Shelly Oberoi - The Sakala

ଦିଲ୍ଲୀ ମେୟର ନିର୍ବାଚନରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲା ଭାଜପା, ନିର୍ଦ୍ୱନ୍ଦରେ ଜିତିଲେ ଏଏପି ପ୍ରାର୍ଥୀ ଶୈଲି ଓବରୟ
ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମର ମେୟର ତଥା ଡେପୁଟି ମେୟର ପଦ ପାଇଁ ବୁଧବାର ଭୋଟ ଗ୍ରହଣ କରାଯିବାର ଥିଲା। ଏଥର ୬ ଥର କାଉନସିଲର ତଥା ଏଏପି ନେତା ମୁକେଶ ଗୋୟଲଙ୍କୁ ଏମସିଡି ସଦନ ଚଳାଇବା ପାଇଁ ପ୍ରିଜାଇଡିଂ ଅଫିସର କରାଯାଇଥିଲା। ତାଙ୍କ ନାମର ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ଏଲଜି ବା ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କ ନିକଟକୁ ପଠାଇଥିଲେ। ଦୁଇ ଦିନ ପୂର୍ବରୁ ଏଲଜି ତାଙ୍କ ନାମ ଉପରେ ସହମତି ପ୍ରକାଶ କରଥିଲେ। ହେଲେ ବୁଧବାର ନିର୍ବାଚନ ହେବାର ଠିକ ପୂର୍ବରୁ ଭାଜପା ପ୍ରାର୍ଥୀ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିବା ଜଣାପଡିଛି। ଫଳରେ ଆମ ଆଦମୀ ମାର୍ଟି(ଏଏପି) ପ୍ରାର୍ଥୀ ନିର୍ବିରୋଧରେ ବିଜୟି ହୋଇଛନ୍ତି।

ଆପଣ ଜାଣିଥିବେ କିଛିଦିନ ତଳେ ଦିଲ୍ଲୀ ଏମସିଡି ନିର୍ବାଚନରେ ଆପ ୧୩୪ ଟି ଆସନ ଜିତି ସଂଖ୍ୟା ଗରିଷ୍ଠ ହାସଲ କରିଛି। ଆପ୍ ପକ୍ଷରୁ ଦୁଇ ଜଣ ପ୍ରାର୍ଥୀ ଶେଲୀ ଓବରୟ ଲଢ଼ୁଥିବା ଓ ଆସୁ ଠାକୁର ଏବଂ ବିଜେପି ପକ୍ଷରୁ ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ ହୋଇଥିଲେ। ସେହିପରି ଡେପୁଟି ମେୟର ପାଇଁ ଆପ୍‌ ପକ୍ଷରୁ ଆଲେ ମହମ୍ମଦ ଇକବାଲ, ଜଲାଜ କୁମାର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ କମଲ ବାଗ୍ରୀ ନାମାଙ୍କନ ଭରିଥିଲେ। ଅନ୍ୟପଟେ ଏହି ନିର୍ବାଚନରେ ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ପ୍ରିଜାଡିଂ ଅଫିସର ଭାବେ ନିଯୁକ୍ତି କରାଯିବାକୁ ନେଇ ବିବାଦ ଉପୁଜିଥିଲା। ଉଭୟେ ଉଭୟଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଲୋଗାନ ଦେବାରୁ ବିଜେପି ଏବଂ ଆପ କାଉନସିଲରଙ୍କ ମଧ୍ୟରେ ଠେଲାଠେଲି ପରିସ୍ଥିତି ଉପୁଜିଥିଲା। ଏପରିକି ନିର୍ବାଚନ ସେଣ୍ଟରରେ ଅନୁଷ୍ଠିତ ବୈଠକ ବେଳେ ଆପ୍‌ ଏବଂ ଭାଜପା କର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଜଣେ ଏଏପି କାଉନସିଲର ଆହତ ହୋଇଥିଲେ। ମୁଖ୍ୟତଃ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କ ଦ୍ୱାରା ସତ୍ୟ ଶର୍ମାଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତକୁ ବିରୋଧ କରି ଆପ ସଦସ୍ୟ ହୋହଲ୍ଲା କରିଥିଲେ।

ଡ. ଶୈଲି ଓବରୟ ଦ୍ୱିତୀୟ ଥର ମେୟର ଓ ଆଲେ ମହମ୍ମଦ ଇକବାଲ ଦ୍ୱିତୀୟ ଥର ଡେପୁଟି ମେୟର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେଜରିଓ୍ବାଲ ଟୁଇଟ କରି ଲେଖିଛନ୍ତି, ଏଥର ନିର୍ବିରୋଧରେ ମେୟର ଓ ଡେପୁଟି ମେୟର ହୋଇଥିବା ଶୈଲି ଓ ଏଲେଙ୍କୁ ଶୁଭକାମନା। ଲୋକଙ୍କର ଆମ ଉପରେ ଅନେକ ଆଶା ରହିଛି। ସେମାନଙ୍କ ଆଶା ପୂରଣ କରିବାକୁ କଠିନ ପରିଶ୍ରମ କରନ୍ତୁ।