mask - The Sakala

ଭୁବନେଶ୍ୱର ପରେ କଟକକୁ ଫେରିଲା ମାସ୍କ କଟକଣା, ମାସ୍କ ବ୍ୟବହାର ବାଧ୍ୟତାମୂଳକ କଲା ସିଏମସି
କଟକ: କଟକରେ ମାସ୍କ ବାଧ୍ୟତାମୂଳକ । ଭୁବନେଶ୍ୱର ପରେ କଟକକୁ ଫେରିଲା ମାସ୍କ କଟକଣା । ସିଏମସି ଅଞ୍ଚଳରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଛି କଟକ ମହାନଗର ନିଗମ । କଟକରେ ରହୁଥିବା ଲୋକ ଏବଂ ବାହାରୁ କଟକକୁ ଯାଉଥିବା ଲୋକଙ୍କ ପାଇଁ ମଧ୍ୟ ମାସ୍କ ବାଧ୍ୟତାମୂଳକ ହୋଇଛି । ଏହାସହ ସାମାଜିକ ଦୂରତା ରକ୍ଷା କରିବାକୁ ସିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି । କୋଭିଡ଼ ସଂକ୍ରମଣ ବଢ଼ିବାରୁ କଟକଣା କଡ଼ା କଲା ପ୍ରଶାସନ । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ୨୦୦ ଉପରେ ରହୁଛି । ଏହାକୁ ଦୃଷ୍ଟିରେ ରଖି କରୋନା କଟକଣାକୁ କଡା କରିଛି ସିଏମସି । ଗତକାଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା । ଆଇନ୍ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବାର ସଙ୍କେତ ଦେଇଥିଲା ବିଏମସି ।

କିଛି ଦିନର ବ୍ୟବଧନ ପରେ ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହୋଇଛି । ଏହାସହ ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଖୋର୍ଦ୍ଧା ଓ ରାଜଧାନୀରୁ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରହି ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ବିଏମସି ପକ୍ଷରୁ ଜୁଲାଇ ଗାଇଡଲାଇନ ଜାରି କରାଯାଇଛି । ଏଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ କୁହାଯାଇଛି ।

କେବଳ କରୋନା ନୁହେଁ ଫୁସ୍‌ଫୁସ୍‌ ଜନିତ ରୋଗରୁ ସୁରକ୍ଷା ଦେଉଛି ମାସ୍କ
ଭୁବନେଶ୍ୱର: ପୂର୍ବରୁ କେବଳ ଅପରେସନ୍ କରୁଥିବା ଡାକ୍ତର, ନର୍ସ କିମ୍ବା ପ୍ରଦୂଷଣ ଜନିତ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାସ୍କ ବ୍ୟବହାର କରୁଥିଲେ। କିନ୍ତୁ କରୋନା ଆସିବା ପରେ ମାସ୍କ ଘରେ ଘରେ ପରିଚୟ ପାଇଛି। କରୋନାରୁ ରକ୍ଷା ପାଇଁ ମାସ୍କ ହିଁ ସର୍ବୋତ୍ତମ ପନ୍ଥା ବୋଲି ଦେଢ଼ ବର୍ଷ ହେଲା ସ୍ବାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି। ତେବେ ମାସ୍କ କେବଳ କରୋନାରୁ ସୁରକ୍ଷା ଦେଉ ନାହିଁ ବରଂ ଶ୍ଵାସ ଜନିତ ରୋଗରୁ ସୁରକ୍ଷା ଦେଉଥିବା ବିଶେଷଜ୍ଞ କହିଛନ୍ତି। ଲଲିତ ଗୁପ୍ତା ନାମକ ଜଣେ ବ୍ୟବସାୟୀ କହନ୍ତି ପିଲା ଦିନରୁ ତାଙ୍କର ଶ୍ଵାସ ରୋଗ ଥିଲା ଏବଂ ଉପଚାର ପାଇଁ ସେ ପ୍ରତି ମାସ ୨ରୁ ୩ ହଜାର ଟଙ୍କା ମଧ୍ୟରେ ଔଷଧ ଖାଉଥିଲେ। ଏହା ସତ୍ତ୍ଵେ ନିଃଶ୍ଵାସ ନେବାରେ ସମସ୍ୟା ହେଉଥିଲା। ତେବେ କରୋନା ସଂକ୍ରମଣ ଆରମ୍ଭ ହେବା ପର ଠାରୁ ସରକାରୀ ଗାଇଡ୍‌ଲାଇନ୍ ପାଳନ କରି ମାସ୍କ ବ୍ୟବହାର କଲେ । ଆଜି ପର୍ଯ୍ୟନ୍ତ ସେ କରୋନାରେ ସଂକ୍ରମିତ ହୋଇ ନାହାନ୍ତି। କିନ୍ତୁ ଏହି ଦେଢ଼ ବର୍ଷ ମଧ୍ୟରେ ତାଙ୍କ ଶ୍ବାସ ଜନିତ ସମସ୍ୟା ଦୂର ହୋଇଯାଇଛି। ପୂର୍ବରୁ ଲାଗି ରହିଥିବା ସମସ୍ୟାରୁ ନିସ୍ତାର ମିଳିଛି। ମାସ୍କ ବ୍ୟବହାର କରିବା ଦ୍ଵାରା ପ୍ରଦୂଷିତ ବାୟୁ ଶରୀର ଭିତରକୁ ଯାଉ ନଥିବାରୁ ବିଶାକ୍ତ କଣିକା ପ୍ରଭାବରୁ ଫୁସ୍‌ଫୁସ୍‌କୁ ସୁରକ୍ଷା ମିଳୁଛି।

ସୋଆ କୁଳପତି ତଥା ଏମ୍ସ, ଭୁବନେଶ୍ବରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ ମହାପାତ୍ର ଏହାକୁ ସ୍ଵିକାର କରି କହିଛନ୍ତି ଯେ ଅନେକ ଦେଶରେ କରୋନା ଆସିବା ପୂର୍ବରୁ ମାସ୍କ ବହୁଳ ବ୍ୟବହାର ହୋଇଥାଏ। ବାୟୁ ପ୍ରଦୂଷଣ ସବୁ ଜାଗାରେ ଥିବା ବେଳେ ଜୀବ ଜଗତ ଉପରେ ଏହାର ଗଭୀର କୁପ୍ରଭାବ ପଡ଼ିଥାଏ । ପ୍ରଦୂଷଣ କର୍କଟ ସମେତ ଅନ୍ୟ ବିପଜ୍ଜନକ ରୋଗର କାରଣ। ତେବେ ମାସ୍କ ବ୍ୟବହାର କଲେ ନାକ ବାଟେ ଯାଉଥିବା ପବନ ଛାଣି ହୋଇଯାଏ ଆଉ କ୍ଷତିକାରକ ଅଦୃଶ୍ୟ କଣିକା ବାହାରେ ରହିଯାଏ | ତେଣୁ ମାସ୍କ କେବଳ କରୋନାରୁ ସୁରକ୍ଷା ଦେଉ ନାହିଁ ବରଂ ଶ୍ଵାସଜନିତ ରୋଗରୁ ସୁରକ୍ଷା ଦେଉଛି। ଭାରତ ଭଳି ଏକ ବହୁଳ ବାୟୁ ପ୍ରଦୂଷିତ ଦେଶରେ ସର୍ବଦା ମାସ୍କ ବ୍ୟବହାର ଏକାନ୍ତ ଆବଶ୍ୟକ । ଏହା ଶ୍ଵାସ ରୋଗୀଙ୍କ ସହ ସାଧାରଣ ବ୍ୟକ୍ତିଙ୍କୁ ଫୁସ୍‌ଫୁସ୍ ଜନିତ ରୋଗରୁ ରକ୍ଷା କରିବ ବୋଲି ଡା ମହାପାତ୍ର କହିଛନ୍ତି।

ମହଙ୍ଗା ପଡ଼ିଲା ମାସ୍କ ନ ପିନ୍ଧିବା: ମିଳିଲା ଅଜବ ଦଣ୍ଡ
ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାରକୁ ଗୁରୁତ୍ବ ଦିଆଯାଇଛି। କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବିଭିନ୍ନ ବାହାନା କରି ମାସ୍କ ପିନ୍ଧନ୍ତି ନାହିଁ। ଯେଉଁମାନେ ମାସ୍କ ବ୍ୟବହାର କରୁନାହାଁନ୍ତି ସେମାନଙ୍କୁ ଅନେକ ସମୟରେ ଦଣ୍ଡିତ ମଧ୍ୟ କରାଯାଏ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ସିଙ୍ଗାପୁରରେ। ଏଠାରେ ଜଣେ ବ୍ୟକ୍ତି ମାସ୍କ ପିନ୍ଧିବାକୁ ମନା କରିବାରୁ ତାଙ୍କୁ ମାନସିକ ବ୍ୟାଧି ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ସିଙ୍ଗାପୁରରେ ବର୍ତ୍ତମାନ କୋଭିଡ୍‌ କଟକଣା କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏଠାରେ ମାସ୍କ ପିନ୍ଧିବାକୁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏହାକୁ ନ ମାନୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଘଟଣାନୁସାରେ, ବ୍ରିଟିଶ ନାଗରିକ ତଥା ଦୁଇ ସନ୍ତାନର ପିତା ବେଞ୍ଜାମିନ୍ ଗ୍ଲିନ୍‌ ସିଙ୍ଗାପୁରରେ ଟ୍ରେନ୍ ଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ ମନା କରିଦେଇଥିଲେ। ଏଥିସହ ସେ ଯୁକ୍ତି କରିଥିଲେ ଯେ, ମାସ୍କଟି କରୋନାଭାଇରସ୍ ରୋକିବାରେ କିମ୍ବା ପ୍ରତିରୋଧ କରିବାରେ ସମ୍ପୂର୍ଣ୍ଣ ବିଫଳ। ଏଣୁ ସେ ସିଙ୍ଗାପୁରରେ ଥିବା ତାଙ୍କ କାର୍ଯ୍ୟାଳୟକୁ ଯିବାବେଳେ ଟ୍ରେନ୍‌ରେ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ଭାବୁନଥିବା ଯୁକ୍ତି ବାଢିଥିଲେ। ତେବେ ଗ୍ଲିନ୍‌ ଟ୍ରେନ୍‌ରେ ମାସ୍କ ପିନ୍ଧିନଥିବା ଦୃଶ୍ୟକୁ କେହିଜଣେ ଭିଡ଼ିଓ କରି ଭାଇରାଲ କରିଥିଲେ। ଭିଡ଼ିଓଟି ଅନ୍‌ଲାଇନ୍‌ରେ ସେୟାର ହେବାର କିଛି ଘଣ୍ଟା ପରେ ଗ୍ଲିନଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନାମରେ ଚାରିଟି ଅପରାଧିକ ମାମଲା ରୁଜୁ କରାଯାଇଛି। ମାମଲାର ଶୁଣାଣି କରି କୋର୍ଟ ଗ୍ଲିନ୍‌ଙ୍କୁ ମାନସିକ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇ ଦେଇଛନ୍ତି। କୋର୍ଟରେ ହାଜର ହେବା ପରେ ଗ୍ଲିନ୍‌ କହିଥିଲେ ଯେ, ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ । ସେ କହିଛନ୍ତି ଯେ, ସିଙ୍ଗାପୁରର ନ୍ୟାୟିକ ବ୍ୟବସ୍ଥା ମୋତେ ଏବଂ ମୋ ପରିବାରକୁ ଯେପରି ବ୍ୟବହାର କରିଛି ସେଥିରେ ମୁଁ ବ୍ୟଥିତ ଓ ମର୍ମାହତ।

ମାସ୍କ ଜଣାଇବ ଆପଣଙ୍କୁ କରୋନା ହୋଇଛି କି ନାହିଁ
କରୋନା ମହାମାରୀ  ବିରୋଦ୍ଧରୋ ସାରା ଦେଶ ଲଢୁଛି । କରୋନାକୁ ହରାଇବା ପାଇଁ  ଟିକାକରଣ ଜୋରଦାର କରାଯାଇଛି। ଟିକାନେଲେ ମଧ୍ଯ କରୋନାକୁ ହରାଇବା ପାଇଁ ମାସ୍କ ମୁଖ୍ଯ ଅସ୍ତ୍ର ପାଲଟିଛି। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଅନେକ ପ୍ରକାରର ଫେସ୍ ମାସ୍କ ମଧ୍ୟ ବଜାରକୁ ଆସିଛି।  ଟିକା ପରେ ମଧ୍ୟ ଲୋକଙ୍କ ମନରେ କରୋନାର ତୃତୀୟ ତରଙ୍ଗର  ଭୟ ରହିଛି। ଏଭଳି ପରିସ୍ଥିତିରେ ଫେସ୍ ମାସ୍କ  ବ୍ଯବହାର କରିବାସହ କୋଭିଡ କଟକଣାମାନି ଚଳିବା ଅତ୍ଯନ୍ତ ଜରୁରୀ ।

କରୋନା ହୋଇଛି କି ନାହିଁ ଜାଣିବା ପାଇଁ  ଆରଟିପିସିଆ ଓ ଆଣ୍ଟିଜେନ ଟେଷ୍ଟ କରାଯାଇଥାଏ। ହେଲେ ବଜାରକୁ ଏମିତି ଏକ ଫେସ ମାସ୍କ ଆସିବାକୁ ଯାଉଛି ଯହା ଆପଣକୁ ସୂଚନା ଦେବ କରୋନା ହୋଇଛି କି ନାହିଁ।

ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT) ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୱାଇସ୍ ଇନଷ୍ଟିଚ୍ୟୁଟ୍ ଫର୍ ବାୟୋଲୋଜିକାଲ୍ ଅନୁପ୍ରାଣିତ ଇଞ୍ଜିନିୟରିଂ ଏକ ଫେସ୍ ମାସ୍କ ପ୍ରସ୍ତୁତ କରିଛନ୍ତି। ଯାହା କରୋନା ସଂକ୍ରମଣ ବିଷୟରେ ସୂଚନା ଦେବାକୁ ସକ୍ଷମ। ଏହି ଫେସ୍ ମାସ୍କରେ ବାୟୋସେନ୍ସର୍ ବ୍ୟବହୃତ ହୋଇଛି ଯାହା ନିଶ୍ୱାସ ସାହାଯ୍ୟରେ କରୋନା ହୋଇଛି କି ନାହିଁ ଚିହ୍ନଟ କରିବାରେ ସାହାଯ୍ୟ କରେ।

ରିପୋର୍ଟ ଅନୁଯାୟୀ, ଏହି ମାସ୍କରେ ବାୟୋମୋଲ୍ୟୁକୁଲ୍ ଚିହ୍ନଟ ପାଇଁ ଏକ ସିନ୍ଥେଟିକ୍ ବାୟୋଲୋଜି ସେନ୍ସର ଦିଆଯାଇଛି। ଏହି ଅନୁସନ୍ଧାନ ନେଚର ବାୟୋଟେକ୍ନୋଲୋଜି ପତ୍ରିକାରେ ପ୍ରକାଶିତ ହୋଇଛି । ଏହି ବାୟୋସେନ୍ସର୍ ମାସ୍କ ଡିଜାଇନ୍ KN95 ଫେସ୍ ମାସ୍କ ପରି ପ୍ରସ୍ତୁତ କରାଯାଇଛି।  ଏହି ମାସ୍କ ମାଧ୍ୟମରେ  ୯୦ ମିନିଟ ମଧ୍ଯରେ ଚିହ୍ନଟ ହୋଇପାରେ ଯେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ କି ନାହିଁ।

ଏହି ମାସ୍କରେ ଦିଆଯାଇଥିବା ସେନ୍ସର ସର୍ବଦା ସକ୍ରିୟ ନୁହେଁ। ଯଦି ପରୀକ୍ଷା କରିବାକୁ ଚାହାଁନ୍ତି ତେବେ ଦିଆଯାଇଥିବା ଏକ ବଟନ୍ ସାହାଯ୍ୟରେ ସେନ୍ସରକୁ ସକ୍ରିୟ କରିବାକୁ ପଡିବ। ଏହା ପରେ ଆପଣ ରିଡଆଉଟ୍ ଷ୍ଟ୍ରିପ୍ ମାଧ୍ୟମରେ ୯୦ ମିନିଟ୍ ମଧ୍ୟରେ ଫଳାଫଳ ପାଇବେ। ଏହାର ସଠିକତା RT PCR ର ଫଳାଫଳ ପରି ଦାବି କରାଯାଇଛି।

ଅନୁସନ୍ଧାନରେ ଜଡିତ ଥିବା ପିଟର ଗୁଏନ କହିଛନ୍ତି ଯେ, ଏହି ମାସ୍କ ମାଧ୍ୟମରେ ଏକ ଛୋଟ ମାସ୍କରେ ଏକ ସମ୍ପୂର୍ଣ୍ଣ ଲ୍ୟାବକୁ ରଖାଯାଇଛି। ଏହି ମାସ୍କରେ ବ୍ୟବହୃତ ସିନ୍ଥେଟିକ୍ ବାୟୋଲୋଜି ସେନସର ଆକାର ବହୁତ ଛୋଟ। ଏହା ଅନ୍ୟ କୌଣସି ମାସ୍କରେ ମଧ୍ୟ ବ୍ୟବହାର କରାଯାଇପାରେ । କରୋନା ବ୍ୟତୀତ ଏହି ସେନ୍ସର ଅନ୍ୟ କୌଣସି ଭୂତାଣୁ, ବ୍ଯାକ୍ଟେରିଆ ଇତ୍ୟାଦି ମଧ୍ୟ ଚିହ୍ନଟ କରିପାରିବ। ଅନୁସନ୍ଧାନକାରୀ ଦଳ ଏହି ମାସ୍କକୁ ବଜାରକୁ ଆଣିବା ପାଇଁ  ପ୍ରୟାସ ଚଳାଇଛନ୍ତି।