heat alert - The Sakala
ଭୁବନେଶ୍ୱର: ଅସହ୍ୟ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଗୋଟିଏ ପରେ ଗୋଟିଏ ସହରରେ ତାପମାତ୍ରା ଲମ୍ବା ଲମ୍ଫ ମାରୁଛି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। କେତେବେଳେ ଉତ୍ତର ଓଡ଼ିଶା ତ କେତେବେଳେ ପଶ୍ଚିମା ଓଡ଼ିଶା ପାଲଟୁଛି ନିଆଁ ପିଣ୍ଡୁଳା।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୩୪ ଡିଗ୍ରୀ ପାର କରିଛି। ଝାରସୁଗୁଡ଼ର ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ସମ୍ବଲପୁରର ତପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି।
ଗତକାଲି ରାଜ୍ୟରେ ଏବର୍ଷ ଗ୍ରୀଷ୍ମଋତୁରେ ପ୍ରଥମଥର ପାଇଁ ତାତି ୪୫ଡିଗ୍ରୀ ଅତିକ୍ରମ କରିଛି।  ଝାରସୁଗୁଡ଼ାରେ ତାପମାତ୍ରା ଗତକାଲି ୨ଡିଗ୍ରୀ ବଢ଼ି ଦେଶ ଓ ବିଶ୍ବର ଦ୍ବିତୀୟ ସହର‌ରେ ପରିଣତ ହୋଇଥିଲା। ଏଠାରେ ତାତି ୪୫.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ୪୫.୬ ଡିଗ୍ରୀ ସହ ମହାରାଷ୍ଟ୍ରର ଚନ୍ଦ୍ରପୁର ଏହି ତାଲିକାର ଶୀର୍ଷରେ ରହିଥିଲା।
ରାଜ୍ୟରେ କାଳବୈଶାଖୀର ପ୍ରକୋପ ହ୍ରାସ ସହ ବର୍ତ୍ତମାନ ଦେଶର ମଧ୍ୟ ଭାଗରେ ଏକ ଗୁରୁଚାପବଳୟ ସକ୍ରିୟ ରହୁଛି। ଏହା ପ୍ରଭାବରେ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଗରମ ବାୟୁ ପ୍ରବେଶ କରୁଛି ଏବଂ ତାତି ବଢ଼ି ଚାଲିଛି। ଏହି ସ୍ଥିତି ଅତି କମ୍‌ରେ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସହ ବହୁ ସ୍ଥାନରେ ତାପମାତ୍ରା ୪୨-୪୪ ଡିଗ୍ରୀ ଅତିକ୍ରମ କରିବ। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ସବୁଠୁ ଅଧିକ ରହିବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ ତାତି ସାଙ୍ଗକୁ ଗୁଳୁଗୁଳି କଲବଲ କରିବ। କଟକ-ଭୁବନେଶ୍ୱର ସମେତ ବର୍ତ୍ତମାନ ଉପକୂଳ ଓଡ଼ିଶାରେ ତାପମାତ୍ରା ସାଙ୍ଗକୁ ବାୟୁରେ ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ଏହା ଗୁଳୁଗୁଳି ପାଇଁ ସହାୟକ ହେଉଛି। ଫଳରେ ଉପକୂଳବାସୀ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ହେଉଛନ୍ତି।
ତେବେ ୨୬ କିମ୍ବା ୨୭ ତାରିଖ ବେଳକୁ ଦେଶରେ ଏକ ପଶ୍ଚିମା ଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଟିମବଙ୍ଗର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ରାଜ୍ୟରେ ଏହି ସମୟରେ ପ୍ରାୟ ୬-୭ଦିନ ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବା ବେଳେ କିଛି କିଛି ସ୍ଥାନରେ ବର୍ଷାର ପ୍ରଭାବ ଅଧିକ ରହିବ।
ହୁ ହୁ ହୋଇ ବଢୁଛି ତାତି : ମାର୍ଚ୍ଚରୁ ମେ’ ୩ ମାସ କଲବଲ କରିବ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି
ଭୁବନେଶ୍ୱର : ଏବର୍ଷ ପୁଣି ଖରାରେ ଶିଝିବେ ରାଜ୍ୟବାସୀ। ୨୦୨୪ ପରେ କ୍ରମଗାତ ଦ୍ୱିତୀୟ ବର୍ଷରେ ରାଜ୍ୟରେ ସୃଷ୍ଟି ହେବ ଅସମ୍ଭାଳ ସ୍ଥିତି। ପ୍ରଚଣ୍ଡ ଗରମ ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗୁଳୁଗୁଳି। କେବଳ ଦିନ ନୁହେଁ, ରାତିରେ ମଧ୍ୟ ତାତିର ତାଉ କମିବ ନାହିଁ। ଏହି ସ୍ଥିତି ମାର୍ଚ୍ଚରୁ ଆରମ୍ଭ ହୋଇ ମେ’ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପଟେ ସ୍ୱାଭାବିକ ତୁଳନାରେ ଅଧିକାଂଶ ସମୟରେ ତାପମାତ୍ରା ଅଧିକ ରହିବା ଯୋଗୁଁ ଏଥର ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯିବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମ ଋତୁ ସମ୍ପର୍କିତ ପୂର୍ବାନୁମାନ ନେଇ ଜାରି ରିପୋର୍ଟରେ ଦର୍ଶାଯାଇଛି ଯେ ଏବର୍ଷ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ରାଜ୍ୟ ସମେତ ସାରା ଦେଶ‌‌‌ରେ ତାତି ଅଧିକ ରହିବ। ଉଭୟ ଦିନ ଓ ରାତିର ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବ। ଏହା ପ୍ରଭାବରେ ଗ୍ରୀଷ୍ମଲହରୀ ଦିନ ସଂଖ୍ୟା ବୃଦ୍ଧି ହେବ। ଏମିତିକି, ମାର୍ଚ୍ଚରୁ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଉତ୍ପନ୍ନ ହେବ। ଯଦିଓ ରାଜ୍ୟରେ ମାର୍ଚ୍ଚ ମାସରେ କିଛି କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରାଯାଉଛି, ମାତ୍ର ଏହା ଖରାକୁ ନିୟନ୍ତ୍ରଣ କରିବାରେ ଅକ୍ଷମ ହେବ।
ଗତବର୍ଷ ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହୋଇଥିଲା। ଏପ୍ରିଲ୍‌ରେ ଓଡ଼ିଶାରେ ଅନୁଭୂତ ହୋଇଥିବା ଗ୍ରୀଷ୍ମ ଲହରୀ ସଂଖ୍ୟା ସାରା ଦେଶରେ ଅଧିକ ରହିଥିଲା। ଏପ୍ରିଲ୍‌ରେ ଲଗାତାର ୧୯ ଦିନ ଗ୍ରୀଷ୍ମ ଲହରୀ ସ୍ଥିତି ଅନୁଭୂତ ହେବା ସହ ରାତିରେ ମଧ୍ୟ ଲୋକେ ନାହିଁ ନ ଥିବା ସ୍ଥିତିର ସମ୍ମୁଖୀନ ହୋଇଥିଲେ। ୨୦୨୪ରେ ୮ଟି ରାତି ଏମିତି ଥିଲା, ଯେଉଁ ସମୟରେ ରାତିର ସ୍ୱାଭାବିକ ତାପମାତ୍ରା ୬.୪ ଡିଗ୍ରୀରୁ ଅଧିକ ରହିଥିଲା। ଏହାକୁ ଅସହଜ ରାତି ଭାବେ ବିବେଚନା କରାଯାଇଛି। ବର୍ଷ ୨୦୨୫ରେ ରାଜ୍ୟରେ ପାଣିପାଗ ସ୍ଥିତି ଗତବର୍ଷ ତୁଳନାରେ ଅପେକ୍ଷାକୃତ ଭଲ ରହିବା ନେଇ ଆଶା କରାଯାଇଥିଲା। ମାତ୍ର ଏବେ ଆଇଏମଡିର ଏହି ଆକଳନ ପରେ ପୁଣିଥରେ ଖରାକୁ ନେଇ ଭୟ ସୃଷ୍ଟି କରିଛି।
ଅନ୍ୟପଟେ ଶୁକ୍ରବାର ରାଜ୍ୟରେ ତାପମାତ୍ରା ୩୭ଡିଗ୍ରୀ ଛୁଇଁଥିବା ବେଳେ ଆଜି ୩୭ଡିଗ୍ରୀ ପାର୍‌ କରିଯାଇଛି। ଗତ କାଲି ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଜି ସମାନ ସମୟରେ ୩୭.୪ ଡିଗ୍ରୀ ରେକର୍ଡ ହୋଇଛି। ସେପଟେ ଆଜି ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ୩୬.୮, ରାଉରକେଲାରେ ୩୬.୪, ଚାନ୍ଦବାଲିରେ ୩୪.୮,କେନ୍ଦୁଝରରେ ୩୪.୪ ଓ ଭୁବନେଶ୍ବରେ ୩୪ ଡିଗ୍ରୀ ରେକର୍ଡ ହୋଇଛି।
ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି, ୪୪.୬ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର: ପ୍ରତିଦିନ ରେକର୍ଡ ଭାଙ୍ଗୁଛି ତାତି। ତେବେ ଏହି ତାପମାତ୍ରା ଆହୁରି ବୃଦ୍ଧି ପାଇବ ଓ ୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆଉ ୨ ଡ଼ିଗ୍ରୀ ଯାଏ ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪-୬ ଡିଗ୍ରୀ ଉପରେ ରହିବ । ଫଳରେ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ପରିସ୍ଥିତି ଅନୁଭୂତ ହେବ। ଏଭଳି ସ୍ଥିତି ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ସ୍ଥିତି ସବୁଠୁ ସମ୍ବେଦନଶୀଳ ରହିବ। ଆଗାମୀ ୫ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲା ଓ ୧୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ଆହୁରି ବଢିବ ତାପମାତ୍ରା। ଫଳରେ ଆସନ୍ତାକାଲି ୧୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ଦୁଇ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ତିନିଦିନ ପରେ ଓଡ଼ିଶାରେ ହିଟୱେଭର ସ୍ଥିତିରେ ପରିବର୍ତ୍ତନ ସମ୍ଭାବନା ରହିଛି। ଆଜି ଦିନ ୨ ଟା ୩୦ ସୁଦ୍ଧା ୪୪.୬ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଝାରସୁଗୁଡ଼ାର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାିଇ। ଭୀଷଣଗ୍ରୀଷ୍ମ ପ୍ରବାହ ପାଇଁ ମଧ୍ୟ ଟ୍ବିନସିଟିକୁ ଆଜି ପାଇଁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଭୁବନେଶ୍ୱର: ୪୪.୬°C
ଝାରସୁଗୁଡା: ୪୩.୬°C
ରାଉରକେଲା: ୪୨.୫°C
ଚାନ୍ଦବାଲି: ୪୨.୪°C
ସମ୍ବଲପୁର: ୪୨.୧°C
ହୀରାକୁଦ: ୪୧.୮°C
ବାଲେଶ୍ୱର: ୪୧.୭°C
କେନ୍ଦୁଝର: ୪୧.୫°C
ଗୋପାଳପୁର: ୩୫.୪°C
ପୁରୀ: ୩୪.୭°C
ପାରାଦୀପ: ୩୩.୬°C
ରାଜ୍ୟରେ ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ପାର କଲା ୪ ସହରର ତାପମାତ୍ରା
ଭୁବନେଶ୍ବର: ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ପାର କରିଛି ୪ ସହରର ତାପମାତ୍ରା। ଝାରସୁଗୁଡାର ତାପମାତ୍ରା ୪୧.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ କେନ୍ଦଝର ୪୦.୮ ଡିଗ୍ରୀ. ରାଉରକୋଲା ଓ ବାଲେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା-
ଝାରସୁଗୁଡା: 41.6°C
କେନ୍ଦୁଝର: 40.8°C
ରାଉରକେଲା: 40°C
ବାଲେଶ୍ୱର: 40°C
ହୀରାକୁଦ: 39.2°C
ଭୁବନେଶ୍ୱର: 38.8°C
ସମ୍ବଲପୁର: 38.8°C
ଚାନ୍ଦବାଲି: 38.2°C
ପୁରୀ: 34.2°C
ପାରାଦ୍ୱୀପ : 33.2°C
ଗୋପାଳପୁର :32.6°
ସକାଳ ୮ ଟା ୩୦ ସୁଦ୍ଧା ତାଳଚେରରେ ୩୫ ଡିଗ୍ରୀ ଛୁଇଁଲା ତାପମାତ୍ରା
ଭୁବନେଶ୍ବର: ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ତାଳଚେରରେ ୩୫ ଡ଼ିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ଭବାନୀପାଟଣାରେ ୩୪.୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଟିଟିଲାଗଡ଼ର ୩୩ .୩ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ତାପମାତ୍ରା ଅଧିକ ଥିଲେ ବି ଆଜି ଆଦ୍ରତାର ମାତ୍ରା ଅଧିକ ହେତୁ ଅନୁଭୂତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ପାଣିପାଗ ବିଭାଗ କହିଛି। ସେହିପରି-
ଝାରସୁଗୁଡା:33°C
ବାରିପଦା: 33°C
ବାଲେଶ୍ୱର: 32.2°C
ଭୁବନେଶ୍ୱର:31.8°C
ଚାନ୍ଦବାଲି:31.6°C
କେନ୍ଦୁଝର: 31.6°C
ସମ୍ବଲପୁର: 31.6°C
ପୁରୀ: 31°C
ବୌଦ୍ଧ: 31°C
ରାଉରକେଲା: 30.8°C
ପାରାଦ୍ୱୀପ: 30.6°
ଭୁବନେଶ୍ୱର: ରାଜ୍ୟରେ ପୁଣି ତାତି ବୃଦ୍ଧି ପାଇବ। କାଳବୈଶାଖୀର କ୍ରମାଗତ ପ୍ରଭାବ ହେତୁ ରାଜ୍ୟରେ ତାପମାତ୍ରାରେ ବର୍ତ୍ତମାନ ତଳକୁ ଖସିଛି। ରାଜ୍ୟରେ ତାପମାତ୍ରା ବର୍ତ୍ତମାନ ୪୦ ଡିଗ୍ରୀ ତଳେ ରହିଥିଲେ ମଧ୍ୟ ପାରଳାଖେମୁଣ୍ଡିରେ ତାତି ୩୯ ଡିଗ୍ରୀ ଛୁଇଁଛି। ତାପମାତ୍ରା କମିଛି। ଲୋକେ ତାତିରୁ ଆଶ୍ୱସ୍ତି ପାଇଥିଲେ। ହେଲେ ଆସନ୍ତାକାଲିଠାରୁ ପୁଣି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ। ୪ ଦିନ ଯାଏ ଦିନର ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
୧୪ ତାରିଖ ବେଳକୁ ପାଖାପାଖି ୧୧ ଜିଲ୍ଲାରେ ଉଷ୍ମଆଦ୍ର ପାଣିପାଗ ସ୍ଥିତି ରହିବ। ସେହିପରି ୧୫ ତାରିଖରେ ୭ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୭ ଓ ୧୮ ତାରିଖ ବେଳକୁ ତାପମାତ୍ରା ଆହୁରୀ ବଢ଼ିବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।
ଖରାରେ ଅସ୍ତବ୍ୟସ୍ତ ଜନଜୀବନ: ୪୩ ଡିଗ୍ରୀ ପାର କଲା ଭୁବନେଶ୍ୱରର ତାପମାତ୍ରା
ଭୁବନେଶ୍ବର: ଖରାରେ ଅସ୍ତବ୍ୟସ୍ତ ଜନଜୀବନ। ଉପକୂଳରୁ ଉପାନ୍ତ ହେଉକି ବୌଦ୍ଧରୁ ଭୁବନେଶ୍ୱର ସବୁଠି ଦେଖିବାକୁ ମିଳୁଛି ତାତିର ଦାଉ। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜୀବନ ଯାତ୍ରାକୁ ପ୍ରଭାବିତ କରିଛି। ଆଜି ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୩ ଡିଗ୍ରୀ ପାର କରିଛି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ୱରର ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ସେହିପରି-
ସମ୍ବଲପୁର: ୪୦.୮°C
ହୀରାକୁଦ: ୪୦.୬°C
ଚାନ୍ଦବାଲି: ୪୦.୬°C
ଝାରସୁଗୁଡା: ୪୦.୨°C
ରାଉରକେଲା: ୩୯.୬°C
କେନ୍ଦୁଝର: ୩୯°C
ବାଲେଶ୍ୱର: ୩୭.୮°C
ପୁରୀ: ୩୩°C
ଗୋପାଳପୁର: ୩୨.୨°C
ପାରାଦୀପ: ୩୨°C
ରାଜ୍ୟରେ ବଢ଼ିଲା ତାତି: ୩୬ ଡିଗ୍ରୀ ଉପରେ ୩ ସ୍ଥାନର ତାପମାତ୍ରା
ଭୁବନେଶ୍ୱର: ଫେବ୍ରୁଆରୀ ଆରମ୍ଭରୁ ଶୀତ ଉଭାନ ହୋଇଥିବା ଯୋଗୁଁ ରାତିରେ ବି ଆଉ ଥଣ୍ଡା ହେଉନାହିଁ। ଏବେଠାରୁ ଟାଣ ଖରା ଆରମ୍ଭ ହୋଇଯାଇଥିବା ବେଳେ ଉଭୟ ଦିନ ଓ ରାତିରେ ଏବେଠାରୁ ଫ୍ୟାନ/ଏସି ଲୋଡ଼ା ପଡ଼ିଲାଣି। ଖରାର ପ୍ରକୋପ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି।
ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ଟାଣଖରା ଅନୁଭୂତ ହୋଇଛି। ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୩୬ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବର ସର୍ବାଧିକ ୩୬.୪ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ତଳକୁ ଟିଟଲାଗଡ଼ ଓ ଭବାନୀପାଟଣାର ତାପମାତ୍ରା ୩୬ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି।
ସେହିପରି ଚାନ୍ଦବାଲି ଓ ଭଦ୍ରକ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ା ୩୫.୬ ଡିଗ୍ରୀ, ସୋନପୁର ୩୫.୫ ଡିଗ୍ରୀ, ବୌଦ୍ଧ ୩୫.୫ ଡିଗ୍ରୀ, ନୟାଗଡ଼ ଓ ବଲାଙ୍ଗୀର ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି।   କଟକ, ଅୁଗୁଳ, ମାଲକାନଗିରି ଓ ତାଳଚେରର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି।
ରାଜ୍ୟରେ ଅସହ୍ୟ ତାତି: ୪୦ ଡିଗ୍ରୀ ଉପରେ ୨୨ ସହରର ତାପମାତ୍ରା, ୪୬ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଉପକୂଳ ଠାରୁ ପଶ୍ଚିମ ଓଡ଼ିଶା ଯାଏଁ ତାତିରୁ ନିସ୍ତାର ନାହିଁ।  ଆଜି ରାଜ୍ୟର ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅଥବା ଏଥିରୁ ଅଧିକ ରହିଛି। ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ସୋନପୁର ୨ୟ ସର୍ବାଧିକ ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୫.୮ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ହୀରାକୁ‌ଦ ଓ ବୌଦ୍ଧରେ ପାରା ୪୫.୫, ଝାରସୁଗୁଡ଼ାରେ ୪୫.୨, ବଲାଙ୍ଗୀର, ସୁନ୍ଦରଗଡ଼ରେ ୪୫, ବରଗଡ଼ରେ ୪୪.୨, ଟିଟିଲାଗଡ଼, ରାଉରକେଲାରେ ୪୩.୫, ନୟାଗଡ଼ରେ ୪୩.୪, ଦେବଗଡ଼, ତାଳଚେର, ନୂଆପଡ଼ାରେ ୪୩, ଅନୁଗୁଳରେ ୪୨.୭, ଭବାନୀପାଟଣାରେ ୪୨, ଫୁଲବାଣୀ, ଭୁବନେଶ୍ବରରେ ୪୧.୬, କେନ୍ଦୁଝରରେ ୪୧, କେନ୍ଦ୍ରାପଡ଼ାରେ ୪୦.୬, କଟକ ଓ ପାରଳାଖେମୁଣ୍ଡିରେ ୪୦.୨ ରେକର୍ଡ ହୋଇଛି।
କଲବଲ କରୁଛି ତାତି: ଖରା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି
ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଉପକୂଳରୁ- ପଶ୍ଚିମ ଯାଏ ତାତି ବଳବତ୍ତର ରହିଛି। ସୂର୍ଯ୍ଯଙ୍କ ପ୍ରଖର କିରଣ ସାଙ୍ଗକୁ ରାଜ୍ୟକୁ ଆସୁଥିବା ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ଉପର ମୁହାଁ ରହୁଛି।  ଆଗାମୀ ୨ଦିନ ମଧ୍ୟ ଏହାର ପ୍ରଭାବ ଦେଖାଯିବ। ପ୍ରବଳରୁ ଅତି ପ୍ରବଳ ଖରା ହେବାର ଆଶଙ୍କା ରହିଛି। ସେ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ଆଲର୍ଟ କରାଯାଇଛି।
ୟେଲୋ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଲା ବଲାଙ୍ଗୀର, ସୋନପୁର , ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼ ଓ କେନ୍ଦୁଝର । ସେହିପରି ଅତି ପ୍ରବଳ ଖରା ପାଇଁ ଝାରସୁଗୁଡ଼ା, ମୟୁରଭଞ୍ଜ, କଟକ ଓ ଖୋର୍ଦ୍ଧାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ସେହପିର ୨୨ ତାରିଖ ପାଇଁ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲା ଗୁଡିକୁ ମଧ୍ଯ ୟେଲୋ ଆଲର୍ଟ ଜାରି କରାଯାଇଛି।
ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଝାରସୁଗୁଡା: ୪୨.୮ ଡ଼ିଗ୍ରୀ
ଭୁବନେଶ୍ୱର: ୪୨ ଡ଼ିଗ୍ରୀ
ଚାନ୍ଦବାଲି: ୪୧.୨ ଡ଼ିଗ୍ରୀ
ସମ୍ବଲପୁର: ୪୧.୨ ଡ଼ିଗ୍ରୀ
ଭୁବନେଶ୍ୱର: ୪୧.୮ ଡ଼ିଗ୍ରୀ
କେନ୍ଦୁଝର: ୪୦.୬ ଡ଼ିଗ୍ରୀ
ହୀରାକୁଦ: ୪୦.୪ ଡ଼ିଗ୍ରୀ
ବାଲେଶ୍ୱର: ୩୯.୦ ଡ଼ିଗ୍ରୀ
ପୁରୀ: ୩୩.୦ ଡ଼ିଗ୍ରୀ
ଗୋପାଳପୁର: ୩୩.୦ ଡ଼ିଗ୍ରୀ
ପାରାଦୀପ: ୩୨.୦ ଡ଼ିଗ୍ରୀ
ତତଲା କଡେଇରେ ସିଝୁଛି ଓଡ଼ିଶା: ୪୦ ଡିଗ୍ରୀ ଉପରେ ରାଜ୍ୟର ୨୯ ସ୍ଥାନର ତାପମାତ୍ରା
ଭୁବନେଶ୍ବର : ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହର। ଆକାଶରୁ ଯେପରି ବର୍ଷୁଛି ନିଆଁ । ଘରୁ ବାହାରିଲେ ମୁହଁ ପୋଡ଼ି ଯାଉଛି । ଆଉ ଏପରି ଅବସ୍ଥାରେ ଅସମ୍ଭାଳ ତାତିକୁ ଗୁଳୁଗଳିରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। କ୍ରମାଗତ ଭାବେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ବଢୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ରାଜ୍ୟର ୨୯ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ବାରିପଦା ଓ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୪ .୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ୱିନ ସିଟିରେ ୪୨ ଡ଼ିଗ୍ରୀ ଅତିକ୍ରମ କରିଛି ତାପମାତ୍ରା ।
ସେହିପରି ବଲାଙ୍ଗୀର, ବୌଦ୍ଧର ତାପମାତ୍ରା ୪୩.୭ ଡିଗ୍ରୀ ପାର କରିଛି। ନୂଆପଡ଼ା ୪୩.୬ ଡିଗ୍ରୀ, ଟିଟିଲାଗଡ଼ ଓ ସୋନପୁରର ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ଅନୁଗୁଳ ୪୩. ୧ ଡିଗ୍ରୀ , ସମ୍ବଲପୁର, ସୁୁନ୍ଦରଗଡ଼ର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ତାଳଚେର ୪୨.୮ ଡିଗ୍ରୀ, ଭୁବନେଶ୍ବର ୪୨.୭, କଟକ ଓ ଭବନୀପାଟଣାର ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ରାଉରକେଲା ୪୨.୪ ଡିଗ୍ରୀ, ଢେଙ୍କାନାଳ ଓ ଯାଜପୁରର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ହୀରାକୁଦ ୪୧.୬ ଡିଗ୍ରୀ, ଜଗତସିଂହପୁର ୪୧.୫ ଡିଗ୍ରୀ, ପାରଳାଖେମୁଣ୍ଡୀ ୪୧ .୪ ଡିଗ୍ରୀ, ଚାନ୍ଦବାଲୀ ଓ ଦେବଗଡ଼ ୪୧.୩ ଡିଗ୍ରୀ ରେକର୍ଡ କରାଯାଇଛି। କେନ୍ଦ୍ରାପଡ଼ା ଓ କେନ୍ଦୁଝରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି।  ନୟାଗଡ଼ ଓ ଭଦ୍ରକର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି। ମଲକାନାଗିରି ୪୦.୨ ଡିଗ୍ରୀ ଓ ବରଗଡ଼ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି।  ଖୋର୍ଦ୍ଧାର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।