UtkalamaniGopabandhu Das - The Sakala

ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ...
‘‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।’’ ଗୋପବନ୍ଧୁ ଦାସଙ୍କ ଏହି ଦୁଇ ଧାଡ଼ି କବିତାରୁ ବାରି ହୁଏ ତାଙ୍କ ତ୍ୟାଗ ଓ ବଳିଦାନର ଗାଥା । ସେ ନିଃସ୍ବାର୍ଥ ସେବାର ମୂର୍ତ୍ତିମନ୍ତ ବିଗ୍ରହ ଥିଲେ । ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ଗୋପବନ୍ଧୁ ଦୀନ ଦରିଦ୍ରଙ୍କର ବନ୍ଧୁ ଭାବରେ ବେଶ୍‌ ଜଣାଶୁଣା ଥିଲେ। ଏକାଧାରରେ ସେ ଥିଲେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍‍ ଏବଂ ଆଇନଜ୍ଞ । ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ଭକ୍ତକବି ମଧୁସୂଦନ ରାଓଙ୍କ ନିଷ୍ପତ୍ତି କ୍ରମେ ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଅନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା।
ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଆଜିର ଦିନରେ ଦୈତାରି ଦାସ ଓ ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଖୁବ୍‌ ଅଳ୍ପ ବୟସ ହୋଇଥିବାବେଳେ ତାଙ୍କ ମାତାଙ୍କର ମୃତ୍ୟୁ ହୋଇଯାଇଥିଲା । ଗୋପବନ୍ଧୁ ଦାସ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠପଢ଼ା ଜାରି ରଖିଥିଲେ । ପୁରୀରୁ ମାଟ୍ରିକ୍‌ ପାସ୍‌ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ। କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୋପବନ୍ଧୁ, ‘କର୍ତ୍ତବ୍ୟ ବୋଧିନୀ ସମିତି’ ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ । ୧୯୦୩ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ର ସନ୍ତାନଟିର ଅକାଳ ମୃତ୍ୟୁ ଘଟିଥିଲା । ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ୱେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ୍‌ କଲେ ଓ କଲିକତାରେ ବିଏଲ୍‌ ପଢ଼ିଲେ । ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ ‘ଓଡ଼ିଆ ଶ୍ରମିକ ସଂଘ’ ଓ ‘ସାନ୍ଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ । ଇତିମଧ୍ୟରେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏପରିକି, ଯେଉଁଦିନ ସେ ବିଏଲ୍‌ ପାସ୍‌ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା । ଏତେ ସବୁ ଦୁଃଖ କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରିପାରିନଥିଲା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା । ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ଘଟିଥିବା ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା। ସେ ଚୁଡ଼ା, ଚାଉଳ ଧରି ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିବା ସହ ମାନବ ସେବାରେ ଲାଗି ପଡ଼ିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରରୋଚନାରେ ଗୋପବନ୍ଧୁ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ। ୧୯୨୧ ମସିହାରେ ଗୋପବନ୍ଧୁ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଓଡ଼ିଶାରେ ଜନ୍ମ ନେଇଥିଲା ଦୈନିକ ଖବରକାଗଜ ‘ସମାଜ’। ‘ଅବକାଶ ଚିନ୍ତା’, ‘ଧର୍ମପଦ’, ‘କାରା କବିତା’ ଓ ‘ବନ୍ଦୀର ଆତ୍ମକଥା’ ପ୍ରମୁଖ ଥିଲା ତାଙ୍କର ସ୍ମରଣୀୟ କାବ୍ୟକୃତି। ୧୯୨୮ ଜୁନ୍ ୧୭ରେ ପଣ୍ଡିତ ଗୋପବନ୍ଧୁ ଶେଷନିଃଶ୍ବାସ ତ୍ୟାଗ କରିଥିଲେ।

ବଜେଟ୍‌ ଅଧିବେଶନ ଆରମ୍ଭ: ଅଭିଭାଷଣରେ ଉତ୍କଳମଣିଙ୍କୁ ମନେପକାଇଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଆରମ୍ଭ ହେଲା ସଂସଦରେ କାମଚଳା ବଜେଟ୍ ଅଧିବେଶନ । ପରମ୍ପରା ଅନୁସାରେ ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅନ୍ତରୀଣ ବଜେଟ୍ ସେସନ୍‌କୁ ଆରମ୍ଭ କରିଛନ୍ତି । ନୂଆ ସଂସଦ ଭବନରେ ସମସ୍ତଙ୍କୁ ମୋର ନମସ୍କାର କହି ବକ୍ତବ୍ୟ ଆରମ୍ଭ କରିଥିଲେ ମୁର୍ମୁ । ଏହାପରେ ଓଡ଼ିଆରେ ଅଭିଭାଷଣ ଦେଇଛନ୍ତି ରାଷ୍ଟ୍ରପତି । ପ୍ରଥମ ଅଭିଭାଷଣରେ ଉଭୟ ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ନୂଆ ଭାରତ ଏବଂ ଶ୍ରେଷ୍ଠ ଭାରତ ନେଇ ସଂକଳ୍ପ ପାଇଁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ଫେବ୍ରୁଆରି ୧ (ଗୁରୁବାର) ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ।

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଦେଶରେ ଏବେ ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ବାସ୍ନା ବାରି ହେଉଛି । ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇଛି । ଅମୃତକାଳ ଆରମ୍ଭରେ ସଂସଦ କୋଠା ନିର୍ମାଣ କରାଯାଇଛି । ଦେଶରେ ୭୦ ହଜାରରୁ ଅଧିକ ଅମୃତ ସରୋବର ନିର୍ମାଣ ହୋଇଛି । ରାମ ମନ୍ଦିର ନିର୍ମାଣ ସ୍ବପ୍ନ ସତ ହୋଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁଙ୍କୁ ମନେପକାଇଛନ୍ତି । ତାଙ୍କ କାଳଜୟୀ କବିତାକୁ ପ୍ରଥମେ ଓଡିଆ ଓ ପରେ ହିନ୍ଦିରେ ଗାଇ ବୁଝାଇଛନ୍ତି । ଏହି କବିତାର ପଂକ୍ତିରେ କର୍ତ୍ତବ୍ୟର ପରାକାଷ୍ଠା ଏବଂ ରାଷ୍ଟ୍ର ସର୍ବୋପରି ଦେଖିବାକୁ ମିଳିଛି ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ ।

ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ଏସିଆନ୍ ଗେମସ୍‌ରେ ଭାରତକୁ ସଫଳତା ମିଳିଛି । କ୍ରୀଡ଼ାବିତ୍ ମାନେ ଶହେରୁ ଅଧିକ ମେଡାଲ ଜିତି ଦେଶରେ ନାଁକୁ ଗୌରାବନ୍ବିତ କରିଛନ୍ତି । ଏହା ଭାରତ ପାଇଁ ଏକ ବଡ଼ ଉପଲବ୍ଧି । ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ବିକାଶର ଏକ ନିରନ୍ତର ଧାରା ଜାରି ରହିଛି । ଆତଙ୍କବାଦ ଓ ବିସ୍ତାରବାଦର ଜବାବ ଦେଉଛନ୍ତି ସେନା ବାହିନୀ । ଜମ୍ମୁ କଶ୍ମୀରରେ ଶାନ୍ତି ଫେରିଛି । ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବିଶ୍ବରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ଆଜି ଭାରତର ଅର୍ଥ ବ୍ୟବସ୍ଥା ଶ୍ରେଷ୍ଠ ୫ରେ ରହିଛି । ୧ କୋଟି ୪୦ ଲକ୍ଷ ଲୋକ ଜିଏସଟି ଦେଉଛନ୍ତି । ପୂର୍ବ ତୁଳନାରେ ଏଫଡିଆଇ ଦୁଇ ଗୁଣା ହୋଇଛି । ଡିଜିଟାଲ୍ ଇଣ୍ଡିଆ ପାଇଁ ବ୍ୟାକିଂ ବ୍ୟବସ୍ଥା ସହଜ ହୋଇଛି ।

ମହାମହିମ ଆହୁରି କହିଛନ୍ତି ଯେ, ମେକ୍ ଇନ୍ ଇଣ୍ଡିଆ ସବୁଠୁ ବଡ଼ ଅଭିଯାନ ପାଲଟିଛି । ଭାରତ ବିଶ୍ୱର ସବୁଠୁ ବଡ଼ ମୋବାଇଲ୍ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି । ୫ଜି ସେବା ସାରା ଦେଶରେ ଖ୍ୟାତି ଅର୍ଜନ କରିଛି । ସମଗ୍ର ଭାରତରେ ଏୟାରପୋର୍ଟ ସଂଖ୍ୟା ୭୪ରୁ ବଢ଼ି ୧୪୯ ରେ ପହଞ୍ଚିଛି । ୫ ସହରରୁ ମେଟ୍ରୋ ବ୍ୟବସ୍ଥା ୨୫ ସହରକୁ ବୃଦ୍ଧି ପାଇଛି । ୩୯ଟି ନୂଆ ରୁଟ୍‌ରେ ବନ୍ଦେଭାରତ ଏକ୍ସପ୍ରେସ ରୁଟ୍ ପ୍ରତିଷ୍ଠା ହୋଇଛି । ୧୩୦୦ ଷ୍ଟେସନର କାୟାକଳ୍ପ ସ୍ଥିର ହୋଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।

ଦେଶରେ ଉଜ୍ବଳା ଯୋଜନା ପାଇଁ ୨.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୦ ହଜାର କିମି ଗ୍ୟାସ୍ ପାଇପ୍ ଲାଇନ୍ ବଢ଼ିଛି । ଦେଶବାସୀଙ୍କୁ ଆହୁରି ୫ବର୍ଷ ବିନା ମୂଲ୍ୟରେ ରାସନ ମିଳିବ ବୋଲି ଘୋଷଣା ହୋଇଛି । ୧୧ କୋଟି ଲୋକଙ୍କ ଘରେ ନଳ ଯୋଗେ ଜଳ ପହଞ୍ଚିଛି । ଦେଶରେ ଚାଷୀଙ୍କ ପାଇଁ ସରକାର ଅନେକ ଜନକଲ୍ୟାଣ ଯୋଜନା ଆଣିଛନ୍ତି । ଏମଏସପି ବାବଦରେ ଚାଷୀଙ୍କ ପାଇଁ ୧୮ ଲକ୍ଷ କୋଟି ଖର୍ଚ୍ଚ ହୋଇଛି । ଏମଏସପି ପ୍ରାୟତଃ ଅଢ଼େଇ ଗୁଣ ବୃଦ୍ଧି କରାଯାଇଛି ।

ଭାରତକୁ ମହାକାଶ ବିଜ୍ଞାନରେ ବଡ଼ ଶକ୍ତି କରିବାକୁ କାମ ଚାଲିଛି । ଚନ୍ଦ୍ରରେ ତ୍ରିରଙ୍ଗା ଉଡିଛି । ଖୁବଶୀଘ୍ର ଗଗନଯାନ ମଧ୍ୟ ମହାକାଶକୁ ଯିବ । ବିକଶିତ ଭାରତର ମହାନ ସ୍ଥାପନା ଚାରୋଟି ସ୍ତମ୍ଭ ଉପରେ ରହିଛି ସେସବୁ ହେଉଛି ଯୁବ ଶକ୍ତି, ମହିଳା ଶକ୍ତି, କୃଷକ ଏବଂ ଗରିବ । ଚଳିତ ଗଣତନ୍ତ୍ର ଦିବସରେ ବିଶ୍ବ ନାରୀ ଶକ୍ତି ଦେଖିଛି । ୩ ସେନା ବାହିନୀରେ ନାରୀ ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରଥମ କରି ମହିଳାଙ୍କୁ ସେନାରେ ସ୍ଥାୟୀ କମିଶନ ପଦ ମିଳିଛି ଏହାସହ ପ୍ରଥମ କରି ନୌସେନାରେ ମଧ୍ୟ କମାଣ୍ଡର କାର୍ଯ୍ୟ କରୁଛନ୍ତି ନାରୀ ଶକ୍ତି । ସବୁ କ୍ଷେତ୍ରରେ ନାରୀଙ୍କ ଭାଗିଦାରୀ ବଢ଼ିଛି ।

ପୁନରୁଦ୍ଧାର ହେବ ଉତ୍କଳମଣି ଗୋପବନ୍ଧୁଙ୍କ ଦ୍ବିତୀୟ ଭବନ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ପୌରପରିଷଦର ପ୍ରଥମ ଉପାଧ୍ୟକ୍ଷ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବାରିପଦା ସ୍ଥିତ ଭବନ(ଦ୍ବିତୀୟ)ର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ବୁଧବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପରିଦର୍ଶନରେ ଆସି ଆଲୋଚନା କରିବା ସହ ସମୀକ୍ଷା କରିଛନ୍ତି। ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଭବନର ନବୀକରଣ ସହ ଚତୁଃପାର୍ଶ୍ବ ଜବରଦଖଲ ଉଚ୍ଛେଦ କରିବାକୁ ମ୍ୟୁନସିପାଲିଟି ପୌରାଧ୍ୟକ୍ଷ କୄଷ୍ଣାନନ୍ଦ ମହାନ୍ତି ଓ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଗସ୍ତ ସମୟରେ ମୟୂରଭଞ୍ଜ ସିଟିଜେନ ଫୋରମ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହାର ପୁନରୁଦ୍ଧାର ପାଇଁ ଦାବି ହୋଇଥିଲା। ତେବେ ଓଡିଶାର ବରପୁତ୍ର ତଥା ମହାପୁରୁଷଙ୍କ ଜନ୍ମସ୍ଥାନ, ବାସସ୍ଥଳୀ ଓ କର୍ମସ୍ଥଳୀ ଗୁଡିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବାରିପଦାର ଗୋପବନ୍ଧୁ ଭବନ କାର୍ଯକାରୀ କରିବାକୁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲ୍ଲାପାଳ ଏନେଇ ସଂସ୍କୃତି ବିଭାଗକୁ ୧କୋଟି ଟଙ୍କାର ପ୍ରସ୍ତାବ ଅଟକଳ ପଠାଇଥିବା ବେଳେ ତାହା ଗୃହୀତ ହୋଇଛି।

ଖୁବଶୀଘ୍ର ଟେଣ୍ଡର କରାଯାଇ ଡିସେମ୍ବର ମାସ ଶେଷ ସୁଦ୍ଧା କାର୍ଯ୍ୟ ଶେଷ କରାଯିବ ବୋଲି ସଚିବ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଅବହେଳିତ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଭବନର ପୁନରୁଦ୍ଧାର କରାଗଲେ ଅନ୍ୟ ଏକ ସ୍ମାରକୀ ସ୍ଥଳୀ ଚିହ୍ନଟ ହୋଇ ପାରିବ ବୋଲି ମତପ୍ରକାଶ ପାଇଛି। ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଉପଜିଲ୍ଲାପାଳ ଇଶ୍ବର ନାଏକ, ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ, ସିନିଅର ସିଟିଜେନ ଫୋରମର ସଭାପତି ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ, ଉପଦେଷ୍ଟା ଡ. ବିଜୟ କୁମାର ଅଗ୍ରଓ୍ବାଲ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।