Ratan Tata - The Sakala
ମୁମ୍ବଇ: ଚଳିତ ମାସ ପ୍ରଥମ ଭାଗରେ ଦେଶର ପ୍ରତିଷ୍ଠିତ ଶିଳ୍ପପତି ତଥା ବଦାନ୍ୟ ବ୍ୟକ୍ତି ରତନ ଟାଟାଙ୍କ ପରଲୋକ ଘଟିଥିଲା ବେଳେ ତାଙ୍କ ସମ୍ପତ୍ତିକୁ ନେଇ ସେ ଇଛାପତ୍ର ଉଲ୍ଲେଖ କରିଥିବା ବିଭିନ୍ନ ବିଷୟ ଏବେ ସାମ୍ନାକୁ ଆସିଛି। ଆଜିର ଦିନରେ ରତନଙ୍କ ବ୍ୟକ୍ତିଗତ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୦ ହଜାର କୋଟି ଟଙ୍କା ହେବ। ଏହି ସମ୍ପତ୍ତି ସମେତ ଟାଟା ସନ୍ସ ଶିଳ୍ପଗୋଷ୍ଠୀରେ ତାଙ୍କର ରହିଥିବା ଅଂଶଧନକୁ କିଏ କିଭଳି ପାଇବ ତାହାକୁ ରତନ ନିଜ ଇଛାପତ୍ରରେ ଉଲ୍ଲେଖ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏହି ଇଛାପତ୍ରରେ ସେ ନିଜ ଜ୍ଞାତିକୂଟୁମ୍ବ ସଦସ୍ୟଙ୍କ ନାମ ଉଲ୍ଲେଖ କରିଥିଲା ବେଳେ ତାଙ୍କୁ ବର୍ଷ ବର୍ଷ ଧରି ସେବା ଯୋଗାଇ ଦେଇଆସୁଥିବା ଚପରାସୀ ଏବଂ ପାଳିତ କୁକୁରର ଯତ୍ନ ପାଇଁ ମଧ୍ୟ ଉଲ୍ଲେଖ କରିବାକୁ ଭୁଲି ନାହାନ୍ତି।
ମିଳିଥିବା ସୂଚନା ଅନୁସାରେ ରତନଙ୍କ ସମ୍ପତ୍ତିରୁ କିଛି ଭାଗ ଟାଟା ଫାଉଣ୍ଡେସନକୁ ଦେବାକୁ ଏହି ଇଛାପତ୍ରରେ ଉଲ୍ଲେଖ ରହିଥିଲା ବେଳେ ତାଙ୍କ ଭାଇ ଜିମି ଟାଟା, ସମ୍ପର୍କୀୟ ଭଉଣୀ ସିରେନ୍‌ ଏବଂ ଦିଆନା ଜେଜି ଭୟୋଙ୍କୁ ଦେବାକୁ ଉଲ୍ଲେଖ ରହିଛି। ସେହିପରି ବିଗତ ତିନି ଦଶନ୍ଧି ଧରି ଘରୋଇ ଚପରାସୀ ଭାବେ ରତନଙ୍କୁ ସେବା ଯୋଗାଇ ଦେଇ ଆସୁଥିବା ସୁଭେୟାଙ୍କ ନାମ ମଧ୍ୟ ଏହି ତାଲିକାରେ ଉଲ୍ଲେଖ ରହିଛି। ସବୁଠୁ ବଡ଼ କଥା ହେଲା ରତନଙ୍କ ପାଳିତ ପ୍ରିୟ କୁକୁର ‘ଟିଟୋ’ର ଯତ୍ନ ପାଇଁ ମଧ୍ୟ ସେ ନିଜ ଇଛାପତ୍ରରେ ଉଲ୍ଲେଖ କରିଛନ୍ତି। ବର୍ଷ ବର୍ଷ ଧରି ରତନଙ୍କ ରୋଷେୟା ଭାବେ କାର୍ଯ୍ୟ କରିଆସିଥିବା ରାଜନ ସ’ଙ୍କୁ ଟିଟୋର ଯତ୍ନ ପାଇଁ ଦାୟିତ୍ବ ଦିଆଯାଇଥିଲା ବେଳେ ଏଥିପାଇଁ ମଧ୍ୟ ରାଜନଙ୍କ ନାମରେ ସମ୍ପତ୍ତିରୁ କିଛି ଅଂଶ ଦେବାକୁ ରତନ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କୁକୁର ପ୍ରେମୀ ଭାବେ ରତନ ଟାଟା ବୁଲା କୁକୁରଙ୍କ ସେବା ଯତ୍ନ ନେବାକୁ ପଛାଇ ନଥିଲେ। ସେ ଥରେ ଗୋଆ ଯାଇଥିଲା ବେଳେ ସେଠାରେ ତାଙ୍କୁ ନିରନ୍ତର ପିଛା କରୁଥିବା ଏକ ବୁଲା କୁକୁରକୁ ମଧ୍ୟ ସେ ନିଜ ଘରକୁ ନେଇ ଆସି ପାଳିଥିଲେ। ଏହାର ନାମ ‘ଗୋଆ’ ରଖାଯାଇଥିଲା ଏବଂ ସେ ରତନଙ୍କ ଶେଷକୃତ୍ୟରେ ବି ଯୋଗ ଦେଇଥିବା ଦେଖାଯାଇଥିଲା। କେବଳ ସେତିକି ନୁହେଁ, ବୁଲା କୁକୁର ଏବଂ ପଶୁଙ୍କୁ ସହାୟତା କରିବା ଲାଗି ରତନଙ୍କ ଶିଳ୍ପଗୋଷ୍ଠୀରେ ସାମିଲ ହୋଇଥିବା ୨୯ ବର୍ଷୀୟ ଶାନ୍ତନୁ ନାଇଡୁଙ୍କୁ ମଧ୍ୟ ସମ୍ପତ୍ତିର କିଛି ଅଂଶ ଦେବାକୁ ରତନ ନିଜ ଇଛାପତ୍ରରେ ଉଲ୍ଲେଖ କରିଛନ୍ତି। ଏପରିକି ଶାନ୍ତନୁ ଆରମ୍ଭ କରିଥିବା ଅନୁଷ୍ଠାନ ‘ଗୁଡ୍‌ଫେଲୋଜ୍‌’ ପାଇଁ ରତନ ଯେଉଁ ଅର୍ଥ ସହାୟତା ଦେଇଥିଲେ ତାହାକୁ ମଧ୍ୟ ସେ ଶାନ୍ତନୁଙ୍କ ନାମରେ କରିଦେଇଛନ୍ତି। କେବଳ ସେତିକି ନୁହେଁ, ଶାନ୍ତନୁ ବିଦେଶରେ ପାଠ ପଢିଥିଲା ବେଳେ ସେଥିପାଇଁ ଯାହାକିଛି ଖର୍ଚ୍ଚ ହୋଇଥିଲା ତାହାକୁ ମଧ୍ୟ ଭରଣା କରିବାକୁ ରତନ ତାଙ୍କ ଇଛାପତ୍ରରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ରତନ ଟାଟାଙ୍କ ମୁମ୍ବାଇ ସ୍ଥିତ ଟାଟା ଇଷ୍ଟେଟ୍‌ ବ୍ୟତୀତ ମହାରାଷ୍ଟ୍ରର ଆଲିବାଗ୍‌ରେ ସମୁଦ୍ର ଉପକୂଳରେ ୨୦୦୦ ବର୍ଗଫୁଟ୍‌ ପରିମିତ ଏକ ବଙ୍ଗଳା ରହିଛି। ଏହାବ୍ୟତୀତ ଜୁହୁରେ ଦୁଇ ମହଲା ବିଶିଷ୍ଟ ଆବାସିକ ବିଲ୍ଡିଂ ଏବଂ ୩୫୦ କୋଟି ଟଙ୍କାର ସ୍ଥାୟୀ ବ୍ୟାଙ୍କ ଜମା ରହିଛି। ସେହିପରି ୧୬୫ ବିଲିୟନ ଡଲାର ମୂଲ୍ୟର ଟାଟା ଗ୍ରୁପ୍‌ରେ ରତନଙ୍କ ୦.୮୩ ପ୍ରତିଶତ ଅଂଶଧନ ରହିଛି। ତେବେ ରତନ ତାଙ୍କ ଇଛାପତ୍ରରେ ଯାହାକିଛି ଉଲ୍ଲେଖ କରିଛନ୍ତି ତାହା ବମ୍ବେ ହାଇକୋର୍ଟଙ୍କ ଦ୍ବାରା ତର୍ଜମା କରାଯିବ ଏବଂ ହିତାଧିକାରୀଙ୍କୁ ଆବଶ୍ୟକ ଅଂଶଧନ ମିଳିବା ଲାଗି ୭ ରୁ ୮ ମାସ ସମୟ ଲାଗିବ ବୋଲି କୁହାଯାଇଛି।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ରତନ ଟାଟାଙ୍କ ଶେଷକୃତ୍ୟ ସମ୍ପନ୍ନ
ମୁମ୍ୱାଇ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରତନ ଟାଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୁମ୍ବାଇ ଓର୍ଲିରେ ହଜାର ହଜାର ଶୋକାକୁଳ ଜନତାଙ୍କ ଗହଣରେ ପାର୍ସୀ ରୀତିନୀତି ଅନୁସାରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ଯ ସମ୍ପନ୍ନ ହୋଇଛି। ଶେଷକୃତ୍ଯବେଳେ ଉପସ୍ଥିତ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବହୁ ରାଜନେତା। ଶେଷକୃତ୍ୟ ପୂର୍ବରୁ ରତନ ଟାଟାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ରତନ ଟାଟାଙ୍କ ଅନ୍ତିମ ସଂସ୍କାର କରିବାକୁ ମହାରାଷ୍ଟ୍ର ସରକାର ଘୋଷଣା କରିଥିଲେ।
ଆଜି ସାରା ଦେଶ ଏହି ମହାନ ଆତ୍ମାକୁ ଅଶ୍ରୁଳ ବିଦାୟ ଜଣାଇଛି । ବୁଧବାର ରାତିରେ ୮୬ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ରତନ ଟାଟା। ବୟସାଧିକ ସମସ୍ୟା ପାଇଁ ଗତ ସୋମବାର ତାଙ୍କୁ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ରତନଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ମରଶରୀରକୁ ତାଙ୍କ ବାସଭବନରୁ ସାଉଥ ମୁମ୍ଵାଇର NCPA କୁ ନିଆଯାଇଥିଲା। ସେଠାରେ ସାଧାରଣ ଲୋକେ ମଧ୍ୟ ଦେଶର ଏହି ରତ୍ନଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ରତନ ଟାଟାଙ୍କ ଅନ୍ତିମ ସଂସ୍କାରରେ ଉଦ୍ୟୋଗ, ରାଜନୀତି, ସିନେମା, କ୍ରୀଡ଼ା ସହ ସବୁ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଗୃହମନ୍ତ୍ରୀ ଅମିତ୍ ଶାହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସନ୍ଦେ, ଗୁଜାରଟ ସିଏମ୍ ଭୂପେନ୍ଦ୍ର ପଟେଲ, ଦେବେନ୍ଦ୍ର ଫଡଣଭିସ, କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ମଧ୍ୟ ଉପସ୍ଥିତ ରହିଥିଲେ ।
ମହାରାଷ୍ଟ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: କ୍ୟାବିନେଟରେ ପାରିତ ହେଲା ରତନ ଟାଟାଙ୍କୁ ‘ଭାରତ ରତ୍ନ’ ସମ୍ମାନ ଦେବା ପ୍ରସ୍ତାବ
ମୁମ୍ବାଇ: ବୁଧବାର ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ସେ ଦେଶ ପାଇଁ ଥିଲେ ଜଣେ ଅମୂଲ୍ୟ ରତ୍ନ । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ରର ସିନ୍ଦେ ସରକାର ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ପ୍ରସ୍ତାବକୁ ପାରିତ କରିଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର ଏହି ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।
ଆଜି ମହାରାଷ୍ଟ୍ର କ୍ୟାବିନେଟ୍‌ ବୈଠକ ବସିଥିଲା । ଏଥିରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଏକ ଶୋକ ପ୍ରସ୍ତାବ ପାରିତ କରାଯାଇଥିଲା । ଏହା ପରେ ଭାରତ ରତ୍ନ ପୁରସ୍କାର ପାଇଁ ତାଙ୍କ ନାମ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି ନିଆଯାଇଛି । ମହାରାଷ୍ଟ୍ର ସରକାର ବର୍ତ୍ତମାନ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ ।ଏଥିସହ ରତନ ଟାଟାଙ୍କ ମୃତ୍ୟୁକୁ ନେଇ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା କରାଯାଇଛି ।
ଅପରାହ୍ନ ୪ଟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏନେଇ ଘୋଷଣା କରିଛନ୍ତି। ଦିବଂଗତ ଶିଳ୍ପପତିଙ୍କ ସମ୍ମାନାର୍ଥେ ଗୁରୁବାର ଶୋକ ଦିବସ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ମୁଖ୍ୟମନ୍ତ୍ରୀ ସିନ୍ଦେ ଘୋଷଣା କରିଛନ୍ତି ଯେ, ମହାରାଷ୍ଟ୍ରର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଅର୍ଦ୍ଧ ନମିତ ରହିବ। ଗୁରୁବାର ପାଇଁ ଧାର୍ଯ୍ୟ ହୋଇଥିବା ମନୋରଞ୍ଜନ କାର୍ଯ୍ୟକ୍ରମଗୁଡ଼ିକ ବାତିଲ କରାଯାଇଛି।
ରତନ ଟାଟାଙ୍କ ବିୟୋଗରେ ସାରା ଦେଶ ଶୋକାଭିଭୂତ ହୋଇଛି। ସାଧାରଣ ଜନତା ମଧ୍ୟ ରତନ ଟାଟାଙ୍କ ଅନ୍ତିମ ଦର୍ଶନ କରିପାରିବେ। ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ଏନସିପିଏ ଗ୍ରାଉଣ୍ଡରେ ରଖାଯାଇଛି। ତ୍ରିରଙ୍ଗାରେ ଆବୃତ ରତନ ଟାଟାଙ୍କ ପାର୍ଥିବ ଶରୀରକୁ ସର୍ବସାଧାରଣଙ୍କ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି। ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଲୋକେ ତାଙ୍କ ଅନ୍ତିମ ଦର୍ଶନ କରିପାରିବେ। ଅପରାହ୍ନ ୪ଟାରେ ମୁମ୍ବାଇର ଓ୍ବର୍ଲିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଅନ୍ତିମ ସଂସ୍କାର କରାଯିବ।
ରତନ ଟାଟା ପାଇଲେ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ
ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିଛି। ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବେରି ଓ’ ଫାରେଲ୍ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ଟାଟାଙ୍କୁ ଅଷ୍ଟ୍ରେଲିଆ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ପ୍ରଦାନ କରିଛନ୍ତି।
ଏହାସହିତ ଫାରେଲ୍ କହିଛନ୍ତି ଯେ, ରତନ ଟାଟାଙ୍କ ଅବଦାନ ଅଷ୍ଟ୍ରେଲିଆ ଉପରେ ଏକ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଅଷ୍ଟ୍ରେଲିଆ-ଭାରତ ଦ୍ୱିପାକ୍ଷିକ ସମ୍ପର୍କ, ବିଶେଷ କରି ବାଣିଜ୍ୟ, ପୁଞ୍ଜି ବିନିଯୋଗ ଓ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ରତନ ଟାଟାଙ୍କୁ ଅର୍ଡର ଅଫ୍ ଅଷ୍ଟ୍ରେଲିଆର ଜେନେରାଲ୍ ଡିଭିଜନରେ ସମ୍ମାନିତ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। ଅଷ୍ଟ୍ରେଲୀୟ ରାଷ୍ଟ୍ରଦୂତ ବେରି ଓ’ ଫାରେଲ୍ ଶନିବାର ନିଜ ଟ୍ୱିଟର ଆକାଉଣ୍ଟରୁ ଏକ ଟୁଇଟ୍ କରି କହିଛନ୍ତି ଯେ ରତନ ଟାଟା କେବଳ ଭାରତର ଜଣେ ବରିଷ୍ଠ ଶିଳ୍ପପତି ନୁହଁନ୍ତି, ଅଷ୍ଟ୍ରେଲିଆରେ ମଧ୍ୟ ତାଙ୍କର ଅବଦାନର ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି।
ସେ ଲେଖିଛନ୍ତି, ଅଷ୍ଟ୍ରେଲିଆ-ଭାରତ ସମ୍ପର୍କ ପ୍ରତି ତାଙ୍କର ଦୀର୍ଘ ଦିନର ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇ ରତନ ଟାଟାଙ୍କୁ ଅର୍ଡର ଅଫ୍ ଅଷ୍ଟ୍ରେଲିଆ (ଏଓ) ସମ୍ମାନ ପ୍ରଦାନ କରିବା ଅତ୍ୟନ୍ତ ଖୁସିର ବିଷୟ। ଫାରେଲ୍ ତାଙ୍କ ଟ୍ୱିଟରରେ ରତନ ଟାଟାଙ୍କୁ ସମ୍ମାନିତ କରୁଥିବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଭାରତରେ ଅଷ୍ଟ୍ରେଲୀୟ ରାଷ୍ଟ୍ରଦୂତ ସେୟାର କରିଥିବା ଏହି ଫଟୋରେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ ମଧ୍ୟ ନଜର ଆସିଛନ୍ତି। ଟାଟା ଗ୍ରୁପକୁ ଶିଖରକୁ ନେଇଥିବା ରତନ ଟାଟା ଦେଶର ସଫଳ ଶିଳ୍ପପତିମାନଙ୍କ ମଧ୍ୟରୁ ଜଣେ।