SpaceX’s - The Sakala

ମହାକାଶ ଗବେଷଣା ପାଇଁ ବିପଦ ‘ସ୍ପେସ୍‌‌-ଏକ୍ସ’
ଲଣ୍ଡନ: ଏଲନ୍‌‌ ମସ୍କଙ୍କ ଷ୍ଟାର୍‌‌ ଲିଙ୍କ୍‌‌ ଉପଗ୍ରହର ନୂତନ ପିଢ଼ି ‘ସ୍ପେସ୍‌‌-ଏକ୍ସ’ ସାରାବିଶ୍ୱକୁ ଦ୍ରୁତ ଇଣ୍ଟରନେଟ୍‌‌ ପ୍ରଦାନ କରୁଛି। ମାତ୍ର ତାଙ୍କର ଉପଗ୍ରହ ନେଟ୍‌‌ୱର୍କରୁ ନିର୍ଗତ ରେଡ଼ିଓ ତରଙ୍ଗ ମହାକାଶ ବିଜ୍ଞାନୀମାନଙ୍କ ମହାଜାଗତିକ ଗବେଷଣା କ୍ଷେତ୍ରରେ ବାଧକ ହୋଇଛି। ନେଦରଲାଣ୍ଡର ଗବେଷକମାନେ ଏପରି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି।

ନେଦରଲାଣ୍ଡ ଇନ୍‌‌ଷ୍ଟିଚ୍ୟୁଟ୍‌‌ ଫର୍‌‌ ରେଡ଼ିଓ ଏଷ୍ଟ୍ରୋନୋମୀ (ଏଷ୍ଟ୍ରୋନ୍‌‌) ଅନୁସାରେ, ମସ୍କଙ୍କ ଉପଗ୍ରହଗୁଡ଼ିକ ଅତ୍ୟାଧୁନିକ ଓ ଏହା ସାରା ବିଶ୍ୱକୁ ବ୍ରଡ୍‌‌ବ୍ୟାଣ୍ଡ ଇଣ୍ଟରନେଟ୍‌‌ ପ୍ରଦାନ କରୁଛନ୍ତି। ଅତ୍ୟନ୍ତ ପ୍ରତିକୂଳ ସ୍ଥିତିରେ ମଧ୍ୟ ଇଣ୍ଟରନେଟ୍‌‌ ସେବା ଅବ୍ୟାହତ ରହୁଛି। ମାତ୍ର ଏହି ଷ୍ଟାର୍‌‌ ଲିଙ୍କ୍‌‌ କୃତ୍ରିମ ଉପଗ୍ରହଗୁଡ଼ିକ ମହାକାଶ ଗବେଷକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ମହାକାଶ ବିଜ୍ଞାନୀମାନେ ଲକ୍ଷ ଲକ୍ଷ ଆଲୋକବର୍ଷ ଦୂରରେ ଥିବା ଆକାଶଗଙ୍ଗାକୁ ଅତ୍ୟାଧୁନିକ ଦୂରବୀକ୍ଷଣ ଯନ୍ତ୍ର ଯୋଗେ ଅନୁଧ୍ୟାନ କରିଥାଆନ୍ତି। ଜେଟ୍‌‌ ଓ ରକେଟ୍‌‌ଠାରୁ ଦ୍ରୁତଗତିରେ ଯାତ୍ରା କରୁଥିବା ମହାକାଶର ଜାଗତିକ ବସ୍ତୁଗୁଡ଼ିକୁ ଅନୁଶୀଳନ କରିଥାଆନ୍ତି। ମାତ୍ର ଏଲନ୍‌‌ ମସ୍କଙ୍କ ଷ୍ଟାର୍‌‌ ଲିଙ୍କ୍‌‌ ଉପଗ୍ରହର ବିକିରଣ ଏଥିରେ ସମସ୍ୟା ସୃଷ୍ଟି କରୁଛି। ପ୍ରଥମ ପିଢ଼ିର ଉପଗ୍ରହ ତୁଳନାରେ ମସ୍କଙ୍କ ଦ୍ୱିତୀୟ ପିଢ଼ିର ଭି-ଉପଗ୍ରହ ୩୨ଗୁଣ ଅଧିକ ଗତିଶୀଳ ଓ ଏହାର ବିକିରଣ ମାତ୍ରା ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଦ୍ୱାରା ନିୟମଠାରୁ ଅଧିକ। ସମ୍ପ୍ରତି ଭୂପୃଷ୍ଠଠାରୁ ୫୫୦ କିଲୋମିଟର ଊର୍ଦ୍ଧ୍ବ କକ୍ଷରେ ୬୪୦୨ ଷ୍ଟାର ଲିଙ୍କର ସ୍ପେସ ଏକ୍ସ ଉପଗ୍ରହ ପୃଥିବୀ ପରିକ୍ରମା କରୁଛି। ୮ ମିଟର ସାରଣୀ ଦ୍ୱାରା ଏହା ସୌରଶକ୍ତିରେ ପରିଚାଳିତ। ଅନ୍ୟପକ୍ଷରେ ସ୍ପେସ ଏକ୍ସର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ବେନୱେବର ଉପଗ୍ରହ ସଂଖ୍ୟା ମାତ୍ର ୧୦୦୦ ମଧ୍ୟରେ ସୀମିତ। ଏ କ୍ଷେତ୍ରରେ ବ୍ୟାବସାୟିକ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଉଥିବାରୁ ଆଗାମୀ କିଛି ବର୍ଷ ମଧ୍ୟରେ ମହାକାଶରେ ଏହିପରି ଉପଗ୍ରହ ସଂଖ୍ୟା ୧ ଲକ୍ଷରେ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି।

ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସରେ ଚାକିରି ପାଇଲେ ୧୪ ବର୍ଷର ବାଳକ
ନୂଆଦିଲ୍ଲୀ: ଯେଉଁ ବୟସରେ ଅଧିକାଂଶ ପିଲା ବିଦ୍ୟାଳୟରେ ପଢ଼ୁଛନ୍ତି, ସେତେବେଳେ ଜଣେ ୧୪ ବର୍ଷର ବାଳକ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ଏକ୍ସରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ ଯୋଗଦେଇଛନ୍ତି। ଏହି ବାଳକଙ୍କ ନାମ ହେଉଛି କାଇରନ୍ କାଜୀ।  କାଇରନ୍ ଏବେ ହୋଇଛନ୍ତି ସ୍ପେସ୍ ଏକ୍ସର ସବୁଠାରୁ କନିଷ୍ଠ କର୍ମଚାରୀ। ନିକଟରେ ଏଲନ୍ ମସ୍କଙ୍କ କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଥିବା ଟେକ୍ନିକାଲ ଚ୍ୟାଲେଞ୍ଜିଂ ଏବଂ ଫନ ଇଣ୍ଟରଭ୍ୟୁ ପ୍ରୋସେସ୍‌ରେ କାଇରନ୍ ହେଉଛନ୍ତି ସବୁଠାରୁ କମ୍‌ ବୟସର ଯାହାଙ୍କୁ  ସ୍ପେସ୍ଏକ୍ସ ନିଯୁକ୍ତି ଦେଇଛି।

ଏଠାରେ ସୂଚାନାଯୋଗ୍ୟ ଯେ, କାଇରନ୍ କାଜୀ ସାଣ୍ଟା କ୍ଲାରା ୟୁନିଭରସିଟି ସ୍କୁଲ ଅଫ୍ ଇଞ୍ଜିନିୟରିଂରୁ ସ୍ନାତକ ହାସଲ କରିଛନ୍ତି। ସେ ମଧ୍ୟ ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ ସ୍ନାତକ। ସ୍ପେସ୍ଏକ୍ସ ସହିତ ତାଙ୍କର ନୂତନ ଯାତ୍ରା ବିଷୟରେ ଘୋଷଣା କରି ସେ ଲିଙ୍କଡ୍‌ଇନ୍ ପ୍ଲାଟଫର୍ମରେ ତାଙ୍କର ଚାକିରି ଅପଡେଟ୍ ନେଇ ତଥ୍ୟ ସେୟାର କରିଛନ୍ତି। ସେ ଖୁବ୍ ଶୀଘ୍ର ଷ୍ଟାରଲିଙ୍କ ଇଞ୍ଜିନିୟରିଂ ଦଳରେ ଯୋଗଦେବେ ବୋଲି କହିଛନ୍ତି। ଯାହାକୁ ସେ ପୃଥିବୀର ସବୁଠାରୁ ଶାନ୍ତ କମ୍ପାନୀ ବୋଲି କହିଥିଲେ। ସେ କହିଛନ୍ତି ଯେ ସ୍ପେସ୍ଏକ୍ସ ହେଉଛି ସେହି ବିରଳ କମ୍ପାନୀଗୁଡିକ ମଧ୍ୟରୁ ଅନ୍ୟତମ, ଯେ କି ଦକ୍ଷତା ଏବଂ ପରିପକ୍ୱତା ପାଇଁ ବୟସକୁ ଏକ ମାନଦଣ୍ଡ ଭାବେ ବିଚାର କରୁନାହିଁ।

ଯେତେବେଳେ କାଇରନ୍‌ଙ୍କୁ ୯ ବର୍ଷ ସେତେବେଳେ ସେ  ତୃତୀୟ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ସେ ଦେଖିଲେ ଯେ ବିଦ୍ୟାଳୟ ପାଠପଢ଼ା କୌଣସି ଆହ୍ବାନକୁ ଗ୍ରହଣ କରିବା ଲାଗି  ଯଥେଷ୍ଟ ନୁହେଁ। ଏହାପରେ ସେ ଏଆଇ ରିସର୍ଚ୍ଚ କୋ-ଅପ ଫେଲୋ ଭାବରେ ଇଣ୍ଟେଲ ଲାବସ୍‌ରେ ଇଣ୍ଟର୍ଣ୍ଣଶିପ ଆରମ୍ଭ କରିଥିଲେ।  ୧୧ ବର୍ଷ ବୟସରେ ସେ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ସେ ସାଇବର ଇଣ୍ଟେଲିଜେନ୍ସ ଫାର୍ମ ବ୍ଲାକ୍ବର୍ଡହଟ୍‌ଏଆଇରେ ଚାରିମାସ ପାଇଁ ମେସିନ୍ ଲର୍ଣ୍ଣିଂ ଇଣ୍ଟର୍ଣ୍ଣ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଫାଙ୍କା ସମୟରେ ଆସ୍ୟାସିନ୍ କ୍ରାଇଡ୍ ସିରିଜ୍ ଭଳି ଖେଳ ଖେଳିବା ଏବଂ ସାମ୍ବାଦିକ ମାଇକେଲ୍ ଲୁଇସ୍ ଫିଲିପ୍ କେ ଡିକଙ୍କ ସମ୍ପର୍କରେ ପଢ଼ାପଢ଼ି କରିବାକୁ ଭଲ ପାଉଥିଲେ।

ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସକୁ ଝଟକା: ଉତକ୍ଷେପଣ ପରେ ଷ୍ଟାରସିପ୍ ରକେଟରେ ବିସ୍ଫୋରଣ
ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ଦ୍ବାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରସିପର ଉତକ୍ଷେପଣ ବିଫଳ ହୋଇଯାଇଛି । ଗୁରୁବାର ଲଞ୍ଚିଂର କିଛି ସମୟ ପରେ ଷ୍ଟାରସିପ୍‌ ରକେଟ୍‌ରେ ବିସ୍ଫୋରଣ ଘଟିଛି। ଏଲନ ମସ୍କଙ୍କ ମହକାଶ ଗବେଷଣା କମ୍ପାନୀ ସ୍ପେସଏକ୍ସ ଦ୍ବାରା ନିର୍ମିତ ଷ୍ଟାରସିପ୍‌ ରକେଟ୍‌ ଗରୁବାର ଏହାର ପ୍ରଥମ ପରୀକ୍ଷା ମୂଳକ ଉଡ଼ାଣ ଭରିଥିଲା। ହେଲେ ଲଞ୍ଚିଂର କିଛି ସମୟ ମଧ୍ୟରେ ହିଁ ରକେଟ୍‌ରେ ବିସ୍ଫୋରଣ ହୋଇଛି। ଦୁନିଆର ସବୁଠୁ ବଡ଼ ଏବଂ ଶକ୍ତିଶାଳୀ ରକେଟ୍‌ ସନ୍ଧ୍ୟା ପ୍ରାୟ ୭ଟା ସମୟ​ରେ​‌ ଟେକ୍ସାସ୍‌ ବୋକା ଚିକାରୁ ଉଡ଼ାଣ ଭରିଥିଲା।ଏହା ପୂର୍ବରୁ ଏପ୍ରିଲ୍‌ ୧୭ରେ ମଧ୍ୟ ଲଞ୍ଚ ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲଞ୍ଚକୁ ସ୍ଥଗିତ ରଖାଯାଇଥିଲା।

ତେବେ ସ୍ପେସଏକ୍ସ ତରଫରୁ ଏନେଇ ସୂଚନା ଦିଆଯିବା ସହ କୁହାଯାଇଛି ଯେ ’ଆମେ ଏଥିରୁ ବହୁତ କିଛି ଶିଖିଲୁ। ଏହାଦ୍ବାରା ଆମକୁ ଆଗକୁ ସଫଳତା ମିଳିବ।’ ଏଲନ ମସ୍କ ମଧ୍ୟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଆଗାମୀ ଟେଷ୍ଟ ଲଞ୍ଚ ପାଇଁ ଅନେକ କିଛି ଶିଖିଥିବା କହିଛନ୍ତି।

Congrats @SpaceX team on an exciting test launch of Starship!

Learned a lot for next test launch in a few months. pic.twitter.com/gswdFut1dK

— Elon Musk (@elonmusk) April 20, 2023

ସୂଚନା ଅନୁଯାୟୀ, ଷ୍ଟାରସିପ୍ ଏକ ପୁନଃ ବ୍ୟବହାରଯୋଗ୍ୟ ରକେଟ୍ ଥିଲା। ଏଥିରେ ମୁଖ୍ୟତଃ ଦୁଇଟି ଭାଗ ଥିଲା। ପ୍ରଥମଟି ଥିଲା ଯାତ୍ରୀବାହୀ ବହନ ସେକ୍ସନ ଯେଉଁଥିରେ ଯାତ୍ରୀ ରହିବେ ଏବଂ ଦ୍ୱିତୀୟଟି ସୁପର ହେଭି ରକେଟ୍ ବୁଷ୍ଟର ଥିଲା । ଷ୍ଟାର୍ଟର ଓ ବୁଷ୍ଟର କୁ ମିଶାଇ ଏହାର ଲମ୍ବ ୩୯୪ ଫୁଟ (୧୨୦ ମିଟର) ଥିଲା। ଯେତେବେଳେ ଓଜନ ୫୦ ଲକ୍ଷ କେଜି ଥିଲା । ସୂଚନା ଅନୁଯାୟୀ, ଷ୍ଟାରସିପ୍ ରକେଟ୍ ୧.୬ ନିୟୁତ ପାଉଣ୍ଡ (୭୦ ମେଗାନ୍ୟୁଟନ୍) ଜୋର ସୃଷ୍ଟି କରିବାରେ ସକ୍ଷମ ଥିଲା। ଏହା ନାସାର ସ୍ପେସ୍ ଲଞ୍ଚ୍ ସିଷ୍ଟମ୍ (ଏସ୍ଏଲ୍ଏସ୍) ରକେଟ୍ ଠାରୁ ପ୍ରାୟ ଦୁଇଗୁଣ ଉଚ୍ଚଥିଲା।