Sunil Gavaskar - The Sakala
ମୁମ୍ବାଇ : ଟି-୨୦ ପରେ କ୍ରିକେଟର  ସବୁଠାରୁ ଲମ୍ବା ଫର୍ମାଟକୁ ଟେଷ୍ଟରୁ ମଧ୍ୟ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଯୁଗ ଶେଷ ହୋଇଯାଇଛି। ଚଳିତ ମାସ ୭ ତାରିଖରେ ରୋହିତ ଶର୍ମା ଟେଷ୍ଟରୁ ଅବସର ନେବା ପରେ ୧୨ ତାରିଖରେ ବିରାଟ କୋହଲି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଏବଂ ତାଙ୍କ ଟେଷ୍ଟ କ୍ୟାରିୟରର ଅନ୍ତ ଘଟାଇଥିଲେ। ଟି-୨୦ ଓ ଟେଷ୍ଟରୁ ଅବସର ନେବା ପରେ ରୋହିତ ଏବଂ ବିରାଟ ଏବେ କେବଳ ଦିନିକିଆ ଖେଳିବା ଜାରି ରଖିବେ। ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଉଛି ଯେ କୋହଲି ଏବଂ ରୋହିତ ଉଭୟଙ୍କର ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବାର ଯୋଜନା ଅଛି, କିନ୍ତୁ ଆଜି ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସୁନୀଲ ଗାଭାସ୍କର ତାଙ୍କ ବୟାନରେ ସମସ୍ତଙ୍କୁ ଅଣନିଶ୍ୱାସୀ କରିଦେଇଛନ୍ତି। ଗାଭାସ୍କରଙ୍କ ଅନୁଯାୟୀ, ରୋହିତ-କୋହଲି ୨୦୨୭ ବିଶ୍ୱକପ୍‌ ଟିମର ଅଂଶ ହେବେ ନାହିଁ।
ଗାଭାସ୍କର କଣ କହିଲେ ?
୨୦୨୭ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଯାଉଛି। ଗାଭାସ୍କର ରୋହିତ-ବିରାଟଙ୍କ ୨୦୨୭ ବିଶ୍ବକପ୍‌ ଖେଳିବା ବିଷୟରେ କହିଥିଲେ, ‘ସବୁକିଛି ଚୟନକର୍ତ୍ତାଙ୍କ ଉପରେ ନିର୍ଭର କରେ ଯେ ରୋହିତ ଏବଂ ବିରାଟ ଦଳରେ କେତେ ଯୋଗଦାନ ଦେଇପାରିବେ।’ ରୋହିତ ଏବଂ ବିରାଟ ODI ଫର୍ମାଟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଏବେ ଚୟନକର୍ତ୍ତାମାନେ ୨୦୨୭ ବିଶ୍ୱକପକୁ ମନରେ ରଖି ଦଳକୁ ପ୍ରସ୍ତୁତ କରିବେ। ସେମାନେ ଦେଖିବେ ଯେ ସେମାନେ ଦୁହେଁ ଆଗାମୀ ବିଶ୍ୱକପ୍ ପର୍ଯ୍ୟନ୍ତ ଦଳରେ ରହିପାରିବେ କି ନାହିଁ।
ଚୟନକର୍ତ୍ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ
ସେ ଆହୁରି କହିଛନ୍ତି, ‘ଚୟନକର୍ତ୍ତାମାନେ ଦେଖିବେ ଯେ ଉଭୟ ଏବେ ଯେପରି ଦଳରେ ଯୋଗଦାନ ଦେଉଛନ୍ତି, ସେହିପରି ଭାବରେ ସେ ଦଳରେ ଯୋଗଦାନ ଦେଇପାରିବେ କି ନାହିଁ।’ ଏହା ଚୟନକର୍ତ୍ତାଙ୍କ ପାଇଁ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହେବ। ତଥାପି, ଯଦି ଚୟନକର୍ତ୍ତାମାନେ ଏପରି ଅନୁଭବ କରନ୍ତି, ତେବେ ଦୁହେଁ ନିଶ୍ଚିତ ଭାବରେ ଖେଳିପାରିବେ। ସତ କହିବାକୁ ଗଲେ, ବର୍ତ୍ତମାନର ଫର୍ମକୁ ଦେଖି, ମୁଁ ଭାବୁନାହିଁ ଯେ ରୋହିତ ଏବଂ ବିରାଟ ୨୦୨୭ ODI ବିଶ୍ୱକପର ଅଂଶ ହେବେ। କିନ୍ତୁ ଯଦି ତାଙ୍କର ଫର୍ମ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଭଲ ରହେ ଏବଂ ସେ ଶତକ ମାରି ଚାଲନ୍ତି, ତେବେ ଭଗବାନ ମଧ୍ୟ ତାଙ୍କୁ ଦଳରରେ ନନେଇ ରହିପାରିବେ ନାହିଁ। ରୋହିତଙ୍କୁ ନିଜ ଫର୍ମ ସହିତ ଫିଟନେସ ଉପରେ ମଧ୍ୟ କାମ କରିବାକୁ ପଡିବ।
ଫିଟନେସ୍ ସମ୍ପର୍କରେ ଗାଭାସ୍କର କହିଛନ୍ତି, ‘ଫିଟନେସ୍ ଯୋଗୁଁ ତାଙ୍କୁ IPLର ପ୍ରାୟ ପ୍ରତ୍ୟେକ ମ୍ୟାଚ୍‌ରେ ଜଣେ ପ୍ରଭାବଶାଳୀ ଖେଳାଳି ଭାବରେ ଖେଳିବାକୁ ପଡୁଛି। ବିରାଟଙ୍କ ଫିଟନେସ୍ ସମସ୍ୟା ନାହିଁ। ସେ ୨୦୨୩ ODI ବିଶ୍ୱକପ୍ ପରେ ୨୦୨୫ IPLରେ ଭଲ ଫର୍ମରେ ଦେଖାଯାଉଛନ୍ତି ଏବଂ ୧୧ଟି ମ୍ୟାଚ୍‌ରେ ୫୦୫ ରନ୍ କରିଛନ୍ତି। ସେ ମ୍ୟାଚ୍ ପାଇଁ ନିଜକୁ କିପରି ଫିଟ୍ ରଖନ୍ତି ତାହା ଦେଖିବା ବାକି ରହିଲା। ଏଥିପାଇଁ ତାଙ୍କ ପାଖରେ ବହୁତ କମ୍ ସମୟ ଅଛି।
ଗାଭାସ୍କର ବନାମ କୋହଲି : କିଏ କ’ଣ କହିଲା ମୋର କିଛି ଅସୁବିଧା ନାହିଁ, ମୋ କାମ ଖେଳିବା ମୁଁ ଖେଳୁଛି
ନୂଆଦିଲ୍ଲୀ : ଗତକାଲି ଭାରତ ଏସିଆ କପ୍‌ର ସୁପର ୪ ମ୍ୟାଚରେ ପାକିସ୍ତାନ ନିକଟରୁ ୫ ୱିକେଟରେ ପରାସ୍ତ ହୋଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାକୁ ପିଛା କରି ୧୯.୫ ଓଭରରେ ୫ ଓ୍ୱିକେଟ ହରାଇ ୧୮୨ ରନ୍ କରି ବିଜୟ ହାସଲ କରି ନେଇଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ କୋହଲି ଦାୟିତ୍ବସମ୍ପନ୍ନ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ।  କୋହଲି ୪୪ଟି ବଲ ଖେଳି ୬୦ ରନ କରିଥିଲେ। ଏହି ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କୋହଲି ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ରଖିଥିଲେ। ଏହି ସମୟରେ ବିରାଟ ନାଁ ନ ନେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କରଙ୍କ  ଏକ ବୟାନ ଉପରେ ନିଜର ମତ ରଖିଥିଲେ।
ଲଗାତର କିଛି ମାସ ହେବ କୋହଲି ଖରାପ ଫର୍ମରେ ଥିଲେ। ଯାହାକୁ ନେଇ ବହୁ ସମାଲୋଚନାର ଶିକାର ହେଉଥିଲେ। ଏହି ସମୟରେ ସୁନୀଲ ଗାଭାସ୍କର ବିରାଟ କୋହଲିଙ୍କ ଖରାପ ଫର୍ମ ବିଷୟରେ ଗଣମାଧ୍ୟମରେ ଏକ ବିବୃତ୍ତି ଦେଇଥିଲେ ଯେ ଯଦି ସେ ବିରାଟ କୋହଲିଙ୍କ ସହ ୨୦ ମିନିଟ୍ ପାଆନ୍ତି, ତେବେ ସେ ବୋଧହୁଏ କିଛି ସାହାଯ୍ୟ କରିପାରିବେ। ବିରାଟ କୋହଲିଙ୍କ ଫର୍ମ ବିଷୟରେ ସୁନୀଲ ଗାଭାସ୍କର କହିଥିଲେ, ‘ଯଦି ମୁଁ ତାଙ୍କ ସହ (ବିରାଟ କୋହଲି) ୨୦ ମିନିଟ୍ ପାଇଥା’ନ୍ତି, ତେବେ ହୁଏତ ମୁଁ ତାଙ୍କୁ କହିପାରେ ସେ କଣ କରିବା ଉଚିତ୍। ବୋଧହୁଏ ମୁଁ ତାଙ୍କୁ ସାହାଯ୍ୟ କରିପାରିବି, ଏହା ନିଶ୍ଚିତ ଭାବରେ ତାଙ୍କ ପାଇଁ ଲାଭବାନ ହେବ, ମୁଁ ଅଫ୍ ଷ୍ଟମ୍ପ୍ ଲାଇନ୍ ସହିତ କୋହଲି ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ମୁଁ ତାଙ୍କୁ କହିବି।
ଏହି କଥାକୁ ନେଇ କୋହଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ମୁଁ ୧୪ ବର୍ଷ ଧରି ଖେଳୁଛି କିନ୍ତୁ ଏପରି କେବେ  ହୁଏ ନାହିଁ । ମୋର କାମ ହେଉଛି ଖେଳିବା, ମୋ ଖେଳ ଉପରେ କଠିନ ପରିଶ୍ରମ କରିବା ଏବଂ ମୁଁ ସବୁବେଳେ ଦଳ ପାଇଁ ତାହା କରିବାକୁ ଚାହେଁ ଏବଂ ଏହା ଜାରି ରଖିବି ।
ବିରାଟ କୋହଲି କହିଛନ୍ତି, ‘ସମସ୍ତେ ନିଜ କାମ କରୁଛନ୍ତି। ଆମର କାମ ହେଉଛି ଖେଳିବା, କଠିନ ପରିଶ୍ରମ କରିବା ଏବଂ ଆମର ୧୦୦ ପ୍ରତିଶତ ଦେବା। ମୁଁ ଅତୀତରେ କହିଛି ଯେ ଯେପର୍ଯ୍ୟନ୍ତ ମୁଁ ତାହା କରିବାକୁ ସକ୍ଷମ ଏବଂ ଦଳର ମୋ ଉପରେ ବିଶ୍ୱାସ ଅଛି, ସେତେବେଳ ଯାଏଁ ମୁଁ ମୋର କାମ କରୁଥିବି। କିନ୍ତୁ କିଛି ଲୋକ ସିଧାସଳଖ ମୋତେ ଯାହା ଦରକାର ନକହି ଗଣମାଧ୍ୟମରେ ବିବୃତ୍ତି ରଖନ୍ତି। ଟିଭିରେ ବହୁତ କଥା କହିଦିଅନ୍ତି କିନ୍ତୁ ଯଦି ସାହର୍ଯ୍ୟ କରିବାର ଅଛି ତେବେ ସିଧାସଳଖ କହିବାକୁ ପଛଘୁଞ୍ଚା ଦିଅନ୍ତି। ସେମାନଙ୍କ ପାଖରେ ମୋ ନମ୍ବର ଅଛି ଯଦି ଚାହିଁବେ ସିଧାସଳଖ ମୋତେ କହିପାରିବେ।
କୋହଲି କହିଛନ୍ତି, ‘ଲୋକଙ୍କ ନିଜର ମତ ଅଛି ଏବଂ ମୋର ଏଥିରେ କୌଣସି ଅସୁବିଧା ନାହିଁ। ଏହା ଜଣେ ବ୍ୟକ୍ତି ଭାବରେ ମୋର ଖୁସିକୁ ପ୍ରଭାବିତ କରେ ନାହିଁ । ମୋର ଫର୍ମକୁ ଠିକ୍ କରିବାକୁ ମୁଁ କିଛି ସମୟ ନେଇଥିଲି। ମୁଁ ବର୍ତ୍ତମାନ ବହୁତ ଆରାମଦାୟକ ଅନୁଭବ କରୁଛି । ମୁଁ ମୋ ଉପରେ ସେତେ ଅଧିକ ଚାପ ପକାଇ ପାରିବି ନାହିଁ । ମୁଁ ମଧ୍ୟ ମୋର ଖେଳକୁ ଉପଭୋଗ କରିବାକୁ ଚାହୁଁଛି । ମୁଁ ଚାପରେ ଖେଳିବା ଆରମ୍ଭ କରି ନାହିଁ ।
ଧୋନୀ ଭାଇ ପ୍ରକୃତ ବନ୍ଧୁ
ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏସିଆ କପ୍ ୨୦୨୨ସିଜନରେ ନିଜର ପୁରୁଣା ଫର୍ମକୁ କମବ୍ୟାକ୍ କରିଛନ୍ତି । ରବିବାର ଦିନ କୋହଲି ଟୁର୍ଣ୍ଣାମେଣ୍ଟରେ ନିଜର ତୃତୀୟ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ । ଯଦିଓ କୋହଲି ନିର୍ଭରଯୋଗ୍ୟ ମ୍ୟାଚ୍ ଖେଳଥିଲେ କିନ୍ତୁ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ମ୍ୟାଚ୍ ଶେଷ ପରେ କୋହଲି ନିଜର ଯନ୍ତ୍ରଣା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେତେବେଳେ ସେ ଏକ ଖରାପ ସମୟ ଦେଇ ଗତି କରୁଥିଲେ, ସେତେବେଳେ ସେ ଟି-୨୦ ଓ ଟେଷ୍ଟ ଅଧିନାୟକତ୍ୱ ଛାଡିଥିଲେ ।
କୋହଲି କହିଛନ୍ତି ଯେ ଯେତେବେଳେ ସେ ଟେଷ୍ଟର ଅଧିନାୟକତ୍ୱ ଛାଡିଥିଲେ ସେତେବେଳେ କେବଳ ଜଣେ ବ୍ୟକ୍ତିଙ୍କ ବାର୍ତ୍ତା ପାଇଥିଲି। ସେ ଆଉ କେହି ନୁହଁନ୍ତି ମହେନ୍ଦ୍ର ସିଂହ ଧୋନୀ । ମୋ କଣ୍ଟାକ୍ଟ ଲିଷ୍ଟରେ ଅନେକ ଲୋକ ଅଛନ୍ତି । ଅନେକ ଲୋକ ଟିଭିରେ ପରାମର୍ଶ ଦିଅନ୍ତି । କିନ୍ତୁ ମୋ ନମ୍ବର ଥିବା ଲୋକଙ୍କଠାରୁ ମୁଁ କୌଣସି ବାର୍ତ୍ତା ପାଇନି । ସେ ଆହୁରି କହିଛନ୍ତି ଯେ, ମୁଁ ମାହୀଙ୍କ ସହ ସର୍ବଦା ନିଜକୁ ସୁରକ୍ଷିତ ମନେକରେ ଆଉ  ସେ ବି ମୋ ସହ ସିକିୟୋର ରହୁନ୍ତି । ଆମ ଭିତରେ ବଣ୍ଡିଂ ବହୁତ ଭଲ । ଉଭୟ ପାର୍ଶ୍ୱରୁ ସେଇଟା ସ୍ପଷ୍ଟ ବାରି ହୋଇପଡେ ।
ବିଶ୍ୱକପ୍‍ର ପ୍ରଥମ ମ୍ୟାଚ୍‍, ସୁନୀଲ ଗାଭାସ୍କରଙ୍କ ଅପରାଜିତ ୩୬
ଜୁନ୍‍ ୭, ୧୯୭୫। ଅନ୍ତର୍ଜାତୀୟ କ୍ରିକେଟ୍‍ରେ ବିଶ୍ୱକପ୍‍ର ଜନ୍ମ ହୋଇଥିଲା। ସେହି ସମୟରେ ଟେଷ୍ଟ କ୍ରିକେଟ୍‍ର ରାଜୁତି ଚାଲୁଥିଲା। ଏକଦିବସୀୟ କ୍ରିକେଟ୍‍ରେ କେହି ଖାପଖୁଆଇ ପାରି ନ ଥିଲେ। ତେଣୁ କ୍ରିକେଟ୍‍ ବିଶ୍ୱକପ୍‍ର ଏହି ପ୍ରଥମ ସଂସ୍କରଣରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନିଲ ଗାଭାସ୍କର ଏକଦିବସୀୟ କ୍ରିକେଟ୍‍ର ଅନ୍ୟତମ ଅଲୋଡ଼ା ଧୀମା ଇନିଂସ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‍ରେ ସେ ଇନିଂସ ଓପନ୍‍ କରିବାକୁ ଆସି ସମ୍ପୂର୍ଣ୍ଣ ୬୦ ଓଭର ଖେଳି ଅପରାଜିତ ରହି ପ୍ୟାଭିଲିୟନ ଫେରିଥିଲେ। ଏଥିରେ ସେ ୧୭୪ ବଲ୍‍ ସାମ୍ନା କରି ୩୬ ରନରେ ଅପରାଜିତ ରହିଥିଲେ।
ବିଶ୍ୱକପ୍‍ର ଉଦ୍‍ଘାଟନୀ ମ୍ୟାଚ୍‍:
ଏକଦିବସୀୟ ବିଶ୍ୱକପ୍‍ର ପ୍ରଥମ ସଂସ୍କରଣ ୧୯୭୫ରେ ଅନୁଷ୍ଠିତ ହୋଇଥିଲା। ଉଦ୍‍ଘାଟନୀ ମ୍ୟାଚ୍‍ ଜୁନ୍‍ ୭ରେ ଆୟୋଜକ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିଲା। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‍ରେ ଟସ୍‍ ଜିତି ଘରୋଇ ଇଂଲଣ୍ଡ ଅଧିନାୟକ ମାଇକ୍‍ ଡେନିସ୍‍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ଏକଦିବସୀୟ ମ୍ୟାଚ୍‍ ୬୦ ଓଭରବିଶିଷ୍ଟ ଥିଲା। ଓପନର୍‍ ଡେନିସ୍‍ ଆମିସ୍‍ଙ୍କ ଶତକ ବଳରେ ଇଂଲଣ୍ଡ ୬୦ ଓଭରରେ ୪ ୱିକେଟ୍‍ ହରାଇ ୩୩୪ ରନ୍‍ କରିଥିଲା। ଆମିସ୍‍ ୧୪୭ ବଲରୁ ୧୮ ଚୌକା ସହାୟତାରେ ୧୩୭ ରନ୍‍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଇଥ୍‍ ଫ୍ଲେଚର ୬୮, କ୍ରିସ୍‍ ଓଲ୍ଡ ୫୧ ଓ ଅଧିନାୟକ ମାଇକ୍‍ ୩୭ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ବୋଲିଂରେ ସୟଦ୍‍ ଆବିଦ୍‍ ଅଲ୍ଲୀ ୨ ଏବଂ ମଦନ ଲାଲ୍‍ ଓ ମହିନ୍ଦର ଅମରନାଥ ଗୋଟିଏ ଲେଖାଏ ୱିକେଟ୍‍ ନେଇଥିଲେ।
ଜବାବରେ ଭାରତ ବେଶ୍‍ ଧିମା ବ୍ୟାଟିଂ କରିଥିଲା। ଯେତେବେଳେ ପରିସ୍ଥିତି ଆକ୍ରମଣାତ୍କ ଖେଳ ପାଇଁ ଆହ୍ୱାନ କରୁଥିଲା ସେତେବେଳେ ଭାରତ ରକ୍ଷଣାତ୍ମକ କ୍ରିକେଟ୍‍ ଖେଳିଥିଲା। ସମ୍ପୂର୍ଣ୍ଣ ୬୦ ଓଭର ବ୍ୟାଟିଂ କରି ଭାରତ ୩ ୱିକେଟ୍‍ରେ ୧୩୨ ରନ୍‍ କରିଥିଲା। ଏକନାଥ ସୋଲକର ୩୪ ବଲରୁ ୮, ଅଂଶୁମାନ ଗାଏକ୍ୱାଡ ୪୬ ବଲରୁ ୨୨, ଗୁଣ୍ଡାପ୍ପା ବିଶ୍ୱନାଥ ୫୯ ବଲରୁ ୩୭, ବ୍ରିଜେଶ ପଟେଲ ୫୭ ବଲରୁ ୧୬ ରନ କରିଥିଲେ। ତେବେ ଗାଭାସ୍କରଙ୍କ ଇନିଂସ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଓପନିଂ କରିବାକୁ ଆସିଥିବା ସୁନୀଲ କିନ୍ତୁ ଖେଳିଥିଲେ ଏକଦିବସୀୟ କ୍ରିକେଟ୍‍ର ଅନ୍ୟତମ ଧିମା ଇନିଂସ। ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୭୪ ବଲ୍‍ ସାମ୍ନା କରି ମାତ୍ର ୩୬ ରନ କରିଥିଲେ। ଯେଉଁଥିରେ ମାତ୍ର ଗୋଟିଏ ଚୌକା ସାମିଲ ଥିଲା। ତାଙ୍କ ଷ୍ଟ୍ରାଇକରେଟ୍‍ ମାତ୍ର ୨୦.୬୯ ଥିଲା। ଗାଭାସ୍କରଙ୍କ ଏହି ଇନିଂସକୁ ସେତେବେଳେ ବହୁ ସମାଲୋଚନା କରାଯାଇଥିଲା। ଏହି ପିଚ୍‍ରେ ବ୍ୟାଟିଂ କରିବା କଷ୍ଟସାଧ୍ୟ ଥିଲା ବୋଲି ଗାଭାସ୍କର କହିଥିଲେ। କିନ୍ତୁ ଆଲୋଚକଙ୍କ ଦାବି ଥିଲା ଯେ, ଇଂଲଣ୍ଡ ଖେଳାଳିମାନେ କିପରି ୩୦୦ରୁ ଊର୍ଦ୍ଧ୍ବ ସ୍କୋର ସେହି ପିଚ୍‍ରେ ସଂଗ୍ରହ କରିପାରିଲେ। ତେବେ ସେ ଯାହା ହେଉନା କାହିଁକି, ଭାରତୀୟ କ୍ରିକେଟ୍‍ ପ୍ରେମୀଙ୍କ ଲାଗି ଏହା ଏକ ଭଲ ଦିନ ନ ଥିଲା। ବିନା କୌଣସି ଲଢ଼େଇ ନ କରି ଭାରତ ଏହି ମ୍ୟାଚ୍‍ରେ ଆତ୍ମସମର୍ପଣ କରିନେଇଥିଲା।