Newdelhi - The Sakala

ଦିଲ୍ଲୀର ଏକ ବେବି କେୟାର୍‌ ସେଣ୍ଟର୍‌ରେ ଭୟାବହ ଅଗ୍ନିକାଣ୍ଡ, ୭ ନବଜାତ ଶିଶୁ ମୃତ
ନୂଆଦିଲ୍ଲୀ: ଦିଲ୍ଲୀରେ ବଡ଼ ଅଘଟଣ । ଦିଲ୍ଲୀ ବିବେକ ବିହାରରେ ଥିବା ଏକ ବେବି କେୟାର୍‌ ସେଣ୍ଟର୍‌ରେ ଭୟାବହ ଅଗ୍ନିକାଣ୍ଡ। ମଧ୍ୟରାତିରେ ମେଡିକାଲରେ ଲାଗିଲା ନିଆଁ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ୭ ଶିଶୁଙ୍କ ଜୀବନ । ଅଗ୍ନିକାଣ୍ଡରେ ଅନେକ ଶିଶୁ ଆହତ ହୋଇଥିବା ଅନୁମାନ କରାଯାଉଛି। ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବେବି କେୟାର କେନ୍ଦ୍ରରେ‌ ଲାଗିଥିବା ନିଆଁ ନିକଟସ୍ଥ ଏକ ଆବାସିକ କୋଠାକୁ ମଧ୍ୟ ବ୍ୟାପି ଯାଇଥିଲା। ଏହି କୋଠାରୁ ୧୧-୧୨ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା |

ପୋଲିସ ଓ ଦମକଳ ବାହିନୀ ବେବି କେୟାର ସେଣ୍ଟରରୁ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲେ। ସେଥିରୁ ୭ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ପ୍ରାରମ୍ଭିକ ତଦନ୍ତରୁ ବେବି କେୟାର ସେଣ୍ଟର ନିକଟରେ ଥିବା ଆମ୍ବୁଲାନ୍ସରେ ଅକ୍ସିଜେନ ଗ୍ୟାସ ରିଫିଲିଂ ବେଳେ ବିସ୍ଫୋରଣର ହୋଇଥିଲା । ଅକ୍ସିଜେନ ସିଲିଣ୍ଡରରେ ବିସ୍ଫୋରଣ ଯୋଗୁଁ ହସ୍ପିଟାଲରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ଏହା ନିଶ୍ଚିତ ହୋଇନାହିଁ।

କର୍ତ୍ତବ୍ୟପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ବିଶ୍ୱ ଦେଖିଲା ଓଡ଼ିଶାର ମହାନ କଳା ସଂସ୍କୃତିର ଝଲକ। ସମ୍ୱଲପୁରୀ ନାଚଗୀତରେ ସମସ୍ତ ବିମୋହିତ ହୋଇଛନ୍ତି।

#WATCH | The #RepublicDay2024 tableau of Odisha takes part in the parade.

The tableau of the state depicts the achievements of women empowerment as well as the state's rich handicraft and handloom sector. pic.twitter.com/aH4LxHx8fz

— ANI (@ANI) January 26, 2024

ସୂଚନା ଅନୁଯାୟୀ, ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ହୋଇଥିଲା।  ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ସ୍ଥାନ ପାଇଥିଲା । ଏଥିରେ ରଘୁରାଜପୁର ଶିଳ୍ପୀଗ୍ରାମ ଓ ନାରୀ ସଶକ୍ତିକରଣକୁ ପ୍ରଦର୍ଶିତ କରାଯାଇଛି। ଏହାସହ ସମ୍ବଲପୁରୀ ଗୀତ ଓ ନାଚ ମଧ୍ୟ ପରିବେଷିତ ହୋଇଥିଲା। ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି ମଡେଲ୍ ପ୍ରସ୍ତୁତ ହୋଇଥିଲା।

ସଂସଦରେ ହଟ୍ଟଗୋଳ ପାଇଁ ୧୫ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି, ଲୋକସଭାରୁ ୧୪ ଏବଂ ରାଜ୍ୟସଭାରୁ ଜଣେ ସାଂସଦ ସସ୍‌ପେଣ୍ଡ
ନୂଆଦିଲ୍ଲୀ: ସଂସଦରେ ହଟ୍ଟଗୋଳ ତଥା ହୋ ହାଲ୍ଲା ପାଇଁ ସସ୍‌ପେଣ୍ଡ ହେଲେ ୧୫ ସାଂସଦ । ୧୫ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି । ଲୋକସଭାରୁ ୧୪ ଏବଂ ରାଜ୍ୟସଭାରୁ ଜଣେ ସାଂସଦ ସସ୍‌ପେଣ୍ଡ ହୋଇଛନ୍ତି । ନିଲମ୍ବିତ ସାଂସଦ ମଧ୍ୟରେ କଂଗ୍ରେସର ୫ ସାଂସଦ ଅଛନ୍ତି। ଗୃହରେ ହୋହାଲ୍ଲା ସହ ହଟ୍ଟଗୋଳ କରିବାରୁ ଲୋକସଭାର ୫ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ପାର୍ଲାମେଣ୍ଟର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲେ ସାଂସଦ । ନିଲମ୍ବିତ କଂଗ୍ରେସ ସାଂସଦ ହେଲେ ଟିଏନ ପ୍ରଥପନ, ହିବି ଇଡେନ, ଡିନ କୁରିଆକୋସ, ଜ୍ୟୋତିମଣି ଏବଂ ରାମ୍ୟା ହରିଦାଶ। ଶୀତକାଳୀନ ଅଧିବେଶନରୁ ବାକି କାର୍ଯ୍ୟ ଦିବସରୁ ନିଲମ୍ବିତ ହୋଇଛନ୍ତି ସାଂସଦ । ପୂର୍ବରୁ ଆଜି ସକାଳେ ରାଜ୍ୟସଭା ଟିଏମସି ସାଂସଦ ଡେରେକ ଓବ୍ରାୟନ ନିଲମ୍ବିତ ହୋଇଛନ୍ତି। ଡେରେଓ ଓବ୍ରାୟନଙ୍କ ନିଲମ୍ବନଙ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଟିଏମସି ସାଂସଦ ଡୋଲା ସେନ।

ଗତକାଲି ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ଉପରେ ଆଲୋଚନା କରିବାକୁ କଂଗ୍ରେସ ଓ ବିରୋଧୀ ସାଂସଦମାନେ ଦାବି କରୁଥିଲେ । ଏନେଇ କିଛି ସାଂସଦ ସଂସଦ ଭିତରେ ହୋ ହାଲ୍ଲା କରିବା ସହ ପ୍ରକୃତ ଦୋଷୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାକୁ ସଂସଦୀୟ କାର୍ଯ୍ୟ ପ୍ରଣାଳୀରେ ଅବୈଦ୍ଧ ଆଚରଣ ଭାବେ ଗଣନା କରାଯାଇ ସେମାନଙ୍କୁ ନିଲମ୍ବନ କରାଯାଇଛି ।

ରାଜଧାନୀ ଦିଲ୍ଲୀରେ ଛାତିଥରା ହତ୍ୟାକାଣ୍ଡ, ୩୫୦ ଟଙ୍କାକୁ କେନ୍ଦ୍ର କରି ଅଭିଯୁକ୍ତ ଭୁସିଲା ୬୦ ଥର ଛୁରୀ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଛାତିଥରା ହତ୍ୟାକାଣ୍ଡ । ଥରେ କି ଦୁଇ ଥର ନୁହେଁ, ଅଭିଯୁକ୍ତ ଭୁସିଲା ୬୦ ଥର ଛୁରୀ । କେବଳ ଏତିକି ନୁହେଁ ଛୁରୀ ଭୁସିବା ପରେ ଶବ ନିକଟରେ ଉନ୍ମତ୍ତ ଭାବେ ନାଚିଥିଲା ଅଭିଯୁକ୍ତ । ଲୋମହର୍ଷକ ଘଟଣାର ସବିଶେଷ ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ଉତ୍ତରପୂର୍ବ ଦିଲ୍ଲୀର ଓ୍ବେଲକମ ଏରିଆରେ ଘଟିଥିବା ଏହି ଘଟଣାରେ ଜଣେ ୧୮ ବର୍ଷ ଯୁବକଙ୍କୁ ୬୦ ଥର ଛୁରୀ ଭୁସିଥିଲା ଜଣେ ୧୬ ବର୍ଷ ବୟସ୍କ ଯୁବକ । ମୃତ ଯୁବକଙ୍କଠାରୁ ୩୫୦ ଟଙ୍କା ଛଡାଇ ନେବାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ହତ୍ୟା ପରେ ଶବକୁ ବି ଏକ ଗଳିକୁ ଅଭିଯୁକ୍ତ ଟାଣି ନେବାର ଭିଜୁଆଲ ହୋଇଛି କଏଦ । କେବଳ ଟଙ୍କା ଲୁଟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ଟଙ୍କା ଛଡାଇବା ପରେ ପ୍ରଥମେ ଅଭିଯୁକ୍ତଜଣକ ମୃତକଙ୍କ ତଣ୍ଟି ଚିପିବା ପରେ ୬୦ ଥର ଛୁରୀ ଭୁସିଥିଲା । ସେଥିରୁ ଅଧିକାଂଶ ଥର ସେ ମୃତକଙ୍କ ବେକରେ ଛୁରୀ ଭୁସିଥିଲା । ହତ୍ୟା ପରେ ଅଭିଯୁକ୍ତଜଣକ ଶବକୁ ଗୋଇଠା ବି ମାରିଥିଲା ।

ପୁଲିସର କହିବା ଅନୁଯାୟୀ, ଏହି ଦୁଇ ଜଣ ଯୁବକ ପରସ୍ପରକୁ ଜାଣି ନଥିଲେ। କେବଳ ଟଙ୍କା ଛଡାଇବାକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା। ପରେ ଅଭିଯୁକ୍ତଜଣକ ଏହି ନାରକୀୟ କାଣ୍ଡ ଘଟାଇଥିଲା । ଘଟଣା ଘଟିଛି ଗତ ମଙ୍ଗଳବାର ରାତି ୧୧ଟାରେ। ରାତି ୧୧ଟା ୧୫ରେ ପିସିଆର ନିକଟରେ ଏହି ହତ୍ୟାକାଣ୍ଡ ନେଇ ଖବର ପହଞ୍ଚିଥିଲା। ପୋଲିସ ଓ୍ବେଲକମ ଏରିଆର ଜନତା ମଜଦୂର କଲୋନିରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ବୋଲି କହିଛନ୍ତି ଡେପୁଟି ପୋଲିସ କମିଶନର ଜୟ ତିର୍କୀ । ଛୁରୀମାଡର ଶିକାର ହୋଇଥିବା ଯୁବକଙ୍କୁ ପ୍ରଥମେ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି। ଘଟଣାର ସିସିଟିଭି ଯାଞ୍ଚ ଚାଲିଛି ।

ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ
ନୂଆଦିଲ୍ଲୀ: ଦିଲ୍ଲୀ-ଜୟପୁର ହାଇୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ତେଲ ଟ୍ୟାଙ୍କର ଓ ପିକ୍-ଅପ୍ ଭ୍ୟାନ୍ ଧକ୍କା ହେବା ଫଳରେ ୪ଜଣ ପ୍ରାଣ ହରାଇଛନ୍ତି । ଶୁକ୍ରବାର ରାତିରେ ଦିଲ୍ଲୀ-ଜୟପୁର ହାଇୱେରେ ଗୁରୁଗ୍ରାମର ସିଦ୍ଧ୍ରାୱାଲି ଗ୍ରାମ ନିକଟରେ ଏକ ତେଲ ଟ୍ୟାଙ୍କର ଡିଭାଇଡର ସହିତ ପିଟି ହୋଇଥିଲା । ଗାଡିଟି ଡିଭାଇଡରରେ ପିଟି ହୋଇ ଏକ କାର ଏବଂ ପିକଅପ୍ ଭ୍ୟାନକୁ ଧକ୍କା ଦେଇଛି। ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଳାସପୁର ପୋଲିସ ଷ୍ଟେସନର ତଦନ୍ତକାରୀ ଅଧିକାରୀ ବିନୋଦ କୁମାରଙ୍କ କହିବାନୁସାରେ, ଜୟପୁରରୁ ଆସୁଥିବା ଏକ ତେଲ ଟାଙ୍କି ଡିଭାଇଡର ସହିତ ଧକ୍କା ହେବା ପରେ ଏକ କାରକୁ ଧକ୍କା ଦେଇଥିଲା । ଯାତ୍ରୀମାନେ ଜୟପୁର ଯାଉଥିବା ପୋଲିସ କହିଛି । କାର ଭିତରେ ଥିବା ସିଏନଜି ସିଲିଣ୍ଡର ଯୋଗୁଁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ନିଆଁ ତୁରନ୍ତ ଲାଗିଯାଇଥିଲା । ନିଆଁ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ଭ୍ୟାନ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

‘ମନି ଲଣ୍ଡରିଙ୍ଗ୍‌’ ମାମଲା: ‘ଆପ୍‌’ ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ‘ଆପ୍‌’ ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ । ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ୬ ସପ୍ତାହ ପାଇଁ ବେଲ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅସୁସ୍ଥତା ଯୋଗୁ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ସର୍ତ୍ତମୂଳକ ଜାମିନ ଦେଇଛନ୍ତି କୋର୍ଟ । ହେଲେ ଏହି ସମୟରେ ବିନା ଅନୁମତିରେ ସେ ଦିଲ୍ଲୀ ଛାଡ଼ି ଯାଇ ପାରିବେ ନାହିଁ କିମ୍ବା ଗଣମାଧ୍ୟମରେ କୌଣସି ବିବୃତି ଦେଇପାରିବେ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଜେଲ୍ ଓ୍ବାସରୁମରେ ପଡ଼ି ଆହତ ହୋଇଥିଲେ ଜୈନ । ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଯୋଗୁ ଦିଲ୍ଲୀର LNJP ହସ୍ପିଟାଲରେ ICUରେ ଭର୍ତ୍ତି କରାଯାଇଛି । ୨୦୨୨ ମେ’ ମାସରୁ ତିହାର ଜେଲରେ ଥିଲେ ସତ୍ୟେନ୍ଦ୍ର ଜୈନ ।

ମୁଖ୍ୟମନ୍ତ୍ରୀଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତର ଆଜି ତୃତୀୟ ଦିନ, ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ଉପସ୍ଥାପନ କରିବେ ନବୀନ
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତର ଆଜି ତୃତୀୟ ଦିନ। ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା ସହିତ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର ସମ୍ଭାବନା ରହିଛି । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ଉପସ୍ଥାପନ କରିବେ ନବୀନ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ରାଜ୍ୟ ସ୍ବାର୍ଥ ଦାବି ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ବିଶେଷକରି ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଦାବି କରିଛନ୍ତି ନବୀନ। ୨୦୨୨ ସେପ୍ଟେମ୍ବରରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ସାଇଟ୍ କ୍ଲିୟରାନ୍ସ ପ୍ରସ୍ତାବ ଅନୁମୋଦନ ଅପେକ୍ଷାରେ ପଡ଼ିରହିଛି । ଭୁବନେଶ୍ବର ବିମାନବନ୍ଦରରେ ଧୀରେ ଧୀରେ ଏୟାର ଟ୍ରାଫିକ ବୃଦ୍ଧି ପାଉଥିବାରୁ ପୁରୀ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ ପଡ଼ି ରହିଥିବା ପ୍ରସ୍ତାବକୁ ତୁରନ୍ତ ମଂଜୁର କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।

ସେହିପରି ଭାରତ ନେଟ୍ ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଉଦ୍ୟମୀ ଯୋଜନାରେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ୫ଟି ମାଗଣା ନେଟ୍ ସଂଯୋଗୀକରଣ ଦ୍ବିତୀୟ ପର୍ଯ୍ୟାୟରେ ସାମିଲ କରିବାକୁ ଦାବି କରିଥିଲେ । ଭାରତ ନେଟର ଲିନିୟର ନେଟଓ୍ବର୍କକୁ ରିଙ୍ଗ୍ ନେଟଓ୍ବର୍କରେ ପରିଣତ କରି ସବୁ ଜିଲ୍ଲା ଓ ରାଜଧାନୀକୁ ଯୋଡ଼ିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଟେଲିକମ୍ ବିଭାଗ ଖାରଜ କରିଦେଇଛି । ଓଡ଼ିଶା ବାରମ୍ବାର ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟର ଶିକାର ହେଉଥିବାରୁ ରିଙ୍ଗ୍ ନେଟଓ୍ବର୍କ ନେଇ ତୁରନ୍ତ ନିଷ୍ପତ୍ତି ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଥିଲେ ନବୀନ । ୨୦୧୭-୧୮ରୁ ୮ଟି ଜାତୀୟ ରାଜପଥ ପ୍ରକଳ୍ପ ଅସଂପୂର୍ଣ୍ଣ ଅବସ୍ଥାରେ ପଡିରହିଛି । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ରାଜ୍ୟର ୬ ହଜାର ୭୯୮ ପଞ୍ଚାୟତରୁ ୨ ହଜାର ୮୪୪ ପଞ୍ଚାୟତ ଅର୍ଥାତ ୪୨ ପ୍ରତିଶତ ପଞ୍ଚାୟତରେ ୫ ହଜାର ୭୭୪ରେ ବ୍ୟାଙ୍କ ଶାଖା ରହିଛି । ବଳକା ୫୮ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କର ସ୍ଥାୟୀ ଶାଖା ନାହିଁ । ଯଦିଓ ଲୋକଙ୍କ ସୁବିଧା ପାଇଁ ବ୍ୟବସାୟିକ ପ୍ରତିନିଧିଙ୍କୁ ଦାୟିତ୍ବ ଦିଆଯାଇଛି, ହିତାଧିକାରୀମାନେ କିନ୍ତୁ ପଇସା ଉଠାଇ ପାରୁନାହାନ୍ତି । ରାଜ୍ୟର ସବୁ ପଞ୍ଚାୟତରେ ଦୁଇ ବର୍ଷ ମଧ୍ୟରେ ବ୍ୟାଙ୍କର ସ୍ଥାୟୀ ବ୍ରାଞ୍ଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ସେହିଭଳି ବ୍ୟାଙ୍କକୁ ଯାଇପାରୁନଥିବା ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ପେନସନ୍ ଓ ଅନ୍ୟାନ୍ୟ ଭତ୍ତା ଉଠାଣରେ ରିହାତି ଯୋଗାଇ ଦେବାକୁ ଦାବି କରିଥିଲେ ନବୀନ । ଆସନ୍ତାକାଲି ନବୀନ ଓଡ଼ିଶା ଫେରିବା କାର୍ଯ୍ୟକ୍ରମ ରହିଛି ।

ତିହାର ଜେଲରେ ଗ୍ୟାଙ୍ଗଓ୍ବାର; ବିରୋଧୀ ଗ୍ୟାଙ୍ଗ୍ କଏଦୀଙ୍କ ଆକ୍ରମଣରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ତିଲୁ ତାଜପୁରିଆ ମୃତ
ନୂଆଦିଲ୍ଲୀ: ତିହାର ଜେଲରେ ଗ୍ୟାଙ୍ଗଓ୍ଵାର । ଏହି ଗ୍ୟାଙ୍ଗଓ୍ଵାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ତିଲୁ ତାଜପୁରିଆକୁ ହତ୍ୟା କରାଯାଇଛି । ତିହାର ଜେଲରେ ଦୁଇ ଗ୍ୟାଙ୍ଗ୍ ସଦସ୍ୟଙ୍କ ମଧ୍ୟରେ ବିବାଦ ଆଉ ପରେ ଘଟିଛି ଏହି ହତ୍ୟା । ଜେଲ ଭିତରେ ଥିବା ତା’ର ବିପକ୍ଷ ଗୋଷ୍ଠୀର ସଦସ୍ୟମାନେ ତାକୁ ଲୁହା ରଡ୍‌ରେ ପିଟି ପିଟି ମାରି ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆଜି ସକାଳେ ତିହାର ଜେଲରେ ଟିଲୁ ତାଜପୁରିଆ ଉପରେ ଆକ୍ରମଣ ହୋଇଥିଲ । ଯୋଗେଶ ଟୁଣ୍ଡା ଏବଂ ତା’ର ସାଥି ଦୀପକ ତିତର ଲୁହା ରଡରେ ତିଲୁ ଉପରେ ଆକ୍ରମଣ କରିଥିଲେ । ତିହାର ଜେଲ୍ ପ୍ରଶାସନ ତାଙ୍କୁ ଗୁରୁତର ଅବସ୍ଥାରେ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତିଲୁର ମୃତ୍ୟୁ ଘଟିଛି । ୨୦୨୧ ଦିଲ୍ଲୀର ରୋହିଣୀ କୋର୍ଟ ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ଟିଲୁ ।

ଜେଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେଲ୍ ନମ୍ବର ୮ର ଯୋଗେଶ ଟୁଣ୍ଡା ନାମକ ଜଣେ କଏଦୀ ଜେଲ୍ ନମ୍ବର-୯ର ଅନ୍ତେବାସୀ ଟିଲୁକୁ ଲୁହା ରଡରେ ହଠାତ୍ ଆକ୍ରମଣ କରିଥିଲା । ଏହି ଘଟଣାରେ ଆଉ ଜଣେ କଏଦୀ ମଧ୍ୟ ଆହତ ହୋଇଥିଲେ ।