School Closed - The Sakala
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତତଲା ଖରାରେ ଅସ୍ତବ୍ୟସ୍ତ ଜନଜୀବନ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ । ତେବେ, ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟାନ୍ୟ ଅଫିସ କାମ ପୂର୍ବପରି ଜାରି ରହିବ ।
ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନେବାକୁ କୁହାଯାଇଥିଲା । ନିଜ ଜିଲ୍ଲାରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ କିଛି ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଥିଲେ । ପ୍ରଥମେ ତିନି ଦିନ, ପରେ ସ୍କୁଲ ଛୁଟି ବଢ଼ାଇଥିଲେ । ହେଲେ ରାଜ୍ୟ ସରକାର ଆଜି ସମୂହିକ ଛୁଟି ଘୋଷଣା କରିଛନ୍ତି ।
ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜନଜୀବନ: ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ଅସହ୍ୟ ଖରା । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଘାଣ୍ଟି ହେଉଛି ସାରା ଓଡିଶା । ପ୍ରଖର ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି । ଯାହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାର ଜିଲ୍ଲାପାଳ ନିଜ ନିଜ ଅଞ୍ଚଳରେ ଥିବା ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ଆଜି ନବରଙ୍ଗପୁରରେ ୨୦ରୁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଜାରି ରହିବ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ଘୋଷଣା ।
ଶୁକ୍ରବାର ବଲାଙ୍ଗିର, ବୌଦ୍ଧ, ସୋନପୁର, କଳାହାଣ୍ଡି ଜିଲ୍ଲାରେ ଥିବା ସ୍କୁଲକୁ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ । ଆଉ ଏବେ ନବରଙ୍ଗପୁର ଜିଲ୍ଲାପାଳ ମଧ୍ୟ ଜିଲ୍ଲାର ସମସ୍ତ ଜିଲ୍ଲାକୁ ଛୁଟି ଘୋଷଣା କରିଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଆଜିଠୁ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଛି । ପ୍ରଚଣ୍ଡ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ସେହିପରି ସୁବର୍ଣ୍ଣପୁରରେ ୨୨ ଯାଏ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ଛୁଟି । ପ୍ରବଳ ଖରା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଘୋଷଣା କରିଛନ୍ତି । ସେହିପରି ଆଜିଠୁ ବୌଦ୍ଧ ଜିଲ୍ଲାରେ ୫ ଦିନ ଯାଏ ସ୍କୁଲ୍ ଓ କଲେଜ୍ ଛୁଟି ଘୋଷଣା କରାଯାଇଛି। ଆସନ୍ତା ୨୨ ତାରିଖ ଯାଏ ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିବ। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି।
ରାଜ୍ୟରେ ବନ୍ଦ ହେବ ୫୬୩୦ ସ୍କୁଲ୍‌ ! , ପଶ୍ଚିମ ଓଡ଼ିଶାରୁ ୧୮୨୬; ନୂଆପଡ଼ାରେ ୧୫୬...
ଭୁବନେଶ୍ୱର: ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରିବେ ରାଜ୍ୟ ସରକାର। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ସର୍ଭେ ମଧ୍ୟ ସରିଛି। ରାଜ୍ୟସାରା ପ୍ରାୟ ୫୬୩୦ ବିଦ୍ୟାଳୟକୁ ବନ୍ଦ  ପାଇଁସର୍ଭେ କରାଯାଇଥିବା ବେଳେ କେବଳ ପଶ୍ଚିମ ଓଡ଼ିଶାର ୧୮୨୬ ବିଦ୍ୟାଳୟ ବନ୍ଦ  କରିବା ଲାଗି ଚିହ୍ନଟ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୯୭ଟି ବିଦ୍ୟାଳୟକୁ ବନ୍ଦ ବା ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ପାଇଁ ଜିଲ୍ଲା କମିଟି ସୁପାରିସ କରିଥିବା ବେଳେ ନୂଆପଡ଼ା ଜିଲ୍ଲାର ୧୫୬ଟି ବିଦ୍ୟାଳୟ ଏହି ତାଲିକାରେ ରହିଛି। ସାଧାରଣ ନିର୍ବାଚନ ପୂର୍ବରୁ ବନ୍ଦ ସ୍କୁଲ୍‌ଗୁଡ଼ିକୁ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାରକୁ ଆସିବା ପରେ ବିଦ୍ୟାଳୟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ ବା ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ପାଇଁ ଗତ ମାର୍ଚ୍ଚ ମାସରେ ବିଜ୍ଞପ୍ତି ଜାରି ହୋଇଥିଲା। ସେହି ଅନୁଯାୟୀ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ କମ୍‌ ପିଲା ଥିବା ବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ କରିବା ସହ ନିକଟସ୍ଥ ବିଦ୍ୟାଳୟ ସହ ଦୂରତା ସମ୍ପର୍କରେ ସର୍ଭେ କରାଯାଇଥିଲା। ତଦନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୯୭ଟି ବିଦ୍ୟାଳୟ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରେ ୨୭୩, ବଲାଙ୍ଗୀରରେ ୨୮୬, ବୌଦ୍ଧରେ ୧୪୫, ଝାରସୁଗୁଡ଼ାରେ ୧୦୭, ନୂଆପଡ଼ାରେ ୧୫୬, ସମ୍ୱଲପୁରରେ ୨୩୩, ସୋନପୁରରେ ୧୪୪ ଓ ଦେବଗଡ଼ରେ ୮୫ଟି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ଚିହ୍ନଟ କରାଯାଇଛି। କିଛି ସ୍ଥାନରେ ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଆସନ୍ତା ୩୧ ତାରିଖ ମଧ୍ୟରେ ସମ୍ପୃକ୍ତ ବିଦ୍ୟାଳୟର ପରିଚାଳନା କମିଟି ଓ ଗ୍ରାମବାସୀମାନେ ଏନେଇ ଜିଲ୍ଲାପାଳ ବା ଡିଇଓଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି କୁହାଯାଇଛି। ବନ୍ଦ ହୋଇଥିବା ବିଦ୍ୟାଳୟ ଖୋଲିବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାରକୁ ଆସିବା ପରେ ଦୋହରା ଆଭିମୁଖ୍ୟ ଆପଣାଇଛି। ଶିକ୍ଷାବିତ୍‌ ଓ ଅଭିଭାବକମାନେ ଏହାର ପ୍ରତିବାଦ କରିବା ସହ ସରକାରଙ୍କ ଏପରି ନିଷ୍ପତ୍ତି ଭାରି ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି।
ଭଦ୍ରକ/ ଯାଜପୁର: ଡ଼ାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସ୍କୁଲ ଛୁଟିକୁ ବୃଦ୍ଧି କରାଯାଇଛି।  ଭଦ୍ରକରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପଳ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜଗୁଡିକୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।  ଆସନ୍ତା ୨୩ ତାରିଖରେ ଜିଲ୍ଲାରେ ଖୋଲିବ ସ୍କୁଲ ଓ କଲେଜ।  ଏହି ସମୟରେ ସ୍କୁଲ ଗୁଡିକର ପରିବେଶକୁ ସଫା ସୁତୁରା ରଖିବା ସହିତ ପାନୀୟ ଜଳ ବ୍ୟବସ୍ଥାକୁ ବିଶୋଧନ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ସେହିପରି- ଯାଜପୁରରେ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଜିଲ୍ଲାରେ ହଇଜା ଓ ଝାଡ଼ାବାନ୍ତି ସଂକ୍ରମଣ ରୋକିବା ପାଇଁ ଯାଜପୁର ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ବନ୍ଦ ସମୟରେ ବିଦ୍ୟାଳୟକୁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଯିବାକୁ ନିର୍ଦ୍ଦେଶ । ଏଥିସହ ଏହି ଛୁଟି ସମୟରେ ସମସ୍ତ ବିଦ୍ୟାଳୟରେ ପାନୀୟ ଜଳ ବିଷୋଧନ କରାଯିବ। ପରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ । ପିଇବା ଉପଯୋଗୀ ନ ଥିଲେ ଅନ୍ୟ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।
ରାଷ୍ଟ୍ରପତିଙ୍କ ଗସ୍ତ ଓ ନୌଦିବସ ପାଳନ ଉପଲକ୍ଷେ ଆସନ୍ତାକାଲି ବନ୍ଦ ରହିବ ପୁରୀ ପୌରପାଳିକାର ସମସ୍ତ ଶିକ୍ଷାନୁଷ୍ଠାନ
ପୁରୀ: କାଲି ପୁରୀରେ ସ୍କୁଲ ବନ୍ଦ । ଆସନ୍ତାକାଲି ପୁରୀ ପୌରପାଳିକାର ସମସ୍ତ ସ୍କୁଲ ବନ୍ଦ ରହିବ । ରାଷ୍ଟ୍ରପତିଙ୍କ ଗସ୍ତ ଓ ନୌଦିବସ ପାଳନ ଉପଲକ୍ଷେ ବନ୍ଦ ରହିବ ସ୍କୁଲ । ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି । ପୁରୀ ପୌରପାଳିକାର ସମସ୍ତ ସରକାରୀ, ବେସରକାରୀ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲ୍‌ ବନ୍ଦ ରହିବ । ଏଥିସହ ନିକଟବର୍ତ୍ତୀ ମଦର୍ସ ପବ୍ଲିକ, ପ୍ରଭୁଶ୍ରୀ ଇଂଲିଶ ମିଡିୟମ ବନ୍ଦ ରହିବ । ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିୟର ସ୍କୁଲ ମଧ୍ୟ ବନ୍ଦ ରହିବ ।
ତେବେ NCERT ଦ୍ଵାରା ପରିଚାଳିତ PARAKH ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ଜାତୀୟ ସ୍ତରର ପରୀକ୍ଷା ହୋଇଥିବାରୁ ଏହି ପରୀକ୍ଷାଟି ପୁରୀ ପୌରପାଳିକା ଅନ୍ତର୍ଗତ ପରୀକ୍ଷା କେନ୍ଦ୍ର ମାନଙ୍କରେ ଓ ପ୍ରଭୁଶ୍ରୀ ଇଂରାଜୀ ମିଡ଼ିୟମ ସ୍କୁଲରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀ ମାନେ ସକାଳେ ୭ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଓ ମଧ୍ୟାହ୍ନ ୧୨ଟା ପରେ ବିଦ୍ୟାଳୟ ଛାଡ଼ିବେ । ପୁରୀ ପୌରପାଳିକାର ଅନ୍ୟ ବିଦ୍ୟାଳୟ ମାନଙ୍କ ପରି ଏ ସମସ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀ ମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ ସୂଚନା ଦେଇଛନ୍ତି ।
ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ରାଜ୍ୟର ଚାରି ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସ୍କୁଲ
ଭୁବନେଶ୍ୱର: ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟର ବିଭିନ୍ନ ଭାଗରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଲଗାଣ ବର୍ଷା ହେବାର ଆଶଙ୍କା ରହିଥିବାରୁ ଶନିବାର ରାଜ୍ୟର ଚାରି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସ୍କୁଲ । ସେହିପରି କେନ୍ଦୁଝର, ମୟୂରଭଞ୍ଜରେ ବି କାଲି ସମସ୍ତ ସ୍କୁଲ୍‌ ବନ୍ଦ ରହିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସେହିପରି ବାଲେଶ୍ୱର ଜିଲ୍ଲାରେ ସ୍କୁଲ୍ ସହ ବନ୍ଦ ରହିବ କଲେଜ । ସ୍କୁଲ, କଲେଜରେ ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବାରୁ ବନ୍ଦ ନିଷ୍ପତ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ ରହିଲେ ମଧ୍ୟ ସ୍କୁଲରେ ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ । ବାତ୍ୟା ପାଇଁ ସ୍କୁଲର କ୍ଷୟକ୍ଷତି ନେଇ ରିପୋର୍ଟ ଦେବେ । ସ୍କୁଲର କ୍ଷତି, ଏମ୍‌ଡିଏମ୍‌ ଚାଉଳ କ୍ଷୟକ୍ଷତି ଓ ସ୍କୁଲର ଅନ୍ୟ ଉପକରଣ କ୍ଷତି ହୋଇଥିଲେ ରିପୋର୍ଟ କରିବେ ବୋଲି ନିର୍ଦ୍ଦେଶ ରହିଛି ।
କାଲିଠୁ ଖରା ଛୁଟି; ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଆସନ୍ତାକାଲିଠୁ ଖରା ଛୁଟି । କାଲିଠୁ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ-ବେସରକାରୀ ସ୍କୁଲ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କଲେ ରାଜ୍ୟ ସରକାର । ତାପାମାତ୍ରା ବଢ଼ୁଥିବାରୁ ସମସ୍ତ ସ୍କୁଲକୁ ୨ ଦିନ ପାଇଁ ଛୁଟି ଘୋଷଣା କରିଥିଲେ ସରକାର । ତେବେ ଗ୍ରୀଷ୍ମକାଳୀନ ଛୁଟି କେତେ ଦିନ ରହିବ ଖୁବଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ।