Stampede - The Sakala

ବିହାରର ଅଶୋକଧାମ ମନ୍ଦିରରେ ଦଳାଚକଟା, ଶ୍ରାବଣ ସୋମବାରରେ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ବିହାରର ଲଖିସରାଇ ଜିଲ୍ଲାରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ବାହାରେ ଏକ ବଡ଼ ଧରଣର ଦଳାଚକଟା ଘଟିଛି। ସୋମବାର ସକାଳେ ଘଟିଥିବା ଏହି ଅଘଟଣରେ ଅତିକମ୍‌ରେ ୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ଉପଲକ୍ଷେ ଦର୍ଶନ ଓ ଜଳାଭିଷେକ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କିପରି ଘଟିଲା ଅଘଟଣ?

ପ୍ରାଥମିକ ରିପୋର୍ଟ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୬.୩୦ରୁ ୬.୪୫ ମିନିଟ୍ ମଧ୍ୟରେ ଏହି ଦଳାଚକଟା ହୋଇଥିଲା। ଏହି ସମୟରେ ମନ୍ଦିର ପରିସରରେ ହଠାତ୍ ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିବାରୁ ଲୋକଙ୍କ ମଧ୍ୟରେ ବିଦ୍ୟୁତ୍ ଆଘାତ (କରେଣ୍ଟ) ଲାଗିବା ନେଇ ଗୁଜବ ବ୍ୟାପିଥିଲା। ଫଳରେ ଜୀବନ ବଞ୍ଚାଇବା ପାଇଁ ଶ୍ରଦ୍ଧାଳୁମାନେ ଆତଙ୍କିତ ହୋଇ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ। ଅତ୍ୟଧିକ ଭିଡ଼ ଏବଂ ଠେଲାପେଲା ଯୋଗୁଁ ଲୋକମାନେ ପରସ୍ପର ଉପରେ ପଡ଼ିଯାଇଥିଲେ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ଥିବା ବ୍ୟାରିକେଡ୍ ମଧ୍ୟ ଭାଙ୍ଗିଯାଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ଜଣାପଡିଛି।

ପ୍ରଶାସନର ପଦକ୍ଷେପ ଏବଂ କ୍ଷତିପୂରଣ ଘୋଷଣା

ଲଖିସରାଇ ଜିଲ୍ଲାପାଳ ଶୈଳେନ୍ଦ୍ର କୁମାର କହିଛନ୍ତି ଯେ ସକାଳେ ଷ୍ଟେସନରେ ଦୁଇଟି ଟ୍ରେନ୍ ପହଞ୍ଚିବା ପରେ ମନ୍ଦିରରେ ଭିଡ଼ ଅଚାନକ ବଢ଼ିଯାଇଥିଲା। ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ପୁରୀ ରଥଯାତ୍ରାବେଳେ ବଡ଼ଦାଣ୍ଡରେ ଅଘଟଣ: ଠେଲାପେଲା ପରିସ୍ଥିତିରେ ଜଣେ ଭକ୍ତଙ୍କ ମୃତ୍ୟୁ
ପୁରୀ: ପବିତ୍ର ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଘୋଷଯାତ୍ରା ବେଳେ ଏକ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ଜଣେ ଭକ୍ତଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଏହି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ମୃତକ ଜଣକ କେନ୍ଦୁଝର ଜିଲ୍ଲାର ବାସିନ୍ଦା ଅନିଲ ଦାସ ବୋଲି ସୂଚନା ମିଳିଛି ।

ପ୍ରାଥମିକ ସୂଚନା ଅନୁଯାୟୀ, ବଡ଼ଦାଣ୍ଡର ମରିଚିକୋଟ ଛକ ନିକଟରେ ଅତ୍ୟଧିକ ଭିଡ଼ ଯୋଗୁଁ ଅନିଲଙ୍କୁ ଶ୍ୱାସରୁଦ୍ଧ ଅନୁଭବ ହୋଇଥିଲା। ପୋଲିସ କର୍ଡନରୁ ପ୍ରାୟ ୧୦୦ ଫୁଟ ଦୂରରେ ସେ ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବଡ଼ଦାଣ୍ଡରେ ଅତ୍ୟଧିକ ଭିଡ଼ ଯୋଗୁଁ କିଛି ସ୍ଥାନରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଫଳରେ ସେଠାରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡ଼ ଏବଂ ଠେଲାପେଲା ଯୋଗୁଁ କିଛି ଭକ୍ତ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଓ ସ୍ୱେଚ୍ଛାସେବୀମାନେ ଆହତମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଜାରି ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାଗମ ହୋଇଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା। ତେବେ ଏହି ଦଳାଚକଟା ପରିସ୍ଥିତିର ପ୍ରକୃତ କାରଣ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିସ୍ତୃତ ବିବୃତ୍ତି ଜାରି କରାଯାଇ ନାହିଁ।

ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ଦଳାଚକଟା; ୯ ମୃତ, ଅନେକ ଶ୍ରଦ୍ଧାଳୁ ଆହତ ...
ଆନ୍ଧ୍ର ପ୍ରଦେଶ: ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ଦଳାଚକଟା । ଏହି ଦଳାଚକଟାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ଭିତରେ ଦଳାଚକଟା ଘଟି ୯ ଜଣଙ୍କର ମୃତ୍ୟୁ ଘଟିଛି। ଏକାଦଶୀ ପର୍ବ ପାଇଁ ପ୍ରବଳ ଭିଡ଼ ଯୋଗୁଁ ଏଭଳି ଅଘଟଣ ଘଟିଛି। ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଆହତଙ୍କୁ ତ୍ବରିତ ଚିକିତ୍ସା ସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି।

ୟେମେନରେ ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଟା; ୮୫ ମୃତ, ୩୦୦ରୁ ଉର୍ଦ୍ଧ୍ବ ଆହତ
ୟେମେନ: ୟେମେନରେ ଏକ ବଡ଼ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏଠାରେ ଆର୍ଥିକ ସହାୟତା ବଣ୍ଟନ ସମୟରେ ଦଳାଚକଟା ହୋଇ ପ୍ରାୟ ୮୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଉର୍ଦ୍ଧ୍ବ ଆହତ ଆହତ ହୋଇଛନ୍ତି । ବୁଧବାର ରାତିରେ ୟେମେନର ରାଜଧାନୀ ସାନାଠାରେ ଏଭଳି ଦୁଃଖଦାୟକ ଘଟଣା ଘଟିଛି । ଆଗକୁ ଇଦ୍‌ ଥିବା ବେଳେ ଗରୀବଙ୍କ ପାଇଁ ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଅତ୍ୟଧିକ ଭିଡ଼ ଯୋଗୁ ଏପରି ଅଘଟଣ ଘଟିଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୟେମେନ ରାଜଧାନୀ ସନାରେ ଆର୍ଥିକ ସହାୟତା ବଣ୍ଟନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦଳାଚକଟା ହୋଇଥିଲା । ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ୍‌ ମାସର ଶେଷ ଦିନରେ ବ୍ୟବସାୟୀଙ୍କ ପକ୍ଷରୁ ସହାୟତା ବିତରଣ କରାଯାଉଥିଲା । ଏହି କାର୍ଯ୍ୟକ୍ରମରେ ମହିଳା, ଶିଶୁଙ୍କ ସମେତ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ସହାୟତା ନେବାକୁ ଲୋକଙ୍କ ଭିତରେ ଧାଁ ଦୌଡ଼ ହେବାରୁ ଦଳାଚକଟା ହୋଇଥିଲା ।

ଏହି ଘଟଣା ପରେ ଆୟୋଜକଙ୍କୁ ହେପାଜତରେ ନିଆଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ଦଳାଚକଟା ହେଲା ତଦନ୍ତ ଚାଲିଛି ।