Odisha Sports - The Sakala

ଚତୁର୍ଥ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ମାଲୁଦ ପଞ୍ଚୁଦୋଳ ପଡ଼ିଆ ପରିସରରେ ସ୍ୱର୍ଗତ ଶୈଳବାଳାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୈଳକୃଷ୍ଣ ଫାଉଣ୍ଡେସନ, କଣ୍ଟାବଣିଆ ପକ୍ଷରୁ ବ୍ଲକ୍‌ସ୍ତରୀୟ ଚତୁର୍ଥ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ରକ୍ଷାବନ୍ଧନ ଅବସରରେ ଫାଉଣ୍ଡେସନ୍‌ର ମୁଖ୍ୟ ପୁରୋଧା ତଥା ଅବସରପ୍ରାପ୍ତ ସେନା ଅଧିକାରୀ ଦୀପକ କୁମାର ଜେନାଙ୍କ ନେତୃତ୍ୱରେ ଏହି କ୍ରୀଡ଼ା ଉତ୍ସବ ଆୟୋଜନ କରାଯାଇଥିଲା।ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ ଜୟରାମ ଦାସ, ଡ. ବବିତା କୁମାରୀ ଜେନା, ସୋସିଆଲ୍‌ ମିଡିଆ ଚେୟାରମ୍ୟାନ୍‌ ଅରବିନ୍ଦ ଦାସ, ଏଭରେଷ୍ଟ ଆରୋହଣ କରିଥିବା ପ୍ରଥମ ବ୍ୟକ୍ତି ଗଣେଶ ଚନ୍ଦ୍ର ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଯୁବନେତା ବିଶ୍ୱଜିତ ବିଶ୍ୱାଳ ଓ ପ୍ରଧାନଶିକ୍ଷକ ବିଜୟ କୁମାର ଜେନା ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ।ବ୍ଲକ୍‌ର ବିଭିନ୍ନ ସ୍ଥାନରୁ ଯୋଗଦେଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ପ୍ରଥମେ ଭଲିବଲ୍‌ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ନାରାୟଣ ବିଦ୍ୟାପୀଠର ଖେଳ ଶିକ୍ଷକ ଅଶୋକ ସାମଲ ଏବଂ ଖେଳ ଶିକ୍ଷକ ରଞ୍ଜିତ କୁମାର ସାହୁ (ଖଲ୍ଲିକୋଟ, ଗଞ୍ଜାମ) ରେଫରି ଭାବେ ଯୋଗଦେଇ ଖେଳ ଆରମ୍ଭ କରିଥିଲେ। ଭଲିବଲ୍‌ ପ୍ରତିଯୋଗିତାକୁ ସୌମ୍ୟରଞ୍ଜନ ସାହୁ ପରିଚାଳନା କରିଥିଲେ।

ପରେ ଉଚ୍ଚଡିଆଁ, ଲମ୍ବଡିଆଁ, ୧୬୦୦ ମିଟର ଦୌଡ଼, ଗହ୍ମାଡିଆଁ ଆଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସତ୍ୟବ୍ରତ ଦାସ, ଦଇତାରୀ ବିଶ୍ୱାଳ, ଜଗନମୋହନ ମାନସିଂହ, ରୁଦ୍ର ପ୍ରସାଦ, ବସନ୍ତ ପ୍ରଧାନ, ରାଜେନ୍ଦ୍ର ନାୟକ, ଆଶିଷ ବାରିକ ଓ ଉଲ୍ଲାସ ଜେନା ପ୍ରମୁଖ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିଲେ।ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଭାମାନଙ୍କୁ ମାନପତ୍ର, ଟ୍ରଫି ଓ ଆର୍ଥିକ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ବେଦାନ୍ତ ଆଲୁମିନିଅମ୍ ସମୁଦାୟସ୍ତରର କ୍ରୀଡା ସାମଗ୍ରୀ ବଣ୍ଟନ ମାଧ୍ୟମରେ କ୍ରୀଡାକୁ ସୁଦୃଢ଼ କରୁଛି
ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଓଡ଼ିଶାର ଜାମଖାନି, ଘୋଘରପାଲି ଏବଂ କୁରାଲୋଇ ଅଞ୍ଚଳର ୧୦୦୦ ରୁ ଅଧିକ ଯୁବକଙ୍କୁ କ୍ରୀଡା ଉପକରଣ(କିଟ୍ ) ବଣ୍ଟନ କରି ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ ​​କରିଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ସ୍ଥାନୀୟ ସମୁଦାୟମାନଙ୍କ ମଧ୍ୟରେ କ୍ରୀଡା କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ସହ କ୍ରୀଡାମନୋଭାବର ସଂସ୍କୃତିକୁ ପୋଷଣ କରିବା ଅଟେ।

କାର୍ଯ୍ୟକ୍ରମର ଅଂଶ ଭାବରେ, ୨୫ ଟି ଗ୍ରାମର କ୍ରୀଡା କ୍ଲବ୍ ଏବଂ ସ୍କୁଲଗୁଡ଼ିକୁ ଫୁଟବଲ୍, କ୍ରିକେଟ୍, ଭଲିବଲ୍, ବ୍ୟାଡମିଣ୍ଟନ୍, କ୍ୟାରମ୍ ଏବଂ ଯୋଗ ମ୍ୟାଟ୍ ପାଇଁ କ୍ରୀଡା କିଟ୍ ପ୍ରଦାନ କରାଯାଇଥିଲା। କିଟ୍ ବଣ୍ଟନ ସହିତ, ସମ୍ପ୍ରଦାୟ ସ୍ତରୀୟ ଫୁଟବଲ୍ ଏବଂ କ୍ରିକେଟ୍ ଟୁର୍ନାମେଣ୍ଟ ନିୟମିତ ଭାବରେ ଆୟୋଜନ କରାଯାଏ, ଯାହା ଯୁବ ଖେଳାଳିମାନଙ୍କୁ ପ୍ରତିଯୋଗିତା କରିବା, ଦଳଗତ କାର୍ଯ୍ୟ ନିର୍ମାଣ କରିବା ଏବଂ ସେମାନଙ୍କର କ୍ରୀଡା ଦକ୍ଷତା ବିକାଶ କରିବା ପାଇଁ ଏକ ସଂରଚିତ ପ୍ଲାଟଫର୍ମ ପ୍ରଦାନ କରେ।

ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, "ବେଦାନ୍ତ ଆଲୁମିନିୟମରେ, ଆମେ ବିଶ୍ୱାସ କରୁ ଯେ କ୍ରୀଡା ଆତ୍ମବିଶ୍ୱାସୀ, ଶୃଙ୍ଖଳିତ ଏବଂ ସ୍ଥିର ସମ୍ପ୍ରଦାୟ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ତୃଣମୂଳ ସ୍ତରରେ କ୍ରୀଡା ଭିତ୍ତିଭୂମିର ପ୍ରବେଶକୁ ସୁଦୃଢ଼ ​​କରି, ଆମେ ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରିବା ସହିତ ଦଳଗତ କାର୍ଯ୍ୟ ଏବଂ କ୍ରୀଡା ମନୋଭାବ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ। ଏହି ପଦକ୍ଷେପ ଆମେ କାର୍ଯ୍ୟ କରୁଥିବା ସମସ୍ତ ଅଞ୍ଚଳରେ ସମ୍ପ୍ରଦାୟ ବିକାଶ ଏବଂ ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ଆମର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।"

ପିପିଲିମାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ରଙ୍ଗଧର ଡିଲ୍ଲା ଆହୁରି ମଧ୍ୟ କହିଛନ୍ତି, "କ୍ରୀଡା କିଟ୍ ଏବଂ ଟୁର୍ନାମେଣ୍ଟଗୁଡ଼ିକ ଆମ ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରିଛି ଏବଂ କ୍ରୀଡା ପାଇଁ ନୂତନ ଉତ୍ସାହ ଆଣିଛି। ଆମ ସମ୍ପ୍ରଦାୟ ମଧ୍ୟରେ କ୍ରୀଡାକୁ ପ୍ରୋତ୍ସାହିତ କରିବାରେ ବେଦାନ୍ତ ଆଲୁମିନିୟମର ସମର୍ଥନକୁ ଆମେ ପ୍ରଶଂସା କରୁଛୁ।"

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରର କ୍ରୀଡା ଏବଂ ସଂସ୍କୃତି ମାଧ୍ୟମରେ ଓଡ଼ିଶାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ଏହାର ପରିଚାଳନା କ୍ଷେତ୍ରରେ ବାସ୍ତବ ସାମାଜିକ-ଅର୍ଥନୈତିକ ପ୍ରଗତି ଦିଗରେ ଆଗେଇ ନେବ।

ବେଦାନ୍ତ ଲିମିଟେଡର ଏକ ବ୍ୟବସାୟ, ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ, ଯାହା ଆର୍ଥିକ ବର୍ଷ ୨୫ ମସିହାରେ ଭାରତର ଅଧାରୁ ଅଧିକ ଆଲୁମିନିୟମ ଉତ୍ପାଦନ କରେ, ଅର୍ଥାତ୍ ୨.୪୨ ନିୟୁତ ଟନ୍। ଏହା ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦରେ ଏକ ନେତା ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ଖୋଜେ। ଆଲୁମିନିୟମ ଶିଳ୍ପ ପାଇଁ S&P ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସମେଣ୍ଟ ୨୦୨୪ ବିଶ୍ୱ ରାଙ୍କିରେ ବେଦାନ୍ତ ଆଲୁମିନିୟମ ଦ୍ୱିତୀୟ ସ୍ଥାନରେ ଅଛି, ଯାହା ଏହାର ପ୍ରମୁଖ ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ। ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ରିଫାଇନାରୀ ଏବଂ ପାୱାର ପ୍ଲାଣ୍ଟ ସହିତ, କମ୍ପାନୀ ଏକ ସବୁଜ ଆସନ୍ତାକାଲି ପାଇଁ 'ଭବିଷ୍ୟତର ଧାତୁ' ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାର ଏହାର ଲକ୍ଷ୍ୟ ପୂରଣ କରେ।

ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା; ରାଜ୍ୟରେ କ୍ରୀଡ଼ା ରୂପାନ୍ତରଣ ବଦଳାଇଦେଇଛି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଯୁବପିଢ଼ିଙ୍କ ମାନସିକତା
ଭୁବନେଶ୍ୱର: ଓଡ଼ିଶାରେ କ୍ରୀଡ଼ା ରୂପାନ୍ତରଣ ବଦଳାଇଦେଇଛି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଯୁବପିଢ଼ିଙ୍କ ମାନସିକତା। କ୍ରୀଡ଼ାକୁ ବୃତ୍ତି ଭାବେ ଗ୍ରହଣ କରି ସାମାଜିକ ପ୍ରତିଷ୍ଠା ଲାଭ ଯେ ସମ୍ଭବ ଏହି ବାର୍ତ୍ତା ପ୍ରତ୍ୟେକ ଅଭିଭାବକ ଓ ସଚେତନ ନାଗରିକଙ୍କ ମନକୁ ଛୁଇଁ ପାରିଛି। ପିଲାମାନଙ୍କ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଥିବା ପ୍ରତ୍ୟେକ ବାପାମାଆଙ୍କ ପାଇଁ ଏହା ମଧ୍ୟ ଏକ ନିଆରା ଅନୁଭବ ଆଣିଛି। ନିଜ ପିଲାମାନଙ୍କ ପାଇଁ ସାଧାରଣ ଶିକ୍ଷା ସହିତ କ୍ରୀଡ଼ାକୁ ସମଦୃଷ୍ଟିରେ ଆଦରିବାକୁ କୁଣ୍ଠାବୋଧ କରୁଥିବା ଅଭିଭାବକଙ୍କ ମନୋଭାବରେ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣର ପ୍ରଭାବ ଆଣିଛି ଏକ ବିରାଟ ପରିବର୍ତ୍ତନ। ଫଳତଃ ରାଜ୍ୟରେ ଶିକ୍ଷା ସହିତ କ୍ରୀଡ଼ାକୁ ମଧ୍ୟ ପ୍ରାଥମିକତା ଦେବାର ଧାରା ସାଧାରଣରେ ପରିଲକ୍ଷିତ ହେଉଛି।

ଗାଁଠାରୁ ସହର ପର୍ଯ୍ୟନ୍ତ ସବୁ ପ୍ରକାର କ୍ରୀଡ଼ା ଭିତ୍ତିଭୂମିର ବିକାଶ କରି ରାଜ୍ୟ ସରକାର ପିଲାମାନଙ୍କୁ ଖେଳକୁଦ ପ୍ରତି ଆକୃଷ୍ଟ କରିଛନ୍ତି। ଆଥ୍‌‌ଲେଟିକ୍‌‌ ଠାରୁ ନେଇ ହକି, ଫୁଟବଲରୁ ନେଇ ସନ୍ତରଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଉନ୍ନତ ଭିତ୍ତିଭୂମି ସହ ଉପଯୁକ୍ତ ତାଲିମ ଓ କ୍ରୀଡ଼ା ପ୍ରୋତ୍ସାହନ ଯୋଗୁଁ ଗାଁ ଦାଣ୍ଡର ଖେଳକୁଦରେ ସୀମିତ ଥିବା ଗାଁର ପିଲା ଆଜି ଅନ୍ତର୍ଜାତୀୟ ମଞ୍ଚରେ ନିଜ କ୍ରୀଡ଼ା ପ୍ରତିଭା ପଦର୍ଶନ କରି ରାଜ୍ୟ ତଥା ଦେଶକୁ ଗର୍ବିତ କରୁଛି। କ୍ରୀଡ଼ା ସଂଗଠନ ଏବଂ କ୍ରୀଡ଼ାବିତ୍‌‌ଙ୍କ ପାଇଁ ସମ୍ପ୍ରତି ଓଡ଼ିଶା ପ୍ରଥମ ପସନ୍ଦ ପାଲଟିଛି। ଗତ ଦଶନ୍ଧି ମଧ୍ୟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ରୂପାନ୍ତରଣର ପ୍ରଭାବ ସିଧାସଳଖ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାଙ୍କ ଉପରେ ପଡ଼ିଛି। ରାଜ୍ୟର ଯୁବପିଢ଼ି ଆଜି କ୍ରୀଡ଼ାକୁ ନିଜର ବୃତ୍ତି ବା କ୍ୟାରିୟର୍‌‌ ଭାବେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସଫଳ କ୍ରୀଡ଼ାବିତ୍‌‌ଙ୍କ ପାଇଁ ଚାକିରି, ଆର୍ଥିକ ପ୍ରୋତ୍ସାହନ, ପଦକ ବିଜେତାଙ୍କୁ ସମ୍ମାନ ଦେଇ ରାଜ୍ୟ ସରକାର ସେମାନଙ୍କ ମନୋବଳ ବଢ଼଼ାଇବା ସହ ଉତ୍ସାହିତ କରୁଛନ୍ତି। ଏ ପ୍ରକାର କ୍ରୀଡ଼ା ଅନୁକୂଳ ବାତାବରଣ ମଧ୍ୟରେ ରାଜ୍ୟର ଯୁବପିଢ଼ି କ୍ରୀଡ଼ା କ୍ଷେତ୍ରରେ ନିଜର ଏକ ସୁନେଲୀ ଭବିଷ୍ୟତକୁ ଦେଖିପାରୁଛନ୍ତି।

ରାଜଧାନୀ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମ୍‌‌, ରାଉରକେଲାରେ ବିଶ୍ୱ ସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌‌ ଓ ଇନ୍‌‌ଡୋର୍‌‌ ଷ୍ଟାଡିୟମ୍‌‌ ସହ ଜିଲ୍ଲା ସ୍ତରରେ ଇନ୍‌‌ଡୋର୍‌‌ ଷ୍ଟାଡିୟମ୍‌‌ ଭଳି ନିର୍ମାଣ କରି ରାଜ୍ୟ ସରକାର କ୍ରୀଡ଼ା କ୍ଷେତ୍ରରେ ନୂଆ କୀର୍ତ୍ତିମାନ କରିଛନ୍ତି। ଅନ୍ତର୍ଜାତୀୟମାନର ଷ୍ଟାଡିୟମ, ବହୁମୁଖୀ ଆନ୍ତଃ କ୍ରୀଡ଼ାଙ୍ଗନ, ଫୁଟ୍‌‌ବଲ ଓ ହକି ପ୍ରଶିକ୍ଷଣ କେନ୍ଦ୍ର ଏବଂ ମିନି ଷ୍ଟାଡିୟମମାନ ନିର୍ମାଣ କରାଯାଇଛି। ପ୍ରତିଭାବାନ୍‌‌ ସନ୍ତରଣକାରୀଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରଦାନ ପାଇଁ କଳିଙ୍ଗ ଷ୍ଟାଡିୟମ୍‌‌ରେ ଉଚ୍ଚ ମାନର ସନ୍ତରଣାଗାର(ସୁଇମିଙ୍ଗ୍‌‌ ପୁଲ୍‌‌) ନିର୍ମାଣ କରିବା ସହ ରାଜ୍ୟ ସରକାର ଅନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। କେବଳ ସନ୍ତରଣ ନୁହେଁ; ହକିଠାରୁ ଆରମ୍ଭ କରି ତୀର ଚାଳନା, ଲନ୍‌‌ ଟେନିସ୍‌‌, ରଗ୍‌‌ବୀ ଆଦି କ୍ରୀଡ଼ାରେ ଦେଶବିଦେଶରେ ସ୍ୱନାମ ଅର୍ଜନ କରିଥିବା ପ୍ରଶିକ୍ଷକ(କୋଚ୍‌‌) ନିଯୁକ୍ତ କରାଯାଇଛି। ଫଳରେ ଓଡ଼ିଶାର ପିଲାମାନେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ଖ୍ୟାତି ଅର୍ଜନ କରୁଛନ୍ତି।

କେବଳ ସରକାର ନୁହନ୍ତି; କର୍ପୋରେଟ୍‌‌ ଏବଂ ବେସରକାରୀ ସଂସ୍ଥା ମଧ୍ୟ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ଆଗେଇ ଆସୁଛନ୍ତି। ସାମାଜିକ ଦାୟିତ୍ୱବୋଧ ସ୍ୱରୂପ ବିଭିନ୍ନ କ୍ରୀଡ଼ାକୁ ସେମାନେ ଗୁରୁତ୍ୱ ଦେଇ ତାହାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରୁଛନ୍ତି। ଉଚ୍ଚତର ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଉଛି। କୃତୀ କ୍ରୀଡ଼ାବିତ୍‌‌ଙ୍କୁ ପ୍ରଶିକ୍ଷଣ ସକାଶେ ବିଦେଶ ପଠାଇବା ପାଇଁ ପଦକ୍ଷେପ ନିଆଯାଉଛି। କେବଳ ପ୍ରଶିକ୍ଷଣ ନୁହେଁ; ହଷ୍ଟେଲରେ ରଖି ସେମାନଙ୍କ ଖାଦ୍ୟପେୟ, ଯାତାୟାତ, ଆବଶ୍ୟକ କ୍ରୀଡ଼ା ସାମଗ୍ରୀ ପ୍ରଦାନ ଆଦି ସୁନିଶ୍ଚିତ କରାଯାଉଛି। ଦିନ ଥିଲା, ରାଜ୍ୟ ଓ ଦେଶ ବାହାର ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଓଡ଼ିଆ କ୍ରୀଡ଼ାବିତ୍‌‌ଙ୍କୁ ଅର୍ଥ ବାଧକ ସାଜୁଥିଲା। ହେଲେ ଆଜି ଏଥିପାଇଁ ସରକାରୀ ପ୍ରୋତ୍ସାହନର ଅଭାବ ନାହିଁ। କେଉଁଠି ବି କ୍ରୀଡ଼ାବିତ୍‌‌ଟିଏ ଆର୍ଥିକ ସମସ୍ୟାରେ ପଡ଼ୁଛି, ଗୋଟିଏ ଟୁଇଟ୍‌‌ରେ ସରକାର ତାଙ୍କ ପାଖରେ ପହଞ୍ଚି ଯାଉଛନ୍ତି।

‘ମୋ ସରକାର’ ଓ ‘୫-ଟି’ ଉପକ୍ରମ ଅଧୀନରେ କ୍ରୀଡ଼ାର ବିକାଶ ପାଇଁ ସରକାର ନେଇଥିବା ପଦକ୍ଷେପର ସୁଫଳ ମିଳିବା ଆରମ୍ଭ ହୋଇଛି। ଓଡ଼ିଶା ଏଫ୍‌‌ସି ଜାତୀୟ ସ୍ତରରେ ଚାମ୍ପିଅନ ହେବାର ସୌଭାଗ୍ୟ ଅର୍ଜନ କରିଛି। କ୍ରୀଡ଼ା ଭିତ୍ତିମୂମି ଓ ପ୍ରଶିକ୍ଷଣର ଭରପୂର ସୁଯୋଗ ନେଇ ଅଲିମ୍ପିକ ପଦକ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପିଲମ।।ନଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଓ ବଳିଷ୍ଠ ନେତୃତ୍ୱରେ ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିରେ ବୈପ୍ଳବିକ ପରିବର୍ତ୍ତନ ସୁନିଶ୍ଚିତ ହୋଇଛି। ଅନ୍ତର୍ଜାତୀୟ ହକି ଫେଡେରେସନ୍‌‌ ଓଡ଼ିଶାର କ୍ରୀଡ଼ା ପରିବେଶକୁ ସ୍ୱୀକୃତି ଦେଇଛି। ଥରେ ନୁହେଁ; ଓଡ଼ିଶା କ୍ରମାଗତ ଦୁଇଥର ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ୍‌‌ ଆୟେଜାନ କରିବାର ସୁଯୋଗ ପାଇଛି। ବିଶ୍ୱର ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ଏହି ସମ୍ମାନଜନକ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି। ଏଥିସହ ୨୦୧୭ରେ ଏସୀୟ ଦୌଡ଼କୁଦ ଚାମ୍ପିଅନ୍‌‌ସିପ୍‌‌, ୨୦୧୪ରେ ହକି ଚାମ୍ପିଅନ୍‌‌ସିପ୍‌‌, କନିଷ୍ଠ ହକି ବିଶ୍ୱକପ୍‌‌, ବିଡବ୍ଲ୍ୟୁଏଫ୍‌‌ ବ୍ୟାଡ୍‌‌ମିଣ୍ଟନ ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀର ମାନ୍ୟତା ଲାଭ କରିସାରିଛି।

କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ୬୯୩.୩୫ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜିଲ୍ଲାରେ ୮୯ଟି ବହୁମୁଖୀ ଇନ୍‌‌ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଏଠାରେ ବ୍ୟାଡ୍‌‌ମିଣ୍ଟନ, ଟେବଲ୍‌‌ ଟେନିସ ଓ ଭାରୋତ୍ତୋଳନ ଆଦିରେ ତାଲିମ ପ୍ରଦାନ କରାଯିବ। କ୍ରୀଡ଼ାବିତ୍‌‌ଙ୍କୁ ଭବିଷ୍ୟତରେ ଆତ୍ମନିର୍ଭର କରିବା ଲାଗି ରାଜ୍ୟ ସରକାର ଓଡ଼ିଶା ପୁଲିସ୍‌‌ରେ ୧୦୦ରୁ ଊର୍ଦ୍ଧ୍ବ କ୍ରୀଡ଼ାବିତ୍‌‌ଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥା, ସରକାରୀ ଉଦ୍ୟୋଗରେ ଶ୍ରେଷ୍ଠ ସଫଳତା ପାଇଥିବା ୩୧ ଜଣ କ୍ରୀଡ଼ାବିତ୍‌‌ଙ୍କୁ ନିଯୁକ୍ତି ମିଳିଛି। କ୍ରୀଡ଼ା ପ୍ରତିଭାମାନଙ୍କୁ ତରୁଣ ବୟସରୁ ଚିହ୍ନଟ କରି ବିଭିନ୍ନ କ୍ରୀଡ଼ାଶୃଙ୍ଖଳାରେ ସେମାନଙ୍କୁ ପ୍ରଶିକ୍ଷଣ, ବୃତ୍ତି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ରାଜ୍ୟ ସରକାର ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ଜୋନାଲ ପାରା ସୁଟିଂ ଚାମ୍ପିଅନସିପରେ ଓଡିଆ ସୁଟର ବିରେନ୍ଦ୍ର ବଳିଆରସିଂହଙ୍କୁ ରୌପ୍ଯ
ଭୁବନେଶ୍ବର: ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ତୃତୀୟ ଜୋନାଲ ପାରା ସୁଟିଙ୍ଗ ଚାମ୍ପିଅନସିପରେ ଓଡିଶାକୁ ମିଳିିଛି ବଡ଼ ସଫଳତା । ପୁରୁଷ ୧୦ ମିଟର ଏୟାର ରାଇଫଲରେ ଷ୍ଟାଣ୍ଡିଂ SH-1 ଇଭେଣ୍ଟରେ ଓଡିଶାର ପ୍ରଥମ ପାରା ସୁଟର ଭାବେ ବିରେନ୍ଦ୍ର ବଳିଆରସିଂହଙ୍କୁ ରୋପ୍ଯ ପଦକ ମିଳିଛି।  ଏଥିସହ ବିରେନ୍ଦ୍ର ଜାତୀୟ ପାରା ସୁଟିଂ ଚାମ୍ପିଅନସିପ୍ – ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।  ସେ ଭୁବନେଶ୍ବର ସ୍ଥିତ ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂରେ ପ୍ରଶିକ୍ଷଣ ନେଉଛନ୍ତି।

A trainee of Odisha Aditya Birla Gagan Narang Shooting HPC, Bhubaneswar, Birendra qualified for the National Para Shooting Championship 2022.

— Odisha Sports (@sports_odisha) December 14, 2022

କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଓଡ଼ିଶାକୁ ଜାତୀୟସ୍ତରରେ ମିଳିଲା ଆଉ ଏକ ସ୍ୱତନ୍ତ୍ର ସମ୍ମାନ
ଭୁବନେଶ୍ୱର : କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶା ପୁଣି ଜାତୀୟସ୍ତରରେ ଆଉ ଏକ ସମ୍ମାନ ଲାଭ କରିଛି। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ସହ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହନ ପାଇଁ ଓଡ଼ିଶାକୁ ଏହି ସମ୍ମାନ ମିଳିଛି। ରାଜ୍ୟକୁ ମିଳିଥିବା ଏହି ସ୍ୱତନ୍ତ୍ର ସମ୍ମାନକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ଆବାସିକ କମିସନର ରବିକାନ୍ତ ଗ୍ରହଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ଶେଷ ମୂହୁର୍ତ୍ତରେ ଝାଡଖଣ୍ଡ ଏସିଆନ୍‍ ଆଥଲେଟିକ ଚମ୍ପିୟାନସିପ୍‍ରୁ ଓହରି ଯାଇଥିଲା। ଏହାକୁ ଆୟୋଜନ କରିବା ନେଇ ଅନ୍ୟ ରାଜ୍ୟମାନେ କମ୍‍ ସମୟରେ ପ୍ରସ୍ତୁତ ହୋଇପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ମାତ୍ର ୯୦ ଦିନ ମଧ୍ୟରେ ଓଡ଼ିଶା ସରକାର ଏସିଆନ୍‍ ଆଥଲେଟିକ ଚମ୍ପିୟାନସିପ୍‍ ଆୟୋଜନ ନେଇ ଭିତ୍ତିଭୂମି ପ୍ରସ୍ତୁତ କରିପାରିଥିଲେ। ଏହା ସେ ସମୟରେ ରାଜ୍ୟ ପାଇଁ ସୁନାମ ଆଣିବା ସହ ଅନ୍ୟ ବୃହତ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରେରଣା ଯୋଗାଇଥିଲା। ଏହାର ପରବର୍ଷ ସଫଳତାର ସହ ପୁରୁଷ ବିଶ୍ୱକପ୍‍ ହକି ଆୟୋଜନ ହୋଇପାରିଥିଲା।

ଆସନ୍ତା ବର୍ଷ ମଧ୍ୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ ଏବଂ ରାଉରକେଲାର ଶହୀଦ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁନର୍ବାର ପୁରୁଷ ହକି ବିଶ୍ୱକପ୍‍ ଆୟୋଜନ ହେବାକୁ ଯାଉଛି। ଭାରତୀୟ ହକି ଏକ ବିଶେଷ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଓଡ଼ିଶା ସରକାର ଜାତୀୟ ହକି ଦଳର ପ୍ରାୟୋଜକ ହେବାକୁ ମନ ବଳାଇଥିଲେ। ରାଜ୍ୟ ସରକାର ପ୍ରାୟୋଜକ ଥିବା ସମୟରେ ହିଁ ଦୀର୍ଘବର୍ଷ ବ୍ୟବଧାନ ପରେ ଭାରତୀୟ ପୁରୁଷ ହକି ଦଳ ଅଲମ୍ପିକରେ ବ୍ରୋଞ୍ଚ ପଦକ ସହ ହାସଲ କରିଥିଲା। ଜାଭଲିନ୍‍ ଥ୍ରୋରେ ଅଲମ୍ପିକରେ ସ୍ୱର୍ଣ୍ଣ ହାସଲ କରିଥିବା ନୀରଜ ଚୋପ୍ରା ଏକଦା କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ। ସୁନ୍ଦରଗଡ଼ର ତୃଣମୂଳସ୍ତରରୁ ହକି ପ୍ରତିଭା ବାହାର କରିବା ପାଇଁ ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ବ୍ୟବସ୍ଥା କରାଯାଇଛି। ସ୍କୁଲରୁ ବିଶ୍ୱବିଦ୍ୟାଳୟସ୍ତରରେ କ୍ରୀଡ଼ାକୁ ବ୍ୟାପକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ରାଜ୍ୟରେ ଅନ୍ତର୍ଜାତୀୟ ମାନର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ସହ ଭିତ୍ତିଭୂମି ପ୍ରତିଷ୍ଠା କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଷ୍ଟାଡିୟମ ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି।

କିଛିମାସ ପୂର୍ବରୁ କ୍ୟାବିନେଟ୍‍ ୮୯ଟି ସହରାଞ୍ଚଳରେ ବହୁମୁଖି ଇନଡୋର ଷ୍ଟାଡିୟମ୍‍ ନିର୍ମାଣକୁ ନେଇ ମଞ୍ଜୁରୀ ପ୍ରଦାନ କରିଥିଲା। ତନ୍ମଧ୍ୟରୁ ଅଧିକାଂଶ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢୀକରଣ କରିବା ନେଇ ବ୍ଲକରେ ମିନି ଷ୍ଟାଡିୟମ୍‍ ପ୍ରତିଷ୍ଠା କରାଯାଉଛି। ଆଦିବାସୀ ଅଧୁଷିତ ଅଞ୍ଚଳରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଛି। ଜିଲ୍ଲା ମୁଖ୍ୟାଳୟରେ ସ୍ପୋର୍ଟସ କମ୍ପଲେକ୍ସ କାର୍ଯ୍ୟ ଜାରି ରହିଛି। କଳିଙ୍ଗ ଷ୍ଟାଡିୟମ ଦଶନ୍ଧି ମଧ୍ୟରେ ନିଜର କାୟାକଳ୍ପ ବଦଳାଇ ସାରିଲାଣି। ୮ଟି କୋର୍ଟ ବିଶିଷ୍ଟ ବ୍ୟାଡମିଣ୍ଟନ ଗ୍ରାଉଣ୍ଡ ପ୍ରସ୍ତୁତ କରାଯାଇଛି। ଅନ୍ତର୍ଜାତୀୟମାନର ସୁଇମିଂ ପୁଲ୍‍ , ହାଇ ଫରଫର୍ମାନ୍ସ ସେଣ୍ଟର ସହ ରାଜ୍ୟର ୫ଟି ସ୍ଥାନରେ ଉତ୍ତମ ଫୁଟବଲ୍‍ ଗ୍ରାଉଣ୍ଡ ରହିଛି। କଳିଙ୍ଗ ଷ୍ଟାଡିୟମରେ ୨ଟି, ୟୁନିଟ୍‍-୩ରେ ଗୋଟିଏ ଏବଂ ୧୨୦ ବାଟାଲିୟାନ ମଧ୍ୟରେ ୨ଟି ଫୁଟବଲ୍‍ ଗ୍ରାଉଣ୍ଡ ପ୍ରସ୍ତୁତ ହୋଇସାରିଛି। କଳିଙ୍ଗ ଷ୍ଟାଡିୟମରେ ୧୫,୦୦୦ ଲୋକ ଏକାଠି ବସି ହକି ଖେଳ ଦେଖିପାରିବେ। ସେହିପରି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ନିର୍ମିତ ହେବାକୁ ଥିବା ହକି ଷ୍ଟାଡିୟମରେ ଏକକାଳୀନ ୨୦,୦୦୦ରୁ ଊର୍ଦ୍ଧ୍ବ ଦଶକ ବସି ମ୍ୟାଚ ଦେଖିପାରିବେ।

ଦଶନ୍ଧି ମଧ୍ୟରେ ବଦଳି ଯାଇଛି ଓଡ଼ିଶାର କ୍ରୀଡ଼ା ଦୃଶ୍ୟପଟ୍ଟ, ଚଳିତ ବଜେଟରେ ୧୦୦% ଅଧିକ ଅନୁଦାନ
ଭୁବନେଶ୍ୱର : ବିଗତ ଦଶନ୍ଧି ମଧ୍ୟରେ ଓଡ଼ିଶା ସରକାର କ୍ରୀଡ଼ାର ବିକାଶ ପାଇଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍‍ ନିର୍ମାଣ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନର ସଫଳତା ପାଇଛି ଓଡ଼ିଶା। ପରିଣାମ ସ୍ୱରୂପ ଓଡ଼ିଶା ଆଜି କ୍ରୀଡ଼ା ହବ୍‍ରେ ପରିଣତ ହୋଇଛି ଆଉ ଭୁବନେଶ୍ୱରକୁ କ୍ରୀଡ଼ା ରାଜଧାନୀର ମାନ୍ୟତା ମିଳିଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ପ୍ରଶଂସାର ସୁଅ ଛିଟିଛି। ହକିରେ ପୁଞ୍ଜି ବିନିଯୋଗ ଅର୍ଥ ହେଉଛି ଆଗାମୀ ପିଢ଼ୀ ପାଇଁ ପୁଞ୍ଜି ବିନିଯୋଗ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କହି ଆସୁଛନ୍ତି।

ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ହକିକୁ ସର୍ବାଧିକ ପ୍ରଧାନ୍ୟ ଦେବା ସହିତ ଭାରତୀୟ ହକି ଦଳର ପ୍ରାୟୋଜକ ଦାୟିତ୍ୱ ଗ୍ରହଣ କରିଛି। ଯେବେ ହକି କଥା ଆଲୋଚନା ହୁଏ ସେତେବେଳେ ପ୍ରଥମେ ଓଡ଼ିଶାର ନାମ ଆସିଥାଏ। ଦଶନ୍ଧି ପୂର୍ବରୁ କ୍ରୀଡ଼ା କଥା ଆସିଲେ କେବଳ ବାରବାଟୀ ଷ୍ଟାଡିୟମ୍‍ରେ ଅନ୍‍ତର୍ଜାତୀୟ ଜାତୀୟ କ୍ରିକେଟ୍‍ ମ୍ୟାଚ୍‍ ଆୟୋଜନ କଥା ମନକୁ ଆସିଥାଏ। ତେବେ ଆଜି ଓଡ଼ିଶା କ୍ରୀଡ଼ାର ଦୃଶ୍ୟପଟ ବଦଳି ଯାଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‍ ଠାରୁ ଆରମ୍ଭ କରି ସୁନ୍ଦରଗଡ଼ ପର୍ଯ୍ୟନ୍ତ ସବୁଠି କ୍ରୀଡ଼ାର ଛାପ ଦେଖିବାକୁ ମିଳେ। ୨୦୧୬-୧୭ ବେଳକୁ ରାଜ୍ୟ ସରକାର ବଜେଟ୍‍ରେ କ୍ରୀଡ଼ା ପାଇଁ ୧୦୦ କୋଟି ଯଙ୍କାର ଅନୁଦାନ ଦେଇଥିବା ବେଳେ ୨୦୨୦-୨୧ ବେଳକୁ ଏହା ୩୦୧ କୋଟିରେ ପହଞ୍ଚି ପାରିଛି। ୨୦୨୧-୨୨ରେ ସରକାର ବଜେଟରେ ୪୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିବା ବେଳେ ଚଳିତ ବଜେଟରେ ୯୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପୂର୍ବାପେକ୍ଷା ଏହା ୧୦୦% ଅଧିକ।

ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଟ୍ୱିଟ୍‍ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ହେତୁ ଓଡ଼ିଶା ଆଜି କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି। କ୍ରୀଡ଼ାର ଭିତ୍ତିଭୂମି ବିକାଶ ହେଉ ଅବା ପାଠ୍ୟକ୍ରମରେ କ୍ରୀଡ଼ାର ମିଶ୍ରଣ ହେଉ ଅବା ଖେଲୋ ଇଣ୍ଡିଆ ପଦକ୍ଷେପ, ଓଡ଼ିଶା ସରକାର ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଯେଉଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଆଜି ଫଳପ୍ରସୂ ହେବାରେ ଲାଗିଛି। କ୍ରୀଡ଼ା ଭିତ୍ତିଭୂମି ପାଇଁ ରାଜ୍ୟ ସରକାର ୭୧୯ କୋଟି ଦେଇଥିବା ବେଳେ କ୍ରୀଡ଼ା ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୧୧୫ କୋଟି ଏବଂ ଖେଲୋ ଇଣ୍ଡିଆ ପାଇଁ ୧୧ କୋଟି ଟଙ୍କା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଅନବରତ ପ୍ରୟାସ ହେତୁ ଆଜି କ୍ରୀଡ଼ା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ସ୍ପଷ୍ଟ ବାରିହୋଇ ପଡ଼ୁଛି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

Odisha – Sports Capital of India.

Whether development of Sports infrastructure, Support to Sports Education or Khelo India initiative, #Odisha Government has been working relentlessly to develop Sports & Games in the state. pic.twitter.com/2tsXUHHLIx

— Manas Mangaraj (@manasrmangaraj) July 16, 2022

ବିଦ୍ୟାଳୟ ସ୍ତରରେ ଚେସ୍‍କୁ ସାମିଲ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଶ୍ୱ ଚେସ୍‍ ମାନଚିତ୍ରରେ ଭାରତ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ବେଳେ ବିଗତ ଦିନରେ ଓଡ଼ିଶାରୁ ବହୁ ପ୍ରତିଭାବାନ୍‍ ଚେସ୍‍ କ୍ରୀଡ଼ାବିତ୍‍ ସୃଷ୍ଟି ହୋଇଛନ୍ତି।ଓଡ଼ିଶାର ବହୁ ଚେସ୍‍ କ୍ରୀଡ଼ାବିତ୍‍ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶକୁ ଗର୍ବିତ କରିଛନ୍ତି। ୨୦୧୬ ମସିହାରେ ଓଡ଼ିଶା ବିଶ୍ୱ କନିଷ୍ଟ ଚେସ୍‍ ଚାମ୍ପିଅନ୍‍ସିପ୍‍ ଆୟୋଜନ କରିବାର ସୌଭାଗ୍ୟ ଅର୍ଜନ କରିଥିଲା। ଆଉ ଏକ ପାଦ ଆଗକୁ ଯାଇ ଶିକ୍ଷାନୁଷ୍ଠାନରେ ଚେସ୍‍ ଖେଳାଳୀ ସୃଷ୍ଟି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଅପରପକ୍ଷେ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆ ଲିଗ୍‍ ପାଇଁ କଳିଙ୍ଗ ଲାନ୍ସର ଟିମ୍‍ର ଫ୍ରାଞ୍ଚାଇଜି ଗ୍ରହଣ ପାଇଁ ପଦକ୍ଷେପ ନେଇଥିଲେ। ୨୦୧୪ରେ ଭୁବନେଶ୍ୱର ହକି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାର ସୌଭାଗ୍ୟ ଅର୍ଜନ କରିଥିଲା। ୨୦୧୫ରେ ଇଣ୍ଡୋ-ଜାପାନ ହକି ସିରିଜ୍‍ ଭୁବନେଶ୍ୱରରେ ଆୟୋଜନ କରାଯାଇଥିଲା। ୨୦୧୭ରେ ଓଡ଼ିଶା ଏଫ୍‍ଆଇଏଚ୍‍ ବିଶ୍ୱ ହକି ଲିଗ୍‍ ଆୟୋଜନ କରିଥିଲା।

ଏତିକି ନୁହେଁ ୨୨ତମ ଏସିଆନ୍‍ ଆଥଲେଟିକ୍‍ ମିଟ୍‍ ଆୟୋଜନ ପାଇଁ ଶେଷ ମୁହୂର୍ତ୍ତରେ ଝାରଖଣ୍ଡ ସରକାର ପଛଘୁଞ୍ଚା ଦେବା ପରେ ଓଡ଼ିଶା ଏହି ଦାୟିତ୍ୱ ନେବା ପାଇଁ ଆଗେଇ ଆସିଥିଲା ଏବଂ ୯୦ ଦିନ ଧରି ଏହାର ସଫଳ ଆୟୋଜନ କରିଥିଲା। ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍‍ ନିର୍ମାଣ ତଥା ବିଭିନ୍ନ ଷ୍ଟାଡିୟମ୍‍ରେ ସିନ୍ଥେଟିକ୍‍ ଟର୍ଫ ବିଛାଇବା ପାଇଁ ରାଜ୍ୟ ସରକାର ୩୨୦ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ କରିଛନ୍ତି। ରାଉରକେଲାରେ ହକି ଷ୍ଟାଡିୟମ୍‍ ନିର୍ମାଣ ପାଇଁ ସରକାର ୧୩୬.୮୨ କୋଟି ଟଙ୍କା ଅନୁମୋଦନ ଲାଭ କରିଥିବା ବେଳେ ସେଥିରୁ ୪୧.୦୪ କୋଟି ଟଙ୍କା ବ୍ୟୟ କରାଯାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ୧୬ଟି ବ୍ଲକରେ ସିନ୍ଥେଟିକ୍‍ ଟର୍ଫ ବିଛାଇବା ପାଇଁ ୧୫୩.୭୨ କୋଟି ଟଙ୍କାରୁ ୪୬.୧୧ କୋଟି ଟଙ୍କା ବ୍ୟୟ ହୋଇଛି। ସୁନ୍ଦରଗଡ଼ ସଦର, ସମ୍ବଲପୁରର ଯୁଜୁମରା ବ୍ଲକରେ ସିନ୍ଥେଟିକ୍‍ ଟର୍ଫ ପାଇଁ ୮.୭୫ କୋଟି ଟଙ୍କାରୁ ୫.୨୫ କୋଟି ଟଙ୍କା ବ୍ୟୟ କରାଯାଇ ଥିବା ବେଳେ ସମ୍ବଲପୁର ଜିଲ୍ଲା ବାମରାରେ ୯.୧୪ କୋଟି ଟଙ୍କାରୁ ୨.୫୦ କୋଟି ଏବଂ ଗଞ୍ଜାମ ଜିଲ୍ଲ ଛତ୍ରପୁର ଠାରେ ସିନ୍ଥେଟିକ୍‍ ଟର୍ଫ ପାଇଁ ୯.୧୨ କୋଟି ଟଙ୍କାରୁ ୭ କୋଟି ଟଙ୍କା ବ୍ୟୟ କରାଯାଇଛି। ହକିର ବିକାଶ ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‍ ଠାରେ ଅନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ୍‍ ନିର୍ମାଣ କରାଯାଇଛି।

ଏଥିସହ ରାଉରକେଲାରେ ଅନ୍ତର୍ଜାତୀୟ ମାନର ସର୍ବ ବୃହତ ହକି ଷ୍ଟାଡିୟମ୍‍ ନିର୍ମାଣ କରାଯାଉଛି। ରାଉରକେଲାର ପାନପୋଷ ଠାରେ ଦୁଇଟି ପଡ଼ିଆରେ ସିନ୍ଥେଟିକ୍‍ ଟର୍ଫ ବିଛାଯାଇଛି। କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ୧୬ଟି ସ୍ଥାନରେ କ୍ରୀଡ଼ା ଛାତ୍ରାବାସ ସ୍ଥାପନ କରିବା ସହିତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‍ ଠାରେ ୧୧ଟି ହାଇ ଫର୍ମମାନ୍ସ ସେଣ୍ଟର ସ୍ଥାପନ କରିଛନ୍ତି। ଏଠାରେ ପିଲାମାନଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଦିଆଯାଉଛି। ଅପରପକ୍ଷେ ହକି ଖେଳର ବିକାଶ ପାଇଁ ଜିଲ୍ଲା ମାନଙ୍କରେ ‘ମୋ ସ୍କୁଲ ହକି କ୍ଲବ୍‍’ ପ୍ରତିଷ୍ଠା କରାଯାଇଛି। ଅପରପକ୍ଷେ ରାଜ୍ୟରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ନିର୍ମାଣ କାର୍ଯ୍ୟ ଜାରି ରହିଛି। ହାଇ ପର୍ଫମାନ୍ସ ସ୍ପୋର୍ଟ୍ସ ସେଣ୍ଟରରେ ଭାରୋତ୍ତୋଳନ, ସନ୍ତରଣ, ବନ୍ଧୁକ ଚାଳନା, ଫୁଟ୍‍ବଲ୍‍, ହକି, ସ୍ପୋର୍ଟ୍ସ କ୍ଲାଇମ୍ବିଂ, ଆଥଲେଟିକ୍‍ ଆଦି କ୍ରୀଡ଼ାର ପ୍ରସାର ହୋଇପାରିବ।

ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ ଦୌଡ଼କୁଦ ପ୍ରତିଯୋଗିତାରେ ଚମକିଲି ଓଡ଼ିଆ ଝିଅ ଜୟନ୍ତୀ, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
ଭୁବନେଶ୍ୱର :ବେଙ୍ଗାଳୁରୁରେ ଚାଲିଥିବା ୧୯ତମ ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ହ୍ୟାଟ୍ରିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଆ ଝିଅ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରେ ଜୟନ୍ତୀଙ୍କର ସଫଳତା କାମନା କରିବା ସହ ସେ ଓଡିଶାର ଗର୍ବ ବୋଲି ଉଲ୍ଲେଖ କରିଛନ୍ତି ।

Congratulate #Odisha‘s Jayanti Behera on winning the 100m, 200m & 400m events in the women’s T-47 category at the 19th National Para Athletics Championship. Odisha is proud of her achievement. Wish her more success. https://t.co/NIJkxv2HK6

— Naveen Patnaik (@Naveen_Odisha) March 27, 2021

ଟି-୪୭ରେ ଭାଗନେଇଥିବା ଏହି ଅନ୍ତର୍ଜାତୀୟ ଧାବିକା ଜୟନ୍ତୀ ଗୁରୁବାର ୪୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ଶୁକ୍ରବାର ୧୦୦ ଓ ୨୦୦ ମିଟରରେ ସ୍ୱର୍ଣ୍ଣ ଜିତିଥିଲେ । ଜୟନ୍ତୀ ମୋଟ ଉପରେ ୫ଟି ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲା ବେଳେ ସବୁଥର ହ୍ୟାଟ୍ରିକ ସ୍ବର୍ଣ୍ଣ ଜିତିଛନ୍ତି ।