StockMarket - The Sakala

ହଂକଂକୁ ଟପି ଭାରତ ବିଶ୍ୱର ଚତୁର୍ଥ ବୃହତ୍‌ ଷ୍ଟକ୍‌ ବଜାର
ନୂଆଦିଲ୍ଲୀ: ଭାରତୀୟ ଷ୍ଟକ୍‌ ବଜାର ଏବେ ରେକର୍ଡ ପରେ ରେକର୍ଡ ପ୍ରତିଷ୍ଠା କରିବାରେ ଲାଗିଛି। ପୁଣି ଥରେ ହଂକଂକୁ ଟପି ଘରୋଇ ଷ୍ଟକ୍‌ ବଜାର ବିଶ୍ୱର ଚତୁର୍ଥ ବୃହତ୍‌ ଷ୍ଟକ୍‌ ବଜାରର ମାନ୍ୟତା ଲାଭ କରିଛି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ହଂକଂ ଶେୟାର ବଜାରକୁ ପଛରେ ପକାଇ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ) ବିଶ୍ୱର ଚତୁର୍ଥ ବୃହତ ଶେୟାର ବଜାର ହୋଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ବିଏସ୍‌ଇ ଅଧୀନରେ ଆସୁଥିବା କମ୍ପାନୀଗୁଡ଼ିକର ବଜାର ପୁଞ୍ଜି ହଂକଂ ବଜାରକୁ ଟପିଯାଇଛି।

ଭାରତୀୟ ଶେୟାର ବଜାରର ମୂଲ୍ୟ ୫.୧୮ ଟ୍ରିଲିୟନ ଡଲାରରେ ପହଞ୍ଚିଥିବାବେଳେ ହଂକଂର ୫.୧୭ ଟ୍ରିଲିୟନ ଡଲାର ରହିଛି। ସେପଟେ ଆମେରିକାର ମିଡ୍ କ୍ୟାପ ଶେୟାର ବଜାର ମୂଲ୍ୟ ଉଚ୍ଚରେ ରହିଛି। ଏବେ ବି ବଜାରପୁଞ୍ଜି ଦୃଷ୍ଟିରୁ ଆମେରିକା ବିଶ୍ବର ବୃହତ୍‌ ଷ୍ଟକ୍‌ ବଜାର। ଆମେରିକାର ଷ୍ଟକ୍‌ ବଜାରର ମୋଟ ବଜାର ପୁଞ୍ଜି ୫୬.୪୯ ଟ୍ରିଲିୟନ୍‌ ଡଲାର ରହିଛି। ଏହା ପଛକୁ ଚୀନ୍‌ ରହିଛି। ଚୀନର ବଜାର ମୂଲ୍ୟ ୮.୮୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ସେହିପରି ଜାପାନ ୬.୩୦ ଟ୍ରିଲିୟନ ଡଲାର ସହ ତୃତୀୟ ସ୍ଥାନରେ ରହିଛି। ତେବେ ଭାରତୀୟ ଶେୟାର ବଜାର ଏହି ଅଗ୍ରଗତି ସହ ଦ୍ୱିତୀୟ ଥର ପାଇଁ ହଂକଂ ଷ୍ଟକ୍ ବଜାରକୁ ଟପିଯାଇଛି। ଚଳିତବର୍ଷ ଜାନୁୟାରୀ ୨୩ରେ ହଂକଂକୁ ଅତିକ୍ରମ କରି ବିଶ୍ୱର ଚତୁର୍ଥ ଶେୟାର ବଜାର ହୋଇଥିଲା ଭାରତ। କିନ୍ତୁ ଏହା ପରେ ହଂକଂର ହ୍ୟାଙ୍ଗ ସେଙ୍ଗ ଇଣ୍ଡେକ୍ସ ୧୨%ରୁ ଅଧିକ ରିଟର୍ଣ୍ଣ ସହ ସର୍ବମୋଟ ୨୦% ବୃଦ୍ଧି ଘଟିଥିଲା, ଯାହା ଫଳରେ ଜୁନ୍ ଯାଏ ଏ କ୍ଷେତ୍ରରେ ଚତୁର୍ଥ ସ୍ଥାନ ବଜାୟ ରଖିଥିଲା ହଂକଂ। ଲୋକସଭା ନିର୍ବାଚନକୁ ନେଇ ଶେୟାର ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ପୁଣି ଥରେ ପୂର୍ବ ସ୍ଥିତିକୁ ଫେରିଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ବଜାରରେ ପ୍ରବଳ ଅସ୍ଥିରତା ଦେଖାଦେଇଥିଲା। ଏଗ୍‌ଜିଟ୍ ପୋଲ୍ ଅନୁସାରେ ଫଳାଫଳ ନ ହେବାରୁ ଶେୟାର ବଜାର ୬ ପ୍ରତିଶତ ହ୍ରାସ ପାଇଥିଲା। ଏହି ଦିନ ନିବେଶକଙ୍କୁ ପ୍ରବଳ କ୍ଷତି ସହିବାକୁ ପଡିଥିଲା।କିନ୍ତୁ ଏହା ପରଠାରୁ ସ୍ଥିତିରେ ଧୀରେ ଧୀରେ ବଜାର କାବରାରରେ ସୁଧାର ଆସୁଛି। ନିକଟରେ ପ୍ରଥମ ଥର ପାଇଁ ସେନ୍‌ସେକ୍ସ ୭୭ ହଜାର ପଏଣ୍ଟ ଅତିକ୍ରମ କରିଥିଲା। ଯାହାର ଫଳସ୍ବରୂପ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବିଶ୍ୱର ଚତୁର୍ଥ ବୃହର ଶେଆର ବଜାର ହୋଇପାରିଛି।

ଏପ୍ରିଲରେ ଷ୍ଟକ୍ ବଜାର କାରବାର ଜମିଲା
ମୁମ୍ବାଇ: ଏପ୍ରିଲ୍ ମାସ ନିବେଶକଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। କ୍ରମାଗତ ଭାବେ କିଛି ମାସ ହେବ ହ୍ରାସ ପରେ ଏପ୍ରିଲରେ  ଟ୍ରାକ୍‌କୁ ଫେରିଛି ଷ୍ଟକ୍‌ ବଜାର। ଏପ୍ରିଲ ମାସର ଶେଷ କାରବାର ଦିବସରେ ଷ୍ଟକ୍ ବଜାରରେ ବେଶ ଉତ୍ସାହ ଦେଖୀବାକୁ ମିଳିଛି। ତେବେ ସମ୍ପୂର୍ଣ୍ଣ ଏପ୍ରିଲ ମାସରେ ସେନ୍‌ସେକ୍ସରେ ୨୧୨୦.୯୨ ପଏଣ୍ଟ ବୃଦ୍ଧି ହୋଇଛି। କ୍ରମାଗତ ଭାବେ ୫ କାରବାର ଦିବସରେ ସେନ୍‌ସେକ୍ସରେ ୧୫୧୬ ପଏଣ୍ଟ ବୃଦ୍ଧି ଘଟିଛି। ଏଥିଯୋଗୁ ନିବେଶକମାନେ ୧୩.୫୮ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ଶୁକ୍ରବାର କାରବାରରେ ମଧ୍ୟରେ ସେନ୍‌ସେକ୍ସରେ ୪୬୩ ପଏଣ୍ଟ ବୃଦ୍ଧି ଘଟି ଶେଷରେ ସଚକାଙ୍କ ୬୧,୦୦୦ ପଏଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଛି।

ଶୁକ୍ରବାର କାରବାର ଶେଷ ବେଳକୁ ସେନସେକ୍ସରେ ୪୬୩ (୪୬୩.୦୬)ପଏଣ୍ଟ ବା ୦.୭୬%  ବୃଦ୍ଧି ହୋଇ ୬୧,୧୧୨ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟିରେ ୧୪୯.୯୫ ପଏଣ୍ଟରେ କାରବାର ଶେଷ ହୋଇଛି। ଗତ ୫ କାରବାର ଦିବସରେ  ନିଫ୍ଟିରେ ୪୪୧  ପଏଣ୍ଟ ବୃଦ୍ଧି ଦେଖିବାକୁ ମିଳିଛି। ଅପରପକ୍ଷେ ଗତ ୫ କାରବାର ଦିବସରେ ସେନ୍‌ସେକ୍ସରେ ୨.୫୪ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ ୱିପ୍ରୋ, ନେସ୍‌ଲେ, ଆଇଟିସି ଏବଂ ଏଲ୍ଆଣ୍ଡଟି ଆଦି କମ୍ପାନୀ ଷ୍ଟକ୍ ବଜାରରେ ଢ଼େର ଲାଭ କମାଇଛନ୍ତି। ସମସ୍ତ ଷ୍ଟକ୍‌ର ମୂଲ୍ୟରେ ୨ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ମିଳିଥିବା ଜଣାଯାଇଛି।

ଅନ୍ୟପକ୍ଷରେ, ଏକ୍ସିସ୍ ବ୍ୟାଙ୍କ, ଏଚ୍‌ସିଏଲ୍ ଟେକ୍, ଟାଇଟାନ୍, ବଜାଜ୍‌ ଫିନ୍‌ସର୍ଭ ଏବଂ ଏସିଆନ୍‌ ପେଣ୍ଟସ୍ ଅଧିକ କ୍ଷତି ସହିଛି। ସମ୍ପୂର୍ଣ୍ଣ ଏପ୍ରିଲ ମାସରେ ସେନ୍‌ସେକ୍ସରେ ୨୧୨୦.୯୨ ପଏଣ୍ଟ ବୃଦ୍ଧିର ଅର୍ଥ ହେଉଛି କଥିତ ମାସରେ ସେନ୍‌ସେକ୍ସ ୩.୫୯ ପ୍ରତିଶତ ପର୍ଯ୍ୟନ୍ତ ପୁନରୁଦ୍ଧାର କରିଛି। ଏହି ସମୟରେ ନିଫ୍ଟି ମଧ୍ୟ ୧୮,୦୦୦ ପଏଣ୍ଟ ମାର୍କ ଅତିକ୍ରମ କରିଛି। କବେଳ ଏପ୍ରିଲ୍ ମାସରେ ନିଫ୍ଟିରେ ୭୦୫.୨୫ ପଏଣ୍ଟ୍ର ବୃଦ୍ଧି ଘଟିଛି। ଏହାର ଫଳସ୍ବରୂପ ଏପ୍ରିଲରେ  ନିବେଶକମାନେ ୧୩.୫୮ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି।