Anganwadi Center - The Sakala

ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ, କେତେ ଟଙ୍କା ବଢ଼ିଲା ଜାଣନ୍ତୁ...
ଭୁବନେଶ୍ୱର: ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ । ଅଙ୍ଗନବାଡି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ । ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନାରେ ପ୍ରିସ୍କୁଲ ପିଲାଙ୍କ ପୋଷାକର ମୂଲ୍ୟ ବଢ଼ାଯାଇଛି । ବାଳକଙ୍କ ପୋଷାକ ମୂଲ୍ୟ ୧୦୦ରୁ ବଢ଼ି ୧୭୫ ଟଙ୍କା ହୋଇଥିବାବେଳେ ବାଳିକାଙ୍କ ପୋଷାକ ପାଇଁ ୧୫୦ରୁ ବଢ଼ି ୨୨୫ ଟଙ୍କା ହୋଇଛି । ସେହିପରି ଜୋତା ପାଇଁ ଖର୍ଚ୍ଚ ହେଉଥିବା ୧୦୦ ଟଙ୍କାରୁ ବଢ଼ି ୧୫୦ ଟଙ୍କା ହୋଇଛି । ଆଜି ମହିଳା ଓ ଶିଶୁ ବିକାଶର ଏକ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।

ସୂଚନା ମୁତାବକ, ୩ ରୁ ୬ ବର୍ଷ ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ୟୁନିଫର୍ମ ଡ୍ରେସ୍, ଜୋତା ଓ ମୋଜା ଏବଂ ପ୍ଲେଟରର ମୂଲ୍ୟରେ ଓଡ଼ିଶା ସରକାର ଏକ ସଂଶୋଧନ ପାଇଁ ଅନୁମୋଦନ କରିଛନ୍ତି । କପଡ଼ାର କ୍ରମାଗତ ବର୍ଦ୍ଧିତ ମୂଲ୍ୟ, ସିଲେଇ ଖର୍ଚ୍ଚ, ପରିବହନ ବ୍ୟୟକୁ ଦୃଷ୍ଟିରେ ରଖି ଏବଂ ଛୋଟ ପିଲାମାନଙ୍କୁ ପ୍ରଦାନ କରାଯାଉଥିବା ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀର ଗୁଣବତ୍ତା ବଜାୟ ରଖିବା ପାଇଁ ଏହି ସଂଶୋଧନ କରାଯାଇଛି। ଏହି ସଂଶୋଧିତ ମୂଲ୍ୟ ୨୦୨୬-୨୭ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ ।

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରରେ 'ଶିଶୁ ସଞ୍ଜୀବନୀ’ର ଶୁଭାରମ୍ଭ, ଉପକୃତ ହେଉଛନ୍ତି ୬୦୦ରୁ ଅଧିକ ପିଲା
ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ କାଶୀପୁର ଏବଂ ଭବାନୀପାଟଣାର ୨୫ଟି ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ସଞ୍ଜୀବନୀ ନାମକ ଏକ ପୁଷ୍ଟିକର ପରିପୂରକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଶିଶୁମାନଙ୍କ କଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ଯାହାଦ୍ୱାରା ୩ରୁ ୬ ବର୍ଷ ବୟସର ୬୦୦ରୁ ଅଧିକ ପିଲା ଉପକୃତ ହେଉଛନ୍ତି।

ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଦ୍ୱାରା ବିକଶିତ ଶିଶୁ ସଞ୍ଜୀବନୀ ଆଇସିଏମ୍ଆର୍-ଏନ୍ଆଇଏନ୍ ନିର୍ଦ୍ଦେଶାବଳୀ ଅନୁଯାୟୀ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱରେ ସମୃଦ୍ଧ, ଯାହା ଅଙ୍ଗନବାଡି କର୍ମୀଙ୍କ ଜରିଆରେ ନିରାପଦ ଏବଂ ନିୟମିତ ପୁଷ୍ଟିକର ଖାଦ୍ୟ ଗ୍ରହଣ ସୁନିଶ୍ଚିତ କରିଥାଏ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କର ପୁଷ୍ଟିକର ମୂଳଦୁଆକୁ ଶୈଶବରୁ ସୁଦୃଢ଼ କରିବା, ଅପପୁଷ୍ଟି ହ୍ରାସ କରିବା ଏବଂ ସାମଗ୍ରିକ ବିକାଶକୁ ସମର୍ଥନ କରିବା।

ଏହି କାର୍ଯ୍ୟକ୍ରମ ବେଦାନ୍ତର ଫ୍ଲାଗସିପ୍ କାର୍ଯ୍ୟକ୍ରମ ନନ୍ଦ ଘରକୁ ପରିପୂରକ କରୁଛି, ଯାହା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ସହଭାଗିତାରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନର ପକ୍ଷରୁ ୨୦୧୫ ରେ ଆରମ୍ଭ ହୋଇଥିଲା | ନନ୍ଦ ଘର ମାଧ୍ୟମରେ, ବେଦାନ୍ତ ଦେଶବ୍ୟାପୀ ଅଙ୍ଗନବାଡି ଭିତ୍ତିଭୂମିର ଆଧୁନିକୀକରଣ କରିଛି, ନିରାପଦ ଏବଂ ସୁସଜ୍ଜିତ ପ୍ରାରମ୍ଭିକ ଶିକ୍ଷା ସୃଷ୍ଟି କରିଛି। କେବଳ ଓଡ଼ିଶାରେ ୫୩୧ଟି ନନ୍ଦ ଘର ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଏବଂ ଘରକୁ ରାସନ ପ୍ରଦାନ, ସହାୟକ ନର୍ସମାନଙ୍କ ମାଧ୍ୟମରେ ମୌଳିକ ସ୍ୱାସ୍ଥ୍ୟସେବା ଏବଂ ମହିଳାମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପ୍ରଦାନ କରିଥାଏ।

ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, ଏହି ପଦକ୍ଷେପ ଶୈଶବ ପୋଷଣକୁ ମଜବୁତ କରିବା ଏବଂ ସାମଗ୍ରିକ ଗୋଷ୍ଠୀ ବିକାଶକୁ ସମର୍ଥନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହି ପ୍ରୟାସ ମାଧ୍ୟମରେ, ଆମେ ରାଷ୍ଟ୍ରୀୟ ପୋଷଣ ମାସର ଦେଶବ୍ୟାପୀ ଦୃଷ୍ଟିକୋଣ ସହିତ ଯୋଡ଼ି ହୋଇଛୁ, ଯାହା ସୁନିଶ୍ଚିତ କରୁଛି ଯେ ପିଲାମାନେ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଦୃଢ଼ ମୂଳଦୁଆ ପାଇ ପାରିବେ ।

ରାୟଗଡ଼ାର କାଶୀପୁର ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧିକାରୀ ଜ୍ୟୋସ୍ନା ବାରିକ୍ କହିଛନ୍ତି ଯେ ବେଦାନ୍ତର ଏଭଳି ପଦକ୍ଷେପ ପିଲାମାନଙ୍କ ପାଇଁ ବହୁତ ସହାୟକ ହୋଇଛି। ଲଡ଼ୁ ପୁଷ୍ଟିକର ଏବଂ ପିଲାମାନେ ଏହାକୁ ଆଗ୍ରହର ସହ ଗ୍ରହଣ କରନ୍ତି ଏବଂ ଆମେ ଅନୁଭବ କରୁଛୁ ଯେ ସେମାନେ ଅଙ୍ଗନବାଡ଼ିରେ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ପାଉଛନ୍ତି।

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରର କ୍ରୀଡା ଏବଂ ସଂସ୍କୃତିରେ ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ପରିଚାଳନା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସହଯୋଗ କରି, କମ୍ପାନୀ ନିଶ୍ଚିତ କରୁଛି ଯେ ଏହାର ସକରାତ୍ମକ ପରିଚାଳନା ବାସ୍ତବ ସାମାଜିକ-ଅର୍ଥନୈତିକ ପ୍ରଗତି ଦିଗରେ ଆଗେଇ ନେବ।

‘AWSOME’ ଆପ୍ ଜରିଆରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ତଦାରଖ କରାଯାଉଛି: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ମୋଟ ୭୪,୨୨୪ଟି ଅଙ୍ଗନଓ୍ୱାଡି କେନ୍ଦ୍ର ଅଛି । ସେଥିମଧ୍ୟରୁ ୨୦୧୫୦ଟି ଅଙ୍ଗନଓ୍ୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ୩୮୯୦ ଅଙ୍ଗନଓ୍ୱାଡି କେନ୍ଦ୍ର ଭଡ଼ା ଘରେ ଚାଲୁଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେହିପରି ମନ୍ତ୍ରୀ ଆହୁର ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୫୦ଟି ଅଙ୍ଗନଓ୍ୱାଡ଼ି କେନ୍ଦ୍ର ପାଇଁ ୧୨ ଲକ୍ଷ ହିସାବରେ ୬ କୋଟି ଟଙ୍କାର ମଞ୍ଜୁର ହୋଇଛି । ଗୋଟିଏର ଅଙ୍ଗନବାଡ଼ି କାର୍ଯ୍ୟ ଆରମ୍ଭ ହୋଇଛି। ଏ ସବୁ ଅଙ୍ଗନବାଡ଼ି କେନ୍ଦ୍ର ସହରାଞ୍ଚଳରେ ଉଦ୍ଦିଷ୍ଟ। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି ଚିହ୍ନଟ ହୋଇସାରିଛି। ରାଜ୍ୟରେ ଏବେ ୩୮୯୦ଟି ଅଙ୍ଗନବାଡି କେନ୍ଦ୍ର ଭଡା ଘରେ ଚାଲୁଛି। ୧୦୪୬୯ଟି ଅଙ୍ଗନବାଡି କମ୍ୟୁନିଟି ସେଣ୍ଟରରେ ଚାଲିଛି। ବାକି ୪୫୭୪ଟି ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଘରେ ଚାଲିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ସେହିପରି 'AWSOME ' ଆପ ଦ୍ବାରା ଅଙ୍ଗନଓ୍ୱାଡି କେନ୍ଦ୍ରର ତଦାରଖ କରାଯିବ । ଜିଓ ଟାଗ୍‌ ଫଟୋ ସେଥିରେ ଅପଲୋଡ୍‌ ହେଉଛି । କେଉଁ କେନ୍ଦ୍ରରେ କିପରି କାର୍ଯ୍ୟ ହେଉଛି । ଏହି ଆପ୍‌ ଦ୍ୱାରା ତଦାରଖ ହେଉଛି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅତ୍ୟାଧୁନିକ କରିବା ପାଇଁ 'ସକ୍ଷମ ଅଙ୍ଗନବାଡ଼ି' ଯୋଜନା ହାତକୁ ନିଆଯାଇଛି । ଯେଉଁ କେନ୍ଦ୍ରଗୁଡ଼ିକର ନିଜସ୍ୱ ଘର, ବିଜୁଳି ଏବଂ ପାଣିର ସୁବିଧା ଉପଲବ୍ଧ ଅଛି, ସେଗୁଡ଼ିକୁ 'ସକ୍ଷମ ଅଙ୍ଗନବାଡ଼ି' ଭାବେ ଘୋଷଣା କରାଯିବ । ୧୨୧୪୦ ସକ୍ଷମ ଅଙ୍ଗନଓ୍ୱାଡି କେନ୍ଦ୍ରରେ ପରିଣତି କରିବାକୁ ପ୍ରସ୍ତାବ ଦିଆଯାଇଛି । ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଉନ୍ନତୀକରଣ ପାଇଁ ପ୍ରତ୍ୟେକ କେନ୍ଦ୍ରକୁ ମୋଟ ୮୪,୦୦୦ ଟଙ୍କା ଯୋଗାଇ ଦିଆଯାଉଛି । ସକ୍ଷମ ଅଙ୍ଗନବାଡ଼ିରେ Led ଟିଭି ପାଇଁ ୨୫ ହଜାର, RO ପାଇଁ ୧୦ ହଜାର, ପୋଷଣ ପାଇଁ ୧୦ ହଜାର ଟଙ୍କା ବିନିଯୋଗ ହେବ ।

ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର, ବାର୍ଷିକ ଅତିରିକ୍ତ ୧୮.୭୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟର ୨୮୩୬ ମିନି ଅଙ୍ଗନବାଡିକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କୀତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ୭୪୧୫୪ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୧୦୪୧୬ ମିନି ଅଙ୍ଗନବାଡି ଥିଲା । ତନ୍ମଧ୍ୟରୁ ୨୮୩୬ ମିନି ଅଙ୍ଗନବାଡି ଏବେ ଉନ୍ନୀତ ହେଲା ।

ଏହାସହିତ ଏହି ଅଙ୍ଗନବାଡି କେନ୍ଦ୍ର ଗୁଡିକର ବିଭିନ୍ନ କାର୍ୟ୍ୟ ପରିଚାଳନା ପାଇଁ ଯଥା – ଔଷଧ, ଆସବାବପତ୍ର ଓ ପ୍ରଶାସନିକ ଖର୍ଚ୍ଚ ତୁଲାଇବା ପାଇଁ ଅଧିକ ପାଣ୍ଠିର ବ୍ୟବସ୍ଥା ମଧ୍ୟ କରାଯିବ । ଏଥିପାଇଁ ସାରା ରାଜ୍ୟରେ ୧୧୪ଟି ସୁପର ଭାଇଜର ପଦବୀ ସୃଷ୍ଟି କରାଯାଇଛି । ଏହି ଅପଗ୍ରେଡେସନ ସହିତ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କୁ ସହାୟତା କରିବା ପାଇଁ ଜଣେ ଜଣେ ଅଙ୍ଗନବାଡି ସହାୟକ ନିଯୁକ୍ତ କରାଯିବ । ଏହିପରି ୨୮୩୬ ଅଙ୍ଗନବାଡି ସହାୟକଙ୍କୁ ନିଯୁକ୍ତ କରାଯିବ ଏବଂ ଏହାସହିତ ୨୮୩୬ ମିନି ଅଙ୍ଗନବାଡି କର୍ମୀ ପଦବୀକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କର୍ମୀ ପଦବୀ ସୃଷ୍ଟି କରାଯିବ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୧୮,୭୫,୪୧,୪୪୦ ଟଙ୍କା ଖର୍ଚ୍ଚ କରିବେ ।