odianws - The Sakala
ସୀତାକୁଣ୍ଡରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ତଥା ଶିମିଳିପାଳ ପାଦଦେଶର ଜଳପ୍ରପାତ ସୀତାକୁଣ୍ଡରୁ ରବିବାର ସନ୍ଧ୍ୟାରେ ଜଣେ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ସନ୍ତୋଷ ଯାଦବ, ବୟସ ଆନୁମାନିକ ୩୭ବର୍ଷ କୁହାଯାଉଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ସଦର ଥାନା ପୁଲିସ ଅଗ୍ନିଶମ ବାହିନୀ ସହାୟତାରେ କୁଣ୍ଡ ଭିତରୁ ତାଙ୍କୁ ଉଦ୍ଧାର କରି ପିଆର ଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଛି । ସନ୍ତୋଷଙ୍କ ମୃତ୍ୟର କାରଣ ଓ ଠିକଣା ଜଣାପଡିନାହିଁ ବୋଲି ଆଇଆଇସି ମଧୁସ୍ମିତା ମହାନ୍ତି କହିଛନ୍ତି ।
ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୁଳଡିଆ ଅଭୟାରଣ୍ୟ
ନୀଳଗିରି: ଆସନ୍ତାକାଲି ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଳଡିଆ ଅଭୟାରଣ୍ୟ । ସେଥିପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମୂଖ୍ୟ ଗେଟରେ ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ କରିବା ସହିତ ମିଠା ଖୁଆଇବେ ବନ କର୍ମଚାରୀ। ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ରିଷିଆରେ ବୋଟିଂର ବ୍ୟବସ୍ଥା ସହ ସାଇକଲରେ ବୁଲିପାରିବେ ବୋଲି ପର୍ଯ୍ୟଟକ।  ଏ ନଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାରେ ପହଞ୍ଚିଛି।
କମୁଛି ଯୋଗାଣ, ୫୦ ଛୁଇଁଲାଣି ପିଆଜ ଦର
ଭୁବନେଶ୍ବର: ଟମାଟୋ, ଅଦା, ରସୁଣ ପରେ ଏବେ ପିଆଜ ପାଳି। ଦଶହରା ଶେଷ ହେଉଣୁ ବଜାରରେ ପିଆଜ ତାତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଖାଉଟି ଏଯାଏ ଆଳୁ ଏବଂ ପିଆଜ ଦରବୃଦ୍ଧିରୁ ନିସ୍ତାର ପାଇଥିଲେ। ହେଲେ ଏବେ ଆଉ ସେହି ସ୍ଥିତି ନାହିଁ। ଏବେ ଖାଉଟି ବଜାରରେ ପିଆଜ କିଲୋ ପିଛା ୫୦ ଟଙ୍କା ଛୁଇଁଛି। କିଲୋ ପିଛା ୪୦ ଟଙ୍କା ରହିଥିବା ପିଆଜ କିଲୋ ପିଛା ବୁଧବାର ହଠାତ୍ ୫୦ ଟଙ୍କା ହୋଇଯାଇଛି। ବ୍ୟବସାୟୀଙ୍କ କହିବା କଥା, ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢ଼ିଛି। ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି। ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି। ଦେଶର ମୁଖ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରର ମଣ୍ଡିଗୁଡ଼ିକରେ ସବୁଠାରୁ ଭଲ ମାନର ଥିବା ପିଆଜର ପାଇକାରୀ ମୂଲ୍ୟ କିଲୋ ପିଛା ୫୦ ଟଙ୍କା ଅତିକ୍ରମ କରିଗଲାଣି। ତେଣୁ ଆଗକୁ ଖୁଚୁରା ବଜାରରେ ଦର କିଭଳି ରୂପ ନେବ, ତାହା ଏଥିରୁ ଅନୁମାନ କରାଯାଇପାରେ। ମହାରାଷ୍ଟ୍ରର ପିମ୍ପଲଗାଓଁ ମଣ୍ଡିରେ ପିଆଜ ମୂଲ୍ୟ ଆଜି କ୍ୱିଣ୍ଟାଲ ପିଛା ରେକର୍ଡ ୨୫୦୦ରୁ ୫୦୧୪ ଟଙ୍କା ରହିଛି। ଚଳିତ ମାସ ୩ ତାରିଖରେ ସେଠାରେ ପିଆଜ ଦର କ୍ୱିଣ୍ଟାଲ ପିଛା ୯୦୦ ରୁ ୨୫୦୦ ଟଙ୍କା ରହିଥିଲା। ଦିଲ୍ଲୀର ଆଜାଦପୁର ମଣ୍ଡିରେ ପିଆଜ କ୍ୱିଣ୍ଟାଲ ପିଛା ୨୦୦୦ରୁ ୪୦୦୦ ଟଙ୍କା ମଧ୍ୟରେ ରହିଛି।
ସର୍ବଭାରତୀୟ ପନିପରିବା ଉତ୍ପାଦକ ସଂଘର କହିବାନୁଯାୟୀ, ପିଆଜ ଅମଳ ବିଳମ୍ବ ହେଉଥିବା ଯୋଗୁ ବର୍ତ୍ତମାନ ବଜାରରେ ମୂଲ୍ୟ ବୃଦ୍ଧି ପାଇଛି। ତଥାପି ଏଥର ପୁରୁଣା ପିଆଜର ଷ୍ଟକ୍ ଭଲ ଥିଲା। ମଣ୍ଡିରେ ପିଆଜ ମୂଲ୍ୟ ବୃଦ୍ଧିର ପ୍ରଭାବ ସିଧାସଳଖ ଭାବେ ଖୁଚୁରା ବଜାରରେ ଅନୁଭୂତ ହେଲାଣି। ତେବେ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟ୍‌ରେ ପିଆଜ କେଜି ପିଛା ସର୍ବାଧିକ ମୂଲ୍ୟ ୭୦ ଟଙ୍କା ଓ ନ୍ୟୂନତମ ମୂଲ୍ୟ ୧୭ ଟଙ୍କାରେ କାରବାର ହେଉଥିବା ସୂଚିତ କରାଯାଇଛି। ଏହାଛଡ଼ା ଚଳିତ ମାସରେ ସାରା ଦେଶରେ ପିଆଜର ହାରାହାରି ଖୁଚୁରା ମୂଲ୍ୟ ୩୨.୩୬ ଟଙ୍କାରୁ ୩୨୯.୦୧ ଟଙ୍କାକୁ ବୃଦ୍ଧି ପାଇଥିବା ମନ୍ତ୍ରଣାଳୟ କହିଛି।
ଏକତରଫା ଭାବେ ଏଭଳି ଧର୍ମଘଟ ନ କରନ୍ତୁ ଘରୋଇ ବସ୍ ମାଲିକ ସଂଘ: ପରିବହନ ମନ୍ତ୍ରୀ
ଭୁବନେଶ୍ବର: ଆସନ୍ତାକାଲି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ ନ କରିବାକୁ ପରିବହନ ମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି। ଜନ ସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୂଜା ପାର୍ବଣ ସମୟରେ ଯାତ୍ରୀଙ୍କ ଅସୁବିଧା ନ ହେଉ, ବସମାଲିକ ସଂଘ ଏକ ତରଫା ନିଷ୍ପତ୍ତି ନ ନିଅନ୍ତୁ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅନୁରୋଧ କରିଛନ୍ତି। ସରକାରଙ୍କ ସହ ଆଲୋଚନା କରି ବସ୍ ମାଲିକ ସଂଘର ଧର୍ମଘଟ ନ କରିବା ଉଚିତ। ଆସନ୍ତା ୨୬ ତାରିଖରେ ସରକାରଙ୍କ ସହ ବସ୍ ମାଲିକ ସଂଘ ଆଲୋଚନା ଅଛି । ତେଣୁ ବସମାଲିକ ସଂଘ ସରକାରଙ୍କୁ ସହଯୋଗ କରିବେ ବୋଲି ମୋର ଆଶା ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ଏକତରଫା ଭାବେ ଏଭଳି ଧର୍ମଘଟ ବସ୍ ମାଲିକ ସଂଘ ନ କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ଲକ୍ଷ୍ମୀ ବସ୍ ଯେପରି ଚାଲିଛି ସେ ପରି ଚାଲିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ।
ଆଜିଠାରୁ ବିଇଡି ବଳକା ସିଟ୍‌ରେ ନାମଲେଖା ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ବିଇଡି ପାଇଁ ଚତୁର୍ଥ ପର୍ଯ୍ୟାୟ ନାମଲେଖା ପରେ ବଳକା ଥିବା ସିଟ୍‌‌ରେ ସୋମବାରଠାରୁ ନାମଲେଖା ଆରମ୍ଭ ହେଉଛି। ବଳକା ଥିବା ସିଟ୍‌‌ ପିଛା ୩୦ଜଣ ଛାତ୍ରଛାତ୍ରୀ ଆବେଦନ ପ୍ରକ୍ରିୟାରେ ସାମିଲ ହେବେ। ୱେଟିଙ୍ଗ୍‌‌ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ସମ୍ପୃକ୍ତ କଲେଜରେ ଆବଶ୍ୟକ କାଗଜପତ୍ର ଗୁରୁବାର ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ନଚେତ ସେମାନେ ନାମଲେଖା ପ୍ରକ୍ରିୟାରୁ ବାଦ ପଡ଼ିବେ। ଆବଶ୍ୟକ କାଗଜାତ ଦାଖଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମେଧାବୀଙ୍କ ତାଲିକା ୨୩ ତାରିଖରେ ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀ ୨୫ ରୁ ୨୭ ମଧ୍ୟରେ ନାମଲେଖାଇ ପାରିବେ। ୨୮ ତାରିଖରେ ଚୂଡ଼ାନ୍ତ ନାମଲେଖା ତାଲିକା ପ୍ରକାଶ ପାଇବ। ଚଳିତବର୍ଷ ସମୁଦାୟ ୯୩,୧୪୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ବିଜ୍ଞାନ ବିଭାଗରେ ୫୭ ଓ କଳା ବିଭାଗରେ ୪୯ଟି ସିଟ୍‌‌ ବଳକା ରହିଛି।
ସୋସିଆଲ ମିଡ଼ିଆରେ କୋରାପୁଟ ବିଧାୟକଙ୍କୁ ହତ୍ୟା ଧମକ, ଜଣେ ଅଟକ
କୋରାପୁଟ: କୋରାପୁଟ ବିଧାୟକ ରଘୁରାମ ପୋଡ଼ାଲଙ୍କୁ ହତ୍ୟା ଧମକ । ସୋସିଆଲ ମିଡିଆ ମାଧ୍ୟମରେ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକ ରଘୁରାମ ପୋଡ଼ାଲ କୋରାପୁଟ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଜଣେ ଯୁବକକୁ ଅଟକ ରଖିଛି । ଫେସବୁକରେ ଜୟ ହୋ ନାମକ ଗ୍ରୁପରେ ଏକ ଖବରକାଗଜର ନିଉଜ୍ କଟିଂ ପୋଷ୍ଟ ହୋଇଛି । ଏଥିରେ ପବନ କୁମାର ନାମକ ଜଣେ ଯୁବକ କମେଣ୍ଟରେ ବେଶି ହେଲେ ସିଧା ସୁଟ୍ କରିଦେବି ତାକୁ ବୋଲି ଉଲ୍ଲେଖ କରିଛନ୍ତି । ବିଧାୟକ ସବୁବେଳେ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । ବିଭିନ୍ନ ଜରୁରୀ ସମୟରେ ସୁରକ୍ଷାକର୍ମୀଙ୍କୁ ନନେଇ ମଧ୍ୟ ଗସ୍ତ କରିଥାନ୍ତି । ତେଣୁ ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ହାତପାଣ୍ଠି ହରିଲୁଟ୍ ପ୍ରସଙ୍ଗରେ ବର୍ଷିଲା ବିଜେଡି
ଭୁବନେଶ୍ବର: ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିଧାୟକ ହାତପାଣ୍ଠି ହରିଲୁଟ୍ ପ୍ରସଙ୍ଗରେ ପ୍ରେସମିଟ୍ କରିଛି ବିଜେଡି। ଏହି ପ୍ରେସମିଟରେ ବର୍ଷିଲେ ଦେବଗଡ଼ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ। ଅନେକ ଆଶା ଭରସାରେ ୨୦୧୯ରେ ସୁବାସଙ୍କୁ ଜିତାଇଥିଲେ ଲୋକ। ହେଲେ ସେ ବିଧାୟକ ପାଣ୍ଠିକୁ କର୍ମୀଙ୍କ ପାଚେରି ନିର୍ମାଣରେ ଖର୍ଚ୍ଚ କରିଛନ୍ତି। ଦେବଗଡ଼ ମହିଳା ମହାବିଦ୍ୟାଳୟ ପାଚେରି ନିର୍ମାଣ ପାଇଁ ଆସିଥିଲା ପାଣ୍ଠି। ହେଲେ ଅନୁଗତଙ୍କ ପାଚେରି ନିର୍ମାଣରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।
ଏନେଇ ଗଣମାଧ୍ୟମ ଆଗରେ ସେହି ଗାଁର ଜଣେ ବିଜେପି ନେତା ଅଭିଯୋଗ ଆଣିଲେ। ଖବର ପ୍ରସାରଣ ପରେ ରାତାରାତି ଫଳକରେ ରଙ୍ଗ ମାରି ଲେଖାଗଲା କଂକ୍ରିଟ ରୋଡ୍ ଓ ଗାର୍ଡଓ୍ବାଲ। ଦେବଗଡ଼ବାସୀ ଏଥିପାଇଁ ଲଜ୍ଜିତ ଅନୁଭବ କରୁଛନ୍ତି। ଦେବଗଡ଼ ବିଧାୟକଙ୍କ ନାଁରେ ଅଭିଯୋଗ ନୂଆ ନୂହେଁ। ପୂର୍ବରୁ ଜଣେ ଦଳିତ ପ୍ରଶାସନିକ ଅଧିକାରୀଙ୍କୁ ମାଡ଼ କରିଥିଲେ ସୁବାସ। ମିଶନ ଶକ୍ତି ମାଆ ନିର୍ମାଣ କରିଥିବା ପାଚେରି ବି ନିଜେ ଉପସ୍ଥିତ ରହି ଭାଙ୍ଗିଥିଲେ। ଗତକାଲି ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ପାଇଁ ନିବେଦନ କରିଛି ବିଜେଡି। ବିଧାୟକଙ୍କ ଯେଉଁ ଅନୁଗତଙ୍କ ପାଚେରି ନିର୍ମାଣ କରାଯାଇଛି, ସେ ଜଣେ ଶିକ୍ଷକ। ନିର୍ବାଚନ ସମୟରେ ଟଙ୍କା ବାଣ୍ଟିବାକୁ ଯାଇ ପୋଲିସ ହାତରେ ଧରା ପଡ଼ିଥିଲେ। ପରେ ସୁବାସ ପାଣିଗ୍ରାହୀ ଯାଇ ଥାନାରେ ପାଟିତୁଣ୍ଡ କରିଥିଲେ। ତେଣୁ ସବୁର ତଦନ୍ତ କରିବାକୁ ଦାବି କରିଛି ବିଜେଡି ।
ଟ୍ରକରୁ ଜବତ ହେଲା ୫୦ଲକ୍ଷ ଟଙ୍କାର ଗଞ୍ଜେଇ, ମାଫିଆ ଫେରାର
ଲମତାପୁଟ: କୋରାପୁଟ ଜିଲ୍ଲା ନୁଆଁପୁଟ ଗ୍ରାମ ନିକଟରୁ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଟ୍ରକ ଜବତ କରିଛି ପୁଲିସ। ତେବେ ଘଟଣା ସ୍ଥଳରୁ ମାଫିଆ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଖବର ଅନୁଯାୟୀ, ନୁଆଁପୁଟ ଗ୍ରାମ ନିକଟରେ ବାହାର ରାଜ୍ୟରୁ ଏକ ଟ୍ରକରେ ଗଞ୍ଜେଇ ଲୋଡ଼ ହେଉଥିବା ଖବର ପାଇଥିଲା ମାଛକୁଣ୍ଡ ପୁଲିସ। ଘଟଣା ସ୍ଥଳକୁ ମାଛକୁଣ୍ଡ, ଯୋଲାପୁଟ, ଲମତାପୁଟ ପୁଲିସ ମିଳିତ ଟିମ ଗଠନ କରି ଚଢାଉ କରିଥିଲେ। ଅନ୍ଧାରର ସୁଯଗ ନେଇ ମାଫିଆ ଫେରାର ହୋଇଯାଇଥିବା ବେଳେ ଟ୍ରକକୁ ଜବତ କରିଛି ପୁଲିସ। ଟ୍ରକକୁ ଯାଞ୍ଚ ବେଳେ ସେଥିରେ ୨୦ଟି ବସ୍ତାରେ ୫କୁଇଣ୍ଟାଲ ୨ କେଜି ଗଞ୍ଜେଇ ବାହାରିଥିଲା । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ହେବ ବୋଲି ପୁଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲା ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗାଡିର କାଗଜ ପତ୍ର ଯାଞ୍ଚ କରିବା ପରେ ମାଲିକ ନାମରେ NDPS ରେ ମାମଲା ରୁଜୁ କରିଛି ପୁଲିସ।
କଳାଧନର କୁବେର ଜିଏସଟି ଅଧିକାରୀ: ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା, ବିଭିନ୍ନ ବ୍ୟାଙ୍କରେ ଚାଲିଛି ଛାନବିନ୍
ପାରାଦୀପ: ସିଟି ଆଣ୍ଡ ଜିଏସ୍‌ଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ପୁଳାପୁଳା ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଏସଟି ଅଧିକାରୀଙ୍କ ଅମାପ ସମ୍ପତ୍ତି ଦେଖି  ଭିଜିଲାନ୍ସ  ମଧ୍ଯ ଜଳକା ହୋଇଛି। ପାରାଦୀପ ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଘରୁ ରେଡ୍ ବେଳେ ଜବତ ହୋଇଛି ୫ ଲକ୍ଷ ୪୦ ହଜାର ନଗଦ ଟଙ୍କା ସହ ୧ କିଲୋ ୬୦ ଗ୍ରାମ ସୁନା । କାର୍ଯ୍ଯାଳୟରେ ଥିବା ଆଲମାରିରୁ ବି ଏକ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଲକରରୁ ୫.୪ ଲକ୍ଷ ଟଙ୍କା ଜବତ ହୋଇଛି । ମୋଟ ଏକ କୋଟି ୪ ଲକ୍ଷ ଟଙ୍କାର ବ୍ୟାଙ୍କଜମା, ବୀମା ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ ଠାବ କରିଛି ଭିଜିଲାନ୍ସ । କଟକ ସିଡିଏ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ସିନ୍ଧ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସର୍ଚ୍ଚ ଚଳାଇଛି ଭିଜିଲାନ୍ସ । ଜବତ ସୁନା ମଧ୍ୟରେ ୨୬ ଲକ୍ଷ ଟଙ୍କାର ୧୯ଟି ସୁନା ବିସ୍କୁଟ ରହିଥିବା ସୂଚନା ରହିଛି ।
ଚିତରଞ୍ଜନ ଭିଜିଲାନ୍ସ ରିମାଣ୍ଡରେ ଏପ୍ରିଲ ୧୩ ଯାଏଁ ରହିଛନ୍ତି । ଏକ ବ୍ୟବସାୟୀକ ପ୍ରତିଷ୍ଠାନର ଜିଏସଟି ମାମଲା ରଫାଦଫା ଓ ଜବତ ହୋଇଥିବା ସାମଗ୍ରୀ ଫେରାଇବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଆଗରୁ ମଧ୍ୟ ଅନେକ ଅଭିଯୋଗ ଚିତ୍ତରଂଜନ ମହାନ୍ତିଙ୍କ ବିରୋଧରେ ରହିଥିଲା । କେନ୍ଦ୍ରାପଡ଼ାର ପୈତୃକ ଘର, କଟକର ନିଜ ଘର ଓ ପାରାଦୀପ କାର୍ୟ୍ୟାଳୟରେ ଚଢାଉ କରିଥିଲା ଭିଜିଲାନ୍ସର ତିନୋଟି ଟିମ୍ ।
ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାର ମହାରଣା ଆତ୍ମହତ୍ୟା ଘଟଣାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ତାଙ୍କର ଆଜି ପୋଷ୍ଟମର୍ଟମ ରିପୋର୍ଟ  ଆସିଛି। ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ବେକରେ ଦାଗ ରହିଛି , ଅନ୍ୟ ସ୍ଥାନରେ ଚିହ୍ନ ନାହିଁ।  ଲିଗାଚର ମାର୍କରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ସେପଟେ ୧୭ ତାରିଖ ରାତିରେ ଏକାଧିକ ଥର କଲ କରିଥିଲେ ପ୍ରେମିକା । ଟେନସନ ହୋଇ ଟଙ୍କା, ସୁନା ସବୁ ଯାଚିଥିଲେ ଡିଜେ ଆଜେକ୍ସ। ‘ଟଙ୍କା, ସୁନା ସବୁ ପାଇବ ହେଲେ ମୋତେ ଆଉ ପାଇବନି ‘ ଡିଜେ ଆଜେକ୍ସଙ୍କ ଏଭଳି ଏକ ଚାଟ ପୁଲିସ ହାତରେ ଲାଗିଛି।
ସେପଟେ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଖୁବଶୀଘ୍ର ହେବ ଜେରା । ଅନ୍ତରଙ୍ଗ ଫଟୋ, ଭିଡିଓ ଓ ବ୍ଲାକମେଲ ନେଇ ପଚରାଉଚରା ହେବ। ପ୍ରେମିକାଙ୍କ ବାର୍ଥ ଡେ ରାତିରେ ସୁଟ ହୋଇଥିବା ଅନସିନ ଭିଡିଓକୁ ନେଇ ପଚାର ଉଚରା କରିବ ପୁଲିସ।  ରାଜଧାନୀର ଏକ ହୋଟେଲରେ ପାଳନ ହୋଇଥିଲା ବାର୍ଥ ଡେ’।  ୟୁନିଟ ୩ ଅଞ୍ଚଲରେ ଥିବା ଏକ ଓୟୋରେ ହୋଇଥିଲା ସେଲିବ୍ରେସନ । ଫେବୃଆରୀ ୨୮ ସେଲିବ୍ରେସନ ବେଳେ ସୁଟ ହୋଇଛି ଭିଡିଓ ।  ଯେଉଁ ଭିଡିଓ ପାଇଁ ବାନ୍ଧବୀ ଜଣଙ୍କ ବ୍ଲାକମେଲ କରୁଥିବା ସନ୍ଦେହ । ମୋବାଇଲରୁ ମିଳିଥିବା ମେସେଜରୁ ଏଭଳି ପ୍ରମାଣ ପାଇଛି ପୁଲିସ। ଗତକାଲି ଏ ସମ୍ପର୍କରେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି ପୁଲିସ ।
ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଖାରବେଳ ନଗର ଥାନା ଅଧିନ ୟୁନିଟ୍‌‌-୩ ସ୍ଥିତ ବାସଭବନରେ ବେକରେ ବେଡ୍‌‌ସିଟ୍‌‌ ଲଗାଇ ଫ୍ୟାନରେ ‘ଡିଜେ ଆଜେକ୍ସ’ ଝୁଲିପଡ଼ିଥିଲେ। ତ୍ରିକୋଣୀୟ ପ୍ରେମ କାହାଣୀ ଓ ବ୍ଲାକମେଲକୁ କେନ୍ଦ୍ରକରି ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଗ୍ରୀଷ୍ମପ୍ରବାହ ପାଇଁ ଆଗୁଆ ପଦକ୍ଷେପ: ଏପ୍ରିଲରୁ ଜୁନ୍ ୧୫ ଯାଏ ଖରାରେ ଖଟିବେନି ଶ୍ରମିକ
ଭୁବନେଶ୍ୱର: ଏଥର ଭୀଷଣ ଖରା । ଆକାଶରୁ ବର୍ଷିବ ନିଆଁ । ମାର୍ଚ୍ଚରୁ ଜୁନ୍ ଅଧା ପର୍ଯ୍ଯନ୍ତ ପ୍ରଚଣ୍ଡ ରୌଦ୍ରତାପ । ଏପ୍ରିଲ ଓ ମେ ମାସରେ ଅସହ୍ୟ ହେବ ଗରମ। ଏଥିପାଇଁ ନିର୍ମାଣ ଶ୍ରମିକଙ୍କ କାମ କରିବାର ସମୟ କମିଛି । ଏପ୍ରିଲ ମାସରୁ ଜୁନ୍ ୧୫ ପର୍ଯ୍ଯନ୍ତ ପ୍ରତିଦିନ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ଯନ୍ତ କାମ କରିବେ ନାହିଁ ଶ୍ରମିକ। ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସମସ୍ତ ରାଜସ୍ବ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଓ ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ।
ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କ ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ନିବେଦନ କରାଯାଇଛି । ଅତି ଜରୁରୀ କାମ ଥିଲେ କିମ୍ବା ଅତ୍ୟାବଶକୀୟ ସେବା ସହ ଜଡିତ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଏହି ସମୟରେ ବିଶ୍ରାମ ଦେଇହେବ ନାହିଁ । ସେମାନଙ୍କ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଥଣ୍ଡା ପାଣି, ଛାଇ ପାଇଁ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ଏବଂ ଓଆରଏସ ପ୍ୟାକେଟର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି ।
ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମଧ୍ୟ ସବୁ ରାଜ୍ୟର ମୁଖ୍ୟ ସଚିବ ମାନଙ୍କୁ ଚିଠି ଲେଖାଯାଇଛି । ଆଗକୁ ପ୍ରଚଣ୍ଡ ଖରା ଯୋଗୁଁ ସ୍ବାସ୍ଥ୍ୟ ସେବାକୁ ମଜଭୁତ କରିବାକୁ କୁହାଯାଇଛି । ଜିଲ୍ଲା ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଗରମ ଜନିତ ସମସ୍ୟା ଓ ରୋଗରୁ ମୁକ୍ତି ପାଇଁ ବ୍ୟବସ୍ଥା ପାଇଁ କୁହାଯାଇଛି । ଲୋକମାନେ ଖରାରେ କିପରି ନିଜର ଧ୍ୟାନ ରଖିବେ ସେଥିପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଛି ।
ବାରିପଦାରୁ ଅପହୃତା ଆଦିବାସୀ ନାବାଳିକା ଭୁବନେଶ୍ବରରୁ ଉଦ୍ଧାର, ସ୍ବଳ୍ପ ବୟସର ଯୁବତୀଙ୍କୁ ଅପହରଣ କରି ଦେହବ୍ଯବସାୟରେ ଲଗାଉଥିଲେ ଶିକ୍ଷୟିତ୍ରୀ
ବାରିପଦା: ବାରିପଦାରୁ ଅପହୃତା ଜଣେ ଆଦିବାସୀ ନାବାଳିକାକୁ ଉଦ୍ଧାର କରାଯାଇଛି। ତାକୁ ନେଇ ଦେହ ବ୍ଯବସାୟରେ ଲଗାଇଥିବା ଶିକ୍ଷୟିତ୍ରୀଙ୍କୁ ପୁଲିସ ଗିରଫ କରିଥିବା ବେଳେ ହୋଟେଲ ମାଲିକଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ଅଭିଯୁକ୍ତ ଶିକ୍ଷୟିତ୍ରୀ ଜଣଙ୍କ ହେଲେ ଭୁବନେଶ୍ୱର ଖାରବେଳ ନଗର ଥାନା ଅଧୀନ ବାଣପୁର ମଧୁସୂଦନ ନଗରର ବିକ୍ରମ କେଶରୀ ବେହେରାଙ୍କ ପତ୍ନୀ ଟୁନା ଦାସ (୪୫) । ସେ ବିଭିନ୍ନ ଅଞ୍ଚଳରୁ ନୀରିହ ନାବାଳିକା ଓ ସ୍ୱଳ୍ପ ବୟସର ଯୁବତୀଙ୍କୁ କୌଶଳ କ୍ରମେ ନିଜ ଜାଲରେ ଫଶାଇ ଭୁବନେଶ୍ୱର ଓ ବାଣପୁରର ହେଟେଲରେ ଦେହବ୍ୟବସାୟ ଚଳାନ୍ତି । ଏହି କ୍ରମରେ ବାରିପଦା ଅଞ୍ଚଳର ଜନୈକା ୧୪ବର୍ଷର ଆଦିବାସୀ ନାବାଳିକା ତାଙ୍କ ଶିକାରରେ ପଡ଼ିଥିଲା ।
ଉକ୍ତ ନାବାଳିକାଙ୍କ ଲିଖିତ ଅଭିଯୋଗରୁ ପ୍ରକାଶ ଯେ, ତାର ମା’ ଦ୍ୱିତୀୟ ବିବାହ ପରେ ମଦ୍ୟପ ସ୍ୱାମୀ ସହିତ ମିଶି ପାଠ ପଢ଼ିବାକୁ ନଦେଇ ନିର୍ଯ୍ୟାତନା ଦେବାରୁ ସେ ବାରିପଦାସ୍ଥିତ ଆଈ ଘରେ ରହୁଥିଲା। ତେବେ ବାଲେଶ୍ୱର ଅଞ୍ଚଳର ଜଣେ ଆମ୍ବୁଲାନ୍ସ ଚାଳକ ତାଙ୍କୁ ତାଙ୍କର ସ୍କୁଲ ସହପାଠିନୀ ଜରିଆରେ ବାରିପଦା ରେଳଷ୍ଟେସନକୁ ଡକାଇ ଅପହରଣ କରି ବାଲେଶ୍ୱର ନେବା ପରେ ସେଠାରୁ ଟ୍ରେନରେ ଅଭିଯୁକ୍ତ ମାନେ ଭୁନେଶ୍ୱରରେ ନେଇ ରେଳ ଷ୍ଟେସନ ନିକଟରେ ଥିବା ସାଇ ହେଟେଲ ରଖିଥିଲେ । ତତସହିତ ବାଣପୁରରେ ଅନ୍ୟ ଏକ ହେଟେଲକୁ ମଧ୍ୟ ନେଇ ପିଇବା ପାଣିରେ ନିଶା ଦେଇ ଦେହ ବ୍ୟବସାୟରେ ଲଗାଉଥିଲେ। ପ୍ରତିଦାନରେ ବନ୍ଦ କୋଠରୀରେ କଡା ସୁରକ୍ଷାରେ ରଖି ଗରାଖ ପିଚ୍ଛା ୨ହଜାର ଟଙ୍କା ଦେଉଥିଲେ।
ତେବେ ଶିକ୍ଷୟିତ୍ରୀଙ୍କ ଘରକୁ ଆସୁଥିବା ଜଣେ ଗୁରୁମା’ ଓ ଖାଦ୍ୟ ଯୋଗାଉଥିବା ଯୁବକଙ୍କ ସହଯୋଗରେ ନାବାଳିକା ଜଣଙ୍କ କୌଶଳ କ୍ରମେ ଖସି ପଳାଇ ଆସି ଟ୍ରେନରେ ବାଲେଶ୍ୱରରେ ପହଞ୍ଚିଥିଲେ। ପୁଲିସ ଉଦ୍ଧାର କରି ତାଙ୍କୁ ନାରୀ ସଙ୍ଘ ଜିମାରେ ଛାଡ଼ିଥିଲେ । ନାରୀ ସଙ୍ଘର ସଭାନେତ୍ରୀ ଲୋପାମୁଦ୍ରା ମହାପାତ୍ରଙ୍କ ତତ୍ତ୍ୱାବଧାନରେ ନାବାଳିକା ଜଣଙ୍କ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବାରୁ ଆଇଆଇସି ବୀରେନ୍ଦ୍ର ସେନାପତି ଏକ ମାମଲା ରୁଜୁ କରି ତଦନ୍ତ ପରେ ସଫଳତା ପାଇଥିଲେ । ତେବେ ଘଟଣାରେ ଅନେକ ହାଇପ୍ରଫାଇଲ ଲୋକ ଜଡ଼ିତ ଥିବା ଜଣାପଡ଼ିଛି। ଅପହରଣକାରୀ ଆମ୍ବୁଲାନ୍ସ ଚାଳକ ଅନ୍ୟ ଏକ ଘଟଣାରେ ବାଲେଶ୍ୱର ଜେଲରେ ଥିବାରୁ ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ। ଉଦ୍ଧାର ନାବାଳିକାଙ୍କ ଜରିଆରେ ପୁଲିସ ଏକ ବଡ଼ ରାକେଟର ସୁରାଖ୍ ପାଇଥିବା ଜଣାପଡ଼ିଛି ।