balangir -news - The Sakala

ବଲାଙ୍ଗିର ପୁଲିସକୁ ସଫଳତା: ୫୨୮୦ ବୋତଲ କଫ ସିରଫ ଜବତ, ୩ ଗିରଫ
ବଲାଙ୍ଗିର: ନିଶା ଦମନ କ୍ଷେତ୍ରରେ ବଲାଙ୍ଗିର ପୁଲିସକୁ ବଡ ସଫଳତା ମିଳିଛି। ବଲାଙ୍ଗିର ଜିଲ୍ଲାରେ ଦୀର୍ଘ ଦିନରୁ ବେଆଇନ ଭାବେ ନିଶା ଦ୍ରବ୍ୟ ଚାଲାଣ ହେଉଥିବାବେଳେ ଗୁରୁବାର ବିପୁଳ ପରିମାଣର କଫ ସିରଫ ଜବତ କରିଛି ବଲାଙ୍ଗିର ପୁଲିସ। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଲୁହାସିଂହାର ଲକ୍ଷ୍ମୀନାରାୟଣ ଦାଶ ଓରଫ ଗୁଲୁ, କ୍ଷମାନିଧି ମେହେର ଓ ସୁରେଶ ଦାସ। ଏନେଇ ବଲାଙ୍ଗିର ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି। ତେବେ ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ପୂର୍ବରୁ ନିଶା କାରବାର ମାମଲାରେ ଜେଲରେ ଥିବାବେଳେ ପାରୋଲ ରେ ଆସି ପୁଣି ବେପାର ଜମାଉଥିଲେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଭୁବନେଶ୍ୱର ଓ କଟକ ଭଳି ଅଞ୍ଚଳରୁ ବଲାଙ୍ଗିର ଜିଲ୍ଲାକୁ ବେଆଇନ ଭାବେ କଫ ସିରଫ ଚାଲାଣ ହେଉଥିବା ନେଇ ବଲାଙ୍ଗିର ପୁଲିସ ହାତରେ ଖବର ଲାଗିଥିଲା। ପୂର୍ବରୁ କଫ ସିରପ ମାମଲାରେ ଜେଲରେ ସଜା କାଟୁଥିବା ଗୁଲୁ ଓ କ୍ଷମାନିଧି ମେହେର ପାରୋଲରେ ଆସି ପୁଣି ଏହି କାରବାର କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଗତ ଗୁରୁବାର ଦିନ ସନ୍ଧ୍ୟାରେ ଏକ ଗାଡି(ଓଡି ୦୩ ପି ୨୬୫୧)ରେ କଫ ସିରଫ ଚାଲାଣ ହେଉଥିବାବେଳେ ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗାଡିକୁ ପିଛା କରି ପଥରଚେପା ଠାରେ ଅଟକାଇ ଥିଲେ। ଗାଡିର ଯାଞ୍ଚ କରିବାରୁ ଉପରେ ଅଖା ବସ୍ତା ରଖାଯାଇଥିବାବେଳେ ଭିତରେ ବିପୁଳ ପରିମାଣର କଫ ସିରଫ ଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରୁ ପୁଲିସ କ୍ଷମାନିଧି ମେହେର ଓ ସୁରେଶ ଦାସଙ୍କୁ ଗିରଫ କରିଥିଲା। ପରେ ଏହି ଘଟଣାର ମାଷ୍ଟରମାଇଣ୍ଡ ଗୁଲୁ କୁ ଗିରଫ କରିଥିଲା। ଏହି ଘଟଣାରେ ମୋଟ ୩ ଜଣଙ୍କୁ ଗିରଫ କରିବା ସହ ମୋଟ ୫୨୮୦ ବୋତଲ କଫ ସିରଫ, କଫ ସିରପ ଚାଲାଣରେ ବ୍ୟବହୃତ ଗାଡି, ୩ ଟି ମୋବାଇଲ ଫୋନ ଓ ନଗଦ ୩୫୬୦ ଟଙ୍କା ଜବତ ହୋଇଥିବା ଏସଡିପିଓ ସୂଚନା ଦେଇଥିଲେ। ତେବେ ଜବତ ହୋଇଥିବା କଫ ସିରଫର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ସେ କହିଥିଲେ। ଏହି କଫ ସିରଫ ଚାଲାଣ କରି ବେପାରୀ ମାନେ ଏହାକୁ ଦୁଇଗୁଣା ମୂଲ୍ୟରେ ବିକ୍ରି କରୁଥିବାବେଳେ ପ୍ରତି ୫- ୬ ଦିନରେ ଥରେ ବଲାଙ୍ଗିର ଜିଲ୍ଲାକୁ କଫ ସିରଫ ଚାଲାଣ  ହେଉଥିବା ଏସଡିପିଓ ତୋଫାନ ବାଗ ପ୍ରକାଶ କରିଥିଲେ। ବଲାଙ୍ଗିର ଜିଲ୍ଲାରେ ନିଶା କାରବାର ରୋକିବା ପାଇଁ ଏସପି ନିତୀନ କୁଶଲକରଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ଏହି ଟିମ ତରଫରୁ ବିଭିନ୍ନ ସମୟରେ ଚଢାଉ କରାଯାଉଛି। ତେବେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି।

ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ବଲାଙ୍ଗିର: ବଲାଙ୍ଗିର ସଦର ଥାନା ଅର୍ନ୍ତଗତ କୁଶଙ୍ଗ ଗାଁରେ ଜଣେ ମହିଲାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଦାର ହୋଇଛି। ମୃତକ ଜଣକ ହେଲେ କୁଶଙ୍ଗ ଗାଁର ରଜନୀ ସାହୁ(୨୬)। ତେବେ ରଜନୀଙ୍କ ପରିବାର ବର୍ଗ ଏହାକୁ ହତ୍ୟା ସନ୍ଦେହ କରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଲୋଇସିଂହା ଥାନା ଅର୍ନ୍ତଗତ ବାଞ୍ଜୀପାଲି ଗାଁର ରଜନୀ ସାହୁ ୩ ବର୍ଷ ପୂର୍ବେ କୁଶଙ୍ଗର ଭିଷ୍ମଦେବ ସହୁଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ବର୍ଷର ଏକ ଝିଅ ମଧ୍ୟ ଅଛି। ତେବେ ସୋମବାର ଅପରାହ୍ନରେ ହଠାତ ରଜନୀଙ୍କ ମୃତଦେହ ତାଙ୍କର ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ରଜନୀଙ୍କ ପରିବାର ଲୋକେ ଏହାକୁ ହତ୍ୟା ସନ୍ଦେହ କରି ସଦର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରଜନୀଙ୍କ ଶବ ଉଦ୍ଦାର କରିବା ସହ ବ୍ୟବଚ୍ଚେଦ ପାଇଁ ପଠାଇଥିବା ଜଣାପଡ଼ିଛି। ମହିଳାଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସ ମହାନିର୍ଦେଶଙ୍କ ବଲାଙ୍ଗୀର ଗସ୍ତ
ବଲାଙ୍ଗୀର: ବଲାଙ୍ଗୀର ଗସ୍ତରେ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ କୁମାର। ଆଜି ସକାଳୁ ଶ୍ରୀ ଅଭୟ କୁମାର ବଲାଙ୍ଗୀରରେ ପହଞ୍ଚିଥିଲେ । ପ୍ରଥମେ ସ୍ଥାନୀୟ ରିଜର୍ଭ ଅଫିସରେ ବୈଠକ କରିବା ସହିତ ଜିଲାର କୋଭିଡ଼ ସ୍ଥିତି ଓ ପୁଲିସ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପରେ ମାଓ ଗତିବିଧି ବିଷୟରେ ମଧ୍ୟ ଜିଲା ପୁଲିସର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ପରେ ସେ ବଲାଙ୍ଗୀର ଟାଉନ ଥାନା, ସଦର ଥାନା ବୁଲିଦେଖିଥିଲେ। ବଲାଙ୍ଗୀରରେ କାର୍ୟ୍ୟକ୍ରମ ସରିବା ପରେ ସେ ନୂଆପଡା ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କର ଏହି ଗସ୍ତ ସମୟରେ ବଲାଙ୍ଗୀର ଜିଲା ଦାୟିତ୍ବରେ ଥିବା ବରଗଡ଼ ଏସପି ପଦ୍ମିନୀ ସାହୁ, ଉତ୍ତରାଞ୍ଚଳ ଡ଼ିଆଇଜି ନରସିଂହ ଭୋଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସ୍ତ୍ରୀର ତଣ୍ଟି ଚିପି ମାରିଦେଲା ସ୍ବାମୀ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସଁସା ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ସୁଦାମ ସାହୁଙ୍କ ସ୍ତ୍ରୀ ଦଶମୀ ସାହୁ। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଦଶମୀଙ୍କ ଗଳା ଚିପି ହତ୍ୟା କରାଯାଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି । ଗତକାଲି ରାତିରେ ସୁଦାମ ଓ ଦଶମୀଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା । ଏଥିରେ ସୁଦାମ ଉତ୍ତ୍ୟକ୍ତ ହୋଇ ଦଶମୀର ତଣ୍ଟି ଚିପି ହତ୍ୟା କରିଥିବା ନେଇ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ତ୍ୟାକାଣ୍ଡ ପରେ ସୁଦାମଙ୍କ ପରିବାର ଲୋକେ ଫେରାର ହୋଇ ଯାଇଛନ୍ତି । ଏହି ହତ୍ୟା ମାମଲାରେ ପରିବାର ଲୋକଙ୍କର ସମ୍ପୃକ୍ତି ଥିବା ନେଇ ମଧ୍ୟ ପୁଲିସ ସନ୍ଦେହ କରୁଛି । ଅଭିଯୋଗ ପରେ ଲୋଇସିଂହା ଥାନା ଅଧିକାରୀଙ୍କ ନେତୃତ୍ୱରେ ଆଗଲପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।