମୁଲତବୀ କରି ଚାଲିଛନ୍ତି । ନା’ କଂଗ୍ରେସ ସହ ଆଲୋଚନା, ନା’ ଗୃହ ଚଳାଇବାକୁ କଂଗ୍ରେସର ସମର୍ଥନ ଲୋଡ଼ାଯାଉଛି । ସମସ୍ତଙ୍କୁ ବିଶ୍ୱାସକୁ ନେଇ ଗୃହ ପରିଚାଳନା କରିବା ସରକାରୀ ଦଳର ଦାୟିତ୍ବ । ଆଜି ବି ନାରୀ ସୁରକ୍ଷା ଓ ଗୃହ ପରିଚାଳନା ସରକାରୀ ଦଳ ପାଇଁ ଅପ୍ରସଙ୍ଗ ଥିବା ରାଜ୍ୟବାସୀଙ୍କୁ ବିଚଳିତ କରୁଛି ବୋଲି ଅଭିଯୋଗ କରିଛନ୍ତି ପ୍ରମିଳା । କଂଗ୍ରେସ ଏତେ ଦିନରୁ ପ୍ରତିବାଦ କରୁଥିବା ବେଳେ, ସରକାରଙ୍କ ପକ୍ଷରୁ କେହି ତାଙ୍କ ସହ ଆଲୋଚନା କରୁ ନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ପ୍ରମିଳା ।
ଭୁବନେଶ୍ବର: ଅନୁଗୁଳ ଜିଲ୍ଲାର ୫ବର୍ଷର କୋମଳମତି ଝିଅକୁ ଧର୍ଷଣ ଓ ହତ୍ୟା ସରକାର ନୀରବକୁ ନେଇ କଂଗ୍ରେସ ପକ୍ଷରୁ ଗୃହରେ ମୁଲତବି ପ୍ରସ୍ତାବରେ ଭାଗନେଇ କଂଗ୍ରେସ ବିଧାୟକ ଅଶୋକ ଦାସ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ଡବଲ ଇଞ୍ଜିନ ସରକାରରେ ୮ ପ୍ରତିଶତ ନାରୀ ନିର୍ଯାତନା ବୃଦ୍ଧି ପାଇଛି। ୮ ମାସରେ ବିଜେପି ସରକାରରେ ୫୪ ଜଣ ମହିଳା ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି। ୧୮୦୧ ମହିଳା ନିର୍ଯାତନାର ଶୀକାର ହୋଇଛନ୍ତି। ୨୦ହଜାର ୬୦ ଜଣ ମହିଳା ନିଖୋଜ ଅଛନ୍ତି। ୯୯ ପ୍ରତିଶତ ମହିଳା ନିର୍ଯାତନା ମାମଲାର ତଦନ୍ତ ଚାଲିଛି। ବିଜେପି ସରକାର ସମୟରେ ମହିଳାଙ୍କ ଆଖିରେ ଲୁହ। ଘରେ ରାସ୍ତାଘାଟ ସବୁଠି ମହିଳା ଅସୁରକ୍ଷିତ ଓ ଭୟଭୀତ ଅବସ୍ଥାରେ ଅଛନ୍ତି। ମହିଳା ସୁରକ୍ଷା ପାଇଁ ଗୃହ କମିଟି ଗଠନ କରାଯାଉ। ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ନାବାଳିକା ଗର୍ଭବତୀ, ଚିତ୍ରକୋଣ୍ଡା ନାବାଳିକା ଛୁଆଁ ଜନ୍ମ କଲେ। ଏଭଳି ଘଟଣା ବଢିବାରେ ଲାଗିିଛି ବୋଲି ସେ କହିଥିଲେ।
ଏଥିସହ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ରଖିଥିବା ତଥ୍ୟରେ ତାଳମେଳ ରହୁନାହିଁ ବୋଲି କଂଗ୍ରେସ ବିଧାୟକ ଅଶୋକ ଦାସ କହିଥିଲେ। ଆମେ ନାରୀଙ୍କୁ ସୁରକ୍ଷା ଦେଉଛୁ ନା କାଗଜ କଲମରେ ରଖି ଉପହାସ କରୁଛୁ। ମାଆ ମାନଙ୍କୁ ଯଥେଷ୍ଟ ସମ୍ମାନ ଆମ ପରମ୍ପରା। କିନ୍ତୁ ଓଡ଼ିଆ ଅସ୍ମିତା କହି ମାଆ ମାନଙ୍କୁ ଅସୁରକ୍ଷିତରେ ପକାଇ ଦେଇଛନ୍ତି ବୋଲି କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି।
ସେହିପରି ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ନାରୀମାନେ ଆଜି ଅସୁରକ୍ଷିତ ଓ ଭୟଭୀତ। ୮ ମାସରେ ନାରୀ ନିର୍ଯାତନା ବଢ଼ି ବଢ଼ି ଚାଲିଛି। ରାଜ୍ୟରେ କେହି ବି ସୁରକ୍ଷିତ ନୁହେଁ। ସରକାର ସବୁ କଥାକୁ ଲୁଚାଇବାକୁ ଚାହୁଛନ୍ତି। ବିଜେପି କର୍ମୀମାନେ ଥାନାକୁ ଲିଜ ନେଇଛନ୍ତି। ମହିଳା, ନାବାଳିକା, ଆଦିବାସୀ, ଦଳିତ ସବୁ ଅସୁରକ୍ଷିତ। ଆଦିବାସୀ ହଷ୍ଟେଲକୁ ବାପାମାଆମାନେ ଝିଅକୁ ଛାଡିବାକୁ ଡରୁଛନ୍ତି ବୋଲି ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି।
ବିଜୁ ବାବୁଙ୍କ ନାଁକୁ ଡରୁଛନ୍ତି ରାଜ୍ୟ ବିଜେପି ସରକାର: ପ୍ରମିଳା ମଲ୍ଲିକ
ଭୁବନେଶ୍ବର: ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଲା ବିଜେପି। ଓଡ଼ିଆ ଅସ୍ମିତାର ସମ୍ମାନ ବୃଦ୍ଧି କରିଥିଲେ ବିଜୁ ପଟ୍ଟନାୟକ। ଅନ୍ତର୍ଜାତୀୟ ସ୍ତରରେ ସେ ଓଡ଼ିଶା ପାଇଁ ସୁନାମ ଆଣିଥିଲେ। ସେ ଅନୁଭବ କରିଥିଲେ ମହିଳା ରାଜନୀତିକୁ ଆସିବା ଦରକାର। ସେଥିପାଇଁ ସେ ୧୯୯୩ ମସିହାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ତେବେ ଠାରୁ ପଞ୍ଚାୟତିରାଜ ସୁଦୃଢ ହୋଇଛି। ତେଣୁ ବିଜୁ ବାବୁଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ବିଜୁ ବାବୁଙ୍କ ନାଁକୁ ସେମାନେ ଡ଼ରୁଛନ୍ତି। କାରଣ ଲୋକ ତାଙ୍କୁ ଭଲ ପାଆନ୍ତି। ଏପରି ଅପମାନ କରିବା ସରକାରର ଠିକ ନୁହେଁ। କଂଗ୍ରେସ ପଞ୍ଚାୟତିରାଜ ଦିବସ ପାଳନ କରୁଥିଲା ମାର୍ଚ୍ଚ -୫ ରେ। ହେଲେ ବିଜେପି ଯେପରି ଅସମ୍ମାନ କଲା, ତାହା କଣ ଓଡ଼ିଆ ଅସ୍ମିତା ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରଶ୍ନ କରିଛନ୍ତି।  ଏଥିରୁ ଜଣା ପଡୁଛି ମହାପୁରୁଷଙ୍କୁ କେତେ ସମ୍ମାନ କରନ୍ତି ଏହି ସରକାର। ବିଜେଡି ଆସନ୍ତାକାଲି ଶଙ୍ଖ ଭବନରେ ବିଜୁ ଜୟନ୍ତୀ ପାଳନ କରିବ। ସବୁ ନିର୍ବାଚନ ମଣ୍ଡଳୀରେ ବି ପାଳନ ହେବ। ସକାଳେ ହସ୍ପିଟାଲରେ ଫଳ ବଣ୍ଟନ ଓ ବିଜୁ ବାବୁଙ୍କ ଅବଦାନ ବିଷୟରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।
ଗୋପବନ୍ଧୁ ସ୍ଵାସ୍ଥ୍ୟ ଯୋଜନାକୁ ନେଇ ବଢୁଛି ଦ୍ବନ୍ଦ୍ବ, ରାଜ୍ୟ ସରକାରଙ୍କ ନାହିଁ ସ୍ପଷ୍ଟୀ କରଣ: ବିଜେଡ଼ି
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ଆୟୁଷ୍ମାନ ଯୋଜନା ଦ୍ବିତୀୟ ପର୍ଯ୍ୟାୟ। ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ୩୬ ଲକ୍ଷ ଲୋକ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ ହେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଙ୍କ ଭଲ ସ୍ୱାସ୍ଥ୍ୟ ସେବା ପାଇଁ BSKY କରିଛନ୍ତି। ଯାହା ଏବେ ବି ଚାଲୁଛି। ମାଗଣା ଚିକିତ୍ସା ମିଳୁଛି। ଏବେ ତାହାର ନାଁ ପରିବର୍ତ୍ତନନ କରି ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା କଲେ। ଯାହା ଆରମ୍ଭ ହୋଇ ପାରିଲା ନାହିଁ। ଯଦି ଏହି ଯୋଜନାରେ ୩୬ ଲକ୍ଷ ସାମିଲ ହେବେ। ବାକି କୁଆଡେ ଯିବେ ବୋଲି ବିଜେଡ଼ି ପ୍ରଶ୍ନ କରିଛି। BSKY ରେ ୯୫ ଲକ୍ଷରୁ ଅଧିକଲୋକେ ଉପକୃତ ହେଉଥିଲେ। ଦଳୀୟ ଭିତ୍ତିରେ ଦେବେ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା ।  ଏଥିରେ ବି ରାଜନୀତି।
ଲୋକ ବୁଝିଲେଣି ଏ ସରକାର ନାଁ ଓ ରଙ୍ଗ ବଦଳାଇବ। ହେଲେ ସାଧାରଣ ଲୋକଙ୍କ ପାଇଁ ଯୋଜନା ନାହିଁ। ବିଜେପି ଆୟୁଷ୍ମାନ ଭାରତ ନେଇ କାନ୍ଦୁଛନ୍ତି। କ’ଣ ସୁବିଧା ଅଛି ଏଥିରେ, କଣ ଜଣାଇଲେଣି କି  ବୋଲି ବିଜେଡ଼ି ପ୍ରଶ୍ନ କରିଛି। ରୋଗୀ ପଇସା ଦେବ ନା ଖର୍ଚ୍ଚ କରିବା ପରେ ପାଇବେ ସେ ନେଇ ରାଜ୍ୟସରକାର ସ୍ପଷ୍ଟ କରିବା ଦରକାର। କିଛି ସ୍ପଷ୍ଟ ନ କରି ପ୍ରଚାର ପ୍ରସାରରେ ଲଗିଛନ୍ତି। ସରକାରୀ ଯୋଜନାକୁ ଦଳୀୟ ଯୋଜନା କରିବା ହିଁ ସେମାନଙ୍କ ଉଦ୍ଦେଶ୍ୟ। ସରକାର ଲୋକଙ୍କ ସମସ୍ୟା ବୁଝନ୍ତୁ। ରାଜନୀତି ନ କରନ୍ତୁ। ନବୀନ ପଟ୍ଟନାୟକ କଟଣ କରିଥିଲେ ଓ ଏବେ ସରକାର କଣ କରୁଛନ୍ତି। ଲୋକେ ତୁଳନା କଲେଣି। BSKY ପରି ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା ହେଲେ ଯାଇଁ ଲୋକ ସୁବିଧା ପାଇବେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।
ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ; ୭ଦିନ ପାଇଁ ବିପନ୍ନଙ୍କୁ ରିଲିଫ ଦେବାକୁ କହିଲେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର: ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବାତ୍ୟା ଦାନା ପ୍ରଭାବରେ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୭ଦିନ ପାଇଁ ବିଞ୍ଝାରପୁର ଓ ଦଶରଥପୁର ବାତ୍ୟା ବିପନ୍ନମାନଙ୍କୁ ରିଲିଫ୍‌ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଦାବି କରିଛନ୍ତି ପ୍ରମିଳା।
ବାତ୍ୟାରେ ବିଞ୍ଝାରପୁରର ଅନେକ ସ୍ଥାନରେ ଧାନ ଫସଲ ବ୍ୟାପକଭାବେ ନଷ୍ଟ ହୋଇଥିବା ବେଳେ ତଳିଆ ଅଂଚଳର ଅନେକ ଲୋକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଗୃହପାଳିତ ପଶୁମାନଙ୍କ ପାଖରେ ଏପର୍ଯ୍ୟନ୍ତ କୌଣସି ଖାଦ୍ୟ ପହଁଚିନଥିବା ବେଳେ ଅନେକ ଗଛ ଓ ଘର ମଧ୍ୟ ଭାଙ୍ଗିଯାଇଛି । ତେଣୁ ଏ ସମ୍ପର୍କରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଯଥାଶୀଘ୍ର ରାଜ୍ୟ ସରକାର ସାତ ଦିନର ଖାଦ୍ୟ ସାମଗ୍ରୀ ସହ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଓ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରନ୍ତୁ ବୋଲି ଦାବି କହିଛନ୍ତି ପ୍ରମିଳା ମଲ୍ଲିକ ।
ଅନ୍ୟପଟେ ଦାନା ବାତ୍ୟା ପାଇଁ କେବଳ ସରକାରୀ ଦଳ ନୁହଁ କଂଗ୍ରେସ ଓ ବିଜେଡି ମଧ୍ୟ ଲୋକଙ୍କୁ ସେବା ଯୋଗାଇଛନ୍ତି ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହୀନପତି କହିଛନ୍ତି। ସରକାର ଯେଉଁ ବାହାସ୍ପୋଟ ମାରୁଛନ୍ତି ତାହା ଠିକ୍ ନୁହଁ। ଜଗନ୍ନାଥଙ୍କ କୃପାରୁ ବାତ୍ୟାର ଆଖି ଖୋଲିଲା ନାହିଁ । ତେଣୁ ବିଶେଷ ପ୍ରଭାବ ରହିଲା ନାହିଁ ବୋଲି ତାରା କହିଛନ୍ତି ।
ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି
ଭୁବନେଶ୍ବର: ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି । ବାଚସ୍ପତି ଭାବେ ବିଧାୟିକା ପ୍ରମିଳା ମଲ୍ଲିକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଅନ୍ୟ କେହି ନାମାଙ୍କନ ଭରିନଥିବାରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏଥିସହ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ପ୍ରମିଳା ମଲ୍ଲିକ । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ବିଧାନସଭାରେ ସର୍ବସମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଥିଲା । ଏଥିସହ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳର ନେତା ମୋହନ ମାଝୀ ଓ କଂଗ୍ରେସ ପକ୍ଷରୁ ନରସିଂହ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। ପରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ବଚସ୍ପତି ପ୍ରମିଳା ମଲ୍ଲିକ  ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା । ସେ ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତିଛନ୍ତି । ବିଭିନ୍ନ ସମୟରେ ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି । ୨୦୧୯ରୁ ୨୦୨୨ ପର୍ୟ୍ୟନ୍ତ ସେ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଛନ୍ତି । ୨୦୨୨ରେ ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
୨୦୨୪ ନିର୍ବାଚନରେ ବିଜେଡି ଏକାକୀ ଲଢ଼ିବା ସହ ପୁଣିଥରେ ବଡ଼ ବିଜୟ ଲାଭ କରିବ: ପ୍ରମିଳା ମଲ୍ଲିକ
ଭୁବନେଶ୍ୱର: ୨୦୨୪ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ି ବିଜେଡି ପୁଣିଥରେ ବଡ଼ ବିଜୟ ଲାଭ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡ଼ିଶାବାସୀ ମନସ୍ଥ କରିସାରିଛନ୍ତି । ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଏକାକୀ ନିର୍ବାଚନ ଲଢିବ ଓ ଷଷ୍ଠଥର ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ରାଜ୍ୟରେ ମେଣ୍ଟ ରାଜନୀତି ନେଇ ହେଉଥିବା ଚର୍ଚ୍ଚାକୁ ଦୃଢ ଭାବରେ ଖଣ୍ଡନ କରିଛନ୍ତି ଅନ୍ୟ ବିଜେଡି ନେତା ।
୨୦୦୯ ମସିହାରୁ ବିଜେଡି ଏକାକୀ ନିର୍ବାଚନ ଲଢି ପ୍ରତ୍ୟେକ ନିର୍ବାଚନରେ ଓଡ଼ିଶାବାସୀଙ୍କ ଆର୍ଶୀବାଦରେ ବଡ଼ ବିଜୟ ଲାଭ କରୁଛି । ଏଥର ବି ଏକାକୀ ଦଳ ନିର୍ବାଚନ ଲଢିବ ବୋଲି ଦଳୀୟ ନେତାମାନେ ସ୍ପଷ୍ଟ କରିଛନ୍ତି । ରାଜ୍ୟର ସ୍ବାର୍ଥ ପାଇଁ କେନ୍ଦ୍ରକୁ ବିଜେଡି କେତେବେଳେ ସମର୍ଥନ ଦେଇଛି ତ କେତେବେଳେ ବିରୋଧ କରୁଛି । ଯାହାକି ସଂଘୀୟ ବ୍ୟବସ୍ଥାର ଏକ ପ୍ରକ୍ରିୟା ବୋଲି ବିଜେଡି ନେତା କହିଛନ୍ତି ।
ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ, ଗଣଶିକ୍ଷା ଓ ଶ୍ରମ ବିଭାଗ ସମ୍ଭାଳିବେ ପ୍ରମିଳା
ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ । ଗଣଶିକ୍ଷା ଓ ଶ୍ରମ ବିଭାଗ ଦାୟିତ୍ୱରେ ରହିବେ ପ୍ରମିଳା ମଲ୍ଲିକ । ଗତ ଶୁକ୍ରବାର ଇସ୍ତଫା ଦେଇଥିଲେ ଉଭୟ ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏବଂ ଶ୍ରୀକାନ୍ତ ସାହୁ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସମୀର ରଞ୍ଜନ ଦାଶ । ସେହିପରି ଶ୍ରମ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିଧାୟକ ଶ୍ରୀକାନ୍ତ ସାହୁ । ଇସ୍ତଫା ପରେ ଖାଲିପଡିଥିଲା ବିଭାଗ । ଇସ୍ତଫା ଦେବା ପରେ ଆଜି ଏହି ଦୁଇଟି ବିଭାଗର ଦାୟିତ୍ବ ପ୍ରମିଳା ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।