Nanda and Bhadra - The Sakala

ଆଜି ଚନ୍ଦନଯାତ୍ରା, ନରେନ୍ଦ୍ର ପୁଷ୍କରିଣୀ ପ୍ରସ୍ତୁତ ଅପେକ୍ଷାରେ ନନ୍ଦା ଓ ଭଦ୍ରା
ପୁରୀ: ରବିବାର ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କୁ ସ୍ୱାଗତ ଲାଗି ଅପେକ୍ଷାରତ ନରେନ୍ଦ୍ର ସରୋବର। ନନ୍ଦା ଓ ଭଦ୍ରା ଜଳକ୍ରୀଡ଼ା କରାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଚାହିଁ ରହିଛନ୍ତି। ତେବେ ଶନିବାର ପୂଜାପଣ୍ଡା ସେବାୟତ ଚନ୍ଦନ କୁଣ୍ଡ ସଂସ୍କାର କରିଥିବା ବେଳେ ଶ୍ରୀମନ୍ଦିରରେ ଚନ୍ଦନ ଅଧିବାସ ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ସହିତ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ଜଳକ୍ରୀଡ଼ା କରିବେ।  ତେଣୁ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଜଳକ୍ରୀଡ଼ା ଦେଖିବା ଲାଗି ଭକ୍ତଙ୍କ ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଛି।

ତେଣୁ ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାରଫିଟା, ମଙ୍ଗଳ ଆଳତି, ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣୀ ଘର ଭୋଗ କରାଯାଇ ଅପରାହ୍ନ ୧ଟାରୁ ସାଢ଼େ ୨ଟା ମଧ୍ୟରେ ଯାତଭୋଗ ଓ ମଧ୍ୟାହ୍ନ ଧୂପ ସରିବ। ଅପରାହ୍ନ ୩ଟାରେ ଦ୍ୱାଦଶ ଯାତ୍ରା ବନ୍ଦାପନା ପରେ ଅପରାହ୍ନ ସାଢ଼େ ୩ଟାରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏବଂ ପଞ୍ଚମହାଦେବ ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ। ଚାପ ଖେଳିସାରି ରାତି ୧୦ଟାରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ିବା ଲାଗି ନିଷ୍ପତ୍ତି ହୋଇଛି। ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି। ଚନ୍ଦନ ମଣ୍ଡପକୁ ରଙ୍ଗ କରାଯାଇଛି। ଚନ୍ଦନ ଚକଡ଼ାକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।

ନନ୍ଦା ଓ ଭଦ୍ରା ଚାପ ଏବଂ ବୈଜୟନ୍ତୀ ଡଙ୍ଗାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ରବିବାର ଚାପରେ କନା ପଡ଼ିବ ଓ ହଂସ ଲଗାଯିବ। ସେହିପରି ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି। ଭିଡ଼ର ସୁଯୋଗ ନେଇ ଲୁଟେରାମାନେ ଲୁଟ୍‌‌ପାଟ, ପକେଟ୍‌‌ମାର କରିବା ସମ୍ଭାବନା ରହିଛି। ଏଥିପ୍ରତି ସତର୍କତା ଅବଲମ୍ବନ କରିଛି ପୁଲିସ। ସାଦାପୋଷାକରେ ପୁଲିସ କର୍ମଚାରୀମାନେ ଭିଡ଼ ମଧ୍ୟରେ ରହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିବେ। ଚନ୍ଦନ ଯାତ୍ରା ପାଇଁ ଦୁଇଜଣ ଅତିରିକ୍ତ ଏସ୍‌‌ପି, ୩ ଡିଏସ୍‌‌ପି, ୭ ଇନ୍ସିପେକ୍ଟର ଓ ୨୫ ଜଣ ଏସ୍‌‌ଆଇ ଏବଂ ଏଏସ୍‌‌ଆଇଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ୮ ପ୍ଲାଟୁନ୍‌‌ ପୁଲିସ ଫୋର୍ସ ମୁତୟନ ରହିବେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।