H & FW Dept Odisha - The Sakala
ବରଗଡ଼: ବରଗଡ଼ ଜିଲ୍ଲା ପଥର୍ଲା ପଞ୍ଚାୟତ ତୁରୁଙ୍ଗା ଗ୍ରାମର ଇଲାଚି କୁମ୍ଭାର (୬୦) ଓ ସ୍ୱାମୀ ଦୁର୍ଗା କୁମ୍ଭାର (୬୫) ଏବେ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଦୁଃଖ, କଷ୍ଟ ତଥା ଯନ୍ତ୍ରଣାରେ ଛଟପଟ ହୋଇ ଦୁହେଁ କେବଳ ମୃତ୍ୟୁକୁ ଚିତ୍କାର କରି ଡାକୁଛନ୍ତି।
୯ ମାସ ତଳେ ଇଲାଚିଙ୍କ ପେଟ ରୋଗ ହୋଇଥିବା ବେଳେ ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ମଧ୍ୟ ନଥିଲା। ଶେଷରେ ରାସନ୍‌ କାର୍ଡକୁ ଜଣଙ୍କ ପାଖେ ୫ହଜାର ଟଙ୍କାରେ ବନ୍ଧା ପକାଇ ଚିକିତ୍ସା କଲେ। ସବୁ ପଇସା ସରିଗଲା, ହେଲେ ଦେହ ଭଲ ହେଲାନି। ଏପରିକି ବର୍ତ୍ତମାନ ପେଟ ରୋଗ ସହ ପକ୍ଷାଘାତରେ ପୀଡ଼ିତ ଇଲାଚି। ସେ ଓ ତାଙ୍କ ସ୍ୱାମୀ ଦୁର୍ଗା ଦୁହେଁ ଦିବ୍ୟାଙ୍ଗ। ରୋଜଗାର କହିଲେ ଏକମାତ୍ର ରାସନ୍‌ କାର୍ଡ ହିଁ ଭରସା ଥିଲା। ଯାହା ଏବେ ପରହାତରେ ବନ୍ଧା ପଡ଼ିଛି। ପୁଅ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଆଉ ଫେରିନି। ତାକୁ ଯୋଗାଯୋଗ କରିବାର କୌଣସି ପ୍ରକାର ସାଧନ ନାହିଁ। ଘରୁ ଗଲା ବେଳେ ତାମିଲନାଡୁ ଯାଉଛି, କିଛି ପଇସା ରୋଜଗାର କରି ଆଣିଲେ ଛୋଟିଆ ଦୋକାନ ଦେଇ ତୁମମାନଙ୍କ ସେବା କରିବି ବୋଲି କହିଥିଲା। ହେଲେ ଆଜି ପର୍ଯ୍ୟନ୍ତ ତାର କୌଣସି ବି ଖୋଜଖବର ନାହିଁ। ଏପଟେ ବୁଢ଼ା ବାପା, ମା’ ପଡ଼ିଶା ଲୋକଙ୍କ ଦୟାରେ ଚଳୁଛନ୍ତି। କିଛି ଖାଇବାକୁ ଦେଲେ ଖାଇଛନ୍ତି, ନହେଲେ ଉପାସ। କେତେଦିନ ହେଲା ତାଙ୍କ ଚୁଲି ଜଳିନି, ସେ ନିଜେ ବି କହିପାରୁନାହାନ୍ତି। ଦୁଃଖ ଯନ୍ତ୍ରଣାରେ ଛଟପଟ ହୋଇ ଆଉ ବଞ୍ଚିବାକୁ ଚାହୁଁ ନାହାନ୍ତି ବୋଲି ଲୁହଭରା କଣ୍ଠରେ ଉଭୟେ କହିଛନ୍ତି। ଜିଲ୍ଲା ପ୍ରଶାସନ ଏହି ଅସହାୟ ଗରିବ ଦମ୍ପତିଙ୍କୁ ତୁରନ୍ତ ଚିକିତ୍ସା କରାଇବାସହ ସରକାରୀ ସହାୟତା ଯୋଗାଇଦେବାକୁ ସଧାରଣରେ ଦାବି ହେଉଛି।
ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ପ୍ରତି ମାସରେ ହେବ ଡାକ୍ତର ପଦବୀ ପାଇଁ ସାକ୍ଷାତକାର
ଭୁବନେଶ୍ୱର: ସରକାରୀ ମେଡିକାଲ କଲେଜରେ ଡାକ୍ତର ଅଭାବ ଦୂର ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଣିକି ପ୍ରତି ମାସରେ ସାକ୍ଷାତକାର ଆୟୋଜନ କରାଯାଇ ଜୁନିଅର ରେସିଡେଣ୍ଟ, ସିନିୟର ରେସିଡେଣ୍ଟ, ଟ୍ୟୁଟର୍‌‌, ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍‌‌ ପ୍ରଫେସର ଓ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ। ଉଭୟ ରାଜ୍ୟ ଓ ଅନୁଷ୍ଠାନ ସ୍ତରରେ ମାସିକିଆ ସାକ୍ଷାତକାର ଅବା ୱାକ୍‌‌ ଇନ୍‌‌ ଇଣ୍ଟରଭ୍ୟୁ/କାଉନସେଲିଂ ଆୟୋଜନ କରାଯିବ। ସେମାନଙ୍କୁ ଚୁକ୍ତି କିମ୍ବା ଡେପୁଟେସନ୍‌‌ ଭିତ୍ତିରେ ନିଯୁକ୍ତ କରାଯିବ। ଶୁକ୍ରବାର ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନା ଅନୁସାରେ, ପ୍ରତି ମାସରେ ସାକ୍ଷାତକାର ପାଇଁ ୧୨ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ଦିବସରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ସମେତ ପିଜିଆଇଏମ୍‌‌ଇଆର କ୍ୟାପିଟାଲ ହସ୍ପିଟାଲ, ଏସସିବି ଡେଣ୍ଟାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରାଯିବ। ସେହିପରି ଖାଲି ଥିବା ବିଭିନ୍ନ ପଦବୀରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ଲକ୍ଷ୍ୟରେ ଡିଏମ୍‌‌ଇଟି ପଦକ୍ଷେପ ନେବେ। ରାଜ୍ୟ ସ୍ତରରେ ଡିଏମ୍‌‌ଇଟିଙ୍କ ପକ୍ଷରୁ ପ୍ରତି ମାସ ୨୫ ତାରିଖରେ ସାକ୍ଷାତକାର/କାଉନସେଲିଂ କରାଯିବ। ଉଭୟ ରାଜ୍ୟ ଓ ଅନୁଷ୍ଠାନ ସ୍ତରୀୟ ନିଯୁକ୍ତି ସମ୍ପର୍କରେ ପରବର୍ତ୍ତି ମାସର ୫ ତାରିଖ ସୁଦ୍ଧା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ଜରୁରୀ ହେବ। ନିଯୁକ୍ତି ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶୀକା ଜାରି କରାଯାଇଛି।
‘ସ୍ୱାସ୍ଥ୍ୟ ସମାଧାନ ଓଡ଼ିଶା’ ଆପ୍‍ ଲୋକାର୍ପିତ, ସୋସିଆଲ ମିଡିଆରୁ ସଂଗ୍ରହ ହେବ ଅଭିଯୋଗ
ଭୁବନେଶ୍ୱର: କୋଭିଡ୍‍ ପରଠାରୁ ସ୍ୱାସ୍ଥ୍ୟ ସେବା ସର୍ବାଧିକ ଗୁରୁତ୍ୱ ବହନ କରୁଥିବା ବେଳେ ରାଜ୍ୟ ସରକାର ‘୫-ଟି’ ଉପକ୍ରମ ଜରିଆରେ ଏଥିରେ ସଂସ୍କାର ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ଏହି କ୍ରମରେ ଆଜି ‘ସ୍ୱାସ୍ଥ୍ୟ ସମାଧାନ ଓଡ଼ିଶା’ ଆପ୍ଲିକେସନ୍‍ର ଶୁଭାରମ୍ଭ କରାଯାଇଛି। ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରାଜ କୁମାର ଶର୍ମା ଏହି ଆପ୍‍ର ଶୁଭାରମ୍ଭ କରିଛନ୍ତି।
ହସ୍ତଗତ ସୂଚନା ଅନୁସାରେ, ବିଭିନ୍ନ ପ୍ରକାର ସାମାଜିକ ଗଣମାଧ୍ୟମରେ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଜନସାଧାରଣ ଅଭିଯୋଗ କରୁଛନ୍ତି। ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କର ଦୃଷ୍ଟି ଆକର୍ଷଣ କରୁଛନ୍ତି। ତେବେ ସବୁ ଅଭିଯୋଗକୁ ସାମାଜିକ ଗଣମାଧ୍ୟମରୁ ସଂଗ୍ରହ କରି ସମ୍ପୃକ୍ତ ବିଭାଗକୁ ଦେବା ଏବେ କଷ୍ଟକର ବ୍ୟାପାର। ଏପରିସ୍ଥଳେ ସରକାରୀ ବ୍ୟବହାର ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ସମାଧାନ ଓଡ଼ିଶା ଆପ୍‍ ପ୍ରସ୍ତୁତ କରାଯାଇଛି। ଏହାର ପରିଚାଳନା ପାଇଁ ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ ହେବେ। ସେମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମରୁ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଜନସାଧାରଣଙ୍କ ଅଭିଯୋଗ ସଂଗ୍ରହ କରି ସମ୍ପୃକ୍ତ ବିଭାଗକୁ କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରିବେ। ଅଭିଯୋଗ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହେଲା ସେ ସମ୍ପର୍କରେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କୁ ଅବଗତ କରାଯିବ। ଯଦି ଫୋନ୍‍ ନମ୍ବର ନଥାଏ ତା ହେଲେ ତାଙ୍କର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ସୂଚନା ଦିଆଯିବ। ଏଥିସହ ଯଦି ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ସମ୍ପର୍କରେ ଜନସାଧାରଣ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଥାନ୍ତି କିମ୍ବା କିଛି ଭଲ କାମ ସମ୍ପର୍କରେ ସୂଚନା ଦିଅନ୍ତି ତା ହେଲେ ସେଗୁଡ଼ିକ ମଧ୍ୟ ସଂଗ୍ରହ କରାଯିବ। ସ୍ୱାସ୍ଥ୍ୟ ସମାଧାନ ଓଡ଼ିଶା ଆପ୍‍ ପାଇଁ ଏକ ସ୍ୱତନ୍ତ୍ର ୟୁଜର ଆଇଡି ଏବଂ ପାସୱାର୍ଡ ରହିବ। ଲଗ୍‍ ଇନ୍‍ କରି ସମ୍ପୃକ୍ତ ବିଭାଗର ଅଧିକାରୀ ଅଭିଯୋଗ ସମ୍ପର୍କିତ ସୂଚନା ଅପଲୋଡ୍‍ କରିବେ। ସମଗ୍ର ରାଜ୍ୟକୁ ଏହି ଆପ୍‍ ସଂଯୋଗ କରିବ। ଆଜି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହାର ଉପଯୋଗିତା ନେଇ ସବିଶେଷ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଏନଏଚ୍‍ଏମ୍‍ ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ଔଷଧ ନିଗର ପରିଚାଳନା ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ବିଭାଗର ସମସ୍ତ ନିର୍ଦ୍ଦେଶକ, ମେଡିକାଲ କଲେଜ ଓ ହସ୍ପିଟାଲର ଅଧିକ୍ଷକ, ସମସ୍ତ ଜିଲ୍ଲାର ସିଡିଏମ୍‍ଓ/ପିଏଚ୍‍ଓ ମାନେ ଉପସ୍ଥିତ ଥିଲେ।
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କ୍ରମାଗତ ଭାବେ ତାପମାତ୍ରା ବଢିବାରେ ଲାଗିଛି। ଅସହ୍ଯ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ଯ ଅନୁଭୂତ ହେଉଛି। ତାପମାତ୍ରା ବୃଦ୍ଧି ପାଉଥିବାରୁ ଅଂଶୁଘାତରେ ଶିକାର ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଅଂଶୁଘାତ ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଂଶୁଘାତର ଗୁରୁତ ଲକ୍ଷଣ ଗୁଡିକ ମଧ୍ଯ ଟ୍ବିଟ କରି କୁହାଯାଇଛି।
ଶରୀରର ତାପମାତ୍ର ବଢ଼ିଯିବା, ଝାଳ ବାହାରିବା ବନ୍ଦ ହୋଇଯିବା, ବାଉଳି ଚାଉଳି ହେବା, ମୂର୍ଚ୍ଛା ଯିବା ଓ ଘନଘନ ନିଶ୍ୱାସ ବାହାରିବା ଆଦି ଲକ୍ଷଣ ଗୁଡ଼ିକ ଅଂଶୁଘାତରେ ପୀଡ଼ିତ ରୋଗୀଙ୍କର ଗୁରୁତର ଲକ୍ଷଣ ଅଟେ। ପୀଡ଼ିତଙ୍କ ନିକଟରେ ଏହି ସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାନ୍ତୁ ବୋଲି ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ କୁହାଯାଇଛି।
ଟିକାକରଣ କ୍ଷେତ୍ରରେ ଓଡ଼ିଶାର ନୂଆ ରେକର୍ଡ: ୧ କୋଟିରୁ ଉର୍ଦ୍ଧ୍ବ ନେଲେଣି ପ୍ରଥମ ଡୋଜ
ଭୁବନେଶ୍ବର: ଓଡ଼ିଶା ଟିକାକରଣ କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି କରିଛି। ବଡ଼ ବଡ଼ ରାଜ୍ଯକୁ ପଛରେ ପକାଇ ଏହି ନୂଆ ରେକର୍ଡ ସୃଷ୍ଟି କରିଛି ଓଡ଼ିଶା। ରାଜ୍ଯରେ ପ୍ରଥମ ଡୋଜ ଟିକା ନେଇଥିବା ଲୋକଙ୍କ ସଂଖ୍ଯ ୧କୋଟି ପାର କରିଛି। ଟିକାକରଣ ଦିଗରେ ଓଡ଼ିଶା ଐତିହାସିକ ମାଇଲ ଖୁଣ୍ଟ ଛୁଇଁଛି କହିଲେ କମ ହେବନି। ରାଜ୍ଯସରକାରଙ୍କ ତ୍ବରିତ ଟାକାକରଣ ପ୍ରକ୍ରିୟା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଅନ୍ଯରାଜ୍ଯ ତୁଳନାରେ ଓଡ଼ିଶାରେ ଟିକା ଅପଚୟ ଯଥେଷ୍ଟ କମ ରହିଛି। ଏ ନେଇ ଟିକାକରଣରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ଯ ସ୍ବାସ୍ଥ ଓ ପରିବାର କଲ୍ଯାଣ ବିଭାଗ ।
As we steadily move towards universal vaccination coverage for our eligible population, we thank the people of #Odisha and our dedicated healthcare workers for making this possible. #OdishaCares @CMO_Odisha
— H & FW Dept Odisha (@HFWOdisha) July 4, 2021
ଜୀବନଯନ୍ତ୍ରଣାରେ ଭାଇଭଉଣୀ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ଭୁବନେଶ୍ୱର: ଅନ୍ୟମାନଙ୍କ ଭଳି ନିଜ ଝିଅପୁଅକୁ ନେଇ ବାପାମା’ ଦେଖିଥିଲେ ଅନେକ ସ୍ୱପ୍ନ। କିନ୍ତୁ ଭଗବାନ ଯେ ତାଙ୍କ ଉପରେ ଦୁଃଖର ପାହାଡ଼ ଲଦି ଦେବେ ସେ ବିଷୟରେ ତାଙ୍କୁ ଜଣା ନ ଥିଲା। ସେମାନେ ହେଉଛନ୍ତି ୧୮ବର୍ଷର ଝିଅ ତାରିଣୀ ପ୍ରଧାନ ଏବଂ ୧୫ବର୍ଷର ପୁଅ ଶମ୍ଭୁ ପ୍ରଧାନଙ୍କ ବାପା ଆଉ ମାଆ। ରାଜଧାନୀ ମଞ୍ଚେଶ୍ୱରସ୍ଥିତ ରେଲଲାଇନ୍‍ ମୁଣ୍ଡା ବସ୍ତି। ବାପା ରାଜେନ୍ଦ୍ର ପ୍ରଧାନ ଓ ମା’ ମଙ୍ଗୁଳି ପ୍ରଧାନ ଦିନ ମଜୁରିଆଭାବେ କାମ କରନ୍ତି। କେଉଁଦିନ କାମ ମିଳିଲେ ୪ ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଭାତ ଗଣ୍ଡାଏ ଯାଏ ତ ଆଉ କେଉଁଦିନ ଉପାସରେ ଦିନ କଟିଯାଏ। କିନ୍ତୁ ସେତିକି ସରିଯାଇ ନାହିଁ ପରିବାରର ଦୁଃଖ। ଝିଅ ତାରିଣୀ ଜନ୍ମ ହେବା ଦିନଠାରୁ ମୁହଁରେ ମାଂସ ବଢ଼଼ିଚାଲିଲା। ଦିନ ମଜୁରି ଲାଗି ଯେଉଁ ରୋଜଗାର ହୁଏ, ସେଥିରେ ଝିଅର ମୁହଁକୁ ଅସ୍ତ୍ରୋପଚାର କରିଥିଲେ। କିନ୍ତୁ ସେଥିରେ କୌଣସି ସୁଫଳ ମିଳିପାରି ନ ଥିଲା। ଏପଟେ ଝିଅର ଗୋଟିଏ ଆଖିକୁ ଦେଖା ମଧ୍ୟ ଯାଉ ନ ଥିଲା। ପରେ ପୁଅକୁ ନେଇ ଦେଖିଥିବା ସ୍ୱପ୍ନ ମଧ୍ୟ ଅଧାରେ ରହିଗଲା। ଛୋଟବେଳେ ପୁଅ ଖେଳିବା ସମୟରେ ପଡ଼ିଯିବାରୁ ଗୋଡ଼ ଅଚଳ ହୋଇଯାଇଥିଲା। ଅର୍ଥାଭାବ ଯୋଗୁଁ ପୁଅର ଚିକିିତ୍ସା କରାଇପାରି ନ ଥିଲେ ବାପାମା’।
କିଛିଦିନ ହେବ ପୁଅ ଶମ୍ଭୁର ୨ଟି ଯାକ ଆଖି ନଷ୍ଟ ହୋଇଯିବାରୁ ସେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଛନ୍ତି। ବାପାମା’ଙ୍କ ଆଗରେ ୨ ପୁଅଝିଅଙ୍କ ଏଭଳି ଅବସ୍ଥାକୁ ଦେଖି କେବଳ ଛାତିକୁ ପଥର କରି ରହିଛନ୍ତି। ଭାଗ୍ୟକୁ ଆଦରି ଜୀବନ ସହ ସଂଗ୍ରାମ କରିଚାଲିଛନ୍ତି। ଏଭଳି ଅବସ୍ଥା ଯୋଗୁଁ ଘରେ ଗଣ୍ଡାଏ ଦୁଇଓଳି ଭଲରେ ଖାଇବା ପାଇଁ ଅଛି ନା କି ଭଲ ହଳେ ପୋଷାକ ପିନ୍ଧିବା ପାଇଁ ଅଛି। କେବଳ ଯେ ପୁଅ ଏବଂ ଝିଅର ଏ ଅବସ୍ଥା ଦେଖି ଚିନ୍ତାରେ ଜୀବନ ବିତାଉଛନ୍ତି ବାପାମା’। ବୋଝ ଉପରେ ନଳୀତା ବିଡ଼ା ପରି ପ୍ରଥମେ ଝିଅ ଏବଂ ପରେ ପୁଅ ଦିବ୍ୟାଙ୍ଗ ହୋଇ ଜୀବନ ବିତାଉଛନ୍ତି। କାମ ମିଳିଲେ ବାପାମା’ ଦିନକୁ ୮ଶହ ଟଙ୍କା ରୋଜଗାର କରନ୍ତି। କିନ୍ତୁ ସେତିକି ଟଙ୍କାରେ ପିଲାଙ୍କ ଚିକିତ୍ସା ସାଙ୍ଗକୁ ପାଠପଢ଼଼ା ଖର୍ଚ୍ଚ ତୁଲାଇବା ଓ ପରିବାର ପୋଷିବା କଷ୍ଟକର ହୋଇପଡୁଛି। ଅର୍ଥାଭାବ ଯୋଗୁଁ ୨ଜଣ ପିଲା ପାଠ ମଧ୍ୟ ପଢ଼ିପାରୁନାହାଁନ୍ତି। ଦାରିଦ୍ର୍ୟର କଷାଘାତ ମଧ୍ୟରେ ଦୁଃସାଧ୍ୟ ରୋଗକୁ ଧରି ଜୀବନ ବିତାଉଥିବା ତାରିଣୀ ଏବଂ ଶମ୍ଭୁ ଏବେ ପାଠପଢ଼ାରୁ ବଞ୍ଚିତ। ବାପାମା’ ବି ପିଲାମାନଙ୍କର ଏଭଳି ଅବସ୍ଥାରେ ଉପାୟ ଶୂନ୍ୟ। କେବଳ ୨ ପିଲାଙ୍କର ଜୀବନ ରକ୍ଷା ପାଇଁ ବହୁ ଲୋକଙ୍କ ପାଖରେ ନେହୁରା ହୋଇଛନ୍ତି। ଗୋଟିଏପଟେ ଅର୍ଥାଭାବ ଅନ୍ୟପଟେ ପୁଅଝିଅଙ୍କ ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି ବାପାମା’। ବାପାମା’ କାମକୁ ଚାଲିଗଲା ପରେ ଚଲାବୁଲା କରିପାରୁ ନ ଥିବା ସମ୍ଭୁର ସାହା ଭରସା ହେଉଛି ତା’ ଭଉଣୀ ତାରିଣୀ। ସମ୍ଭୁକୁ ଦିବ୍ୟାଙ୍ଗ ଭତ୍ତା ୫ଶହ ଟଙ୍କା ମିଳୁଛି ସତ, ହେଲେ ସେତିକିରେ କ’ଣ ପାଠପଢ଼଼ିବା ଏବଂ ଚିକିତ୍ସା କରାଇବା ସମ୍ଭବପର ହୋଇପାରୁଛି ବୋଲି କହିଛନ୍ତି ମା’ ମଙ୍ଗୁଳି। କାମ ମିଳିଲେ ୪ପ୍ରାଣୀଙ୍କ ପେଟକୁ ଭାତ ଗଣ୍ଡାଏ ଯାଏ ନ ହେଲେ ଉପାସରେ ବି ଦିନ କଟିଯାଏ। ଝିଅର ମେଡିକାଲ କାଗଜପତ୍ର ନ ଥିବାରୁ ଭତ୍ତା ହୋଇପାରୁନାହିଁ। ପୁଅଝିଅଙ୍କୁ ନେଇ ଅନେକ ସ୍ୱପ୍ନ ଦେଖିଥିଲୁ, କିନ୍ତୁ ସବୁ ଖୁସି ଭଗବାନ ଆମଠାରୁ ଛଡାଇନେଇଛନ୍ତି। କେବଳ ଭଗବାନଙ୍କ ଭରସାରେ ବଞ୍ଚିଛୁ। ଏପର୍ଯ୍ୟନ୍ତ ପିଲା ଦୁଇଟାଙ୍କର ଭଲରେ ଚିକିତ୍ସା ମଧ୍ୟ ହୋଇପାରିଲା ନାହିଁ।
ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବାକୁ ବଡ଼ ପଦକ୍ଷେପ, ନିଯୁକ୍ତି ପାଇବେ ୨୪୫୨ ଡାକ୍ତର
ଭୁବନେଶ୍ୱର, ୨୧ା୨ (ସମିସ): ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ବଡ଼ ପଦକ୍ଷେପ। ବିଭିନ୍ନ ଡ଼ାକ୍ତରଖାନାରେ ଆଉ ୨୪୫୨ ଜଣ ଡ଼ାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଜାନୁଆରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଡ଼ାକ୍ତର ପଦବୀ ପୂରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ଆଧାରରେ ୨୪୫୨ ମେଡିକାଲ ଅଫିସର (ଆସିଷ୍ଟାଣ୍ଟ ସର୍ଜନ) ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥି ମଧ୍ୟରୁ ୮୧୭ଟି ପଦବୀ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। କ୍ରୀଡ଼ାବିତ୍‍ଙ୍କ ପାଇଁ ୨୫ଟି ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୯୮ (୨୪ ମହିଳା) ପଦ ସଂରକ୍ଷିତ ଅଛି। ୪୦ ପ୍ରତିଶତ କିମ୍ବା ତଦୁର୍ଦ୍ଦ ଅକ୍ଷମତା ଥିବା ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ସଂରକ୍ଷଣ ସୁବିଧା ମିଳିବ ବୋଲି ଓପିଏସ୍‍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଓପିଏସ୍‍ସି ପକ୍ଷରୁ କୁହାଯାଇଛି ଯେ ଯଦି ଆବଶ୍ୟକ ସଂଖ୍ୟକ ମହିଳା ପ୍ରାର୍ଥୀ ନ ଥିବେ ତାହା ହେଲେ ସେହି ପଦବୀରେ ପୁରୁଷ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ତେବେ ଏସ୍‍ସି ଓ ଏସ୍‍ଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ପଦବୀରେ କୌଣସି ଅଦଳ ବଦଳ କରାଯାଇ ପାରିବ ନାହିଁ।
ଅଣ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ୬୩୩ (୨୧୧ ମହିଳା), ଏସ୍‍ଇବିସିଙ୍କ ପାଇଁ ୧୨୪(୪୧ ମହିଳା), ଏସ୍‍ସି ବର୍ଗ ପାଇଁ ୬୫୩ (୨୧୮ ମହିଳା) ଏବଂ ଏସ୍‍ଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୦୪୨ (୩୪୭ ମହିଳା) ପଦବୀ ସଂରକ୍ଷିତ ରହିଛି। ୨୦୨୧ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏସ୍‍ସି, ଏସ୍‍ଟି, ମହିଳା ଓ ଏସ୍‍ଇବିସି ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୫ ବର୍ଷ କୋହଳ କରାଯାଇ ଥିବା ବେଳେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷ କୋହଳ କରାଯାଇଛି। ସେହିପରି ଏସ୍‍ସି, ଏସ୍‍ଟି ଓ ଏସ୍‍ଇବିସି ବର୍ଗରେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୧୫ ବର୍ଷ କୋହଳ କରାଯିବ। ରାଜ୍ୟ ସରକାର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାଧିକୃତ ଚିକିତ୍ସାଳୟରେ ଠିକା କିମ୍ବା ଚୁକ୍ତି ଭିତ୍ତିରେ କାର୍ଯ୍ୟରତ ଡ଼ାକ୍ତରଙ୍କ ପାଇଁ ୫ ବର୍ଷ କୋଳହ କରାଯିବ। ପ୍ରାର୍ଥିମାନେ ମେଡିକାଲ କାଉନସିଲ ଅଫ୍‍ ଇଣ୍ଡିଆ ଦ୍ୱାରା ସ୍ୱିକୃତିପ୍ରାପ୍ତ ମେଡିକାଲ କଲେଜ କିମ୍ବା ମେଡିକାଲ ଅନୁଷ୍ଠାନରୁ ଏମ୍‍ବିବିଏସ୍‍ କିମ୍ବା ତତୁଲ୍ୟ ଡିଗ୍ରୀ ଧାରୀ ହୋଇଥିବା ଆବଶ୍ୟକ। କଟକ ଓ ଭୁବନେଶ୍ୱରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ଓଡ଼ିଆ ଭାଷା କହିବା, ଲେଖିବା ଓ ପଢ଼ି ପାରୁଥିବା ଆବଶ୍ୟକ। ମାଟ୍ରିକ୍‍, ଦ୍ୱାଦଶ ଓ ଏମ୍‍ବିବିଏସ୍‍ ପରୀକ୍ଷାରେ ରଖିଥିବା ମାର୍କ ପାଇଁ ୧୦ ପ୍ରତିଶତ ଲେଖାଏଁ କ୍ୟାରିୟର୍‍ ମାର୍କିଂ ମିଳିବ। ସମୁଦାୟ ୨୦୦ ମାର୍କର ଲିଖିତ ପରୀକ୍ଷା ହେବ ବୋଲି ଓପିଏସ୍‍ସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।