CDSCO - The Sakala

ମାନକ ପରୀକ୍ଷାରେ ୪୮ ଔଷଧର ନମୁନା ଫେଲ୍‌
ନୂଆଦିଲ୍ଲୀ: ବିଭିନ୍ନ ରୋଗ ପାଇଁ ଆମେ ଦୈନନ୍ଦୀନ ଜୀବନରେ ବ୍ୟବହାର କରୁଥିବା ଔଷଧଗୁଡିକ ସ୍ବାସ୍ଥ୍ୟ ପାଇଁ ହିତକର ହେବା ପରିବର୍ତ୍ତେ କେତେ ଯେ ମାରାତ୍ମକ ତାହା ଏବେ ଜଣାପଡିଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସକୋ)ର ଏକ ଅନୁସନ୍ଧାନ ରିପୋର୍ଟରେ ଏ ସମ୍ପର୍କରେ ଖୁଲାସା କରାଯାଇଛି। ରିପୋର୍ଟ ଅନୁଯାୟୀ, ଦେଶରେ କରାଯାଇଥ଄ବା  ମାନକ ପରୀକ୍ଷାରେ ୪୮ଟି ଔଷଧର ନମୁନା ଫେଲ୍‌ ମାରିଛି। ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିବା ଏହି ଔଷଧଗୁଡ଼ିକ ମଧ୍ୟରେ ହୃଦ୍‌ରୋଗ, ଆଣ୍ଟିବାୟୋଟିକ୍ସ, ମଲ୍ଟିଭିଟାମିନ୍‌, ମଧୁମେହରେ ବ୍ୟବହୃତ ଔଷଧଗୁଡିକ ରହିଛି। ଏଥିରେ ଉତ୍ତରାଖଣ୍ଡରେ ଉତ୍ପାଦିତ ସର୍ବାଧ଄କ ୧୪ ଏବଂ ହିମାଚଳ ପ୍ରଦେଶର ୧୩ ଔଷଧ ସାମିଲ। ଗତମାସରେ ମୋଟ ୧୪୯୭ ଔଷଧର  ନମୁନା ପରୀକ୍ଷା କରାଯାଇଥିଲା।

ସିଡିଏସକୋ ରିପୋର୍ଟ ଅନୁଯାୟୀ, ନମୁନା ପରୀକ୍ଷାରେ ଅନୁପଯୋଗୀ ସାବ୍ୟସ୍ତ ହୋଇଥିବା ଏହି  ଔଷଧଗୁଡ଼ିକ ମଧ୍ୟରେ ଲାଇକୋପିନ୍ ମିନେରାଲ୍ ସିରପ୍ ଭଳି ଔଷଧ ମଧ୍ୟ ରହିଛି, ଯାହାକୁ ଲୋକେ ବହୁଳ ଭାବରେ ବ୍ୟବହାର କରିଥାନ୍ତି। ଏହାବ୍ୟତୀତ ଭିଟାମିନ୍ ସି ଇଞ୍ଜେକ୍ସନ୍, ଫଲିକ୍ ଏସିଡ୍ ଇଞ୍ଜେକ୍ସନ୍, ଆଲବେଣ୍ଡାଜୋଲ୍, ଆମୋକ୍ସାନୋଲ୍ ପ୍ଲସ୍ ଏବଂ ଆଲସିଫ୍ଲକ୍ସ ଭଳି ଔଷଧ ରହିଛି। ଏହି ଔଷଧଗୁଡ଼ିକ ଭିଟାମିନ୍ ଅଭାବ ପୂରଣ କରିବା, ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା, ଆଲର୍ଜି ରୋକିବା, ଏସିଡ୍ ନିୟନ୍ତ୍ରଣ ଏବଂ ଫଙ୍ଗଲ୍ (କବକ)ଜନିତ ସଂକ୍ରମଣକୁ ଦୂର କରିବା ପାଇଁ ବ୍ୟବହୃତ ହୋଇଥାଏ। ନମୁନା ପରୀକ୍ଷାରେ ବିଫଳ ଔଷଧଗୁଡିକ ମଧ୍ୟରେ ଏକ ନାମୀଦାମୀ କମ୍ପାନୀର ଟୁଥ୍‌ପେଷ୍ଟ ରହିଛି।

ଏଠାରେ ସୂଚନାଯୋଗ୍ୟ ଯେ, ଦେଶରେ ବହୁ ସଂଖ୍ୟାରେ  ଲୋକ ଏହି ଟୁଥ୍‌ପେଷ୍ଟ ବ୍ୟବହାର କରିଥାନ୍ତି। ତେବେ ନମୁନା ପରୀକ୍ଷାରେ ବିଫଳ ହୋଇଥିବା ଔଷଧ କମ୍ପାନୀଗୁଡିକୁ ନିୟାମକଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇ, ଜବାବ୍‌ ମଗାଯାଇଛି। ଫାର୍ମା କମ୍ପାନୀଗୁଡିକର ଯାଞ୍ଚ ପାଇଁ ସମସ୍ତ ଔଷଧ ନୀରିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷାରେ ଅନୁପଯୋଗୀ ସାବ୍ୟସ୍ତ ହୋଇଥିବା ଔଷଧଗୁଡ଼ିକୁ ମଧ୍ୟ ବଜାରରୁ ପ୍ରତ୍ୟାହାର କରିନେବାକୁ ନିୟାମକ ନିର୍ଦ୍ଦେଶ ଜାରି କରିଛନ୍ତି। ବିଭିନ୍ନ ଫାର୍ମା କମ୍ପାନୀର ଔଷଧର ନମୁନା ପରୀକ୍ଷା ପ୍ରତି ମାସରେ ସିଡିଏସ୍‌କୋ ଦ୍ୱାରା କରାଯାଇଥାଏ।

ଗତ ବର୍ଷ ନଭେମ୍ବରରେ ମଧ୍ୟ ଏଭଳି ନମୁନା ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଧାର୍ଯ୍ୟ ମାନଦଣ୍ତ ପୂରଣ କରିବାରେ ପ୍ରାୟ ୫୦ ଟି ଔଷଧ ବିଫଳ ହୋଇଥିଲା। ସେହି ଔଷଧଗୁଡ଼ିକ ମଧ୍ୟରେ ଅନେକ ଆଣ୍ଟିବାୟୋଟିକ୍ ଔଷଧ ରହିଥିଲା। ସ୍ବାସ୍ଥ୍ୟ କ୍ଷେତ୍ରର ବିଶେଷଜ୍ଞମାନଙ୍କ ମତରେ ସାରା ବିଶ୍ୱରେ ଔଷଧର ସମୁଦାୟ ନମୁନା ମଧ୍ୟରୁ ୪ରୁ ୬ପ୍ରତିଶତ ଔଷଧର ଗୁଣବତ୍ତା ଖରାପ ବୋଲି ଜଣାପଡିଛି। ତେବେ ଯେତେବେଳେ ଏହା ୬ ପ୍ରତିଶତରୁ ଅଧିକ ହୋଇଯାଏ, ସେତେବେଳେ ଏହାକୁ ନେଇ  ଚିନ୍ତା ବିଢ଼ିଯାଇଥାଏ।