CEO - The Sakala

ଏସ୍‌ଆଇଆର୍‌ ପ୍ରକ୍ରିୟା: ୨୭ଲକ୍ଷ ନୁହେଁ ୩୧ ଲକ୍ଷ ଭୋଟର କଟିଛନ୍ତି, ସିଇଓଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ମଣ୍ଡଳୀ
ଭୁବନେଶ୍ୱର: ଏସ୍‌ଆଇଆର୍‌ ପ୍ରକିୟା ନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ନୂତନ ଭୋଟର ନାମ ଯୋଡ଼ା (ଫର୍ମ-୬) ଏବଂ ଅନ୍ୟ ରାଜ୍ୟରୁ ଭୋଟର ତାଲିକାକୁ ସ୍ଥାନାନ୍ତର (ଫର୍ମ-୮) ପାଇଁ ଆବଶ୍ୟକ ଘୋଷଣାନାମା ଫର୍ମ ଓ ଆବଶ୍ୟକ ହେଉଥିବା ଅତିରିକ୍ତ ତଥ୍ୟକୁ ସରଳୀକରଣ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଛି।

ବିଜେଡି ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ, ବୁଥ୍‌ ଲେଭଲ୍‌ ଏଜେଣ୍ଟ ଓ ସାଧାରଣ ଜନତାଙ୍କ ପାଖରୁ ଅନେକ ଆପତ୍ତି ଅଭିଯୋଗ ଆସିଛି । ବିଶେଷ କରି ଗ୍ରାମାଞ୍ଚଳ, ଦୂରଦୂରାନ୍ତ ଅଞ୍ଚଳ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ଛାତ୍ରଛାତ୍ରୀ, ପ୍ରବାସୀ ଶ୍ରମିକ ଏବଂ ସମାଜର ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି। ଏସଆଇଆର ପ୍ରକ୍ରିୟା ଅଧିକ ଜଟିଳ ହେବା ଦ୍ୱାରା ଯୋଗ୍ୟ ନାଗରିକ ମାନେ ଭୋଟର ତାଲିକାରୁ ବାଦ ପଡି ନିଜର ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଏସଆଇଆର ପ୍ରକିୟାରୁ ଭୋଟର ମାନେ ତାଲିକାରୁ ବାଦ୍‌ ପଡିଥିବାର ନେଇ ନିଜେ ସିଇଓ ସ୍ୱୀକାର କରିଛନ୍ତି। ଏସଆଇଆର ପୂର୍ବରୁ ମେ ୧୪ ତାରିଖରେରାଜ୍ୟରେ  ୩ କୋଟି ୪୦ ଲକ୍ଷ ୭୨ହଜାର ୭୪୪ଜଣ ଭୋଟର ଥିଲେ। କିନ୍ତୁ ମେ ୧୫ରେ ରାଜନୈତିକ ଦଳ ମାନଙ୍କ ସହ ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ ବୈଠକ ସମୟରେ ଭୋଟର ସଂଖ୍ୟା ୩କୋଟି ୩୪ଲକ୍ଷ ୫ହଜାର ୪୮୭ଜଣ ବୋଲି କହିଥିଲେ। ଏସଆଇଆର ଆରମ୍ଭ ବେଳକୁ ରାଜ୍ୟରେ ୩କୋଟି ୩୩ଲକ୍ଷ ୯୯ହଜାର ୫୯୧ଜଣ ଭୋଟର ଅଛନ୍ତି ବୋଲି କହିଥିଲେ। ତେବେ ପ୍ରକାଶିତ ଭୋଟର ତାଲିକାରେ ୩ କୋଟି ୧୩ ଲକ୍ଷ ଭୋଟର ଅଛନ୍ତି । ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନୁଶୀଳନ କରିବା ୨୭ ଲକ୍ଷରୁ ଉଦ୍ଧ୍ୱର୍ ଭୋଟର ତାଲିକାରୁ ବାଦ୍‌ ପଡିଥିବାର ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଏହାକୁ ସିଇଓ ମଧ୍ୟ ସ୍ୱୀକାର କରିଛନ୍ତି । ୨୭ଲକ୍ଷ ନୁହେଁ ୩୧ଲକ୍ଷରୁ ଉଦ୍ଧ୍ୱର୍ ଭୋଟର ତାଲିକାରୁ ବାଦ ପଡିଛନ୍ତି ବୋଲି କହିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଫର୍ମ-୬ ଓ ଫର୍ମ-୮ ସରଳୀକରଣ କରିବା, ଯାଞ୍ଚ ପାଇଁ କେବଳ ଜରୁରୀ କାଗଜ ପତ୍ର ମାଗିବା,  ରାଜ୍ୟର ସମସ୍ତ ଇସିଆରଓ, ଏଇଆରଓ, ବିଏଲଓ ଏବଂ ନିର୍ବାଚନ ଅଧିକାରୀଙ୍କୁ ଯୋଗ୍ୟ ଭୋଟରଙ୍କୁ ଅନାବଶ୍ୟକ ହଇରାଣ ନ କରିବା ଆଦି ଦାବି ପ୍ରତିନିଧି ଦଳ ପକ୍ଷରୁ ଉପସ୍ଥାପନ କରାଯାଇଛି।

ସେହିପରି ଏସଆଇଆର ପ୍ରକ୍ରିୟା ଅନ୍ତର୍ଗତ ଡ୍ରାଫ୍ଟ ନିର୍ବାଚନ ରୋଲ୍‌ ପ୍ରକାଶ ୧୦ଦିନ ବିତିଯାଇଥିବା ସତ୍ତେ୍ୱ ବିଏଲଓ, ବିଏଲଏ ଓ ସାଧାରଣ ଭୋଟରଙ୍କ ମଧ୍ୟରେ ଯଥେଷ୍ଟ ସଚେତନତା ସୃଷ୍ଟି ହୋଇନାହିଁ । ଏନେଇ ମଧ୍ୟ ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ଜଣାଯାଇଛି। ଅନେକ ବୁଥରେ ଫର୍ମ-୬, ଫର୍ମ-୮ ଆଦି ଆବଶ୍ୟକୀୟ ଫର୍ମ ଉପଲବ୍ଧ ନଥିବାରୁ ଭୋଟର ମାନେ ଆବେଦନ କରିପାରୁ ନାହାନ୍ତି । ଏହାସହିତ ବିଏଲଓ ଆପ୍‌ ବାରମ୍ୱାର କ୍ରାସ୍‌ ହେଉଥିବା, ଧୀରେ ଲୋଡ୍‌ ହେଉଥିବା ଓ ଡାଟା ଅପଲୋଡ୍‌ ସମସ୍ୟା ହେଉଥିବା ନେଇ ଅଭିଯୋଗ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସିଆଲ୍‌ ୱେବସାଇଟରେ ମଧ୍ୟ ଟେକ୍ନିକାଲ୍‌ ସମସ୍ୟା ରହିଛି ବୋଲି ବିଜେଡି ଉଲ୍ଲେଖ କରିଛି। ଅତଏବ ଅନମ୍ୟାପିଂ ଲିଷ୍ଟ ଓ ଆନୋମାଲି ଲିଷ୍ଟ୍‌ ବିଷୟରେ ବିଏଲଓ, ବିଏଲଏ ଓ ଭୋଟରଙ୍କ ମଧ୍ୟରେ ତୁରନ୍ତ ସଚେତନତା ପ୍ରଚାର କରିବା, ଇନୁମେରେସନ୍‌ ପର୍ଯ୍ୟାୟର ଭୁଲ୍‌ ଓ ଅସମ୍ପୂର୍ଣ୍ଣତା ଗୁଡ଼ିକୁ ସମୟ ସୀମା ମଧ୍ୟରେ ସଂଶୋଧନ କରିବା ପାଇଁ ସମସ୍ତ ଇସିଆରଓ ଓ ଏଇଆରଓଙ୍କୁ ନିର୍ଦ୍ଦେଶ ଦେବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି। ସେହିପରି ଦାବି ଓ ଆପତ୍ତି ପ୍ରକ୍ରିୟା ଉପରେ ବିଏଲଓ ଓ ବିଏଲଏଙ୍କ ପାଇଁ ବିସ୍ତୃତ ତାଲିମ କାର୍ଯ୍ୟକ୍ରମ, ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆ ତୃଣମୂଳ ସ୍ତରରେ ଭୋଟର ସଚେତନତା ଅଭିଯାନ କରିବା,ଫିିଲ୍ଡ୍‌ କାର୍ଯ୍ୟକ୍ରମର କଡ଼ା ନିରୀକ୍ଷଣ  ଯାହାଦ୍ୱାରା କୌଣସି ଯୋଗ୍ୟ ଭୋଟର ବଞ୍ଚିତ ନ ହୁଅନ୍ତି, ଦାବି-ଆପତ୍ତିର ସମୟଯୋଗ୍ୟ ନିଷ୍ପତ୍ତି ପାଇଁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରିବା ଆଦି ଦାବି ଉପସ୍ଥାପନ କରିଛନ୍ତି। ଅଯୋଗ୍ୟ ଭୋଟର ତାଲିକାରୁ ବାଦ ପଡନ୍ତୁ କିନ୍ତୁ କେହି ଜଣେ ଯୋଗ୍ୟ ଭୋଟର ତାଲିକାରୁ ବାଦ ନପଡ଼ନ୍ତୁ ବୋଲି ଦଳ ପକ୍ଷରୁ ଦାବି ହୋଇଛି। ଉକ୍ତ ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଭୃଗୁ ବକ୍ସିପାତ୍ର, ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ, ସାଧାରଣ ସମ୍ପାଦକ ବିଜୟ ନାୟକ, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅମନଜିତ୍‌ ସେନାପତି, ଉପସଭାପତି ନୀଳାଦ୍ରି ମହାନ୍ତି, ଉପସଭାପତି ମନୋଜ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

କାଲିଠୁ ରାଜ୍ୟରେ ଏସଆଇଆର, ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲ୍ଓ: CEO
ଭୁବନେଶ୍ୱର: କାଲିଠୁ ଓଡିଶାରେ ଏସଆଇଆର ପ୍ରକ୍ରିୟା ଆରମ୍ଭ ହେବ। ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲ୍ଓ । ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ନେଇ ପ୍ରେସମିଟ୍ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ,ଏହି ପ୍ରକିୟା ଜୁନ ୨୮ ଯାଏଁ ଚାଲିବ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି। ୧୭% ଲଜିକାଲ ମଧ୍ୟ ଏରର ବାହାରିଛି। ଯଦି କୌଣସି ଭୋଟରଙ୍କ କିଛି ତ୍ରୁଟି ରହିଥିବ ତାହାଲେ ଏହାର ସଂଶୋଧନ କରିବେ ବିଏଲ୍‌ଓ।

ଆସନ୍ତାକାଲିଠୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ୪୫ ହଜାର ୨୫୫ ଜଣ ପ୍ରଶିକ୍ଷିତ ବୁଥ୍ ଲେଭଲ୍ ଅଫିସର (BLO) ଘରକୁ ଘର ବୁଲି ଯାଞ୍ଚ କରିବେ। ଘରକୁ ଘର ବୁଲିବା ସମୟରେ BLO ମାନେ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଲେଖାଏଁ ‘ଏନୁମେରେସନ ଫର୍ମ’ ଦେବେ। ଭୋଟରମାନେ ସେହି ଫର୍ମରେ ନିଜର ବ୍ୟକ୍ତିଗତ ତଥ୍ୟ, ପରିବାରର ବିବରଣୀ ଓ ୨୦୦୨ ଭୋଟର ତାଲିକାର ସୂଚନା ସଠିକ୍ ଭାବେ ପୂରଣ କରିବେ। ଦୁଇଟି ଫର୍ମ ମଧ୍ୟରୁ ଗୋଟିଏ ନିଜ ପାଖରେ ରଖିବେ ଆଉ ଗୋଟିଏ ଫର୍ମ ବିଏଲ୍‌ଓଙ୍କୁ ଦେବେ । ଯଦି କୌଣସି ଭୋଟରଙ୍କ ନାମ କିମ୍ବା ଜନ୍ମ ତାରିଖ, ଠିକଣା ରେ ଯଦି କିଛି ତ୍ରୁଟି ଥାଏ ତାହାଲେ ବିଏଲ୍ଓଙ୍କ ଜରିଆରେ ଭୋଟର ଆଇଡିର ସଂଶୋଧନ କରିପାରିବେ ଲୋକେ। ଅଣ ଭାରତୀୟଙ୍କୁ ସିଧାସଳଖ ତାଲିକାରୁ ବାଦ୍ ଦିଆଯାଉଥିବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଆସନ୍ତା ୩୦ରୁ ରାଜ୍ୟରେ SIR: କାର୍ଯ୍ୟକ୍ରମର ସୁପରିଚାଳନା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ମଇ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) କାର୍ଯ୍ୟକ୍ରମର ସୁପରିଚାଳନା ନେଇ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଙ୍କ ଅଧ୍ୟକ୍ଷତାରେ ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ ଆୟୋଜିତ ଏହି ବୈଠକରେ ସମସ୍ତ ଜିଲ୍ଲାର ନୋଡାଲ ଅଫିସର, ଡେପୁଟି କଲେକ୍ଟର (ନିର୍ବାଚନ) ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ମାନେ ସାମିଲ ହୋଇଥିଲେ।

ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆସନ୍ତା ଏସଆଇଆର କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କିପରି ସରଳୀକରଣ କରାଯାଇପାରିବ, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅଭିଯାନରେ କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ସେ କହିଛନ୍ତି।

ଭୋଟର ତାଲିକା  ର ସ୍ୱତନ୍ତ୍ର ସଘନ  ସଂଶୋଧନ’ ସମୟରେ  ବି ଏଲ ଓ ମାନେ  ଘରକୁ ଘର ବୁଲି ସର୍ଭେପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ଗୁଜବମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ସମସ୍ତ ଜିଲ୍ଲା ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ସୋସିଆଲ ମିଡିଆରେ ଏସ ଆଇ ଆର କୁ ନେଇ ପ୍ରସାରିତ ହେଉଥିବା ଯେକୌଣସି ଅପପ୍ରଚାରର ତୁରନ୍ତ ମୁକାବିଲା କରିବାକୁ ଏହି ଆଭାସୀ ବୈଠକରେ ଚେତାବନୀ ଦିଆଯାଇଛି।

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ସୋସିଆଲ ମିଡିଆରେ କୌଣସି ପ୍ରକାର ଭ୍ରମାତ୍ମକ ସୂଚନା  କିମ୍ବା ଗୁଜବ ଯେପରି ନ ବ୍ୟାପେ, ସେଥିପାଇଁ ପ୍ରତ୍ୟେକ ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ତୀକ୍ଷ୍ଣ ନଜର ରଖିବେ। କୌଣସି ଅପପ୍ରଚାର ନଜରକୁ ଆସିଲେ, ପ୍ରଶାସନ ପକ୍ଷରୁ ସଙ୍ଗେ ସଙ୍ଗେ ତାର ସତ୍ୟାସତ୍ୟ ଉପସ୍ଥାପନ କରାଯାଇ ଖଣ୍ଡନ କରାଯିବ।

ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ସମସ୍ତ ଗଣନା ଫର୍ମ କୁ ସ୍ଥାନୀୟ ଓଡ଼ିଆ ଭାଷାରେ ଉପଲବ୍ଧ କରାଯିବ, ଯାହାଦ୍ୱାରା ଗ୍ରାମାଞ୍ଚଳର ସାଧାରଣ ଲୋକେ ଏହାକୁ ସହଜରେ ବୁଝିପାରିବେ। ଏହା ସହିତ ଘରକୁ ଘର ବୁଲି ହେବାକୁ ଥିବା ଗଣନା କାର୍ଯ୍ୟକ୍ରମ  ବିଷୟରେ ଲୋକଙ୍କୁ ସଚେତନ କରାଯିବ, ଯେପରି ସେମାନେ ନିଜ ସଠିକ୍ ତଥ୍ୟ ପ୍ରଦାନ କରିବେ।

ଜନସାଧାରଣଙ୍କ ସହାୟତା ପାଇଁ ୧୯୫୦  ଟୋଲ୍ ଫ୍ରି ନିର୍ବାଚନ ହେଲ୍ପଲାଇନ ନମ୍ବରର ବ୍ୟାପକ ପ୍ରଚାର କରାଯିବ। ଏହି ନମ୍ବର ଜରିଆରେ ନାଗରିକମାନେ ଭୋଟର ତାଲିକା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ଏବଂ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ ( ଙ୍କ ସହ ଆଲୋଚନା ପାଇଁ ଏକ କଲ୍ ମଧ୍ୟ ବୁକ୍ (Book a call) କରିପାରିବେ।

ଭୋଟର ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ଥାନୀୟ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ  ମାଧ୍ୟମରେ ଏହାର କିପରି ବହୁଳ ଭାବରେ ପ୍ରଚାର ପ୍ରସାର କରାଯାଇପାରିବ ସେ ଉପରେ ଡେ଼ପୁଟି ସିଇଓ ଡ଼. ଲଷ୍ମୀପ୍ରସାଦ ସାହୁ  ସମସ୍ତ ଜିଲ୍ଲାର ମିଡ଼ିଆ ସେଲ, ସୋସିଆଲ ମିଡ଼ିଆ ସେଲ ର ମୁଖ୍ୟ ଓ ଡିଆଇପିଆରଓ ମାନଙ୍କୁ ପରାମର୍ଶ ଦେଇଛନ୍ତି।

ପ୍ରତ୍ୟେକ ଜିଲ୍ଲାରେ ନିର୍ବାଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଡେପୁଟି କଲେକ୍ଟର (ନିର୍ବାଚନ) ଓ ନୋଡାଲ ଅଫିସରମାନଙ୍କୁ ପରାମର୍ଶ ଦିଆଯାଇଛି। ଅନଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ସକ୍ରିୟ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଙ୍କ ସମେତ ଡେ଼ପୁଟି ସିଇଓ  ଡ଼.ଲଷ୍ମୀପ୍ରସାଦ ସାହୁ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ
ଭୁବନେଶ୍ୱର: ଭୋଟରଙ୍କୁ ସରଣାର୍ଥୀ କରିବାକୁ ଉଦ୍ୟମ । ଏପରି ସଂଗୀନ ଅଭିଯୋଗ ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରିଛି ବିଜୁ ଜନତା ଦଳ । SIR ନାଁରେ 9.80 ଲକ୍ଷ ଭୋଟରଙ୍କୁ ବାଦ ଦିଆଯାଇଛି । ପଶ୍ଚିମବଙ୍ଗ ପରି ଓଡ଼ିଶାରେ ବିରୋଧୀଙ୍କ ଗଡ଼ ଭାଙ୍ଗିବାକୁ ଏହା ବିଜେପି ସରକାରର ଷଡଯନ୍ତ୍ର ବୋଲି ବିଜେଡି ଅଭିଯୋଗ କରିଛି । ଯେଉଁଠି ବିରୋଧୀଙ୍କ ଗଡ଼, ସେଠି ଭୋଟରଙ୍କୁ ବାଦ ପକାଇ ବୁଥ କବଜା କରିବାକୁ ସରକାର ହୀନ ଚକ୍ରାନ୍ତ କରୁଛନ୍ତି  । ନିର୍ବାଚନ କମିସନ ସ୍ୱଚ୍ଛତା ଅଵଲମ୍ବନ କରନ୍ତୁ ବୋଲି  ବିଜେଡି ଦାବି କରିଛି । ପୁଣି ଥରେ ଯାଞ୍ଚ କରି ବାଦ ପଡ଼ିଥିବା ଭୋଟରଙ୍କୁ ତାଲିକାରେ ସାମିଲ କରିବାକୁ ଦାବି କରାଯାଇଛି। ନ ହେଲେ ଲୋକସେବା ଭବନ ଘେରାଉ କରାଯିବ। ଆବଶ୍ୟକ ପଡିଲେ, ବାଦ ପଡ଼ିଥିବା ଭୋଟରଙ୍କୁ ନେଇ ଆନ୍ଦୋଳନ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି।

ଇଣ୍ଡିଗୋର ନୂଆ ସିଇଓ ହେଲେ ବ୍ରିଟିଶ ଏୟାରୱେଜର ପୂର୍ବତନ ମୁଖ୍ୟ ୱିଲିୟମ୍ ୱାଲ୍‌ସ
ନୂଆଦିଲ୍ଲୀ: ଇଣ୍ଡିଗୋର ନୂଆ ସିଇଓ ହେଲେ ୱିଲିୟମ୍ ୱାଲ୍‌ସ । ଇଣ୍ଡିଗୋର ମୂଳ କମ୍ପାନୀ ଇଣ୍ଟରଗ୍ଲୋବ୍ ଆଭିଏସନ୍ ଲିମିଟେଡ୍ ବ୍ରିଟିଶ ଏୟାରୱେଜର ପୂର୍ବତନ ମୁଖ୍ୟ ୱିଲିୟମ ୱାଲ୍‌ସ (William Walsh) ଙ୍କୁ ଏହାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତ କରିଛି। ଚଳିତ ମାସ ଆରମ୍ଭରେ ପିଟର ଏଲବର୍ସ ସିଇଓ ପଦରୁ ଇସ୍ତଫା ଦେବା ପରେ ଏହି ନିଯୁକ୍ତି ଘୋଷଣା କରାଯାଇଛି।

ବିଶ୍ୱ ଆଭିଏସନ୍ ଜଗତରେ 'ୱିଲି' ନାମରେ ପରିଚିତ ୱାଲ୍‌ସଙ୍କ ପାଖରେ ଏହି କ୍ଷେତ୍ରରେ ଦଶନ୍ଧିରୁ ଅଧିକ ସମୟର ନେତୃତ୍ୱ ନେବାର ଅଭିଜ୍ଞତା ରହିଛି। ସେ ବର୍ତ୍ତମାନ ଇଣ୍ଟରନ୍ୟାସନାଲ୍ ଏୟାର୍ ଟ୍ରାନ୍ସପୋର୍ଟ ଆସୋସିଏସନ୍ (IATA) ର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କର ଏହି କାର୍ଯ୍ୟକାଳ ୩୧ ଜୁଲାଇ ୨୦୨୬ ରେ ଶେଷ ହେବାକୁ ଯାଉଛି, ଯାହା ପରେ ସେ ୩ ଅଗଷ୍ଟ ୨୦୨୬ ସୁଦ୍ଧା ଇଣ୍ଡିଗୋରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ସେ ବ୍ରିଟିଶ ଏୟାରୱେଜ୍ ର ସିଇଓ ଏବଂ ପରେ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ ଗ୍ରୁପ୍ (IAG) ର ସିଇଓ ଭାବରେ କାର୍ଯ୍ୟ କରିଛନ୍ତି।

ଗତ ଡିସେମ୍ବର ମାସରେ ଦେଖାଦେଇଥିବା ବିମାନ ସଙ୍କଟ ପରେ ଦେଶର ସବୁଠାରୁ ବଡ଼ ଏୟାରଲାଇନ୍ସର ସିଇଓ ପଦରୁ ପିଟର ଏଲବର୍ସ ଇସ୍ତଫା ଦେଇଥିଲେ। ତିନି ବର୍ଷ ଧରି ସେ ଇଣ୍ଡିଗୋର ନେତୃତ୍ୱ ନେଇଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କମ୍ପାନୀର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିଲା।

ଇଣ୍ଡିଗୋର ଚେୟାରମ୍ୟାନ୍ ବିକ୍ରମ ସିଂ ମେହେଟ୍ଟା କହିଛନ୍ତି ଯେ, ବୃହତ ବିମାନ ସେବା ପରିଚାଳନା ଏବଂ ଜଟିଳ ବଜାର ସ୍ଥିତିକୁ ମୁକାବିଲା କରିବାରେ ୱାଲ୍‌ସଙ୍କ ଅଭିଜ୍ଞତା ରହିଛି, ଯାହା ଇଣ୍ଡିଗୋର ବିକାଶକୁ ଆହୁରି ସୁଦୃଢ଼ କରିବ। ସେହିପରି ଇଣ୍ଡିଗୋର ପରିଚାଳନା ନିର୍ଦ୍ଦେଶକ ରାହୁଲ ଭାଟିଆ ୱାଲ୍‌ସଙ୍କୁ ସ୍ୱାଗତ କରି କହିଛନ୍ତି ଯେ, ସେ ଜଣେ ଅଭିଜ୍ଞ ନେତା ଏବଂ ଗ୍ରାହକ-କେନ୍ଦ୍ରିକ ବିମାନ ସେବା ନିର୍ମାଣ କରିବାରେ ତାଙ୍କର ବିଶେଷ ଦକ୍ଷତା ରହିଛି।

ନିଜର ନୂଆ ଦାୟିତ୍ୱ ବିଷୟରେ ମତ ରଖି ୱିଲିୟମ ୱାଲ୍‌ସ କହିଛନ୍ତି ଯେ, ବର୍ତ୍ତମାନ ଆଭିଏସନ୍ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହେଉଛି ଏବଂ ଇଣ୍ଡିଗୋ ଏହାର ଆଗଧାଡ଼ିରେ ରହିଛି। ମୁଖ୍ୟ ନିର୍ବାହୀ ଭାବରେ ସେ କମ୍ପାନୀର ବ୍ୟାବସାୟିକ ରଣନୀତି ପ୍ରସ୍ତୁତ କରିବା ସହ ଅପରେସନାଲ୍ ପ୍ରଦର୍ଶନକୁ ସୁଦୃଢ଼ କରିବା, ନେଟୱାର୍କର ବିସ୍ତାର ଏବଂ ଗ୍ରାହକଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ଉପରେ ଗୁରୁତ୍ୱ ଦେବେ।

କାଲି ଭୋଟ୍ ଗଣତି, ରାଜ୍ୟରେ ୭୦ଟି କେନ୍ଦ୍ରରେ ହେବ ମତଗଣନା: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର: ଆସନ୍ତାକାଲି ଆସିବ ୨୦୨୪ ନିର୍ବାଚନର ଫଳାଫଳ । ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନର ଆସନ୍ତାକାଲି ଭୋଟ୍ ଗଣତି । ୭୦ଟି କେନ୍ଦ୍ରରେ ମତ ଗଣନା ହେବାକୁ ଥିବାବେଳେ କଡ଼ା ସୁରକ୍ଷା ମଧ୍ୟରେ ଗଣତି ହେବ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କାଲି ଜଣାପଡିଯିବ କେଉଁ ଦଳକୁ ଏଥର ଯାଇଛି ଜନାଦେଶ । ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ତା’ ପୂର୍ବରୁ ଭୋଟ୍ ଗଣତି ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି କରାଯିବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୮ଟି ବିଧାନସଭା କ୍ଷେତ୍ରରେ ୩୦ରୁ ଅଧିକ ରାଉଣ୍ଡ ଗଣତି ହେବ । ବାକି ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡରୁ କମ୍ ରହିବ । ଭୋଟ୍ ଗଣତି ତଦାରଖ ପାଇଁ ଭାରତୀୟ ନିର୍ବାଚନ କମିଶନ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ବୋଲି ସିଇଓ ସୂଚନା ଦେଇଛନ୍ତି।

ରାଜ୍ୟରେ ଏଥର ନିର୍ବାଚନରେ ମତଦାନ ହାର ନେଇ ସିଇଓ ସୂଚନା ଦେଇଛନ୍ତି। ୨୦୧୯ ତୁଳନାରେ ୨୦୨୪ରେ ମତଦାର ହାର ବୃଦ୍ଧି ପାଇଛି । ୨୦୧୯ରେ ୭୩.୦୯ ପ୍ରତିଶତ ମତଦାନ ହୋଇଥିଲା। ଏଥର ମତଦାନ ହାର ୭୪.୪୪ ପ୍ରତିଶତ ରହିଛି। ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ପ୍ରତିଶତ ଅଧିକ ବୋଲି ସେ କହିଛନ୍ତି। ଏଥର ୭୩.୩୭ ପ୍ରତିଶତ ପୁରୁଷ ଓ ୭୫.୫୫ ପ୍ରତିଶତ ମହିଳା ଭୋଟ ଦେଇଛନ୍ତି । ଏଥର ନିର୍ବାଚନରେ ରାଜ୍ୟରେ ପ୍ରାୟ ୨.୫ କୋଟି ଭୋଟର ମତଦାନ କରିଛନ୍ତି ବୋଲି ସିଇଓ ସୂଚନା ଦେଇଛନ୍ତି।

ବିଜେପି କର୍ମୀଙ୍କ ଗୁଣ୍ଡାରାଜ ପ୍ରତିବାଦରେ ସିଇଓଙ୍କୁ ଫେରାଦ ହେଲା ବିଜେଡି
ଭୁବନେଶ୍ବର: ବିଜେପି କର୍ମୀଙ୍କ ଗୁଣ୍ଡାରାଜ ପ୍ରତିବାଦରେ ସିଇଓଙ୍କୁ ଫେରାଦ ହେଲା ବିଜେଡି। ବଡ଼ଚଣାରେ ବିଜେଡିର ଜଣେ ମହିଳା ସମର୍ଥକଙ୍କୁ ବିଜେପି କର୍ମୀ ଆକ୍ରମଣ କରି ସୁନା ଚେନ୍ ଓ ମୋବାଇଲ ଛଡ଼ାଇ ନେଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ।

ବଡ଼ଚଣା ବିଧାନସଭ ନିର୍ବାଚନ ମଣ୍ଡଳୀରେ ଶକୁନ୍ତଳା ବେହେରା ନାମକ ଜଣେ ବିଜେଡି କର୍ମୀ ଘର ଘର ବୁଲି ପ୍ରଚାର କରୁଥିଲେ । ଏହି ସମୟରେ ବିଜେପି ବିଧାୟକ ପ୍ରାର୍ଥୀ ଅମର କୁମାର ନାୟକଙ୍କ ସମର୍ଥକ ତାଙ୍କୁ ଅଟକ ରଖି ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେଡି । ଶକୁନ୍ତଳାଙ୍କୁ ବିଶ୍ୱଜିତ ବଳ, କୁମାର ରଞ୍ଜନ ବଳ ଓ ବିଟୁ ବଳ ମଝିପଡ଼ା ଗାଁରେ ଅଟକାଇ ସୁନା ଚେନ ଓ ମୋବାଇଲ ଛଡ଼ାଇ ନେଇଥିବା ବାଲିଚନ୍ଦ୍ରପୁର ଥାନାରେ ଏତଲା ଦିଆଯାଇଛି ।

ଶକୁନ୍ତଳାଙ୍କୁ ନ୍ୟାୟ ଦେବା ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି ଟିମ୍ । ବିଜୁ ଜନତା ଦଳରେ ମହିଳାଙ୍କୁ ପ୍ରାଧାନ୍ୟ ଓ ସମ୍ମାନ ମିଳୁଥିବା ବେଳେ ସେମାନଙ୍କ ଖୁସି ଦେଖି ବିଜେପି ହତୋତ୍ସାହିତ ହୋଇପଡ଼ିଥିବା ବିଜେଡି କହିଛି ।

ଝାରସୁଗୁଡ଼ା ଉପନିର୍ବାଚନ: ୧୦ ତାରିଖ ସକାଳ ୭ରୁ ୨୫୩ଟି ବୁଥରେ ହେବ ମତଦାନ, ୨୬ଟି ରହିଛି ପିଙ୍କ ବୁଥ୍
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ସାମ୍ବାଦିକ ସମ୍ମିଳନୀରେ ଉପନିର୍ବାଚନକୁ ନେଇ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀ ଧଳ । ସେ କହିଛନ୍ତି ଝାରସୁଗୁଡ଼ାରେ ଆଜି ସନ୍ଧ୍ୟା ୬ଟାରେ ନିର୍ବାଚନୀ ପ୍ରଚାର ସରିଛି । ୩୩୦ ଜଣ ବରିଷ୍ଠ ନାଗରିକ ଘରେ ରହି ଭୋଟ ଦେବେ ବୋଲି ଅପିଲ କରିଥିଲେ । ବର୍ତ୍ତମାନ ସୁଦ୍ଧା ୩୨୧ ଜଣ ମତଦାନ କରିଛନ୍ତି । ତେବେ ୧୦ ତାରିଖରେ ବହୁମାତ୍ରାରେ ଆସି ଭୋଟ ଦେବାକୁ ସେ ମତଦାତାମାନଙ୍କୁ ଅନୁରୋଧ କରିଛନ୍ତି ।

ଉପନିର୍ବାଚନ ପାଇଁ ମୋଟ୍ ୨୫୩ ବୁଥ୍ ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରେ ୨୬ ଟି ପିଙ୍କ ବୁଥ୍ ରହିଛି । ଏହିସବୁ ବୁଥର ଦାୟିତ୍ବରେ ରହିବେ ମହିଳା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି । ୨୬ ପିଙ୍କ ବୁଥରୁ ୨୦ ଟି ଝାରସୁଗୁଡ଼ା ମ୍ୟୁନିସପାଲିଟିରେ ରହିଛି । ବିନା ହିଂସାରେ ନିର୍ବାଚନ କରାଇବା ନେଇ ଲକ୍ଷ୍ୟ ରଖାଯାଇଛି । ସେଥି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ନିର୍ବାଚଚମଣ୍ଡଳୀର ୨୫୩ଟି ବୁଥରୁ ୧୪୪ ବୁଥରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସବାହିନୀ ନିୟୋଜିତ ହୋଇଛନ୍ତି । ସମସ୍ତ ବୁଥରେ ୧୦୧୨ ଜଣ ପୋଲିଂ ଅଧିକାରୀ ନିୟୋଜିତ ଅଛନ୍ତି । ଅତିରିକ୍ତ ୧୦୦ ଜଣ ପୋଲିଂ ଅଧିକାରୀଙ୍କୁ ରିଜର୍ଭ କରାଯାଇଛି । ୧୦୦ ପ୍ରତିଶତ ବୁଥରେ ଓ୍ବେବ କାଷ୍ଟିଙ୍ଗ ହେବ । ଭିନ୍ନକ୍ଷମ ଭୋଟର ପାଇଁ ୧୧୮ଟି ଅଟୋ ରିକ୍ସା ବ୍ୟବସ୍ଥା ଜିଲ୍ଲାପାଳଙ୍କ ଦ୍ବାରା କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୯୯ ବୁଥରେ ମାଇକ୍ରୋ ଅବଜଭର ରଖାଯାଇଛି । ସକାଳ ୭ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ ।

ସେପଟେ ଶାନ୍ତି ଶୃଙ୍ଖଳା ପାଇଁ ୧୭୧ଟି ଲାଇସେନ୍ସ ବନ୍ଧୁକ ଜିମା ନେଇଛି ପୋଲିସ । ୧୦୮ ଟି NBW ଏବଂ ୧୩ ଲକ୍ଷ ୨୪ ହଜାର ଟଙ୍କାର ବିଭିନ୍ନ ଜିନିଷ ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୨ଟି ଅଭିଯୋଗ ଆସିଥିବା ବେଳେ ୯ଟି ମଡେଲ କୋର୍ଡ ଅଫ କଣ୍ଡର୍ଟ ଅଭିଯୋଗ ଆସିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହେବ । ତେଣୁ ଏହି ନିର୍ବାଚନୀ ପର୍ବରେ ସମସ୍ତେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।