paper money - The Sakala

ଭାରତରେ କାଗଜ ନୋଟ୍‌ ପ୍ରଚଳନକୁ ପୂରିଲା ୧୬୦ ବର୍ଷ
ନୂଆଦିଲ୍ଲୀ:  ଭାରତରେ କାଗଜ ନୋଟ୍‌ ପ୍ରଚଳନକୁ ଇତିମଧ୍ୟରେ ୧୬୦ ବର୍ଷ ପୁରିଛି। ଏକଦା ଇଂରେଜମାନେ ଭାରତ ଉପରେ ନିଜର ନିୟନ୍ତ୍ରଣ କଡାକଡି କରିବାକୁ ପ୍ରଚଳନ କରିଥିବା ଏହି କାଗଜ ନୋଟ୍‌ ଟଙ୍କା ଏବେ ଆମ ଜାତୀୟ ଏକତାର ନିଦର୍ଶନ ପାଲଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଦେଶରେ ଅର୍ଥ ପ୍ରବାହ ଜାରି ରଖିବାକୁ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ବିସ୍ତୃତ ନୋଟ୍‌ ଶୃଙ୍ଖଳା ଚଳାଇଛି। ତେବେ ୧୮୬୧ ମସିହାରେ ଦେଶରେ ପ୍ରଚଳିତ ହୋଇଥିବା ନୋଟ୍‌ କିନ୍ତୁ ଏପରି ନ ଥିଲା। ତେବେ ଏହାର ଅର୍ଥ ନୁହେଁ ଯେ ଇଂରେଜମାନଙ୍କ ଦ୍ବାରା ଅଣାଯାଇଥିବା କାଗଜ ନୋଟ୍‌ ପୂର୍ବରୁ ଭାରତରେ ମୂଲ୍ୟ ନିର୍ଦ୍ଧାରଣ ଲାଗି ସେପରି କିଛି ବ୍ୟବସ୍ଥା ନ ଥିଲା। ବିଭିନ୍ନ ତୀୟଭାର ରାଜ୍ୟମାନେ ନାନା ଧାତୁରେ ମୁଦ୍ରା ଦ୍ୱାରା ଅର୍ଥ ବ୍ୟବସ୍ଥା ନିୟନ୍ତ୍ରିତ କରୁଥିଲେ। ଯେଉଁଥିରେ ସୁନା ଭଳି ମହାର୍ଘ୍ୟ ଧାତୁ ମଧ୍ୟ ଥିଲା। ଭାରତରେ ଇଂରେଜମାନଙ୍କ ଦ୍ବାରା କାଗଜ ଟଙ୍କା ପ୍ରଚଳନର ୨୬୦୦ ବର୍ଷ ପୂର୍ବରୁ ଅର୍ଥର ପ୍ରଚଳନ ଥିଲା। ବିଭିନ୍ନ ରାଜତନ୍ତ୍ର, ସ୍ଥାନୀୟ ଶାସକ ଦୀର୍ଘ ବର୍ଷରୁ ମୁଦ୍ରାରେ କାରବାର କରିଆସୁଥିଲେ। ଆରବିଆଇଙ୍ର ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ ତଥା ସଚିବ ବାଜିଲ ଶେଖ୍‌ଙ୍କ ପୁସ୍ତକ ‘ଦି କଞ୍ଜରର୍ସ ଟ୍ରିକ୍, ଏବାଉଟ ଦି ଇଭୋଲ୍ୟୁସନ ଅଫ ଇଣ୍ଡିଆନ ପେପର ମନି’ରେ ଏ ସମ୍ପର୍କରେ ସୁନ୍ଦର ବାଖ୍ୟାନ ରହିଛି। ଭାରତରେ ୧୮୫୭ ସିପାହୀ ବିଦ୍ରୋହ ଇଂରେଜମାନଙ୍କ ସ୍ଥିତି ଦୋହଲାଇ ଦେଇଥିଲା। ବିଦ୍ରୋହ ମୁକାବିଲା ଲାଗି ଇଷ୍ଟ ଇଣ୍ଡିଆ କମ୍ପାନୀ ବିପୁଳ ପରିମାଣର ଋଣରେ ବୁଡି ଯାଇଥିଲା।  ଏଥିରେ ବ୍ରିଟିଶ ରାଜତନ୍ତ୍ର ଇଷ୍ଟ ଇଣ୍ଡିଆ କମ୍ପାନୀ ହାତରୁ ଭାରତର ଶାସନ ଛଡାଇ ନେବାରୁ ଋଣ କିଏ ସୁଝିବ ତାହା ହିଁ ଥିଲା ସେ ସମୟର ବଡ ପ୍ରଶ୍ନ। ସେତେବେଳେ ଭାରତ ନିଜର କୃତ୍ୟ ଲାଗି ଏହା ନିେଜ ବହନ କରିବ ବୋଲି ବ୍ରିଟିଶ ସରକାର ସ୍ପଷ୍ଟ କରିଥିଲେ ବୋଲି ଶେଖ୍‌ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଏଥିଲାଗି ୧୮୬୧ରେ ବ୍ରିଟିଶ ରାଜତନ୍ତ୍ର ପ୍ରଚଳନ କରିଥିବା କାଗଜ ମୁଦ୍ରା ଭାରତୀୟ ଆର୍ଥିକ ବ୍ୟବସ୍ଥା ପ୍ରତିଷ୍ଠା ଲାଗି ପରବର୍ତ୍ତି ସମୟରେ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଛି।