Mark Zuckerberg - The Sakala

ପିଲାଙ୍କ ସୁରକ୍ଷା ପାଇଁ ମେଟାର ବଡ଼ ନିଷ୍ପତ୍ତି: ରାତି ୧୨ଟାରୁ ସକାଳ ୬ଟା ଯାଏଁ ବନ୍ଦ ରହିବ ଇନଷ୍ଟାଗ୍ରାମ୍ ଓ ଫେସବୁକ୍
ଫେସବୁକ୍ ଏବଂ ଇନଷ୍ଟାଗ୍ରାମ୍ ବ୍ୟବହାର କରୁଥିବା ପିଲାମାନଙ୍କ ସୁରକ୍ଷା ପାଇଁ ପ୍ୟାରେଣ୍ଟ୍ କମ୍ପାନୀ ମେଟା (Meta) ଏକ ବଡ଼ ନିଷ୍ପତ୍ତି ନେଇଛି। ନିକଟରେ ଆମେରିକାର ବିଭିନ୍ନ ରାଜ୍ୟ ସହ ହୋଇଥିବା ଏକ ବିଶାଳ ଆଇନଗତ ଚୁକ୍ତି ପରେ, ମେଟା ନିଜ ପ୍ଲାଟଫର୍ମରେ ପିଲାମାନଙ୍କ (୧୮ ବର୍ଷରୁ କମ୍) ବ୍ୟବହାରକୁ ସୀମିତ କରିବା ପାଇଁ ଅନେକ ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ବିଶେଷ କରି କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ସୋସିଆଲ୍ ମିଡିଆ ନିଶାରୁ ସେମାନଙ୍କୁ ଦୂରେଇ ରଖିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

ରାତି ୧୨ଟାରୁ ସକାଳ ୬ଟା ଯାଏଁ ରହିବ ନାହିଁ ଆକ୍ସେସ

ନୂତନ ନିୟମ ଅନୁଯାୟୀ, ୧୮ ବର୍ଷରୁ କମ୍ ବୟସର ୟୁଜର୍ସଙ୍କ ପାଇଁ ଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ବନ୍ଦ ବା ଇନଆକ୍ଟିଭ୍ ରହିବ। ଏହି ସମୟ ମଧ୍ୟରେ ପିଲାମାନେ ସେମାନଙ୍କ ଫିଡ୍ ଦେଖିପାରିବେ ନାହିଁ କିମ୍ବା କୌଣସି ପୋଷ୍ଟ୍ କରିପାରିବେ ନାହିଁ। ଏହି ବ୍ୟବସ୍ଥାକୁ ଡିଫଲ୍ଟ ଭାବେ ଲାଗୁ କରାଯିବ ଏବଂ କେବଳ ପିତାମାତାଙ୍କ ସମ୍ମତି କ୍ରମେ ହିଁ ଏହି କଟକଣାକୁ ହଟାଯାଇପାରିବ।

ସ୍କ୍ରିନ୍ ଟାଇମ୍ ଓ ସ୍କୁଲ୍ ସମୟରେ କଟକଣା

କେବଳ ରାତିରେ ନୁହେଁ, ବରଂ ଦିନ ସମୟରେ ମଧ୍ୟ ପିଲାଙ୍କ ଉପରେ କଡ଼ା ନଜର ରଖାଯିବ। ମେଟା ଦୈନିକ ୨ ଘଣ୍ଟିଆ ସ୍କ୍ରିନ୍ ଟାଇମ୍ ଲିମିଟ୍ ଲାଗୁ କରିବାକୁ ସହମତ ହୋଇଛି। ଏହା ସହିତ ସ୍କୁଲ୍ ସମୟରେ, ଅର୍ଥାତ୍ ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ପିଲାମାନଙ୍କୁ କୌଣସି ପ୍ରକାରର ପୁସ୍ ନୋଟିଫିକେସନ୍ ପଠାଯିବ ନାହିଁ। କ୍ରମାଗତ ଭାବରେ ୧୫, ୬୦ ଏବଂ ୯୦ ମିନିଟ୍ ବ୍ୟବହାର କରିବା ପରେ ପିଲାମାନଙ୍କୁ ଏକ ବାଧ୍ୟତାମୂଳକ 'ପ୍ରଡକ୍ଟିଭ୍ ପଜ୍ (Productive Pause)' ନେବାକୁ ନୋଟିଫିକେସନ୍ ମିଳିବ।

ଐତିହାସିକ ଚୁକ୍ତି ପରେ ମେଟାର ପଦକ୍ଷେପ

ସୂଚନାଯୋଗ୍ୟ ଯେ, ମେଟା ନିଜ ପ୍ଲାଟଫର୍ମରେ ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଖରାପ ଡିଜାଇନ୍ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଏହା ବିରୋଧରେ ଆମେରିକାର ଅନେକ ରାଜ୍ୟ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ସମାଧାନ ପାଇଁ ମେଟା ଆମେରିକାର ବିଭିନ୍ନ ରାଜ୍ୟ ସରକାରଙ୍କ ସହ ପ୍ରାୟ ୧୭ରୁ ୧୮ ବିଲିୟନ ଡଲାରର ବିଶାଳ ଚୁକ୍ତି କରିଛି। ଏହି ଚୁକ୍ତି ଆଧାରରେ କମ୍ପାନୀ ନିଜ ପ୍ଲାଟଫର୍ମରେ ପିଲାମାନଙ୍କ ପାଇଁ ଏହି କଡ଼ା ନିୟମଗୁଡ଼ିକ ଲାଗୁ କରିବାକୁ ଯାଉଛି।

ଏହି ନିଷ୍ପତ୍ତି ପରେ ପିତାମାତାମାନେ ଏବେ ନିଜ ପିଲାମାନଙ୍କ ସୋସିଆଲ୍ ମିଡିଆ ବ୍ୟବହାରକୁ ଅଧିକ ନିୟନ୍ତ୍ରଣ କରିପାରିବେ। ଏଥିସହ ମେଟା ଆଶାବ୍ୟକ୍ତ କରିଛି ଯେ, ୟୁଟ୍ୟୁବ୍ (YouTube) ଏବଂ ଟିକ୍‌ଟକ୍ (TikTok) ଭଳି ଅନ୍ୟ ପ୍ଲାଟଫର୍ମଗୁଡ଼ିକ ମଧ୍ୟ ପିଲାଙ୍କ ସୁରକ୍ଷା ପାଇଁ ଏଭଳି ସମାନ ପଦକ୍ଷେପ ଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀଙ୍କ ରିଲ୍ ହଟାଇବା ଘଟଣା: ମାର୍କ ଜୁକରବର୍ଗଙ୍କୁ ୩ ଦିନ ମଧ୍ୟରେ କ୍ଷମା ମାଗିବାକୁ ସଂସଦୀୟ କମିଟିର ଚେତାବନୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫେସବୁକ୍ ରିଲ୍ ଅସ୍ଥାୟୀ ଭାବେ ହଟାଯିବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି। ଏହି ପ୍ରସଙ୍ଗରେ ୩ ଦିନ ମଧ୍ୟରେ କ୍ଷମା ପ୍ରାର୍ଥନା କରିବାକୁ ସଂସଦୀୟ ସ୍ଥାୟୀ କମିଟି ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ କଡ଼ା ଚେତାବନୀ ଦେଇଛି। ଏହା ସହିତ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକର କଣ୍ଟେଣ୍ଟ ମଡେରେସନ ନୀତିକୁ ନେଇ ମଧ୍ୟ କମିଟି ପ୍ରଶ୍ନ ଉଠାଇଛି।

ଯୁବବର୍ଗଙ୍କ ସମସ୍ୟା ଓ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ସଂସ୍କାର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ବାର୍ତ୍ତାକୁ ଫେସବୁକରୁ ଅଳ୍ପ ସମୟ ପାଇଁ ହଟାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଏକ ତ୍ରୁଟି ଯୋଗୁଁ ହୋଇଛି ବୋଲି ମେଟା ସ୍ପଷ୍ଟୀକରଣ ଦେବା ସହ ଭିଡିଓକୁ ପୁନଃସ୍ଥାପିତ କରିଥିଲା। ତେବେ ସଂସଦୀୟ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ କହିଛନ୍ତି ଯେ, ଏହି ଘଟଣା ପାଇଁ ମାର୍କ ଜୁକରବର୍ଗ କ୍ଷମା ମାଗିବା ଉଚିତ। ଯଦି ସମସ୍ୟାର ସମାଧାନ ନହୁଏ, ତେବେ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୭୯ ଅଧୀନରେ ମେଟାକୁ ମିଳିଥିବା ସୁରକ୍ଷା ବା "ସେଫ୍ ହାର୍ବର" ପ୍ରଭାବିତ ହୋଇପାରେ। ଅନ୍ୟପକ୍ଷରେ ନିବେଶକଙ୍କୁ ଆର୍ଥିକ କ୍ଷତି ପହଞ୍ଚାଉଥିବା ଜାଲିଆତି ଆପ୍ଲିକେସନ୍ ପ୍ରସଙ୍ଗରେ ଗୁଗଲ ଇଣ୍ଡିଆ ମୁଖ୍ୟଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ୟାନେଲ୍ ଦାବି କରିଛି।

ଏହି ବିବାଦ ମଧ୍ୟରେ ଅଗଷ୍ଟ ୫ ଓ ୬ ତାରିଖରେ ମେଟାର ଗ୍ଲୋବାଲ୍ ପ୍ରତିନିଧିମାନେ ଭାରତ ସରକାରଙ୍କ ସହ ଆଲୋଚନା ପାଇଁ ନୂଆଦିଲ୍ଲୀ ଆସୁଛନ୍ତି। ଆଇଟି ସଚିବ ଏସ୍. କ୍ରିଷ୍ଣନ୍ଙ୍କ ସୂଚନାନୁସାରେ, ସରକାର ମେଟା ସମ୍ମୁଖରେ ଏକାଧିକ ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ରିଲ୍ ହଟାଇବା, ଶିଶୁ ଯୌନ ଶୋଷଣ କଣ୍ଟେଣ୍ଟ (CSAM) ରୋକିବା ପାଇଁ ପଦକ୍ଷେପ ଏବଂ ପ୍ରମୁଖ ୟୁଜର ଆକାଉଣ୍ଟଗୁଡ଼ିକର ପରିଚାଳନା ଆଦି ସାମିଲ ରହିଛି। ଅଧିକାରୀମାନେ କହିଛନ୍ତି ଯେ, ସରକାର ଏଭଳି ଘଟଣାର ପ୍ରକୃତ କାରଣ ଜାଣିବାକୁ ଚାହୁଁଛନ୍ତି।

ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଏବଂ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ହୋଇଥିବା ବିକ୍ଷୋଭ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଯୁବକମାନଙ୍କୁ ସମ୍ବୋଧିତ କରି ଏକ ଭିଡିଓ ପୋଷ୍ଟ କରିଥିଲେ। ତେବେ ଏହି ଭିଡିଓକୁ ମେଟା ହଟାଇବା ପରେ ବିଜେପି ନେତାମାନେ ତୀବ୍ର ସମାଲୋଚନା କରିବା ସହ କମ୍ପାନୀ ନିକଟରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ସଂସଦୀୟ କମିଟି ବୈଠକରେ ଉପସ୍ଥିତ ଥିବା ବିରୋଧୀ ଦଳର କିଛି ସଦସ୍ୟ ଏହି ପ୍ରସଙ୍ଗକୁ ଇଣ୍ଟରମିଡିଆରୀ ସୁରକ୍ଷା ସହ ଯୋଡ଼ିବାକୁ ବିରୋଧ କରିଥିଲେ ଏବଂ ସେନ୍ସରସିପ୍ ପରିବର୍ତ୍ତେ ପ୍ରଯୁକ୍ତିବିଦ୍ୟା ନିୟନ୍ତ୍ରଣ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଆଇଟି ଆଇନର ଧାରା ୭୯ ଅନୁଯାୟୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ତୃତୀୟ ପକ୍ଷର କଣ୍ଟେଣ୍ଟ ପାଇଁ ଦାୟୀ ନହେବାର ନ୍ୟାୟିକ ସୁରକ୍ଷା ମିଳିଥାଏ, ଯାହାକି ଏହି ଘଟଣା ପରେ ସଙ୍କଟରେ ପଡ଼ିପାରେ।

ଶିଶୁ ଶୋଷଣ ମାମଲା: ମେଟା ଉପରେ ୩୭୫ ନିୟୁତ ଡଲାରର ଜୋରିମାନା ଲଗାଇଲେ ଆମେରିକା କୋର୍ଟ
ନୂଆଦିଲ୍ଲୀ: ଶିଶୁମାନଙ୍କ ସୁରକ୍ଷାକୁ ନେଇ ଆମେରିକାର ନ୍ୟୁ ମେକ୍ସିକୋ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଶିଶୁମାନଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଇବା ଏବଂ ନିଜ ପ୍ଲାଟଫର୍ମରେ ଶିଶୁ ଯୌନ ଶୋଷଣ ବିଷୟରେ ଜାଣିଶୁଣି ଲୁଚାଇଥିବା ଅଭିଯୋଗରେ ବିଶ୍ୱର ଅଗ୍ରଣୀ ଟେକ୍ କମ୍ପାନୀ ମେଟା (Meta) କୁ ଦୋଷୀ ସାବ୍ୟସ୍ତ କରାଯାଇଛି। କୋର୍ଟ କମ୍ପାନୀ ଉପରେ ୩୭୫ ନିୟୁତ ଡଲାର (ପ୍ରାୟ ୩୨୩ ନିୟୁତ ୟୁରୋ) ର ଜୋରିମାନା ଲଗାଇଛନ୍ତି।

ପ୍ରାୟ ସାତ ସପ୍ତାହ ଧରି ଚାଲିଥିବା ଏହି ବିଚାର ପ୍ରକ୍ରିୟା ପରେ ଜୁରୀ ମେଟାକୁ ନ୍ୟୁ ମେକ୍ସିକୋର ଖାଉଟି ସୁରକ୍ଷା ଆଇନ ଉଲ୍ଲଂଘନ କରିଥିବା ନେଇ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶିଶୁ ଶୋଷଣ ମାମଲାରେ ଜୁରୀ ମେଟା ବିପକ୍ଷରେ ରାୟ ଦେବା ଏହା ହେଉଛି ପ୍ରଥମ ଘଟଣା। ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ୍ ଏବଂ ଥ୍ରେଡ୍ସ ଭଳି ଲୋକପ୍ରିୟ ପ୍ଲାଟଫର୍ମର ମାଲିକାନା ରଖିଥିବା ମେଟା, ଶିଶୁ ସୁରକ୍ଷାକୁ ନେଇ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିବା ଜୁରୀ ହୃଦବୋଧ କରିଛନ୍ତି।

ନ୍ୟୁ ମେକ୍ସିକୋର ଆଟର୍ଣ୍ଣି ଜେନେରାଲ୍ ରାଉଲ୍ ଟୋରେଜ୍ (Raúl Torrez) ଏହି ରାୟକୁ ଏକ ଐତିହାସିକ ବିଜୟ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ କମ୍ପାନୀ ଶିଶୁଙ୍କ ସୁରକ୍ଷା ଅପେକ୍ଷା ନିଜର ଲାଭକୁ ଅଧିକ ଗୁରୁତ୍ୱ ଦେଇଛି। ଶିଶୁମାନଙ୍କ ଦୁର୍ବଳତା ଏବଂ ଅଭିଜ୍ଞତାର ଅଭାବର ଅନୁଚିତ ଫାଇଦା ଉଠାଇବା ଭଳି କାର୍ଯ୍ୟ କମ୍ପାନୀ କରିଥିବା ଦର୍ଶାଯାଇଛି। ପ୍ରତ୍ୟେକ ଉଲ୍ଲଂଘନ ପାଇଁ ସର୍ବାଧିକ ୫,୦୦୦ ଡଲାର ହିସାବରେ ଏହି ବିଶାଳ ଜୋରିମାନା ଧାର୍ଯ୍ୟ କରାଯାଇଛି।

ଏହି ରାୟକୁ ନେଇ ମେଟା ନିଜର ଅସନ୍ତୋଷ ବ୍ୟକ୍ତ କରିଛି ଏବଂ ଉପର କୋର୍ଟରେ ଆବେଦନ କରିବ ବୋଲି କହିଛି। ମେଟାର ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ, କମ୍ପାନୀ ନିଜ ପ୍ଲାଟଫର୍ମରେ ଉପଭୋକ୍ତାମାନଙ୍କୁ ସୁରକ୍ଷିତ ରଖିବା ପାଇଁ କଠିନ ପରିଶ୍ରମ କରୁଛି। ଯଦିଓ ଏହି ଜୋରିମାନା ରାଶି ବହୁତ ବଡ଼ ଲାଗୁଛି, ତଥାପି ଏହା ପ୍ରସିକ୍ୟୁଟରମାନେ ଦାବି କରୁଥିବା ୨.୨ ବିଲିୟନ ଡଲାର ର ଏକ ଛୋଟ ଅଂଶ ମାତ୍ର। ବର୍ତ୍ତମାନ ମେଟାର ବଜାର ମୂଲ୍ୟ ପ୍ରାୟ ୧.୫ ଟ୍ରିଲିୟନ ଡଲାର ରହିଛି।

ଆସନ୍ତା ମେ ମାସରେ ଏହି ବିଚାରର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ, ଯେଉଁଥିରେ ଜଣେ ବିଚାରପତି ସ୍ଥିର କରିବେ ଯେ ହୋଇଥିବା କ୍ଷତିର ଭରଣା ପାଇଁ କମ୍ପାନୀ ସାଧାରଣ କାର୍ଯ୍ୟକ୍ରମ ପାଇଁ ଅର୍ଥ ପ୍ରଦାନ କରିବ କି ନାହିଁ। ଯୁବପିଢ଼ିଙ୍କୁ ନିଜ ପ୍ଲାଟଫର୍ମ ପ୍ରତି ଆକୃଷ୍ଟ କରି ମାନସିକ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଥିବା ଅଭିଯୋଗରେ ମେଟା ଆମେରିକାରେ ଆହୁରି ହଜାର ହଜାର ମାମଲାର ସମ୍ମୁଖୀନ ହେଉଛି। ଅନ୍ୟପକ୍ଷରେ, ଅନେକ ଦେଶ ବର୍ତ୍ତମାନ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ କଟକଣା ଲଗାଇବାକୁ ବିଚାର କରୁଛନ୍ତି।

ଗୋଟିଏ ନମ୍ବରରୁ ଏକସଙ୍ଗେ ୪ଟି ମୋବାଇଲରେ ବ୍ୟବହାର କରିପାରିବେ ହ୍ବାଟସ୍‌ଆପ୍‌, ମାର୍କ ଜୁକରବର୍ଗଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ : ହ୍ବାଟସ୍‌ଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଏଣିକି ଆପଣ ଗୋଟିଏ ନମ୍ବରରୁ ଏକସଙ୍ଗେ ୪ଟି ମୋବାଇଲରେ ବ୍ୟବହାର କରିପାରିବେ ହ୍ବାଟସ୍‌ଆପ୍‌। ଏନେଇ ମେଟା ସିଇଓ ମାର୍କ ଜୁକରବର୍ଗ ବଡ଼ ଘୋଷଣା କରିଛନ୍ତି। ମେଟା ମାଲିକାନାରେ ଥିବା ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସ୍‌ଆପ୍‌ରେ ନୂଆ ଅପଡେଟ୍ ଆସୁଛି।  ଏହି ଅପଡେଟ୍ ପରେ ଗୋଟିଏ ନମ୍ବରରେ ଏକାସାଙ୍ଗରେ ଚାରୋଟି ଡିଭାଇସରେ ହ୍ବାଟସ୍‌ଆପ୍‌ ବ୍ୟବହାର କରାଯାଇପାରିବ। ମେଟା ସିଇଓ ମାର୍କ ଜୁକରବର୍ଗ ଫେସବୁକରେ ଲେଖିଛନ୍ତି ଯେ ଆଜିଠାରୁ ଆପଣ ସମାନ ହ୍ବାଟସ୍‌ଆପ୍‌ ଆକାଉଣ୍ଟକୁ ସର୍ବାଧିକ ଚାରିଟି ଫୋନରେ ଲଗ୍ଇନ୍ କରିପାରିବେ।

ଅନେକ ସମୟ ଧରି ଏହି ଫିଚର୍ସ ବାବଦରେ ଚର୍ଚ୍ଚା ହୋଇଆସୁଥିଲା । ୟୁଜର୍ସମାନେ ଫେସ୍‌ବୁକ୍‌ ଭଳି ହ୍ୱାଟସଆପ ଫିଚର୍ସ ଆଣିବାକୁ ଦାବି କରୁଥିଲେ। ଯାହାପରେ ୟୁଜର୍ସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହ୍ୱାଟସଆପ ନୂଆ ନୂଆ ଫିଚର୍ସ ଏବଂ ଅପଡେଟ୍ ଆଣିଛି।ମେଟାର ସିଇଓ ମାର୍କ ଜୁକରବର୍ଗ ନୂଆ ଫିଚର୍ସ ବାବଦରେ ଘୋଷଣା କରିଛନ୍ତି । ବର୍ତ୍ତମାନ ୟୁଜର୍ସ ଏକାସାଥିରେ ହ୍ୱାଟସଆପ ଆକାଉଣ୍ଟକୁ ୪ଟି ସ୍ମାର୍ଟଫୋନରେ ଲଗଅନ କରିପାରିବେ । ଗୋଟିଏ ହ୍ୱାଟସଆପ ଆକାଉଣ୍ଟକୁ ଅଲଗା ଅଲଗା ବ୍ୟବହାର ଡିଭାଇସରେ ବ୍ୟବହାର କରିପାରିବେ ।