trading app - The Sakala

ଟ୍ରେଡିଂ ଆପ୍‌‌ରେ ଟଙ୍କା ନିବେଶ କରି ଫସିଲେ ଇଞ୍ଜିନିୟର, ହରାଇଲେ ୩ ଲକ୍ଷ ଟଙ୍କା
ଭୁବନେଶ୍ୱର: ବଦଳୁଛି ସମୟ; ତାଳଦେଇ ବଦଳୁଛି ସାଇବର ଠକଙ୍କ ଠକେଇର ତରିକା। ଏଥର ଟ୍ରେଡିଂ ଆପ୍‌‌ ଜରିଆରେ ଲୋଭନୀୟ ଅଫର ଦେଇ ଟଙ୍କା ଲୁଟିବା ଏକ ନୂଆ ଧାରା ପାଲଟି ଯାଇଛି। ଫେସ୍‌‌ବୁକ୍‌‌ ଓ ଟେଲିଗ୍ରାମ୍‌‌ରେ ବନ୍ଧୁତା କରି ଆକାଉଣ୍ଟରୁ ଟଙ୍କା ଗାଏବ୍‌‌ କରୁଛନ୍ତି ମାୟାବିନି ସୁନ୍ଦରୀ। ଟ୍ରେଡିଂ ଆପ୍‌‌ରେ ଟଙ୍କା ନିବେଶ କରି ଦୁଇଗୁଣା ଟଙ୍କା ଫେରିବାର ପ୍ରଲୋଭନ ଦେଖାଉଛନ୍ତି ଅଦୃଶ୍ୟ ବିଦେଶିନୀ। ଏଥିର ସୁନ୍ଦରୀ ମାୟାବିନିଙ୍କ ମାୟାଜାଲରେ ଜଣେ ଇଞ୍ଜିନିୟରି ଫସିଯାଇଛନ୍ତି। ଠକେଇ ଶିକାର ଇନ୍‌‌ଫୋସିଟି ଥାନା ଅଞ୍ଚଳର ବିଶ୍ୱଦୀପ ଗୋଚ୍ଛାୟତ। ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ଟଙ୍କା ଗୋଲ୍‌‌ ହୋଇଯାଇଛି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ଫେସ୍‌‌ବୁକ୍‌‌ରେ ଜଣେ ସୁନ୍ଦରୀ ତରୁଣୀ ବିଶ୍ୱଦୀପଙ୍କ ସହ ବନ୍ଧୁତା ଲାଗି ଫ୍ରେଣ୍ଡ୍‌‌ ରିକ୍ୱେଷ୍ଟ ପଠାଇଥିଲେ। ପରେ ମେସେଞ୍ଜରରେ ଚାଟିଂ କରିବା ସହ ମିଠା ମିଠା କଥା କହି ମାୟାବିନି ବିଶ୍ୱାସ ଜନ୍ମାଇଥିଲେ। ଆଉ ଅନ୍‌‌ଲାଇନ୍‌‌ ଟ୍ରେଡିଂ ଆପରେ ଟଙ୍କା ବିନିଯୋଗ କଲେ, କିଭଳି ଟଙ୍କା ଦୁଇଗୁଣା ହୁଏ ତା’ର ପ୍ରଲୋଭନ ଦେଖାଇଥିଲେ। ମାୟାବିନି କଥାରେ ଭାସିଯାଇଥିଲେ ଆନନ୍ଦ। ପ୍ରଥମେ ଫେସ୍‌‌ବୁକ୍‌‌ ଜରିଆରେ ଟ୍ରେଡିଂ ଆପ୍‌‌ରେ ୨ଲକ୍ଷ ୫୦ ହଜାର ଟଙ୍କା, ପରେ ଟେଲିଗ୍ରାମ୍‌‌ ଜରିଆରେ ୫୦ ହଜାର ଟଙ୍କା ନିବେଶ କରିଥିଲେ। ଏପରିଭାବେ ସେ ଟ୍ରେଡିଂ ଆପ୍‌‌ରେ ୩ଲକ୍ଷ ଟଙ୍କା ନିବେଶ କରିଥିଲେ। ପରେ ଆକାଉଣ୍ଟରେ ଥିବା ସବୁ ଟଙ୍କା ନେଇ କାଟି ନେଇଥିଲେ ମାୟାବିନି ଯୁବତୀ।

ଚିନ୍ତା ବଢ଼଼ାଇଲାଣି ‘ଟ୍ରେଡିଂ ଆପ୍‌‌’; ସତର୍କ କଲା ପୁଲିସ

୫୦ ପ୍ରତିଶତ ଅନ୍‌‌ଲାଇନ୍‌‌ ଟ୍ରେଡିଂ ଓ ଟଙ୍କା ବିନିଯୋଗରୁ ସାଇବର ଠକେଇ ହେଉଛି। ଟଙ୍କା ବିନିଯୋଗ କରି ଅଧିକ ରିଟର୍ଣ୍ଣ ଅବା ସୁଧ ମିଳିବା ମୋହ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଯାଉଛନ୍ତି ଠକ। ପ୍ରଥମ ଜମା ଉପରେ ଆକର୍ଷଣୀୟ ସୁଧ ଦେଉଛନ୍ତି। ପରେ ମିଳୁଥିବା ସମ୍ପୂର୍ଣ୍ଣ ଜମା ଟଙ୍କା ହଡ଼ପ କରୁଛନ୍ତି। କମ୍‌‌ ସମୟରେ ଅଧିକ ଲାଭ ପାଇଁ ଏହି ଠକେଇ ବଢ଼ୁଥିବା ସାଇବର ବିଶେଷଜ୍ଞ କହିଛନ୍ତି। ସେଭଳି କେବଳ ରାଜ୍ୟ ନୁହେଁ ଦେଶରେ ଏବେ ଟ୍ରେଡିଂ ଆପ୍‌‌ ଠକେଇ ଚିନ୍ତାଜନକ ସ୍ଥିତିରେ ରହିଛି। ଦରିଆ ଅରପାରି ଅର୍ଥାତ୍‌‌ ଚୀନ୍‌‌, ଦୁବାଇ, ହଂକଂ ଓ ମାଲେସିଆରୁ ଠକେଇର ମଞ୍ଜି ବୁଣି ଠକ ନେଇ ଯାଉଛନ୍ତି କୋଟି କୋଟି ଟଙ୍କା। କେବଳ ଭାରତ ନୁହେଁ, ଆଉ ୫ ଦେଶରେ ବିଦେଶୀ ଠକ ଟ୍ରେଡିଂ ଆପ୍‌‌ ଜରିଆରେ ବିଛାଇଛନ୍ତି ଠକେଇର ନେଟ୍‌‌ୱର୍କ। ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ବାଂଲାଦେଶ, ଇଣ୍ଡୋନେସିଆ ଭଳି ଦେଶରେ ଏମାନେ ସକ୍ରିୟ ରହିଛନ୍ତି। ସେହିପରି ଅନ୍‌‌ଲାଇନ୍‌‌ ପ୍ଲାଟ୍‌‌ଫର୍ମରେ ଅଳ୍ପଦିନରେ ଅର୍ଥ ଦୁଇଗୁଣ ହୋଇଯିବାର ପ୍ରଲୋଭନ ଦେଖାଇ ବହୁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍‌‌ କରିବା ଭଳି ଘଟଣା ନଜରକୁ ଆସୁଛି। ଅର୍ଥନିବେଶ କରିବା ପୂର୍ବରୁ ପ୍ରଥମେ ଟ୍ରେଡିଂ ଆପ୍‌‌ର ବିଶ୍ୱସନୀୟତାକୁ ଯାଞ୍ଚ କରନ୍ତୁ। ବେଆଇନ୍‌‌ ଟ୍ରେଡିଂ ଆପ୍‌‌ଠାରୁ ଦୂରେଇ ରହିବାକୁ ଓଡ଼ିଶା ପୁଲିସ ପକ୍ଷରୁ ଟୁଇଟ୍‌‌ କରି ସତର୍କ ରହିବା ସହ ପରାମର୍ଶ ଦେଇଛି।

ଘାତକ ସାଜିଛି ଟ୍ରେଡିଂ ଆପ୍‍, କ୍ଷତି ସହି ନ ପାରି ଅକାଳରେ ଝଡ଼ିପଡୁଛି ଜୀବନ
ଭୁବନେଶ୍ୱର: ଯୁଗ ସହ ତାଳଦେଇ ଯୁବପିଢ଼ି ଅଧିକ ମାତ୍ରାରେ ବୈଷୟିକ ଜ୍ଞାନକୌଶଳର ନିକଟତର ହେଉଛନ୍ତି। ହାତପାଆନ୍ତାରେ ଦେଶ ଦୁନିଆ ସହ ଯୋଡ଼ି ହୋଇଯାଉଛନ୍ତି ଆଜିର ଯୁବଗୋଷ୍ଠୀ। ଏପରକିି ଯାହା ପାଖରେ ଆଣ୍ଡ୍ରୋଏଡ୍‍ ଫୋନ୍‍ ରହିଛି ସେ ରାତାରାତି କୋଟିପତି ହେବାରେ ସ୍ୱପ୍ନରେ ବିହ୍ୱଳ ହୋଇ ଟ୍ରେଡିଂଆପ୍‍ର ମାୟାଜାଲରେ ଛନ୍ଦି ହୋଇପଡ଼ୁଛି ଏବଂ ଶେଷରେ ଆତ୍ମହତ୍ୟାଭଳି ଚରମ ନିଷ୍ପତ୍ତିକୁ ନେଉଛନ୍ତି।

ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ପ୍ରଥମେ ଏହି ମାୟାରେ ପଡ଼ି ଯୁବଗୋଷ୍ଠୀ ସ୍ୱଳ୍ପ ଟଙ୍କା ବିନିଯୋଗ କରି କିଛି ମାତ୍ରାରେ ଅର୍ଥ ରୋଜଗାର କରୁଛନ୍ତି। ପରବର୍ତ୍ତୀ ସମୟରେ ଏହାର ନିଶା ଲାଗିଯିବା ପରେ ଏଥିରେ ଲକ୍ଷାଧିକ ଟଙ୍କା ଲଗାଉଛନ୍ତି ସ୍ୱପ୍ନପ୍ରବଣ ଯୁବଗୋଷ୍ଠୀ। ଟଙ୍କା ଲଗାଇବା ପରେ ଆନୁମାନିକ ଭାବେ ସେୟାର କଣ୍ଟା ନିିର୍ଦ୍ଦିଷ୍ଟ ଟାର୍ଗେଟ କରିବାକୁ ପଡ଼ିଥାଏ। ଯଦି ଏହାର ତଳକୁ ଗ୍ରାଫ୍‍ ଯାଇଥାଏ ତେବେ ଲଗାଇଥିବା ଟଙ୍କା ବୁଡିବା ଏକ ପ୍ରକାର ଧାର୍ଯ୍ୟ ହୋଇଥାଏ। ଏହିଭଳି ଟ୍ରେଡିଂ ଆପ୍‍ ନିଶାରେ ପଡ଼ି ଯୁବଗୋଷ୍ଠୀ କ୍ଷତି ସହୁଛନ୍ତି। ପରବର୍ତ୍ତୀ ସମୟରେ ଚାହିଲେ ବି ଏଥÒରୁ ବାହାରିପାରୁ ନାହାନ୍ତି। ଧାର କରଜ କରି ଲକ୍ଷାଧିକ ଟଙ୍କା ଏଥିରେ ଲଗାଇବା ପରେ ଯଦି କ୍ଷତି ହେଲା ତେବେ ସେମାନେ ଆତ୍ମହତ୍ୟା ଭଳି ଅନ୍ତିମ ପଥକୁ ଆପଣେଇ ନେଉଛନ୍ତି, ଯାହାର ଉଦାହରଣ ବୁଧବାର ଦେଖିବାକୁ ମିଳିଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସରେ କଟକର ଜଣେ ପେଟ୍ରୋଲ ଟାଙ୍କି ମାଲିକଙ୍କ ପୁଅ ଟ୍ରେଡିଂ ଆପ୍‍ର ମାୟାଜାଲରେ ପଡ଼ି ଆତ୍ମହତ୍ୟା କରିଥିବା କୁହାଯାଉଛି। ପୁଲିସର କହିବାକୁ ଅନୁଯାୟୀ କେବଳ ନିଜ ଟଙ୍କା ନୁହେଁ ତାଙ୍କର ଅନ୍ୟସାଙ୍ଗମାନଙ୍କଠାରୁ ଧାରକରଜ କରି ଟ୍ରେଡିଂ ଆପ୍‍ରେ ବିନିଯୋଗ କରିଥିଲେ। ଯେଉଁଥି ପାଇଁ କ୍ଷତି ସହି ନ ପାରି ଶେଷରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୁଲିସ ମଧ୍ୟ ପ୍ରାଥମିକ ତଦନ୍ତରେ ଏହି ଟ୍ରେଡିଂ ଆପ୍‍ରେ ଅର୍ଥ ବିନିଯୋଗ ଦିଗ ପଦାକୁ ଆଣିଛି।

ଟ୍ରେଡିଂ ଆପ୍‍ରୁ ସାଇବର ଠକେଇ

ଟ୍ରେଡିଂ ଆପ୍‍ ମାଧ୍ୟମରେ ଟଙ୍କା ଲଗାଇବା ଦ୍ୱାରା ସାଇବର୍‍ ଠକେଇ ବଢୁଥିବା ଅଭିଯୋଗ ହେଉଛି। ସାଇବର୍‍ ଠକ ଏବେ ଗୁଗଲ ପ୍ଲେ’ ଷ୍ଟୋରରେ ଅନେକ ନକଲି ଟ୍ରେଡିଂ ଆପ୍‍ ଖୋଲିଛନ୍ତି। ଜଣେ ବ୍ୟକ୍ତି ଟ୍ରେଡିଂ ଆପ୍‍ ବିଷୟରେ ଗୁଗ୍‍ଲରେ ସର୍ଚ୍ଚ କରିବା ପରେ ଠକଙ୍କ ନକଲି ଆପ୍‍ ବିଷୟରେ ସମସ୍ତ ତଥ୍ୟ ପଳାଇ ଆସିଥାଏ। ପରେ ପ୍ଲେ’ ଷ୍ଟୋରକୁ ଯାଇ ଡାଉନ୍‍ଲୋଡ୍‍ କରିବା ପରେ ସାଇବର ଠକଙ୍କ ଜାଲରେ ଫସିଯାଇଥାନ୍ତି। ଏଥିରେ ଟଙ୍କା ଲଗାଇବା ପୂର୍ବରୁ ଆପ୍‍ରେ ଆକାଉଣ୍ଟ ନଜର ଏବଂ ଅନ୍ୟାନ୍ୟ ତଥ୍ୟ ମାଗି ନେଇଥାନ୍ତି। ପରବର୍ତ୍ତୀ ସମୟରେ ସାଇବର ଠକ ରେଜିଷ୍ଟ୍ରେସନ କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଚଳୁକରି ଦେଇଥାନ୍ତି। ଫଳରେ ଟଙ୍କା ପାଇବା ଆଶାରେ ଅନେକ ଯୁବକ ଏଭଳି ଠକାମିର ଶିକାର ହେଉଛି। ଏଭଳି ଧରଣର ଠକେଇ ଛତିଶଗଡ଼, ବିହାର, ଉତ୍ତରପ୍ରଦେଶ ପରେ ଏବେ ଓଡ଼ିଶାରେ ମଧ୍ୟ ବହୁଳମାତ୍ରାରେ ଦେଖାଯାଉଛି।

ଠକେଇ ପଛରେ ଅଭିନେତା

ଅନେକ ଟ୍ରେଡିଂ ସଂସ୍ଥା ବେଆଇନ ଭାବେ ଆପ୍‍ କରି ବିଭିନ୍ନ ସୋସିଆଲ ମିଡିଆରେ ବିଜ୍ଞାପନ ଦେଉଛନ୍ତି, ଯେଉଁଥିରେ କେତେକ ସିନେ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳୁଛି। ବିଶେଷକରି ଏଭଳି ଲୋକପ୍ରିୟ ୟୁ-ଟ୍ୟୁବ୍‍ କମେଡି ସିରିଏଲକୁ ଟାର୍ଗେଟ କରି ଏଭଳି ଟ୍ରେଡିଂଆପ୍‍ର ବିଜ୍ଞାପନ ଦିଆଯାଉଛି। ଫଳରେ ଅନେକ ଲୋକ ଏଭଳି ଅଭିନେତାମାନଙ୍କୁ ନିଜର ଆଦର୍ଶ ମାନି ପ୍ଲେ ଷ୍ଟୋରକୁ ଯାଇ ଟ୍ରେଡିଂ ଆପ୍‍ ଡାଉନ୍‍ଲୋଡ୍‍ କରି ଟଙ୍କା ଲଗାଉଛନ୍ତି।

ଆର୍‍ବିଆଇ ରେଜିଷ୍ଟ୍ରେସନ ନାହିଁ

ଟ୍ରେଡିଂ ସଂସ୍ଥା ଖୋଲିବା ପୂର୍ବରୁ ଆରବିଆଇରୁ ରେଜିଷ୍ଟ୍ରେସନ କରି ଅନୁମତି ଆଣିବାକୁ ପଡ଼ିବ। ଏପରିକି ଏଥିଲାଗି ମଧ୍ୟ ଆର୍‍ବିଆଇ ସ୍ୱତନ୍ତ୍ର ଗାଇଡ୍‍ଲାଇନ୍‍ କରିଛନ୍ତି। କିନ୍ତୁ ଅନେକ ସଂସ୍ଥା ବିନା ଆର୍‍ବିଆଇ ରେଜିଷ୍ଟ୍ରେସନରେ ଟ୍ରେଡିଂ ସଂସ୍ଥା ଖୋଲିଛନ୍ତି। ସେମାନେ ଜାଲ ଟ୍ରେଡିଂଆପ୍‍ ପ୍ରସ୍ତୁତ କରି ଲୋକଙ୍କୁ ବିଜ୍ଞାପନ ମାଧ୍ୟମରେ ଡାଉନ୍‍ଲୋଡ୍‍ କରିବାକୁ କହୁଛନ୍ତି। ଅନେକ ଲୋକେ ଏହାର କବଳିତ ହେବା ପରେ ସେମାନେ ତାଙ୍କୁ ଶୋଷିବା ଆରମ୍ଭ କରିଥାନ୍ତି।

ଏଭଳି ଟ୍ରେଡିଂଆପ୍‍ ସମ୍ପର୍କରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ,ଏଭଳି କୌଣସି ମାମଲା ଆମ ନଜରକୁ ଆସିନାହିଁ। ଯଦି ସାଇବର୍‍ ଠକ ଏଭଳି ନୂଆ ଧରଣର ଠକେଇ କରୁଥିବା ନଜରକୁ ଆସେ ଆମେ ନିଶ୍ଚିତ ପଦେକ୍ଷପ ନେବୁ।