ajit mangraj - The Sakala

କରୋନାର କରୁଣ ଚିତ୍ର : ପୁଅ ଅଜିତ ମଙ୍ଗରାଜଙ୍କ ମୃତ୍ୟୁର ଦୁଇ ଦିନ ନ ପୁରୁଣୁ ମା’ କ୍ଷେତ୍ରମଣିଙ୍କ ପରଲୋକ
ଭୁବନେଶ୍ବର : କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପିପିଲି  ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଥିଲା। ଆଉ ଏବେ ଅଜିତଙ୍କ ମୃତ୍ୟୁକୁ ୨ ଦିନ ନ ପୁରୁଣୁ ତାଙ୍କ ମାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଛି। କୋଭିଡ ଆକ୍ରାନ୍ତ ହେବାପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ଦିବଙ୍ଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ କ୍ଷେତ୍ରମଣି ମଙ୍ଗରାଜ। ପ୍ରଥମେ ପୁଅ, ଆଉ ଏବେ ମାଆ । ଏପରି ଦୁଃଖର ଆଉ ଏକ ପାହାଡ଼ ପଡିଛି ଦିବଙ୍ଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ପରିବାରରେ।

ସୂଚନାଯୋଗ୍ୟ ପିପିଲି କଂଗ୍ରେସ ପ୍ରାର୍ଥୀ ସ୍ବର୍ଗତ ଅଜିତ ମଙ୍ଗରାଜ ଗତ ୧୦ ତାରିଖରେ କରୋନା ପଜିଟିଭ୍ ଜଣାପଡିବା ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିିତ୍ସାଧିନ ଅବସ୍ଥାରେ ଗତ ୧୪ ତାରିଖରେ ତାଙ୍କର ମତ୍ୟୁ ହୋଇଥିଲା। ଆଉ ତାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିବା ପରିବାର ଉପରେ ଆଉ ଏକ ଦୁଃଖର ପାହାଡ ଭାଙ୍ଗି ପଡିଛି ଯେତେବେଳେ ସେହି କରୋନାରେ ଅଜିତଙ୍କ ମାଙ୍କର ମଧ୍ୟ ମୃତ୍ୟୁ ହୋଇଛି।  ୭୦ ବୟସରେ କ୍ଷେତ୍ରମଣି ମଙ୍ଗରାଜ କୋଭିଡରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘରୋଇ ମେଡିକାଲ କତ୍ତୃପକ୍ଷଙ୍କ ସହ ପରିବାର ଲୋକେ ଖବର ପାଇଥିଲେ । ଅଜିତଙ୍କ କୋଭିଡ ଯୋଗୁଁ ଚାଲିଯାଇଥିଲା ଜୀବନ ଆଉ ଏବେ ତାଙ୍କ ମାଆଙ୍କ ଜୀବନ ଯିବା ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ପୁରା ପରିବାର । କୋଭିଡ ଗାଇଡ଼ଲାଇନ ମାନି ଶବ ସତ୍କାର କରାଯିବ ।

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ନେଇ ଶୋକବ୍ୟକ୍ତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା
ଭୁବନେଶ୍ବର : ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ନେଇ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ମାଧ୍ୟମରେ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ନେଇ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏବଂ ଅଜିତଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପିପିଲି ବିଧାନସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

— Naveen Patnaik (@Naveen_Odisha) April 14, 2021

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ମଧ୍ୟ ଅଜିତ ମଙ୍ଗରାଜଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି । ଟ୍ବିଟ୍‌ କରି ବରିଷ୍ଠ କଂଗ୍ରେସ ନେତା ତଥା ପିପିଲି ବିଧାନସଭା ଉପନିର୍ବାଚନ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ବରିଷ୍ଠ କଂଗ୍ରେସ ନେତା ତଥା ପିପିଲି ବିଧାନସଭା ଉପନିର୍ବାଚନ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ଓଁ ଶାନ୍ତି 🙏🙏

— Governor Odisha (@GovernorOdisha) April 14, 2021

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ଲେଖିଛନ୍ତି, ‘ପିପିଲି ଉପ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ରାଜନୈତିକ ଜୀବନରେ ତାଙ୍କର ଅବଦାନ ସ୍ମରଣୀୟ ହୋଇରହିବ। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।’

ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ।ରାଜନୈତିକ ଜୀବନରେ ତାଙ୍କର ଅବଦାନ ସ୍ମରଣୀୟ ହୋଇରହିବ। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

— Dharmendra Pradhan (@dpradhanbjp) April 14, 2021

କଂଗ୍ରେସ ନେତା ତାରା ବାହିନୀପତି, ରମେଶ ଜେନା, ପ୍ରଦୀପ ମାଝି, ରଞ୍ଜିବ ବିଶ୍ୱାଳ, ବିଜେଡି ସାଂସଦ ମୁନ୍ନା ଖାଁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଅଜିତ ମଙ୍ଗରାଜତଙ୍କ ଦେହାନ୍ତରେ କଂଗ୍ରେସ ଦଳ ଓ ନେତା ମର୍ମାହତ । ଅଜିତ ଜଣେ ମିଷ୍ଠାଭାଷୀ, ପରିଶ୍ରମୀ ଓ ଦୃଢ ସଂଗଠକ । ପିଲିଲି ଅଞ୍ଚଳରେ ଲୋକ ପ୍ରିୟ ଥିଲେ ଅଜିତ । ଅଜିତ ମଙ୍ଗରାଜଙ୍କ ଶୋକସନ୍ତପ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

Today, I lost a wonderful colleague who dedicated his entire life to the Congress party and people’s cause. My sincere condolences to Shri Ajit Mangaraj’s family and friends. We will miss him. May his soul rest in peace. Om Shanti 🙏

— Niranjan Patnaik (@NPatnaikOdisha) April 14, 2021

ସେହିପରି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଅଜିତ ମଙ୍ଗରାଜଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି ‘ଜୀବନ ଯୁଦ୍ଧରେ ହାରିଗଲେ କାବୁ ଭାଇ । ବରିଷ୍ଠ କଂଗ୍ରେସ ନେତା ତଥା ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ଅଜିତ ମଙ୍ଗରାଜଙ୍କର ଅକାଳ ବିୟୋଗ ଖବର ଶୁଣି ମୁଁ ଗଭୀର ମର୍ମାହତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।‘

ଜୀବନ ଯୁଦ୍ଧରେ ହାରିଗଲେ କାବୁ ଭାଇ । ବରିଷ୍ଠ କଂଗ୍ରେସ ନେତା ତଥା ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ଅଜିତ ମଙ୍ଗରାଜଙ୍କର ଅକାଳ ବିୟୋଗ ଖବର ଶୁଣି ମୁଁ ଗଭୀର ମର୍ମାହତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

— Manas Mangaraj (@manasrmangaraj) April 14, 2021

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ, ଘୋଷଣା ହେବ ସାନି ଉପ ନିର୍ବାଚନ ପାଇଁ ତାରିଖ : ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ବର : ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଏହି ନିଷ୍ପତ୍ତି ନିଆଯାଇଛି।  ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ପଦକ୍ଷେପ ନିଆଯିବ। ରିପୋର୍ଟ ମିଳିବା ପରେ ମୁଖ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ(୫୨)ଙ୍କ ଆଜି ଦେହାନ୍ତ ହୋଇଛି। ଭୁବନେଶ୍ବରସ୍ଥିତ ଆପୋଲୋ ହସ୍‌ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ଗତ ସପ୍ତାହରେ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଆମ ସମ୍ବିଧାନର ନିର୍ବାଚନ ଲୋକ ପ୍ରତିନିଧି ଆଇନ ୧୯୫୧ ର ୫୨ତମ ଅନୁଚ୍ଛେଦ  ଅନୁସାରେ ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କର ଯଦି ମତଦାନ ପୂର୍ବରୁ ଦେହାନ୍ତ ହୁଏ, ତାହେଲେ ନିର୍ବାଚନ କମିଶନ ସ୍ୱତନ୍ତ୍ର କ୍ଷମତା ବଳରେ ନିର୍ବାଚନକୁ ସ୍ଥଗିତ କରିପାରିବେ।

ଏହି ଧାରାରେ ଉଲ୍ଳେଖ ରହିଛି ଯେ, ନାମାଙ୍କନ ଦାଖଲର ଶେଷ ତାରିଖର ଦିନ ୧୧ଟା ପରେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟେ ଏବଂ ତାଙ୍କ ନାମାଙ୍କନକୁ ଅନୁଚ୍ଛେଦ ୩୬ ସିଦ୍ଧ ଘୋଷଣା କରାଯାଇଥାଏ ବା ସେ ଧାରା ୩୭ ଅନୁସାରେ ନିଜର ନାମାଙ୍କନ ପ୍ରତ୍ୟାହାର କରି ନଥାଆନ୍ତି ତେବେ ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ନିର୍ବାଚନକୁ ସ୍ଥଗିତ ରଖି ଆଉ ଏକ ନୂଆ ତାରିଖ ଘୋଷଣା କରିପାରନ୍ତି। ତାଙ୍କ ପାଖରେ ଏଥିନେଇ ଆବଶ୍ୟକ ମେଡିକାଲ୍ ରିପୋର୍ଟ ରିଟର୍ଣ୍ଣିଂ ପହଞ୍ଚିବା ଆବଶ୍ୟକ। ନିର୍ବାଚନ କମିଶନଙ୍କୁ ଏହି ନିଷ୍ପତ୍ତି ଜଣାଇଲା ପରେ ତାରିଖ ନିର୍ଦ୍ଧାରଣ ନେଇ ନିଷ୍ପତ୍ତି ନିଆଯିବ। ଏହି କ୍ଷେତ୍ରରେ ନିର୍ବାଚନ କମିଶନ ସମ୍ପୃକ୍ତ ରିଟର୍ଣ୍ଣି ଅଧିକାରୀଙ୍କୁ ସେହି ନିର୍ଦିଷ୍ଟ ରାଜନୀତିକ ଦଳକୁ ଆଉ ଜଣେ ବିକଳ୍ପ ପ୍ରାର୍ଥୀ ଘୋଷଣା କରିବାକୁ ନିର୍ଦେଶ ଦେବେ। ୭ ଦିନ ଏଥିଲାଗି ସମୟ ଦିଆଯିବ। ଏହା ପରେ ଆବଶ୍ୟକ ପ୍ରକ୍ରିୟା ଗ୍ରହଣ କରାଯାଇ ଭୋଟ ଗ୍ରହଣ କରାଯିବ।

ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ
ଭୁବନେଶ୍ବର : ପିପିଲି  ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଛି । କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।  ଗତ ୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାରକୁ ବାହାରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ କୋଭିଡ୍ ପଜିଟିଭ୍ ହୋଇଥିବା ଜଣାପଡିଥିଲା ।

ପିପିଲି ନିକଟବର୍ତ୍ତୀ ନିଜ ଗାଁ ମୋଟରୀ ଆଙ୍କୋଇରୁ ପ୍ରଚାର ପାଇଁ ବାହାରୁଥିବା ବେଳେ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ ଅଜିତ ମଙ୍ଗରାଜ । ତୁରନ୍ତ ତାଙ୍କ ସମର୍ଥକମାନେ ଚିକିତ୍ସା ପାଇଁ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରବଳ ଗରମ ଯୋଗୁ ପ୍ରଚାର ବେଳେ ହଠାତ୍‌ ଅଜିତ ଅସୁସ୍ଥ ହୋଇ ପଡ଼ିଥିଲେ। ମୁଣ୍ଡ ବୁଲାଇବା ସହ ଘଟଣା ସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଉପସ୍ଥିତ କର୍ମୀମାନେ ତାଙ୍କୁ ତୁରନ୍ତ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ପ୍ରାୟ ୮ ଘଣ୍ଟାର ଚିକିତ୍ସା ପରେ ଅଜିତ ଘରକୁ ଫେରିଥିଲେ। ଗତ ୧୦ ତାରିଖରେ ସେ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଥିଲା ।

ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଉଦାରତା, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ
ଭୁବନେଶ୍ୱର:  ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଅଜିତ କରୋନା ସଂକ୍ରମିତ ହୋଇଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏକଥା ଜାଣିବା ପରେ ତାଙ୍କ ଭାଇଙ୍କୁ ଫୋନ୍ କରି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାସହ ଅଜିତ ମଙ୍ଗରାଜଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନିକଟରେ ପିପିଲିରେ ପ୍ରଚାର କରିବା ବେଳେ ହଠାତ୍ ଅସୁସ୍ଥ ହୋଇଥିଲେ ଅଜିତ ମଙ୍ଗରାଜ । ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା ।

ପିପିଲି ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ସଂକ୍ରମିତ
ପିପିଲି: ପିପିଲି ଉପ ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ନିଜ ଫେସବୁକ୍ ପେଜ୍‌ରେ ସୂଚିତ କରିବା ସହ ଗୁଜବ ସୃଷ୍ଟି ନ କରିବାକୁ ନିବେଦନ କରିଛନ୍ତି ।

Posted by Ajit Mangaraj on Friday, 9 April 2021

ସେ ଲେଖିଛନ୍ତି, ବନ୍ଧୁଗଣ ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି । ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରି ଦଳ କିପରି ଭଲ ପ୍ରଦର୍ଶନ କରିବ ଧ୍ୟାନ ଦିଅନ୍ତୁ, ଆପଣମାନଙ୍କ ଭଲ ପାଇବା ସହିତ ଜଲ୍ଦି ଫେରିବି ।

ସୂଚନା ଅନୁଯାୟୀ,  ଆସନ୍ତା ୧୭ ତାରିଖରେ ପିପିଲି ବିଧାନସଭା ଆସନ ନେଇ ଭୋଟଗ୍ରହଣ ହେବାକୁ ଥିବା ବେଳେ ୧୫ ତାରିଖ ଯାଏଁ ପ୍ରଚାର କରିବେ ପ୍ରାର୍ଥୀ । ନିର୍ବାଚନ ନେଇ ଆହୁରି ୫ ଦିନ ଥିବା ବେଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଅଜିତ୍ ମଙ୍ଗରାଜ । ଏଭଳି ସ୍ଥିତିରେ କଂଗ୍ରେସର ପ୍ରଚାର କାର୍ଯ୍ୟରେ ଏକ ପ୍ରକାର ବ୍ରେକ୍ ଲାଗିବ । ପିପିଲିରେ ପ୍ରଥମରୁ ଅପେକ୍ଷାକୃତ ଦୁର୍ବଳ ଥିବା କଂଗ୍ରେସର ପ୍ରାର୍ଥୀ ସଂକ୍ରମିତ ଚିହ୍ନଟ ହୋଇ ପ୍ରଚାର ରଣାଙ୍ଗନା ଦୂରେଇ ଯିବା ଦଳୀୟ କର୍ମୀଙ୍କୁ ହତୋତ୍ସାହ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ।

ଆଜି ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ରୁଦ୍ର ଓ କଂଗ୍ରେସର ଅଜିତ୍
ପୁରୀ: ପିପିଲି ଉପନିର୍ବାଚାନ ବିଧାନସଭା ଆସନ ଲାଗି ଆଜି ନାମାଙ୍କନ ଭରିବେ ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ ନାମାଙ୍କନ ପତ୍ର । ସକାଳ ସାଢେ ୯ଟାରେ ପିପିଲି ବିଜେଡି ଅଫିସରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିବେ । ପିପିଲି ପାଇଁ ବିଜେଡିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ପଞ୍ଚାୟତ, ବ୍ଲକ୍‌ ଏବଂ ଏନ୍‌ଏସି ଦାୟିତ୍ବ ମନ୍ତ୍ରୀ ଓ ବିଧାୟକଙ୍କୁ ଦିଆସରିଛି । ଦଳର ମହିଳା, ଛାତ୍ର ଓ ଯୁବକଙ୍କୁ ଅଧିକ ଗୁରୁତ୍ବ  ଦିଆଯାଇଛି।

ପିପିଲି ଉପ-ନିର୍ବାଚନ ନେଇ ବିଜେଡି ପକ୍ଷରୁ ରୁଦ୍ରଙ୍କ ନାମ ଘୋଷଣା ପରେ ଗତ ୨୮ ତାରିଖରେ ନବୀନ ନିବାସ ଯାଇ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ଟିକେଟ୍ ଗ୍ରହଣ କରିଥିଲେ । ତାଙ୍କ ସହ ଭଉଣୀ ଓ ଭିଣୋଇ ମଧ୍ୟ ନବୀନ ନିବାସ ଯାଇଥିଲେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି କହିଥିଲେ ରୁଦ୍ର । ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି । ଏଥିସହ ପରିବାରରେ ଟିକେଟ୍ ପାଇଁ ମତଭେଦ ଉପରେ ପ୍ରତିକ୍ରିୟା ରଖି ରୁଦ୍ର କହିଛନ୍ତି ଏହା ବିରୋଧୀ ଦଳର ଏକ ଚାଲ୍ । ପରିବାର ସବୁବେଳେ ଏକାଠି ଅଛି ବୋଲି କହିଛନ୍ତି ରୁଦ୍ର ।

ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମଧ୍ୟ ଆଜି ନାମାଙ୍କନ ଭରିବେ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ ଅଜିତ୍। ତେବେ ଅଜିତ ମଙ୍ଗରାଜଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରିବା ପରେ ପୁଣି ମୁଣ୍ଡ ଟେକିଛି ଦଳୀୟ କନ୍ଦଳ । ଅନ୍ୟତମ ଟିକେଟ ଆଶାୟୀ ଥିବା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କୁ ଟିକେଟ ନମିଳିବା ପଛରେ ପିସିସି ସଭାପତିଙ୍କ ଷଡ଼ଯନ୍ତ୍ର ବାରିଛନ୍ତି ପୂର୍ଣ୍ଣ । ଗତ ନିର୍ବାଚନରେ ମାତ୍ର ୯ ହଜାର ୮୩୦ ଭୋଟ୍‌ ପାଇଥିବା ଅଜିତଙ୍କ ଉପରେ ଦଳ ପୁଣି ବିଶ୍ବାସ କରିବା, ପିପିଲି କଂଗ୍ରେସକୁ ଆଚମ୍ବିତ କରିଛି ।