Helicopter - The Sakala

ନବୀନଙ୍କ ହେଲିକପ୍ଟରକୁ ଦେଢ଼ ଘଣ୍ଟା ଧରି ମିଳିଲାନି କ୍ଲିଅରାନ୍ସ , ବିଳମ୍ବକୁ ନେଇ ଉଠିଲା ପ୍ରଶ୍ନ...
ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟରକୁ ଭୁବନେଶ୍ୱର ବିମାନବନ୍ଦରରେ ଦେଢ଼ ଘଣ୍ଟା ଧରି ମିଳିଲାନି କ୍ଲିଅରାନ୍ସ । ଦେଢ଼ ଘଣ୍ଟା ବିଳମ୍ବରେ ଭୁବନେଶ୍ୱର ବିମାନବନ୍ଦରରୁ ଛାଡ଼ିଲା ନବୀନଙ୍କ ହେଲିକପ୍ଟର। ଆଜି ସକାଳ ୯ଟା ୪୫ରେ ବିମାନବନ୍ଦରରେ ପହଞ୍ଚିଥିଲେ ନବୀନ। ସାଢ଼େ ୧୧ଟାରେ ଖରିଆର ରୋଡ୍ ହେଲିପ୍ୟାଡରେ ପହଞ୍ଚିଥାନ୍ତେ ନବୀନ। ମାତ୍ର ବିଳମ୍ବରେ କ୍ଲିଅରାନ୍ସ ମିଳିବା ଯୋଗୁଁ ଖରିଆର ରୋଡରେ ପହଞ୍ଚିବା ବିଳମ୍ବ ହୋଇଥିଲା। କାହିଁକି ନିର୍ଦ୍ଧାରିତ ସମୟ ଅନୁସାରେ କ୍ଲିଅରାନ୍ସ ମିଳିଲାନି ତାକୁ ନେଇ ଉଠିଛି ପ୍ରଶ୍ନ।

ଖୁବ୍‌ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ହେଲିକପ୍ଟର ଏମର୍ଜେନ୍ସି ମେଡିକାଲ ସର୍ଭିସ୍‌ : ହେଲିକପ୍ଟରରେ ମେଡିକାଲ୍‌ ଯିବେ ଦୁର୍ଘଟଣା ଆହତ
ଭୁବନେଶ୍ଵର : ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସର୍ବଦା ଆହ୍ବାନ ପାଲଟିଥିବା ବେଳେ ଏହା ଉପରେ ନିୟନ୍ତ୍ରଣ ପାଇବା ଲାଗି ସରକାର ଯଥାସାଧ୍ୟ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ଏକ ବଡ଼ ପଦକ୍ଷେପ ସ୍ବରୂପ ଖୁବ୍‌ଶୀଘ୍ର ହେଲିକପ୍ଟର ଏମର୍ଜେନ୍ସି ମେଡିକାଲ ସର୍ଭିସ (ଏଚ୍ଏମ୍ଏସ୍) ଯୋଜନା ଆରମ୍ଭ ହେବାକୁ ଯାଉଛି । ଦୁର୍ଘଟଣାରେ ଆହତଙ୍କ ସମେତ ଦୁଗର୍ମ ଅଞ୍ଚଳରେ ରହୁଥ‌ିବା ଗୁରୁତର ରୋଗୀଙ୍କୁ ହେଲିକପ୍ଟର ସହାୟତାରେ ଡାକ୍ତରଖାନା ପଞ୍ଚାଇବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ପରିବହନ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଉଦ୍ୟମରେ ପ୍ରଥମଥର ପାଇଁ ଦେଶରେ ଏପରି ବ୍ୟବସ୍ଥା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ଏହି କାମରେ ପରିବହନ ବିଭାଗ ଉଡ଼ାରେ ହେଲିକପ୍ଟର ଆଣି ନିୟୋଜିତ କରିବ ଏବଂ ସଡ଼କ ସୁରକ୍ଷା ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ। ଏ ନେଇ ପ୍ରାରମ୍ଭିକ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତି ପାଇଁ ନିଷ୍ପତି ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଆହତଙ୍କୁ ସୁବର୍ଣ୍ଣ ମୁହୁର୍ତ୍ତ ମଧ୍ୟରେ ଡାକ୍ତରଖାନାରେ ପହଞ୍ଚାଇବା ଜରୁରୀ । ଏଥ‌ିପାଇଁ ପରିବହନ ବିଭାଗ ଏକାଧିକ ପଦକ୍ଷେପ ନେଇଛି। ବିଭିନ୍ନ ଘରୋଇ ଏବଂ ସରକାରୀ ଡାକ୍ତରଖାନାରେ ଟ୍ରମା କେୟାର ସେଣ୍ଟର ସ୍ଥାପନ କରାଯାଇଛି। ଉଭୟ ସରକାରୀ ଏବଂ ଘରୋଇ ଆମ୍ବୁଲାନ୍ସରେ ଆହତଙ୍କ ପରିବହନ ବ୍ୟବସ୍ଥା କରାଯାଇଛି। ତେବେ ସଡ଼କ ପଥରେ ରୋଗୀଙ୍କୁ ନେବା କାମରେ ବେଶି ସମୟ ଯାଇଛି। ଟ୍ରାଫିକ୍ ଜାମ୍‌ ହେତୁ ନିର୍ଦ୍ଧାରିତ ସମୟ ଭିତରେ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ସମ୍ଭବ ହେଉନାହିଁ।

ଏମିତିରେ ବି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ଓଡ଼ିଶାର ପଦର୍ଶନ ଭଲ ନାହିଁ। ଏହାକୁ ଦୃଷ୍ଟିରେ ରଖ୍ ଓଡ଼ିଶାରେ ଏଚ୍ଏସ୍ଏସ୍ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ନିଷ୍ପତି ହୋଇଛି। ପର୍ଯ୍ୟାୟକ୍ରମେ ସମଗ୍ର ରାଜ୍ୟରେ ହେଲିକପ୍ଟରରେ ଆହତଙ୍କ ପରିବହନ ଆରମ୍ଭ କରାଯିବ। ଗତ ମାର୍ଚ୍ଚ ମାସରେ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଟ୍ରମା କେୟାର ସେଣ୍ଟରରେ ପହଞ୍ଚାଇବା ପାଇଁ ହେଲିକପ୍ଟର ସେବା ଆରମ୍ଭ ପାଇଁ ନିଷ୍ପଲି ହୋଇଥିଲା। ଏଥିସହ ରୋଗୀଙ୍କ ଆନ୍ତଃରାଜ୍ୟ ପରିବହନ ଲକ୍ଷ୍ୟରେ ଛୋଟ ବିମାନ ସେବା ଆରମ୍ଭ କରିବା ପାଇଁ ଯୋଜନା ହୋଇଛି।

ରାଜ୍ୟ ସରକାରଙ୍କ ଅଧୀନରେ ଥ‌ିବା ଏୟାରଷ୍ଟ୍ରିପ୍‌ର ଉପଯୋଗ କରାଯିବ। ଏଥିପାଇଁ ସମ୍ପୃକ୍ତ ଏୟାରଷ୍ଟିସ୍‌କୁ ନନ୍ ସିଡ୍ୟୁଲ ଅପରେସନ୍ ପରମିଟ୍ (ଏନ୍ଏସ୍ଓପି) ଜାରି କରାଯିବ। ଛୋଟ ବିମାନ ରାଜଧାନୀକୁ ଦୁର୍ଗମଞ୍ଚଳ ସହିତ ଯୋଡ଼ିବ । ଭାରତ ସରକାରଙ୍କ ଉଡ଼ାନ୍ ଯୋଜନା ଅନୁରୂପ ବିମାନ କମ୍ପାନୀଙ୍କ କ୍ଷତିଭଗଣା ପାଇଁ ସରକାର କ୍ଷତିପୂରଣ ପ୍ରଦାନ କରିବେ । ଲକ୍ଷ୍ମୀ ଯୋଜନା ଅଧୀନରେ ଏଥିପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ । ରାଜ୍ୟରେ ଏବେ ୫ଟି ବିମାନବନ୍ଦର କାର୍ଯ୍ୟକ୍ଷମ ଥିବା ବେଳେ ଚଳିତ ବର୍ଷ ଆଉ ୩ଟି ବିମାନବନ୍ଦରରୁ ବିମାନ ଭଡ଼ାଣ ଆରମ୍ଭ ହେବାର ସମ୍ଭାବନା ଅଛି । ସେହିପରି ଆଉ ୨/୩ଟି ଏୟାରଷ୍ଟ୍ରିପର ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇଛି। ଏପରିସ୍ଥଳେ ହେଲିକପ୍ଟର ଏବଂ ଛୋଟ ବିମାନରେ ରୋଗୀ ପରିବହନ ପାଇଁ ସେଗୁଡ଼ିକ ବ୍ୟବହାର ହୋଇପାରିବ ବୋଲି କୁହାଯାଇଛି।

କାଳ ହେଲା ହେଲିକପ୍ଟର ସହ ସେଲ୍ଫି, ବ୍ଲେଡ୍‌​‌ରେ କଟି ଅଧିକାରୀଙ୍କ ମୃତ୍ୟୁ
ରୁଦ୍ରପ୍ରୟାଗ: ହେଲିକପ୍ଟର ସହ ସେଲ୍ଫି ନେବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ସରକାରୀ ଅଧିକାରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରାଖଣ୍ଡରେ । ରବିବାର ଅପରାହ୍ନରେ ହେଲିକପ୍ଟରର ପଙ୍ଖାରେ ଜଣେ ଯୁବକଙ୍କର ବେକ କଟିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଜିତେନ୍ଦ୍ର କୁମାର ସାଇନି ବୋଲି ଜଣାପଡ଼ିଛି। ସାଇନି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ ନିୟନ୍ତ୍ରକ ଥିଲେ।

ଖବର ଅନୁଯାୟୀ, କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କରିବା ସମୟରେ ଜିତେନ୍ଦ୍ର ସାଇନି ହେଲିକପ୍ଟର ନିକଟକୁ ସେଲଫି ନେବାକୁ ଯାଇଥିଲେ। ଏହି ସମୟରେ ହେଲିକପ୍ଟରର ପଛପଟେ ଲାଗିଥିବା ପଙ୍ଖାରେ ତାଙ୍କର ବେକ କଟି ଯାଇଥିଲା ଏବଂ ସେ ଘଟଣାସ୍ଥଳରେ ମୃତ୍ୟୁଘଟିଥିଲା। ହେଲିପ୍ୟାଡରେ ଦୁର୍ଘଟଣା ସମୟରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ସିଇଓ ମଧ୍ୟ ଉପସ୍ଥିତ ଥିଲେ ବୋଲି କୁହାଯାଉଛି।