ANI - The Sakala
ନୂଆଦିଲ୍ଲୀ:  ମୁହାଁମୁହିଁ ସ୍ଥିତରେ ଏଏନଆଇ ଓ ୟୁଟ୍ୟୁବର। ଖବର ସରବରାହ ସଂସ୍ଥା ଏସିଆନ ନ୍ୟୁଜ ଇଣ୍ଟରନ୍ୟାସନାଲ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଣ୍ଟେଣ୍ଟ କ୍ରିଏଟର। ଏଏନଆଇ ୟୁଟ୍ୟୁବର କପିରାଇଟ ଷ୍ଟ୍ରାଇକ ସିଷ୍ଟମକୁ ଦୁରୁପଯୋଗ କରିବା ସହ ଲୋକପ୍ରିୟ ୟ୍ୟୁଟ୍ୟୁବରଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରୁଥିବା ନେଇ କଣ୍ଟେଣ୍ଟ କ୍ରିଏଟରମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ୟୁଟ୍ୟୁବର କପିରାଇଟ ଷ୍ଟ୍ରାଇକ ସିଷ୍ଟମକୁ ଢାଲ କରି ଏଏନଆଇ ଏକ ପ୍ରକାର ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଛି। ଜଣାଶୁଣା ୟୁଟ୍ୟୁବର ମୋହକ ମଙ୍ଗଳ ଦାବି କରିଛନ୍ତି ଯେ, କେବଳ ୧୧ ସେକେଣ୍ଡ ଏବଂ ୯ ସେକେଣ୍ଡର ଫୁଟେଜ ବ୍ୟବହାର ପାଇଁ ଏଏନଆଇ ତାଙ୍କ ଚ୍ୟାନେଲରେ କପିରାଇଟ ଷ୍ଟ୍ରାଇକ ଦେଇଛି। କେବଳ ମୋହକ ମଙ୍ଗଳ ନୁହଁନ୍ତି ଏକାଧିକ ୟୁଟ୍ୟୁବରଙ୍କୁ ଏଏନଆଇ କପିରାଇଟ ଷ୍ଟ୍ରାଇକ ଦେଇଛି। ଆଉ ଷ୍ଟ୍ରାଇକ ହଟାଇବା ପାଇଁ ମୋଟା ଅଙ୍କର ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି।
ଭାରତୀୟ କପିରାଇଟ ଆଇନ ଅନୁଯାୟୀ, ସମାଲୋଚନା, ବିଶ୍ଲେଷଣ ଏବଂ ରିପୋର୍ଟିଂ ପାଇଁ ସୀମିତେ ମାତ୍ରାରେ କପିରାଇଟ ସାମଗ୍ରୀ ବ୍ୟବହାର କରାଯାଇପାରିବ। ଅର୍ଥାତ ଅନ୍ୟର ଭିଡିଓକୁ ନିଜ କଂଟେଟରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ବ୍ୟବହାର ଅନୁମତି ଥାଏ। ଯାହାକୁ ଭାରତୀୟ କପିରାଇଟ ଆଇନ ଅନୁଯାୟୀ ଫେୟାର ୟୁଜ୍‌ ବୋଲି କୁହାଯାଏ। କିନ୍ତୁ ୟୁଟ୍ୟୁବର କପିରାଇଟ ପଲିସିକୁ ଏଏନଆଇ କଂଟେଟ କ୍ରିୟଟରଙ୍କୁ ଆର୍ଥିକ ଶୋଷଣ କରିବାରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ୟୁଟ୍ୟୁବର କପିରାଇଟ ପଲିସି ଅନୁସାରେ, ଯଦି ଜଣଙ୍କ ଚ୍ୟାନେଲରେ ୩ଟି କପିରାଇଟ ଷ୍ଟ୍ରାଇକ ଲାଗେ ତେବେ ଉକ୍ତ ଚ୍ୟାନେଲଟି ସବୁଦିନ ପାଇଁ ଡିଲିଟ ହୋଇଯିବ। ମୋହକ ମଙ୍ଗଲଙ୍କ ଅଭିଯୋଗ ଅନୁଯାୟୀ, ମାତ୍ର ୧୧ ସେକେଣ୍ଡ ଏବଂ ୯ ସେକେଣ୍ଡର ଫୁଟେଜ ବ୍ୟବହାର ପାଇଁ ଏଏନଆଇ ତାଙ୍କ ଚ୍ୟାନେଲରେ ୨ଟି ଷ୍ଟ୍ରାଇକ ଲଗାଇଛି। ଆଉ ଗୋଟିଏ ଷ୍ଟ୍ରାଇକ ଲାଗିଲେ ତାଙ୍କ ଚ୍ୟାନେଲ ଡିଲିଟ ହେବାର ସମ୍ଭାବନା ରହିଛି। ଆଉ ଏହି ଷ୍ଟ୍ରାଇକ ଉଠାଇବା ପାଇଁ ଏଏନଆଇ ମୋହକ ମଙ୍ଗଲଙ୍କ ଠାରୁ ୪୫-୫୦ ଲକ୍ଷ ଟଙ୍କା ଦାବି କରୁଥିବା ସେ ଅଭିଯୋଗ କରିଛନ୍ତି।
ଏଏନଆଇର ଏହି ଶୋଷଣ ବିରୋଧରେ ମୋହକଙ୍କ ସାଥିରେ ଠିଆ ହୋଇଛନ୍ତି ଅନ୍ୟ ଲୋକପ୍ରିୟ ୟୁଟ୍ୟୁବର। ଦ୍ରୁଭ ରାଠୀ, ନୀତିଶ ରାଜପୁତ, କୁନାଲ କାମ୍ରା, ଏବଂ ମହେଶ କେଶବାଲାଙ୍କ ପରି ୟୁଟ୍ୟୁବରମାନେ ମୋହକଙ୍କୁ ସମର୍ଥନ କରିଛନ୍ତି। ଆଉ ଜଣେ ୟୁଟ୍ୟୁବର ମହେଶ କେଶବାଲା ଅଭିଯୋଗ କରିଛନ୍ତି ଯେ, ସେ ବ୍ୟବହାର କରିଥିବା ୨ ସେକେଣ୍ଡର ଫୁଟେଜ ପାଇଁ ଏଏନଆଇ ତାଙ୍କଠାରୁ ୧୫ ଲକ୍ଷ ଟଙ୍କା ଦାବି କରିଛନ୍ତି। ୟୁଟ୍ୟୁବର ଏବଂ ଏଏନଆଇ ମଧ୍ୟରେ ଲାଗି ରହିଥିବା ଏହି ବିବାଦ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ମୋହକ ମଙ୍ଗଳ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଚିଠି ଲେଖି ଘଟଣାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ସେପଟେ ଏଏନଆଇ ଦାବି କରିଛି ଯେ, ନିଜର କପିରାଇଟ କଂଟେଟକୁ ସୁରକ୍ଷା ଦେବା ପାଇଁ ସେ ଆଇନଗତ ଅଧିକାର ବ୍ୟବହାର କରୁଛନ୍ତି। ୟୁଟ୍ୟୁବରମାନେ ତାଙ୍କର ଭିଜୁଆଲ ବ୍ୟବହାର କରି ଆର୍ଥିକ ଲାଭ କରୁଛନ୍ତି, ତେଣୁ ଲାଇସେନ୍ସ ଫି ଦେବା ଆବଶ୍ୟକ ବୋଲି ଏଏନଆଇ ଯୁକ୍ତି ବାଢିଛି।
ବିବାଦକୁ ନେଇ ଭାରତରେ ଡିଜିଟାଲ କଂଟେଟ କ୍ରିଏଟର ଏବଂ କପିରାଇଟ ଆଇନ ସମ୍ପର୍କରେ ନିର୍ଦ୍ଦିଷ୍ଟ ଆଇନ ଆସିବା ଆବଶ୍ୟକ ବୋଲି ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିଛନ୍ତି ଅନେକ ୟୁଜର୍ସ।
ନୂଆଦିଲ୍ଲୀ : ଭାରତର ସବୁଠୁ ବଡ଼ ନ୍ୟୁଜ୍ ଏଜେନ୍ସି ANIର ଆକାଉଣ୍ଟକୁ ଲକ୍ କରିଦେଇଛି ଟ୍ବିଟର। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ଚଳାଇବା ପାଇଁ ସର୍ବନିମ୍ନ ବୟସ ମାନଦଣ୍ଡ ପୂରଣ ନକରିବାରୁ ଟ୍ୱିଟର ଏସୀୟ ନ୍ୟୁଜ୍ ଇଣ୍ଟରନ୍ୟାସନାଲ (ANI) ର ଆକାଉଣ୍ଟକୁ ଳକ୍‌ କରିଥିବା କାରଣରେ ଦର୍ଶାଇଛି। ଏନେଇ ANI ସମ୍ପାଦକ ସ୍ମିତା ପ୍ରକାଶ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଟ୍ବିଟରେ ANIର ଆକାଉଣ୍ଟ ଦୃଶ୍ୟମାନ ଦେଉନାହିଁ। ANIର ଏହି ଟ୍ବିଟର ଆକାଉଣ୍ଟରେ ୭୬ ଲକ୍ଷରୁ ଅଧିକ ଫଲୋଅର୍ସ ରହିଥିଲେ।
Attention @TwitterSupport @TwitterIndia can you restore the ANI handle please. We are not under 13years of age! https://t.co/50ZJShiZRs
— Smita Prakash (@smitaprakash) April 29, 2023
ANI ସମ୍ପାଦକ ସ୍ମିତା ପ୍ରକାଶ ଟ୍ବିଟ ମାଧ୍ୟମରେ ଟ୍ବିଟର ପକ୍ଷରୁ ANIର ଆକାଉଣ୍ଟ ବ୍ଳକ ପରେ ପଠାଯାଇଥିବା ମେଲର ସ୍କ୍ରିନସଟ ସେୟାର କରିବା ସହ ANI ର ଟ୍ବିଟର ହ୍ୟାଣ୍ଡେଲ ଲକ୍ ହୋଇଥିବାର ଏକ ଫଟୋ ସେୟାର କରିଛନ୍ତି। ମେଲରେ ଲେଖା ଅଛି, “ଏକ ଟ୍ୱିଟର ଆକାଉଣ୍ଟ ଖୋଲିବାକୁ, ଆପଣଙ୍କୁ ଅତି କମରେ ୧୩ ବର୍ଷ ହୋଇଥିବା ଆବଶ୍ୟକ | ଟ୍ୱିଟର ସ୍ଥିର କରିଛି ଯେ ତୁମେ ଏହି ବୟସ ଆବଶ୍ୟକତା ପୂରଣ କରୁନାହଁ, ତେଣୁ ତୁମର ଆକାଉଣ୍ଟ ଲକ୍ ହୋଇଯାଇଛି ଏବଂ ଟ୍ୱିଟରରୁ ହଟାଇଦିଆଯାଇଛି। ”
ANI ର ଟ୍ୱିଟର ଆକାଉଣ୍ଟ ଅଦୃଶ୍ୟ ହେବାର କିଛି ମିନିଟ୍ ପରେ, ସ୍ମିତା ପ୍ରକାଶ ଟ୍ୱିଟ୍ କରି କହିଛନ୍ତି, “ଯେଉଁମାନେ ANI  ଖବରକୁ ଅନୁସରଣ କରନ୍ତି ସେମାନଙ୍କ ପାଇଁ ଏକ ଖରାପ ଖବର, ଟ୍ୱିଟର ଭାରତର ସର୍ବବୃହତ ସମ୍ବାଦ ଏଜେନ୍ସିକୁ ଲକ୍‌ କରିଦେଇଛି। ଯେଉଁଥିରେ ୭୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ଏବଂ ଏହି ମେଲ୍ ପଠାଇଛନ୍ତି । ଆମର ବୟସ ୧୩ବର୍ଷରୁ କମ୍! ପ୍ରଥମେ ଆମର ଗୋଲଡେନ୍‌ ଟିକ୍‌କୁ ନେଇଥିଲେ। ଏହାପରେ ଆମେ ନୀଳ ଟିକ୍‌କୁ ଫେରିଥିଲୁ। କିନ୍ତୁ ଏବେ ଆମର ଆକାଉଣ୍ଟକୁ ହିଁ ଲକ୍‌ କରିଦେଲେ ବୋଲି ANI ସମ୍ପାଦକ ସ୍ମିତା ପ୍ରକାଶ ଟ୍ବିଟରେ ଲେଖିଛନ୍ତି।