Explosion - The Sakala

ପାକିସ୍ତାନର ବେଲୁଚିସ୍ତାନରେ ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ: କ୍ୱେଟା ସମେତ ଅନେକ ଜିଲ୍ଲାରେ ଯୋଗାଣ ଠପ୍
ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟା ଉପକଣ୍ଠରେ ଏକ ବଡ଼ ଧରଣର ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ ଘଟିଛି। ଅଜ୍ଞାତ ଦୁର୍ବୃତ୍ତଙ୍କ ଦ୍ୱାରା ଘଟାଯାଇଥିବା ଏହି ଆକ୍ରମଣ ଫଳରେ ଏକ ପ୍ରମୁଖ ପ୍ରାକୃତିକ ଗ୍ୟାସ ପାଇପଲାଇନ୍ ନଷ୍ଟ ହୋଇଯାଇଛି। ଏହା ଯୋଗୁଁ କ୍ୱେଟା ସମେତ ପ୍ରଦେଶର ଅତିକମରେ ପାଞ୍ଚଟି ଜିଲ୍ଲାରେ ଗ୍ୟାସ୍ ଯୋଗାଣ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି।

ଭୟଙ୍କର ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ

ସୁଇ ସଦର୍ନ ଗ୍ୟାସ୍ କମ୍ପାନୀ (SSGC) ର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଅଖତରାବାଦର ୱେଷ୍ଟର୍ଣ୍ଣ ବାଇପାସ୍ ନିକଟରେ ୧୮ ଇଞ୍ଚ ବ୍ୟାସ ବିଶିଷ୍ଟ ଏକ ମୁଖ୍ୟ ଗ୍ୟାସ୍ ସପ୍ଲାଏ ପାଇପଲାଇନକୁ ବିସ୍ଫୋରକ ଲଗାଇ ଉଡ଼ାଇ ଦିଆଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ଅଗ୍ନିଶିଖା ବହୁ ଦୂରରୁ ଦେଖିବାକୁ ମିଳିଥିଲା ଏବଂ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇଥିବାର ଖବର ମିଳିନାହିଁ କିମ୍ବା କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

ପ୍ରଭାବିତ ଅଞ୍ଚଳ

ଗ୍ୟାସ୍ ପାଇପଲାଇନ୍ ନଷ୍ଟ ହେବା କାରଣରୁ କ୍ୱେଟାର ହଜାରା ଟାଉନ୍, ହଜରଗଞ୍ଜି, ଖରୋଟାବାଦ, ପଶ୍ତୁନ୍ ବାଗ୍ ଏବଂ ଅନ୍ୟାନ୍ୟ ଅଞ୍ଚଳ ସମେତ ବେଲୁଚିସ୍ତାନର ମସ୍ତୁଙ୍ଗ, କଲାତ, ପିଶିନ, କୁଚଲାକ ଏବଂ ଜିଆରତ ଜିଲ୍ଲାରେ ଗ୍ୟାସ୍ ଯୋଗାଣ ଠପ୍ ହୋଇଯାଇଛି। ହଠାତ୍ ଗ୍ୟାସ୍ ଯୋଗାଣ ବନ୍ଦ ହେବା କାରଣରୁ ଉଭୟ ଘରୋଇ ଏବଂ ବ୍ୟବସାୟିକ ଗ୍ରାହକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଜାରି

ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ (Bomb Disposal Squad) ପହଞ୍ଚି ଅଞ୍ଚଳକୁ ସୁରକ୍ଷିତ ଘୋଷଣା କରିବା ପରେ SSGC ର ବୈଷୟିକ ଦଳ ତୁରନ୍ତ ସେଠାରେ ପହଞ୍ଚିଥିଲେ। ମୁଖ୍ୟ ଭଲ୍‌ବ୍ ବନ୍ଦ କରି ନିଆଁକୁ ଆୟତ୍ତ କରାଯିବା ସହ ପାଇପଲାଇନର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ସୂଚନାଯୋଗ୍ୟ ଯେ, ବେଲୁଚିସ୍ତାନରେ ସକ୍ରିୟ ଥିବା ବିଚ୍ଛିନ୍ନତାବାଦୀ ଗୋଷ୍ଠୀମାନେ ପ୍ରାୟତଃ ସରକାରୀ ସମ୍ପତ୍ତି ଏବଂ ଗ୍ୟାସ୍ ପାଇପଲାଇନ୍ ଗୁଡିକୁ ନିଜର ଟାର୍ଗେଟ କରିଆସୁଛନ୍ତି। ପୋଲିସ ଓ ସୁରକ୍ଷା ବାହିନୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୮ ମୃତ, ୩୦ରୁ ଊର୍ଦ୍ଧ୍ବ ଆହତ
ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ କେମିକାଲ ଫ୍ୟାକ୍ଟ୍ରିରେ ଗୁରୁବାର ଅପରାହ୍ନରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଅନେକ ଲୋକ ଏବେ ବି ଭିତରେ ଫସି ରହିଛନ୍ତି।‌ ଦମକଳ ବାହୀନି ସହ ଏନଡିଆରଏଫ୍ ଓ ଏସଡିଆରଏଫ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବଏଲର ଫାଟିବା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଜଣାଯାଇଛି । କାରଖାନାଟି ଏମଆଇଡିସି ପରିସରରେ ଅବସ୍ଥିତ ।

ସୂଚନା ମୁତାବକ, ଠାଣେର ଏମ୍‌ଆଇଡିସି ଅଞ୍ଚଳର ଫେଜ୍‌-୨ରେ ଥିବା ଓମେଗା ରାସାୟନିକ କାରଖାନାରେ ଏହି ବିସ୍ଫୋରଣ ଘଟିଛି । କର୍ମଚାରୀମାନେ କାରଖାନା ଭିତରେ କାମ କରୁଥିବା ବେଳେ ହଠାତ୍‌ ବିସ୍ଫୋରଣ ଘଟିଥିଲା । ବଏଲର୍‌ରେ ଯାନ୍ତ୍ରିକ ତ୍ରୁଟି ହେତୁ ଏହି ଘଟଣା ଘଟିଥିବା କୁହାଯାଉଛି । ବିସ୍ଫୋରଣ ଓ ନିଆଁ ଲାଗିବା ନେଇ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।ଅଗ୍ନିକାଣ୍ଡର ଖବର ପାଇବା ପରେ ପ୍ରଶାସନ ତୁରନ୍ତ ଚାରିଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳକୁ ପଠାଇଛି । ସେପଟେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ପୋଲିସ ଫୋର୍ସ ସହିତ ପହଞ୍ଚିଛନ୍ତି ।

କଲ୍ୟାଣ ତହସିଲଦାର ସଚିନ ସେଜଲ କହିଛନ୍ତି, ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ଉଦ୍ଧାର ହୋଇଥିବା ୮ ମୃତଦେହ ଏତେ ମାତ୍ରାରେ ଜଳି ଯାଇଛି ଯେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇଛି। ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡରେ ଏହି ଅଞ୍ଚଳର ଅତି କମରେ ପାଞ୍ଚଟି କମ୍ପାନୀ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତିି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଶିଳ୍ପ ମନ୍ତ୍ରୀ ଉଦୟ ସାମନ୍ତ, ସ୍ଥାନୀୟ ସାଂସଦ ଶ୍ରୀକାନ୍ତ ସିନ୍ଦେ ଏବଂ ବିଧାୟକ ରାଜୁ ପାଟିଲ ମୁମ୍ବାଇ ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ଏମ୍ଆଇଡିସି ଶିଳ୍ପାଞ୍ଚଳ ପରିଦର୍ଶନ କରିଛନ୍ତି। ଓଆହତ ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି। ଏହି ଘଟଣାରେ ମୃତାହତଙ୍କୁ ଏକ ସପ୍ତାହ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ କାରଖାନାରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ଏକ କିଲୋମିଟର ଯାଏଁ ଶୁଭିଥିଲା । ବିସ୍ଫୋରଣ ଯୋଗୁଁ ନିକଟସ୍ଥ କୋଠା ଗୁଡ଼ିକର ଝରକା ଫାଟିଯାଇଥିବା ବେଳେ କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୮ ଜୀବନ୍ତ ଦଗ୍ଧ
ତାମିଲନାଡୁ: ତାମିଲନାଡୁର ଶିବକାଶୀ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ୧୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବାଣ କାରଖାନାରେ ବିସ୍ଫୋରଣ ଯୋଗୁ ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେହିପରି ୧୨ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ମୃତକ ଏହି ବାଣ କାରଖାନାରେ କାମ କରୁଥିଲେ। ବିସ୍ଫୋରଣ ପରେ ପୂରା କାରଖାନାରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ତେବେ କେଉଁ କାରଣ ଯୋଗୁ କାରଖାନାରେ ବିସ୍ଫୋରଣ ହୋଇଛି ସେ ନେଇ ସୂଚନା ମିଳିନାହିଁ।

ଏର୍ଣ୍ଣାକୁଲମର ଏକ କନ୍‌ଭେନସନ ସେଣ୍ଟରରେ ପ୍ରାର୍ଥନାବେଳେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ, ୨୦ ଆହତ
କେରଳ: କେରଳର ଏର୍ଣ୍ଣାକୁଲମରେ ବଡ଼ ଧରଣର ବିସ୍ଫୋରଣ । ଏକ କନ୍‌ଭେନସନ ସେଣ୍ଟରରେ ପ୍ରାର୍ଥନାବେଳେ ଘଟିଛି ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ସିନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ କରିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଫରେନସିକ ଟିମ ପହଞ୍ଚି ଯାଞ୍ଚ କରୁଛି । ସୂଚନା ଅନୁସାରେ ବିସ୍ଫୋରଣବେଳେ କନ୍‌ଭେନସନ ସେଣ୍ଟରରେ ୟହୋବା ସାକ୍ଷୀ ସମ୍ମିଳନୀ ହେଉଥିଲା ।

କଲାମାସେରି ସ୍ଥିତ ଏହି କନ୍‌ଭେସନ୍‌ ସେଣ୍ଟରରେ ଆୟୋଜିତ ତିନି ଦିନିଆ କାର୍ଯ୍ୟକ୍ରମର ଆଜି ଶେଷ ଦିନ ଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଲୋକେ ଏକାଠି ହୋଇ ପ୍ରାର୍ଥନା କରିଥିଲେ। ଏତିକିବେଳେ କନଭେନସେଣ୍ଟରରେ ୩ଟି ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଦମକଳ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରୁ ଜଣଙ୍କର ଦଗ୍ଧ ଶବ ଉଦ୍ଧାର କରିଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ବିସ୍ଫୋରଣ ସମୟରେ ହଲରେ ୨ ହଜାରରୁ ଅଧିକ ଲୋକ ରହିଥିଲେ ।

ଇଟାଲୀର ମିଲାନ୍‌ ସହରରେ ଭୟଙ୍କର ବିସ୍ଫୋରଣ, ପାର୍କିଂରେ ଥିବା ଅନେକ ଗାଡି ଜଳି ପାଉଁଶ
ନୂଆଦିଲ୍ଲୀ: ଇଟାଲୀ ମିଲାନ ସହରରେ ଭୟଙ୍କର ବିସ୍ଫୋରଣ । ମିଲାନ ସିଟି ସେଣ୍ଟରରେ ହୋଇଛି ଏହି ବିସ୍ଫୋରଣ ।ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ଆଖାପାଖରେ ପାର୍କିଂ ହୋଇଥିବା ଅନେକ ଗାଡ଼ି ଜଳି ପାଉଁଶ ହୋଇଯାଇଛି। ବିସ୍ଫୋରଣରେ ଜଣେ ଆହତ ହୋଇଥିବା ବେଳେ କାହାରି ମୃତ୍ୟୁ ହୋଇ ନଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ତେବେ ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକ ବିସ୍ଫୋରଣ ଯୋଗୁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ପାଖରେ ଥିବା ଏକ ସ୍କୁଲ ଓ ଜନବସତି ଅଞ୍ଚଳକୁ ଖାଲି କରାଯାଇଛି । ପୂରା ଅଞ୍ଚଳକୁ ସିଲ କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୋସିଆଲ ମିଡିଆରେ ଅଗ୍ନିକାଣ୍ଡ ସମୟର ଭିଜୁଆଲ ଭାଇରାଲ ହୋଇଛି ।

ମିଲାନ ସହରରେ ହୋଇଥିବା ଏହି ବିସ୍ଫୋରଣର ହୃଦୟ ବିଦାରକ ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଯାନବାହନ ଗୁଡିକ ଜଳୁଥିବା ଏବଂ ଲୋକମାନେ ନିଆଁରୁ ରକ୍ଷା ପାଇବା ପାଇଁ ଦୌଡ଼ି ପଳାଉଥିବାର ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।