Summer - The Sakala

ଏ ବର୍ଷ ଅସହ୍ୟ ତାତିରେ ଛଟପଟ ହେବେ ରାଜ୍ୟବାସୀ, ଟାଣ ଖରା ସାଙ୍ଗକୁ ବହିବ ଝାଞ୍ଜି ପବନ
ଭୁବନେଶ୍ୱର: ଏଥର ଅସହ୍ୟ ତାତିରେ ଛଟ ପଟ ହେବେ ରାଜ୍ୟବାସୀ। ଟାଣ ଖରା ସାଙ୍ଗକୁ ବହିବ ଝାଞ୍ଜି ପବନ। ପୁଣି ତାହା ସହ ବାରମ୍ବାର ଗ୍ରୀଷ୍ମ ପ୍ରବାହ (ହିଟ୍‌‌ ୱେଭ୍‌‌) ସ୍ଥିତି। କେବଳ ଦିନରେ ନୁହେଁ ରାତିରେ ବି ଗରମ ଗୁଳୁଗୁଳିରେ ଲୋକଙ୍କୁ ନିସ୍ତାର ମିଳିବ ନାହିଁ। ଆସନ୍ତା ମାର୍ଚ୍ଚ-ମେ’ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁରେ ଏଭଳି କିଛି ସ୍ଥିତି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ ଜାରି କରାଯାଇଛି। ଦେଶରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ନେଇ ଆଇଏମ୍‌‌ଡି ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ରା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଏହାସହିତ ବିଭାଗ ପକ୍ଷରୁ ଏକ ବିସ୍ତୃତ ରିପୋର୍ଟ ମାଧ୍ୟମରେ ଆସନ୍ତା ୩ ମାସରେ ଦିନ ଓ ରାତିରେ ତାପମାତ୍ରା ସହିତ ବର୍ଷା ସମ୍ପର୍କରେ ପୂର୍ବାନୁମାନ କରାଯାଇଛି।

ଆଇଏମଡି ପକ୍ଷରୁ ଜାରି ରିପୋର୍ଟରେ ଦର୍ଶାଯାଇଛି ଯେ, ଏଥର ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ଋତୁରେ ବାରମ୍ବାର ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହେବ। ରାଜ୍ୟର ଅଧିକାଂଶ ସ୍ଥାନରେ ତାତି ବଢ଼଼ିବା ସହ ସ୍ୱାଭାବିକଠାରୁ ତାପମାତ୍ରା ଉପରେ ରହିବ। କେବଳ ଦିନରେ ନୁହେଁ ରାତିର ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ ଉପରେ ରହିବ। ଅନ୍ୟପଟେ ଯଦିଓ ଗ୍ରୀଷ୍ମରେ ପ୍ରବଳ ତାତି ହେବ ବୋଲି ଆକଳନ କରାଯାଇଛି, ମାତ୍ର ଚଳିତ ମାର୍ଚ୍ଚ ମାସରେ ପଶ୍ଚିମା ଝଡ଼ ଜନିତ ବର୍ଷା ଯୋଗୁଁ ସାମାନ୍ୟ ଆଶ୍ୱସ୍ତ ମିଳିବ। ରାଜ୍ୟରେ ମାର୍ଚ୍ଚ ମାସରେ ବାରମ୍ବାର ପଶ୍ଚିମାଝଡ଼ ପ୍ରଭାବ ଯୋଗୁଁ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ରହିବ। ତେଣୁ ମାର୍ଚ୍ଚରେ ସମ୍ଭବତଃ ଗରମ୍‌‌ କମ ରହିବ। ତେବେ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ତାପମାତ୍ରା ଅନ୍ୟଜିଲ୍ଲା ତୁଳନାରେ ଅଧିକା ରହିବାକୁ ଥିବା ବେଳେ ଗଞ୍ଜାମ ସଂଲଗ୍ନ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ହଠାତ୍‌‌ ଗ୍ରୀଷ୍ମ ପ୍ରବାହ ସୃଷ୍ଟି ହୋଇପାରେ ବୋଲି ଆଇଏମଡି ଆକଳନ କରିଛି।

୨୦୨୩ ଅପେକ୍ଷା ଚଳିତ ବର୍ଷରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ ବୋଲି ପୂର୍ବରୁ ବିଭିନ୍ନ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥାଙ୍କ ସମେତ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଥିଲେ। ଏପ୍ରିଲ ପର୍ଯ୍ୟନ୍ତ ଏଲନିନୋ ଶକ୍ତିଶାଳୀ ରହିବାକୁ ଥିବାରୁ ଏହା ପ୍ରଭାବରେ ପ୍ରବଳ ହିଟ୍‌‌ୱେଭରେ ଜନଜୀବନ ଅସ୍ତବ୍ୟସ୍ତ କରିବ। ୨୦୨୩ରେ ସୃଷ୍ଟି ହୋଇଥିବା ଏଲ୍‌‌-ନିନୋ ଚଳିତ ବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲ୍‌‌ ପର୍ଯ୍ୟନ୍ତ ସକ୍ରିୟ ରହିବ। ପୂର୍ବ ତଥ୍ୟ ଅନୁଯାୟୀ ଏଲ୍‌‌-ନିନୋ ସରିବା ପରେ ଏହାର ପ୍ରଭାବ ଅଧିକ ଦେଖାଯାଏଇଥାଏ। ଉଦାହରଣ ଭାବେ ୨୦୧୫ ବର୍ଷର ଏଲ୍‌‌-ନିନୋର ପ୍ରଭାବ ୨୦୧୬ ରେ ଅଧିକ ପଡ଼ିବା ସହ ସେହି ବର୍ଷ ପ୍ରବଳ ଗରମ ଅନୁଭୂତ ହୋଇଥିଲା। ତେଣୁ ଚଳିତ ବର୍ଷ ଏଲ୍‌‌ନିନୋ ପ୍ରଭାବ ଯୋଗୁଁ ପ୍ରବଳ ଗରମ ବର୍ଷ ହେବାକୁ ଯାଉଛି ଆକଳନ କରାଯାଉଛି।

ଅନ୍ୟପଟେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ବଡ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାପରେ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବାକୁ ନ ଥିବା ବେଳେ ପରବର୍ତ୍ତୀ ଦୁଇ ଦିନରେ କିଛି କିଛି ସ୍ଥାନରେ ବର୍ଷା ନେଇ ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ରର ବୁଲେଟିନ୍‌‌ ଅନୁଯାୟୀ ରବିବାର ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଏବଂ ସୋମବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି।

ଖରାରେ ବଢ଼଼ୁଛି ଟଙ୍କ ତୋରାଣି ଚାହିଦା
ଭୁବନେଶ୍ୱର: ଦିନକୁ ଦିନ ତାପାମାତ୍ରା ବୃଦ୍ଧି ସହ ବିଭିନ୍ନ ଥଣ୍ଡା ପାନୀୟର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଲସି, ପଇଡ଼ପାଣି, ଆଖୁ ରସ, ବେଲପଣା ସାଙ୍ଗକୁ ଏବେ ଆଉ ଏକ ପାନୀୟ ଟଙ୍କ ତୋରାଣିର ଚାହିଦା ରାଜଧାନୀବାସୀଙ୍କୁ ଆକୃଷ୍ଟ କରୁଛି। ଟଙ୍କ ତୋରାଣିକୁ ନେଇ ରାଜଧାନୀର ଯୁବଗୋଷ୍ଠୀ ଆରମ୍ଭ କରିଛନ୍ତି ଷ୍ଟାର୍ଟ-ଅପ୍‌‌। ପୂର୍ବରୁ ଶ୍ରୀମନ୍ଦିର ପରିସରରେ ମିଳୁଥିବା ଟଙ୍କତୋରାଣି ପିଇବାକୁ ସମସ୍ତଙ୍କ ମଧ୍ୟରେ ଆଗ୍ରର ରହିଥିବାବେଳେ ଏବେ ରାଜଧାନୀ ବଜାରରେ ଏହାର ଉପଲବ୍ଧତା ବେଶ୍‌‌ ଉତ୍ସାହ ସୃଷ୍ଟି କରିଛି।

ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନେ ଟଙ୍କତୋରାଣି ପ୍ରତି ବିଶେଷ ଭାବେ ଆକୃଷ୍ଟ ହୋଇଥାନ୍ତି। ଜଗନ୍ନାଥଙ୍କ ଦର୍ଶନ ସାଙ୍ଗକୁ ଅବଢ଼଼ା ଖାଇବା ଓ ଟଙ୍କ ତୋରାଣି ପିଇବାକୁ ଭୁଲନ୍ତିନି ଭକ୍ତ। ଅନେକ କେବଳ ଟଙ୍କ ତୋରାଣି ପିଇବାକୁ ପୁରୀ ଯାଇଥାନ୍ତି। ପ୍ରତି ଓଡ଼ିଆଙ୍କର ପଖାଳ ଓ ତୋରାଣି ସହିତ ସମ୍ପର୍କ ରହିଛି। ହେଲେ ସହରରେ ଅନେକ ଲୋକ ତୋରାଣିରୁ ଦୂରେଇ ରହୁଥିବାବେଳେ ଏବେ ସହରବାସୀଙ୍କୁ ଏହି ତୋରାଣିର ସ୍ୱାଦ ଚଖାଇବା ଲକ୍ଷ୍ୟରେ ରାଜଧାନୀର ମହାବୀର ବିଶ୍ୱାଳ(ପ୍ରତିଷ୍ଠାତା), ରାଜକୁମାର ରାଉତ ଏବଂ ଆର୍‌‌ କେ ମିଶ୍ର ମିଳିତି ଭାବରେ ପ୍ରୟାସ ଆରମ୍ଭ କରିଛନ୍ତି। ବିଶେଷ କରି ମଧୁମେହରେ ଆକ୍ରାନ୍ତ ବ୍ୟକ୍ତିମାନେ ମୃଦପାନୀୟଠାରୁ ଦୂରେଇ ରହୁଥିବାବେଳେ ଟଙ୍କ ତୋରାଣି ପ୍ରତି ସେମାନଙ୍କ ଆଗ୍ରହ ବଢ଼଼ୁଥିବା ଦେଖିବାକୁ ମିଳିଛି।

ଷ୍ଟାର୍ଟଅପ୍‌‌ ନିର୍ମାତାଙ୍କ କହିବା ଅନୁଯାୟୀ, ସେମାନଙ୍କ ଦ୍ୱାରା ୬ ପ୍ରକାର ପାନୀୟ ପ୍ରସ୍ତୁତ ହେଉଥିବାବେଳେ ଟଙ୍କ ତୋରାଣି ମୁଖ୍ୟ ଆକର୍ଷଣ ପାଲଟିଛି। ଟଙ୍କ ତୋରାଣି ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହେଉଛି। ଏହି ପାନୀୟକୁ ୩୦ ଦିନ ପଯର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇ ପାରିବ ବୋଲି କୁହାଯାଇଛି। ଏପରିକି ଏହାର ଦାମ୍‌‌ ମଧ୍ୟ ସମସ୍ତଙ୍କୁ ସୁହାଇଲା ଭଳି ହୋଇଥିବାରୁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକମାନେ ଏହାପ୍ରତି ଆକୃଷ୍ଟ ହେଉଛନ୍ତି। ଏହି ପାନୀୟ ଷ୍ଟାର୍ଟ-ଅପ୍‌‌ ସ୍ୱୀକୃତିପ୍ରାପ୍ତ ହୋଇଥିବାବେଳେ ଏଫ୍‌‌ଏସ୍‌‌ଏସ୍‌‌ଆଇ ନିୟମ ପାଳନ କରାଯାଉଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଆହୁରି ୨ ଦିନ କଲବଲ କରିପାରେ ତାତି, ୨୧ରୁ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର: ତତଲା କଡେଇରେ ସିଝୁଛି ସାରା ଓଡ଼ିଶା । ଆକାଶରୁ ବର୍ଷୁଛି ନିଆଁ । ଘରୁ ବାହାରିଲେ ମୁହଁ ପୋଡ଼ି ଯାଉଛି। ଆଉ ଏପରି ଅବସ୍ଥାରେ ଅସମ୍ଭାଳ ତାତିକୁ ଗୁଳୁଗଳିରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ଆଜି ମଧ୍ୟ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟବ୍ୟାପୀ ଆକାଶରୁ ଦିନ ତମାମ୍‌‌ ନିଆଁବର୍ଷା ହେଉଥିବା ବେଳେ ଆଗାମୀ ୨ ଦିନ ଯାଏଁ ତାପମାତ୍ରା ଅପରିବର୍ତ୍ତିତ ରହିବ। ଏହାପରେ କାଳବୈଶାଖୀ ଯୋଗୁଁ ତାପମାତ୍ରାରେ ହ୍ରାସ ଘଟିବା ଆଶା କରାଯାଉଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅପରପକ୍ଷେ ୨୦ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ହିଟ୍‌‌ ୱେଭ୍‌ ସତର୍କ ସୂଚନା ଜାରି କରାଯାଇଛି। ଉପରୋକ୍ତ ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଏବଂ ବୌଦ୍ଧ।

ଗୋଟିଏ ପଟେ ପ୍ରଚଣ୍ଡ ତାତି ଯୋଗୁଁ ଲୋକେ ସନ୍ତୁଳି ହେଉଥିବା ବେଳେ ସମାନ ସମୟରେ ଅସହ୍ୟ ଗୁଳୁଗୁଳି ମଧ୍ୟ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଡ. ଉମାଶଙ୍କର ଦାସ କହିଛନ୍ତି ଯେ ରାଜ୍ୟବ୍ୟାପି ତାତି ଯୋଗୁଁ ପାଣିପାଗରେ ଆର୍ଦ୍ରତା ଦେଖାଦେଉଛି। ବର୍ତ୍ତମାନ ସ୍ଥିତିରେ ଉପକୂଳ ଅଞ୍ଚଳରେ ୪୦ରୁ ୫୦ ପ୍ରତିଶତ ଆର୍ଦ୍ରତା ରହୁଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ଆର୍ଦ୍ରତା ରହୁଛି। ଅର୍ଥାତ୍‌‌ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଅଧିକ ରହୁଥିଲେ ହେଁ ରାତି ସମୟରେ ଏହା ସ୍ୱାଭାବିକ କିମ୍ବା ତାହାଠାରୁ କମ୍‌‌ ରହୁଛି। ମାତ୍ର ଉପକୂଳ ଅଞ୍ଚଳରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହୁଛି। ଯାହାଫଳରେ ଦିନରେ ଯେଉଁ ତାତି ରହୁଛି, ସେଥିପାଇଁ ରାତିରେ ମଧ୍ୟ ଗରମ ଅନୁଭୂତ ହେଉଥିବା ସେ କହିଛନ୍ତି। ଏପରି ପାଗ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଲାଗି ରହିବ ଏହାପରେ ଏଥିରେ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ୨୧ ତାରିଖଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ରହିଛି। ୨୧ ତାରିଖରେ କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡ଼ା ଆଦି ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି।