Richest City - The Sakala

ହେନ୍‌ଲି ଆଣ୍ଡ୍‌ ପାର୍ଟନର୍ସ ରିପୋର୍ଟ: ନ୍ୟୁୟର୍କ ୩ ଲକ୍ଷ ୪୫ ହଜାର ଅରବପତିଙ୍କ ବାସସ୍ଥଳ
ନୂଆଦିଲ୍ଲୀ: ଚଳିତବର୍ଷ ଆମେରିକାର ନ୍ୟୁୟର୍କ ପୁଣିଥରେ ବିଶ୍ୱର ଧନୀ ସହର ଭାବେ ପରିଗଣିତ ହୋଇଛି। ଗ୍ଲୋବାଲ ୱେଲଥ ଟ୍ରାକର ହେନ୍‌ଲି ଆଣ୍ଡ ପାର୍ଟନର୍ସ ଅନୁସାରେ ଏହି ସହରରେ ବିଶ୍ୱର ସର୍ବାଧିକ ୩,୪୫,୬୦୦ ଅରବପତି ବାସ କରୁଛନ୍ତି। ତେଣୁ ଏହି ସହର ବିଶ୍ୱର ସବୁଠୁ ଧନୀ ସହରର ପରିଚୟ ଲାଭ କରିଛି। ନ୍ୟୁୟର୍କ ପଛକୁ ଏହି ତାଲିକାରେ ଜାପାନର ଟୋକିଓ ଏବଂ ଆମେରିକାର ସାନ ଫ୍ରାନ୍ସିସ୍କୋ ଉପକୂଳ ସହର ରହିଛି। ଟୋକିଓ ସହରରେ ୩,୦୪,୯୦୦ କୋଟିପତି ଏବଂ ସାନ୍‌ଫ୍ରାନ୍‌ସିସ୍‌କୋରେ ୨,୭୬,୪୦୦ ଅରବପତି ବାସ କରୁଛନ୍ତି। ତେବେ ଲଣ୍ଡନ, ସିଙ୍ଗାପୁର, ବେଜିଂ, ସାଂଘାଇ, ସିଡନୀ ହଂକଂ, ଫ୍ରାଙ୍କଫର୍ଟ, ଟରୋଣ୍ଟୋ, ଜୁରିଚ୍‌, ସିଓଲ, ମେଲବୋର୍ଣ୍ଣ, ଜେନେଭା ଏବଂ ପ୍ୟାରିସ ଭଳି ସହର ମଧ୍ୟ ବିଶ୍ବର ଅରବପତି ବାସ କରୁଥିବା ଶୀର୍ଷ -୨୦ ସହର ତାଲିକାରେ ସ୍ଥାନ ପାଇଛି। ଅପରପକ୍ଷେ ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବଇ ୨୫ତମ ସ୍ଥାନରେ ରହିଛି। ଏଠାରେ ୫୯,୪୦୦ ଅରବପତି ବାସ କରୁଛନ୍ତି। ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀ ଏ କ୍ଷେତ୍ରରେ ୩୬ ତମ ସ୍ଥାନରେ ରହିଛି। ଏଠାରେ ୩୦,୨୦୦ ଅରବପତି ବସବାସ କରୁଥÒବା ରିପୋର୍ଟରେ କୁହାଯାଇଛି।

ବିଶ୍ୱର ଶ୍ରେଷ୍ଠ ୨୦ କୋଟିପତି ରହୁଥିବା ସହର ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ଏହି ତାଲିକାରେ ନ୍ୟୁୟର୍କ ଏବଂ ଆମେରିକାର ଅନ୍ୟାନ୍ୟ ସହର ଯଥା ସାନ ଫ୍ରାନ୍ସିସ୍କୋ, ଲସ୍ ଆଞ୍ଜେଲସ୍, ଚିକାଗୋ, ହ୍ୟୁଷ୍ଟନ୍ ଏବଂ ଡଲାସ୍ ରହିଛି। ଭବିଷ୍ୟତରେ ଦୁବାଇ, ମୁମ୍ବାଇ ଏବଂ ଶେନଜେନ୍ରେ ଅରବପତିଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ। ଏହି ତିନୋଟି ସହର ୨୦୩୦ ସୁଦ୍ଧା ଶ୍ରେଷ୍ଠ ୨୦ ଧନୀ ସହର ମଧ୍ୟରେ ସ୍ଥାନ ପାଇବ ବୋଲି ଆଶା କରାଯାଉଛି। ୨୩ତମ ସ୍ଥାନରେ ରହିଥିବା ଦୁବାଇରେ ବର୍ତ୍ତମାନ ୬୭,୯୦୦ ଅରବପତି ରହୁଛନ୍ତି। ୪୩,୬୦୦ ଅରବପତିଙ୍କ ସହ ଶେନଜେନ୍ ତାଲିକାରେ ୩୦ ତମ ସ୍ଥାନରେ ରହିଛି। ଦୁନିଆର ୯ ଦେଶର ୯୭ ସହରକୁ ନେଇ ବିଶ୍ୱର ଏହି ଧନୀ ସହର ତାଲିକା ପ୍ରସ୍ତୁତ କରାଯାଇଛି। ଆଫ୍ରିକା, ଅଷ୍ଟ୍ରେଲିଆ, ପୂର୍ବ-ଏସିଆ, ୟୁରୋପ, ମଧ୍ୟ-ପ୍ରାଚ୍ୟ, ଉତ୍ତର ଆମେରିକା, ଦକ୍ଷିଣ ଏସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆ ଇତ୍ୟାଦିର ୯୭ ସହର ଏହି ତାଲିକାରେ ସାମିଲ ହୋଇଛି।