Bank Lockers - The Sakala

ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଆର୍‌ବିଆଇର ବଡ଼ ସଂସ୍କାର, ଲକରରୁ ଚୋରି ହେଲେ ୧୦୦ ଗୁଣା କ୍ଷତିପୂରଣ...
ନୂଆଦିଲ୍ଲୀ: ଲକର ବିବାଦରେ ଗ୍ରାହକଙ୍କ ସ୍ୱାର୍ଥକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି। ଏଣିକି ବ୍ୟାଙ୍କ ଲକରରୁ ଚୋରି ହେଲେ ଗ୍ରାହକଙ୍କୁ ମିଳିବ ୧୦୦ ଗୁଣ କ୍ଷତିପୂରଣ ରାଶି। ଅର୍ଥାତ୍‌ ଯଦି ବ୍ୟାଙ୍କର ଅବହେଳା କିମ୍ବା ସୁରକ୍ଷା ଭୁଲ ଯୋଗୁଁ କୌଣସି ଗ୍ରାହକଙ୍କ ଲକର ଚୋରି ହୋଇଯାଏ କିମ୍ବା କ୍ଷତିଗ୍ରସ୍ତ ହୁଏ, ତେବେ ବ୍ୟାଙ୍କକୁ ଲକର ଫି’ର ୧୦୦ ଗୁଣ ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ ପଡ଼ିବ। ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିବାକୁ ଯାଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏପରି ଏକ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛି।  ଆର୍‌ବିଆଇ ୨୩୮ଟି ନୂତନ ବ୍ୟାଙ୍କିଙ୍ଗ ନିୟମ ସମ୍ପର୍କିତ ଏକ ଚିଠା ପ୍ରକାଶ କରିଛି। ଏଥÒପାଇଁ ଜନସାଧାରଣଙ୍କଠାରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ମତାମତ ଲୋଡାଯାଇଛି। ମତାମତ ମିଳିବା ପରେ ଏହି ନିୟମଗୁଡ଼ିକୁ ୨୦୨୬ରୁ କାର୍ଯ୍ୟକାରୀ କରାଯିବ।  ଏହି ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକର ଲକ୍ଷ୍ୟ ହେଉଛି ଗ୍ରାହକ ସୁରକ୍ଷା ବୃଦ୍ଧି କରିବା, ବ୍ୟାଙ୍କିଙ୍ଗ ସେବାକୁ ସରଳ କରିବା ଏବଂ ବ୍ୟାଙ୍କଗୁଡ଼ିକର ଦାୟିତ୍ୱ ସୁନିଶ୍ଚିତ କରିବା। ଆର୍‌ବିଆଇ କହିଛି ଯେ ଯଦି କୌଣସି ଗ୍ରାହକଙ୍କ ଆକାଉଣ୍ଟ ସାଇବର ଠକେଇର ଶିକାର ହୁଏ ଏବଂ ସେମାନେ ତିନି ଦିନ ମଧ୍ୟରେ ବ୍ୟାଙ୍କକୁ ରିପୋର୍ଟ କରନ୍ତି, ତେବେ ସେମାନଙ୍କର ଦାୟିତ୍ୱ ଶୂନ୍ୟ ବୋଲି ବିବେଚନା କରାଯିବ। ଏହାର ଅର୍ଥ ହେଉଛି ଗ୍ରାହକ କୌଣସି କ୍ଷତି ସହିବେ ନାହିଁ। ଏହାବ୍ୟତୀତ, ଯଦି ବ୍ୟାଙ୍କଗୁଡ଼ିକ ଏପରି ପରିସ୍ଥିତିରେ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ। ଏଥିପାଇଁ ବ୍ୟାଙ୍କଗୁଡ଼ିକୁ ସାଇବର ସୁରକ୍ଷା ସମ୍ପର୍କରେ ଅଧିକ ସତର୍କ ରହିବାକୁ ପଡ଼ିବ।

ଆର୍‌ବିଆଇର ନୂତନ ବ୍ୟାଙ୍କିଙ୍ଗ୍‌ ନିୟମରେ କେୱାଇସି (ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ) ପ୍ରକ୍ରିୟାକୁ ଆହୁରି ସରଳ କରାଯାଇଛି। ଏଥ଄ରେ  ସାଧାରଣ ଆକାଉଣ୍ଟ ପାଇଁ ଗ୍ରାହକଙ୍କୁ ପ୍ରତି ୧୦ ବର୍ଷରେ ଥରେ କେୱାଇସି  ଦେବାକୁ ପଡିବ। ଏହାଛଡା ମଧ୍ୟମ ଓ ସମ୍ବେଦନଶୀଳ ଆକାଉଣ୍ଟ ପାଇଁ ଏହି ପ୍ରକ୍ରିୟା ପ୍ରତି ୮ ବର୍ଷ ଥରେ ଏବଂ ଅଧÒକ ସମ୍ବେଦନଶୀଳ ଆକାଉଣ୍ଟ ପାଇଁ ପ୍ରତି ୨ ବର୍ଷରେ ଥେୋର କେୱାଇସି ଦେବାକୁ ପଡିବ। ଏହା ଗ୍ରାହକମାନଙ୍କୁ ବାରମ୍ବାର ଡକ୍ୟୁମେଣ୍ଟ ଦାଖଲ କରିବାର ଝିନ୍‌ଝଟ୍‌ରୁ ମୁକ୍ତି ଦେବ। ଏହାବ୍ୟତୀତଋଣ ସମ୍ବନ୍ଧୀୟ ମାମଲାରେ ଗ୍ରାହକଙ୍କୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରାଯାଇଛି। ଏଣିକି ସମସ୍ତ ବ୍ୟାଙ୍କଗୁଡ଼ିକୁ ସୁଧ ହାର ନିର୍ଣ୍ଣୟ କରିବା, ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ସମାନ ସୂତ୍ର ଗ୍ରହଣ କରିବାକୁ ପଡିବ। ସମସ୍ତ ଋଣ ଉପରେ ପ୍ରିପେମେଣ୍ଟ ଜରିମାନା (ଶୀଘ୍ର ପରିଶୋଧ ପାଇଁ ଜରିମାନା) ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ। ଏହା ଗ୍ରାହକଙ୍କୁ କୌଣସି ଅତିରିକ୍ତ ଶୁଳ୍କ ବିନା ଶୀଘ୍ର ସେମାନଙ୍କର ଋଣ ପରିଶୋଧ କରିବାକୁ ଅନୁମତି ଦେବ। ଏହାବାଦ୍‌ ୭୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ଗ୍ରାହକମାନଙ୍କୁ ଦ୍ୱାରଦେଶ ବ୍ୟାଙ୍କିଙ୍ଗ୍‌ ସୁବିଧା ପ୍ରଦାନ କରିବା ପାଇଁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଏହାର ଅର୍ଥ ହେଉଛି ସେମାନଙ୍କୁ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିବନାହିଁ। ବ୍ୟାଙ୍କ ଅଧିକାରୀମାନେ ସେମାନଙ୍କୁ ଘରେ ଅତ୍ୟାବଶ୍ୟକ ସେବା ଯୋଗାଇଦେବେ।

ଆର୍‌ବିଆଇ: ବ୍ୟାଙ୍କ ଲକରରେ ଅଳଙ୍କାର ଓ ତତ୍‌ସଂକ୍ରାନ୍ତ କାଗଜପତ୍ର ହିଁ ରଖାଯାଇପାରିବ
ନୂଆଦିଲ୍ଲୀ: ସାଧାରଣତଃ ଲୋକେ ସୁନା, ରୁପା ଗହଣା, ସମ୍ପତ୍ତି କାଗଜପତ୍ର ଏପରିକି କେବେ କେବେ ନଗଦ ଟଙ୍କା ବ୍ୟାଙ୍କ ଲକରରେ ରଖିଥାନ୍ତି। ଘରେ ରଖୁଥ଄ବାରୁ ଏହି ସବୁ ମୂଲ୍ୟବାନ ସାମଗ୍ରୀର ଚୋରି ହେବା ନେମି ଭୟ ଥାଏ। ହେଲେ ଏବେ ବ୍ୟାଙ୍କ ଲକରରେ ଆପଣ ମନଇଛା କିଛି ରଖି ପାରିବେନି। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏହାର ଲକର ନିୟମରେ କେତେକ ପରିବର୍ତ୍ତନ ଆଣିଛି। ଆପଣଙ୍କର ଯଦି କୌଣସି ବ୍ୟାଙ୍କରେ ଲକର ଥାଏ ତେବେ ଖୁବ୍ ଶୀଘ୍ର ବ୍ୟାଙ୍କରୁ ଆପଣଙ୍କୁ ନୂଆ ଚୁକ୍ତି ସ୍ୱାକ୍ଷର କରିବାକୁ ନୋଟିସ୍ ଆସିପାରେ। ଏହାମଧ୍ୟରେ ବ୍ୟାଙ୍କଗୁଡିକୁ ଆରବିଆଇ ଏ ନେଇ ନିର୍ଦ୍ଦେଶ ଜାରି କରିଛି। ଯେଉଁଥିରେ ବ୍ୟାଙ୍କମାନଙ୍କୁ ସେମାନଙ୍କ ଗ୍ରାହକଙ୍କ ସହ ସମ୍ପର୍କ କରି ଯେତେ ଶୀଘ୍ର ସମ୍ଭବ ନୂଆ ଲକର ଚୁକ୍ତି ନବୀକରଣ କରିବାକୁ କୁହାଯାଇଛି।

ବ୍ୟାଙ୍କର ଏହି ନୂଆ ଚୁକ୍ତିରେ ଲକରରେ ରଖାଯାଉଥିବା ସାମଗ୍ରୀ ସମ୍ପର୍କିତ ନିୟମ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ ଗ୍ରାହକ ଲକରରେ କ’ଣ ରଖି ପାରିବେ ଆଉ କ’ଣ ରଖିପାରିବେ ନାହିଁ ସେ ବାବଦରେ ବିସ୍ତୃତ ସୂଚନା ଦିଆଯାଇଛି। ନୂଆ ନିୟମରେ ଆପଣ ଆଗକୁ ବ୍ୟାଙ୍କ ଲକରରେ କେବଳ ଜୁଏଲରୀ ଓ ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ହିଁ ରଖିପାରିବେ। ବ୍ୟାଙ୍କ ଲକରରେ ସାମଗ୍ରୀ ରଖିବା ନେଇ ଭାରତୀୟ ବ୍ୟାଙ୍କ ସଂଘ ଏକ ମଡେଲ ଚୁକ୍ତି ପ୍ରସ୍ତୁତ କରିବ, ଯେଉଁଥିରେ ମାମୁଲି ପରିବର୍ତ୍ତନ କରି ଗ୍ରାହକଙ୍କ ସହ ରାଜିନାମା କରାଯିବ। ଆରବିଆଇଙ୍କ ନୂଆ ନିୟମରେ ବ୍ୟାଙ୍କ ଲକରରେ ରଖିବା ପାଇଁ ଅନେକ ସାମଗ୍ରୀ ଅବୈଧ ଘୋଷିତ ହୋଇଛି।

ବିସ୍ପୋରକ ଅଥବା ମାଦକ ପଦାର୍ଥ ରଖିବାର ପୂର୍ବରୁ ଅନୁମତି ନଥିଲା କି ଏବେ ବି ଅନୁମତି ମିଳିବ ନାହିଁ। ଏହା ଛଡା ଭାରତୀୟ ମୁଦ୍ରା ହେଉ ଅଥବା ଅନ୍ୟ କୌଣସି ଦେଶର ମୁଦ୍ରା ବ୍ୟାଙ୍କ ଲକରରେ ରଖିବା ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଛି। ଏହାଛଡା ଅସ୍ତ୍ରଶସ୍ତ୍ର, ନିଷିଦ୍ଧ ଔଷଧ, ଡ୍ରଗସ ଅଥବା ବିଷାକ୍ତ ସାମଗ୍ରୀ ରଖିବା ମଧ୍ୟ ନିଷିଦ୍ଧ ହୋଇଛି। ବ୍ୟାଙ୍କ ଲକର ସମ୍ପର୍କିତ ଚକୁତି ଗ୍ରାହକଙ୍କ ସହ କରାଯିବ। ଷ୍ଟାମ୍ପ ପେପର ଓ ଅନ୍ୟାନ୍ୟ ଖର୍ଚ୍ଚ ଗ୍ରାହକଙ୍କଠାରୁ ଆଦାୟ ହେବ ନାହିଁ। ତେବେ ଗ୍ରାହକ ଓ ବ୍ୟାଙ୍କ ମଧ୍ୟରେ ହେବାକୁ ଥିବା ଏହି ଚୁକ୍ତିରେ ଏବେ ଲକରର ପାସୱାର୍ଡ ଅଥବା ଚାବିର ଯଦି ଦୂରୁପୋଯୋଗ ହୁଏ ତେବେ ଗ୍ରାହକ ଏହାକୁ ନେଇ ବ୍ୟାଙ୍କ ବିରୋଧରେ ଅଭିଯୋଗ କରିପାରିବେନାହିଁ।