Pakistan Supreme Court - The Sakala

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବାକୁ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଛି ବଡ ଆଶ୍ବସ୍ତି । ଇମ୍ରାନ ଖାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ପୂର୍ବରୁ ଇମ୍ରାନଙ୍କ ଗିରଫଦାରୀ ବେଆଇନ ଓ ଅବୈଧ ବୋଲି କହିଥିଲେ ସୁପ୍ରିମକୋର୍ଟ ।

ଇମ୍ରାନ ଖାନଙ୍କ ଗିରଫକୁ ଅବୈଧ କହିବା ସହ ଘଣ୍ଟାକ ମଧ୍ୟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ ପାକିସ୍ତାନ ସୁପ୍ରିମକୋର୍ଟ । ଏହାକୁ ଏନବିଏ ବିରୋଧ କରିବା ସହ କାଲି ଯାଏ ସମୟ ମାଗିଥିଲା। କିନ୍ତୁ ସର୍ବୋଚ୍ଚ ଅଦାଲତ କିଛି ବି ଶୁଣି ନଥିଲେ। ଏହାପରେ ଇମ୍ରାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା। ଇମ୍ରାନ କୋର୍ଟରେ ପହଞ୍ଚିବା ପରେ ଖଣ୍ଡପୀଠ କହିଥିଲେ ଯେ ଇମ୍ରାନ ଖାନଙ୍କ ଗିରଫଦାରୀ ବେଆଇନ। ତାଙ୍କ ସହ ଅନ୍ୟାୟ ହୋଇଛି। ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ।” ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଇମ୍ରାନଙ୍କୁ ମୁକ୍ତ କରାଯିବା ପକ୍ରିୟୁା ଆରମ୍ଭ ହୋଇ ଯାଇଛି।

ଇମ୍ରାନଙ୍କ ଗିରଫଦାରୀ ବିରୋଧରେ ହୋଇଥିବା ଆବେଦନ ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ ସୁରକ୍ଷାକର୍ମୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଇସଲାମାବାଦ ଆଇଜି ଓ କୋର୍ଟ ରେଜିଷ୍ଟ୍ରାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ସମନ କରିଛନ୍ତି।

ଅଲ-କାଦିର ଟ୍ରଷ୍ଟ ମାମଲାରେ ମଙ୍ଗଳବାର ଦିନ ଇମ୍ରାନ ଖାନଙ୍କୁ ପାକିସ୍ତାନ ରେଞ୍ଜର୍ସ ଗିରଫ କରିଥିଲା । ଇସଲାମାବାଦ କୋର୍ଟ ପରିସରରୁ ତାଙ୍କୁ ଜୋର ଜବରଦସ୍ତ ଗିରଫ କରାଯାଇଥିଲା । ଏହି ମାମଲାରେ ସୁପ୍ରିମକୋର୍ଟ କହିଥିଲେ କି କୋର୍ଟ ପରିସରରୁ ଜଣେ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବା ଅପମାନଜନକ । ଏଣୁ ନ୍ୟାସନାଲ ଆକାଉଣ୍ଟବିଲିଟି ବ୍ୟୁରୋକୁ କୋର୍ଟ ଆଦେଶ ଦେଇଥିଲେ କି ତୁରନ୍ତ ଇମ୍ରାନ ଖାନଙ୍କୁ ଖଲାସ କରାଯାଉ ।