Irfan Pathan - The Sakala
ନୂଆଦିଲ୍ଲୀ: ଭାରତ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଟି-୨୦ ପେସାଦାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ ମାର୍ଚ୍ଚ ୨୨ରୁ ଧମାକାଦାର ଢ଼ଙ୍ଗରେ ଆରମ୍ଭ ହୋଇଛି। କେକେଆର ଓ ଆର୍‌ସିବି ମଧ୍ୟରେ ଖେଳାଯାଇଥିବା ଏହି ମୁକାବିଲାଟି ନାଟକୀୟ ହେବା ସହ ଆଇପିଏଲ୍‌ର ରୋମାଞ୍ଚ ବଢ଼ାଇଛି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଗୋଟିଏ ଅଭାବ ପରିଲକ୍ଷିତ ହୋଇଛି। ତାହା ହେଉଛି ଇର୍‌ଫାନ୍ ପଠାନଙ୍କ ଧାରାବିବରଣୀ ବା କମେଣ୍ଟ୍ରି। ମାଇକ୍‌ରେ କାହିଁକି ଇର୍‌ଫାନ୍‌ଙ୍କ କଥା ଶୁଣାଗଲାନି ତାହାର ତର୍ଜମା ଓ ତଦନ୍ତ ବିଭିନ୍ନ ଗଣମାଧ୍ୟମ ଦ୍ୱାରା କରାଯାଇ କାରଣ ଜଣାପଡ଼ିଛି। ଇର୍‌ଫାନ୍‌ଙ୍କ ଅନୁପସ୍ଥିତିର ମୁଖ୍ୟ କାରଣ ହେଲା ବିଭିନ୍ନ ଭାରତୀୟ ଖେଳାଳିଙ୍କ ବିରୋଧରେ ଅଶୋଭନୀୟ ମତାମତ ଦେବା। ସେମାନଙ୍କ ସହ ସାକ୍ଷାତକାର ବେଳେ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ପ୍ରଶ୍ନକରିବା। ଅଷ୍ଟ୍ରେଲିଆ ଗସ୍ତବେଳେ ଭାରତୀୟ କ୍ରିକେଟ ଦଳ ଖରାପ ପ୍ରଦର୍ଶନ କରି ଟେଷ୍ଟ ସିରିଜ୍‌ ହାରିଥିଲା। ଏଭଳି ସମୟରେ ଖେଳାଳିମାନେ ଚାପରେ ଥିଲାବେଳେ ସେମାନଙ୍କୁ ଅପମାନିତ କଲାଭଳି ମନ୍ତବ୍ୟ ଦେଇଥିଲେ ଇର୍‌ଫାନ୍ ପଠାନ। ଭାରତୀୟ ଦଳର ଜଣେ ପ୍ରମୁଖ ଖେଳାଳି ତାଙ୍କ ଟେଲିଫୋନ ନମ୍ବର ବ୍ଲକ୍‌ କରିଦେଇଥିଲେ ବୋଲି ପ୍ରକାଶ କରିଛନ୍ତି। ବିଶେଷ କରି ବିରାଟ କୋହଲିଙ୍କ ବିରୋଧରେ ତାଙ୍କର ମତାମତ ଆଦୌ ଗ୍ରହଣୀୟ ହୋଇ ନ ଥିଲା। ଇର୍‌ଫାନ୍‌ଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇ ଖେଳାଳିମାନେ ବିସିସିଆଇ ନିକଟରେ ଅଭିଯୋଗ କରିଥିଲେ। ଏହା ଫଳରେ ଇର୍‌ଫାନ୍‌ଙ୍କ ଧାରାବିବରଣୀ ପ୍ୟାନେଲରୁ ବାଦ୍‌ ଦିଆଯାଇଛି ବୋଲି ଜାଣିବାକୁ ମିଳିଛି।
ଇର୍‌ଫାନ୍ ଜଣେ ଭଲ ଖେଳାଳି ଓ ୨୦୨୦ରେ ପେସାଦାର କ୍ରିକେଟରୁ ଅବସର ନେବାପରେ କମେଣ୍ଟ୍ରି ବା ଧାରାବିବରଣୀକୁ ଦ୍ୱିତୀୟ କ୍ୟାରିୟର ଭାବେ ଗ୍ରହଣ କରିଥିଲେ। ଏବେ ବିସିସିଆଇ ତାଙ୍କୁ ବିଦା କରିବା ପରେ ସେ ମଧ୍ୟ ଚୁପ୍‌ ହୋଇ ବସି ନାହାନ୍ତି। ସେ ସଙ୍ଗେ ସଙ୍ଗେ ତାଙ୍କର ଏକ ୟୁ ଟ୍ୟୁବ୍‌ ଚ୍ୟାନେଲ ଖୋଲି ସେଥିରେ ତାଙ୍କ ପ୍ରତିକ୍ରିୟା ଓ ମତାମତ ଦେବାରେ ଲାଗିଛନ୍ତି। ଏହି ଚ୍ୟାନେଲର ନାମ ରଖାଯାଇଛି ‘ସିଧି ବାତ୍‌ ୱିଥ୍‌ ଇର୍‌ଫାନ୍ ପଠାନ’। ଏହାର ଆରମ୍ଭ ହେବା ମାତ୍ରେ ହଜାର ହଜାର ଦର୍ଶକ ଏହାକୁ ଦେଖିସାରିଲେଣି। ଏହି ଚ୍ୟାନେଲ ମାଧ୍ୟମରେ ଇର୍‌ଫାନ୍ ତାଙ୍କ ଶାଣିତ ମତାମତ ଦେବାକୁ ଆଦୌ ଭୁଲି ନାହାନ୍ତି। ପୂର୍ବରୁ ସଞ୍ଜୟ ମଞ୍ଜରେକର ଓ ହର୍ଷ ଭୋଗ୍‌ଲେଙ୍କୁ ମଧ୍ୟ ଆଇପିଏଲ୍‌ ଧାରାବିବରଣୀରୁ ବାହାର କରାଯାଇଥିଲା।
ଇରଫାନ୍ ପଠାଣ କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ: ଦେଶରେ କରୋନାର ସ୍ରଂକମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ବଡ଼ ଭାଇ ୟୁସୁଫ ପଠାଣଙ୍କ ପରେ ଏବେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇରଫାନ୍ ପଠାଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
କରୋନା ସଂକ୍ରମିତ ହୋଇଥିବା ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । କିନ୍ତୁ ଟେଷ୍ଟରେ ପଜିଟିଭ୍ ଆସିଛି । ସେ ଘରେ ହୋମ୍ ଆଇସୋଲେସନରେ ଅଛନ୍ତି । ତାଙ୍କ ସହ ସମ୍ପର୍କରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଇବା ଲାଗି ସେ ଅନୁରୋଧ କରିଛନ୍ତି । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଲାଗି ସେ ନିବେଦନ କରିଛନ୍ତି ।
pic.twitter.com/4E7agmuQl1
— Irfan Pathan (@IrfanPathan) March 29, 2021
ଏହା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ବଦ୍ରିନାଥ ରବିବାର କରୋନା ସଂକ୍ରମିତ ହୋଇଥିଲେ । ସେ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ଏହା ପୂର୍ବରୁ ଶନିବାର ସଚିନ ତେନ୍ଦୁଲକର ଓ ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ୟୁସୁଫ୍ ପଠାଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।