BournVita - The Sakala
ନୂଆଦିଲ୍ଲୀ: ବର୍ଣ୍ଣଭିଟା ସମେତ ଅନ୍ୟ ସମସ୍ତ ମୃଦୁ ପାନୀୟଗୁଡିକୁ ହେଲ୍‌ଥ ଡ୍ରିଙ୍କ୍ସ ବର୍ଗରୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଇ-କମର୍ସ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ନିଜ ନିଜ ପ୍ଲାଟଫର୍ମରୁ ଏହି ସବୁ ସାମଗ୍ରୀ ପାଇଁ ହେଲ୍‌ଥ ଡ୍ରିଙ୍କ୍‌ ଶବ୍ଦ ହଟାଇବାକୁ ମନ୍ତ୍ରଣାଳୟ କହିଛି।
ମନ୍ତ୍ରଣାଳୟ ଜାରି କରିଥିବା ବିବୃତ୍ତି ଅନୁଯାୟୀ, ଶିଶୁ ଅଧିକାର ସୁରକ୍ଷା ଅଧିନିୟମ(ସିପିସିଆର୍) ୨୦୦୫ର ଧାରା ୩ ଅନୁଯାୟୀ ଗଠିତ ହୋଇଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସିପିସିଆର୍ ଆଇନର ଧାରା ୧୪ ଅନୁସାରେ ତଦନ୍ତ କରି ଜାଣିବାକୁ ପାଇଛନ୍ତି ଯେ ଏଫ୍ଏସ୍ଏସ୍ଏଆଇ ୨୦୦୬ ଅଧିନିୟମ ଅନୁସାରେ ଏଗୁଡ଼ିକମଧ୍ୟରୁ କୌଣସି ଟି ବି ହେଲ୍‌ଥ ଡ୍ରିଙ୍କସ ବର୍ଗରେ ଯାଉନାହାନ୍ତି। ସିପିସିଆର୍ ଏକ ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ, କୌଣସି ହେଲ୍‌ଥ ଡ୍ରିଙ୍କ୍ସରେ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଅନୁଯାୟୀ କୌଣସି ପୋଷକ ତତ୍ତ୍ୱ ନାହିଁ। ଏଫ୍ଏସ୍ଏସ୍ଏଆଇ ଓ ମଣ୍ଡଲେଜ୍ ଇଣ୍ଡିଆ ଫୁଡ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଦିଆଯାଇଥିବା କୌଣସି ନିୟମ ସହ ମେଳ ଖାଉ ନାହିଁ। ଏହା ଜଣାପଡ଼ିବା ପରେ ଏପ୍ରିଲ ୨ ତାରିଖରେ ଏଫ୍ଏସ୍ଏସ୍ଏଆଇ ସମସ୍ତ ଇ-କମର୍ସ କମ୍ପାନୀଗୁଡିକୁବିକ୍ରି କରୁଥିବା ସମସ୍ତ ଖାଦ୍ୟ ପଦାର୍ଥକୁ ଉଚିତ ବର୍ଗରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲା।
ଇ-କମର୍ସ କମ୍ପାନୀଗୁଡ଼ିକ ଦୁଗ୍ଧଜାତୀୟ, ମୃଦୁପାନୀୟ, ଶସ୍ୟ ଜାତୀୟ ମାଲ୍ଟ ଜାତୀୟ ପାନୀୟଗୁଡ଼ିକ ଏଫ୍ଏସ୍ଏସ୍ଏଆଇ ୨୦୦୬ ମାନକ ପୂରା ନ କରୁଥିଲେ ବି ଏଗୁଡ଼ିକୁ ହେଲ୍ଥ ଡ୍ରିଙ୍କ୍ ଟ୍ୟାଗ୍ ଦେଇ ବିକ୍ରି କରାଯାଉଛି। ତେଣୁ ନିୟମ ଅନୁସାରେ ଏହିସବୁ ଉତ୍ପାଦଗୁଡ଼ିକୁ ଉଚିତ ବର୍ଗରେ ବିକ୍ରି କରିବାକୁ ନିର୍ଦ୍ଦେଶ ଏଫ୍ଏସ୍ଏସ୍ଏଆଇ କହିଥିଲା। ଏବେ କେନ୍ଦ୍ର ସରକାର ମଧ୍ୟ ଇ-କମର୍ସ କମ୍ପାନୀଗୁଡ଼ିକ ପାଇଁ ଏହିସବୁ ପାନୀୟକୁ ହେଲ୍‌ଥ ଡ୍ରିଙ୍କ୍‌ ବର୍ଗରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବୋର୍ଣ୍ଣଭିଟାକୁ ଏନ୍‌ସିପିସିଆର ନିର୍ଦ୍ଦେଶ: ଭ୍ରମାତ୍ମକ ବିଜ୍ଞାପନ, ପ୍ୟାକେଜିଂ ହଟାଅ
ନୂଆଦିଲ୍ଲୀ: ‘ବୋର୍ଣ୍ଣଭିଟା’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବୋର୍ଣ୍ଣଭିଟା ବନାଉ ଥିବା କମ୍ପାନୀ ମୋଣ୍ଡେଲେଜ ଇଣ୍ଟରନ୍ୟାସନାଲ ଇଣ୍ଡିଆ ଲିମିଟେଡକୁ ନ୍ୟାସନାଲ କମିଶନ ଫର୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ନୋଟିସ୍‌ ଜାରି କରିଛନ୍ତି। କମ୍ପାନୀ ଭ୍ରମାତ୍ମକ ବିଜ୍ଞାପନ ଏବଂ ପ୍ୟାକେଜିଂ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚିନି ମାତ୍ରାକୁ ନେଇ ଥିବା ବାଧ୍ୟତାମୂଳକ ନିୟମକୁ ବୋର୍ଣ୍ଣୋଭିଟା ପାଳନ କରୁ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କମ୍ପାନୀକୁ ନୋଟିସ୍‌ ଜାରି କରାଯାଇଛି।
କିଛି ଦିନ ତଳେ ଜଣେ ସେଲିବ୍ରିଟି ବୋର୍ଣ୍ଣଭିଟାରେ ଚିନି ମାତ୍ରାକୁ ନେଇ ପ୍ରଶ୍ନ ଉଠାଇ ଥିଲେ। ଭିଡିଓରେ ସେ କହିଥିଲେ ଯେ ବୋର୍ଣ୍ଣଭିଟାର ଟ୍ୟାଗ ଲାଇନ ‘ତୈୟାରୀ ଜିତ୍‌ କି (ବିଜୟ ପାଇଁ ପ୍ରସ୍ତୁତି)’ ନୁହେଁ, ବରଂ ‘ ତୈୟାରୀ ଡାଇବେଟିସ୍‌ କି (ମଧୁମେହ ପାଇଁ ପ୍ରସ୍ତୁତି)’ ହେବା ଉଚିତ୍‌। ଏଥିରେ କୁହାଯାଇଥିଲା ଯେ ବୋର୍ଣ୍ଣଭିଟା ପ୍ୟାକେଟରେ ଚିନି ଅଧା ରହିଛି। ଏହାକୁ ନେଇ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏବେ ଏନସିପିସିଆର ନୋଟିସ ଜାରି କରି ସମସ୍ତ ଭ୍ରମାତ୍ମକ ବିଜ୍ଞାପନ, ପ୍ୟାକେଜିଂ ଏବଂ ସ୍ତରର ସମୀକ୍ଷା କରି ତାହାକୁ ହଟାଇବାକୁ କହିଛନ୍ତି। ଏନସିପିସିଆର କମ୍ପାନୀର ଉତ୍ପାଦ ଏବଂ ବୋର୍ଣ୍ଣଭିଟା ପ୍ୟାକେଜିଂକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏଥିରେ ବ୍ୟବହାର କରାଯାଉଥିବା ଉତ୍ପାଦନ ଉପରେ ୭ ଦିନ ମଧ୍ୟରେ ବିସ୍ତୃତ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀ ପ୍ୟାକେଜିଂରେ ଉପାଦାନର ସଠିକ୍‌ ବିବରଣୀ ଦେଇ ନ ଥିବା କହିଛନ୍ତି।
୭୫ ବର୍ଷର ଏହି ପୁରୁଣା ବ୍ରାଣ୍ଡ ନିଜକୁ ଚକଲେଟ ହେଲ୍‌ଥ ଡ୍ରିଙ୍କ କହିଥାଏ। କିନ୍ତୁ ସୋସିଆଲ ମିଡିଆ ଇନଫ୍ଲୁଏନସର ରେୱନ୍ତ ହିମତସିଙ୍ଗକା ଏକ ଭିଡିଓ ଜାରି କରି ଏଥିରେ ଥିବା ହାନିକାର ତତ୍ତ୍ବ ବିଷୟରେ କହିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ପୂର୍ବତନ କ୍ରିକେଟର କିର୍ତ୍ତୀ ଆଜାଦ, ଅଭିନେତା ଆର୍‌ ମାଧବାନ ଏବଂ ପରେଶ ରାୱଲ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଆଜାଦ ନିଜ ଓକିଲଙ୍କ ସହ ପରାମର୍ଶ କରିବେ ବୋଲି ମଧ୍ୟ କହିଥିଲେ। ରେୱନ୍ତ ଏପ୍ରିଲ ୧ରେ କହିଥିଲେ ଯେ, କ୍ୟାଡବରି ହେଲ୍‌ଥ କମ୍ପାନୀ ନୁହେଁ। ଏହା ଏକ ଚକଲେଟ କମ୍ପାନୀ। ବୋର୍ଣ୍ଣଭିଟାରେ ଥିବା ରଙ୍ଗ (୧୫୦ ସି) କର୍କଟ କାରଣ ପାଲଟି ପାରେ। ଏହା ରୋଗ ପ୍ରତିରୋଧକ କ୍ଷମତାକୁ ହ୍ରାସ କରିପାରେ। ଏହାର ଉପାଦାନ ସ୍ତର ଅନୁଯାୟୀ ପ୍ରତି ଶହେ ଗ୍ରାମରେ ୫୦ ଗ୍ରାମ ଚିନି ରହିଥାଏ। ସେ ନିଜ ଶିଶୁଙ୍କୁ ଏହା ନ ଦେବା ପାଇଁ ମାତାପିତାଙ୍କୁ ଅନୁରୋଧ କରିଥିଲେ। ଏହି ମିଥ୍ୟା ଦାବି ଉପରେ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିବେଦନ କରିଥିଲେ।
ଏହି ଭିଡିଓ ପରେ କମ୍ପାନୀ କ୍ୟାଡବରୀ ଇନ୍‌ଫ୍ଲୁଏନ୍ସରଙ୍କୁ ଆଇନ ନୋଟିସ ପଠାଇ ଥିଲା। ଏହା ପରେ ରେୱନ୍ତ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କମ୍ପାନୀକୁ କ୍ଷମା ମାଗିଥିଲେ। ଆଇନ ନୋଟିସ ପରେ ସେ ଭିଡିଓକୁ ହଟାଇ ଦେଇଥିଲେ। କମ୍ପାନୀ ଏହାକୁ ନେଇ ନିଜ ଟ୍ବିଟର ଆକାଉଣ୍ଟରେ ବିବୃତି ଜାରି କରିଥିଲା। ଏଥିରେ ଭିଟାମିନ ଏ, ସି, ଡି ଆଇରନ, ଜିଙ୍କ, କପର ଏବଂ ସଲେନିୟମ ଭଳି ପୋଷକ ତତ୍ତ୍ବ ଥିବା କହିଥିଲା। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ ବୋଲି ଉଲ୍ଲେଖ କରିଥିଲା। ଅନେକ ବର୍ଷ ହେଲା ଏହି ଉପାଦାନ ଦିଆଯାଉଛି ବୋଲି କୁହାଯାଇଥିଲା। ଇନ୍‌ଫ୍ଲୁଏନ୍ସରଙ୍କୁ ଆଇନ ନୋଟିସ ପଠାଇବାକୁ ନେଇ କମ୍ପାନୀକୁ ଲୋକେ ସମାଲୋଚନା କରିଥିଲେ।