EPFO Zonal Office Odisha - The Sakala

ଇପିଏଫ୍‌ଓର ଇ-ପାସ୍‌ବୁକ୍‌ ସେବା ଡାଉନ୍‌: କାମ କରୁନି ୟୁଏଏନ୍‌ ଓ ଉମଙ୍ଗ ପୋର୍ଟାଲ, ବଢୁଛି ୟୁଜରଙ୍କ ଭିତରେ ଅସନ୍ତୋଷ
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ଅନେକ ପ୍ରକାରର ସେବା ଏବେ ଅଚଳ। ଏହି କାରଣରୁ ପିଏଫ୍‌ ଆକାଉଣ୍ଟଧାରୀମାନେ ଇ-ପାସବୁକ୍ ତଥା ଅନ୍ୟାନ୍ୟ ସୁବିଧା ବ୍ୟବହାର କରିବାରେ ସକ୍ଷମ ହେଉନାହାଁନ୍ତି। ୟୁଜରମାନେ କରିଥିବା ଅଭିଯୋଗ ଅନୁଯାୟୀ, ଗତ କିଛି ଦିନ ହେବ ପିଏଫ୍‌ ସହ ଜଡିତ ୱେବ୍‌ସାଇଟ୍ ଏବଂ ୟୁଏଏନ୍‌ ପୋର୍ଟାଲ୍ କାମ କରୁନାହିଁ। କେବଳ ଏତିକି ନୁହେଁ, ୟୁଜରମାନେ ଉମଙ୍ଗ ଆପ୍‌ରେ ମଧ୍ୟ ସେମାନଙ୍କର ଇ-ପାସ୍‌ବୁକ୍ ଦେଖିବାକୁ ଅସମର୍ଥ ହେଉଛନ୍ତି। ଗତ ଥର ୱେବ୍‌ସାଇଟ୍‌ରେ ଦେଖାଦେଇଥିବା ଏହିଭଳି ସମସ୍ୟାବେଳେ ବୈଷୟିକ ରକ୍ଷଣାବେକ୍ଷଣ କାର୍ଯ୍ୟ ହେତୁ ସଦସ୍ୟମାନଙ୍କ ପାଇଁ ପାସବୁକ୍ ଉପଲବ୍ଧ ହେଉ ନ ଥିବା ଇପିଏଫ୍‌ଓ ପକ୍ଷରୁ କୁହାଯାଇଥିଲା।

ଏଥର ଇପିଏଫ୍ଓ ୱେବ୍‌ସାଇଟ୍‌ରେ ଦେଖାଦେଇଥିବା ବିଭ୍ରାଟ ସଦସ୍ୟଙ୍କ ନିଦ ହଜାଇଦେଲାଣି। କାରଣ ଇପିଏଫ୍‌ର ଅଧିକ ପେନ୍‌ସନ୍‌ ବା ହାୟର ବିକଳ୍ପ ନିମନ୍ତେ ଆବେଦନର ସମୟସୀମା ପାଖେଇ ଆସିଲାଣି। ଏଥିନିମନ୍ତେ ମେ’ ୩ ତାରିଖ ଶେଷ ଦିବସ ରହିଛି। ତେଣୁ ପିଏଫ୍‌ ଆକାଉଣ୍ଟଧାରୀମାନେ ସଂଗଠନର ୱେବ୍‌ସାଇଟ୍‌ ଜରିଆରେ ଇ-ପାସବୁକ୍ ବ୍ୟବହାର କରି ଅଧିକ ପେନ୍‌ସନ୍‌ ବିକଳ୍ପ ନିମନ୍ତେ କାଗଜପତ୍ର ଅପ୍‌ଲୋଡ୍‌କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାଫଳରେ ସେମାନେ ଅଧିକ ପେନ୍‌ସନ୍‌ ବିକଳ୍ପ ଆବେଦନ କରିପାରୁନାହାଁନ୍ତି। ଏହି କାରଣରୁ, ୟୁଜରଙ୍କ ମଧ୍ୟରେ ଅସନ୍ତୋଷ ଏବେ ଚରମସୀମାରେ ପହଞ୍ଚିଛି। ଅନେକ ଉପଭୋକ୍ତା ଏହାକୁ ନେଇ ସୋସିଆଳ୍‌ ମିଡିଆ ସାଇଟ୍‌ଗୁଡିକରେ ସରକାରଙକୁ ଟ୍ରୋଲ୍‌ କରୁଛନ୍ତି।

ଅନେକ ଆକାଉଣ୍ଟଧାରୀ ଟ୍ୱିଟରରେ ଇପିଏଫ୍‌ଓର ୱେବ୍‌ସାଇଟ୍ ଏବଂ ୟୁଏଏନ୍‌ ପୋର୍ଟାଲର ସ୍କ୍ରିନ୍‌ସଟ୍ ଶେୟାର କରିଛନ୍ତି। ୟୁଜରମାନେ କହିଛନ୍ତି ଯେ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁଡଟ୍‌ଇପିଏଫ୍‌ଇଣ୍ଡିଆଡଟ୍‌ଗଭ୍‌ଡଟ୍‌ଇନ୍‌ ଏବଂ ଏଚ୍‌ଟିଟିପିଏସ୍‌://ୟୁନିଫାଏଡ୍‌ପୋର୍ଟାଲ୍‌-ମେମ୍‌ଡଟ୍‌ଇପିଏଫ୍‌ଇଣ୍ଡିଆଡଟ୍‌ଗଭ୍‌ଡଟ୍‌ଇନ୍‌ରେ ଲଗ୍ ଇନ୍ କରିବାବେଳେ ତ୍ରୁଟି ଆସୁଛି।

ଏଠାରେ ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଜାନୁଆରୀରେ ଇପିଏଫ୍ଓ ୱେବ୍‌ସାଇଟ୍‌ରେ ସମାନ ପ୍ରକାର ସମସ୍ୟା ଦେଖାଦେଇଥିଲା, ଯାହାକୁ ନେଇ ବେଶ ହୋ ହଲ୍ଲା ହୋଇଥିଲା। ଇପିଏଫ୍‌ଓ ​​କ୍ରମାଗତଭା ବେ ତିନି ବର୍ଷ ପାଇଁ ଗୋଟିଏ ବର୍ଷ ପରେ ମଧ୍ୟ ସଦସ୍ୟଙ୍କ ଆକାଉଣ୍ଟରେ ସୁଧ ଜମା କରିପାରିନାହିଁ। ଇପିଏଫ୍‌ଓର ସାଇଟ୍ କିଛି ଦିନ ହେବ କାମ କରୁନାହିଁ। ବର୍ଷର ଅଧିକାଂଶ ସମୟରେ ଏଭଳି ସମସ୍ୟା ଦେଖାଯାଉଛି। ଏ ସମ୍ପର୍କରେ ଅନ୍ୟ ଜଣେ ଉପଭୋକ୍ତା ଟ୍ବିଟରରେ ଲେଖିଛନ୍ତି ଯେ, ସବୁ ସମୟ ଭଳି ବର୍ତ୍ତମାନ ଇପିଏଫ୍‌ଓ ​​ୱେବସାଇଟ୍ କାମ କରୁନାହିଁ। ଏଥିରେ ୟୁଜର ଶ୍ରମ ମନ୍ତ୍ରଣାଳୟର ଟ୍ୱିଟର ହ୍ୟାଣ୍ଡେଲ୍‌କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।